ପଞ୍ଚାୟତ ମହିଳା ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କିତ କର୍ମଶାଳା।

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଦିନ ହଙ୍ଗର ପ୍ରୋଜେକ୍ଟ ଆନୁକୂଲ୍ୟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମହିଳା ବିକାଶ ପ୍ରତିଷ୍ଠାନ” ସହଯୋଗରେ ପଞ୍ଚାୟତରାଜ ମହିଳା ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କାର୍ଯ୍ୟକ୍ରମରେ ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ନଟବର ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ ଓ ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ପ୍ରତିଷ୍ଠାନର ଶ୍ରୀମତୀ ନିର୍ମଳା ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମ ବ୍ୟକ୍ତିମାନଙ୍କ ମାଧ୍ୟମରେ ପଞ୍ଚାୟତର ମହିଳା ଜନପ୍ରତିନିଧି ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇବା ହିଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।ମଞ୍ଚାସୀନ ଅତିଥିଭାବେ ପଞ୍ଚାୟତ ରାଜ ମହିଳା ପ୍ରତିନିଧି ତଥା ଅଲିଭା ମହାସଂଘ ସଭାପତି ଶ୍ରୀମତୀ ଅଭାବନି ମାଳି , ସମ୍ପାଦକ ତଥା ରା:ଉଦୟଗିରି ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପୂଜାରୀ , କୋଷାଧ୍ୟକ୍ଷ ତଥା ସରପଞ୍ଚ ଶ୍ରୀମତୀ ରୀନା ରାଇକା , ଅମ୍ବେଡା ସରପଞ୍ଚ ଶ୍ରୀମତୀ ସୁମଣି ଭୂୟାଁ , ଡମ୍ବାଲ ସରପଞ୍ଚ ଶ୍ରୀମତୀ କୌଶଲ୍ୟା ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ବେଳେ ମଞ୍ଚାସୀନ ମହିଳା ଜଣ ପ୍ରତିନିଧିମାନେ ସେମାନଙ୍କ ଉପଲବ୍ଧ , ଅନୁଭୂତି , ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଓ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ମୁଖ୍ୟତଃ ସେମାନେ ପଞ୍ଚାୟତ ପାଇଁ କଣ କଣ ସବୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ଏବଂ ଲୋକଙ୍କ ସୁବିଧା ପାଇଁ କେତେ ପରିମାଣରେ ସେମାନେ ସହାୟକ ହୋଇ ପାରିଛନ୍ତି କହିଥିଲେ । ଅନ୍ୟପକ୍ଷରେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରୁଷ ପ୍ରତିନିଧି ମାନଙ୍କ ଭଳି ସମାନ ହୋଇ କିଭଳି କାର୍ଯ୍ୟ କରିବେ , ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କିଭଳି ହୋଇପାରିବ , ମହିଳା ମାନଙ୍କ ଅଧିକାର , ବାଲ୍ୟ ବିବାହ କିଭଳି ରୋକାଯିବ , ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା ସମେତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଭତ୍ତା ବୃଦ୍ଧି କରିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ । ଅନ୍ୟପକ୍ଷରେ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ଅଧିକ ଭାଗିଦାରୀ ହେଲେ ଅଞ୍ଚଳର ବିକାଶ ସମ୍ଭବ ହେବ , ତେଣୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି , ଏହା ହେଲେ ପଞ୍ଚାୟତ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ, ଯାହାକି ପଞ୍ଚାୟତ ଅଞ୍ଚଳର ର୍ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମହିଳା ଜନ ପ୍ରତିନିଧି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣମାଧ୍ୟମ ବ୍ୟକ୍ତି ମାନେ କହିଥିଲେ । ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନତୀ ପାଢ଼ୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ସରିତା ପାଣି ଓ ଶ୍ରୀମତୀ ରଶ୍ମିତା ଲୀମା।ଏହି କର୍ମଶାଳା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରା:-ଉଦୟଗିରି ଓ ରାୟଗଡ ବ୍ଲକର ମହିଳା ସରପଞ୍ଚ , ସମିତିସଭ୍ୟା ଓ ୱାର୍ଡ ସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆକାଂକ୍ଷା ଜିଲ୍ଲା ପ୍ରଭାରୀ ସଚିବ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା।

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନବରଙ୍ଗପୁର) – ନବରଙ୍ଗପୁର ଜିଲ୍ଲା ଦାୟିତ୍ୱରେ ଥିବା ଆକାଂକ୍ଷା ଜିଲ୍ଲା ପ୍ରଭାରୀ ସଚିବ ତଥା ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ପୂର୍ବକ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭା ରାଣୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ପ୍ରକଳ୍ପ ପ୍ରଶାସକ ଆଇଟି ଡି ଏ, ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ୍ ସାମନ୍ତରାୟ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର,ଜିଲ୍ଲା ମୁଖ୍ୟପ୍ରାଣୀ ଧନ ଅଧିକାରୀ ଏସ କେ ପ୍ରଧାନ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ପ୍ରଦୋଷ କୁମାର ପଣ୍ଡା ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଆକାଂକ୍ଷା ଜିଲ୍ଲା ହିସାବରେ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ଜିଲ୍ଲାର ଉନ୍ନୟନ କର୍ୟକ୍ରମସ ସମ୍ପର୍କରେ ପର୍ଯ୍ୟାୟକ୍ରମେ ସମୀକ୍ଷା କରିଥିଲେ। ଏଥିରେ ବିଶେଷ କରି ସ୍ଵାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି, ଉଦ୍ୟାନ କୃଷି, ପ୍ରାଣୀ ଧନ, ମୌଳିକ ଓ ଭିତ୍ତିଭୂମି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୂଚନା ପ୍ରଯୁକ୍ତି ଇତ୍ୟାଦି ବିଷୟରେ ଅଗ୍ରଗତି ନେଇ ଜିଲ୍ଲା ପ୍ରଭାରୀ ସଚିବ ଶ୍ରୀ ଅଗ୍ରୱାଲ ସମୀକ୍ଷା କରିଥିଲେ। ସ୍ଵାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ଗର୍ଭ ବତି ମା ଓ ଶିଶୁ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର କିପରି ସୁଧାର ଅଣାଯାଇ ପାରିବ ସେସମ୍ପର୍କରେ ପରାମର୍ଶ ଦେଇଥିଲେ। ସେଇପରି କୃଷି,ଉଦ୍ୟାନ କୃଷି, ଶିକ୍ଷା,ମହିଳା ଓ ଶିଶୁ ବିକାଶ, ସୂଚନା ପ୍ରଯୁକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା କରି ଏହାର ଅଗ୍ରଗତି ସମ୍ପର୍କରେ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନବରଙ୍ଗପୁର) –ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ୱନ୍ଧୀୟ ସ୍ମାର୍ଟ କାର୍ଡ ବଣ୍ଟନ ନିମିତ୍ତ ପ୍ରସ୍ତୁତି ବୈଠକ ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ର ସ୍ମାର୍ଟ ସ୍ୱାସ୍ଥ କାର୍ଡ ଜିଲ୍ଲାର ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ କିଭଳି ସୁଚାରୁ ରୂପେ ବଣ୍ଟନ କରାଯାଇପାରିବ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ କାର୍ଡ ର ସୁବଣ୍ଟନ ସମୟରେ ଜିଲ୍ଲା ଠାରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ କେଉଁ ଅଧିକାରୀ ଙ୍କ କେଉଁ ଦାଇତ୍ୱ ରହିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ୩,୧୮,୬୧୭ ବିଜୁ ସ୍ୱାସ୍ଥ କାର୍ଡ ହିତାଧିକାରୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଅଛି।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ଅଭୀମନ୍ୟୁ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୁତି ରଞ୍ଜନ ସାମନ୍ତରାୟ, ଅଧିକ୍ଷକ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ, ଅମରେନ୍ଦ୍ର ପାଢ଼ୀଙ୍କ ବ୍ୟତୀତ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ,ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧି, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସନ୍ତୋଷ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ରଙ୍କ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ହଂସତୁଳି ଖରଖରି ନାଳରେ ପ୍ରଯ୍ଯାପ୍ତ ପରିମାଣର ପାଇପ ପକାଇବା ପାଇଁ ଦାବୀ, ଜମିରୁ ହେଉନି ଜଳ ନିଷ୍କାସନ, ବ୍ୟାପକ ଫସଲ ନଷ୍ଟ ଆଶଙ୍କା…!

!!!  ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମ ଠାରେ ଥିବା ଖରଖରି ନାଳ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ଗତ କିଛି ମାସ ତଳେ ନାଳ ପୁନଃଉଦ୍ଧାର ହେବା ସହ ଜଳ ନିଷ୍କାସନ ପାଇଁ ପାଇପ୍ ପଡିଲା । କିନ୍ତୁ ଆଗରୁ ଯେମିତି ଚାଷ ଜମିରେ ପାଣି ଜମି ରହୁଥିଲା ଏବେ ମଧ୍ଯ ସେମିତି ପାଣି ଜମି ରହୁଛି । ଫଳ ରେ ଚାଷୀ ମାନଙ୍କର ବ୍ୟାପକ ଫସଲ ନଷ୍ଟ ହେଉଛି ବୋଲି ଚାଷି ମାନେ ପ୍ରକାଶ କରିଛନ୍ତି ।

ଏଥିସହିତ ପ୍ରଯ୍ଯାପ୍ତ ପରିମାଣ ର ପାଇପ ନ ପଡିଥିବା ହେତୁ ଜମି ରୁ ଜଳ ନିଷ୍କାସନ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜମିରେ ପାଣି ଜମିରହିଛି । ଫଳ ରେ ଧାନ, ଆଖୁ ଆଦି ଫସଲ ନଷ୍ଟ ଆଶଙ୍କା କୁ ଏଡେଇ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ମାନେ ଦୃଷ୍ଟି ଦେବା ସହ ପ୍ରଯ୍ଯାପ୍ତ ପରିମାଣ ର ପାଇପ ପକାଇବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ଦେଖାଯାଉ ଆଗକୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା । ଏନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।

କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବରଗଡ) – ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମ୍ପୁର୍ଣ୍ଣ ଭାବେ ଲୋକଙ୍କୁ ଟିକା କରଣ ସୁବିଧା କୁ ଦୃଷ୍ଟିରେ ରଖି ପାଇକମାଳ ରେ ଦୁଇଟି,ମାଣ୍ଡୋସିଲ ରେ ଗୋଟିଏ,ଲଖମରା ରେ ଗୋଟିଏ ଏବଂ ହେର୍ଡକ୍ୱାଟର ବୁକୁରାମୁଣ୍ଡା ରେ ସମୁଦାୟ ୫ ଗୋଟି କୋଭିଡ ଟିକାକରଣ ଶିବିର ର ଆୟୋଜନ କରାଯାଇଛି ବୋଲି ଆମ ସାମ୍ବାଦିକ ଙ୍କ ପ୍ରଶ୍ନ ଉତ୍ତର ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପି.ଏଚ.ଓ ତୁଷକୁମାର ଚନ୍ଦ୍ରକାର ପ୍ରକାଶ କରିଛନ୍ତି। ଏ ପରିପ୍ରେକ୍ଷୀରେ ସରକାର ଙ୍କ ନିୟମାନୁସାରେ ସମସ୍ତେ ଟିକାନେଇ ପାରିବେ ଏପରିକି ଗର୍ଭବତୀ ମହିଳା ଙ୍କୁ ମଧ୍ୟ ଏଇ ମହାମାରୀ କରୋନା ଟିକା ଦିଆଯିବ ବୋଲି ନିର୍ଦ୍ଦେଶ ଆସିବା ପରେ ଗର୍ଭବତୀ ମହିଳା ମାନେ ଉତ୍ସାହ ର ସହ ଟିକା କରଣ କେନ୍ଦ୍ର ରେ ଆସି କୋଭିଡ ଟିକା ନେଉଥିବାର ଦେଖିବାକୁ ମିଳୁଛି। ଟିକାକରଣ କେନ୍ଦ୍ର କୁ ଆଜି ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶ ଅଚାନକ ପହଞ୍ଚି ଅଯଥା ଟାରେ ଭିଡ଼ ନ ଜମାଇ ଶୃଙ୍ଖଳିତ ଭାବେ ଧାଡ଼ି ହୋଇ ଟିକାକରଣ କେନ୍ଦ୍ର ରେ ଟିକା ଦେଉଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଦ୍ୱୟ ଙ୍କୁ ସହାୟତା କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।

ପ୍ରତ୍ୟକ ବ୍ୟକ୍ତି ବିଶେଷ ସମେତ ଗର୍ଭବତୀ ମହିଳା ମାନେ ଯେଉଁମାନେ ଟିକା ନେଇ ସାରିଛନ୍ତି କିମ୍ବା ନେବାକୁ ଧାଡ଼ିରେ ଅପେକ୍ଷା କରିଛନ୍ତି ସେମାନେ ଟିକା ନେଇ ସାରିଲା ପରେ ଅଧଘଣ୍ଟା ବିଶ୍ରାମ ନେଲାପରେ ଯାଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜଣାଇଥିଲେ। ଆଜି ଟିକାକରଣ କେନ୍ଦ୍ର ରେ ମହିଳା ସ୍ବାସ୍ଥ୍ୟକର୍ମୀ ମମତା ବେହେରା ଲୋକଙ୍କୁ କୋଭିଡ ଟିକା ଦେଉଥିବାବେଳେ ମହିଳା ସ୍ବାସ୍ଥ୍ୟକର୍ମୀ ଅନୀତା ବାରିକ ଲୋକଙ୍କ ନାମ ପଞ୍ଜିକରଣ କରିବାର ଦେଖିବାକୁ ମିଳିଥିଲା। ସମୁଦାୟ ୨୦୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୮ ଜଣ ଗର୍ଭବତୀ ମହିଳା ଙ୍କୁ ଟିକା ଦିଆଯାଇଥିଲା।

ଜି.ଏସ.ଟି ବିଭାଗ ର ଚଢ଼ାଉ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବରଗଡ) – ପଦ୍ମପୁର ରେ ଆଜି ବ୍ୟବସାୟୀ ବୈଦ୍ୟନାଥ ଅଗ୍ରୱାଲ ଙ୍କ ଗଜଲକ୍ଷ୍ମୀ ଷ୍ଟୋର କୁ ଜି.ଏସ.ଟି ଫାଙ୍କୁଥିବା ସନ୍ଦେହ ରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗଜଲକ୍ଷ୍ମୀ ଷ୍ଟୋର ପଦ୍ମପୁର:-ଛତିଶଗଡ ବସନା ରୋଡ ରେ ପଦ୍ମପୁର ସହର ରୁ ଅନତୀ ଦୂର ଅବସ୍ଥିତ ।ବରଗଡ, ସମ୍ବଲପୁର ଏବଂ ରାଉରକେଲା ର ତିନିଗୋଟି ଟିମ୍ ଏକ କାଳୀନ ଗୋଦାମ ଘର ଚଢ଼ାଉ ସମେତ ଅନେକ ବ୍ୟବସାୟୀକ କାରଜପତ୍ର ଯାଞ୍ଚ କରିବା ସହ କ୍ରୟ ଓ ବିକ୍ରୟ ର ରେକର୍ଡ ଯାଞ୍ଚ ଚାଲିଛି ବୋଲି ସିଟି ଓ ଜି.ଏସ.ଟି ବିଭାଗ ର ଡେପୁଟି କମିଶନର ଶ୍ରୀମାନ ରଜନୀକାନ୍ତ ସେଠ ସୂଚନା ପ୍ରଦାନ କରିଛନ୍ତି ।

କୃଷକ ମୋର୍ଚ୍ଚା ପକ୍ଷରୁ ବୀର ଜବାନ ଓ କିଶାନ ମାନଙ୍କୁ ସମ୍ବର୍ଦ୍ଧନା କରାଗଲା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବରଗଡ) –ଆଜି ବରଗଡ ବିଜେପି କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚା ତରଫର ରୁ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସର ରେ ଯବାନ ଓ କିଶାନ ମାନଂକୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ସୁରେଶ ପୂଜାରୀ , ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ , ବିଜେପି ବରିଷ୍ଠ ନେତା ସୁରେଶ୍ଵର ଶତପଥୀ ,ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧକ୍ଷା ମୁକ୍ତା ସାହୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର କୃଷକ ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଭୋଇ , ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବହିଦାର , ବିଧାୟକ ପ୍ରାର୍ଥୀ ମିଳନ ସେଠ ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ , ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ, ଜିଲ୍ଲା ଉପ ସଭାପତି ସୁଶାନ୍ତ ମିଶ୍ର, କୁଶ କୁମ୍ଭାର , ଜିଲ୍ଲା କୃଷକ ମୋର୍ଚ୍ଚା ମିଡ଼ିଆ ସେଲ ନୀଳାଞ୍ଚଳ ଦରୁଆନ ଓ ସମସ୍ତ ନେତୃ ମଣ୍ଡଳୀ ଙ୍କ ସହିତ ବରଗଡ ଜିଲ୍ଲା ର ଯବାନ ଓ କିଶାନ ମାନେ ଉପସ୍ଥିତ ଥିଲେ।

ଚାକିରି ଦେବା ନାଁରେ ଆଦିବାସୀ ଯୁବକଯୁବତୀଙ୍କୁ ଠକେଇ,୬ ଲକ୍ଷ ହଡ଼ପ କରି ୩ ଫେରାର…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ରାୟଗଡ଼ା) –  ଚାକିରି ପାଇବା ଆଶାରେ ଟଙ୍କା ଦେଇ ଠକାମୀର ଶିକାର ‌ହୋଇଛନ୍ତି ଆଦିବାସୀ ଯୁବକଯୁବତୀ। ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ୩ ଶହରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କ ଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରି ଏକ ବେସରକାରୀ କମ୍ପାନୀର ୩ କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି।ଏ ନେଇ ଯୁବକଯୁବତୀ ଆଜି ରାୟଗଡ଼ା ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହ ଫେରାର୍ କର୍ମଚାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।ରାୟଗଡ଼ାରେ କନିଷ୍ଠ ଇନ୍‌ଷ୍ଟିଟ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଖୋଲି ଚାକିରୀ ପ୍ରଦାନ ପାଇଁ କମ୍ପାନୀ କର୍ମଚାରୀ ଗାଁକୁ ଗାଁ ବୁଲି ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇଥିଲେ।ମାସିକ ମୋଟା ଅଙ୍କର ବେତନ ଲୋଭ ଦେଖାଇବା ପରେ ଯୁବକଯୁବତୀ କର୍ମଚାରୀଙ୍କ ଫନ୍ଦି ଫିକର ବୁଝିନପାରି ଅଗ୍ରୀମ ବାବଦକୁ ୨ ହଜାର ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ। ସଂସ୍ଥାର ନିର୍ଦେଶକ ଶ୍ରୀନିବାସ, କୋଷାଧ୍ୟକ୍ଷ ଟିଙ୍କୁ କୁମାର ଏବଂ ଓଡ଼ିଶା ଟିମ୍ ଲିଡର୍ ପ୍ରଣବ କୁମାର ମହାନନ୍ଦ ରାୟଗଡ଼ା,କାଶୀପୁର, କଲ୍ୟାଣସିଂହପୁର ଅଞ୍ଚଳ ବୁଲି ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କ ନିକଟରୁ ଟଙ୍କା ଆଦାୟ କରିଛନ୍ତି।ଟଙ୍କା ଦେବା ପରେ ଚାକିରୀ ଆଶାରେ ଥିବା ଯୁବକଯୁବତୀ କର୍ମଚାରୀଙ୍କ ସହ ଯୋଗା ଯୋଗରେ ଥିଲେ।ଆଜି କାଲି କହି କମ୍ପାନୀ କର୍ମଚାରୀ ଦିନ ଗଡ଼ାଇବା ପରେ ଶେଷରେ ଫେରାର୍ ହୋଇ ଯାଇଛନ୍ତି। ୩ କମ୍ପାନୀ କର୍ମଚାରୀଙ୍କ ମୋବାଇଲ୍ ମଧ୍ୟ ଏବେ ଲାଗୁ ନଥିବାରୁ ଟଙ୍କା ଦେଇଥିବା ଯୁବକଯୁବତୀ ଚିନ୍ତିତ ହୋଇ ପଡିଛନ୍ତି। ଶେଷରେ ଠକେଇର ଶିକାର ହୋଇଥିବା ରାୟଗଡ଼ା ବ୍ଲକର କୁମ୍ଭିକୋଟା,ଗୁମ୍ମା, ରାୟଗଡ଼ା ପୌର ପରିଷଦର ସିରିକୋଣାର ଯୁବକଯୁବତୀ ଆଜି ଏ ସଂପର୍କରେ ରାୟଗଡ଼ା ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଲିଖିତ ଏତଲାରେ ଫେରାର ଥିବା କମ୍ପାନୀ କର୍ମଚାରୀଙ୍କ ନାମ ଓ ମୋବାଇଲ୍ ନମ୍ବର ଉଲ୍ଲେଖ ରହିଛି।ଖୁବଶୀଘ୍ର ଫେରାର୍ କର୍ମଚାରୀଙ୍କୁ ଗିରଫ କରିବା ପାଇଁ ବିଜେପି ନେତା ଶ୍ୟାମ ସୁନ୍ଦର ଦାଶ, ବିଦ୍ୟା ପଣ୍ଡା ଓ ନରେଶ ବିଡିକା ମାଧ୍ୟମରେ ପୁରେନ୍ଦ୍ର ସିକ୍‌କା,ବନିତା ହିକ୍‌କା,ଚମ୍ପି କାଡ୍ରକା,ଗୌରୀ ହୁଇକା, ସନ୍ତୋଷ ଜାନି ପ୍ରମୁଖ ଯୁବକଯୁବତୀ ଥାନା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣୁପୁର ଶାଖା ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ରହିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯଶବନ୍ତ ହିୟାଲ୍ ଏବଂ ଜୁପିଟର୍ ଆନ୍ତର୍ଜାତୀୟ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ମଞ୍ଚାସୀନ ହୋଇଥିଲେ ।

ସୁଶ୍ରୀ ତେଜଶ୍ୱରୀ ଗରଡିଆ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ର ନଗର ସଭାପତି ଶ୍ରୀ ପ୍ରଫୁଲ ଲିମା ମଞ୍ଚ ପରିଚାଳନା କରିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ର ନଗର ସମ୍ପାଦକ ଶ୍ରୀ ସାଇ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାର୍ଥୀ ଙ୍କ ଉନ୍ନତି ନିମନ୍ତେ କିଭଳି କାର୍ଯ୍ୟକ୍ରମ କରାଯାଇଛି ଏବଂ କିପରି କାର୍ଯ୍ୟକ୍ରମ କୁ ହାତ କୁ ନିଆଯାଇଛି ସେହି ବିଷୟ ରେ ଉପସ୍ଥାପନା କରିଥିଲେ । ୨୦୨୧ ବର୍ଷ ର ଦଶମ ଏବଂ ଯୁକ୍ତ ଦୁଇ ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଗଜପତି ବିଭାଗ ପ୍ରମୁଖ ଶ୍ରୀ ଉମା ଶଙ୍କର ଦାଶ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାୟଗଡ଼ା ଜିଲ୍ଲା ପ୍ରମୁଖ ଶ୍ରୀ ଶେଷସାଇ ସେନାପତି , ପୂର୍ବତନ ଜିଲ୍ଲା ପ୍ରମୁଖ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ଓ ପୂର୍ବତନ ବିଭାଗ ସମିତି ଶ୍ରୀ ପ୍ରଶାନ୍ତ କୁମାର ହୋତା , ଦେବାଶିସ ସେନାପତି , ତରୁଣ କୁମାର ସାହୁ , ବି ସଙ୍କେତ , ମିହିର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୪ ଜଣ ମେଧାବୀ ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ଅତିଥି ବୃନ୍ଦ ଙ୍କୁ ପରିଷଦ ପକ୍ଷରୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ପରିଷଦ ର କର୍ମକର୍ତ୍ତା ଶ୍ରୀ ଇପାରି ସଂକେତ କୁମାର ଧନ୍ୟବାଦ୍ ଦେବା ପରେ ବନ୍ଦେ ମାତରମ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଗଲା ।

ପିପିଲି ନିର୍ବାଚନ ପାଇଁ କଂଗ୍ରେସ ଗଢ଼ିଲା ୨ କମିଟି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପିପିଲି ଉପନିର୍ବାଚନ ପାଇଁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା କଂଗ୍ରେସ ଆଜି ୨ଟି କମିଟି ଗଠନ କରିଛି। ଏକଦା କଂଗ୍ରେସର ଗଡ଼ ଥିବା ପିପିଲିରେ ଦଳ ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବାବେଳେ ନିର୍ବାଚନ ପରିଚାଳନା ନିମନ୍ତେ ୨ଟି କମିଟି ଗଢ଼ିବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ପିସିସି ପକ୍ଷରୁ ଜାରି ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପିପିଲି ଉପନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ରୀୟ ସମନ୍ୱୟ କମିଟି ଓ ବିଧାନସଭା ସମନ୍ୱୟ କମିଟି ଗଠନ କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଏବେ କେନ୍ଦ୍ରୀୟ ସମନ୍ୱୟ କମିଟି ଅଧ୍ୟକ୍ଷ ଭାବରେ ରହିଥିବାବେଳେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହାର ଉପାଧ୍ୟକ୍ଷ ଭାବରେ ରହିଛନ୍ତି। ଏହି କମିଟିରେ ବିପିନ ଦାଶ, ପଂଚାନନ କାନୁନଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ରଜତ ଚୌଧୁରୀ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଦେଓ ପ୍ରସାଦ ସଦସ୍ୟ ଭାବରେ ରହିଛନ୍ତି ଓ ଯଜେ୍ଞଶ୍ୱର ବାବୁ ସଂଯୋଜକ ଭାବରେ ରହିଛନ୍ତି।

ସେହିପରି ବିଧାନସଭା ସମନ୍ୱୟ କମିଟିରେ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ ଅଧ୍ୟକ୍ଷ ରହିଥିବାବେଳେ ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡ଼ା, ପିପିଲି ଏନଏସି କଂଗ୍ରେସ ସଭାପତି ଶେଖ୍ ମେହେବୁବ, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ଦାସ, ମାନସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନିରୁପମା ପାତ୍ର ସଦସ୍ୟ ଭାବରେ ରହିଛନ୍ତି ଓ ନିଶିକାନ୍ତ ମିଶ୍ର ସଂଯୋଜକ ଭାବରେ ରହିଛନ୍ତି ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଥିବାବେଳେ କଂଗ୍ରେସ କେବଳ କମିଟି ଗଠନ ମଧ୍ୟରେ ନିଜକୁ ସୀମିତ ରଖିଛି।