ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଛକାପଞ୍ଝା…!

!!! କନ୍ଧମାଳ ଜିଲ୍ଲା ରୁ ଶାଶ୍ଵତ ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା): ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ଘର ନିର୍ମାଣ କରୁଥିବା ଅଭିଯୋଗ ଆଣିଥିବା ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଓ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେଡି। ଏହାର ପ୍ରତିବାଦରେ ଆଜି ବିଜେଡି କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଦାରିଙ୍ଗବାଡି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୦ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ। ବିଜେଡି ଅଭିଯୋଗରୁ ପ୍ରକାଶ, ଦାରିଙ୍ଗବାଡ଼ି ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ସେ ବିନା ପିସିରେ ଫାଇଲ ସାଇନ୍‌ କରୁନଥିବା ଅଭିଯୋଗ କରିଛି ବିଜେଡି। ଏହା ସହିତ ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ସ୍କୁଲ ଯାଉନାହାନ୍ତି। ବ୍ଲକ ପରିସରରେ ମଦ ପିଇ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ତାଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଉ ବୋଲି ବିଜେଡି ଦାବି କରିଛି।

                                             ବିଜେଡି କର୍ମୀମାନେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

ସେହିପରି ବ୍ଲକ ଉପାଧ୍ୟକ୍ଷା ରମାକାନ୍ତ ବଳିୟାର ସିଂ ମଧ୍ୟ କାମ ନ କରି ବିଲ କରିବାକୁ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହାନ ବେହେରା ମିଥ୍ୟା ବିଲ୍‌ କରିବାକୁ ମନା କଲେ, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଧମକ ଦେଉଥିବା ବିଜେଡି ଅଭିଯୋଗ ଆଣିଛି। ତେଣୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାଵନୀ ଦେଇଛି। ସେପଟେ ଗତ ୧୬ ତାରିଖରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ବିଧାୟକ ସରକାରୀ ଜମିରେ କୋଠା ନିର୍ମାଣ କରିବା ଅଭିଯୋଗ ଆଣିଥିଲେ। ଏହାର ପ୍ରତିବାଦରେ ସେମାନେ ଅନଶନରେ ବସିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି ଏଭଳି ଡ୍ରାମା କରୁଛି ବୋଲି କଂଗ୍ରେସ ଆଜି ଅଭିଯୋଗ କରିଛି।

୨୪ ସେପ୍ଟେମ୍ବର,ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ।

ବୃଷ: ଆଥିକସ୍ଥିତି ସ୍ୱଚ୍ଛଳ ରହିବ। ମିତ୍ରମାନେ ଆପଣଙ୍କର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟ ବିସ୍ତାର ହେବା ପାଇଁ ନୂଆ ପଦ୍ଧତି ଅନୁସରଣ କରିଲେ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।

କର୍କଟ: ସନ୍ତାନମାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ। ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ।

ସିଂହ: ଘରକୁ ଅତିଥି ଆସିପାରନ୍ତି। କଥା ଉପରେ ନିୟନ୍ତ୍ରଣ କରନ୍ତୁ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: ସରକାରୀ କର୍ମଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ତୁଳା: ବ୍ୟବସାୟରେ ଆୟ ବୃଦ୍ଧି ହେବ। ଆଶା କରିଥିବା କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରିବେ। ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ରହିବା ଫଳରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ।

ବିଚ୍ଛା: ଅଧୁରା କାର୍ଯ୍ୟ ଆଜି ପୂରଣ ହେବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ଧନୁ: ସନ୍ତାନ ମାନଙ୍କ ଖୁସିରେ ଆନନ୍ଦିତ ହେବେ।  ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ।

ମକର: ଅନ୍ୟମାନଙ୍କୁ ସାହଯ୍ୟ କରିବା ଦ୍ୱାରା ଆତ୍ମସନ୍ତୋଷ ଲାଭ କରିବେ। ମହତ୍ୱପୂର୍ଣ୍ଣ ଲୋକମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍   ।

କୁମ୍ଭ: ଶୁଭ ଖବର ପାଇବେ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଅଭାବ ପୂରଣ ହୋଇପାରେ। ନିଜ ବ୍ୟବହାରକୁ ସଂଯମ ରଖିଲେ ସହକର୍ମୀମାନେ ପ୍ରଶଂସା କରିବେ।

ମୀନ: ସଭାସମିତିରେ ସଫଳତା ମିଳିବ।  ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।