କଡୁମ୍ବେରବାହାଲ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର ୨୦୨୧ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଚେରେଙ୍ଗାଝାଞ୍ଜ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଡୁମ୍ବେରବାହାଲ ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ସ୍ବାଗତ ଭାଷଣ ଦେଇଥିଲେ ।

ଏଥିରେ ଡୁମ୍ଵେରବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ଢେଙ୍କିମୁଣ୍ଡା ସ୍କୁଲର ସହକାରୀ ଶିକ୍ଷକ ବାବୁଲାଲ ଧରୁଆ ପ୍ରଶିକ୍ଷକ ଭାବେ ଯୋଗ ଦେଇ ତିନିଦିନ ଧରି ଏହି ଶିବିରକୁ ପରିଚାଳନା କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ଆବଶ୍ୟକତା, ଭୂମିକା ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମାଣ୍ଡୋସିଲ ସିଆରସିସି ରାଧେଶ୍ୟାମ ପଟେଲ ପ୍ରତିଦିନ ଏହାକୁ ତଦାରଖ କରୁଥିଲେ । ଏହି ଶିବିରରେ ଡୁମ୍ବେରବାହାଲ, ଦର୍ଲିପଡା, ଚୁହୁରିପଡା ଓ ନୂଆପଡ଼ା ସ୍କୁଲର ଶିକ୍ଷକ ଏବଂ ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।

ପରିଦର୍ଶନ ରେ ପୁଝାରୀ ପାଲି ଗ୍ରାମ୍ୟ ସ୍କୁଲ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର କୁ ଅଧିକ ସଫଳ କରିବା ପାଇଁ ଅଦ୍ଯ ତାରିଖ ୨୯.୯.୨୧ ବୁଧବାର ଦିନ ଲଖମରା ପଂଚାୟତର ସମସ୍ତ ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ପୁଝାରୀ ପାଲି ଗାଁ ର ବାସ୍ତବତା ପରିଦର୍ଶନ କରି ଥିଲେ। ଉକ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସି.ଆର.ସି.ସି ସୁବାସ ଚନ୍ଦ୍ର ସାହୁ, ଶିକ୍ଷକ ଛାୟା କାନ୍ତ ଦେବତା,ରୋଶନ ବନିଆ,ପୁରୁଷୋତ୍ତମ ରାଉତ, ସେନ କୁମାର ସାହୁ, ସୁରେଶ ସାହୁ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିତାଞ୍ଜଳୀ ଭୋଇ ଜଣେ ଆଦର୍ଶ ବିଦ୍ୟାଳୟ ଗଢିବା ପାଇଁ ପରିଚାଳନା କମିଟି କଣ ଦାୟିତ୍ଵ ରହିଛି ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ବିଦ୍ୟାଳୟ ର ସଦସ୍ୟ ସଦସ୍ୟା ମାନେ ପୁଝାରୀ ପାଲି ଗାଁ ଓ ବିଦ୍ୟାଳୟ ସରସ, ସୁନ୍ଦର,ସ୍ବଛ,ଶୈକ୍ଷକ ପରିବେଶ ସଭି ଙ୍କ ମନ ମୁଗ୍ଧ କରିଥିଲା ପରିଶେଷରେ ସମସ୍ତ ବିଦ୍ୟାଳୟକୁ କିପରି ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ଗଢିବା ତୋଳିବା ନେଇ ପ୍ରତିଶୃତିବଦ୍ଧ ହୋଇଥିଲେ।

ପଦ୍ମପୁର ସରକାରୀ ଚିକିତ୍ସାଳୟ ରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ..!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ର କନଫରେନ୍ସ ହଲଠାରେ “ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ”-୨୦୨୧ ପାଳିତ ହୋଇଯାଇଛି lଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏସ.ଡି.ଏମ.ଓ ଡାକ୍ତର ତହସିଲ ସାହୁ ଯୋଗଦାନ କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ଡାକ୍ତର ଗୀତାପିୟୁଷ ମିଶ୍ର, ଡାକ୍ତର ଯଦୁମଣି ସାହୁ ଯୋଗଦାନ କରି ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ lପଦ୍ମପୁର ସ୍ଥିତ ରକ୍ତଭଣ୍ଡାର ର ଲାବରୋଟାରୀ ଟେକନିସିଆନ ସଂଗ୍ରାମ କେଶରୀ ମହନ୍ତ ସଭାକାର୍ଯ୍ୟ ସମ୍ପାଦନା କରିଥିବାବେଳେ, ହସ୍ପିଟାଲ ମ୍ୟାନେଜର ଦିବ୍ୟକିଶୋର ମେହେର ସଭାକାର୍ଯ୍ୟ କୁ ଆଗେଇ ନେଇଥିଲେ lରକ୍ତଭଣ୍ଡାର ରେ କାର୍ଯ୍ୟରତ କର୍ମଚାରୀ ଦିପକ ସାହୁ, ହିତେଶ କୁମାର ସାହୁ,ସୁମିତ କୁମାର ସିହ୍ନା, ସଭାକାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ lଏହି କାର୍ଯ୍ୟକ୍ରମ କୁ ଆସିଥିବା ବିଭିନ୍ନ ଅଞ୍ଚଳ ର ସ୍ୱେଚ୍ଛାକୃତ ରକ୍ତଦାତା ମାନେ ଯୋଗଦେଇ ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ lଏହି ସଭାରେ ଆଗକୁ ଆହୁରି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତାବ ଗୃହୀତ ହେଲା l ଗାଁ ମାନଙ୍କରେ ରକ୍ତଦାତା କମିଟି ଗଠନ ପାଇଁ ଡାକ୍ତର ଯଦୁମଣି ସାହୁ କରିଥିବା ଯୋଜନା କୁ ଉପସ୍ଥାପନା କରାଗଲା lଶ୍ରୀ ବି . ଶ୍ରୀନିବାସ ରାଓ ସୋସିଆଲ ମିଡ଼ିଆ ପେଜ ଦ୍ଵାରା ସଚେତନତା କୁ ଲୋକାଭିମୁଖୀ କରିବା ପ୍ରସ୍ତାବ ଦେଇଥିଲେ lଉପସ୍ଥିତ ସ୍ବେଚ୍ଛାସେବୀ ରକ୍ତଦାତା ମାନେ “ଭ୍ରାମ୍ୟମାଣ ରକ୍ତ ଯାନ” କୁ ପଦ୍ମପୁର ରେ ଉପଲବ୍ଧ କରାଇଲେ ରକ୍ତଭଣ୍ଡାର ର ରକ୍ତସଂଗ୍ରହ ର ପରିମାଣ ବୃଦ୍ଧି ହୋଇପାରିବ ବୋଲି ପ୍ରଶାସନ କୁ ଅନୁରୋଧ କରିଥିଲେ lଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ:-ନିଲେଶ କୁମାର ଅଗ୍ରୱାଲ, ପ୍ରଦୀପ କୁମାର ସାହୁ, ଗୋପବନ୍ଧୁ ଶିକା, ପ୍ରକାଶ କୁମାର ଭୋଇ, ରାଧାକାନ୍ତ ଲୁହାର,ବିଶାଲ ଭୋଇ, ଦେବାଶିଷ ପ୍ରଧାନ, ଅଶ୍ୱିନୀ ଧରୁଆ,ସୋମେଶ ଚନ୍ଦ୍ର ମହାନ୍ତି, ରାଜେନ୍ଦ୍ର ସାହୁ, ସୁନିଲ ବେହେରା,ଉମେଶ ପ୍ରସାଦ ସାହୁ, ଗୋପାଳ ପ୍ରସାଦ ବେହେରା, ଶିବାଶିଷ ପଟ୍ଟନାୟକ,ଜୟ ପ୍ରକାଶ ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତଦାତା ମାନେ ଉପସ୍ଥିତ ଥିଲେ l