ଅଲ୍ ଓଡିଶା ମିଟର ରିଡର ଆସୋସିଏସନ୍ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପଦ୍ମପୁର ସହରସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡିଶା ମିଟର ରିଡର୍ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ତପନ କୁମାର ଅଗସ୍ତି ସାଧାରଣ ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରଗଡ ଜିଲ୍ଲା ରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା l ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସର୍ବନିମ୍ନ ମଜୁରୀ,ଇ.ପି.ଏଫ ଲାଗୁ,ଇଏସଆଇ ,ବୋନସ, ନିଯୁକ୍ତିପତ୍ର ସାଙ୍ଗକୁ ପରିଚୟପତ୍ର ଇତ୍ୟାଦି ମିଳୁଥିବା ସମ୍ପର୍କ ରେ ନିଜ ନିଜ ସୁଚିନ୍ତିତ ମତପ୍ରଦାନ କରିଥିଲେ lସାଧାରଣ ସମ୍ପାଦକ ଉକ୍ତ ଘଟଣା ଉପରେ ବିଶଦ ଆଲୋଚନା ସହ ମିଟର ରିଡର ମାନଙ୍କ ବକେୟା ପାଉଣା ସହ ଅନ୍ୟାନ୍ୟ ମୈାଳିକ ପ୍ରାପ୍ୟ ଗୁଡ଼ିକ କିପରି ଅତିଶିଘ୍ର ପୁରଣ ହୋଇପାରିବ ସେ ବିଷୟରେ ତୁରନ୍ତ ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ମତବ୍ୟକ୍ତ ସହ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l

ଏହି ସାଧାରଣ ସଭାରେ ବରଗଡ ଜିଲ୍ଲା ରୁ ୪୦ ରୁ ଉର୍ଦ୍ଧ ମିଟର ରିଡର ଆସୋସିଏସନ୍ ରେ ଯୋଗଦାନ କରି ସଦସ୍ୟତା ହାସଲ କରିଥିଲେ l ଏଇ କ୍ରମରେ ଉକ୍ତ ସଭାରେ ପ୍ରମୁଖ ଭାବେ ଆସୋସିଏସନ୍ ର ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି,ବରୁଣ ସାହୁ, ରଜନୀକାନ୍ତ ସାହୁ, ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ,ସମୀର ସେଠ,ସୁରଜ ମିଶ୍ର, ଜୟନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରମେଶ ମାଝୀ, ଚୈତନ୍ୟ ସାହା, ପ୍ରଶାନ୍ତ ବାଗ, ଦେବାନନ୍ଦ ସାହୁ, ତୋଫାନ ସିଂ ବରିହା,ଆଜାଦ ସାହୁ, ଶେଷଦେବ ସାହୁ, ଜୟନ୍ତ ସାହୁ, ଶେଷଦେବ ମିଶ୍ର,ରୋଶନ ସାହା, ଦେବେନ୍ଦ୍ର ମାଝୀ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ l

ବିଧାୟକ ବିଜୟ ରଂଜନ ସିଂ ବରିହା ଙ୍କ ପରାମର୍ଶ ରେ ରକ୍ତଦାନ ଶିବିର ଅନୁଷ୍ଠିତ….!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୌରହରି ମିଶ୍ର ଙ୍କ ଉପସ୍ଥିତି ରେ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବରେ ବିଜୁ ଯୁବ ଜନତଦଳ ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଭୋଜରାଜ ସିଂ ବରିହା ଯୋଗଦାନ ପୂର୍ବକ ଶିବିର କୁ ଉଦଘାଟନ କରିଥିଲେ ।

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ବିଜୁ ଜନତା ଦଳ ପାଇକମାଲ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ , ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ବିଜୁ ମହିଳା ଜନତାଦଳ ପାଇକମାଲ ବ୍ଲକ ସଭାନେତ୍ରୀ ତଥା ମାଣ୍ଡିଆଢିପା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କୁମାରୀ ବରିହା , ଭୈରବ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ କେନ୍ଦ୍ର ରେ ସର୍ବମୋଟ ୨୯ ୟୁନିଟ ସଂଗ୍ରହ କରାଯାଇ ପଦ୍ମପୁର ରକ୍ତ ଭଣ୍ଡାର କୁ ପ୍ରଦାନ କରାଗଲା ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ମୋ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବାପରେ ସମଗ୍ର ଓଡିଶାରେ ରକ୍ତାଭାବ ବିଶେଷ ଦେଖାଯାଉନାହିଁ lଏହି ମହତ ପ୍ରୟାସ ପାଇଁ ଜନସାଧାରଣ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବିନ ପଟ୍ଟନାୟକ ବେଶ ପ୍ରଶଂସିତ ହେବାରେ ଲାଗିଛନ୍ତି ବୋଲି ମାଣ୍ଡିଆଢ଼ିପା ଅଂଚଳ ର ଲୋକେ ପ୍ରଶଂସା କରୁଛନ୍ତି l

ହକ୍ ପ୍ରାପ୍ୟ ନ ମିଳିବାରୁ ବ୍ଳକ ଅଫିସ ସମ୍ମୁଖରେ ନ୍ୟାୟ ପାଇଁ ଆମରଣ ଅନଶନ ବସିଲେ ଗ୍ରାମବାସୀ …!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ପଦ୍ମପୁର)- ଗରିବ ଜନସାଧାରଣ ପାଇଁ ସରକାର ଅନେକ ପ୍ରକାର ର ସୁବିଧା ଦେଇଛନ୍ତି ହେଲେ କେତେ ଜଣ ଦୁର୍ନୀତି ଗ୍ରସ୍ତ ଅଫିସର ଓ ନେତା ମାନଙ୍କର ଆକ୍ରୋଶ ମନୋଭାବ ଯୋଗୁଁ ଗରିବ ଖଟି ଖିଆ ଲୋକ ମାନେ ଦିନ ରାତି ଝାଳବୁହା ପରିଶ୍ରମ କରି ତାଙ୍କର ନ୍ୟାୟୋଚିତ ପ୍ରାପ୍ୟ ରୁ ବଞ୍ଚିତ ହୋଇ ଶୋଚନୀୟ ଅବସ୍ଥା ରେ ପଡିଛନ୍ତି l ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରବନ୍ଧ ପଞ୍ଚାୟତ ଠାରୁ ଦୁଇ କିଲୋମିଟର ଶକ୍ତି ଗ୍ରାମ ରେ ଅନେକ ମହିଳା-ପୁରୁଷ ଆଜି ବାଧ୍ୟ୍ୟ ହୋଇ ବ୍ଲକ ଅଫିସ ଭିତରେ ଆମରଣ ଅନଶନ ରେ ବସିଛନ୍ତି ତାଙ୍କର ଦାବି ହେଲା MGNRGS କାମ, ବିଲ ରେ ଖାତ ଖୋଲା, କଲୋନୀଘର, ମୋ ବଗିଚା ପରି ଅନେକ କାମ ର ପ୍ରାପ୍ୟ ବର୍ଷ ବର୍ଷ ଧରି ପାଇଁ ନାହାନ୍ତି l ଜେସିବି ରେ ପୋଖରୀ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମ କମିଟି ସଭାପତି ବିକ୍ରମ ବନଛୋର ଙ୍କ ନେତୃତ୍ବରେ ଶକ୍ତି ଗ୍ରାମବାସୀ ବ୍ଲକ ଅଫିସ ଭିତରେ ଆମରଣ ଅନଶନ ରେ ବସିଛନ୍ତି lଦେଖାଯାଉ ପ୍ରଶାସନ କଣ କରୁଛି !

ଆଶ୍ରିର୍ବାଦ ଯାତ୍ରାରେ ପଦ୍ମପୁର ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ପଦ୍ମପୁର)- ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆଶିର୍ବାଦ ଯାତ୍ରା ଜୋରଦାର ଭାବେ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଦେଶର କୋଣ ଅନୁକୋଣ କୁ ଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଲକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଇବାରେ ଲାଗିପଡିଛନ୍ତି । ଏପରିପେକ୍ଷୀରେ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ବିଶେଶ୍ୱର ଟୁଡୁ ନୂଆପଡ଼ା-ପଦ୍ମପୁର ଗସ୍ତରେ ଆସିଥିଲେ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ କୁ ଯାଇ ସେଠାକାର ସମସ୍ୟା ବିଷୟରେ ଅବଗତ ହେଲେ। ବିଜେପି କର୍ମୀ ମାନେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମୋଟର ସାଇକେଲ ରାଲିରେ ପାଛୋଟି ଆଣି ପଦ୍ମପୁର ସହରର ଭେଉଁରିଆ ଛକଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପଦ୍ମପୁର ସହରର ଟାଉନ ହଲ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ପଦ୍ମପୁର ସହରର ନାଗରିକ କମିଟି, ବଣିକ ସଂଘ ତଥା ଅନ୍ୟାନ୍ୟ ସଂଗଠନ ମାନେ ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବଭିନ୍ନ ଦାବୀ ଉପସ୍ଥାପନ କରିଥିଲେ । ପଦ୍ମପୁର ଅଂଚଳ ଆଦିବାସୀ ବହୁଳ ଅଂଚଳ,ଏଠାକାର ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ଜୀବନ ଯାପନ କରିଥାନ୍ତି ତେଣୁ ପଦ୍ମପୁର ଅଂଚଳରେ ଏକ ଆଦିବାସୀ ବଜାର କରିବା ପାଇଁ ମୁଖ୍ୟ ଦାବୀ ଉପସ୍ଥାପିତ କରାଯାଇଥିଲା । ଏହା ସହ ପଦ୍ମପୁର ସହର ତଥା ଆଖପାଖ ଅଂଚଳକୁ ପିଇବା ପାଣି ଓ ଜମିକୁ ପାଣି ଯୋଗାଇ ଦେବାକୁ ମୁଖ୍ୟ ଦାବୀ କୁ ପାଥେୟ କରି ପଦ୍ମପୁର ନାଗରିକ କମିଟି ତରଫରୁ ଶ୍ରୀମାନ ଅଜିତ ଶତପଥି ପଢ଼ି ମାନ୍ୟବର ମନ୍ତ୍ରୀ ଙ୍କୁ କର୍ଣ୍ଣଗୋଚର କରିବା ସହିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଭାରତୀୟ ଜନତା ଦଳ ପଦ୍ମପୁର ତରଫରୁ ପଦ୍ମପୁରକୁ ମରୁଡି ଘୋଷଣା ପାଇଁ ମନ୍ତ୍ରୀଙ୍କଠାରେ ଦାବୀ ଜଣାଇଥିଲେ ବିଜେପିର ବିଭିନ୍ନ ମୋର୍ଚ୍ଚା ତରଫରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ, ଗୋବର୍ଦ୍ଧନ ଭୋଏ,ପ୍ରିତେଶ ବହିଦାର ,ଶ୍ରୀକାନ୍ତ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ସୌମ୍ୟଜିତ ପାଢୀ, ହରିହର ସିଂ, ପ୍ରତାପ ନାଥ, ସରୋଜ ପାଣିଗ୍ରାହୀ,ଜ୍ୟୋତ୍ସ୍ନାରାଣୀ କର, କୃଷକ ମୋର୍ଚ୍ଚା ର ସଂଯୋଜକ ତଥା ଗଣମାଧ୍ୟମ ର ନିଲାଞ୍ଚଳ ଦରଓ୍ବାନ ତଥା ଅନ୍ୟାନ୍ୟ ଶତାଧିକ ବିଜେପି କର୍ମୀ ଉପସ୍ଥିତି ପରିଲକ୍ଷିତ ହୋଇଥିଲା l

ରାୟଗଡା ସହରର ଅଳିଆ ପକାଇବା ପାଇଁ ନାହିଁ ଡମ୍ପିଙ୍ଗ ୟାଡ …!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ା ସହରକୁ ସରସ ସୁନ୍ଦର କରିବା ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଛି।ତଥାପି ସହରର ଚିତ୍ର ବଦଳୁ ନାହିଁ।ରାୟଗଡା ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ସହରର ଗଳିକନ୍ଦିରେ ଦିନ ଦିନ ଧରି ଓଳିଆ ଆବର୍ଜନା ପଡିରହୁଛି।ତାକୁ ଉଠାଇବା ପାଇଁ ପୌରପରିଷଦ ତ୍ବରିତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ସହରରେ ଥିବା ଏକମାତ୍ର ଅଳିଆ ପକା ସ୍ଥାନକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।ମନ୍ଦିର ନିକଟରେ ଥିବା ଅଳିଆ ପକା ସ୍ଥାନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି।ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠକୁ ଲାଗିଛି ଏହି ଅଳିଆ ପକା ସ୍ଥାନ।ଆଉ ଏହି ଅଳିଆ ପକା ସ୍ଥାନରେ ସରହର ସମସ୍ତ ଓଳିଆ ଆବର୍ଜନାକୁ ପୌରପରିଷଦ ପକ୍ଷରୁ ପକାଯାଉଛି।ଉକ୍ତ ଅଞ୍ଚଳରେ ଏବେ ପୂଭିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।ସହରର ଫରେଷ୍ଟ କଲୋନୀ,ମଙ୍ଗଳା ମନ୍ଦିର ଅଞ୍ଚଳବାସୀ,ଗୌତମନଗର ଓ ରାଣୀଗୁଡା ଫାର୍ମ ଅଞ୍ଚଳର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ସେହି ସ୍ଥାନରେ ନିଆଁ ଲଗାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଧୂଆଁରେ ଛଟପଟ ହେଉଛନ୍ତି।

ଓଳିଆ ଆବର୍ଜନାରୁ ମଶା ନିଜର ବଂଶ ବିସ୍ତାର କରୁଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଅନେକ ରୋଗର ଶିକାର ହେଉଛନ୍ତି।ଆବର୍ଜନା କୁଢ଼କୁଢ଼ ହୋଇ ରହୁଛି। ଗାଈଗୋରୁ ସେହି ସ୍ଥାନକୁ ଯାଇ ଜରି ସାଙ୍ଗକୁ ବିଭିନ୍ନ ବିଶାକ୍ତ ସାମଗ୍ରୀ ଖାଇ ମୃତ୍ୟୁବରଣ କରୁଛନ୍ତି।ମନ୍ଦିରକୁ ଆସୁଥିବା ଭକ୍ତ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।୨୦୧୪-୧୫ ମସିହାରେ ରାୟଗଡା ପୌରପରିଷଦ ପକ୍ଷରୁ କୋଲନରା ବ୍ଲକର ମୁକୁନ୍ଦପୁରଠାରେ ଏକ ସରକାରୀ ଜମି ଚିହ୍ନଟ କରାଯାଇ ଅଳିଆ ପକା ସ୍ଥାନ ନିର୍ମାଣ କରିବା ପାଇଁ ପରିକଳ୍ପନାକରାଯାଇଥିଲା।ରାୟଗଡ଼ା ସମେତ ଜେକେପୁର,ଗୁଡାରୀ ଓ ଗୁଣପୁର ସହରର ଅଳିଆ ଆବର୍ଜନା ପକାଇବାକୁ ସ୍ଥିର କରାଯାଇଥିଲା।ଏସବୁ ପରିଚାଳନା ପାଇଁ ଏକ ଅନୁଷ୍ଠାନ ସହ ବୁଝାବଣା ହୋଇଥିବା ବେଳେ ପରିବହନ ସମସ୍ୟାରୁ ଉକ୍ତ ସଙ୍ଗଠନ ଦାୟିତ୍ଵ ନେବାରୁ ଓହରିଯାଇଥିଲା।ପରେ ରାୟଗଡା ବ୍ଲକ ଗୁଳ୍ମ ଓ ଅଣ୍ଟାରିଗୁଡାଠାରେ ଆବର୍ଜନ ପକାଇବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ।ଉକ୍ତ ଦିନଠାରୁ ଅନବରତ ମଝିଘରିଆଣୀ ମନ୍ଦିର ନିକଟ ଏକ ଝୋଲାରେ ସହରର ଆବର୍ଜନାକୁ ପକାଯାଉଛି।ମନ୍ଦିର ନିକଟରେ ଓଳିଆ ପକାଯାଉଥିବାରୁ ୧, ୭ ଓ ୮ ନମ୍ବର ୱାର୍ଡର କିଛି ଅଞ୍ଚଳବାସୀ ବିରୋଧ କରିଛନ୍ତି।ଆମେ ପୌରପରିଷଦ ନିର୍ବାହୀ ଅଧିକାରୀ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ଅଳିଆ ପକା ସ୍ଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।

ମୃତ ସାମ୍ବାଦିକ ଙ୍କ ପରିବାରକୁ ସହାୟତା ଯୋଗାଇଦେବା ନିମନ୍ତେ ଦାବୀ …!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ସାମ୍ବାଦିକ ନବୀନ ପାତ୍ରଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପରିବାରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି।ଅନୁପମ ଭାରତର କାଶୀପୁର ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ନବୀନ ପାତ୍ର ପ୍ରାୟ ୮ ବର୍ଷ ତଳେ ପତ୍ନୀ ଏବଂ ତିନି ଝିଅକୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ।ନବୀନଙ୍କ ମୃତ୍ୟୁ ପରେ ପରିବାର ଦାୟିତ୍ଵ ପଡ଼ିଛି। ପତ୍ନୀ ଶ୍ରଦ୍ଧାଞ୍ଜଳିଙ୍କ ଉପରେ ତିନି ଝିଅକୁ ଉଚ୍ଚଶିକ୍ଷିତା କରିବା ପାଇଁ ଶ୍ରଦ୍ଧାଞ୍ଜଳି ନିଜ ଘରେ ଏକ ଛୋଟିଆ ଜଳଖିଆ ଦୋକାନ କରିଛନ୍ତି।ଗତବର୍ଷ ବଡ଼ ଝିଅ ବିବାହ କରିଛନ୍ତି,ସାନ ଝିଅ ଶ୍ରାବଣୀ କାଶୀପୁର ନୋଡାଲ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ଅଧ୍ୟୟନ କରୁଥିବା ବେଳେ, ମଝିଆ ଝିଅ ଚାନ୍ଦିନୀ ପାତ୍ର କାଶୀପୁର କଲେଜରେ ପଢ଼ୁଛନ୍ତି।ଶ୍ରଦ୍ଧାଞ୍ଜଳିଙ୍କୁ ସରକାରୀ ସହୟତା କହିଲେ ବିଧବା ଭତ୍ତା ବାବଦକୁ ମାସିକ ମାତ୍ର ୫ଶହ ଟଙ୍କା ମିଳୁଛି।ଏଭଳି ସ୍ଥିତିରେ ଜଳଖିଆ ଦୋକାନରୁ ଯାହା ରୋଜଗାର ହେଉଛି ସେତିକିରେ ଏହି ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି।ଭଙ୍ଗା ଦଦରା ଘରେ ଏହି ପରିବାର ରହୁଛନ୍ତି ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି।ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ବେଗୁନିଆପଡା)- ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ବଜାର ଉପରେ ଥିବା ଏକ ରାସନ ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ ହୋଇଛି। ଗତକାଲି ରାତିରେ ଦୋକାନ ମାଲିକ କେ ଗୁରୁମୁର୍ତି ପାତ୍ର ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ।ଆଜି ସକାଳୁ ସେ ଆସି ଦେଖନ୍ତି ଯେ ତାଙ୍କ ଦୋକାନ ତାଲା ଭଙ୍ଗାଯାଇଛି ଓ ଭିତରୁ ଏକ ଏଲସିଡି, ଇନଭର୍ଟର,ସେଟ ଅପ ବକ୍ସ, ଅମୁଲ ପ୍ୟାକେଟ, ସିଗାରେଟ , ସୋରିଷ ତେଲ ସହ ନଗଦ ୨୦୦୦/-ଚୋରୀ ହୋଇଯାଇଛି।ଯାହାର ମୂଲ୍ୟ ଆନୁମାନିକ ଲକ୍ଷଧିକ ବୋଲି ଜଣାପଡ଼ିଛି। ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମାଲିକ କେ ଗୁରୁମୁର୍ତି ପାତ୍ର ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି।

କ୍ରୁଷକ ହତ୍ଯା ବିରୁଦ୍ଧରେ ଅଖିଳ ଭାରତ କ୍ରୁଷକ ସଭା ପକ୍ଷରୁ ପ୍ରତିବାଦ ଓ ମୋଦି ଯୋଗୀଙ୍କ କୁଶ ପୁତ୍ତଳିକା ଦାହ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଗତ ୩ ତାରିଖ ଦିନ ୟୁପିର ଲକ୍ଷୀମପୁର ସ୍ଥିତ ଖୀରୀ ଠାରେ ଆନ୍ଦୋଳନରତ କ୍ରୁଷକଙ୍କ ଉପରେ କେନ୍ଦ୍ର ଗ୍ରୁହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ଯା କରିଥିବା ଅଭିଯୋଗ ହେବାପରେ ସମଗ୍ର ଦେଶରେ ପ୍ରତିବାଦର ସ୍ୱର ଉଠୁଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଦେଖାଯାଇଛି। ଅଖିଳ ଭାରତ କ୍ରୁଷକ ସଭା ଓ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବାନିପାଟଣା ସହରର ଭିନ୍ନ ଭିନ୍ନ ସ୍ଥାନରେ ୫ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଅଖିଳ ଭାରତ କ୍ରୁଷକ ସଭା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତା କମ୍ରେଡ଼ ନବ ପଟ୍ଟନାୟକ, ଦାମୋଦର ବେହେରା, ଅଗଷ୍ଟ ନାଏକ, ଗୌର ଚନ୍ଦ୍ର ନାଏକ, ସଞ୍ଜୟ ସୁନାନୀ, ଜୀବନ ପ୍ରଦୀପ ବାଗ ଓ ଅନ୍ୟମାନେ ବିଜେପି ସରକାର ତଥା ମୋଦି ଓ ଯୋଗୀଙ୍କୁ କଡା ସମାଲୋଚନା କରିଥିଲେ ।

ସେହିପରି ଭବାନିପାଟଣା ସହରର କଲେଜଛକ ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଙ୍କ ନେତୃତ୍ବରେ ବିକ୍ଷୋଭ କରି ପ୍ରତିବାଦ କରାଯାଇଥିଲା। ଏଥିରେ ରାଜ୍ଯ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ଟାଉନ କଂଗ୍ରେସ କାର୍ୟ୍ଯ କାରିଣୀ ସଭାପତି ସରୋଜବାଗ, ବରିଷ୍ଠ ନେତା ବ୍ରଜ ସାହୁ, ସୁନୀଲ ନାଏକ, ସରୋଜ ନାଏକ, ଯୁବ କଂଗ୍ରେସ ଉପସଭାପତି ମନ୍ଦାକିନୀ ବାଣୁଆ, ଯାଜ୍ଞସେନୀ, ସୁମନ୍ତ ରଣା, ସୁନୀଲ ମାଝି, ଅନନ୍ତ ନାଏକ, ଯୁବରାଜ ଭଇଁସାଲ, ମାନସ ମହାନନ୍ଦ ଓ ଆଶିଷ ଭଇଁସାଲ ପ୍ରମୂଖ ଉପସ୍ଥିତ ଥିଲେ।

ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର।ଆଜି ତାଙ୍କ ବିଶ୍ଵନାଥପୁର ସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଗିରଫ୍ କରିଛି।ଏବେ ତାଙ୍କ କାର୍ଯ୍ୟାଳୟ ଚଢାଉ ଜାରି ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳର ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୧୧ ଲକ୍ଷ ୬୯ ହଜାର ଟଙ୍କା ଛତୁଆ ବିଲ ବାବଦକୁ ସେ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା।

ଆଜି ସେ ତାଙ୍କ ବିଶ୍ୱନାଥ ପୁର ସ୍ଥିତ କାର୍ଯ୍ୟାଳୟ ସେ ୮୦ ହଜାର ଟଙ୍କା ସଂପୃକ୍ତ ମହିଳା ଗୋଷ୍ଠୀ ମାନଙ୍କ ଠାରୁ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ୮୦ ହଜାର ଟଙ୍କା ସହିତ କାବୁ କରିଛନ୍ତି। ଆଜି ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟ ଚଢାଉ କରିଛି। ତେବେ ତାଙ୍କର ସମ୍ପତ୍ତି ଆକଳନ କରାଯାଇ ପାରିନ ଥିବା ବେଳେ ଅନ୍ୟ ଟିମ୍ ମାନେ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଥିବା ଭିଜିଲାନ୍ସ ଦଳ ସୂଚନା ଦେଇଛନ୍ତି। ଏପର୍ୟ୍ଯନ୍ତ ଚଢାଉ ଜାରି ରହିଥିବାରୁ ଅଧିକ କିଛି ସୂଚନା ମିଳିପାରି ନାହିଁ। ଭିଜିଲାନ୍ସ ଜାଲରେ ସିଡିପିଓ ମିନା କୁମାରୀ ପାତ୍ର ପଡିବା ପରେ ବିଶ୍ୱନାଥପୁର ତଥା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଥିବା ସିଡିପିଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ମହିଳା ସୁପର ଭାଇଜର ମାନଙ୍କ ମନରେ ଛନକା ପଶିଯାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅବ୍ୟବସ୍ଥାକୁ ନେଇ ଗ୍ରାହକଙ୍କ ଅସନ୍ତୁଷ୍ଟ ; ବିଜୁଜନତା ଦଳ ନେତୃତ୍ୱରେ ବିକ୍ଷୋଭ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ଆଗରେ ବୋଲି ସଂସ୍ଥା ଗୁଡ଼ିକ ଡିଣ୍ଡିମ ପିଟୁଥିବା ବେଳେ, କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଠାରେ ଅବସ୍ଥିତ ଏକମାତ୍ର ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ କିନ୍ତୁ ଗ୍ରାହକଙ୍କୁ ତ୍ଵରିତ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବ୍ୟାଙ୍କ ଅଧିକାରୀ ମାନଙ୍କ ମନୋମୂଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ସ୍ଥାନୀୟ ଅଞ୍ଚଳବାସୀ ଏହା ବିରୋଧରେ ଗତ ୪ ତାରିଖ ଦିନ ବିଜୁଜନତା ଦଳ ପକ୍ଷରୁ ବିଶାଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗ୍ରାହକ ମାନଙ୍କୁ ଆଧାର ଲିଙ୍କ୍,କେୱ୍ଵାସି, ନୂତନ ପାସବୁକ୍ ଖୋଲିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ସେହିପରି ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ସହିତ ଗ୍ରାହକ ମାନଙ୍କୁ କର୍ମଚାରୀ ମାନଙ୍କ ବେପରୁଆ ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମାଞ୍ଚଳ ରେ ଥିବା ଗ୍ରାହକ ସେବାକେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ସେବା ମିଳୁ ନ ଥିବା ଯୋଗୁଁ ବହୁ ଦୂରଦୂରାନ୍ତରୁ ପିଲାଛୁଆଙ୍କୁ ଧରି ମହିଳା ମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ଥୁଆମୂଳ ରାମପୁର ବିଜୁଜନତା ଦଳର ବ୍ଳକ ସଭାପତି କପିଳାଶ ନାଏକ,ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ସଦସ୍ୟ (ଜୋନ-୨) ଦୟାନିଧି ମାଝୀ,ପି ଏସ୍ ମେମ୍ବର ପବିତ୍ର ନାଏକ, ଚେୟାରମେନ ସୁକାନ୍ତି ମାଝୀ, ମହେନ୍ଦ୍ର ମାଝୀ,ଅଙ୍ଗଦ ନାଏକ,ଜଗଦୀଶ ମାଝୀ,ସନାତନ ମାଝୀ, ରମାକାନ୍ତ ନାଏକ,ସୁଜାନ ନାଏକ, ସୁଶାନ୍ତ ମାଝୀ, ଗୋବିନ୍ଦ ବାଣୁଆ ପ୍ରମୁଖ ଙ୍କ ସମେତ ଶତାଧିକ ଲୋକେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ୟାଙ୍କ ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।