ହାବିଲଦାର ଓ କନଷ୍ଟବଲ ଇଲେକ୍ସନ ପାଇଁ ନାମାଙ୍କନ ପତ୍ର ଦାଖଲ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମଜିଲ୍ଲା ଛତ୍ରପୁର ଠାରେ ହାବିଲଦାର ଓ କନେଷ୍ଟବଲ ଇଲେକ୍ସନ ପାଇଁ ୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସଭାପତି ଅଭିମନ୍ୟୁ ଜାଲି , ଗୋରାଚାନ୍ଦ ତ୍ରିପାଠୀ ଉପସଭାପତି ଆକାଶ ବେହେରା, ଜି. ମନୋଜ କୁମାର ସମ୍ପାଦକ ଭାବରେ ସୁବାସ ଚନ୍ଦ୍ର ସେଠୀ ବ୍ରଜମୋହନ ଜେନା, ଯୁଗ୍ମ ସମ୍ପାଦକ ଭାବରେ ଦିଲୀପ କୁମାର ରଣା ଦୀନବନ୍ଧୁ ବେହେରା ପି , ଧୃବ କହଁର ଙ୍କ ସମେତ ଅନ୍ୟ ସମସ୍ତେ ନାମାଙ୍କନ ପତ୍ର ଏକ ବିଶାଳ ବାଇକ ରାଲି କରି ଆରକ୍ଷଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ଆଡିସନାଲ ଏସ୍ପି ବିଜୟ କୁମାର ମଲିକ ଙ୍କ ନିକଟରେ ଉଭୟ ପାର୍ଟିର ୨୨ ଜଣ କେଣ୍ଡେଟ ନିଜ ନିଜ ସମର୍ଥକ ଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ ଆସନ୍ତା ୧୦ ତାରିଖରେ ଇଲେକ୍ସନ ହେବାକୁ ଥିବାବେଳେ ମୋଟ ଭୋଟର ହେଉଛନ୍ତି ୭୨୦ ସେଥିମଧ୍ୟରୁ ପୁରୁଷ ଭୋଟର ୬୧୮ ଓ ମହିଳା ଭୋଟର ୧୦୨ । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।

କୋଦଳା ଏଲ ଏନ ସ୍ନାତକ ମହାବିଦ୍ୟାଳୟରେ ଜୁନିଅର ରେଡ଼ କ୍ରସ ପକ୍ଷରୁ ତାଲିମ ଶିବିର ଉଦଘାଟିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜୁନିଅର ରେଡ଼ କ୍ରସ ସୋସାଇଟି ପକ୍ଷରୁ ଏକ ସ୍ବେଚ୍ଛାସେବୀ ତାଲିମ ଶିବିର ଉଦଘାଟିତହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟର ଅଧକ୍ଷ ଡଃ. ପଦ୍ମ ଚରଣ ପାଢ଼ୀ ଅଧକ୍ଷତା କରିଥିଲେ। ଅତିଥି ଭାବେ ଖଲ୍ଲିକୋଟ ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଟି ଅକ୍ଷୟ କୁମାର, କୋଦଳା ମହାବିଦ୍ୟାଳୟର ଅଧ୍ୟାପକ ସାଗର ଚାନ୍ଦ ପାତ୍ର,ଡଃ ବିଷ୍ଣୁ ନାରାୟଣ ସେଠୀ,ବିନୋଦ କୁମାର ମିଶ୍ର, ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା,କୋଦଳା +୨ ମହାବିଦ୍ୟାଳୟର ଅଧ୍ୟାପକ ସାସ।ଲିପି ନାୟକ, ରଘୁନାଥ ମୁଦୁଲି ପ୍ରମୁଖ ଯୋଗଦେଇ ରେଡ଼କ୍ରସର ଉପାଦେୟତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁ ନାରାୟଣ ସେଠୀ ଙ୍କ ଦ୍ଵାରା ଲିଖିତ ୨ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ ପରିଚାଳନା କରିଥିବା ବେଳେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏହି ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଏହି ତାଲିମ ୩ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି।

ସମୂହ ସ୍ୱଛତା ଅଭିଯାନ ଓ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସ୍ଵଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥି ଡ଼ିଏସଡବ୍ଲୁଓ ସୁରେଖା ସୁନ୍ଦରୀ, ଏଡ଼ିଏସଡବ୍ଲୁଓ ସାଧନ ଦାଶ, ଏନଏସି ସାହାୟକ ଯନ୍ତ୍ରୀ ସୁଧାକର ଦାଶ ଙ୍କ ଉପସ୍ଥିତିରେ ଏନଏସି ର ସମସ୍ତ ସଫେଇ କର୍ମଚାରି, ଅଙ୍ଗନବାଡି କର୍ମୀ, ସ୍ଵଛସାଥୀଓ କାର୍ଯ୍ୟଳୟ କର୍ମକର୍ତ୍ତା ଏକ ମିଳିତ ରା଼ଲି ମାଧ୍ୟମ ରେ ବର୍ଯ୍ୟବସ୍ତୁ ପରିଚାଳନା କାର୍ଯ୍ୟଳୟ ଠାରୁ ବାହାରି ଏନଏସି କାର୍ଯ୍ୟାଳୟ ନିକଟରେ ଶପଥ ପାଠ କରିଥିବା ବେଳେ ଅନ୍ୟ 100 ଜଣଙ୍କୁ ମଧ୍ୟ ଏହି ଶପଥ କରାଇବି ବୋଲି କହିଥିଲେ !ପରେ ପରେ ସମସ୍ତ କୋଦଳା ମୁଖ୍ୟ ରାସ୍ତାରେ ସ୍ଵଛତା ଓ ସମସ୍ତ ପ୍ଳାଷ୍ଟିକ ବର୍ଯ୍ୟାବସ୍ତୁ କୁ ସମ୍ପୂର୍ଣ ବର୍ଜନ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ !ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡ଼ିଏସଡବ୍ଲୁଓ କାର୍ଯ୍ୟକ୍ରମ ରେ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରି ଖୁସିବ୍ୟକ୍ତ କରିଥିଲେ ।

ଜବତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ; ଗୁଣପୁର ଅବକାରୀ ବିଭାଗ କୁ ବଡ଼ ସଫଳତା ….!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଭୋର ରେ ପେଟ୍ରୋଲିଂ କରୁଥିବା ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଗୁଣପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ହିତାଂସୁ ଶେଖର ମଲ୍ଲିକ ଙ୍କ ନେତୃତ୍ୱ ରେ ପଦ୍ମପୁର ଅଧିନସ୍ଥ ପରିମା ଗ୍ରାମ ର ରଘୁନାଥ ମାଝି (୨୮) , ପିତା – କାର୍ଜି ମାଝି ନାମକ ବ୍ୟକ୍ତି ଙ୍କ ଠାରୁ ୧୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଉକ୍ତ ଗଞ୍ଜେଇ ଗୁଡିକୁ ବାହାର ରାଜ୍ୟ କୁ ରପ୍ତାନି କରିବାକୁ ଅଭିଯୁକ୍ତ ଗଚ୍ଛିତ କରି ରଖିଥିବା ସୁଚନା ଦେଇଥିଲେ ଅବକାରୀ ଥାନା ଅଧିକାରୀ ।

ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୁଚନା ମିଳିଛି । ଏଥି ନେଇ ଅବକାରୀ ଥାନା କେସ୍ ନମ୍ବର ୨୮/୨୦୨୧ କ୍ରମେ କମିଟିଂ ଅଫେନ୍ସ୍ ଧାରା ୨୦ (ବି) (ii) (ସି) ଏନ ଡ଼ି ପି ଏସ୍ ଆକ୍ଟ ୧୯୮୫ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ଦେଇଛନ୍ତି ।  ଆଜି ବିଭାଗ ପକ୍ଷରୁ ଗୁଣପୁର ଅବକାରୀ କାର୍ଯ୍ୟ।ଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଗୁଣପୁର ରେଞ୍ଜ ଅବକାରୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ସମେତ ଓ॰ଆଇ॰ସି ଶ୍ରୀ ମାଧବ କୌଶଲ୍ୟା, ଗୁଣପୁର ଏ॰ଆଇ॰ସି ଶ୍ରୀ ଦିବାକର ମହାପାତ୍ର , ବିଷମକଟକ ଏ॰ଆଇ॰ସି ଶ୍ରୀ ସନ୍ତୋଷ କୁମାର ସେଠୀ , ଗୁଡାରୀ ଏ॰ଆଇ॰ସି ଶ୍ରୀ ମାଝି ଗୌରୀ ପଟନାୟକ ଏବଂ ଗୁଣପୁର , ଗୁଡାରୀ ଓ ପଦ୍ମପୁର ଅବକାରୀ ବିଭାଗ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହିଥିଲେ ।