ରାୟଗଡା ଜିଲ୍ଲା ଭଜପା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ରେ ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କ ଜନ୍ମଦିନ ଅବସରରେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ ରେ ସେବା ଓ ସମର୍ପଣ ଦିବସ ପାଳନ କରାଗଲା।ଏହି ପରିପକ୍ଷୀରେ ଆଜି ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ନେତୃତ୍ୱରେ ଜିଲ୍ଲା ଚିକିତ୍ସାଳୟ ଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ସହରରେ ଥିବା ମହାପୁରୁଷ ପ୍ରତିମୂର୍ତ୍ତି ମାନଙ୍କ ସ୍ଥାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଜିଙ୍କ ସୁସ୍ଥମୟ ଦୀର୍ଘଆୟୁ ପାଇଁ ମନ୍ଦିରରେ ପୂଜା ଅର୍ଚନା ମଧ୍ୟ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଧାୟକ ପାର୍ଥୀ ବସନ୍ତ କୁମାର ଉଲ୍ଲାକା,ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା,ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା,ଜିଲ୍ଲା SC ମୋର୍ଚ୍ଚା ସଭାପତି ବିଭୀଷଣ ପାଣି,ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବି.ଲଷ୍ମୀ,ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ,ନଗର ଉପସଭାନେତ୍ରୀ ମଞ୍ଜୁଳା ମିନିଆକା,ଝରଣା ମହାନ୍ତି ଏବଂ ନଗର ର ପଦାଧିକାରୀ ଉପସ୍ଥିତ ଥିଲେ।

ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ବାହାରିଲା ୬୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ୧୧ ମାସ ପରେ ଆଜି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲାଯାଇଛି।ମନ୍ଦିର ପରିସରରେ ଟାଉନ୍ ଥାନା ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଆଜି ଖୋଲାଯାଇଥିଲା।ଦାନ ହୁଣ୍ଡିରୁ ନଗଦ ୬୯ ଲକ୍ଷ ୯୦ ହଜାର ୨୮୪ଟଙ୍କା, ୫୪ ଗ୍ରାମ ସୁନା ଅଳଙ୍କାର, ୫ କିଲୋ ୨୦୧ଗ୍ରାମ ରୂପା ଅଳଙ୍କାର ବାହାର କରାଯାଇଛି। ଏଥ୍ମଧ୍ୟରୁ କୌଣସି ଅଚଳ ନୋଟ୍ ରହି ନ ଥିବା ବେଳେ ୫ଟି ବିଦେଶୀ ମୁଦ୍ରା ମଧ୍ୟ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀ ଓ ଭେଙ୍କଟେଶ୍ଵର ସେବା ସମିତିର କର୍ମକର୍ତ୍ତା ଗଣତି କାର୍ଯ୍ୟରେ ସହଯୋଗ କରିଥିଲେ। ଗତ ଅକ୍ଟୋବର ମାସ ୭ ତାରିଖ ଦିନ ହୁଣ୍ଡିରୁ ପ୍ରାୟ ୬୩ଲକ୍ଷ ନଗଦ ସମେତ ସୁନା ଓ ରୂପା ଅଳଙ୍କାର ବାହାରିଥିଲା ବୋଲି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି।

ବ୍ରହ୍ମପୁର ଜୀବନ କ୍ଳବ ପରିସରରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିଟି ହସ୍ପିଟାଲ ମାର୍ଗ ସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଜୀବନ କ୍ଳବ୍ ପରିସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ବିଶ୍ଵକର୍ମା ଦେବଙ୍କ ଆନୁଷ୍ଠାନିକ ୪୭ ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ତଥା ସରକାରଙ୍କ ମାର୍ଗ ଦର୍ଶିକା କୁ ସମ୍ମାନ ଜଣାଇ ବିଭାଗୀୟ କତ୍ତୃପକ୍ଷ ଓ କର୍ମଚାରୀ ମାନଙ୍କ ସହଯୋଗ ରେ ନିରାଡମ୍ବର ଭାବରେ ପାଳନ କରାଯାଇଛି। ବିଭାଗ ର ସହକାରୀ ଯନ୍ତ୍ରୀ ତଥା ପୂଜା କମିଟି ଅଧ୍ୟକ୍ଷ ଇଂ. ଜଗଦୀଶ ପାତ୍ର କର୍ତ୍ତା ଭାବେ ଯୋଗଦାନ କରିଥିବା ବେଳେ ପୁରୋହିତ ଭାବେ ବିଜୟ ଚନ୍ଦ୍ର ପଣ୍ଡା ହୋମ ଏବଂ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କମିଟି ର ସଭାପତି ରଘୁନାଥ ପାତ୍ର, ସମ୍ପାଦକ ରବି କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଡି. ଗୁରୁନାଥ ଓ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ବିଷୋୟୀଙ୍କ ସମେତ ଜି. ଲବ, ଶିଶିର କୁମାର ଗୌଡ଼,ନବ କିଶୋର ପଡିହାରୀ, ରଶ୍ମି କୁମାର ପାଣିଗ୍ରାହୀ, ପ୍ରତାପ ଗୌଡ଼, ବାପି ମହାରଣା, ଶ୍ୟାମଘନ ସାହୁ,କେ. ଆଶିର୍ବାଦ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓଡ଼ିଶା ପକ୍ଷରୁ ସହାୟତା ପ୍ରଦାନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପାଇକଯମୁନା ଗ୍ରାମ ର ପବିତ୍ର ବିଷୋୟୀ ଦୀର୍ଘ ତିନିବର୍ଷ ହେଲା ପାରାଲିସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସାରେ ସବୁ ସମ୍ପତି ସାରିଦେଇଛନ୍ତି । ଆଉ ମାତ୍ର ସମ୍ପତ୍ତି ବୋଲେ କେବଳ ଘର ଖଣ୍ଡିଏ ଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜିକୁ ୮ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଗଲା । ଶୁଦ୍ଧିକାର୍ଯ୍ୟ ପାଇଁ ଟଙ୍କାଟିଏ ମଧ୍ଯ ନାହିଁ ତାଙ୍କ ପରିବାର ବର୍ଗଙ୍କ ପାଖରେ । ଏପଟେ ଗତ ବର୍ଷ ବଡ଼ ଝିଅର ବାହାଘର ପାଇଁ ଦେଢ଼ଲକ୍ଷ ଟଙ୍କା ଧାର ଆଣିଛନ୍ତି । ସେ ଧାର ଟଙ୍କା ଏପର୍ଯ୍ୟନ୍ତ ସୁଝିନାହାନ୍ତି । ଆହୁରି ୩ ଗୋଟି ଝିଅ ତାଙ୍କର ଅଛନ୍ତି । ସେମାନଙ୍କ ପାଠ ପଢାରେ ମଧ୍ୟ ବହୁତ ଅସୁବିଧା ହେଉଛି । ଏହି ଖବର ଶୁଣିବା ପରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓଡ଼ିଶା ତରଫରୁ ପବିତ୍ର ଙ୍କ ଧର୍ମପତ୍ନୀ ସୁମିତ୍ରାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ କିଛି ଟଙ୍କା ଦିଆଯିବ ବୋଲି ସଂଘର ସଦସ୍ୟ ରବୀନ ଭାଇ,ବିକ୍ରମ ଭାଇ ଜଗନ୍ନାଥ ଭାଇ ଏବଂ କୁଲୁ ଭାଇ ପ୍ରତିଶ୍ରୁତି ଦେଇଛନ୍ତି ।ଏଥିସହିତ କୁଲୁ ଭାଇ ମଧ୍ଯ ବ୍ୟକ୍ତିଗତ ଭାବେ ଉକ୍ତ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଗଞ୍ଜେଇ ଜବତ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମରେ ଗତକାଲି କୋଦଳା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୭୦ କିଗ୍ରା ଗଞ୍ଜେଇ ଜବତ କରାଯିବା ଘଟଣାରେ ଆଜି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେଶ୍ ନମ୍ବର ୪୭୮/ତା ୧୬.୯.୨୦୨୧ ଅନୁସାରେ ୨୦(ବି)ସି/୨୫/୨୬(ଏନ ଡି ପି ସି)ଦଫାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ପାଇଖାନା ନିର୍ମାଣ ଟଙ୍କା ପାଇବାରୁ ବଞ୍ଚିତ ୧୫ ରୁ ଅଧିକ ପରିବାର …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁ ବାଡ଼ି ପଞ୍ଚାୟତର ସାତନଳ ଗାଁ ରୁ ଆସିଛି ଏଇଭଳି ଦୃଶ୍ୟ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବାହାରେ ମଳତ୍ୟାଗ ନ କରିବାପାଇଁ ବହୁ ଯୋଜନା କରିଛନ୍ତି ।ଯେମିତି ସମସ୍ତେ ନିଜ ନିଜ ଘର ପାଖରେ ଲେଟିନ କରିବେ ଏଇ ବାବଦକୁ ୧୨୦୦୦ ଟଙ୍କା ସରକାର ଦେବାପାଇଁ ଘୋଷଣା ମଧ୍ୟ କଲେ । ବହୁ ଲୋକ ଏହାର ସୁବିଧା ମଧ୍ୟ ପାଇଲେ, କିନ୍ତୁ ବେରୁଆଁବାଡ଼ି ପଞ୍ଚାୟତ ର ସାତନଳ ଗାଁ ରେ ୧୫ରୁ ଉର୍ଦ୍ଧ ପରିବାର ଧାର ଉଦ୍ଧାର କରି ନିଜେ ନିଜେ ଲେଟିନ ତିଆରି କରି ମଧ୍ୟ ଏହି ସୁବିଧା ରୁ ବଞ୍ଚିତ ।

ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ବ୍ଲକ ଓ ସରପଞ୍ଚ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି କିନ୍ତୁ ଆଜି ଯାଏଁ ମିଳିଲା ନାହିଁ ଟଙ୍କା । ଏଠି ଭୁଲ କାହାର ?ଯୋଉମାନେ ଲେଟିନ ତିଆରି କରିଛନ୍ତି ସେଇମାନଙ୍କର ନା ପ୍ରଶାସନ ର ନା ସ୍ଥାନୀୟ ସରପଞ୍ଚ ଙ୍କର ଏଇ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବି ହୋଉଛି ।

ଭିଜିଲାନ୍ସ ଜାଲରେ ଉଠାଜଳ ସେଚନ ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର )- ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଉଠା ଜଳସେଚନ ବିଦ୍ୟୁତ ବିଭାଗ ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ବର ଦାସ l ବୁଗୁଡ଼ା ଅଞ୍ଚଳର ଜଣେ ଠିକାଦାର ଙ୍କୁ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ବିଲ୍ କ୍ଲିଅର ଲାଗି ବ୍ରହ୍ମପୁର କାର୍ଯ୍ୟାଳୟ ଠାରେ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ l ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ଗଞ୍ଜାମ ଜିଲ୍ଲାର ତିନୋଟି ଉଠା ଜଳସେଚନ କାର୍ଯ୍ୟାଳୟ ବ୍ରହ୍ମପୁର, ଆସିକା ଓ ବୁଗୁଡ଼ା ରେ ଚଢ଼ାଉ କରି ଯାଞ୍ଚ କରିଥିବା ସୂଚନା ମିଳିଛି l

ଓଡ଼ିଶା ମୋଟର ଚାଳକ ସଂଘ ଗୁଣୁପୁର ଶାଖା ର ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ |

ଏଥର ସମ୍ଭାଳ (ଗୁଣପୁର) –  ଓଡିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ପକ୍ଷରୁ ଆଜି ସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀ ରେ ସଂଘ ର ସଭାପତି ଶ୍ରୀ ଜ୍ୟୋତିର୍ମୟ ମହାଙ୍କୁଡ଼ ଙ୍କ ନେତୃତ୍ୱ ରେ ସଂଘ ର ଉପ ସଭାପତି ଜୟଚନ୍ଦ୍ର ବୀର , ସମ୍ପାଦକ ରାମ କୃଷ୍ଣ ପାଇକ , ସହ ସମ୍ପାଦକ ପିତାମ୍ବର ବାଉରୀ , କୋଷାଧକ୍ଷ ସୁରେଶ ଚିକାଟି ଙ୍କ ସହ ସଂଘ ର କର୍ମକର୍ତ୍ତା ଚାଳକ ମାନେ ଉପସ୍ଥିତ ରହି ଷ୍ଟେଟ ବ୍ୟାଙ୍କ ଛକ ଠାରୁ ଏକ ରାଲି ରେ ବାହାରି ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି ଠାରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସର ରେ ସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସଂଘ ର ସଭାପତି ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।