କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା ।

!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା । ଗଲା ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ନିୟମ ଅନୁସାରେ ମାଁଙ୍କୁ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରି ପୂଜା ପାଉଛନ୍ତି ମାଁ ପଶ୍ଚିମେଶ୍ୱରୀ ଏହି ପଶ୍ଚିମେଶ୍ୱରୀ ଠାକୁରାଣୀ ଯାତ୍ରା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ସୋମବାର ଦିନ ଶେଷ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ ନିୟମ ଅନୁଯାୟୀ କେବଳ ପୂଜକ ମାନଙ୍କ ସହ ଗ୍ରାମର କେତେଜଣ ବ୍ୟକ୍ତି ମାଆଙ୍କୁ ଗ୍ରାମ ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ଅସ୍ଥାୟୀ ମନ୍ଦିରକୁ ନେଇଥିଲେ, ଗାଁ ପରିକ୍ରମା ବେଳେ ଗ୍ରାମବାସୀ ମାନେ ମାଆଙ୍କ ଗୋଡ ଧୁଆ ପରମ୍ପରା ରହିଥିବା ବେଳେ କୋଭିଡ କଟକଣା ଯୋଗୁଁ ଗୋଡଧୁଆ ବାରଣ କରାଯାଇଛି, ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାରଣ କରାଯାଇଛି ଏଥିସହିତ ଗ୍ରାମ ପରିକ୍ରମା ବେଳେ ଅଳ୍ପ ସଂଖ୍ୟାକ କମିଟି ସଦସ୍ୟ ଏବଂ ପୂଜାରୀ ମାନେ ଯାଇଥିଲେ।ପୂର୍ବରୁ ଏନେଇ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକରେ ଆଲୋଚନା କରାଯାଇଥିଲା । ଗହଳି ନକରି ଗ୍ରାମ ପରିକ୍ରମା କରି ମାଁ ସାଆନ୍ତାଣୀଙ୍କୁ ଅସ୍ଥାୟୀ ମନ୍ଦିରକୁ ନିଆଯିବ ବୋଲି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ସେହିପରି ସୋମବାର ଦିନ ଅର୍ଥାତ ମାଆଙ୍କ ଶେଷ ଦିନରେ ମଧ୍ୟ କମ ସଂଖ୍ୟକ ଲୋକ ରହି ଗ୍ରାମ ପରିକ୍ରମା କରି ମାଆଙ୍କ ମୁଖ୍ୟ ମନ୍ଦିରରେ ଛଡାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ପ୍ରତିବର୍ଷ ମାଁଙ୍କ ଅସ୍ଥାୟୀ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଏହାକୁ ବାରଣ କରାଯାଇଛି ଶାନ୍ତିଶୃଙ୍ଖଳାର ସହିତ କିପରି ପାଳନ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଇଛି ବୋଲି କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି ।ଏହି ପାଞ୍ଚଦିନ ଧରି କୌଣସି ସଂସ୍କୃତି କାର୍ଯ୍ୟକ୍ରମ ହେବନାହିଁ, କେବଳ ରିତିନିତି ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି, ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ କାଳୁ ସାବତ,ନାରାୟଣ ପାତ୍ର,ଭଗବାନ ସାହୁ, ରାଧା ମହାରଣା,ଉଦିୟ ନାଥ ସାହୁ,ପ୍ରଭାକର ଦାସ,ଭାଗ୍ୟ ବେହେରା,ଦଣ୍ଡ ସାହୁ,ଭଗବାନ ସାହୁଙ୍କ ସମେତ ରଣ୍ଢା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । କୋଭିଡ ନିୟମରେ ଚଳିତ ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିନିମନ୍ତେ ଗ୍ରାମବାସୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସଭାପତି ଶ୍ରୀ ସାହୁ

ଇଣ୍ଡିଆ ବୁକ ଅଫ ରେକର୍ଡ଼-୨୦୨୧ରେ ସ୍ଥାନ ପାଇଲେ ‘ସୁମେଧା’..!

!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଇଣ୍ଡିଆ ବୁକ ଅଫ ରେକର୍ଡ଼-୨୦୨୧ରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ନୀଳାଦ୍ରି ବିହାରୀ ପ୍ରସାଦ ନନ୍ଦ ଓ ମିନତୀ ରାଣୀ ଦାଶଙ୍କ ୫ ବର୍ଷ ୭ ମାସର ଝିଅ ସୁମେଧା ନନ୍ଦ। ‘ପିଆନୋ’ ରେ ଅନବରତ ଭାବେ ୧୭ଟି ଗୀତର ଧୁନ ବଜାଇ ଗୀତ ଗାଇବା ସହ ୩ ମିନିଟରେ ନିର୍ଭୁଲ ଭାବେ ୨୦ ଟି ଇଂରାଜୀ ଶବ୍ଦ ଲେଖିବା, ନିର୍ଭୁଲ ଭାବେ ଇଂରାଜୀ ଖବର କାଗଜ ପଢିବା ଓ ‘୫୦ ପ୍ରିନ୍ସ ଷ୍ଟୋରି’ ପୁସ୍ତକର ୧୦ ପୃଷ୍ଠା ନିର୍ଭୁଲ ଭାବେ ପଢି ଏହି ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଛନ୍ତି ସୁମେଧା। ପିଲା ବେଳୁ ପଢା ଓ ସଙ୍ଗୀତ ତଥା ଇଂରାଜୀ ପାଠ ପଢିବା ପ୍ରତି ରୁଚି ରଖି ଥିବା ଏହି ଝିଅ ସୁମେଧା ଆଜି ଏହି ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ତାଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଛି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

ଶ୍ୱଶାନ ଜମିକୁ ନେଇଁ ଦେଖାଦେଇଛି ବିବାଦ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଶ୍ମଶାନ ରାସ୍ତା ଅବରୋଧକୁ ନେଇ ରାୟଗଡ଼ା ଜେକେପୁର ରାସ୍ତାର ଖଲିଗୁଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି, ଗ୍ରାମବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ମୃତଦେହ ରଖି ଧାରଣାରେ ବସିଛନ୍ତି।ପ୍ରଶାସନର ବୁଝାସୁଝା ସତ୍ତ୍ବେ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି।ଫଳରେ ଅପରାହଣ୍ ୩ଟା ୪୫ ମିନିଟରୁ ଜାତୀୟ ରାଜପଥର ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ରାୟଗଡ଼ା ବ୍ଲକ୍ କୋତପେଟା ପଞ୍ଚାୟତ ଖଲିଗୁଡ଼ାବାସୀ ଗ୍ରାମ ନିକଟରେ ଥିବା ଏକ ବେସରକାରୀ ଜମିକୁ ୨୦ ବର୍ଷ ହେଲା ଶ୍ମଶାନ ଭାବେ ବ୍ୟବହାର କରି ଆସୁଥିଲେ।ଗତ କିଛି ମାସ ତଳେ ଜମି ମାଲିକ ଅନ୍ୟ ଜଣେ ବ୍ୟବସାୟୀକୁ ଉକ୍ତ ଜମି ବିକ୍ରି କରି ଦେବା ପରେ କପା ଚାଷ ପାଇଁ ନୂତନ ମାଲିକ ଶ୍ମଶାନ ରାସ୍ତାକୁ ବନ୍ଦ କରି ଦେଇଥିଲେ।ବାଉଁଶ ଓ ଅନ୍ୟାନ୍ୟ କାଠ ସାମଗ୍ରୀ ସାହାର୍ଯ୍ୟରେ ଉକ୍ତ ରାସ୍ତାକୁ ଜମି ମାଲିକ ବନ୍ଦ କରିଦେବା ପରେ ଗ୍ରାମବାସୀ ଶେଷକୃତ୍ୟ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।୨/୩ଟି ବୈଠକ ମଧ୍ୟ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବସିଥିଲେ ସୁଦ୍ଧା ଉକ୍ତ ଜମି ପଟ୍ଟାଧାରୀ ବ୍ୟକ୍ତିଙ୍କ ନାଁରେ ଥିବାରୁ ସମାଧାନର ରାସ୍ତା ବାହାରି ପାରୁନି।ଏପରି ସ୍ଥିତିରେ ଆଜି ଗାଁରଏନ୍.ବାବି ୧୭ ବୟସ୍କ ନାମକ ଜଣେ ଯୁବକର ଅକାଳ ବିୟୋଗ ହେବା ପରେ ଶେଷକୃତ୍ୟ ପାଇଁ ଚିନ୍ତାରେ ପଡ଼ିଥିଲେ ଗ୍ରାମବାସୀ।ଗ୍ରାମ ପାଖରେ ଅନ୍ୟ କୌଣସି ଖୋଲା ପଡ଼ିଆ ନଥିବାରୁ ଅପରାହଣରେ ମୃତଦେହକୁ ରାସ୍ତା ଉପରେ ରଖି ଗ୍ରାମବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।


ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ରାସ୍ତାରୁ ହଟିଯିବା ପାଇଁ ବୁଝାଶୁଝା କରିଥିଲେ। ହେଲେ ସ୍ଥାୟୀ ସମାଧାନ ଲାଗି ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ଜିଦରେ ଅଟଳ ରହିବା ପରେ ରାୟଗଡ଼ାଏସ.ଡି.ପି.ଓ ଦିବ୍ୟଜ୍ୟୋତି ଦାଶ,ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଛନ୍ତି।ଗ୍ରାମବାସୀଏସ.ଡି.ପି.ଓ ଏବଂ ଅତିରିକ୍ତ ତହସିଲଦାରଙ୍କୁ ପୂର୍ବ ଶ୍ମଶାନ ସ୍ଥାନକୁ ନେଇ ଜାଗା ଚିହ୍ନଟ କରିବା ପାଇଁ ଦାବି କରିଛନ୍ତି।ଉଭୟ ଅଧିକାରୀ ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।୪ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଜେକେପୁର ଦେଇ ରାୟଗଡ଼ାରୁ ବ୍ରହ୍ମପୁର, ଭୁବନେଶ୍ବର,ବିଷମକଟକ,ଗୁଣପୁର ଏବଂ ଅନ୍ୟ ସ୍ଥାନକୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଦୂରଗାମୀ ଯାନବାହନ ସମେତ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି।

ବି.ଏସ.ଏନ.ଏଲ ଉପଭୋକ୍ତାଙ୍କୁ ଠକୁଛି; ସରକାରୀ ସଂସ୍ଥା ଖତଖାଉଛି…..!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ମୋବାଇଲ ହେଉ କି ଲ୍ୟାଣ୍ଡ ଫୋନେ ହେଉ ଭାରତ ସଞ୍ଚାର ନିଗମ ଲିମିଟେଡ଼ ବିନା କଳ୍ପନା କରାଯାଏନା। ଘର ଘରକୁ ଦୂରଭାଷା ସେବା ଯୋଗାଇବାରେ ବେଶ ଖ୍ୟାତି ଅର୍ଜନ କରିଥିବା ସଂସ୍ଥା ଆଜି ଲୋକଙ୍କୁ ସେବା ଯୋଗାଇବାରେ ସ୍ଵଛତା ରକ୍ଷା କରିପାରୁନାଥବା ଅଭିଯୋଗ ହେଉଛି। କଲ କରିବା ସମୟରେ ଫୋନ କ୍ରସ କଲ ହେଉଚି ତ କେତେବେଳେ ନିଜେ ନିଜେ କଟି ଯାଉଛି।କେବେ ଦୁଇ ଚାରି ଦିନ ଗାଏବ ହେଇ ଯାଉଛି,ପ୍ରଥମତଃ ଦୂରଭାଷା ସେବା ଆରମ୍ଭ ହେଇଥିବା ଯୋଗୁଁ ସବୁ ପ୍ରକାର ସରକାରୀ ଅଫିସ ଓ ବେସରକାରୀ ଅଫିସ ମାନଙ୍କରେ ଏହି ସେବା ମାଧ୍ୟମରେ ଲୋକଙ୍କ କାମ କରିବାକୁ ଆଶା ରଖିଥିଲେ।କିନ୍ତୁ ଏହି ଲୁଚକାଳି ଯୋଗୁଁ ଏହା ଉପରେ ଆଉ ଭରସା କରି ହେଉନାହିଁ।ଏହି ସେବା ଗଡବଡ଼ ହେଲେ ସବୁ ସେବା ଠପ ହେଇ ଯାଉଛି।ଲୋକେ ବହୁତ ହଇରାଣ ହେଉଛନ୍ତି,ବ୍ୟାଙ୍କ ଠାରୁ ଆରମ୍ଭ କରି ଅନ୍ୟ ସବୁ ସେବା ପ୍ରଭାବିତ ହେଉଛି ଆଜିକାଲି ଡ଼ିଜିଟାଲ ସେବା ଥିବା ଯୋଗୁଁ ସମସ୍ତ ପ୍ରକାର କାମକୁ ଡାଟା ବ୍ୟବହାର ହୁଏ।

ଆଗରେ ବୈଧତା ପାଇଁ ୬ ମାସରେ ଥରେ ରୀଚାର୍ଜ କଲେ ଚାଲୁଥିଲା।କିନ୍ତୁ ଏବେ ମାସକୁ ମାସ ଗ୍ରାହକଙ୍କ ଠାରୁ ଅର୍ଥ ସୋସୁଛି।ଏହାର ଅଭ୍ୟାସ କଲାପରେ ଲୋକଙ୍କୁ ଠକୁଛି ବୋଲି ଅନେକ ଉପଭୋକ୍ତା କହିଛନ୍ତି।ମାସକୁ ତିରିଶି ଦିନ ବଦଳରେ ୨୮ ଦିନ ଦେଉଛି,ତେଣୁ ଏହାଠାରୁ ନିରବିଛିନ ଭାବେ ସେବା ଯୋଗାଉଥିବା ସଂସ୍ଥାର ସିମ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି।କାରଣ ଏହି ସଂସ୍ଥା ସେବା ଯୋଗାଇବାରେ ବିଫଳ ହେଉଛି।ଭାରତର ସବୁଠୁ ପୁରୁଣା ଓ କୋଣ ଅନୁକୋଣକୁ ପହଞ୍ଚିବାରେ ସକ୍ଷମ ହେଇଥିବା ସଂସ୍ଥା ସଠିକ ଭାବେ ଏବେ ଶ୍ରୀହୀନ ହୋଇପଡୁଛି।ଏହାର କାରଣ ସଠିକ ଭାବରେ ଜାଣୀହେଉନାହିଁ,ଏଥି ପାଇଁ ଜନ ଅସନ୍ତୋଷ ବଢୁଛି।ଯଦି ଆଉ କିଛିଦିନ ଏପରିଚାଲେ ତାହେଲେ ବି.ଏସ.ଏନ.ଏଲ.କୁ ସମ୍ପୁର୍ଣ୍ଣ ଭାବେ ଲୋକେ ଭୁଲିବାକୁ ବାଧ୍ୟ ହେବେ।

ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ବଦଳୀପାଇଁ କଂଗ୍ରେସର ଦାଵୀ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ବିଷମକଟକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାପରେ ରାଜନୈତିକ ଦଳମାନ ବେଗୁଲୁ ଫୁଙ୍କିବା ପାଇଁ ତତ୍ପର ହୋଇ ଉଠିଥିବା ଦେଖା ଦେଇଛି।ଏ ନେଇ ପ୍ରଥମେ ଵିଜେଡି କଙ୍ଗ୍ରେସ ଦୁଇଦଳ ନିଜ ନିଜର ଅଧିକ ସମର୍ଥକଙ୍କୁ ଟାଣିବା ପାଇଁ ଲବିକରୁଥିବା ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକରେ ଦେଖା ଦେଇଛି।ଆଜି ମୁନିଗୁଡା ବ୍ଲକ ଵିଜେଡି ସଭାପତି ରତନ ଲାଲ ଜୈନ ଓ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ପାଇଁ ଏଵେଠୁ ଦଳିୟ କର୍ମୀଙ୍କୁ ଏକଜୁଟ କରି ନୂତନ କର୍ମୀ ସୃଷ୍ଟି କରିବା ପ୍ରୟାସ ଜାରିରଖି ଶ୍ରୀ ଜୈନ ଓ ଶ୍ରୀ ଗୌଡ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ସଙ୍ଖ୍ୟାଗରିଷ୍ଠତା ହାସଲ କରାଇବାକୁ ଚେଷ୍ଟା କରିଵେ ଵୋଲି କହିଛନ୍ତି।ଅପର ପକ୍ଷରେ ଆଜି ମୁନିଗୁଡା କଂଗ୍ରେସ ଭଵନରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନିଳାମ୍ଵର ବିଭାରଙ୍କ ନେତୃତ୍ୱରେ ଆୟୋଜିତ ଏହି ଵୈଠକରେ ବିଜେଡି ସରକାରର ମନୋପଲି ଶାସନ ସାଙ୍ଗକୁ ସରକାରୀ ଅଧିକାରୀ ଓ କର୍ମଚାରୀ ଚାଟୁକାର ପାଲଟି ୪ ରୁ ୫ ଵର୍ଷ ହେଵ ଗୋଟିଏ ଅଫିସରେ ଗାଦିମାଡି ରହିଥିଵାରୁ ନିରପେକ୍ଷ ନିର୍ବାଚନ ପାଇଁ ସେମାନଙ୍କର ଵଦଳି ଜରୁରୀ ହୋଇପଡିଛି ଵୋଲି କଙ୍ଗ୍ରେସ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ସରକାର ଉପରେ ଗର୍ଜିବା ଆରମ୍ଭ କରିଦେଲେଣି।ଆହୁରି ମଧ୍ୟ କହିଛନ୍ତିଯେ,ତ୍ରୀସ୍ତରୀୟ ନିର୍ବାଚନ ପୂର୍ବରୁ  ସରକାର ଯଦି ତିନିବର୍ଷରୁ ଉର୍ଦ୍ଧ୍ଵ ଗୋଟିଏ ସ୍ଥାନରେ ଚାକିରି କରିଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ  ବଦଳି କରାନଯାଏ ନିରପେକ୍ଷ ନିର୍ଵାଚନ ପାଇଁ ବ୍ଲକ କଙ୍ଗ୍ରେସ ରାଜରାସ୍ତାକୁ ଓହ୍ଲାଇଵେ ଵୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଛନ୍ତି।କଂଗ୍ରେସର ଏହି ଵୈଠକରେ ଏମ୍ ପି ପ୍ରତିନିଧି ମାନସ ରଞ୍ଜନ ଵେହେରା, ଜିଲ୍ଲା ଓଵିସିସେଲର ଅଧ୍ୟକ୍ଷ ପ୍ରସାଦ ମହାକୁଡ,ଜିଲ୍ଲା କଙ୍ଗ୍ରେସ ଏସି ସେଲର ଉପାଧ୍ୟକ୍ଷ ରମେଶ ପାଲକା ପ୍ରମୁଖ ଉପସ୍ଥିତ ରହି ଏକମତ ରଖିଥିଲେ।

ରାୟଗଡା ଜିଲ୍ଲାର ବିକାଶରେ ସହଭାଗିତା ଜେ.କେ କାଗଜ କଳ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାରେ ବିକାଶ କ୍ଷେତ୍ରରେ ସହଭାଗିତା ରଖିଚାଲିଛି ଜେ.କେ କାଗଜ କଳ କାରଖାନା ପ୍ରକାଶ ଥାଉ କି ୧୯୬୨ ମସିହାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ତ ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଜେ.କେ ପୁର ଠାରେ ସ୍ଥାପନ କରାଯାଇଥିଲା।ଜେ.କେ କାଗଜ କଳ କାର ଖାନା ହେବା ଫଳରେ ଆଜି ଆଦିବାସୀ ଅଧୁର୍ତ୍ସିତ ତଥା ବଣ ଜଙ୍ଗଲ ପରିପୂର୍ଣ୍ଣ ରାୟଗଡ଼ା ଜିଲ୍ଲା ସମଗ୍ର ଭାରତ ବର୍ଷରେ ବେସ ପରିଚିତ ସହରରେ ପାଲଟି ଯାଇଛି।ରାୟଗଡା ଜିଲ୍ଲାରେ ଏହି କାରଖାନା ଯୋଗୁଁ ବହୁତ ପ୍ରକାରର ସୁବିଧା ହୋଇଛି ଆଦିବାସୀ ଅଧୁର୍ତ୍ସିତ ଅଞ୍ଚଳ ହୋଇଥିବାରୁ ସର୍ବଦା ଅବହେଳିତ ହେଉଥିବା ଅଞ୍ଚଳ ଆଜି ବିକାଶ ପଥେ ଆଗେଇ ଚାଲିଛି।ଜିଲ୍ଲାରେ ଶିକ୍ଷା,ସ୍ଵାସ୍ତ୍ୟ ଓ ଗମାଗମନର ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ ଘଟିଛି,ପରେ ଦାଦନ ଖଟିବାକୁ ବାହାରକୁ ଯାଉଥିବା ବହୁତ ବେକାର ଯୁବକ ଓ ଯୁବତୀ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଚାକିରୀ ପାଇ ଉପକୃତ ହୋଇଛନ୍ତି।କୁଲି ମଜୁରିଆ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ତ ବିଭିନ୍ନ ଚାକିରୀରେ ଥଇଥାନ ହୋଇଛନ୍ତି।

 

ଅଞ୍ଚଳବାସୀ ଏପରିକି ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଅଞ୍ଚଳବାସୀ ମଧ୍ୟ ଚାକିରୀ ସୁବିଧା ପାଇବା ସହ ବିଭିନ୍ନ ପ୍ରକାର ବ୍ୟବସାୟର ସୁବିଧା ପାଇ ଲାଭବାନ ହୋଇଛନ୍ତି।ଜେ.କେ କାଗଜକଳରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାରକୁ ବାସସ୍ଥାନ,ଶିକ୍ଷା,ସ୍ଵାସ୍ତ୍ୟ ଭଳି ମୌଳିକ ସୁବିଧା ମଧ୍ୟ ଯୋଗେଇଦେଉଛି ଓ ହାଇସ୍କୁଲ,ଯୁକ୍ତ ଦୁଇ ମହା ବିଦ୍ୟାଳୟ ,ଇ.ଏସ.ଆଇ ମେଡିକାଲର ସୁବିଧା ମଧ୍ୟ ରହିଛି।ସ୍ଥାନୀୟ ଅଞ୍ଚଳର କୌଣସି ପରିବାର ର ଚିକିତ୍ସା ସମସ୍ୟାରେ ଅଧିକ ଚିକିତ୍ସା ନିମନ୍ତେ ବାହାରକୁ ସ୍ଥାନାନ୍ତର କରିବା ସମୟରେ କାରଖାନା ତରଫରୁ ମାଗଣା ଆମ୍ବୁଲାନ୍ସ ସୁବିଧା ମଧ୍ୟ ଯୋଗେଇ ଦିଆଯାଉଛି।ଅଞ୍ଚଳ ବାସୀଙ୍କ କ୍ରୀଡା ଓ ମନୋରଞ୍ଜନ ପାଇଁ କ୍ଳବ, ଷ୍ଟାଡିୟମ,ଉଦ୍ୟାନ ଆଦିର ସୁବିଧା ମଧ୍ୟ ରହିଛି।ଅନେକ ଗ୍ରାମରେ ବୃକ୍ଷରୋପଣ, ପାନୀୟଜଳ,ବିଦ୍ୟୁତ ଓ ବିଭିନ୍ନ ପ୍ରକାର ସୁବିଧା ଯୋଗେଇଦିଆଯାଇଛି।ଏ ନେଇ ସୂଚନା ଦେଇଛନ୍ତି ଜେ.କେ କାଗଜକଳ ଲୋକସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ।ଜିଲ୍ଲାର ଲୋକପର୍ବ ଚଇତିରେ ପ୍ରତିବର୍ଷ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବା ନେଇ ସୂଚନା ଦେଇଛନ୍ତି।

ଅବକାରୀ ବିଭାଗର ଜୋରଦାର ଧରପଗଡ ୩୬ ମାମଲାରେ ୨୫ ଅଭିଯୁକ୍ତ ଗିରଫ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଜୋରଦାର ଧରପଗଡ କରାଯାଇଛି।ଗତ ଅକ୍ଟୋବର ୬ ତାରିଖ ଠାରୁ ଆଜି ୧୧ ତାରିଖ ପର୍ଯ୍ୟନ୍ତ ଛଅ ଦିନ ମଧ୍ୟରେ ରାୟଗଡ ଜିଲ୍ଲାରେ ଅବକାରୀ ବିଭାଗର ଜୋରଦାର ଧରପଗଡ ମାଧ୍ୟମରେ ୩୬ ଗୋଟି ମାମଲା ରୁଜ୍ଜୁ କରାଯାଇ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହି ଧରପଗଡରେ ୧୩,୦୮୦ଲିଟର ମହୁଲ ପୋଚ,୧,୮୮୨ଲିଟର ଚୋରା ଦେଶୀ ରନ୍ଧା ମଦ,୫୭,୨୪୦ ଲିଟର ବିଦେଶୀ ମଦ ଏବଂ ୧୭୨.୪୫୦ ଲିଟର ବିଅର ଜବତ କାରାଯାଇଛି।ଉକ୍ତ ସମସ୍ତ ଜବତ ଜିନିଷର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ତଦୁର୍ଦ୍ଧ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି,ଏହି ଧରପଗଡରେ ରାୟଗଡ ଅବକାରୀ ନିରୀକ୍ଷକ,ଉପନିରୀକ୍ଷକ ରାୟଗଡା, ଗୁଣପୁର, ଗୁଡାରୀ, ବିଷମକଟକଙ୍କ ସମେତ ଏପିଆର ଫୋର୍ସ ଏବଂଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସାମିଲ ଥିଲେ।ଆଗାମୀ ଦଶହରା ପର୍ବ ନିମନ୍ତେ ଆଗାମୀ ଦିନରେ ଅବକାରୀ ଚଢାଉ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରା ପ୍ରକାଶ କରିଛନ୍ତି।

ରାୟଗଡ଼ା ପୁଲିସର ବଡ ଧରଣର ସଫଳତା ବାଇକ,ଲାପଟପ୍,ମୋବାଇଲ୍ ଓ ଟଙ୍କା ଜବତ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ପୁଲିସ୍ ଆଜି ଗିରଫ କରିଛି।କେତୋଟି ଥାନାର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଲୁଟେରାକୁ ଗିରଫ କରିବା ସହ ୧୬ ହଜାର ଟଙ୍କା ସହ ୨ଟି ବାଇକ୍,୬ଟି ମୋବାଇଲ୍,ଲାପଟପ୍ ସହ ଲୁଟରେ ବ୍ୟବହୃତ କଟର ମେସିନକୁ ଜବତ କରିଛି।ଗିରଫ ଲୁଟେରା ନାମରେ ଗୁଣପୁର,ଗୁଡ଼ାରି,ପଦ୍ମପୁର ଥାନା ଇଲାକାରେ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ଗୁଣପୁର,ଗୁଡ଼ାରି,ପଦ୍ମପୁର,ମୁକୁନ୍ଦପୁର, ବିଷମକଟକ,ଅଡବା,ବାତିଲି ଅଞ୍ଚଳରେ ସମାନ ଧରଣର ଚୋରି ଅଭିଯୋଗ ପରେ ପୁଲିସ୍ ଲୁଟେରାକୁ ଧରିବା ପାଇଁ ଜାଲ ବିଛାଇଥିଲା।ଗୁଣପୁର,ଗୁଡ଼ାରି,ପଦ୍ମପୁର ପୁଲିସ ଲୁଟେରାକୁ ଚଢ଼ଉ ଜାରି ରଖିଥିଲେ।ବହୁ ଚେଷ୍ଟା ପରେ ମଧ୍ୟ ଲୁଟେରାକୁ ଧରିବାରେ ସକ୍ଷମ ନ ହେବା ପରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମାଧ୍ୟମରେ ଲୁଟେରା ଉପରେ ନଜର ରଖିଥିଲା ପୁଲିସ୍।କିଛି ଦିନର ନୀରିକ୍ଷଣ ପରେ ଲୁଟେରାକୁ ସ୍ଥାନୀୟ ଲୋକ ଚିହ୍ନଟ କରିବା ପରେ ଆଜି ଗୁଡ଼ାରି ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି।ଗିରଫ ଲୁଟେରା ନାଁରେ ୧୨ରୁ ଉର୍ଧ୍ବ ଚୋରି ମାମଲା ରହିଛି।