ରାଗିଗଲେ ରାଖୀ, କହିଲେ-‘ମିଷ୍ଟର ଚଡ୍ଡାଙ୍କ ଚଡ୍ଡା କାଢ଼ି ଦେବି’…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ରାଗିଗଲେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। କହିଲେ- ‘ମୋ ଠାରୁ ଆଉ ମୋ ନାଁ ଠାରୁ ଦୂରେଇ ରୁହ। ନହେଲେ ମିଷ୍ଟର ଚଡ୍ଡାଙ୍କ ଚଡ୍ଡା କାଢ଼ି ଦେବି।’ ଏଣ୍ଟରଟେନ୍‌ମେଣ୍ଟ ପାଇଁ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ବେଶ୍‌ ଜଣାଶୁଣା। ସେ ପ୍ରାୟତଃ କିଛି ନା କିଛି ଏଭଳି କରନ୍ତି, ଯାହାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ସେ କିଛି ନ କରିବି ନିକଟରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ହେଡ୍‌ଲାଇନ୍‌ ପାଲଟି ଯାଇଛନ୍ତି। ପଞ୍ଜାବ ପଲିଟିକ୍ସରେ ଏବେ ରାଖୀ ସାୱାନ୍ତଙ୍କ ନାଁ ଉଠିଛି। ନିକଟରେ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ସିଦ୍ଧୁ ହେଉଛନ୍ତି ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ। ନେତାଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ରାଖୀ ସାୱନ୍ତ ନାଁ ଟଣାଯିବାକୁ ନେଇ ବିଭିନ୍ନ ମହଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ରାଖୀ ସାୱନ୍ତ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ‘ମୋ ଠାରୁ ଆଉ ମୋ ନାଁ ଠାରୁ ଦୂରେଇ ରୁହ। ମିଷ୍ଟର ଚଡ୍ଡା, ଯଦି ତୁମେ ମୋ ନାଁ ନେବ ତା’ହେଲେ ମୁଁ ତୁମର ଚଡ୍ଡା କାଢ଼ିଦେବି। ଟ୍ରେଣ୍ଡିଂରେ ଆସିବା ପାଇଁ ରାଘବ ଚଡ୍ଡା ମୋ ନାଁ ବ୍ୟବହାର କରୁଛନ୍ତି। ମୁଁ ଏବେ ଟ୍ରେଣ୍ଡିଂରେ ଅଛି।’ ସେପଟେ ନିଜ ଇନ୍‌ଷ୍ଟା ପୋଷ୍ଟରେ ମଧ୍ୟ ରାଖୀ ନିଜ ନାଁକୁ ନେଇ ହେଉଥିବା ରାଜନୀତି ବିଷୟରେ କହିଛନ୍ତି। ରାଖୀ ଏକ ଟ୍ୱିଟର ପୋଷ୍ଟର ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି। ଏଥିରେ ରିତେଶ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରିଛନ୍ତି। ନିଜ ଟ୍ୱିଟ୍‌ରେ ଉକ୍ତ ବ୍ୟକ୍ତି ଜଣକ ରାଘବ ଚଡ୍ଡା, ପଞ୍ଜାବ ପୁଲିସ, କଂଗ୍ରେସ, ଆମ ଆଦମୀ ପାର୍ଟି, ବିଜେପିକୁ ଟାଗ୍‌ କରି ଲେଖିଛନ୍ତି, ‘ନିଜ ରାନୈତିକ ଫାଇଦା ପାଇଁ କାହାର ମଧ୍ୟ ଛବି ବିଗାଡନ୍ତୁ ନାହିଁ। ଦୟାକରି ନିଜ ନିଜ ବିଧାୟକଙ୍କୁ ଶିକ୍ଷିତ କରାନ୍ତୁ। ଯଦି ମୁଁ ଲୋକଙ୍କୁ ଏକାଠି କରିବି ତେବେ କେଉଁ ସ୍ଥାନରେ ମଧ୍ୟ ‘AAP’ ଦେଖାଦେବ ନାହିଁ।’ ରାଖୀଙ୍କ ମୁତାବକ ଏହି ଟ୍ୱିଟ୍‌ କରିଥିବା ବ୍ୟକ୍ତି ଜଣକ ଆଉ କିଏ ନୁହନ୍ତି ଖୋଦ୍‌ ତାଙ୍କ ସ୍ୱାମୀ ରିତେଶ। ଏହି ପୋଷ୍ଟକୁ ଶେଆର କରି ରାଖୀ କ୍ୟାପସନରେ ଲେଖିଛନ୍ତି, ‘ମୋ ସ୍ୱାମୀ ରାଘବ ଚଡ୍ଡାଙ୍କୁ ଉଚିତ ଜବାବ ଦେଇଛନ୍ତି। ମୋ ସମ୍ମାନ ରକ୍ଷା ପାଇଁ ସେ ଠିଆ ହୋଇଛନ୍ତି। ଧନ୍ୟବାଦ।’ ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ଦଳ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ଦିନ ଆମ ଆଦମୀ ପାର୍ଟି ପଞ୍ଜାବର ସହ ପ୍ରଭାରୀ ତଥା ବିଧାୟକ ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି କହିଥିଲେ।

ଆଇଟି ଜାଲରେ ଫସିଲେ ସୋନୁ ସୁଦ୍‌, ଫାଙ୍କିଛନ୍ତି ୨୦ କୋଟି…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ରିଲ୍‌ରୁ ରିଅଲ୍‌ ହିରୋ ସାଜିଥିବା ସୋନୁ ସୁଦ ଶେଷରେ ଫସିଲେ। ଆୟକର ରାଡାର୍‌ରେ ସୋନୁ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ମିଳିଛି। ଅଭିନେତା ଅନେକ ଫେକ୍‌ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଂଚ ଚାଲିଛି ବୋଲି ସିବିଡିଟି କହିଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଅନୁଦାନ ଆଇନ୍‌ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ୍‌  ଉଲ୍ଲଂଘନ କରିଛନ୍ତି ସୋନୁ ସୁଦ୍‌। ଲାଭରହିତ ସଂସ୍ଥାନ ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍‌ଫଣ୍ଡିଙ୍ଗ୍‌ ପ୍ଲାଟ୍‌ଫର୍ମ’ ଜରିଆରେ ବିଦେଶୀ ଋଣଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି। ଏହାସହ ସୋନୁଙ୍କ ଠାରୁ ନଗଦ ୧.୮ କୋଟି ଟଙ୍କା ଜବତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହାବାଦ୍ ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଡୋନେସନ ପାଇଛି । ଯେଉଁଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୧.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବଳକା ୧୭ କୋଟି ଟଙ୍କା ଏଯାଏଁ ଆକାଉଣ୍ଟରେ ରହିଛି । ସେହିଭଳି ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ୍ ଯିଏ ସୋନୁ ସୁଦଙ୍କ ସହ ଯୋଡି ହୋଇ ରହିଛି ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣରେ ଆୟକର ହେରଫେର ହୋଇଥିବା କୁହାଯାଉଛି । ୟପୁର ସ୍ଥିତ ଏକ ଇନ୍‌ଫ୍ରା ଫାର୍ମ ସହ ୧୭୫ କୋଟି ଟଙ୍କାର ସର୍କୁଲାର ନେଣଦେଣ କରାଯାଇଥିବା ଆୟକର ଦାବି କରିଛି। ସିବିଡିଟିର କହିଛି, ମୁମ୍ବାଇରେ ଅଭିନେତାଙ୍କ ବିଭିନ୍ନ ପରିସର ଏବଂ ଭିତ୍ତିଭୂମି ବିକାଶରେ ନୟୋଜିତ ଲକ୍ଷ୍ନୌ ସ୍ଥିତ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ ହୋଇଥିଲା। ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ, ଗୁରୁଗ୍ରାମ ସମେତ ୨୮ଟି ସ୍ଥାନରେ ଲଗାତର ତିନି ଦିନ ଯାଏଁ ଚଢ଼ାଉ କରାଯାଇଥିଲା। ଏହାପରେ ସେ ଟ୍ୟାକ୍ସ ଫାଙ୍କି ଥିବା ନେଇ ଜଣାପଡିଛି। ସେପଟେ ରେଡ୍‌ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଏହି ମମଲାରେ ଟୁଇଟ୍‌ ମଧ୍ୟ କରାଯାଇଥିଲା। ସେ ଟ୍ୱିଟ୍‌ରେ କହିଥିଲେ, ‘ସତ୍ୟର ରାସ୍ତାରେ ଅନେକ ଅସୁବିଧା ଆସିବ, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହେବ। ସୋନୁ ସୁଦଙ୍କ ସହ ଭାରତର ଲକ୍ଷ ଲକ୍ଷ ପରିବାର ଠିଆ ହୋଇଛନ୍ତି, ଯେଉଁମାନଙ୍କୁ ସେ ତାଙ୍କ ଅସୁବିଧାରେ ସାହାଯ୍ୟ କରିଥିଲେ।’ ସୂଚନା ମୁତାବକ, ୪୮ ବର୍ଷୀୟ ସୋନୁ ସୁଦ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରି ଢ଼େର ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏହା ସହିତ ସେ ଦେଶର ଦିଲ୍ଲୀ ସରକାରଙ୍କ ମେଣ୍ଟର ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହୋଇଥିଲେ।

୧୯ ସେପ୍ଟେମ୍ବର, ରବିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଆଜି ଦିନଟି ଭଲରେ କଟିବ। ବ୍ୟବସାୟ ବାଣିଜ୍ୟରେ ଅଧିକ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ପାରିବାରିକ ଶାନ୍ତି ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମିଥୁନ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ମାନସିକ ଶାନ୍ତି ପାଇବେ। ଘରକୁ ଅତିଥି ଆସିପାରନ୍ତି।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। କର୍ମକ୍ଷେତ୍ରରେ ଭୁଲ ବୁଝାମଣା ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ମାନ-ସମ୍ମାନ ପାଇବେ। ମହିଳାମାନେ ସୁଖୀ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା:  ଶୁଭ ଫଳ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି।

ତୁଳା: ବ୍ୟବସାୟରେ କ୍ଷତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ଭୁଲ ବୁଝାମଣା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବିଛା: ଅଧିକ ପରିଶ୍ରମ କରିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ହେବ। ସନ୍ତାନମାନେ ପାଠପଢ଼ରେ ସଫଳତା ପାଇବେ।

ମକର: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ମାନସିକ ଅଶାନ୍ତି ଦେଖା ଦେବ। ବ୍ୟୟ ଅଧିକ ହେବ।