କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା ।
!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବେଗୁନିଆପଡା)- କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା । ଗଲା ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ନିୟମ ଅନୁସାରେ ମାଁଙ୍କୁ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରି ପୂଜା ପାଉଛନ୍ତି ମାଁ ପଶ୍ଚିମେଶ୍ୱରୀ ଏହି ପଶ୍ଚିମେଶ୍ୱରୀ ଠାକୁରାଣୀ ଯାତ୍ରା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ସୋମବାର ଦିନ ଶେଷ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ ନିୟମ ଅନୁଯାୟୀ କେବଳ ପୂଜକ ମାନଙ୍କ ସହ ଗ୍ରାମର କେତେଜଣ ବ୍ୟକ୍ତି ମାଆଙ୍କୁ ଗ୍ରାମ ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ଅସ୍ଥାୟୀ ମନ୍ଦିରକୁ ନେଇଥିଲେ, ଗାଁ ପରିକ୍ରମା ବେଳେ ଗ୍ରାମବାସୀ ମାନେ ମାଆଙ୍କ ଗୋଡ ଧୁଆ ପରମ୍ପରା ରହିଥିବା ବେଳେ କୋଭିଡ କଟକଣା ଯୋଗୁଁ ଗୋଡଧୁଆ ବାରଣ କରାଯାଇଛି, ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାରଣ କରାଯାଇଛି ଏଥିସହିତ ଗ୍ରାମ ପରିକ୍ରମା ବେଳେ ଅଳ୍ପ ସଂଖ୍ୟାକ କମିଟି ସଦସ୍ୟ ଏବଂ ପୂଜାରୀ ମାନେ ଯାଇଥିଲେ।ପୂର୍ବରୁ ଏନେଇ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକରେ ଆଲୋଚନା କରାଯାଇଥିଲା । ଗହଳି ନକରି ଗ୍ରାମ ପରିକ୍ରମା କରି ମାଁ ସାଆନ୍ତାଣୀଙ୍କୁ ଅସ୍ଥାୟୀ ମନ୍ଦିରକୁ ନିଆଯିବ ବୋଲି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ସେହିପରି ସୋମବାର ଦିନ ଅର୍ଥାତ ମାଆଙ୍କ ଶେଷ ଦିନରେ ମଧ୍ୟ କମ ସଂଖ୍ୟକ ଲୋକ ରହି ଗ୍ରାମ ପରିକ୍ରମା କରି ମାଆଙ୍କ ମୁଖ୍ୟ ମନ୍ଦିରରେ ଛଡାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ପ୍ରତିବର୍ଷ ମାଁଙ୍କ ଅସ୍ଥାୟୀ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଏହାକୁ ବାରଣ କରାଯାଇଛି ଶାନ୍ତିଶୃଙ୍ଖଳାର ସହିତ କିପରି ପାଳନ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଇଛି ବୋଲି କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି ।ଏହି ପାଞ୍ଚଦିନ ଧରି କୌଣସି ସଂସ୍କୃତି କାର୍ଯ୍ୟକ୍ରମ ହେବନାହିଁ, କେବଳ ରିତିନିତି ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି, ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ କାଳୁ ସାବତ,ନାରାୟଣ ପାତ୍ର,ଭଗବାନ ସାହୁ, ରାଧା ମହାରଣା,ଉଦିୟ ନାଥ ସାହୁ,ପ୍ରଭାକର ଦାସ,ଭାଗ୍ୟ ବେହେରା,ଦଣ୍ଡ ସାହୁ,ଭଗବାନ ସାହୁଙ୍କ ସମେତ ରଣ୍ଢା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । କୋଭିଡ ନିୟମରେ ଚଳିତ ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିନିମନ୍ତେ ଗ୍ରାମବାସୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସଭାପତି ଶ୍ରୀ ସାହୁ




ଅଞ୍ଚଳବାସୀ ଏପରିକି ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଅଞ୍ଚଳବାସୀ ମଧ୍ୟ ଚାକିରୀ ସୁବିଧା ପାଇବା ସହ ବିଭିନ୍ନ ପ୍ରକାର ବ୍ୟବସାୟର ସୁବିଧା ପାଇ ଲାଭବାନ ହୋଇଛନ୍ତି।ଜେ.କେ କାଗଜକଳରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାରକୁ ବାସସ୍ଥାନ,ଶିକ୍ଷା,ସ୍ଵାସ୍ତ୍ୟ ଭଳି ମୌଳିକ ସୁବିଧା ମଧ୍ୟ ଯୋଗେଇଦେଉଛି ଓ ହାଇସ୍କୁଲ,ଯୁକ୍ତ ଦୁଇ ମହା ବିଦ୍ୟାଳୟ ,ଇ.ଏସ.ଆଇ ମେଡିକାଲର ସୁବିଧା ମଧ୍ୟ ରହିଛି।ସ୍ଥାନୀୟ ଅଞ୍ଚଳର କୌଣସି ପରିବାର ର ଚିକିତ୍ସା ସମସ୍ୟାରେ ଅଧିକ ଚିକିତ୍ସା ନିମନ୍ତେ ବାହାରକୁ ସ୍ଥାନାନ୍ତର କରିବା ସମୟରେ କାରଖାନା ତରଫରୁ ମାଗଣା ଆମ୍ବୁଲାନ୍ସ ସୁବିଧା ମଧ୍ୟ ଯୋଗେଇ ଦିଆଯାଉଛି।ଅଞ୍ଚଳ ବାସୀଙ୍କ କ୍ରୀଡା ଓ ମନୋରଞ୍ଜନ ପାଇଁ କ୍ଳବ, ଷ୍ଟାଡିୟମ,ଉଦ୍ୟାନ ଆଦିର ସୁବିଧା ମଧ୍ୟ ରହିଛି।ଅନେକ ଗ୍ରାମରେ ବୃକ୍ଷରୋପଣ, ପାନୀୟଜଳ,ବିଦ୍ୟୁତ ଓ ବିଭିନ୍ନ ପ୍ରକାର ସୁବିଧା ଯୋଗେଇଦିଆଯାଇଛି।ଏ ନେଇ ସୂଚନା ଦେଇଛନ୍ତି ଜେ.କେ କାଗଜକଳ ଲୋକସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ।ଜିଲ୍ଲାର ଲୋକପର୍ବ ଚଇତିରେ ପ୍ରତିବର୍ଷ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବା ନେଇ ସୂଚନା ଦେଇଛନ୍ତି।




