ଇନ୍ଦିରା ଆବାସ ପାଇବା ରୁ ବଞ୍ଚିତ ବିକଳାଙ୍ଗ ଭୀମ ମଣ୍ଡଳ ; ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବୀ…!

!!! ଗଜପତି ଜିଲ୍ଲା ମୋହନା ରୁ ମଜେଶ୍ ରଇତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ମୋହନା) – ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଲୁବା ପଂଚାୟତ ମୁଠାଗୁଡା ଗ୍ରାମ ର ଭୀମ ମଣ୍ଡଳ ବୟସ (୪୮) ରହିବାକୁ ନିଜସ୍ଵ ଭଲ ଘରଟେ ନାହିଁ। ଦୁଇ ଗୋଡ଼ ଜନ୍ମ ରୁ ବିକଳାଙ୍ଗ ବାପା ଛେଉଣ୍ଡ । ରାତି ପହିଲେ ଜୀବନ ବଞ୍ଚାଇବା ପାଇଁ ହାତରେ ଧାରୁଆ କାତି ଓ ବାଉଁଶ ପାତି ଧରି ପାଲ ଗୁଡା ଝାଟିମାଟି ଘର ପିଣ୍ଡାରେ ବସି ଆରମ୍ଭ କରିଦିଏ ତା’ ନୀତି ବେଉସା । ସମ୍ପର୍କୀୟ ଙ୍କୁ ଡାକି ନିକଟସ୍ଥ ପାହାଡ ରୁ କଅଁଳ ବାଉଁଶ କଢାଇ ଦେବା କୁ ଅନୁରୋଧ କରି ସେଥିରୁ ଦୁଇଟି କୁଲା ପ୍ରସ୍ତୁତ କରେ । ତିଆରି କୁଲା ୨ଟିରୁ ଗୋଟିଏ ଭୀମ ଙ୍କ ଅନ୍ୟଟି ବାଉଁଶ ଯୋଗାଇବା ସମ୍ପର୍କୀୟଙ୍କ । ପରିବାର ଭରଣ ପୋଷଣ ପାଇଁ ଏଇମାତ୍ର ତାଙ୍କ ସମ୍ବଳ । ଏହାକୁ ବିକ୍ରି କରି ତାଙ୍କ ସ୍ତ୍ରୀ ସୁଶାନ୍ତି ଙ୍କ ସହ ଜୀବନ ବିତାନ୍ତି। ବେମାର ପଡିଲେ ସାହି ପଡିଶା ସାହା ଭରସା । ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନା ତା’ ପାଇଁ ସାତସପନ ।ବିକଳାଙ୍ଗ ହୋଇ ସୁଦ୍ଧା ଆବାସ ଯୋଜନା ପାଇବା ରୁ ବଞ୍ଚିତ। ଏନେଉ ଆମେ ଗୁଲୁବା ସରପଞ୍ଚ ଙ୍କ ସହ ଫୋନ ମଧ୍ୟରେ ଯୋଗାଯୋଗ କରିବାରୁ ସରପଞ୍ଚ ଲାଜାର ମାଝୀ କହିଲେ ଇନ୍ଦିରା ଆବାସ ତାଲିକାରେ ନା ଅଛି I ଗରୀବକୁ ଘରଟିଏ ଯୋଗାଇ ଦେବା ନାମରେ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେବ ଯୋଜନା ପରେ ଯୋଜନା ପ୍ରସ୍ତୁତି ହୋଇଥିଲେହେଁ ଏବେ ସୁଦ୍ଧା ତାଲିକାରେହିଁ ନାମ ରହିଯାଇଛି ଭୀମଙ୍କର । କଥା ଉଠିଛି ବିକଳାଙ୍ଗ ଭୀମ ମଣ୍ଡଳ ଏବେବି ପକ୍କା ଘର ପାଇବାରୁ ବାଦ ପଡ଼ିବେନିତ ?

କାଟିକଣା ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…!

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ ନାଲା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(କୋଲନରା) – ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନ କାଟିକଣା ଗ୍ରାମରେ ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାଟିକଣା ପଞ୍ଚାୟତର ଆଖପାଖ ଅଞ୍ଚଳର ଶତାଧିକ ଲୋକେ ବିଜେଡ଼ିର ସାମିଲ ହୋଇଛନ୍ତି। ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଓ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ଆଜି କୈଳାଶପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରବୀନ୍ଦ୍ର କଣ୍ଡାଗରୀଙ୍କ ସହ ଭୋଇମଡା, କାଟିକଣା, ଝରଡି ଓ କୈଳାଶପୁର ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଲନରା ବ୍ଲକ ଖ ଜନରେ ଥିବା ଉକ୍ତ ୪ ଗୋଟି ପଞ୍ଚାୟତର ବହୁ ନବୀନ ପ୍ରେମୀ ବିଜେଡ଼ିରେ ସାମିଲ ହୋଇଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଏହି ମିଶ୍ରଣ ପର୍ବ ବିଜେଡି ଦଳ ପାଇଁ ଶୁଭ ସଙ୍କେତ ପ୍ରମାଣିତ କରୁଛି ଏବଂ କଂଗ୍ରେସ ଗଡ଼ କୁହାଯାଉଥିବା ଖ ଜନ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ଭାବେ ବିଜେଡି ଦାଖଲ କରିବ ବୋଲି ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସ କହିଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ କୋଲନରା ବ୍ଲକ ବିଜେଡି ସଭାନେତ୍ରୀ ସୋମି ହିମିରିକା, ବଡ଼ ଖିଲାପଦର ସମିତିସଭ୍ୟ ମାଦାରାଓ କଣ୍ଡାଗରୀ, କୋଲନରା ବିଜୁ ଯୁବ ଜନତା ଦଳର ସଭାପତି ଜି ରବିକୁମାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଞ୍ଚଳର ବିଜେଡି କର୍ମୀ ଇଦି ଚନ୍ଦ୍ରଶେଖର ନାଇଡୁ, ଇପିଲି ପ୍ରସାଦ, ପ୍ରସାଦ କଣ୍ଡାଲା, ଅଜି କଣ୍ଡାଗରୀଙ୍କ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ।

ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ଅନୁସୂୟା ଦେବତାଙ୍କୁ କରୋନା ଯୋଦ୍ଧା ସମ୍ମାନ।

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – କରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ସେବା କରୁଥିବା ମହାନ୍ ସମାଜସେବୀ ମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ତଥା ଜନ ସାଧାରଣଙ୍କ ମୌଳିକ ଅଧିକାରକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ଦିଗରେ କାର୍ଯ୍ୟ କରି ଆସୁଛି ଭାରତୀୟ ଆଜାଦ ମଞ୍ଚ। ପୁରୀ ଜିଲ୍ଲା ଚନ୍ଦନପୁର ଏହି ବିଶାଳ ଜନ ସେବା ସଂସ୍ଥା ତରଫରୁ ଆୟୋଜିତ “କରୋନା ଯୋଦ୍ଧା ସମ୍ମାନ ୨୦୨୧ ” ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମାଜ ସେବୀ ବ୍ୟକ୍ତିଙ୍କୁ ଅନ୍ଵେଷଣ କରି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ଙ୍କୁ ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ କରୋନ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମଟି ଆଜାଦ ମଂଚର ରାଜ୍ୟ ସଭାପତି ଅମ୍ବୁଜା ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ ପ୍ରଦୀପ କୁମାର ବିଶ୍ବାଳ ଏହାକୁ ପରିଚାଳନା କରିଥିଲେ । ଡଃ ମଧୁସୂଦନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା,ମଞ୍ଚ ର ସମ୍ପାଦକ ରାଜ୍ୟ କିଶୋର ବେହେରା ,ସାଧାରଣ ସମ୍ପାଦକ ରାଜ୍ୟ କିଶୋର ସାହୁ ମଞ୍ଚାଷିନ ଥିଲେ।ଏଥିରେ ୨୨ଟି ସ୍ଵେଚ୍ଛାସେବୀ ସଂଗଠନ ସହ ରାଜ୍ୟର ୧୫୦ ଜଣ ସମାଜ ସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଦେବତା ଜଙ୍ଗଲ ପରିବେଷ୍ଠିତ ଗାଆଁ, କୁଷ୍ଠାଶ୍ରମ,ଗରିବ ଶ୍ରେଣୀର ବସ୍ତି ଅଞ୍ଚଳକୁ ଯାଇ କରିବା ମହାମାରୀ ସମୟରେ ମାସ୍କ୍,ସାବୁନ, ସlନିଟାଇଯ ଆଦି ବଣ୍ଟନ କରିବା ସହ ସେମାନଙ୍କୁ ସଚେତନ କରିବା,ଗରିବ ଅସହାୟ ମାନଙ୍କୁ ସାହାଯ୍ୟ କରିବା,ପାନୀୟ ଜଳର ଉତ୍କଟ ସମସ୍ୟା ଥିବା ଅଞ୍ଚଳକୁ ଯାଇ ତାଙ୍କର ସମସ୍ୟା ବୁଝି ତାକୁ ପ୍ରଶାସନ ର ଦୃଷ୍ଟିକୁ ଆଣି ତାର ସମାଧାନ ପାଇଁ କାମ କରିବା ଆଦି କ୍ଷେତ୍ରରେ କେବେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ।ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ପରିବେଶ ର ସୁରକ୍ଷା କରିବା ମଧ୍ୟ ସେ ଉଦ୍ୟମ ଜାରି ରଖିଛନ୍ତି।

ବିଜେଡି ଦଳ ର ମିଶ୍ରଣ ପର୍ବ ରେ ବହୁ ମହିଳା ପୁରୁଷ ବିଜେଡି ରେ ସାମିଲ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ବରିକେଲ ଗ୍ରାମପଞ୍ଚାୟତ ର ଚାରପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏ ଅଞ୍ଚଳର ଉଦିୟମାନ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଯୋଗଦାନ କରିଥିଲେ। ଶ୍ରୀ ବରିହା ଙ୍କ ଲୋକ ସମ୍ପର୍କ, କାର୍ଯ୍ୟକଳାପ, ବ୍ୟବହାର ତଥା ତାଙ୍କ ମିଷ୍ଟଭାଷୀ ଗୁଣ ଚରିତ୍ର ରେ ଆତ୍ମସନ୍ତୋଷ ହୋଇ ଅନେକ ଯୁବ ବଂଧୁ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ଓଡିଶା ର ଦିଗଦର୍ଶକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚଳିତ ଲୋକାଭିମୁଖୀ ବିଭିନ୍ନ ଯୋଜନା ର କି’ଭଳି ଲୋକେ ଫାଇଦା ଉଠାଇ ପାରିବେ ଏବଂ ଆଗକୁ ପଞ୍ଚାୟତ ନିର୍ବାଚନ ରେ ବିଜେଡି ଦଳ ର ସମସ୍ତ ପ୍ରାର୍ଥୀ ଙ୍କୁ ବହୁଳ ଭାବେ ମତପ୍ରଦାନ କରି ବିଜୟ କରିବେ ସେନେଇ ଶ୍ରୀ ବରିହା ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ । ଇତ୍ୟବସରରେ ସମ୍ମାନିତ ଅତିଥି ଭାବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରିତମ ମେହେର,ଭେଉଁରିଆ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ଯୋଗଦେଇ ଦିର୍ଘବର୍ଷରେ ଓଡ଼ିଶା ର ଉନ୍ନତିପଥେ ସଦାସର୍ବଦା ଚେଷ୍ଟା କରିଚାଲିଥିବା ବିଜେଡି ଦଳ ର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିବା ସମେତ ବିଜେଡି ଦଳ ର ଶୃଙ୍ଖଳିତ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ଷ୍ଟପେଜ ପାଇଁ ଦାବୀ ; ରେଳରୋକ ଚେତାବନୀ ଦେଲା ନାଗରିକ ମଞ୍ଚ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡ଼ା-ସମ୍ବଲପୁର ରେଳ ଲାଇନର ଥେରୁବାଲି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି କରିଛି ଥେରୁବାଲି ନାଗରିକ ମଞ୍ଚ।ଏ ନେଇ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।ଅକ୍ଟୋବର ୧୫ ସୁଦ୍ଧା ଏ ଦିଗରେ ରେଳ ବିଭାଗ ପଦକ୍ଷେପ ନ ନେଲେ ୧୨ ଘଣ୍ଟିଆ ରେଳରୋକ କରିବାକୁ ଚେତାବନୀ ଦେଇଛି ନାଗରିକ ମଞ୍ଚ।ସ୍ମାରକପତ୍ରରେ ନାଗରିକ ମଞ୍ଚ ଉଲ୍ଲେଖ କରିଛି ଥେରୁବାଲି ଦେଇ ଧାନବାଦ-ଆଲେପି, ବିଶାଖାପାଟଣା-ନୂଆଦିଲ୍ଲୀ, ବିଶାଖାପାଟଣା-କୋରବା, ଜୁନାଗଡ଼-ଭୁବନେଶ୍ବର,ତିରୁପତି ବିଳାସପୁର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି।

କିନ୍ତୁ ଏହି ସବୁ ଏକ୍ସପ୍ରେସ୍ ଟ୍ରେନ୍ ଥେରୁବାଲି ଷ୍ଟେସନରେ ରହୁନି।ଫଳରେ ଅଞ୍ଚଳବାସୀ ବ୍ରହ୍ମପୁର,ଭୁବନେଶ୍ବର, କଟକ,ରାୟପୁର,ବିଶାଖାପାଟଣା ସମେତ ଦିଲ୍ଲୀକୁ ସ୍ବାସ୍ଥ୍ୟସେବା ଓ ଜରୁରି କାମରେ ଯାତାୟାତ କରିବାରୁ ବଞ୍ଚିତ ହୋଇ ଆସୁଛନ୍ତି।ଥେରୁବାଲି ଷ୍ଟେସନରୁ ୩୦ କିମି ଦୂରରେ ରାୟଗଡ଼ା ଏବଂ ୪୫ କିମି ଦୂରରେ ମୁନିଗୁଡ଼ା ଷ୍ଟେସନ ରହିଛି। ଏତେ ଦୂର ଯାତ୍ରା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବା ପାଇଁ ଖର୍ଚ୍ଚାନ୍ତ ସହ ରାସ୍ତାର ଦୂରାବସ୍ଥା ପାଇଁ ଥେରୁବାଲି ସମେତ ଆଖାପାଖରେ ଥିବା ପଞ୍ଚାୟତର ଲୋକ ଯାତ୍ରା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଥେରୁବାଲି ଅଞ୍ଚଳ ଶିଳ୍ପ ସମୃଦ୍ଧ ହୋଇଥିବାରୁ ପ୍ରାଥମିକତା ଦୃଷ୍ଟିରୁ ଏଠାରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ପାଇଁ ଦାବି ହୋଇ ଆସୁଛି।

ମନ୍ତ୍ରୀ,ସାଂସଦ, ବିଧାୟକ ମଧ୍ୟ ଟ୍ରେନ୍ ରହଣି ପାଇଁ ଡିଆରଏମ୍ ଓ ରେଳ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।ଏହା ପରେ ବି ଟ୍ରେନ୍ ଅଟକୁ ନଥିବାରୁ ୧୨ ଘଣ୍ଟିଆ ରେଳ ରୋକ କରିବାକୁ ମଞ୍ଚ ଚେତାବନୀ ଦେଇଛନ୍ତି।ସ୍ମାରକପତ୍ର ପ୍ରଦାନ ସମୟରେ ନାଗରିକ ମଞ୍ଚ ସଭାପତି ଏମ୍.ଗୌରୀ ଶଙ୍କର ରାଓ, ସାଧାରଣ ସଂପାଦକ ଭାସ୍କର ଅମର ସିଂ, ଉପସଭାପତି ଜଗଦୀଶ ମହାପାତ୍ର, କୋଷାଧ୍ୟକ୍ଷ ରଘୁନାଥ କାମ୍ବା, କାର୍ଯ୍ୟକର୍ତ୍ତା ନିରଞ୍ଜନ ପାତ୍ର,ଗଗନ ବିହାରୀ ପଣ୍ଡା, ରବୀନ୍ଦ୍ର କୌଶଲ୍ୟା,ନେହୁରୁ ରତନ ପ୍ରମୁଖ ଉପସ୍ଥିତ ଥିଲେ।ସ୍ମାରକପତ୍ରର ଏକକ ନକଲ ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍,ପ୍ରିନିସପାଲ୍ ଚିଫ୍ ଅପରେସନ୍ ମ୍ୟାନେଜର୍,ରାୟଗଡ଼ା ଜିଲ୍ଲାପାଳ,ଏସପିଙ୍କୁ ପ୍ରଦାନ କରିଛନ୍ତି।

ବାତ୍ୟା ‘ଗୁଲାବ’ର ତାଣ୍ଡବଲୀଳାରେ ହନ୍ତସନ୍ତ ହୋଇଛନ୍ତି ଗ୍ରାମବାସୀ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଲା ଛାଡ଼ିଗଲା ବାତ୍ୟା ଗୁଲାବ ଦେଇଗଲା ଦୁର୍ଦ୍ଦଶା।ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଏବେ ବାସହିନ ହୋଇ ପଡିଛନ୍ତି ୧୫ ପରିବାର।ଧୀରେ ଧୀରେ ପ୍ରଭାବ ହୀନ ହୋଇ ପଡିଛି ବାତ୍ୟା ଗୁଲାବ।ଛାଡି ଯାଇଛି ବାତ୍ୟା ଦେଇ ଯାଇଛି ଦୁଃଖର ଦୁର୍ଦ୍ଦଶା।ଗତକାଲି ରାୟଗଡା ଜିଲ୍ଲା ରେ ବାତ୍ୟା ର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିଲା ବେଳେ ଶିକରପାଇ ପଞ୍ଚାୟତ ର ସୀମାନ୍ତ ତଥା ଦୁର୍ଗମ ମାଣ୍ଡିବିଶି ଗ୍ରାମରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା।ଏହି ଗ୍ରାମରେ ବାତ୍ୟା ଗୁଲାବ ରଚିଛି ତାଣ୍ଡବ।ଗତକାଲି ହଠାତ ଏହି ଗ୍ରାମରେ ପ୍ରବଳ ବେଗରେ ପବନ ପ୍ରବାହିତ ହୋଇଥିଲା।ଗ୍ରାମରେ ଥିବା ପ୍ରାୟ ୩୦ ପରିବାର ରୁ ୧୫ ପରିବାର ଲୋକଙ୍କ କଚାଘର ରୁ ଚାଳ ଛପର,ଟିଣ ଉଡି ଯାଇଛି।ଏହି ୧୫ ପରିବାର ର ପ୍ରାୟ ୫୮ ଜଣ ଏବେ ବାସହିନ ହୋଇ ଦୁର୍ବିସହ ଜୀବନ କାଟୁଥିବା ଦେଖିବାକୁ ମିଳିଛି।ବଜ୍ରାଘାତରେ ଦୁଇ ମହିଳା ଗୁରୁତର କେଉଁଠି ବିଜୁଳି ଖୁଣ୍ଟ ଉପୁଡି ପଡ଼ିଛି ତ ଆଉ କେଉଁଠି ଗଛ ଭାଙ୍ଗିପଡି ଭୁଇଁ ରେ ଲୋଟୁଛି।ପବନର ବେଗ ଏତେ ବଢିଥିଲା ଯେ,ଘରର ଟିଣ ଗୁଡ଼ିକ ଗ୍ରାମର ଅନତି ଦୂରରେ ଥିବା ଜଙ୍ଗଲ ରେ ଗଛ ଉପରେ ଲାଖି ରହିଛି।ଲୋକଙ୍କ ରୋଷେଇ ସାମଗ୍ରୀ ଥାଳି ଗ୍ଲାସ,ଡେକଚି,କଡେଇ,ଲୁଗାପଟା କେଉଁ ଆଡେ ଉଭାନ ହୋଇ ପଡିଛି।ହଠାତ ବର୍ଷା ପବନ ହେବାରୁ ଘରେ ଥିବା ଧାନ,ଚାଉଳ ମଧ୍ୟ ନଷ୍ଟ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି।

ଦୁର୍ଗମ ଅଞ୍ଚଳ ହୋଇ ଥିବାରୁ ଯୋଗାଯୋଗ ର କୌଣସି ସୁବିଧା ଏଠାରେ ଉପଲବ୍ଧ ନାହିଁ।ଖବର ପାଇ ସ୍ଥାନୀୟ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରି ରନ୍ଧାଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି।ତେବେ ବାତ୍ୟା ଗୁଲାବ ରାଜ୍ୟ ସରକାରଙ୍କ ପକ୍କାଘର ସ୍ଲୋଗାନ କୁ ଏଠାରେ ଦଳି ମକଚି ପକେଇଛି।ଏହି ଗ୍ରାମର ଯୋଗ୍ୟ ହିତାଧିକାରୀ ଙ୍କୁ ଏ ଯାଏଁ ପକ୍କାଘର ଖଣ୍ଡିଏ ସରକାର କାହିଁକି ଯୋଗାଇ ଦେଇ ନାହାନ୍ତି।ଆମ ଦୁଖଃ କେବେ ଦୂର ହେବ ଏମାନଙ୍କ ସମସ୍ୟା,କେବେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ତାହା ସମୟ କହିବ।

ଚନ୍ଦ୍ରପୁରରେ ଜନନୀ ଯନ୍ତ୍ରଣା,ଗାଁକୁ ଗଲାନି ଆମ୍ବୁଲାନସ,ଖଟିଆରେ ଆସୁଥିବା ବେଳେ ରାସ୍ତାରେ ପ୍ରସବ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ରାୟଗଡ଼ା) – ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନସ୍।ଖଟିଆରେ ବୁହା ହୋଇ ମେଡ଼ିକାଲ ଯାଉଥିବା ବେଳେ ରାସ୍ତାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଗର୍ଭବତୀ।ବର୍ଷା ଯୋଗୁଁ ନବଜାତକ ଓ ପ୍ରସୂତିକୁ ମେଡ଼ିକାଲ୍ ଆଣିବା ସମ୍ଭବପର ନ ହେବା ଯୋଗୁଁ ଘରକୁ ନେଇ ଯାଇଛନ୍ତି ଗ୍ରାମବାସୀ।ଜନନୀ ଯନ୍ତ୍ରଣାର ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ୍ ହନୁମନ୍ତପୁର ପଞ୍ଚାୟତ ମହାପଙ୍ଗା ଗାଁରେ ମହାପଙ୍ଗା ଗ୍ରାମର ମହେନ୍ଦ୍ର ଜାଗରଙ୍ଗାଙ୍କ ସ୍ତ୍ରୀ ସଲମି ଜାଗରଙ୍ଗା ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ।ଗାଁକୁ ନିତିଦିନିଆ ରାସ୍ତା ନଥିବା ବେଳେ ବର୍ଷାରେ ରାସ୍ତା ଅବସ୍ଥା ଅତ୍ୟନ୍ତ କଦର୍ୟ୍ୟ ହୋଇଥିବା ପାଇଁ ଆମ୍ବୁଲାନସ୍ ପହଞ୍ଚିବା ବିଳମ୍ବ ହେବା ଜାଣି ଖଟିଆରେ ସଲମିଙ୍କୁ ବୋହି ନେଇଥିଲେ ଗ୍ରାମବାସୀ।ମହାପଙ୍ଗା ଗାଁରୁ ୨୦ କିମି ଦୂରରେ ଗୁଡ଼ାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ମହେନ୍ଦ୍ର ସ୍ତ୍ରୀ ସଲମିକୁ ନେଇ ଜଙ୍ଗଲ ରାସ୍ତାରେ ଯାଉଥିଲେ।

ଅଧା ରାସ୍ତାରେ ହିଁ ପ୍ରସବ ବେଦନା ସହ୍ୟ ନ କରିପାରି ସଲମି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।ଜନ୍ମ ହୋଇଥିବା କନ୍ୟା ସନ୍ତାନ ଓ ମାଆ ଉଭୟ ସୁରକ୍ଷିତ ଥିବାରୁ ବର୍ଷାରେ ମେଡ଼ିକାଲ୍ ନେବା ପରିର୍ବତ୍ତେ ନିଜ ଘରକୁ ନେଇ ଯାଇଥିଲେ ମହେନ୍ଦ୍ର। ଚନ୍ଦ୍ରପୁର ଗୁଡ଼ାରି ସୀମାନ୍ତରେ ଥିବା ମହାପଙ୍ଗା ଗ୍ରାମକୁ ରାସ୍ତାନଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ରାସ୍ତା ନିର୍ମାଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସଂଯୁକ୍ତ କିଷାନ ମୋର୍ଚ୍ଚା ର ବନ୍ଦ ଡାକରା , କଳାହାଣ୍ଡିରେ ବନ୍ଦର ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(କଳାହାଣ୍ଡି) – କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଜିଲ୍ଲାର ଜୟପାଟଣା, ଜୁନାଗଡ଼, କୋକସରା, ଧର୍ମଗଡ,ଥୁଆମୂଳ ରାମପୁର , କଲମପୁର, କେସିଙ୍ଗା , ଗୋଲାମୁଣ୍ଡା ସମେତ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ମଧ୍ୟ ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ବନ୍ଦରେ ସାମିଲ ସଂଗଠନ ଗୁଡ଼ିକ ସରକାରଙ୍କ ଜନବିରୋଧୀ କଳା କୃଷି ଆଇନ କୁ ରଦ୍ଦ କରି ଏମ୍ ଏସ୍ ପି କୁ ପୁନଃ ପ୍ରଚଳନ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ରୋକିବାରେ ବିଫଳ ହେବା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ,ବେରୋଜଗାର, ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରି ଆଜିର ଏହି ବନ୍ଦ ଡାକରା ଦେଇଛନ୍ତି।

କଳାହାଣ୍ଡିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଡାକରାକୁ ବିରୋଧୀ କଂଗ୍ରେସ ଦଳ ବ୍ୟତୀତ ଭୀମ ଆର୍ମୀ ଭାରତ ଏକତା ମିଶନ‌ ପକ୍ଷରୁ ରାଜ୍ୟ ଉପ-ସଭାପତି ଆଶିଷ ରଞ୍ଜନ ନାଏକ, ସଞ୍ଜୟ ମେହେର, ସିପିଆଇ (ଏମ୍) ନେତା ପୂର୍ଣ୍ଣ ପ୍ରଧାନ,ଏ ଆଇ ୱଇ ଏଫ୍ ର ଜିଲ୍ଲା ସଭାପତି ଅଗଷ୍ଟ ନାଏକ, ସଞ୍ଜୟ ସୁନାନୀ, ସୁରେଶ ଚନ୍ଦ୍ର ମାଝୀ, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି କର୍ଲାପାଟ ସତ୍ୟ ମାହାର ,ବ୍ରିଟିଶ କୁମାର,ଏ ଆଇ ସି ଟି ୟୁ ର ବିଶ୍ଵଜିତ ଚାଟାର୍ଜୀ, ନବ ପଟ୍ଟନାୟକ, ଶ୍ରମିକ ନେତା ଗୌର ନାଏକ,ଚନ୍ଦନ ଓ. ଏସ୍.ଆର.ୟୁ ର ଜିଲ୍ଲା ଉପ-ସଭାପତି ହେମନ୍ତ ପଣ୍ଡା,ସଂପାଦକ ପ୍ରାବଲ୍ୟ ପ୍ରୀତି ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଭବାନୀପାଟଣା ସହରର ନକଟିଗୁଡା ଛକ,ଘୋଡାଘାଟ ଛକ, କଲେଜ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ସେହିପରି ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିଦେଇ ଥିଲେ। ସ୍ଵାସ୍ଥ୍ୟସେବା ଭଳି ଜରୁରୀକାଳୀନ ସ୍ଥିତି ରେ ହିଁ ଯାନବାହାନ ଚଳାଚଳ କରିଥିଲା। ବିକ୍ଷୋଭକାରୀମାନେ ସରକାରଙ୍କ ଜନବିରୋଧୀ ନୀତି ର କଡ଼ା ସମାଲୋଚନା କରି ସ୍ଲୋଗାନମାନ ଦେଇଥିଲେ ।

ବ୍ରହ୍ମପୁର ଠାରେ ବିଶ୍ଵ ପର୍ଯ୍ୟଟନ ଦିବସ ଧୁମଧାମରେ ରେ ପାଳିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-ବିଶ୍ଵପର୍ଯ୍ୟଟନ ଦିବସ ଦି ମୟୂରୀ ସମିଳନୀ କକ୍ଷ ବ୍ରହ୍ମପୁର ଠାରେ ପାଳନ ହୋଇଯାଇଛି | ସରକାର ଙ୍କ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇ, ଏଥିରେ ଦୈନିକ ଖବର କାଗଜ ଦୈନିକଆଶା , ପର୍ଯ୍ୟଟନ ଭାରତ ,ଓ.ଆଇ.ସି, ଏବଂ ଗଂଜାମ ଜିଲ୍ଲା ହୋଟେଲ ସଂଘ ମିଳିତ ଆନୁକୂଲ୍ୟରେ “ସାମାଜିକ ଅନ୍ତର୍ଭୁକ୍ତ ଅଭିବୃତ୍ତି ପର୍ଯ୍ୟଟନ ” ଶିର୍ଷକ ଆଲୋଚନା ରେ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଙ୍କ ସଭାପତିତ୍ୟରେ ଗଂଜାମ ଜିଲ୍ଲାର ଉନ୍ନୟନ ମୂଳକ ପର୍ଯ୍ୟଟନ ଓ ତାର ଭିତ୍ତିଭୂମି ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଗନ୍ତାଘର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ସୁଶୋଭିତ ଯଥା ମା ତାରା ତାରିଣୀ ,ଭୈରବୀ,ବିଶ୍ୱପ୍ରସିଦ୍ଧ ମା ବୁଢୀଠକୁରାଣୀ ଇତ୍ୟାଦି 22 ଗୋଟି ପୀଠର ଏନ୍ତୁଡ଼ିଶାଳ ଯାହାକି ସାରା ବିଶ୍ୱର ଏକ ଉଦଜିବିତ ଉଦାହରଣ ,ଏଥି ସହିତ ଲୋକକଳା ଅନୁକ୍ରମରେ ,ଦଣ୍ଡନୃତ୍ୟ,
ଭାରତଲିଳା ,ଦାସକାଠିଆ ,ସଖିନାଚ,ନବରଙ୍ଗ ଇତ୍ୟାଦି ବିଭିନ୍ନ କଳା କୁ ଜୀବନ୍ତ କାରୀରଖିବା ଉଦ୍ଧେଶ୍ୟରେ ମତ ରଖା ଯାଇ ଥିଲା ,ଏହି ଶୁଭ ଅବସରରେ ଦଣ୍ଡପାଣି ସାହୁ ଙ୍କ ଲିଖିତ ମା ତାରାତାରିଣୀ ଦର୍ଶନ କଥା ଉନ୍ମୋଚନ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଇଂ. ଉମା ଶଙ୍କର ପାଣିଗ୍ରାହୀ, ସମ୍ମାନୀତ ଭାବେ ଅତିଥି ଶ୍ରୀ ଭଗବାନ ଗନ୍ତୟତ SMIT,ପର୍ଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାଙ୍କୁଡ,ମୁଖ୍ୟ ବକ୍ତା ଭାବେ କୃଷ୍ଣ ଚନ୍ଦ୍ର ନିଶଙ୍କ ପ୍ରାକ୍ତନ ସହ ନିର୍ଦ୍ଦେଶକ ସଂସ୍କୃତି ବିଭାଗ,ସୁରେନ୍ଦ୍ର ମହାପାତ୍ର ପର୍ଯ୍ୟଟନ ବିଭାଗ , ଅନୁପମ ଭାରତ ଓ Utv ର ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଆଜିର ସଭା ପରିଚାଳନା କାର୍ଯ୍ୟକ୍ରମ କରିଥିଲେ,ଶ୍ରୀ ପ୍ରଭାକର ସାହୁ ଙ୍କ ପୌରହିତ ରେ ସମାଜରେ ବିଭିନ୍ନ ଦିଗରେ ପର୍ଯ୍ୟଟନ ଓ ସଂସ୍କୃତି,ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ ପ୍ରତିଭା ଧାରୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀ ଗୋପାଳ ପଟ୍ଟନାୟକ,ଧର୍ମା ରାଓ,ସୁଦୀପ ସାହୁ,ମୃତ୍ୟୁଞ୍ଜୟ ସାହୁ,ପ୍ରଶାନ୍ତ ଦାସ,ଆଶ୍ରିବାଦ ରାଉତ,ସତ୍ୟଚେତନ ପରିଡା ,ସ୍ୱାଧିନ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା।ଅନ୍ୟମାଙ୍କ ମଧ୍ୟରେ ସୁବ୍ରମନ୍ୟୁ ସ୍ୱାମୀ ,ଗୋପାଳ ରେଡି, ଅଭିରାମ ପାତ୍ର ,ଲିକୁ ଡାକୁଆ ,କ୍ଷୀରସିନ୍ଧୁ ମହାନ୍ତି ,ସରୋଜ ମହାରଣା ,ଗୌରୀଶଙ୍କର ମିଶ୍ର ,ନିର୍ମଳ ସାହୁ ,କାଳୀ ପ୍ରସାଦ ରଥ ,ପ୍ରଶାନ୍ତ ପ୍ରତିନିଧି, ରବି,ସଚ୍ଚିନ ,ଆଦି ଆଲୋଚନା ରେ ଅଂଶ ଗ୍ରହଣ କରଥିଲେ ।ଶେଷରେ ସାମ୍ବାଦିକ ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ରାଜାରାଣୀ ରିୟଲ ଇଷ୍ଟେଟ , ସମୀର ପ୍ଲାଜା ,ରଘୁନାଥ ଏଜେନ୍ସି ସହଯୋଗ କରଥିଲେ ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ଡ଼ାକରାରେ ବେଗୁନିଆପଡାରେ ବନ୍ଦ ପାଳନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- କଳା କୃଷି ଆଇନ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ, କର୍ପୋରେଟ ଆଇନ ପ୍ରତ୍ୟାହାର, କଳା କୃଷି ଆଇନ ରଦ୍ଦ,କୃଷି ବିଲ ପ୍ରତ୍ୟାହାର, କୃଷକ ମାନଙ୍କ ପାଇଁ ବିଦ୍ୟୁତ ରିହାତି ପ୍ରଦାନ, ଦରଦାମ ବୃଦ୍ଧି ରୋକ ସହ ୨୨ ଦଫା ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦିଆଯାଇଥିବା ବନ୍ଦ ଡ଼ାକରାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ଅଖିଳ ଭାରତ କୃଷକ ସଭା, କିଷାନ ମୋର୍ଚ୍ଚା, ଭାରତୀୟ କ୍ଷେତ ମଜଦୂର ସଂଘ, କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ସମସ୍ତେ ଏକ ରାଲି ରେ ବେଗୁନିଆପଡା ବଜାର ପରିକ୍ରମା କରି ଦୋକାନ ବଜାର ବନ୍ଦ କରିବା ସହ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ପରେ ବେଗୁନିଆପଡା ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭାର ବେଗୁନିଆପଡା ବ୍ଲକ ସଭାପତି ସତ୍ୟବାଦୀ ସ୍ବାଇଁ କୃଷକ ସଭା ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ, ପି. ହରିକୃଷ୍ଣ ରେଡି, ବିଜୟ ସ୍ୱାଇଁ, ଦୁର୍ଯ୍ୟୋଧନ ସ୍ୱାଇଁ, ନାରାୟଣ ସେଠୀ, ଜୟକୃଷ୍ଣ ନାହାକ, ଅରୁପାନନ୍ଦ ପଟ୍ଟନାୟକ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଏହା ସହିତ କଂଗ୍ରେସ ଦଳ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ବୁଲା ଜେନା, ବୁଲୁ ସ୍ୱାଇଁ, ହର୍ଷ ଦୋରା ଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।