ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ।

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ହାତୀଖମ୍ବା ନିକଟରେ ଥିବା ମା କୂଳବନ୍ଧ ମନ୍ଦିର ପ୍ରାଙ୍ଗଣରେ ଆଜି କୋଲନରା ବିଜେଡି ଖ ଜନ ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁକୁନ୍ଦପୁର ପଞ୍ଚାୟତର ବହୁ ଗ୍ରାମରୁ ଶତାଧିକ ଲୋକେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜୁ କୃଷକ ସେଲର ସମ୍ପାଦକ ବି.ତିରୁପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ବ୍ଲକ ଅଧକ୍ଷା ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, ବାଙ୍କିଲି ସରପଞ୍ଚ ବିସିକେଶନ କଣ୍ଡାଗରିଙ୍କ ସହ ୯ ଗୋଟି ପଞ୍ଚୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଉପସ୍ଥିତ ଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ବହୁ ସଂଖ୍ୟାରେ ଯୋଗଦାନ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ହାତ ମୁଠାକୁ ଅଧିକ ଟାଣ କରିବାରେ ସହାୟକ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ଅବଗତ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀ ତିରୁପତି କହିଥିଲେ। ଏଥିରେ ଆଗାମୀ ପଞ୍ଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ ସୁଦୃଢ କରିବା ନିମନ୍ତେ ଅଲୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପଦକ ଜାଲଦୁ କଣ୍ଡାଗରି ମଞ୍ଚ ପରିଚାଳନା କରିଥିବା ବେଳେ ଅଞ୍ଚଳର ପ୍ରମୁଖ କର୍ମୀ ଇଦି ମନ୍ମଥ ରାଓ ପରିଚାଳନା ଓ ଯୁବ କର୍ମୀ ଟି ରାଜେଶ ସହଯୋଗ କରିଥିଲେ। ଏଥିରେ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ସାନ୍ତୁ ବାବୁ, ବିଜୁ ଜନତା ଦଳର ବ୍ଲକ ସଭାପତି ବିକ୍ରମ ପିର୍ବାକା, ସୁରୀ ସରପଞ୍ଚ ଗଙ୍ଗାଧର ହିକକା, ସମିତିସଭ୍ୟ କାନ୍ତାରାଓ, ବଡଖିଲାପଦର ସରପଞ୍ଚ ସୋମନାଥ କାଡ୍ରାକା, ଭୋଇମଡା ସମିତିସଭ୍ୟ କେୟା କୁମ୍ବ୍ରିକା ପ୍ରମୁଖ ଉପସ୍ଥିତ ରହିଥିଲେ।

ହିଣ୍ଡାଲ୍‌କୋ ରିଫାଇନେରି ୟୁନିଟ୍ ପାଇଁ ଜନଶୁଣାଣି…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ରେ ଥିବା କଂସାରିଗୁଡ଼ାରେ ହିଣ୍ଡାଲକୋ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା ପାଇଁ ଆଜି ୧୧ଟାରେ ପୋଡାପାଡି ଗ୍ରାମର ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନଶୁଣାଣି ହେବ।ଏଥି ପାଇଁ ସକାଳ ୬ଟା ସୁଦ୍ଧା ଆଉ ୧୨ଟି ସ୍ଥାନରେ ଚେକ୍ ପୋଷ୍ଟ୍ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସ.ପି ବିବେକାନନ୍ଦ ଶର୍ମା। ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଜରିଆରେ ପୁଲିସ୍ ୨୦ ଜଣଙ୍କୁ ୧୦୭ ସି.ଆର୍‌.ପି ନୋଟିସ୍ ଜାରି କରିଛି।

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର,ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ,ରାୟଗଡ଼ା ଉପଜିଲ୍ଲାପାଳ ଏବଂ ହିଣ୍ଡାଲକୋ କମ୍ପାନିର ଉଚ୍ଚ ଅଧିକାରୀ ଜନଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ପକ୍ଷ ଶୁଣିବେ । ଜନଶୁଣାଣି ସ୍ଥଳରେ ଅସ୍ଥାୟୀ ପୁଲିସ୍ ପୋଷ୍ଟ୍ ସହ ୨ ଜଣ ଅତିରିକ୍ତ ଏସ୍‌.ପି,୫ ଜଣ ଡି.ଏସ୍‌.ପି,୮ଜଣ ଆଇ.ଆଇ.ସି, ୧୭ ଏ.ସ୍‌.ଆଇ,୧୯ ଜଣ ଏ.ଏସ୍‌.ଆଇଙ୍କ ସମେତ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।ଏଥି ସହିତ ଜନଶୁଣାଣି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡିଓ ରେକଡିଂ ବ୍ୟବସ୍ଥା କରାଯାଇଛି।କଂସାରିଗୁଡ଼ାରେ ବାର୍ଷିକ ୩ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ରିଫାଇନେରି ୟୁନିଟ୍ ଓ ୧୫୦ ମେଗାୱାଟ୍ ବିଶିଷ୍ଟ ନିଜସ୍ବ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଲୋକଙ୍କ ମତାମତ ସଂଗ୍ରହ ହେବ।

କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା ଖର୍ଚ୍ଚ ହେବ ୧୧ ହଜାର କୋଟି ଟଙ୍କା ନିଯୁକ୍ତି ପାଇବେ ୪୭୫୦ ଲୋକେ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ଦୀର୍ଘ ୨୩ ବର୍ଷ ପୂରଣ ହେବାକୁ ଯାଉଛି ବିସ୍ଥାପିତଙ୍କ ଦୁଇ ଦଶନ୍ଧିର ସ୍ୱପ୍ନ।କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ ୟୁନିଟ।ଜନ ଶୁଣାଣିରେ ଅଞ୍ଚଳବାସୀଙ୍କ ପୂର୍ଣ ସମର୍ଥନ ପରେ ଦ୍ଵିତୀୟ ପ୍ରକଳ୍ପ ପାଇଁ ରାସ୍ତା ଖୋଲିଛି।ବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ନିର୍ବିବାଦୀୟ ଭାବେ କମ୍ପାନି ପ୍ରତିଷ୍ଠା ଲାଗି ଜନ ଶୁଣାଣିକୁ ଏପରି ସମର୍ଥନ ମିଳିଛି।କମ୍ପାନି କାର୍ଯ୍ୟକ୍ଷମ ହେଲେ କାଶୀପୁର ବ୍ଲକ ସମେତ ରାୟଗଡ଼ା ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶରେ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି।ହିଣ୍ଡାଲକୋ ପକ୍ଷରୁ କଂସାରିଗୁଡ଼ାରେ ପ୍ରକଳ୍ପ ନିର୍ମାଣ ପାଇଁ ଆଜି ପୋଡପାଡ଼ି ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା।ବିସ୍ଥାପିତ ଜନ ଶୁଣାଣିକୁ ସମର୍ଥନ କରିବା ପରେ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ କରାଯିବ ବୋଲି ହିଣ୍ଡାଲ୍ କୋର ବରିଷ୍ଠ ନିର୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ସୂଚନା ଦେଇଛନ୍ତି।କମ୍ପାନି ନିର୍ମାଣରେ ୧୧ ହଜାର କୋଟି ଟଙ୍କା ପର୍ଯ୍ୟାୟକ୍ରମେ ଖର୍ଚ୍ଚ ହେବ।ନିର୍ମାଣ ସମୟରେ ୮୧୫୦ ଏବଂ ପରିଚାଳନା ସମୟରେ ୪୭୫୦ ଜଣଙ୍କୁ ନିଯୁକ୍ତି ମିଳିବ।ଜନ ଶୁଣାଣିରେ ଉପସ୍ଥିତ  ସ୍ଥାନୀୟ ଲୋକ,ପ୍ରଭାବିତ ଓ ଜମିହରା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସପକ୍ଷରେ ମତ ରଖିଥିଲେ।କେବଳ ଜଣେ ବିରୋଧରେ ମତ ରଖିଥିଲେ।ଶୁଣାଣୀର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିଲା।

ଜମିହରା କାରଖାନାକୁ କେବେ ହେଲେ ବିରୋଧ କରିନଥିବା ବେଳେ କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି,ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନର ରୂପରେଖ ବଦଳିବ ବୋଲି କହିଥିଲେ।ପାଇଁ ଲୋକେ ପ୍ରସ୍ତାବ ଦେଇଥିଲେ।ପ୍ରଭାବିତ କଂସାରୀଗୁଡା ଓ ପୋଡାପାଡି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ହାଇସ୍କୁଲ,ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଞ୍ଚଳର ବିକାଶ ପାଇଁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପ୍ରଭାବିତ ପ୍ରସ୍ତାବ ରଖିଥିଲେ।ଲୋକଙ୍କ ସମସ୍ୟାକୁ ଜନଶୁଣାଣୀରେ ଗୁରୁତର ସହ ବିଚାର କରି ହିଣ୍ଡାଲକୁ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବ ବୋଲି ହିଣ୍ଡାଲକୋର ବରିଷ୍ଠ ନିର୍ଦେଶକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ।ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟତଃ କଞ୍ଚାମାଲ୍ ଭାବେ ୯.୩ ମିଲିୟନ୍ ଟନ୍ ବକ୍ସାଇଟ,୨ ଲକ୍ଷ ୪ ହଜାର ଟନ କଷ୍ଟିକ ସୋଡା,୯୦ ହଜାର ଟନ୍ ଚୂନ,୧୩୫୦ ଟନ୍ ସିନ୍ଥୋଟିକ୍ ଫ୍ଲୋକୁଲାଣ୍ଟ ଓ ବାର୍ଷିକ ୨ ଲକ୍ଷ ୧୩ ହଜାର ଟନ୍ କୋଇଲାର ଆବଶ୍ୟକତା ପଡୁଥିବା ବେଳେ କୋଡିଙ୍ଗାମାଳି ଖଣି ସହ ଅନ୍ୟ ଖଣିରୁ ବକ୍ସାଇଡ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯିବ ବୋଲି କୁହାଯାଇଛି।ସେହିପରି ନିର୍ମାଣ ସମୟରେ ପାଣି ପାଇଁ ୧୬ ଦୂର କଣ୍ଟିଗୁଡା ନଦୀରୁ ପାଇପ ଲାଇନ କରି ପାଣି ଅଣାଯିବ।ଜନ ଶୁଣାଣୀ ବେଳେ କାରଖାନା କର୍ତ୍ତୃପକ୍ଷ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୧୫ ବର୍ଷ ଧରି ଜମି ହରାଇଥିବା ଏକାଧିକ ଲୋକେ ଖୁସିରେ କାନ୍ଦି ପକାଇଥିଲେ।ପ୍ରକାଶ ଥାଉ କି ୨୦୦୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରୀଗୁଡାରେ ହିଣ୍ଡାଲକୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ।ଆଉ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର ହେବା ପରେ ୨୦୦୪-୦୫ ମସିହାରେ କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା।ଶେଷରେ କଂସାରୀଗୁଡା,ଫୁଲଜବା, କାରାପଦର,ପୁହୁଣ୍ଡି,କାଣ୍ଡିସିଲ୍ ଓ ପୋଡାପାଡି ପରି ପ୍ରାୟ ୧୬ ଖଣ୍ଡ ଗ୍ରାମର ପ୍ରାୟ ୧୨ଶହ ଲୋକଙ୍କ ଜମି ସହ ପାଖାପାଖି ୧୮୮୬.୨୨ ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା।ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏକ ପିଛା ୩ ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି।ଯେଉଁଥିଲେ ରାୟଗଡା ଜିଲ୍ଲାର ୪୭.୫୬ ଏକର ସରକାରୀ, ୯୨୦.୨୧ ଏକର ବେସରକାରୀ ଜମି ରହିଛି।ଗୁଇନ୍ଦା ରିପୋର୍ଟକୁ ଆଧାର କରି କଂସାରୀଗୁଡା ଓ ପୋଡାପଡି ଅଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତ୍ତୟନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମସ୍ତ ଦାୟିତ୍ବ ନେଇଥିଲେ।