ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ …!

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନବରଙ୍ଗପୁର)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ. ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୧ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୫,୧୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ଓ ୨ ଗୋଟି ଏକଜ୍ୟୁକେସନ ପିଟିସନ ମଧ୍ୟ ଫଇସଲା କରିଛନ୍ତି । ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀଯୁକ୍ତ. ସଞ୍ଜୟ କୁମାର ସାହୁ ୭ ଗୋଟି ପାରିବାରିକ ବିବାଦ କେସ ରେ ଆପୋଷ ମିଳାମିଶା କରାଇଛନ୍ତି । ଏହି ୭ ଗୋଟି କେସ ମଧ୍ୟରୁ ଗୋଟିଏ କେସ ରେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀଯୁକ୍ତ. ସଞ୍ଜୟ କୁମାର ସାହୁ ଓ ଆଇନଜୀବି ଶ୍ରୀଯୁକ୍ତ ଗୋପାଳ ଶତପଥୀଙ୍କ ପ୍ରୟାସ କ୍ରମେ ଦୀର୍ଘ ୮ ବର୍ଷ ପରେ ସ୍ଵାମୀ ଶରତ ପଣ୍ଡା ଓ ସ୍ତ୍ରୀ ନମିତା ପଣ୍ଡାଙ୍କ ମଧ୍ୟରେ ଆପୋସ ମିଳାମିଶା ହୋଇପାରିଛି। ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ଶ୍ରୀଯୁକ୍ତ. ସୁଦାମ ଚରଣ ଦାସ ୫ ଟି ବେଲର ମିସ. ମକଦ୍ଦମା ର ଫଇସଲା କରିଛନ୍ତି ।

ବରିଷ୍ଟ ଦେବାନୀ ଜଜ ଶ୍ରୀଯୁକ୍ତ ରାଜ କିଶୋର ଜେନା ୨ ଗୋଟି ଦେବାନୀ କେସର ଫଇସଲା କରିଛନ୍ତି । ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ୬ ଟି କେସର ଫଇସଲା କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ୨ ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି । ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା ୩୫ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି। ଏହି ଲୋକ ଅଦାଲତରେ ବ୍ୟାଙ୍କର ୫୫ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ. ୨୨,୮୨,୬୪୧/- ରୁଣ ଆଦାୟ କରାଯାଇଛି । ଏହି ଲୋକ ଅଦାଲତ ରେ ସର୍ବମୋଟ ୮୮ ଗୋଟି କୋର୍ଟ କେସ ର ଫଇସଲା କରାଯାଇଛି। ଏହି ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ପ୍ରଣୟ କୁମାର ଦାସ, ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ସୁମନ୍ତ କୁମାର ପଟ୍ଟନାୟକ ଓ ଶ୍ରୀମତୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

ରାୟଗଡାରେ ୩ୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ; କୋଭିଡ୍ ନିୟମ କୁ ଫୁ …!

!!! ରାୟଗଡ଼‌ା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼‌ା)- କୋଭିଡ୍ ନିୟମ କୁ ପାଳନକରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ୩ୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର,ବିଷମକଟକ,କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୬୩ ଟି ମାମଲାର ଫଇସଲା ହୋଇ ଟ.୫୧,୪୦,୬୯୩ (ଏକାବନ ଲକ୍ଷ ଚାଳଶି ହଜାର ଛଅଶହ ତେୟାନବେ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୨ଟି ମାମଲାର ଫଇସଲା ହୋଇ ଟ.୧,୫୦,୦୦୦( ଏକ ଲକ୍ଷ ପଚାଶ ହଜାର) ଟଙ୍କା ଆଦାୟ କରାଯାଇଛି।ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ।

ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଆଶିସ୍ କୁମାର ତ୍ରିପାଠି, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା,ରେଜିଷ୍ଟର ଶ୍ରୀମତି ପ୍ରତିମା ପାନ,ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା,ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି ଶ୍ରୀ ଗୁରିଚରଣ ଜେନାମଣୀ,ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ ପ୍ରମୁଖ ଯୋଗଦେଇଥିଲେ।ରାଜ୍ୟ ସରକାରଙ୍କର କୋଭିଡ୍ ଗାଇଡଲ୍ଇନ୍ ଅନୁଯାୟୀ ମାସ୍କ ପିନ୍ଧି,ସାମାଜିକ ଦୂରତ୍ବ ରକ୍ଷାକରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।

ବେହେରାଗୁଡା ବାଲି ଲିଜଧାରୀକୁ ଅହେତୁକ ଅନୁକମ୍ପା…!

!!! ରାୟଗଡ଼‌ା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼‌ା)- ରାୟଗଡ଼‌ା ରେ ବାଲି ଦୁର୍ନୀତି ଥମିବାର ନାଁ ନେଉନି। ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜସ୍ବ ବିଭାଗ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମାଫିଆ ଗଳା ବାଟ ଦେଇ ଚୋରା ଚାଲାଣ ଜାରି ରଖିଛନ୍ତି। ଯାହାର ପ୍ରମାଣ ୧୬ ତାରିଖରେ ଇସ୍ୟୁ ହୋଇଥିବା ୱାଇ ଫର୍ମ ଜରିଆରେ ଆଜି ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ପୁଲିସ୍ ଧରିବା ପରେ ପ୍ରମାଣିତ ହୋଇଛି। ତଦନ୍ତ ସମୟରେ ରାୟଗଡ଼ା ତହସିଲର ବେହେରାଗୁଡ଼ା ବାଲିଘାଟରୁ ଅଟକ ଥିବା ଟ୍ରାକ୍ଟର ବାଲି ଆଣୁଥିବା ଜଣା ପଡିଛି । ଗତ ଆର୍ଥିକ ବର୍ଷରେ କରୋନା କଟକଣା ସତ୍ତ୍ବେ ଧାର୍ଯ୍ୟ ସମୟ ପୂର୍ବରୁ ୱାଇ ଫର୍ମ ଶେଷ କରି ଆନ୍ଧ୍ରକୁ ବେଆଇନ ଭାବେ ବାଲି ଚାଲାଣ କରି ଚର୍ଚ୍ଚାରେ ଥିଲେ ବେହେରାଗୁଡ଼ା ଲିଜ୍ ଧାରୀ। ୱାଇ୍ ଫର୍ମ ‌ଶେଷ ହେବା ପରେ ତହସିଲ କର୍ତ୍ତୃପକ୍ଷଙ୍କ ନାଁରେ ଟ୍ରାକ୍ଟର ପିଛା ଧାର୍ଯ୍ୟ ଦର ବାଦେ ୩୦୦ ଟଙ୍କା ଆଦାୟ କରି ବେଆଇନ ଭାବେ ବାଲି ଚାଲାଣ ଜାରି ରଖିଥିଲେ।

ପ୍ରତିବାଦରେ ଟ୍ରାକ୍ଟର ମାଲିକ ଆନ୍ଦୋଳନକୁ ଓହ୍ଲାଇବା ପ‌ରେ ବାଲି ଚାଲାଣ ବନ୍ଦ ସହ ରାୟଗଡ଼ା ସହର ନିକଟସ୍ଥ ଘାଟରୁ ବାଲି ଉଠାଣ ପାଇଁ ଟ୍ରାକ୍ଟର ମାଲିକଙ୍କୁ ପ୍ରଶାସନ ନିର୍ଦେଶ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ଚୋରା ଚାଲାଣ ରୋକିବାକୁ ବେହେରାଗୁଡା ଲିଜଧାରୀକୁ ତହସିଲ ପକ୍ଷରୁ ପ୍ରତ୍ୟେକ ମାସର ଧାର୍ଯ୍ୟ କୋଟା ଅନୁଯାୟୀ ୱାଇ ଫର୍ମ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ୱାଇ ଫର୍ମକୁ ଚଞ୍ଚକତା କରି ବାଲି ଚାଲାଣ ଜାରି ରଖିଛନ୍ତି। ପୁରୁଣା ତାରିଖର ୱାଇ ଫର୍ମରେ ଦିନ ଦିନ ଧରି ବାଲି ଚାଲାଣ ଜାରି ରହିଥିବା ସତ୍ତ୍ବେ ଏ ଦିଗରେ ତହସିଲ କର୍ତ୍ତୃପକ୍ଷ ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ଆଜି ପୁଲିସର ଯାଞ୍ଚ ସମୟରେ ୧୬ ତାରିଖର ୱାଇ ଫର୍ମରେ ଏକ ଟ୍ରାକ୍ଟର ୩ ଦିନ ଧରି ବାଲି ଚାଲାଣ ଜାରି ରଖିଥିବା ଜଣା ପଡିଛି। ସୂଚନାଯୋଗ୍ୟ, ବେହେରାଗୁଡ଼ା ଘାଟକୁ ୫ ବର୍ଷ ପାଇଁ ଲିଜ୍ ଆକାରରେ ଲିଜଧାରୀଙ୍କୁ ପ୍ରଦାନ କରାଯାଇଛି। ଚଳିତ ମାର୍ଚ୍ଚରେ ଲିଜଧାରୀଙ୍କ ଲିଜ୍ ଅବଧି ଶେଷ ହେଉଥିବା ବେଳେ ବାକିଥିବା ୧୨ ହଜାର ୬୦ କ୍ୟୁବିକ୍ ମିଟର ପାଇଁ ପ୍ରତି ମାସକୁ ୧୦୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ୱାଇ ଫର୍ମ ପ୍ରଦାନ କରାଯାଇଛି।

ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଛତ୍ରପୁର ରୁ ଉଠାଇନେଲା ଭଦ୍ରକ ପୋଲିସ॥!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ନିଜ ବିବାହିତ ସ୍ତ୍ରୀ ଏବଂ ଶିଶୁ ପୁତ୍ରକୁ ଛାଡି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅନ୍ୟଜଣେ ମହିଳାଙ୍କ ସହ ବିଳାସ ପୂର୍ଣ୍ଣ ଜିବନ ବିତାଉଇ ଆସୁଥିବା ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୋଲିସ । ୨୦୧୫ ମସିହାରେ ଭଦ୍ରକର ଭଣ୍ଡାରି ପୋଖରି ଅଞ୍ଚଳରେ ଏକ ଆଦିବାସୀ ମହିଳାକୁ ବିବାହ କରିବା ପରେ ପ୍ରତାରଣା ଦେଇ ଛତ୍ରପୁର ଅଞ୍ଚଳରେ ଅନ୍ୟ ଏକ ମହିଳା ସହ ରହି ଆସୁଥିବା ଗାଡି ଚାଳକ ଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୋଗକୁ ଭିର୍ତ୍ତି କରି ଗିରଫ କରିବାକୁ ଆସିଥିବା ଭଦ୍ରକ ପୋଲିସକୁ ୮ ଘଣ୍ଟା ନାକେଦମ ହେବାକୁ ପଡିଛି । ନିଜ ବିବାହିତ ପତ୍ନିଙ୍କ ସହ ଶିଶୁ ପୁତ୍ରକୁ ମିଥ୍ୟା ପତିଶୂତ ଓ ପ୍ରତାରଣା ଦେଇ ଛତ୍ରପୁରରେ ଆସି ଅନ୍ୟଜଣେ ମହିଳାଙ୍କ ସହ ବିଳାଶପୂର୍ଣ୍ଣ ବୈବାହିକ ଜିବନ ବିତାଇ ଆଶୁଥିବା ଜଣେ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିବା ପାଇଁ ପୋଲିସକୁ ହେବାକୁ ପଡିଛି ନାକେଦମ । ରସିକିଆ ଡ୍ରାଇଭରଙ୍କ ସହ ରହିଆସୁଥିବା ମହିଳାଙ୍କୁ ରେଡ ହେଣ୍ଡେଡ ଧରିବା ପାଇଁ ନିଜପତ୍ନୀ ଜୋତ୍ସା ରାଣୀ ସାମଲଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ନେଇ ଭଦ୍ରକର ଭଣ୍ଡାରି ପୋଖରୀ ପୋଲିସ ପହଞ୍ଚିଥିବା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ । ଯାହାକୁ ନେଇ ରାତ୍ର ୧୨ ଘଣ୍ଟ ଠାରୁ ସକାଳ ୮ ଘଣ୍ଟ ପର୍ଯ୍ୟନ୍ତ ଚାଲିଥିଲା ଏହି ଡ୍ରାମା । ଆଉ ଶେଷରେ ଆମ୍ବୁଲାନ୍ସ ଚାଳକ ପିନା ସାମଲକୁ କାବୁ କରିଥିଲା ଭଦ୍ରକ ପୋଲିସ ଯାହାକୁ ସହାୟତା କରିଥିଲେ ଛତ୍ରପୁର ଥାନା ପୋଲିସ । ସେପଟେ ଅଭିଯୋଗକାରୀଙ୍କ ଭାଇ ପ୍ରଶାନ୍ତ କୁମାର ଜେନାଙ୍କ କହିବା କଥା ଅଭିଯୁକ୍ତ ପିନା ସାମଲ କୁଆଡେ ତାଙ୍କ ଭଉଣୀ ଜୋତ୍ସା ରାଣୀ ସାମଲଙ୍କ ବାହାଘର ସ୍ଥିର ହେବାପରେ ତାଙ୍କୁ ଜୋରଜବରଦସ୍ତ ଉଠାଇନେଇ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ପରିବାର ବର୍ଗ ଥାନାରେ ଅଭିଯୋଗ କରିବାପରେ ପତ୍ନୀ ଭାବରେ ଗ୍ରହଣ କରିବେ ବୋଲି ସ୍ଥୀର କରିଥିଲେ । ହେଲେ ଛତ୍ରପୁର ଆସି ପୂର୍ବରୁ ଏକ ମହିଳାଙ୍କ ସହ ସଂପର୍କ ରଖିଥିବା ବେଳେ, ବର୍ତ୍ତମାନ ଅନ୍ୟ ଜଣେ ମହିଳାଙ୍କ ସହ ଏକାଠି ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ପକ୍ଷରୁ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ଛତ୍ରପୁର ଜଣେ ବ୍ୟକ୍ତି ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ନେଇ ମଧ୍ୟ ଥାନାରେ ଜଣାଇଥିବା କହିଛନ୍ତି । ଅନ୍ୟପଟେ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଗଣମାଧ୍ୟମ ସମ୍ମୁଖରେ କୌଣସି ପତିକ୍ରିୟା ରଖିନାହାନ୍ତି । ଦୀର୍ଘ ୮ ଘଣ୍ଟାର କଶରତ ପରେ ଭଦ୍ରକ ପୋଲିସ ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଉଠାଇ ନେଇଥିବା ବେଳେ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଭଦ୍ରକ ଭଣ୍ଡାରୀପୋଖରୀ ଥାନାର ତଦନ୍ତକାରୀ ଅଧିକାରୀ ଭାନୁ ଚରଣ ସିଂ । ଅନ୍ୟପଟେ ନ୍ୟାୟ ନମିଳିଲେ ବିବାହିତ ମହିଳାଙ୍କ ସମେତ ପରିବାର ବର୍ଗ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଉସ୍ତାଳୀରେ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟନ, ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଶାନ୍ତି ଶୋଭାଯାତ୍ରା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳୀ ଗ୍ରାମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟନ ହୋଇଛି । ଖଲ୍ଲିକୋଟ ଶାଖା ତରଫରୁ ଏହି ଶିକ୍ଷାକେନ୍ଦ୍ର ଉଦଘାଟନ କରାଯାଇଛି । ବ୍ରହ୍ମାକୁମାରୀ ଜ୍ୟୋଷ୍ନା ପରିଚାଳନାରେ ବ୍ରହ୍ମାକୁମାର ତଥା ବିଶିଷ୍ଟ ଆଇନଜୀବୀ ବିନାୟକ ସାହୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ଭାସ୍କର ଦାସ ଓ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀଙ୍କ ସହିତ ଶିବ ଭଗବାନ ଏବଂ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ବହୁ ଦିବ୍ୟାତ୍ମାମାନେ ଉପସ୍ଥିତ ଥିଲେ । ଆଧ୍ୟାତ୍ମିକ ଚେତନା ବିତରଣ କରି ସାଧାରଣ ମାନବାତ୍ମାରୁ ଦେବାତ୍ମାରେ ରୂପାନ୍ତରିତ ହେବ ପାଇଁ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ସମଗ୍ର ଚିଙ୍ଗୁଡ଼ିଖୋଲ ପଂଚାୟତରେ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀଙ୍କ ଦ୍ୱାରା ଏକ ବିରାଟ ଶାନ୍ତି ଶୋଭାଯାତ୍ରା ହୋଇଥିଲା ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗତକାଲି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଶିକ୍ଷକ ପ୍ରସନ୍ନ କୁମାର ନାୟକ ଙ୍କ ବିଜ୍ଞାନ ସମ୍ଵନ୍ଧୀୟ ଲିଖିତ ପୁସ୍ତକ “ଶରୀର ଗାଥା” ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚନ କାର୍ଯ୍ୟକ୍ରମ ରେ ଜାତୀୟ ଇଂରାଜୀ ସମ୍ବାଦ ପତ୍ର ସହ ଅନ୍ତର୍ଜାତୀୟ ସାମାଜିକ ଗଣ ମାଧ୍ୟମ ଆଇ ୱାଇ ଏ ନ୍ୟୁଜ (IYA NEWS) ର ସମ୍ପାଦିକା ତଥା ଯୁବ ବର୍ଗର ପ୍ରେରଣା, ଯୁବ ବର୍ଗର ସ୍ବର INDIAN YOUTH ASSOCIATION ସଂଗଠନ ର ସମ୍ପାଦିକା ସୁଶ୍ରୀ ଏନ ଏଚ ପ୍ରିୟା ଗଡ଼ନାୟକ ପ୍ରମୂଖ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।

ପେସାରେ ଶିକ୍ଷକତା ସହିତ ନିଶାରେ ସେ ଏକାଧାରାରେ ଜଣେ ଲେଖକ, କବି, ସମାଜସେବୀ ଏବଂ ପରୋପକାରୀ, ଛାତ୍ରବତ୍ସଳ ଶିକ୍ଷକ ଅଟନ୍ତି ।ଆଗରୁ ମଧ୍ଯ ତାଙ୍କର ସ୍ଵରଚିତ ପୁସ୍ତକ ପ୍ରକାଶିତ ହୋଇଯାଇଛି ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିକ୍ଷକ ଶ୍ରୀ ନାୟକ ଙ୍କୁ ପ୍ରସଂସା କରିବା ସହ ଆଗକୁ ଏ ଭଳି ପୁସ୍ତକ ଲେଖିବା ପାଇଁ ପ୍ରେରଣା ଦେଇଥିଲେ। ଏବଂ ରାଜ୍ୟପାଳ ” ଶରୀର ଗାଥା” ପୁସ୍ତକ ଟିକୁ ପଢି ଖୁସିବ୍ୟକ୍ତ କରିଥିଲେ ।ଏଥିସହିତ ଶିକ୍ଷକ ଶ୍ରୀ ନାୟକଙ୍କ ସ୍ଵରଚିତ ପୁସ୍ତକଟି ଓଡ଼ିଶାର ମହାମହିମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଥିବା ହେତୁ ଶିକ୍ଷକ ପ୍ରସନ୍ନ କୁମାର ନାୟକ ମଧ୍ଯ ଖୁସିବ୍ୟକ୍ତ କରିଛନ୍ତି ।

“ଶୁକଦେବ ଓ ଭିକାରୀ” ଟିମ କ୍ଲିନ୍ ସିଟିର ଦୁଇ ନୁଆ ଅତିଥି…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ପରିସ୍ଥିତିରେ ପଡି ବଦଳିଯାଏ ଲୋକଙ୍କ ଭାଗ୍ୟ। ଘର ଦ୍ବାର ଓ ପରିବାର ଥାଇ ସୁଦ୍ଧା ସେମାନେ ସମସ୍ତଙ୍କ ପାଇଁ ଅଲୋଡ଼ା। ଦିନ ଥିଲା ରୋଜଗାର କରି ପରିବାର ଚଳାଉଥିଲେ। ହେଲେ ବିଧିର ବିଧାନ। ସବୁ କିଛି ବଦଳିଗଲା। ନିଜ ଲୋକ ହୋଇଗଲେ ପର। ବାଧ୍ୟ ହୋଇ ଘରଦ୍ୱାର ଏପରିକି ପରିବାର ଲୋକଙ୍କୁ ଛାଡ଼ି ଦାଣ୍ଡର ଭିକାରୀ ହୋଇଗଲେ ଆଉ ପର ହତଟେକାକୁ ଅନେଇବାକୁ ବଧ୍ୟହେଲେ ଏମାନେ। ହଁ ଆମେ କହୁଛୁ ସେମାନଙ୍କ କଥା, ଯେଉଁ ମାନଙ୍କର କେହି ନାହାନ୍ତି, ଆଉ ଯେଉଁ ମାନଙ୍କର ସମସ୍ତେ ଥାଇବି ନଥିଲା ସଙ୍ଗେ ସମାନ ସେଠି ପହଞ୍ଚୁଚୁ ଆମେ। ଆମେ ଟିମ କ୍ଲିନ୍ ସିଟି, ବ୍ରହ୍ମପୁର।

ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ। ଦୀର୍ଘ ଦୁଇ ବର୍ଷ ଧରି ସାମାଜିକ ସେବାରେ ନିଜକୁ ବ୍ରତି ରଖିଛନ୍ତି ଟିମର ସଦସ୍ୟ ମାନେ। ଆଜି ଟିମ ପକ୍ଷରୁ ଦୁଇଜଣ ଏଭଳି ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇ ନିଜକୁ ଗର୍ବ ଅନୁଭବ କରୁଛୁ। ଜଣେ ଭିକାରୀ ଦାସ ଯାହାଙ୍କ ଘର ଭାବିନିପୁରରେ ଏବଂ ଅନ୍ୟ ଜଣେ ହେଉଛନ୍ତି ବିଜୟ ବିହାର ଅଞ୍ଚଳର ଶୁକଦେବ ସାହୁ। ଉଭୟଙ୍କୁ ସେବା ପ୍ରଦାନ କରି ଟିମର କାର୍ଯ୍ୟକୁ ଆଗକୁ ନିଆଯାଇଛି। ଆଜି ସୁଦ୍ଧା ଟିମ ପକ୍ଷରୁ ମୋଟ 86ଜଣ ଅସହାୟ ନିରାଶ୍ରୟଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଟିମର ଏଭଳି ନିରବଚ୍ଛିନ୍ନ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଲହଙ୍ଗୀର ରେ ଆୟୋଜିତ କବିତା ସମ୍ମିଳନୀ ରେ ପଦ୍ମଶ୍ରୀ ହଳଧର ନାଗ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)– ବିଶ୍ୱକର୍ମା ପୂଜା ଅବସରରେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଲହଙ୍ଗୀର ଗ୍ରାମ ରେ ନୂଆଁଖାଇ ଭେଟଘାଟ ସହ କବି ସମ୍ମିଳନୀ , ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ “ଲେଦା”ସମାଲୋଚନା ମୂଳକ କବିତା ସଂସ୍କରଣ ୨୦୨୧ ଲୋକାର୍ପିତ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମ ରେ ଲହଙ୍ଗୀର ତଲିପଡା ଯୁବକ ମାନେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ସମ୍ବଲପୁରୀ ଭାଷା ରେ ମାଁ ମାଟିକୁ ସମ୍ମାନ ଉପରେ ଏକ ସମ୍ବଲପୁରୀ କବିତା ଶ୍ରୋତା ମାନଙ୍କୁ ଶୁଣାଇ ଉତ୍ସାହିତ କରିଥିଲେ lବ୍ୟଙ୍ଗ କବି ନକୁଳ ମେହେର, ଧର୍ମୁ ଭୋଇ ବ୍ୟଙ୍ଗାତ୍ମକ ସମ୍ବଲପୁରୀ କବିତା ମାନ ଶୁଣାଇବା ଫଳରେ ଲୋକେ ହସହସ ରେ ଗଦଗଦ କରି ପକାଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚିତାନନ୍ଦ ସାହୁ, ନରୋତ୍ତମ ପ୍ରଧାନ, ଘନଶ୍ୟାମ ପ୍ରଧାନ, ମହାନନ୍ଦ ବରିହା ଏବଂ ଠାକୁର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ lଏହି କାର୍ଯ୍ୟକ୍ରମ ପରେ ପରେ ଲୋକଙ୍କୁ ପ୍ରବଚକ ହେମଲତା ସାହୁ,ଉଦ୍ଧବ ତ୍ରିପାଠୀ ଉପସ୍ଥିତ ଦର୍ଶକ ମାନଙ୍କୁ ପ୍ରବଚନ ଶୁଣାଇଥିଲେ lଏହି କାର୍ଯ୍ୟକ୍ରମ ଗ୍ରାମ ର ଅନନ୍ତ, ଆଲୋକ, ଅନ୍ତର୍ଯ୍ୟାମୀ,ତାରାହାସ୍ୟ, ବସୁଦେବ, ନବୀନ,ପିଣ୍ଟୁ,ଦିଲୁ,ବୁଲୁ,ସୁରଜ୍, ସୈାରଭ,ସତ୍ୟ,ରାମ,ଲକ୍ଷ୍ମଣ, ରୋହିତ, ଅକ୍ଷୟ,ଜୟକୁମାର,ମିନି,ଶୁକ, ଜଗନ୍ନାଥ,ମାନସ, ଧର୍ମ,ମନିଷ,ଏଲ୍.ଏକ୍ସ ପୋଢ ପ୍ରମୁଖ ଗାଁ ରେ ପ୍ରଥମ କରି ଆୟୋଜନ କରି ଅଞ୍ଚଳ ରେ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛନ୍ତି l

ନକ୍ସଲ ପ୍ରବଣ ଅଞ୍ଚଳରେ ନୂଆପଡ଼ା ଜିଲ୍ଲାପାଳ…!

!!! ନୂଆପଡା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନୂଆପଡ଼ା)- ନକ୍ସଲ ପ୍ରବଣ ଅଞ୍ଚଳରେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ। ସେ ସରକାରୀ ଯୋଜନାର ସମୀକ୍ଷା କରିବା ସହିତ ଲୋକଙ୍କ ସହିତ ଭାବବିନିମୟ କରିଛନ୍ତି।  ଏଥିସହ କେତେକ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି। ଜିଲ୍ଲାପାଳ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ। ନୂଆପଡା ସ୍ୱଧାଦେବ ସିଂ ଆଜି ନକ୍ସଲ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ଗସ୍ତ କରିଥିଲେ। ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସୁନାବେଡା ଅଞ୍ଚଳରେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଓ ଓପିଲିପି ଦ୍ୱାରା ତିଆରି କରା ଯାଇ ଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ବ୍ଲକ ତରଫରୁ ତିଆରି କରାଯାଇ ଥିବା ଗ୍ରାମୀଣ ବଜାର ଆଦି ବୁଲି ଦେଖିଥିଲେ। ପରେ ସୁନାବେଡାଠାରେ ଥିବା ଏସ୍‌ଓଜି କ୍ୟାମ୍ପକୁ ଯାଇ ଯବାନଙ୍କ ବିଭିନ୍ନ ସମସ୍ୟା ବୁଝି ଥିଲେ। ଗମନାଗମନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବରକୋଟ ଗାଁରେ ଥିବା ଭୁଞ୍ଜିଆ ମହିଳାମାନଙ୍କ ପାଇଁ ଏକ ଧାନ ପେଷା କଳକୁ ଲୋକାର୍ପିତ କରିଥିଲେ। ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯାଇଥିଲେ।

ବଲାଙ୍ଗିର ବିଜେଡିରେ ଫାଟ ଜଳଜଳ; ତାଳି ପକାଇବାକୁ ଯିବେ ନବୀନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦଳୀୟ ସାଂଗଠନିକ ସ୍ଥିତି ଦୁର୍ବଳ ଜିଲ୍ଲାଗୁଡ଼ିକୁ ଗସ୍ତ ଜାରି ରଖିଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ଥିବା ମାଲକାନଗିରି ଓ ସୁନ୍ଦରଗଡ଼କୁ ନବୀନ ନିଜର ପୁରା ଟିମ ସହ ଗସ୍ତ କରିଥିବା ବେଳେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗିର ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ସେଠାର ସଂଗଠନର ବିକଟାଳ ସ୍ଥିତିକୁ ସୁଧାରିବା ପାଇଁ ନବୀନ ବଲାଙ୍ଗିର ଜିଲ୍ଲାର ୩ଟି ସବଡିଭିଜନରେ ମାରାଥନ୍ କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି। ତେବେ ନବୀନଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବସିଥିବା ପ୍ରସ୍ତୁତି ବୈଠକରେ ଦଳର ଗୋଷ୍ଠୀକନ୍ଦଳ ଜଳଜଳ ହୋଇ ପଦାରେ ପଡ଼ିଥିବା ଚର୍ଚ୍ଚା। ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ତାରିଖରେ ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ଦଳୀୟ ବିଧାୟକ, ପରାଜିତ ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ହୋଇଥିବା ଏହି ବୈଠକରେ ଏୟୁ ସିଂହଦେଓ ପରିବାର ନିଜର ପ୍ରଭାବ ବିସ୍ତାର କରିବାକୁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି। ଦୀର୍ଘ ଦେଢ଼ଦଶନ୍ଧି ଧରି ସିଂହଦେଓ ପରିବାର କବଜାରେ ବଲାଙ୍ଗିର ବିଜେଡି ଥିବାବେଳେ ୨୦୧୪ ସାଧାରଣ ନିର୍ବାଚନ ପରେ ଯୁବନେତ୍ରୀ ଶ୍ରୀମୟୀ ମିଶ୍ର ଜିଲ୍ଲା ଦଳୀୟ ସଂଗଠନ ଓ ସରକାରୀ କାର୍ଯ୍ୟକ୍ରମରେ ମାତ୍ରାଧିକ ସକ୍ରିୟ ହେବାରୁୁ ରାଜପରିବାରକୁ ଜିଲ୍ଲା ସଂଗଠନରେ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସିଂହଦେଓ ପରିବାରର ପ୍ରଭାବ କ୍ରମାଗତ ହ୍ରାସ ପାଇବାରେ ଲାଗିଥିଲା, ଯାହାକି ଏବେ କେବଳ ନାମକୁ ମାତ୍ର ବଲାଙ୍ଗିର ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ ରହିଯାଇଛି। ଏପରିକି ଜିଲ୍ଲା ସଭାପତି ପଦ ମଧ୍ୟ ସିଂହଦେଓ ପରିବାର ହାତରୁ ଖସି ଯାଇଥିଲା। ସେପଟେ ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ସିଂ ମଧ୍ୟ ସିଂହଦେଓ ପରିବାରକୁ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ବିଭିନ୍ନ କାରଣ ପାଇଁ ମୂଳରୁ ବିବାଦରେ ଥିବାରୁ ଦଳ ତାଙ୍କ ଉପରେ ଭରସା କରିପାରୁନି । ସଂଗଠନ ବି ତାଙ୍କଠୁ ଦୂରେଇ ରହିଛି । ସିଂହଦେଓ ପରିବାର ପ୍ରତି ବି ଉଭୟ କର୍ମୀ ଓ ସାଧାରଣ ଲୋକେ ବିମୁଖ ହୋଇସାରିଲେଣି । ବିଜେଡି ସୁପ୍ରିମୋ ଏବେ ସିଂହଦେଓ ପରିବାରକୁ ଆଉ ପୂର୍ବଭଳି ବିଶ୍ୱାସକୁ ନେଉନଥିବାରୁ ନିଜର ପତିଆରା ବୃଦ୍ଧି ପାଇ ରାଜପରିବାର ଯେନତେନ ପ୍ରକାରେ ଉଦ୍ୟମ କରୁଥିବା ଚର୍ଚ୍ଚା। ତେଣୁ ଜିଲ୍ଲାରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଜେଡି ନୂଆ ରଣନୀତି ପ୍ରସ୍ତୁତ ନକଲେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେବା ନିଶ୍ଚିତ। ୨୦୧୭ ପଂଚାୟତ ନିର୍ବାଚନରେ ଜିଲ୍ଲାର ମୋଟ ୩୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ୯ଟିରେ ବିଜେଡି ଜିତିଥିବାବେଳେ ବିଜେପି ୨୨ଟି ଆସନ ଦଖଲ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ବି ଜିଲ୍ଲାରେ କଂଗ୍ରେସକୁ ୨ଟି, ବିଜେପିକୁ ଗୋଟିଏ ଓ ବିଜେଡିକୁ ୨ଟି ବିଧାନସଭା ଆସନ ମିଳିଛି। ଯାହାକି ଜିଲ୍ଲାରେ ବିଜେଡିର ଦୁର୍ବଳ ସ୍ଥିତିକୁ ପକାଇଥିବାବେଳେ ବିଜେଡି ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଯୋଗୁ ବଲାଙ୍ଗିରରେ କଂଗ୍ରେସ ଓ ବିଜେପିର ସ୍ଥିତି ପୂର୍ବ ତୁଳନାରେ ସୁଦୃଢ଼ ହେବାରେ ଲାଗିଛି। ଏସବୁକୁ ଦୃଷ୍ଟିରେ ରଖି ବିଜେଡି ବଲାଙ୍ଗିର ଜିଲ୍ଲାରେ ନବୀନଙ୍କ ୩ଟି ସ୍ଥାନରେ ମାରାଥନ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଆଉ ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ୧୫ରୁ ଅଧିକ ମନ୍ତ୍ରୀ ଓ ୩୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ଜିଲ୍ଲାର ୧୪ ବ୍ଲକ ଓ ୫ଟି ପୌରାଂଚଳରେ ୪ଦିନ ଧରି ଡେରା ପକାଇ ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।