ଦଳ ଛାଡି କଂଗ୍ରେସ ରେ ସାମିଲ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପୋୖର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତା ଏବଂ କର୍ମୀ ମାନଙ୍କ ଦଳ ବଦଳ ଆରମ୍ଭ ହୋଇ ଯାଇଛି । ରାୟଗଡା ଜିଲ୍ଲାରେ ବିଜେଡି ପକ୍ଷରୁ ନିଜ ଦଳପ୍ରତି ଆକୃଷ୍ଟ କରିବାକୁ ସ୍ଥାନୀୟ ହେବି ବାଇଟ ନେତା ମାନେ କସରତ ଆରମ୍ଭ କରିଛନ୍ତି । କିଛି କଂଗ୍ରେସିଆ ନେତା ଆଗାମୀ ପୋୖର ଓ ପଞ୍ଚାୟତ ନିର୍ବାଚନରେ କିଛି ସୁବିଧା ହାତେଇ ନେବା କୁ ଆଖିରେ ରଖି ଶାସକ ଦଳ କୁ ଅପଣେଇଥିବା ଜଣାପଡିଛି ।ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ ମଧ୍ୟ କିଛି ପାଦ ଆଗେଇଛି । ଦଳ ଛାଡି ଯାଇଥିବା ଏବଂ ଆଉକିଛି ନୂତନ କର୍ମୀ ଏବେ କଂଗ୍ରେସ ମୁଁହା ହୋଇଛନ୍ତି ।ଗତ ୨୫ତାରିଖ ଶନିବାରଦିନ ରାୟଗଡା ଜ଼ିଲ୍ଲା କଂଗ୍ରେସ ର ମିଶ୍ରଣ ପର୍ବରେ ରାୟଗଡା ଜ଼ିଲ୍ଲା ଅଧିନରେ ଥିବା ରାୟଗଡା ନିର୍ବାଚନ ମଣ୍ଡଳି, ବିଷମକଟକ ନିର୍ବାଚନ ମଣ୍ଡଳି, ଗୁଣୁପୁର ନିର୍ବାଚନ ମଣ୍ଡଳି ରବିଜେଡି, ବିଜେପି ଓ ବିଏସ ପି ଦଳରୁ ୧୦୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ କଂଗ୍ରେସ ଦଳରେ ସ୍ୱଇଛାରେ ସାମିଲ ହୋଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ଜଣାଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଆୟୋଜିତ ଏକ ସଭାରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ଉଦବୋଧନ ଦେଇ ସମସ୍ତେ ଦଳ ପାଇଁ କାମ କଲେ ପୁଣି ଆମେ କଂଗ୍ରେସ ଗଡକୁ ଫେରିପାଇବା ବୋଲି କହିଛନ୍ତି । ରାଜ୍ୟରେ କଂଗ୍ରେସ ଦଳ ଦୁର୍ବଳ ହୋଇ ପଡ଼ିଥିବା ପରିସ୍ଥିତିରେ ଦଳଛାଡ଼ି ଯାଇଥିବା କିଛି କର୍ମୀ ଅନ୍ୟ କେତେକ ନୂତନ ସଦସ୍ୟ ଙ୍କୁ ନେଇ ପୁଣି ନିଜ ଦଳକୁ ଫେରି ଆସୁଥିବା ସେମାନଙ୍କ ଦଳୀୟ ମମତା କୁ ଉଜ୍ଜୀବିତ କରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ବାତ୍ୟା ମୁକାବିଲା ନିମନ୍ତେ ଗୁଣପୁର ଉପଜିଲ୍ଲାାପାଳଙ୍କ ଜରୁରୀ ବୈଠକ …!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ବଙ୍ଗପୋସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା ଓ ବନ୍ୟା, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କl କରି ଏହାର ମୁକାବିଲା କରିବାକୁ ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ଏକ ଜରୁରୀ ବୈଠକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ସନ୍ଧ୍ୟା ୪ଘଣ୍ଟା ସମୟରେ ବୈଠକ ଡାକିଥିଲେ l ଗୁଣପୁର ଓ ରମନଗୁଡ। ବିଡିଓ ଓ ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ l ପାଣିପାଗ ବିଭାଗର ସୂତ୍ରରୁ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳ ବେଗରେ ପବନ ଓ ବର୍ଷା ହେବ l ଏଥିନିମନ୍ତେ ଏହାର ମୁକlବିଲା କରିବା ନିମନ୍ତେ ଜରୁରୀ ବୈଠକ ଡାକି ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି l କେହି ଛୁଟିରେ ଯାଇପାରିବେ ନାହିଁ l ଛୁଟିରେ ଯାଇଥିଲେ ତୁରନ୍ତୁ ପଳାଇଆସିବାକୁ କହିଥିଲେ l ଏହି ବାତ୍ୟା ସମୟରେ ଯେପରି କାହାର କ୍ଷତି ନହେବ ସେଥିପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବା ଆବଶ୍ୟକ l ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯିବ l ନିୟନ୍ତ୍ରଣ କକ୍ଷରେ ଆବଶ୍ୟକ ପଡ଼ିଲେ ଜଣେ ଗେଜେଟେଡ଼ ଅଫିସରଙ୍କୁ ନିୟୋଜିତ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ତଳିଆଞ୍ଚଳ ଚିନ୍ନଟ କରି ଜନସାଧାରଣ ଙ୍କୁ ସଚେତନ କରିବେ l ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବେ ଏବଂ ଖାଦ୍ୟ ପୁଡ଼ିଆ ଯୋଗାଇବେ l

ଵିଶେଷ କରି ଗୁଡlରି, ଓ ଗୁଣପୁର ତଳିଆ ଅଂଚଳ ପ୍ରତି ନଜର ରଖିବାକୁ କହିଥିଲେ l ଆବଶ୍ୟକ ପଡ଼ିଲେ ପଂଚାୟତ ଜନପ୍ରତିନିଧିଙ୍କ ସହାୟତl ନେଇପାରିବେ l ଗ୍ରାମୀୟ ନିର୍ମାଣ ଓ ପୁର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ନିର୍ଦେଶ ଦେଇଥିଲେ l ସେହିପରି ବଡ଼ନlଲା ଓ ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ନିର୍ବାହୀଯନ୍ତ୍ରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ଥିବା ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତିଆଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା,ଚାଉଳ, କିରସିନ,ଦିଆସିଲ ମହଜୁଦ ରଖିବାକୁ ନିର୍ଦେଶ ଦେଇଥିଲେ l ସେହିପରି କୃଷି,ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମବନ କରିବାକୁ କହିଥିଲେ l ମୁକାବିଲା ନିମନ୍ତେ ODRF ଓ NDRAF ଟିମ ଆସିଛନ୍ତି l ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ l ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଅଗ୍ନିସମ୍ମ ବିଭାଗ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି l ତଳିଆ ଅଞ୍ଚଳରେ ବିଡ଼ିଓ ଓ ତହସିଲଦାର ଙ୍କୁ ଡ଼ାକବାଜି ଯନ୍ତ୍ରରେ ସତର୍କ କରିବାକୁ ନିର୍ଦେଶ ଦେଇଥିଲେ l ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଜାଗ ରଖିବାକୁ କହିଥିଲେ l

ହାତୀଉପଦ୍ରୁତ ଅଞ୍ଚଳରେ ବନବିଭାଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ରାୟଗଡ଼ାଜିଲ୍ଲା ପଦ୍ମପୁରବ୍ଲକ ଲିକିଟିପଦର ପଞ୍ଚାୟତପରିସରରେ ରାୟଗଡା ଡିଏଫଓ ବିଜୟକେତନ ପରିଡା,ଗୁଣପୁରରେଞ୍ଜର ରଞ୍ଜନ ମହାନ୍ତି,ପଦ୍ମପୁରବ୍ଲକ ଅଧକ୍ଷ ରମାକାନ୍ତ ମାଝୀ,ଲିକିଟିପଦର ସରପଞ୍ଚ କୈଳାଶ ମାଝୀ,ପଦ୍ମପୁର ବନପାଳ ପ୍ରଦୀପ୍ତ କୁମାର ଜେନା,ଗୁଣପୁର ବନପାଳ ନୀଳମାଧଵ ପାଢୀ,ମୁକୁନ୍ଦପୁର ବନପାଳ ଭଗବାନ ସାରକା ଏବଂ ବନବିଭାଗ କର୍ମଚାରୀମାନେ ଯୋଗଦେଇ ହାତୀମଣିଷ ଲଢ଼େଇ ରୋକିବାପାଇଁ ହାତୀ ଉପଦ୍ରୁତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ହାତୀ ସୁରକ୍ଷାପାଇଁ ରାୟଗଡା ବନବିଭାଗ ତରଫରୁ ବ୍ୟାପକପଦକ୍ଷେପ,ବିଭିନ୍ନ ସ୍ଥାନରେ ହାତୀକରିଡର,ରାଜ୍ୟ ରାଜପଥରେ ସାଇନ ବୋର୍ଡ ଲାଗିବାସହ ବିଭାଗର ୧୦ଜଣକୁ ନେଇ ସ୍କାଡ଼ ଗଠନକରାଯାଇ ହାତୀ ର ଚଲାପଥ ଉପରେ ତୀକ୍ଷଣ ନଜରସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଗତମାସରେ ଜଙ୍ଗଲିହାତୀ ଏହି ଅଞ୍ଚଳର ବ୍ୟାପକ ଜମିରେ ନଷ୍ଟ କରିଥିଲେ।ବନବିଭାଗର କର୍ମକର୍ତ୍ତା ଆସି ତଦନ୍ତ କରିଥିଲେ।ହାତୀକୁ ସୁରକ୍ଷା ଓ ଲୋକଙ୍କ ଧନଜୀବନ ସୁରକ୍ଷା ଉଭୟ ଆମପାଇଁ ଚାଲେଞ୍ଜ ଓ ଲୋକଙ୍କ ସତର୍କତା ତଥା ସହଯୋଗରେ ଏହାର ସମାଧାନ ହୋଇପାରିବ ବୋଲି ଡିଏଫଓ କହିଥିଲେ।ଆଜିର ଏହିକାର୍ଯ୍ୟକ୍ରମକୁ ପଦ୍ମପୁର ବନପାଳ ଓ ତାଙ୍କର ସହକର୍ମୀ ପରିଚାଳନା କରିଥିଲେ।

କ୍ଷୀର ଆଣିବା ପାଇଁ ଯାଇ ଯୁବକ ନିଖୋଜ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବିଜୟ କୁମାର ସ୍ଵାଇଁ ଙ୍କ ପୁଅ ବୃନ୍ଦାବନ ସ୍ଵାଇଁ( ୩୬) ବ୍ରହ୍ମପୁର ମେଡିକାଲ୍ କ୍ୟାମ୍ପସ୍ ରୁ ଗତ ୧୯ ତାରିଖ ଅପରାହ୍ନ ୨.୩୦ ମିନିଟ୍ ସମୟରୁ ସେ କ୍ଷୀର ଆଣିବା ପାଇଁ ଯାଇ ଆଉ ଫେରି ନାହାଁନ୍ତି । ସୂଚନାରୁ ପ୍ରକାଶ ଯେ ବୃନ୍ଦାବନ ଙ୍କ ଧର୍ମପତ୍ନୀ ସଂଯୁକ୍ତା ସ୍ଵାଇଁ କହିବା ମୁତାବକ ଗତ ୧୨ ତାରିଖ ଦିନ ସ୍ଵାମୀ ବୃନ୍ଦାବନ ଏବଂ ତାଙ୍କ ଖୁଡୀ ଶାଶୁ ତାଙ୍କ ଦାଦା ଅର୍ଥାତ୍ ସଂଯୁକ୍ତା ଙ୍କ ଦାଦା ଶ୍ୱଶୁର ଙ୍କ ପେଟ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ରାହାଡ଼l ସ୍ଵାସ୍ଥ୍ୟକେନ୍ଦ୍ର ପରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ କୁ ନେଇଥିଲେ । ସେଠାରେ ବୃନ୍ଦାବନ ତାଙ୍କ ଦାଦା ଙ୍କ ପାଖରେ ୧୨ ତାରିଖ ଠାରୁ ଥିଲେ । ହଟାତ୍ ୧୯ ତାରିଖ ଦିନ ଅପରାହ୍ନ ୨.୩୦ ମିନିଟ୍ ସମୟ ରେ ସେ କ୍ଷୀର ଆଣିବା ପାଇଁ ଯାଇ ଆଉ ମେଡିକାଲ୍ କୁ ଫେରି ନାହାନ୍ତି। ଖୁଡୀ ଶାଶୁ ଙ୍କ ଠାରୁ ଖବର ପାଇ ସଂଯୁକ୍ତା ବହୁ ଖୋଜା ଖୋଜି ପରେ ସ୍ଵାମୀ ଙ୍କ ଖବର ନ ପାଇ ଶେଷରେ ସେ ଗତକାଲି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ନିଖୋଜ ରିପୋର୍ଟ୍ ପ୍ରଦାନ କରିଛନ୍ତି । ଏଥିସହିତ ଯଦି କୌଣସି ସହୃଦୟବାନ ବ୍ୟକ୍ତିବିଶେଷ ତାଙ୍କ ସ୍ଵାମୀ ଙ୍କ ଖବର ପାଆନ୍ତି ନିକଟସ୍ଥ ଥାନା କିମ୍ବା ସଂଯୁକ୍ତା ଙ୍କ ମୋବାଇଲ ନମ୍ବର ୯୬୬୮୭୧୨୭୭୯ ରେ ଯୋଗାଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଘରେ ତାଙ୍କର ଦୁଇ ଗୋଟି କୁନି ପୁଅ ବାପାଙ୍କୁ ନ ଦେଖି ଦୁଃଖରେ ମ୍ରିୟମାଣ ଅଛନ୍ତି ।

ଓ ଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଶୋକସଭା ପାଳିତ …!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ କ୍ୟାଣ୍ଡେଲ ଜାଳି ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ସମସ୍ତ ସାମ୍ବାଦିକ। ଅରିନ୍ଦମ ଖବର ସଂଗ୍ରହ କରିବାକୁଯାଇ ଦୁଃସାହସିକ କାର୍ଯ୍ୟ କରି ନିଜେ ଖବର ପାଲଟି ଯାଇଥିଲେ ସତ । କିନ୍ତୁ ଯୁବ ସାମ୍ବାଦିକଙ୍କ ପାଇଁ ଏକ ସନ୍ଦେଶ ଦେଇ ଯାଇଛନ୍ତି। ଏଭଳି ଦୁଖଃଦ ସମୟରେ ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ , ରାଜ୍ୟ ସରକାର ମଧ୍ୟ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲା ସାମ୍ବାଦିକ।


ଆୟୋଜିତ ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢ଼ୀ , ବସନ୍ତ ପଣ୍ଡା , ରାମଗୋବିନ୍ଦ ଆଚାର୍ଯ୍ୟ , ସନ୍ତୋଷ ପଟ୍ଟନାୟକ , ସୁଜିତ ବିଷୋୟୀ , ଦିଲୀପ ଶତପଥୀ , ନାଗେଶ୍ଵର ମହାପାତ୍ର , ଗିରିଧାରୀ ପରିଚ୍ଛା , ପ୍ରଭାତ ପାତ୍ର , ଜିତେନ୍ଦ୍ର ବାରିକ , ଅମିତ୍ ପଟ୍ଟନାୟକ , ଗଣେଶ ରାଜୁ , ସିତାନାଥ ପଣ୍ଡା , ଋଷି , ଲୋକନାଥ ପଣ୍ଡା , ଡମ୍ବୁରୁ ଧର ପଲାଇ , ବାଦଲ ବର୍ଦ୍ଧନ , ବିଜୟ ଗୌଡ଼ , ହରିହର ପଟ୍ଟନାୟକ , ସନ୍ତୋଷ ପାଟଯୋଷୀ , ବାଳକୃଷ୍ଣ ପାଣିଗ୍ରାହୀ , ଶ୍ରୀକାନ୍ତ ମହାରଣା , ସରୋଜ ବୀର , ଆଦର୍ଶ ଦାସ ପ୍ରମୁଖ ଶୋକ ପ୍ରକାଶ କରିଥିଲେ।

ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଓ ଆନ୍ଧ୍ର ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ୍ ଲିବର୍ଟିସ୍ କମିଟିର ବିବାଦୀୟ ମାଣିକପାଟଣା ଗ୍ରାମ ଗ୍ରସ୍ତ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ୍ ଲିବର୍ଟିିସ୍ କମିଟି ମିଳିତ ଆନୁକୁଲ୍ୟରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗ୍ରାମ ଗସ୍ତ କରିଥିଲେ।
ସେଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପକ୍କାଘର ପ୍ରଭୃତି ପରିଦର୍ଶନ ଓ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅନୁସନ୍ଧାନକାରୀ ଦଳ ସମସ୍ତ ଅନୁଧ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜାଣିବାକୁ ପାଇଥିଲେ ଯେ , କିଛି ଲୋକ ମାଣିକପାଟଣା ଗ୍ରାମରେ ରହୁଥିଲେ ମଧ୍ୟ ସେମାନଙ୍କ ଭୋଟ ପରିଚୟ ପତ୍ରରେ ସାୱଆ କୋଟା , ଶ୍ରୀକାକୁଲମ୍ ଜିଲ୍ଲା ଆନ୍ଧ୍ର ପ୍ରଦେଶ ଉଲ୍ଲେଖ ରହିଛି ଏବଂ ସେମାନଙ୍କର କୈାଣସି ଘର ପଟ୍ଟା ବି ନାହିଁ। ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଗଙ୍ଗାବାଡ , କେରାଣ୍ଡି , କଇଁପୁର ଆଦି ସୀମାନ୍ତ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକୁ ଓଡ଼ିଶା ସୀମା ଦେଇ ଯିବା ପାଇଁ ଭଲ ରାସ୍ତା ଖଣ୍ତେ ନାହିଁ । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯିବା ପାଇଁ ଆନ୍ଧ୍ର ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି। ସେ ଅଞ୍ଚଳରେ ଭଲ ଡାକ୍ତରଖାନା ମଧ୍ୟ ନାହିଁ। ସ୍ୱାସ୍ଥ୍ୟ ସେବା , ଉତ୍ପାଦିତ କୃଷି ଜାତ ଦ୍ରବ୍ଯ ବିକ୍ରି ଓ ବିଭିନ୍ନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକମାନେ ଆନ୍ଧ୍ର ବଜାର ଉପରେ ହିଁ ନିର୍ଭରଶୀଳ। ତା ଛଡା ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଓଡ଼ିଶା ଭୋଟରଙ୍କୁ ଆକର୍ଷିତ କରି ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଏକ ହୀନ ଚକ୍ରାନ୍ତ ଆନ୍ଧ୍ର ସରକାର କରୁଛି । ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଯଥା ଶୀଘ୍ର ସୀମା ନିର୍ଦ୍ଧାରଣ କରାଯାଇ ସୀମା ବିବାଦର ସ୍ଥାୟୀ ସମାଧାନ କରିବା , ପକ୍କା ରାସ୍ତା , ଗମନାଗମନ ବ୍ୟବସ୍ଥା , ଡାକ୍ତରଖାନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି । ଏହି ତଥ୍ୟ ଅନୁସନ୍ଧାନକରୀ ଦଳରେ ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ କାର୍ଯ୍ୟକାରୀଣି ସଭାପତି ତନୁଜା ଶତପଥୀ , ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ , ଶିଶିର କୁମାର ଭଞ୍ଜସାମନ୍ତ , ନୃସିଂହ ମାଳବିଶୋୟୀ , ଚକ୍ରଧର ନାୟକ , ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ପୃକ୍ତ ମାଣିକପାଟଣା ଗ୍ରାମକୁ ଗ୍ରସ୍ତ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ ଲିବର୍ଟିସ୍ କମିଟି ପକ୍ଷରୁ ସଭାପତି ପତ୍ରି ଧାନେସୁ , ସୋମନାଥମ , ବୈକୁଣ୍ଠ ରାଓ , ଧାନେୟା ପ୍ରମୁଖ ଗ୍ରସ୍ତ କରିଥିଲେ ।

ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ..!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୋଷାଣୀ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଇନଚର୍ଜ ଡାଃ ପତିତପାବନ ବାରିକଙ୍କ ଅଧ୍ୟକ୍ଷତାରେ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାଃ ଅନଙ୍ଗ ସୁଦନ ଭୂୟାଁ ଓ ଡାଃ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ଏକ ମାନସିକ ରୋଗ ଓ ଏହା ଅଦୃଶ୍ୟ ମସ୍ତିଷ୍କ ବ୍ୟାଧି , ଯାହାକି ଧୀରେ ଧୀରେ ସ୍ମୃତିଶକ୍ତିକୁ ନଷ୍ଟ କରିଥାଏ ଓ ବ୍ୟକ୍ତିର ଚିନ୍ତାଧାରାକୁ ହ୍ରାସ କରିଥାଏ ।

ଅଧିକାଂଶରେ ଏହା ୬୦ରୁ ଉର୍ଦ୍ଧ୍ବ ବର୍ଷ ବୟସର ଲୋକଙ୍କୁ ହୋଇଥାଏ ଏବଂ ଏହି ରୋଗ ନିଜ ଅକ୍ତିଆରକୁ ଆଣିଥାଏ । ୬୦ ବର୍ଷ ବୟସ ହୋଇଯିବା ପରେ ଏହି ରୋଗ ଧୀରେ ଧୀରେ ବୃଦ୍ଧିପାଇ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କ୍ଷେତ୍ରରେ ସଙ୍କୁଚିତ ହୋଇ ଜମାଟ ବାନ୍ଧି ଦେଇଥାଏ । ଏଭଳି ହେବା ଫଳରେ ମସ୍ତିଷ୍କ ଆଉ ଠିକ୍ ଭାବେ କାମ କରେନି , ସ୍ମରଣ ତଥା ସ୍ମୃତିଶକ୍ତି ଚାଲିଯାଏ ଓ ଚିଡଚିଡା ଲାଗିରହେ । ଏତଦବ୍ୟତୀତ ବ୍ୟକ୍ତିର ସ୍ମୃତିଶକ୍ତି , ଚିନ୍ତା , କାର୍ଯ୍ୟକରିବା କ୍ଷମତା ଓ ଦୈନନ୍ଦିନ ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଇ ଥାଏ ବୋଲି କହିଥିଲେ । ଏହି ଅବସରରେ ଚଳିତ ବର୍ଷର ଥିମ ତଥା ବାର୍ତ୍ତା ରହିଛି ଯେ , “ଏକତ୍ର ଆମେ ନିଶ୍ଚିତ କରିପାରିବା” ଯେ , କେହି ଏକାକୀ ମାନସିକ ବିକୃତି ରୋଗର ସମ୍ମୁଖୀନ ହେବେ ନାହିଁ । ଆମକୁ ସେମାନଙ୍କ ଭଳି ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକତା ରହିଛି ଯେ ସେମାନେ ଏକୁଟିଆ ନୁହଁନ୍ତି । ଅନ୍ୟପକ୍ଷରେ ଏହି ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ରୋଗ ସମ୍ପର୍କରେ କିଭଳି ଲୋକମାନଙ୍କ ମଧ୍ୟରେ ସଚେତନତା ଭାବ ଜାଗ୍ରତ ଓ ସୃଷ୍ଟି ହେବ , ସେଥିପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ: ଶ୍ରୀ ଏମ: ଖଗେଶ୍ବର ଏବଂ ବିଏଏମ: ଶ୍ରୀ ଏନ: ଶ୍ରୀନିବାସାଲୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।