ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର ଉଦଯାପିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତ୍ରିଦିବସୀୟ ପରିଚାଳନା କମିଟି ତାଲିମ ଶିବିର ଉଦଯାପିତ ହୋଇ ଯାଇଛି l ଗୁଣାତ୍ମକ ଶିକ୍ଷା ର ମାନ ବୃଦ୍ଧି , ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠି ସମ୍ପୃକ୍ତି ସହ ବିଦ୍ୟାଳୟ ର ଉନ୍ନତିକରଣ ଏହି ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ l ତାଲିମ ର ପ୍ରଥମ ଦିବସରେ ଷ୍ଟାଣ୍ଡିଙ୍ଗ କମିଟି ସଭାପତି ତଥା ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିବିର ର ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଯୁବ ଶିକ୍ଷକ ଅଜିତ ବାରିକ ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି ରେ କମିଟି ର ଭୁମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇ ଥିଲେ l

ଦ୍ଵିତୀୟ ଦିବସ ତାଲିମ ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମରିଅମ କୁଲୁ, ସତ୍ୟ ଭୂଷଣସାହୁ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ, ଶ୍ରୀମତୀ କବିତାଞ୍ଜଳି ଦାସ ମହିଳା ସ୍ୱାସ୍ଥ୍ୟ କର୍ମୀ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର, ତୋଫାନ ଚରଣ ମହନ୍ତ କୁଷ୍ଠ ବ୍ୟାଧି ନିରୂପଣ କର୍ମଚାରୀ ଗଣ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ l ହାତଧୁଆ, କୁଷ୍ଠ ବ୍ୟାଧି,ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,କୃମିନାଶକ, ଲୌହ ବଟିକା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ସି.ଆର.ସି.ସି ଶ୍ରୀମାନ ନାରାୟଣ ମେହେର, ସମ୍ମାନିତ ଅତିଥି ଭାବେ ଶ୍ରୀମାନ ସ୍ୱର୍ଗ ବାରିକ, ଭଦ୍ର ବ୍ୟକ୍ତି, ଶ୍ରୀମାନ ନିରଞ୍ଜନ ତ୍ରିପାଠୀ, (ବରିଷ୍ଠ ସାମ୍ବାଦିକ) ଓ ମିସ୍ ଦୀପା ବାରିକ( ସମାଜସେବୀ ତଥା ଟ୍ୱିଟର କୁଇନ) ଯୋଗଦାନ କରି ଶିକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଅଭିଭାବକ ଗଣ ସଚେତନ ହୋଇ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କରିବା ସହ ଶିଶୁ ଅଧିକାର,କନ୍ୟା ରତ୍ନ କୁ ହେଲା ନ କରି ପାଠ ପଢେଇବା ପାଇଁ ତିଳେ ବି କୁଣ୍ଠାବୋଧ କରିବ ନାହିଁ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ମହୋଦୟ ସମସ୍ତଙ୍କୁ ଆହ୍ୱାନ କରିଥିଲେ l

 

ଆଜିର ଦିବସରେ ଟ୍ୱିଟର କୁଇନ ଦିପା ବାରିକ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସହଯୋଗ ର ହାତ ବଢ଼େଇ ଉନ୍ନତି କରିବା ରେ ସହଯୋଗ କରିବା ବୋଲି ମତବ୍ୟକ୍ତ କରିଥିଲେ l ଏପରିକି ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ସହାୟତା କରିପାରିବେ ଆର୍ଥିକ, ଶାରୀରିକ ଓ ସାମଗ୍ରିକ ସହଯୋଗ କରିପାରିବେ ବୋଲି କହିଥିଲେ l ଏହି ଅବସରରେ ବିଦ୍ୟାଳୟ ତରଫରୁ ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଓ ଟ୍ୱିଟର କୁଇନ ଦୀପା ବାରିକ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ତିନି ଦିନିଆ ତାଲିମ ଶିବିର କୁ ସାଧନ କର୍ମୀ ଭାବେ ନିରାକାର ପ୍ରଧାନ ଓ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ l ପ୍ରତ୍ୟେକ ଦିବସ କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ପ୍ରଧାନ ସେବକ ପ୍ରଦୀପ କୁମାର ମହାନ୍ତି ସହଯୋଗ କରିଥିବା ବେଳେ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତାଲିମ ଶିବିର ଟି ସଫଳ ରୂପେ ଉଦଯାପିତ ହୋଇଯାଇଛି l

ଖବର ପ୍ରସାରଣ ପରେ ବହୁ ଦିନର କାର୍ଯ୍ୟ ହେଲା ସଫଳ; କାର୍ଯ୍ୟ।ଳୟ ରେ ଲାଗିଲା ନାମ ଫଳକ …!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରରେ ଠାରେ ଅବସ୍ଥାପିତ କ୍ଷୁଦ୍ର ଜଳସେଚନ ବିଭାଗ ର କାର୍ଯ୍ୟାଳୟ ଟି ଦୀର୍ଘଦିନ ହେଲା ଏଠାରେ କାର୍ଯ୍ୟ କ୍ଷମ ହେଉଥିଲେ ସୁଦ୍ଧା ଏଠାରେ ନାମଫଳଜ ଲାଗିନଥିବାରୁ ଵିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଅନେକ ଵ୍ୟକ୍ତି ଠିକଣା ସ୍ଥାନରେ ସୁବିଧାରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇ ଆସୁଥିବା ନେଇ ଆମ୍ଭ ଏଥର ସମ୍ଭାଳ ପକ୍ଷରୁ ଖବର ପ୍ରକାଶ କରି ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ବର୍ତ୍ତମାନ ଏଠାରେ ନାମଫଳକ ଲାଗିଛି । ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଏଭଳି ପଦକ୍ଷେପ କୁ ସାଧାରଣରେ ପ୍ରସଂଶା କରାଯାଇଛି ।

ଶାନ୍ତି ଓ ନ୍ୟାୟର ବାର୍ତ୍ତା ନେଇ ପଦଯାତ୍ରାକରି କଳାହାଣ୍ଡିରେ ପହଞ୍ଚିଲେ ଏକତା ପରିଷଦର ସଂସ୍ଥାପକ ପି. ଭି.ରାଜଗୋପାଲ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କଳାହାଣ୍ଡି)- ଦେଶରେ ଜାତିର ଜନକ ତଥା ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଶାନ୍ତି ଓ ନ୍ୟାୟର ବାର୍ତ୍ତା ନେଇ ପି.ଭି.ରାଜଗୋପାଳ (ରାଜାଜୀ) କଳାହାଣ୍ଡି ଜିଲ୍ଲାରେ ଗତ ତା୨୮/୦୯/ ୨୦୨୧ରିଖ ଦିନ ଭବାନୀପାଟଣା ସ୍ଥିତ ରାଜଗୋପାଲ ନଗର ଠାରେ ପହଞ୍ଚିଛନ୍ତି। ଏକତା ପରିଷଦର ଜିଲ୍ଲା ସଂଯୋଜକ ସରୋଜ ବାଗ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସ ଭାବେ ପାଳିତ ହୋଇ ଆସୁଥିବା ସେପ୍ଟେମ୍ବର ୨୧ ତାରିଖ ରୁ ଗାନ୍ଧୀଜୀ ଙ୍କ ଜନ୍ମଦିବସ ଅକ୍ଟୋବର ୨ ତାରିଖ ଯାଏଁ ପ୍ରତିବର୍ଷ ଦେଶର ୧୦୦ଟି ଜିଲ୍ଲାରେ ଏକାଥରେ ପାଳନ କରାଯାଇଥାଏ।ଶୋଷଣ ଓ ଭ୍ରଷ୍ଟାଚାର ମୁକ୍ତ ତଥା ସମାଜରେ ଗରୀବି, ଅସମାନତା, ହିଂସା କୁ ଦୂର କରି ଭୟମୁକ୍ତ ସମାଜ ଗଠନ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଏଥିରେ ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା, ଜାତୀୟ କମିଟି ସଦସ୍ୟ ଭାରତ ଭୂଷଣ ଠାକୁର, ପରିଷଦର ସଦସ୍ୟ ବରୁଣ ଅଭିଷେକ, ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ବରିଷ୍ଠ ସଦସ୍ୟ କାହ୍ନୁ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ,ଜନମ୍ ମାଟି ସୁରକ୍ଷା ସମିତି ଗିରିଧାରୀ ପାତ୍ର, ଆଦିବାସୀ ନେତା ପରମାନନ୍ଦ ମାଝୀ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ସିଦ୍ଧାର୍ଥ ନାୟକ, ସାମ୍ବାଦିକ ମଧୁସୂଦନ ମହାପାତ୍ର, ଜଗନ୍ନାଥ ନାଏକ,ଦୁଃଖିଶ୍ୟାମ ପ୍ରଧାନ, କଂଗ୍ରେସର ଟାଉନ୍ ସାଧାରଣ ସମ୍ପାଦକ ରେହମାନ ଅଲ୍ଲୀ ଖାଁ, ନବୀନ ସାହୁ, ଏକତା ପରିଷଦ ସଂଗଠନ ର ମନ୍ଦାକିନୀ ବାଣୁଆ, ଚିନ୍ମୟୀ ବେହେରା, ମନୀଷା ସାଧକ ଏବଂ ସ୍ଥାନୀୟ ରାଜଗୋପାଳ ନଗରବାସୀ ଉପସ୍ଥିତ ଥିଲେ।

ଦଳିତ ଯୁବକଙ୍କୁ ଥାନାରେ ମାଡ଼ ଓ ନିର୍ଯାତନା ତଥା ଜାତିଆଣ ଅଭିଯୋଗ…!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଥାନା ହାଜତ ରେ ଜଣେ ଦଳିତ ଯୁବକ ଙ୍କୁ ମାଡ଼ ମାରିବାରୁ ମୃତ୍ୟୁ ହେବାର ଘଟଣା ନ ଲିଭୁନୁ ପାଇକମାଳ ଥାନାରେ ପୁଣି ଜଣେ ଦଳିତ ଯୁବକ ଙ୍କୁ ନିର୍ଦ୍ଧୁମ ମାଡ଼ ଓ ଜାତିଆଣ ଭେଦଭାବ ଯୋଗୁଁ ଏ.ଆଇ.ସି ସବିତା ପାତ୍ର ଙ୍କ ନାମରେ କେସ ନଂ- ୧୮୭/୨୦୨୦-୨୧ ରେ ଧାରା-୩୪୧ ଓ ଧାରା-୩୨୩ ଅନୁସାରେ ତାଙ୍କ ନାମରେ କେସ ଫାଇଲ କରାଯାଇଛି ସେହିପରି ଅନ୍ୟ ପଟେ ଏସ.ଆଇ ପ୍ରଫୁଲ୍ଲ କୁମାର ତ୍ପାଣିଗ୍ରାହୀ ଙ୍କ ନାମରେ ଜାତିଆଣ ଭେତଭାବ ଯୋଗୁଁ ତାଙ୍କ ନାମରେ ଏକ୍ଟ୍ରସିଟୀ ଏକ୍ଟ୍ ଅନୁସାରେ କେସ ନ-୧୯୧/୨୦୨୦-୨୧ରେ ଥାନାରେ ଏତଲା ଦେଇଛନ୍ତି।ଦିନ କୁ ଦିନ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଥିବାର ବିରୋଧ କରି ପାଇକମାଳ ବ୍ଲକ ର ଆମ୍ବେଦକର ରେଟ୍ ୱ୍ରାରିୱ୍ରର(MSYF) ର ଅନେକ ସଦସ୍ୟ ମାନେ ଥାନା ରେ ଉପସ୍ଥିତ ରହି ଉକ୍ତ ଆରୋପି ଙ୍କ ନାମରେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ଅନୁରୋଧ କରିଥିଲେ । ଯଦି ଅପଯୁକ୍ତ ନ୍ୟାୟ ନ ମିଳଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ରେଲବାଇ ପୁଲିସ ଦ୍ଵାରା ବିପୁଳ ପରିମାଣରରେ ବିଦେଶୀ ମଦ ଜବତ….!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡ଼ା ଗୁଣ୍ଟୁର ଏକ୍ସପ୍ରେସ୍ ଟ୍ରେନରୁ ରେଲୱେ ପୁଲିସ୍ ଫୋର୍ସ ମଦ ଜବତ କରିଛି।ଜବତ ହୋଇଥିବା ୮ ପେକେଟ ବିଦେଶୀ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି।କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରେଲୱେ ଷ୍ଟେସନ ଦେଇ ଯାତ୍ରୀବାହୀ କୋଚ୍ ଭିତରକୁ କିପରି ମଦ ଆସିଲା ତାକୁ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି।ଏହି ଘଟଣାରେ ପୁଲିସ୍ କାହାକୁ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇନି।ଅପରାହଣ୍ ୩ଟାରେ ରାୟଗଡ଼ା ଷ୍ଟେସନରୁ ଗୁଣ୍ଟୁର ଅଭିମୁଖେ ଏହି ଟ୍ରେନ୍ ଯାତ୍ରା କରୁଛି। ଯାତ୍ରା ଆରମ୍ଭ ପୂର୍ବରୁ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ମଦ ପେଟି ଚାଲାଣ ହେଉଥିବା ନେଇ ଆରପିଏଫ୍ ପୁଲିସ୍ ସୂଚନା ପାଇଥିଲା।ପୁଲିସ୍ ଟିମ୍ ଭିନ୍ନକ୍ଷମ ଯାତ୍ରୀଙ୍କ କୋଚରେ ପହଞ୍ଚି ସିଟ୍ ତଳୁ ଅଖା ବସ୍ତାରେ ପ୍ୟାକିଂ ହୋଇଥିବା ମଦକୁ ଜବତ କରି ବାହାରକୁ ଆଣିଥିଲା।


୫ଟି ବସ୍ତାରେ ଏହି ମଦ ବିଶାଖାପାଟଣାକୁ ସ୍ଥାନାନ୍ତର ହେଉଥିଲା।ତେବେ କିଏ ଏହି ମଦ ଚାଲାଣ କରୁଥିଲା ସେ ନେଇ ପୁଲିସ୍ କୌଣସି ସୂଚନା ପାଇନି।ସନ୍ଦେହରେ କିଛି ଯାତ୍ରୀଙ୍କୁ ପୁଲିସ୍ ପଚରାଉଚରା କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନି। ଗତ କିଛି ମାସ ହେଲା ଟ୍ରେନ୍ ଜରିଆରେ ମଦ ମାଫିଆ ସାଧାରଣ ଯାତ୍ରୀଙ୍କ ଭଳି ଷ୍ଟେସନକୁ ଆସି ଘରୋଇ ଆସବାବ ସାମଗ୍ରୀ ଭଳି ପ୍ୟାକେଟ୍ କରି ମଦ ଚାଲାଣ ଜାରି ରଖିଛନ୍ତି। ଭିନ୍ନକ୍ଷମଙ୍କ କୋଚକୁ ସାଧାରଣତଃ କେହି ଯାଞ୍ଚ ପାଇଁ ଆସୁନଥିବାରୁ ସତର୍କତାର ସହ ପ୍ୟାକିଂ କରି ବ୍ୟବସାୟ ଚଲାଇଥିଲେ ମାଫିଆ। ଯାହାର ଆଜି ସୁରାକ୍ ପାଇଛି ରେଲୱେ ପୁଲିସ୍।