ପିସିସି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ପବିତ୍ର ଜୟନ୍ତି ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ କଂଗ୍ରେସ ଦଳ ପକ୍ଷରୁ ନେତୃବୃନ୍ଦ ଚନ୍ଦ୍ରଶେଖରପୁର ସ୍ଥିତ ନାଲକୋ ଛକ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ନୀତି ଓ ଆଦର୍ଶକୁ ସାରା ଭାରତବାସୀ ଆଜି ଆପଣେଇବା ଉଚିତ । ଏହି ଆଦର୍ଶରେ ଅନୁପ୍ରାଣିତ ହେବା ପ୍ରତ୍ୟେକ ନାଗରିକଙ୍କର ନୈତିକ କର୍ତବ୍ୟ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁୂମାର ରାଉତରାୟ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, କିଶୋର ଜେନା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ପଦ୍ମାକର ଗୁରୁ, ବିଶ୍ୱଜିତ ଦାଶ, ଅମିୟ ପଟ୍ଟନାୟକ, ହଳଧର ସେଠୀ, ଦୀପକ ମହାପାତ୍ର, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ସ୍ୱାଧୀନବାଳା ଦାସ, ପ୍ରଣତୀ ମିଶ୍ର,ସୁଶାନ୍ତ ତ୍ରିପାଠୀ, କନକଲତା ମଲ୍ଲିକ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ଭାସ୍କର ସେଠୀ, ରାଜକିଶୋର ବାରିକ, ସଂଜୟ ମିଶ୍ର, ମନୋଜ ସାହୁ, ସଂକୁନା କହଁର, ଆତ୍ମାରାମ ପତି, ମନୋରଞ୍ଜନ ରାଉତରାୟ, ସୁଶାନ୍ତ ତ୍ରିପାଠୀ, ଦେବେନ୍ଦ୍ର ପ୍ରସାଦ ଦାସ, କୁଳମଣି ସାହୁ, ବିକ୍ରମ ସାହୁ, ମିହିର ଆଚାର୍ଯ୍ୟ, ତ୍ରିନାଥ ନାୟକ, ଖଗେଶ୍ୱର ମଲ୍ଲିକ, ନାରାୟଣ ଜେନା, ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଡ୍ରଗ୍ସ ମାଫିଆଙ୍କର କାର୍ଯ୍ୟକଳାପ ଅହେତୁକ ଅଭିବୃଦ୍ଧି ରାଜନୈତିକ ଛତ୍ରଛାୟା ଯୋଗୁଁ : ସୁବୋଧକାନ୍ତ ସହାୟ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଏହି କିଛି ବର୍ଷ ହେଲା ଭାରତ ବର୍ଷରେ ଡ୍ରଗ୍ସ କାରବାରର ଅହେତୁକ ଅଭିବୃଦ୍ଧି ଘଟିଛି ଏବଂ ଏହା ଭାରତବର୍ଷର ଜାତୀୟ ସୁରକ୍ଷା ଓ ନିରାପତା ପ୍ରତି ଘୋର ବିପଦ ସୃଷ୍ଟି କରିଛି । କେନ୍ଦ୍ରରେ ମୋଦି ସରକାରଙ୍କ ସମୟରେ ଡ୍ରଗ୍ସ ମାଫିଆ ମାନେ ହଜାର ହଜାର କିଲୋଗ୍ରାମ ଡ୍ରଗ୍ସ ବିଦେଶରୁ ଭାରତବର୍ଷକୁ ପଠାଉଛନ୍ତି । ଏହା ଦ୍ୱାରା ଭାରତ ବର୍ଷର ଯୁବକମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି । ଏଥି ସହ ଭାରତ ବର୍ଷର ଜାତୀୟ ସୁରକ୍ଷା ଓ ନିରାପତା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ବର୍ଷର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୁବୋଧକାନ୍ତ ସାହାୟ ଉଦ୍‌ବୋଧନ ଦେଇ କହିଲେ ଯେ ଜୁନ-୯, ୨୦୨୧ ମସିହାରେ ୨୫ ହଜାର କିଲୋଗ୍ରାମର ହେରୋଇନ ଭାରତବର୍ଷକୁ ଆଫଗାନି ସ୍ଥାନରୁ ଇରାନ ଦେଇ ଗୁଜୁରାଟର ଆଦାନୀ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ଆସିଥିଲା । ଯାହାର ବଜାର ମୂଲ୍ୟ ୧ଲକ୍ଷ ୭୫ ହଜାର କୋଟି ଟଙ୍କା ଅଟେ । ପୁନଶ୍ଚ ୧୩ ସେପ୍ଟେମ୍ବର ୨୦୨୧ ମସିହାରେ ୩ ହଜାର କିଲୋଗ୍ରାମର ହେରୋଇନ ସେହି ଆଦାନୀ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ଆସିଥିଲା । ଯାହାର ବଜାର ମୂଲ୍ୟ ୨୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ସବୁ ହେରୋଇନକୁ ମେସର୍ସ ହାସାନ ହୁସେନ ଲିମିଟେଡ଼ ନାମକ ଆଫଗାନି ସ୍ଥାନର ଏକ ସଂସ୍ଥା ରପ୍ତାନୀ କରିଥିଲା ଏବଂ ଭାରତ ବର୍ଷର ଆସିଟ୍ରେଡିଂ କମ୍ପାନୀ ନାମକ ବିଜୟୱାଡା, ଆନ୍ଧ୍ରପ୍ରଦେଶର ଏହାକୁ ଆମଦାନୀ କରିଛନ୍ତି । ସେପ୍ଟେମ୍ବର ୧୩ ତାରିଖରେ ୩ ହଜାର କିଲୋଗ୍ରାମ ମୁନ୍ଦ୍ରା ପୋର୍ଟରେ ପଂହଚି ଥିଲା ତାହାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଡି.ଆର.ଆଇ ଦ୍ୱାରା ଧରାଯାଇଛି କିନ୍ତୁ ପ୍ରଥମ ୨୫ ହଜାର କିଲୋଗ୍ରାମର ହେରୋଇନ ଏପର୍ଯ୍ୟନ୍ତ ଧରାଯାଇ ନାହିଁ, ତେଣୁ ବସ୍ତୁତଃ ଏହା ବଜାରକୁ ଚାଲିଯାଇଛି । ଏହା ଆସନ୍ତା ଦିନରେ ଭାରତ ବର୍ଷର ଯୁବକମାନଙ୍କୁ ନିଶାଗ୍ରସ୍ତ କରିବା ନିଶ୍ଚିତ । ଏହି ସବୁ ହେରୋଇନ ମୁହଁ ମୁଖା ପାଉଡରର ପଥର ଖଣ୍ଡ ହିସାବରେ ଆଫଗାନୀ ସ୍ଥାନରୁ ଭାରତକୁ ଆମଦାନୀ କରାଯାଇଥିଲା । ସବୁଠାରୁ ଅତି ଚିନ୍ତାଜନକ କଥା କେନ୍ଦ୍ର ସରକାରଙ୍କର ଡିଆରଆଇ ଯେଉଁ ଆସିଟ୍ରେଡିଂ କମ୍ପାନୀର ଦୁଇ ପ୍ରମୁଖ ବ୍ୟକ୍ତି ଯେଉଁମାନଙ୍କୁ ଗିରଫ କରିଛନ୍ତି ସେମାନେ ହେଉଛନ୍ତି ଶ୍ରୀ ସୁଧାକର ମାଛଭାରମ ଏବଂ ତାଙ୍କର ପତ୍ନି ଶ୍ରୀମତୀ ଗୋବିନ୍ଦରାଜୁ ବୈଶାଳୀ ସେମାନେ ଗଣମାଧ୍ୟମ ଆଗରେ ଏବଂ ଡିଆରଆଇ ସମ୍ମୁଖରେ ମାତ୍ର ୪ଲକ୍ଷ ଟଙ୍କା ଏଥିରୁ ତାଙ୍କୁ ମିଳିଛି ବୋଲି ପ୍ରକାଶ କରିଛନ୍ତି । ତାଙ୍କ କମ୍ପାନୀ ଆସିଟ୍ରେଡିଂ ଏକ କମିଶନ ଏଜେଂଟ ବୋଲି ପ୍ରମାଣିତ ହୋଇସାରିଛି । ତେଣୁ ପ୍ରଶ୍ନ ଉଠୁଛି ଏଭଳି ଏକ ଅନାମଧ୍ୟେୟ ଦମ୍ପତି କାହିଁକି ଏବଂ କାହାପାଇଁ ବାରମ୍ବାର ଏତେ ପରିମାଣର ହେରୋଇନ ଆମଦାନୀ କରିଛନ୍ତି? ଏହା ପଛରେ କେଉଁ ଗୃହ ଡ୍ରଗ୍ସ ମାଫିଆମାନେ ରହିଛନ୍ତି ଏବଂ କାହା ଇସାରାରେ ଏ ଡ୍ରଗ୍ସ କାରବାର ଚାଲୁଛି? ସୁତରାଂ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ନିମ୍ନଲିଖିତ ପ୍ରଶ୍ନର ଉତର ଚାହୁଁଛି ।
● କାହିଁକି ଜୁନ ୯ ତାରିଖରେ ଗୁଜୁରାଟର ଆଦାନୀ ମୁନ୍ଦ୍ରା ପୋର୍ଟରେ ପଂହଚିଥିବା ୨୫ ହଜାର କିଲୋଗ୍ରାମର ହେରୋଇନ ଧରାଗଲା ନାହିଁ ? ଏହା ଗଲା କୁଆଡ଼େ ?
● ନାରକୋଟ୍ରିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି), ଡାଇରଟରେକ୍ଟ ଅଫ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ), ଏନଫ୍ରୋସମେଂଟ ଡିରୋକ୍ଟରେଟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ଭାରତୀୟ ଇଂଟେଲିଜେନ୍ସ ବ୍ୟୁରୋ ଅନୁଷ୍ଠାନ ମାନ ଏ କ୍ଷେତ୍ରରେ ନିଷ୍କ୍ରିୟ କାହିଁକି? ଏମାନେ କ’ଣ ନିଜ କର୍ତବ୍ୟ ହୁଡ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କର ରାଜନୈତିକ ପ୍ରତିପକ୍ଷଙ୍କ ଉପରେ ପ୍ରତିଶୋଧ ନେବାରେ ଲାଗିପଡ଼ିଛନ୍ତି?
● ଭାରତବର୍ଷର ଯୁବକ ମାନଙ୍କୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଏହା ଏକ ଚାଲ କି ?
● ଏହା ସିଧାସଳଖ ଜାତୀୟ ସୁରକ୍ଷା ପ୍ରତି ଏକ ଆହ୍ୱାନ ସୃଷ୍ଟି କରୁ ନାହିଁକି? ଏହି ଡ୍ରଗ୍ସ କାରବାର ସମସ୍ତ ଆଫଗାନିସ୍ଥାନର ତାଲିବାନ ବିଦ୍ରୋହୀ ମାନଙ୍କ ଦ୍ୱାରା ପରିଚାଳିତ ।
● କ’ଣ କେନ୍ଦ୍ର ସରକାର ଭାରତବର୍ଷର ଯୁବକମାନଙ୍କୁ ନିଶାଶକ୍ତ କରିବାର ମସୁଧା କରିଛନ୍ତି କି?
● ରାଜନୈତିକ ପୁଷ୍ଠପୋଷକତା ଓ ଭାରତ ସରକାରଙ୍କର ପ୍ରୋତ୍ସାହନ ବିନା ଏଭଳି ଏକ ଡ୍ରଗ୍ସ ନେଟୱାର୍କବ ସମ୍ଭବକି ?
● କାହିଁକି ଆଦାନୀ ମୁନ୍ଦ୍ରା ପୋର୍ଟକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ?
ଏପରି ଏକ ସାଂଘାତିକ ଡ୍ରଗ୍ସ କାରବାରର ପର୍ଦାଫାସ ପାଇଁ ସୁପ୍ରିମକୋର୍ଟର ଦୁଇଜଣ କାର୍ଯ୍ୟକାରୀ ବିଚାରପତିଙ୍କୁ ନେଇ କମିଶନଙ୍କ ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହରା, ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

ଭାଲିଆଝର ଠାରେ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ …!

!!! ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ର ଭାଲିଆଝର ଠାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ଵର୍ଗତ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ଦକ୍ଷିଣ ଓଡିଶା ସାହିତ୍ଯ ସମ୍ମିଳନୀ ର ମହାସଚିବ ତଥା ‘ଘଡ଼ଘଡ଼ି’ ର ସମ୍ପାଦକ ଦଣ୍ଡପାଣି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ବିଶ୍ବାଳ, ଗୌରକିଶୋର ମହାରଣା, ଜୟସେନ ବିଶୋଇ,ସମାଜସେବୀ ବସନ୍ତ କୁମାର ବାରିକ, ପ୍ରଦୀପ କୁମାର ବିଶ୍ଵାଳ,ଶିକ୍ଷକ ସୁଧୀର କୁମାର ବେହେରା, ପ୍ରକାଶ ଚନ୍ଦ୍ର ଭୂୟାଁ, କୃଷ୍ଣଚନ୍ଦ୍ର ଦୋରା, ପଙ୍କଜ କୁମାର ବେହେରା, ସୁରେନ୍ଦ୍ର କୁମାର ଗୌଡ, ସମେତ ଅନ୍ୟମାନେ ଉପସ୍ଥିତ ରହିବା ସ୍ଵର୍ଗତ ଶ୍ରୀ ବିଶ୍ଵାଳ ଙ୍କ ସ୍ମୃତି ଚାରଣ କରିଥିଲେ ।

ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ଵର୍ଗତ ଶ୍ରୀ ବିଶ୍ଵାଳ ଙ୍କ ତିନି ପୁତ୍ର ଅନିଲ କୁମାର ବିଶ୍ଵାଳ, ସୁନୀଲ କୁମାର ଏବଂ ସୁଶିଲ କୁମାର ସମେତ ତାଙ୍କର ସମସ୍ତ ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ମାନେ ଉପସ୍ଥିତ ରହିବା ସହ ସ୍ମୃତିଚାରଣ ମଧ୍ଯ କରିଥିଲେ । ଗତ ବର୍ଷ ୧୪.୧୦.୨୦୨୦ ରିଖରେ ସ୍ଵର୍ଗତ ବିଶ୍ଵାଳ ଙ୍କ ଅକସ୍ମାତ ଦେହାନ୍ତ ହୋଇଥିଲା ।

ପାଣିଟାଙ୍କି ଦ୍ଵାରା ଜଳ ଯୋଗାଣ…!

!!! ରାୟଗଡା ଜିଲ୍ଲା ରୁ ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କଲ୍ୟାଣସିଂହପୁର)- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବିଭିନ୍ନ ସାହିରେ ପାନୀୟ ଜଳ ପାଇଁ ନଳକୂପ ଖନନ କରାଯାଇନି।ତେଣୁ ସାହିବାସିନ୍ଦା ଦୀର୍ଘ ବର୍ଷ ହେଲା ନଦୀର ଦୂଷିତ ପାଣି ପିଇ ଆସୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଜଣେ ବ୍ୟକ୍ତି ଟାଙ୍କି ଯୋଗେ ସାହିବାସିନ୍ଦାଙ୍କୁ ସପ୍ତାହକୁ ଦୁଇଥର ପାଣି ଯୋଗାଉଛନ୍ତି।ବାକିଟି ସାହିରେ ୧୫ପରିବାର ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି।କିନ୍ତୁ ସାହିରେ ପ୍ରଶାସନ ପକ୍ଷରୁ ନଳକୂପଟିଏ ମଧ୍ୟ ଖନନ କରାଯାଇନି। ତେଣୁ ବାଧ୍ୟ ହୋଇ ସାହିବାସିନ୍ଦା ନିକଟସ୍ଥ କଲ୍ୟାଣ ନଦୀର ଦୂଷିତପାଣି ପିଉଥିଲେ।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ଦ୍ୱାର ସାହିରୁ ପାଇପ୍ ଯୋଗେ ସାହିବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା।ତେବେ ଏହା ମଧ୍ୟ ଦୁଇ ବର୍ଷ ହେଲା ବନ୍ଦ ହୋଇ ଯାଇଥିବାରୁ ସାହିବାସିନ୍ଦା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।

ଏଭଳି ପରିସ୍ଥିତିରେ ବଡ଼ଦ୍ଵାର ସାହିର ବଦାନ୍ୟ ବ୍ୟକ୍ତି କାଳିଆମଣି ଭତ୍ରା ନିଜସ୍ୱ ଉଦ୍ୟମରେ ଏକ ଟ୍ରାକ୍ଟରରେ ଟାଙ୍କି ଲଗାଇ ଦୁଇ ଦିନକୁ ଥରେ ପାଣି ଯୋଗାଉଥିବା ସାହିବାସିନ୍ଦା ପ୍ରକାଶ କରିଛନ୍ତି। କାଳିଆମଣିଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳରେ ବେଶ୍ ପ୍ରସଂସା କରାଯାଇଛି। ପାନୀୟ ଜଳ ସମସ୍ୟା ନେଇ ସାହିବାସିନ୍ଦା ବିଡିଓଙ୍କୁ ଲିଖି ଭାବେ ଜଣାଇବା ପରେ ଆର.ଡବ୍ଲ.ଏସ.ଏସ ଯନ୍ତ୍ରୀ ବାକିଟି ସାହିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ଏହାପରେ ବି ସାହିରେ ପାନୀୟ ଜଳ ବ୍ୟବସ୍ଥା କରାଯାଉ ନଥିବାରୁ ସାହିବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଜନପ୍ରତିନିଧି ମଧ୍ୟ ପାନୀୟ ଜଳ ସମସ୍ୟା ପ୍ରତି ଗୁରୁତ୍ଵ ଦେଉ ନଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି।ତୁରନ୍ତ ସାହିରେ ନଳକୂପ ଖନନ କରିବା ସହ ବଡ଼ଦ୍ୱାର ସାହିରୁ ପୁଣି ଥରେ ପାଇପ୍ ସଂଯୋଗ ଦେଇ ଜଳଯୋଗାଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି।

ଜି.ଆଇ.ଇ.ଟି ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ ପାଳିତ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣୁପୁର ଜି ଆଇ ଇ ଟି ବିଶ୍ବ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବର ରେ ପାଳିତ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ଏକ ମିନି ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ମାରାଥନ ଗୁଣୁପୁର ମହାବିଦ୍ୟାଳୟ ଛକ ଠାରୁ ଆରମ୍ଭ ହୋଇ ବିଶ୍ବ ବିଦ୍ୟାଳୟ ରେ ଶେଷ ହୋଇଥିଲା । ଏହାକୁ ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଏନ ଭି ଜେ ରାଓ ସବୁଜ ପତକା ଦେଖାଇ ଆରମ୍ଭ କରିଥିଲେ। ଏଥିରେ ଅନୁଷ୍ଠାନର ଡ଼ି ନ ଏକାଡେମିକ ଡ଼. ଏ.ଭି. ଏନ ଲ ଶର୍ମା, ପ୍ରଫେସର ଡଃ.ସଞ୍ଜୟ କ୍ଲିଅର,ଡ଼ୀ ଜ୍ୟୋତିର୍ମୟ ମିଶ୍ର,ଡ଼ ଆଶିଷ ସାମଲ,ଡ଼ି .ଅନିଲ କୁମାର ,ଦେବାଶିଷ ପଟନାୟକ ,ଡଃ ବ୍ରଜ କିଶୋର ମିଶ୍ର, ସତ୍ୟ ନାରାୟଣ ଦାସ, ରଞ୍ଜିତ ପାଣିଗ୍ରାହୀ ତଥା ଅଧ୍ୟାପକ ,ଛାତ୍ରଛାତ୍ରୀ ପ୍ରମୁଖ ଭାଗ ନେଇଥିଲେ ।

ପରେ ବିଶ୍ୱ ବିଦ୍ୟାଳୟ ପରିସରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ କୁଳପତି ଡଃ ଗୌତମ ଘୋଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହ ଅନୁଷ୍ଠାନ ରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲା। ପରେ ମହାତ୍ମାଗାନ୍ଧୀଙ୍କ ଜୀବନୀ ନେଇ ଏକ ଆଲୋଚନା ଚକ୍ର ହେଇଥିଲା । ମାରାଥନ ରେ କୃତି ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କ୍ରୀଡା ଅଧୁକାରୀ ରବୀନ୍ଦ୍ର କୁମାର ପଣ୍ଡା, ବି.ଟି ଭି.ରାମନା ମୂର୍ତ୍ତି ,ପିଣ୍ଟୁ ବେବର୍ତୀ ଓ ସେବା ଯୋଜନା ର ଆବାହକ ଡଃ ପ୍ରେମାନସୁ ଶେଖର ରଥ ପରିଚାଳନା କରିଥିଲେ।

ଗାନ୍ଧୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର…..!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ମଣିଷ ଥକି ପଡିନି, ଆଗେଇ ଚାଲିଛି ଦିନ ଦରିଦ୍ର, ଏପରି କି ଗୋପାଏ ରକ୍ତପାଇଁ ମଣିଷ ଏପଟସେପଟ ହେଉଥିବାବେଳେ ଓଡିଶା ମୋ ପରିବାର ର ସଦସ୍ୟ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଆଗକୁ ଆଗକୁ ରକ୍ତଦାନ ଶିବିର ଆୟୋଜନ ରେ ବ୍ୟସ୍ତ lଏ ପରିପ୍ରେକ୍ଷୀରେ ଆଜି ବରଗଡ ସହରର ଓ୍ୱାର୍ଡ ନଂ ୧୪ରେ ଓଡ଼ିଶା ମୋ ପରିବାର,ବିଜୁ ଯୁବ ଜନତା ଦଳ ବରଗଡ ଏବଂ ବିଜୁ ଛାତ୍ର ଜନତା ଦଳ ର ମିଳିତ ଆୟୋଜନ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି lମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ଏହି ରକ୍ତ ଦାନ ଶିବିର ରେ ସମୁଦାୟ ୩୪ ପ୍ୟାକେଟ ରକ୍ତ ସଂଗ୍ରହ କରାଯାଇଥିଲା lଠିକ ସେ ଭଳି ଭଟଲି ବ୍ଳକ ଅନ୍ତର୍ଗତ ନାରଙ୍ଗପୁର ଠାରେ ଥିବା ଗାନ୍ଧୀଜୀ କ୍ଳବ୍ ଏବଂ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଶିବିର କୁ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ପ୍ରାରମ୍ଭେ ରକ୍ତଦାନ ଶିବିର କୁ ତାଙ୍କ କୋମଳ ହସ୍ତରେ ଉଦଘାଟନ କରି ରକ୍ତଦାତା ଙ୍କୁ ଦମ୍ଭ ଓ ସାହାସ ବଢ଼ାଇଥିଲେ l ଏଇ ଶିବିର ରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ….!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳ ପକ୍ଷରୁ ପ୍ରତିବର୍ଷ ଭଳି ଆସନ୍ତା ତା ୦୪.୧୦.୨୦୨୧ରିଖ ଦିନ ପବିତ୍ର ଶ୍ରୀ ନୃସିଂହନାଥ ତୀର୍ଥକ୍ଷେତ୍ର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ସହଭାଗୀ ବିକାଶ ଅଭିଯାନ ର ସଭାଗୃହ ଠାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ପୂର୍ବତନ ବିଧାୟକ ଶ୍ରୀମାନ ସତ୍ୟଭୂଷଣ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ର ଟାଣୁଆ ନେତା ତଥା ପଶ୍ଚିମାଞ୍ଚଳ ର ଟାଇଗର ଶ୍ରୀମାନ ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଜଜ୍ଞଶ୍ୱର ବାବୁ,ବରଗଡ ପ୍ରଭାରୀ ରାଜକିଶୋର ଷଡ଼ଙ୍ଗୀ, ବରଗଡ଼ ଜିଲ୍ଲା କଂଗ୍ରେସ ଦଳ ର ସଭାପତି ନିହାର ମହାନନ୍ଦ, ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ଏବଂ ବରଗଡ ଲୋକସଭା ଅଧିନସ୍ଥ ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମାନ ସାହୁ ଙ୍କ ଠାରୁ ପ୍ରକାଶ l ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାଯାଏ lଏହି ବୈଠକ ରେ ପାଇକମାଳ ବ୍ଳକ କଂଗ୍ରେସ ଦଳ ର ସଭାପତି ଶ୍ରୀମାନ ବିନୋଦ ବିହାରୀ ବିଶ୍ବାଳ ସମେତ ପଦ୍ମପୁର ବ୍ଳକ ତଥା ସହରାଞ୍ଚଳ ସଭାପତି, ଝାରବନ୍ଧ ବ୍ଲକ କଂଗ୍ରେସ ଦଳ ର ସଭାପତି ଙ୍କ ସମେତ ବରିଷ୍ଠ ନେତା ମାନଙ୍କ ଉପସ୍ଥିତି ରେ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି l

ବାଲ୍ୟ ବିବାହ ନିରାକରଣ ପାଇଁ ସ୍ବତନ୍ତ୍ର ଗ୍ରାମସଭା ୧୮୨ ପଞ୍ଚାୟତର ୧ ଲକ୍ଷ ଲୋକ କ‌ଲେ ଶପଥ ପାଠ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ବାଲ୍ୟ ବିବାହ ନିଷେଧ, କିଶୋରୀ ସଶକ୍ତିକରଣ ପାଇଁ ‘ପ୍ରଚେଷ୍ଟା’ ଅଭିଯାନ ମାଧ୍ୟମରେ ଗାନ୍ଧୀ ଜୟନ୍ତୀରେ ଜିଲ୍ଲାର ୧୮୨ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମସଭାରେ ବାଲ୍ୟ ବିବାହ, ଶିଶୁ ସୁରକ୍ଷା,ଶିଶୁ ଶ୍ରମିକ ସମ୍ବନ୍ଧିତ ସମସ୍ୟା ଓ ସମସ୍ତ ସ୍କୁଲ ଯିବା ବୟସର ପିଲା ବିଦ୍ୟାଳୟକୁ ଯିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା।ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଗ୍ରାମସଭାର ଅଧ୍ୟକ୍ଷ ତଥା ସରପଞ୍ଚଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ନା’ କରି ଗୋଟିଏ ଦିନରେ ୧ ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି।ପୁଅକୁ ୨୧ ବର୍ଷ, ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ ନ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ହୋଇଛି।ନିୟମ ଉଲ୍ଲଂଘନ କଲେ ୨ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ହେବ ବୋଲି ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗ୍ରାମସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ।

ବାଲ୍ୟ ବିବାହ ସଂପର୍କରେ ଖବର ପାଇଲେ ତୁରନ୍ତ ୧୦୯୮ ଚାଇଲଡ୍ ଲାଇନ୍,୧୧୨ ପୁଲିସଏବଂ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଞ୍ଚ, ସ୍ଥାନୀୟ ଅଙ୍ଗନବାଡି କର୍ମୀ,ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି।ନିର୍ବନ୍ଧ ସମୟରୁ କିମ୍ବା ବାହାଘର ବିଷୟରେ ଆଲୋଚନା ସମୟରେ ଝିଅ ଓ ପୁଅର ବୟସ ଯାଞ୍ଚ କରି ନେବା ଆବଶ୍ୟକ ଓ ବୟସ ଯାଞ୍ଚ ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟରେ ପାଠ ପଢିଥିବା ସାର୍ଟିଫିକେଟ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଇଛି।ଆବଶ୍ୟକ ପଡ଼ିଲେ ସେହି ଅଞ୍ଚଳର ଅଙ୍ଗନବାଡିକର୍ମୀଙ୍କ ପାଖରେ ଥିବା ରେଜିଷ୍ଟ୍ରାରରୁ ଯାଞ୍ଚ କରିନେବା ଆବଶ୍ୟକ କିନ୍ତୁ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ ବୋଲି ସଚେତନ କରଯାଇଛି। କୌଣସି ପୁଅ ସହିତ ନାବାଳିକା  ଝିଅ ଯଦି ଅନ୍ୟ ଅଞ୍ଚଳକୁ ପଳାୟନ କରନ୍ତି ତେବେ ତାହା ନାବାଳକ ଚାଲାଣ ଓ ନାବାଳିକା ଚାଲାଣ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ଧରି ନିଆଯିବ।୬ରୁ ୧୪ ବର୍ଷର ସମସ୍ତ ଶିଶୁ ବିଦ୍ୟାଳୟରେ ପାଠ ପଢିବା ଆବଶ୍ୟକ। ଯେଉଁ ଶିଶୁମାନେ ବିଦ୍ୟାଳୟକୁ ଯାଉ ନାହାନ୍ତି ସେମାନଙ୍କୁ ପଠାଇବା ପାଇଁ ଅଭିଭାବକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା,ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସମସ୍ତ ବିଡ଼ିଓ,ଅତିରିକ୍ତ ବିଡ଼ିଓ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମୁଖ ଗ୍ରାମସଭାରେ ଉପସ୍ଥିତ ଥିଲେ।

୩ବର୍ଷ ହେଲା ସରୁନି ଅମ୍ଲାଭଟ୍ଟା ଚାଟିକଣା ରାଜରାସ୍ତା କାମ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ୩ ମାସରେ କାମ ସାରିବାକୁ ଚୁକ୍ତି ହୋଇଥିଲା କିନ୍ତୁ ଇତି ମଧ୍ୟରେ ବିତିଗଲାଣି ୩ ବର୍ଷ।ଅଥଚ କାମ ସରିପାରୁନାହିଁ।ଅଧପନ୍ତରିଆ କାମ ପାଇଁ ସିଂହଭାଗ ରାସ୍ତ‌ାରେ ପିଚୁ କମ୍ ମାଟି ବେଶି ଥିବାରୁ ପ୍ରତିଦିନ ଘଟୁଛି ଦୁର୍ଘଟଣା। ଯେଉଁଥି ପାଇଁ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୪ ବ୍ଲକବାସୀ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।୫ନଂ ରାଜ୍ୟ ରାଜପଥର ଅମ୍ଲାଭଟ୍ଟା ଛକରୁ ଚାଟିକଣା ପର୍ଯ୍ୟନ୍ତ ୨୮.୬୮୦ କିମି ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହାରେ ପୂର୍ତ୍ତ ବିଭାଗ-୧ ଟେଣ୍ଡର ଡାକିଥିଲା।୧୨. ୬୦ ପ୍ରତିଶତ ଲେସରେ ଭବାନୀପାଟଣାର ବିନୋଦିନୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହାତେଇଥିଲା।୧୧ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତା କାମ ୩ ମାସର ଅବଧି ମଧ୍ୟରେ ଶେଷ କରିବାକୁ ଠିକା ସଂସ୍ଥା ୨୦୧୯ ଜୁଲାଇ ମାସରେ ଚୁକ୍ତି କରିଥିଲା।୨୦୧୯ ନଭେମ୍ବର ସୁଦ୍ଧା କାମ ସାରି ଡିସେମ୍ବରରେ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଛି।ହେଲେ ୩ ମାସ ବଦଳରେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ଶେଷ ହୋଇପାରୁନି।ବିଭିନ୍ନ କାରଣ ଦର୍ଶାଇ ଠିକା ସଂସ୍ଥା ପୂର୍ତ୍ତ ବିଭାଗକୁ ଠକି ଚାଲିଥିଲେ ମଧ୍ୟ ଠିକା ସଂସ୍ଥା ବିରୁଦ୍ଧରେ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି।ପୂର୍ତ୍ତ ବିଭାଗ ଯନ୍ତ୍ରୀ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବିଭାଗ ପକ୍ଷରୁ ନିର୍ମାଣ କାମ ଶେଷ କରିବାକୁ ତାରିଖ ପରେ ତାରିଖ ଅଫର୍ କରାଯାଉଛି ଠିକା ସଂସ୍ଥାକୁ।ଏହା ସତ୍ତ୍ବେ ରାସ୍ତା ନିର୍ମାଣ ଆରମ୍ଭ ହୋଇପାରୁନାହିଁ।୨୮ କିମି ରାସ୍ତା ମଧ୍ୟରୁ ୧୬ କିମି ରାସ୍ତା ୱାନ୍ ଲେୟାର ହୋଇଥିବା ବେଳେ ମାତ୍ର ୫ରୁ ୬ କିମି ରାସ୍ତା ଡବଲ୍ ଲେୟାର ହୋଇଛି।

ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧୀଙ୍କ ଅସନ୍ତୋଷ ପରେ କିଛି ମାସ ତଳେ ଠିକାସଂସ୍ଥାକୁ ଉପରିସ୍ଥ ଅଧିକାରୀ ତାଗିଦ୍ କରିଥିଲେ।ଏପରିକି ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ କରୁଥିବାରୁ କଳା ତାଲିକାଭୁକ୍ତ କରିବା ସହ କାମ ପାଇଁ ପୁଣି ଟେଣ୍ଡର ଆହ୍ବାନ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।କିନ୍ତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଠିକାଦାର ପୋଷିବା ନ୍ୟାୟରେ ପୁଣି ବିନୋଦିନୀ ଇନଫ୍ରାକୁ ୨୦୨୧ ଡିସେମ୍ବର ସୁଦ୍ଧା କାମ କରିବାକୁ ନୂଆ ଡେଡଲାଇନ୍ ଦେଇଛନ୍ତି।ଗତ ଦେଢ଼ ମାସ ହେଲା ଠିକା ସଂସ୍ଥା ସଂପୂର୍ଣ୍ଣ ବନ୍ଦ ରଖିଥିବାରୁ ଏବେ ରାଜପ‌ଥରେ ଯାତାୟାତ ସମ୍ଭବପର ହେଉନି। ଭାରିଯାନ ଏବଂ ଓଭରଲୋଡ୍ ଟ୍ରକ୍ ଚଳାଚଳ ଯୋଗୁ ରାଜପଥରେ ଅଣ୍ଟାଏ ଲେଖାଁଏ ଖାଲ ସୃଷ୍ଟି ହୋଇ ପ୍ରତିଦିନ ଗାଡ଼ି ଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି। କାଦୁଅରେ ଫଶିବା ପରେ ଗାଡ଼ି ଗୁଡ଼ିକ ବାହାରି ପାରୁନଥିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ମଧ୍ୟ ହେଉଛି।ସ୍ଥାନୀୟ ଲୋକ ମାଟି ପକାଇ ଖାଲଖମାକୁ ପ‌ୋତୁଥିବା ବେଳେ ଦିନ ରାତି ଭାରିଯାନ ଚଳାଚଳ ଯୋଗୁ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଫେରି ଆସୁଛି। ଏ ସଂପର୍କରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ଠିକାଦାରକୁ କୁହାଯାଇଛି ବୋଲି କହିଛନ୍ତି।ସୂଚନାଯୋଗ୍ୟ, ୫ ନଂ ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଏହି ରାସ୍ତା ରାୟଗଡ଼ାରୁ ମୁନିଗୁଡ଼ା କଳାହାଣ୍ଡି ଦେଇ ଛତିଶଗଡ଼ର ରାୟପୁରକୁ ସଂଯୋଗ ହୋଇଛି।ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲା ଭାଗରେ ଥିବା ରାଜପଥ ମଧ୍ୟରେ ଇମ୍ଫା, ବେଦାନ୍ତ ଭଳି ଅନ୍ତର୍ଜାତୀୟ କମ୍ପାନି ଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଭାରିଯାନ ଚଳାଚଳ କରୁଛନ୍ତି।ରାସ୍ତା ଅବସ୍ଥା କଦର୍ଯ୍ୟ ଯୋଗୁ ଭାରିଯାନ ଚଳାଚଳ ସମୟରେ ଗାଡ଼ି ଭାରସାମ୍ୟ ହରାଉଥିବାରୁ ଦୁର୍ଘଟଣା ଘଟୁଛି। ଏଥିସହିତ ଜିଲ୍ଲାର ଚନ୍ଦ୍ରପୁର,ମୁନିଗୁଡ଼ା, ବିଷମକଟକ ବ୍ଲକବାସୀ ଏହି ରାଜପଥ ଦେଇ ଜିଲ୍ଲା ସଦର ମହକୁମାକୁ ବିଭିନ୍ନ କାମରେ ଆସୁଛନ୍ତି।

ଗାନ୍ଧୀ ଜୟନ୍ତି ଉପଲକ୍ଷେ ମିଠା ଓ ଖାଦ୍ୟ ବଣ୍ଟନ….!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜ଼ିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ରାୟଗଡା ନଗର ରେ ଭାଜପାର ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।ଶ୍ରୀମତୀ ମଞ୍ଜୁଳା ମିନିଆକା ନଗର ଉପସଭାନେତ୍ରୀଙ୍କ ନେତୃତ୍ୱରେ ଜ଼ିଲ୍ଲା ଭାଜପା କାର୍ଯ୍ୟାଳୟ ରେ ଗାନ୍ଧୀ ଜି ଙ୍କ ଫୋଟୋଚିତ୍ରକୁ ପୁଷ୍ପମାଲ୍ୟ ଦିଆଯାଇଛି।….

ନଗର ଯୁବମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ହାଉସିଂବୋର୍ଡ କଲନିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ଶ୍ରୀ ବସନ୍ତ କୁମାର ଉଲ୍ଲାକା ଙ୍କ ନେତୃତ୍ୱରେ ରାୟଗଡା ଜେଲ ରେ ମିଠା ବଣ୍ଟା ଯାଇଛି ତତ୍ସହିତ ରାୟଗଡା ନଗଗରେ ଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।