ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର କିନ୍ତୁ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କାହିଁକି ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କେନ୍ଦ୍ର ସରକାରଙ୍କର ଦ୍ୱାରା ଏକ ମିଳିତ ସର୍ଭେ ରିପୋର୍ଟ ଭାରତ ବର୍ଷର ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ମୁତାବକ ଭାରତ ବର୍ଷର ସବୁଠାରୁ ୫୦ ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପ୍ରକାଶ ପାଇଛି । ଏହି ୮ ଟି ପଛୁଆ ଜିଲ୍ଲା ଯଥାକ୍ରମରେ ମାଲ୍‌କାନାଗିରି, ବୌଦ୍ଧ, କଳାହାଣ୍ଡି, ମୟୁରଭଞ୍ଜ, ନୂଆପଡା, ଗଜପତି, ନବରଙ୍ଗପୁର ଓ କନ୍ଧମାଳ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଲେ ଯେ, ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ କେବଳ ଆଦିବାସୀବର୍ଗର ଲୋକ ଅଟନ୍ତି ଏବଂ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ୯୫ ଲକ୍ଷ, ୯୦ ହଜାର ୭୫୬ ଜଣ କିନ୍ତୁ ୨୦୨୧ ମସିହା ସୁଧା ଏହା ପାଖାପାଖି ୧ କୋଟି ୮ ଲକ୍ଷ ରୁ ଅଧିକ ଜନସଂଖ୍ୟା ହେବାକୁ ବସିଲେଣି । ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ଭାରତ ବର୍ଷର ଆଦିବାସୀ ଜନସଂଖ୍ୟା ଅନୁପାତରେ ଏହା ୯.୧୭ ପ୍ରତିଶତ ଅଟେ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ୨୦୦୦ମସିହାରେ ରାଜ୍ୟରେ କଂଗ୍ରେସ ସରକାର ଗଲାବେଳକୁ ଓଡ଼ିଶାର ଆଦିବାସୀ ଜିଲ୍ଲାମାନଙ୍କର ବିକାଶ ସୁଚକାଙ୍କ ଓଡ଼ିଶାର ପଡ଼ୋଶି ରାଜ୍ୟ ବିହାର, ଝାରଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ଠାରୁ ବହୁ ଭଲ ଥିଲା । କିନ୍ତୁ ଓଡ଼ିଶାରମୁଖ୍ୟମନ୍ତୀ ୧ ନମ୍ବର ହୋଇଥିଲାବେଳେ କାହିଁକି ଓ କିଭଳି ଭାବରେ ଓଡ଼ିଶାର ୮ଟି ଆଦିବାସୀ ଜିଲ୍ଲା ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପରିଗଣିତ ହେଉଛନ୍ତି? ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କର ପରିବାର କହୁଥିଲାବେଳେ ଏହି ୮ଟି ଆଦିବାସୀ ଜିଲ୍ଲାର ଆଦିବାସୀ ଭାଇ ଭଉଣୀମାନେ ତାଙ୍କର ପରିବାର କି? ସାମଗ୍ରୀକ ମାନବ ବିକାଶ ସୂଚକାଙ୍କ ତଥ୍ୟ ଅନୁସାରେ ଏହି ସବୁ ଜିଲ୍ଲାମାନଙ୍କର ଅତି ବିକଟାଳ ଚିତ୍ର ଦୀର୍ଘ ୨୧ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥା ପରେ ମଧ୍ୟ ଦେଖିବାକୁ ମିଳୁଛି । ନୁଆପଡ଼ା ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା (୫୮୮ ର‌୍ୟାଙ୍କ) । ତା ପଛକୁ ନବରଙ୍ଗପୁର(୫୭୫ ର‌୍ୟାଙ୍କ), ବୌଦ୍ଧ (୫୭୪ ର‌୍ୟାଙ୍କ), ମୟୁରଭଞ୍ଜ (୫୬୪ ର‌୍ୟାଙ୍କ), ଗଜପତି (୫୫୨ ର‌୍ୟାଙ୍କ), କନ୍ଧମାଳ(୫୫୧ ର‌୍ୟାଙ୍କ), କଳାହାଣ୍ଡି (୫୪୮ ର‌୍ୟାଙ୍କ) ଜିଲ୍ଲା ରହିଛି । ଦାରିଦ୍ର‌୍ୟ କ୍ଷେତ୍ରରେ ବୌଦ୍ଧ ସବୁଠାରୁ ଅତ୍ୟନ୍ତ ଦରିଦ୍ର ଆଦିବାସୀ ଜିଲ୍ଲା ଏବଂ ମାଲକାନାଗିରି, ମୟୁରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାମାନେ ମଧ୍ୟ କ୍ରମାନୟରେ ଦରିଦ୍ର ଆଦିବାସୀ ବହୁଳ ଜିଲ୍ଲା ବୋଲି ସ୍ଥାନ ପାଇଛନ୍ତି । ଶିକ୍ଷା କ୍ଷେତ୍ରରେ ନୂଆପଡ଼ା ସବୁଠାରୁ ପଛୁଆ ଆଦିବାସୀ ଜିଲ୍ଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ବୌଦ୍ଧ ଓ ଗଜପତି ଜିଲ୍ଲା ସବୁଠାରୁ ପଛୁଆ ଜିଲ୍ଲା । ଓଡ଼ିଶାର କୌଣସି ଏକ ଜିଲ୍ଲା ଭାରତ ବର୍ଷର ସବୁଠାରୁ ୧୦୦ ବିକଶିତ ଜିଲ୍ଲା ଭିତରେ ସ୍ଥାନ ପାଇନାହାନ୍ତି । ମୁଖ୍ୟମନ୍ତ୍ରୀ କିଭଳି ୧ ନମ୍ବର । ଯଦି ରାଜ୍ୟର ସ୍ଥିତି ଏତେ ଦୟନିୟ । ତାହାଲେ ମୁଖ୍ୟମନ୍ତ୍ରୀ କେଉଁଭଳି ଭାବରେ କେଉଁ ଚୟନ ପ୍ରକ୍ରିୟାରେ ୧ ନମ୍ବର ହେଲା ଏହା ସନ୍ଦେହ ସୃଷ୍ଟି କରୁଛି । ଏହି ୮ ଟି ଆଦିବାସୀ ବହୁଳ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ଭିତରେ ପାଖାପାଖି ୬୨.୪ ପ୍ରତିଶତ ପିଲା ବିଦ୍ୟାଳୟ ପାଠପଢ଼ା ଛାଡ଼ୁଛନ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ମାତ୍ର ୧୫ ପ୍ରତିଶତ ପାଠ ପଢ଼ୁଛନ୍ତି ।  ରାଜ୍ୟରେ ଆଜିମଧ୍ୟ ଏହି ୮ଟି ଆଦିବାସୀ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ୪୦ ପ୍ରତିଶତ ଯାହାକି ଏହା ଭାରତ ବର୍ଷର ସବୁଠାରୁ ଅଧିକ । ଠିକ୍ ସେହିଭଳି ଭାବରେ ମାତୃ ମୃତ୍ୟୁହାର ୨୩୭ ଜଣ ଅଛି । ୬ ମାସରୁ ୫୯ ମାସ ଭିତରେ ପାଖାପାଖି ୪୪.୬ ପ୍ରତିଶତ ପିଲାମାନେ ରକ୍ତହିନତାରେ ଶିକାର ହେଉଛନ୍ତି । ଅପପୃଷ୍ଟି ହାର ମଧ୍ୟ ଏହି ୮ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହା ସର୍ବାଧିକ । ସବୁଠାରୁ ବଡ଼ ଦୁଃଖର କଥା ହେଲା ଏହି ଆଦିବାସୀ ମାନଙ୍କ ଦ୍ୱାରା ରାଜ୍ୟର ଅର୍ଥନିତୀ ଓ ସାମାଜିକ ସଂପଦ ବିକାଶ ଓ ସୃଷ୍ଟି ହୋଇଥାଏ । କିନ୍ତୁ ଏମାନେ ସବୁଠାରୁ ପଛରେ କେମିତି । ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ପ୍ରବକ୍ତା ମନୋରଞ୍ଜନ ଦାସ ଓ ପ୍ରବକ୍ତା ଶ୍ରୀ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଲିଙ୍ଗରାଜ ମନ୍ଦିର ରାସ୍ତାର ବଡ଼ଶଙ୍ଖ ଠାରେ ଡ୍ରେନ ଉପର ପୋଲ ନିର୍ମାଣରେ ବିଳମ୍ବ ପାଇଁ ବିଜେପିର ବିକ୍ଷୋଭ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍ଥାନୀୟ ମନ୍ତ୍ରୀ ଙ୍କର ଶୁଭ ଦେବାର ଦୁଇ ବର୍ଷ ଛଅ ମାସ ପରେ ମଧ୍ୟ ଆରମ୍ବ ହୋଇପାରିଲା ନାହିଁ ମାଉସୀମା ଛକ-ଶ୍ରୀ ଲିଙ୍ଗରାଜ ମନ୍ଦିର ରାସ୍ତାର ବଡ଼ଶଙ୍ଖ ଠାରେ ଡ୍ରେନ ନମ୍ବର-୭ ଉପର ପୋଲ।ବାରମ୍ବାର କେବଳ ପ୍ରତିଶ୍ରୁତି ରେ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସ୍ଥାନୀୟ ବିଧାୟକ।ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ମାଳିନୀ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଅବସ୍ଥିତ ଥିଲେ ମଧ୍ୟ ବର୍ଷା ହେଲେ ରଥ ରୋଡ଼ ସମ୍ପୂର୍ଣ୍ଣ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି।ବର୍ଷା ହେଲେ ଯାତାୟାତ ସମ୍ପୂର୍ଣ୍ଣ ଠଫ ହେଇଯାଉଛି।ଏହି ରାସ୍ତାରେ ପ୍ରତିଦିନ ଶ୍ରୀ ଲିଙ୍ଗରାଜ ମନ୍ଦିର କୁ ଶ୍ରଦ୍ଧାଳୁ ଆସନ୍ତି ଓ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଲିଙ୍ଗରାଜ ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଯୁବ ମୋର୍ଚ୍ଚା ସଭାପତି ଶରତ ମହାପାତ୍ର ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା।ଏଥିରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତ ରଶ୍ମିରଞ୍ଜନ ମୁଦୁଲି,ରାଜ୍ୟ ଯୁବ ମୋର୍ଚ୍ଚାରୁ ମନୋଜ ପଶ୍ଚିମକବାଟ,ସୁଜିତ ସାହୁ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ସ୍ଥାନୀୟ ନେତା ଶିବ ବେହେରା, ମଣ୍ଡଳ କାର୍ଯ୍ୟକର୍ତା ହିମାଦ୍ରୀ ମହାପାତ୍ର, ସବିତା ପଟ୍ଟନାୟକ, ସୁନୀଲ ସେଠୀ, ବିଜୟ କୁମାର ସାହୁ, ସଞ୍ଜୟ ବାରିକ,ତପନ ମହାଶୂର ପ୍ରମୁଖ ଯୋଗଦେଇ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିନରେ ଭୁବନେଶ୍ୱର ଜିଲ୍ଲା ବିଜେପିର ସେବା ଓ ସମର୍ପଣ ଅଭିଯାନ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୧ ତମ ଜନ୍ମଦିନ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେବା ଓ ସମର୍ପଣ ଅଭିଯାନ ରୂପେ ପାଳନ କରାଯାଇଛି ଏବଂ ଜିଲ୍ଲାବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।କେଉଁଭଳି ଭାବରେ ଦଳିତ, ଗରୀବ, ବଂଚିତ, କୃଷକ, ମହିଳା, ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେବା ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି, ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ମଧ୍ୟ ହୋଇଥିଲା।ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ୭୧ଟି ଦୀପ ପ୍ରଜ୍ଵଳନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵସ୍ଥ ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା।ସ୍ଥାନୀୟ ବିଏମସି ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ଜିଲ୍ଲା ଲିଗାଲ ସେଲ ପକ୍ଷରୁ। ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଓଲଟାଉନ ଅଞ୍ଚଳରେ ଏକ ବୃଦ୍ଧା ଆଶ୍ରମ ରେ ଫଳ ବଣ୍ଟନ ହୋଇଥିଲା।ରାଜ୍ୟ କାର୍ଯ୍ୟଳୟ ରେ ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା ଏଥିରେ ୧୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ସୁନ୍ଦରପଦା ଗୋଖିବାବା କୁଷ୍ଠା ଆଶ୍ରମ ରେ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଥିଲା। ଖଣ୍ଡଗିରି ମଣ୍ଡଳ ପକ୍ଷରୁ ଡୁମୁଡୁମା ରେ ଭିନ୍ନକ୍ଷମ ଓ ବରିଷ୍ଟ ନାଗରିକଙ୍କୁ ଶୁଖିଲା ଖାଦ୍ୟ ଓ ପୋଷାକ ବଣ୍ଟନ ହୋଇଥିଲା। ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ସନ୍ଧ୍ୟା ରେ ବିନ୍ଦୁସାଗର ରେ ସନ୍ଧ୍ୟା ଆଳତୀ ଶ୍ରୀ ମୋଦୀ ଜୀ ଙ୍କର ଦୀର୍ଘ ଜୀବନ ଉଦେଶ୍ୟ ରେ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ସମୀର ମହାନ୍ତି,ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ,ରାଜ୍ୟ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର,ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରତ ବିଶ୍ୱାଳ,ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି,ଠାକୁର ରଞ୍ଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ,ରାଜେନ୍ଦ୍ର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା,ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର,ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ଜିଲ୍ଲା ସମ୍ପାଦକ ତାପସ ଦଳାଇ,ଉର୍ଣ୍ଣତି ପରିଡ଼ା,ଲିଙ୍ଗରାଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା,ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ,ଜିଲ୍ଲା ଉପ ସଭାପତି ମାନସୀ ରାୟ,ଶିବ ବେହେରା,ତୃପ୍ତିମଇ ମକଦ୍ଦମ,ଜିଲ୍ଲା କାର୍ଯ୍ୟକର୍ତା କାର୍ତ୍ତିକ ସୁନ୍ଦରାୟ, ପ୍ରସାନ୍ତ ନାୟକ,ଇଦିଶ ଭୁଇଁଆ,ମୁରଲୀ ମନୋହର ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ରୁ ସୁଭାସିନୀ ପୃଷ୍ଟି, ସୁଭାସିନୀ ବଳ,ସୁମିତ୍ରା ଆଚାର୍ଯ୍ୟ, ସବିତା ପଟ୍ଟନାୟକ,ବନ୍ଦନା କାନୁନଗୋ,ଲିପ୍ସା ଦାସ, ପ୍ରତୀକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସ୍ଵାଭିମାନ ମଞ୍ଚ ର ସାମ୍ବାଦିକ ସମ୍ମିଳନୀ ; ଗୁଣପୁର ଗ୍ରସ୍ତ ରେ ଆସିବେ ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡଙ୍ଗୀ …!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- 

ରବିଘୋଷ ନୋଡାଲ ବିଦ୍ୟାପୀଠରେ ଅବ୍ୟବସ୍ଥା ,ପ୍ରଧାନ ଶିକ୍ଷକ ଙ୍କୁ ଘେରିଲି ଛାତ୍ରୀଛାତ୍ର ଓ ଅଭିଭାବକ…!

!!! ଗଜପତି ଜିଲ୍ଲା ମୋହନା ରୁ ପ୍ରତିନିଧି ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ସ୍ଥିତ ରବିଘୋଷ ନୋଡାଲ ବିଦ୍ୟାପୀଠରେ ଗୁରୁଦାର ଦିନ ଏକ ଅପ୍ରିତିକର ପରିସ୍ଥିତି ଦେଖା ଦେଇଛି । ଘଟଣା ରୁ ପ୍ରକାଶ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଅନେକ ସମୟରେ ବିଦ୍ୟାଳୟ କୁ ଆସୁ ନାହାନ୍ତି । ଏପରି କି ଯୁକ୍ତ ଦୁଇ ରେ ନାମ ଲେଖାଇବା ୧୪ ତାରିଖ ଶେଷ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପିଲାଙ୍କୁ ମାଟ୍ରିକ ଟିସି ଦିଆ ଯାଇନାହିଁ । ଫଳରେ ଗୁରୁଦାର ଦିନ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାପୀଠରେ ପହଞ୍ଚି ପ୍ରଧାନ ଶିକ୍ଷକ ଙ୍କୁ ଘେରାଉ କରିବା ସହ ଅସନ୍ତୋସ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି କି ତିନି ବର୍ଷ ହେଲା ପିଲାଙ୍କୁ ପୋଷାକ ବିତରଣ କରାଯାଇ ନାହିଁ, ମଧ୍ୟାନ୍ନ ଭୋଜନ ଚାଉଳ ବଣ୍ଟନ କରାଯାଇ ନାହିଁ , ପ୍ରଧାନ ଶିକ୍ଷକ ଓ କେତେକ ଶିକ୍ଷକ ନିୟମିତ ବିଦ୍ୟାଳୟ କୁ ଆସୁ ନାହାନ୍ତି । ଫଳରେ କେତେକ ବିଷୟରେ ପାଠ ପଡା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ଷ୍ଟାଇପେଣ୍ଡ ଟଙ୍କା ମଧ୍ୟ ମିଳି ନାହିଁ । ଖବର ପାଇ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ ପହଂଚି ସମସ୍ତ ବିଷୟ ବୁଝିବା ପରେ ସେ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ।ଏହି ସବୁ ସମସ୍ୟା ଶୀଘ୍ର ସମାଧାନ କରା ନ ଗଲେ । ଆଗାମୀ ଦିନରେ ବିଦ୍ୟାପୀଠରେ ଧାରଣା ଦେବା ସହ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ,ସରପଞ୍ଚ ପ୍ରତିନିଧି ଓ ଛାତ୍ରୀଛାତ୍ର କହିଛନ୍ତି । ପ୍ରଧାନ ଶିକ୍ଷକ ଙ୍କ ସହ ଯୋଗାଯୋଗ ରେ ସେ କହି ଛନ୍ତି କମିଟି ହୋଇ ପାରି ନ ଥିବା ଯୋଗୁଁ କିଛି ହୋଇ ପାରୁ ନାହିଁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଦେଇଛି । ପ୍ରକାଶ ଥାଉ କି ଆଗରୁ ଏହି ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ଅନେକ ଅଭିଯାଗ ,ଅଭିଭାବକ ଓ ଛାତ୍ରୀଛାତ୍ର ଆନ୍ଦୋଳନ ମଧ୍ୟ ହୋଇଛି ।

ମୋହନା ବିଜେପିର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ …!

!!! ଗଜପତି ଜିଲ୍ଲା ମୋହନା ରୁ ପ୍ରତିନିଧି ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା)- ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ବିଜେପି ମଣ୍ଡଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ସବୁ ଉଣା ଅଧିକେ ତତ୍ପରତା ଦେଖାଉଛନ୍ତି । ଏହି ପରିପେକ୍ଷୀରେ ମଣ୍ଡଳ ସଭାପତି ସତ୍ୟନାରାୟଣ ଦଣ୍ଡସେନାଙ୍କ ସଭାପତିତ୍ଵରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ପ୍ରତ୍ଯେକ ଓ୍ବାର୍ଡରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ବିଜେପି କର୍ମୀଙ୍କୁ ନିବେଦନ କରିଥିଲେ। ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଯୋଜନା , ଜନକଲ୍ୟାଣ ଯୋଜନା , ଦଳକୁ ତୃଣମୂଳ ସ୍ତରରୁ ସୁସଙ୍ଗଠିତ କରିବା , ଆଗାମୀ ଦିନରେ ବିଜୟର ବାନା ଉଡାଇବା ପାଇଁ କଠିନ ପରିଶ୍ରମ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଓ ଜିଲ୍ଲା ଦୌରା-ଜଜ୍ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ୍ କଟକଣାକୁ ମାନି ଏକ ଅନ୍ ଲାଇନ୍ ସ୍ତରୀୟ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ଚନ୍ଦ୍ରହାସ ବେହେରା , ଉପଖଣ୍ଡିୟ ବିଚାର ବିଭାଗ ବିଚାରପତି ସୁଶ୍ରୀ ବର୍ଷା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିର କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ମୁଖ୍ୟତଃ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମାଗଣା ଆଇନ ସହାୟତା ସେବା ସମ୍ପର୍କରେ ସଚେତନ କରାଇ ପିଡିତା କ୍ଷତିପୂରଣ ରାଶି , ଏସିଡ ଆକ୍ରମଣ ପିଡିତା ମାନଙ୍କ ପାଇଁ ରହିଥିବା କ୍ଷତିପୂରଣ ରାଶି ଉପରେ ବିଶେଷ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏହି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ଓ ବିଭିନ୍ନ ଥାନାର ଥାନାଧିକାରୀ ମାନଙ୍କ ସମେତ ପ୍ୟାନେଲ ଆଇନଜୀବୀ ଓ ପାରା ଲିଗାଲ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ରଘୁ ନନ୍ଦନ ଦାସ ଏବଂ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

ମାଣିକପାଟଣା ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା ଉପରେ ରାଜ୍ୟ ଭାଜପାର ସାମ୍ବାଦିକ ସମ୍ମିଳନୀ …!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ର ପକ୍ଷରୁ ଯେଉଁ ଘଟଣା ଘଟିଗଲା , ତାକୁ ନେଇ (୧୬-୯-୨୦୨୧) ଗୁରୁବାର ଦିନ ରାଜ୍ୟ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ , ଓଡିଶା ସୀମାର ଗଜପତି ଜିଲ୍ଲା ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ରର ଜଣେ ମନ୍ତ୍ରୀ ତାଙ୍କ ପ୍ରଶାସନିକ ଅଧିକାରୀ , ପୋଲିସ ଓ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଅନୁପ୍ରବେଶ କରି ସେଠାକାର ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବୀ କହିବା ସହ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭିନ୍ନ ଧମକ ଦେବା , ଆଇଡି କାର୍ଡ ଦେଖାଇବାକୁ କହିବା ଓ ଗିରଫ କରିବା ପ୍ରଭୃତି ଧମକ ଦେଇ ଆଶାଳୀନ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ସମ୍ପର୍କରେ ଆମେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ଆଲୋଚନା କରି ତୁରନ୍ତ ସେହି ଘଟଣା ଉପରେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଫଆଇଆର ଦେବାକୁ କହିଛୁ । ଅନ୍ୟପକ୍ଷରେ ମାଣିକପାଟଣାରେ ଏତେବଡ଼ ସମ୍ବେଦନଶୀଳ ଘଟଣା ଘଟିଯାଇଥିଲେ ମଧ୍ୟ ଓଡିଶା ରାଜ୍ୟ ସରକାର କି ମୁଖ୍ୟ ଶାସନ ସଚିବ କି ଆରଡିସି ଏ ସମ୍ପର୍କରେ କୌଣସି ପଦେ ମୁହଁ ଖୋଲିନାହାନ୍ତି କି ଆନ୍ଧ୍ରର ସମ୍ପୃକ୍ତ ମାନଙ୍କ ସହ ଆଲୋଚନା କରିନାହାନ୍ତି । ଏହା ଏମାନଙ୍କ ଅପାରଗତାକୁ ଦର୍ଶାଉଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସବୁ କ୍ଷେତ୍ରରେ ମାଣିକପାଟଣା ଗ୍ରାମବାସୀଙ୍କ ସମେତ ଗଙ୍ଗାବାଡ଼ ପଞ୍ଚାୟତବାସୀଙ୍କ ସବୁ କ୍ଷେତ୍ରରେ ଯଥା:- ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ ଓ ବଜାର ପ୍ରଭୃତିରେ ଆନ୍ଧ୍ର ଉପରେ ହିଁ ନିର୍ଭର କରି ଆସୁଛନ୍ତି । ଓଡିଶା ସରକାର କି ତାଙ୍କ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ଏହି ଓଡିଶା-ଆନ୍ଧ୍ର ସୀମାନ୍ତରେ ରହୁଥିବା ଅଞ୍ଚଳବାସୀଙ୍କୁ କୌଣସି ସୁରକ୍ଷା ଦେଉ ନାହାନ୍ତି କି କୌଣସି ବିକାଶ ମୂଳକ କାର୍ଯ୍ୟ କରୁନାହାନ୍ତି , ଯାହାର କି ଆନ୍ଧ୍ର ଏସବୁର ସୁଯୋଗ ଓ ଫାଇଦା ନେଇ ଓଡିଶା ସୀମା ଭିତରକୁ ଧସେଇ ପଶି ଗଜପତି ଜିଲ୍ଲାର ସିମନ୍ତବର୍ତ୍ତି ଅଞ୍ଚଳକୁ ଆମର କହି ବିଭିନ୍ନ ବେଆଇନ କାର୍ଯ୍ୟ ସବୁ କରିବାକୁ ସାହସ କରୁଛି । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ସୀମା ବିବାଦ ଉପରେ ଆପୋଷ ଆଲୋଚନା ସହ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ କରି ନାହାନ୍ତି , ଏହି ସମସ୍ୟାର ସମାଧାନ ହେବା ସମ୍ଭବପର ନୁହେଁ । ତେଣୁ ଭାରତୀୟ ଜନତାପାର୍ଟି ଦାବି କରୁଛି ଯେ , ଏ ଦିଗରେ ଯଦି କୌଣସି ବିହିତ ପଦକ୍ଷେପ ନ ନିଅନ୍ତି , ତାହା ହେଲେ ଆଗାମୀ ଦିନରେ ଗଜପତି ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଏହି ଘଟଣାକୁ ନେଇ ଏକ ବଡ ଆନ୍ଦୋଳନର ମୁଣ୍ଡ ଟେକିବାର ସମ୍ଭାବନା ରହିଛି ବୋଲି ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣୀର ଶ୍ରୀ ସିଦ୍ଧେଶ୍ବର ମିଶ୍ର ଏବଂ ଜିଲ୍ଲା ଯୁବ ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।

ରାୟଗଡା ସହରରେ ମହିଳା ଥାନା ନିମନ୍ତେ ଦାବି କଲା ବିଜେପି …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ସହରର ଏକ ମହିଳା ଥାନା ସ୍ଥାପନ ପାଇଁ ଦାବୀ କରିଛି ବିଜେପି।ଏ ନେଇ ରାୟଗଡା ମହିଳା ମୋର୍ଚ୍ଚା ନଗର ଟିମ ତରଫରୁ ଏକ ଦାବୀପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ସାକ୍ଷାତ କରି ମହିଳା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସହରରେ ଏକ ମହିଳା ଥାନା ସ୍ଥାପନ ପାଇଁ ଦାବୀ କରିଥିଲେ।ବିଭିନ୍ନ ସମୟରେ ମହିଳା ମାନେ ସମ୍ମୁଖୀନ କରୁଥିବା ସମସ୍ୟା ଗୁଡିକ ସଙ୍କା ଅନୁଭବ କରି ପ୍ରକାଶ କରିପାରିଥାନ୍ତେ।

ଯଦି ସହରରେ ଏକ ମହିଳା ଥାନା ସ୍ଥାପନ କରି ସେଠାରେ ମହିଳା ଥାନା ଅଧିକାରୀଙ୍କୁ ନିୟୋଜିତ କରାଯାଏ ତା ହେଲେ ମହିଳା ମାନେ ବିନା ସଙ୍କୋଚରେ ନିଜ ଉପରେ ହେଉଥିବା ସମସ୍ୟା ଗୁଡିକର ଅଭିଯୋଗ କରିପାରିବେ।ଦାବୀପତ୍ର ପ୍ରଦାନ ସମୟରେ ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ଲକ୍ଷ୍ମୀ ବୁରୁଡି,ନଗର ସଭାପତି ଶ୍ୟାମ ସୁନ୍ଦର ଦାଶଙ୍କ ସମେତ ମହିଳା ମୋର୍ଚ୍ଚାର କର୍ମକର୍ତା ମାନେ ଉପସ୍ଥିତ ଥିଲେ।

ଶ୍ରୀ ଶ୍ରୀ ମା’ମଝିଘରିଆଣୀଙ୍କ ନିକଟରେ ଲାଗି ହେଲା ନବାନ୍ନ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା’ ମଝିଘରିଆଣୀଙ୍କ ନିକଟରେ ଆଜି ଲାଗି ହୋଇଛି ନବାନ୍ନ।ପରମ୍ପରା ଓ ରୀତିନୀତି ଅନୁଯାୟୀ ଦଶମୀ ତିଥିରେ ମା’ଙ୍କୁ ନବାନ୍ନ ଅର୍ପଣ କରାଯାଇଛି।ଭୋର ୫ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆରତୀ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା।ସକାଳ ୮ଟା ୪୦ ମିନିଟରେ ମା’ଙ୍କୁ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା।ନୂଆ ଧାନ, ତେନ୍ତୁଳି,କଖାରୁ,କଖାରୁ ଫୁଲ,ସାରୁ,ଚୁଡା ଭୋଗ ସହ ନୂଆ ଫଳରେ ପ୍ରସ୍ତୁତ ଭୋଗକୁ ମା’ଙ୍କ ନିକଟରେ ଲାଗି କରାଯାଇଥିଲା।ପ୍ରଥମେ ପୀଠରେ ନବାନ୍ନ ଲାଗିବା ପରେ ପାର୍ଶ୍ବ ଦେବତା ଓ ଚାରି ଦିଗରେ ପୂଜାର୍ଚନା କରାଯାଇଥିଲା ନବାନ୍ନ ଅର୍ପଣ ହୋଇଥିଲା।ପୂଜକ ଚନ୍ଦ୍ରଶେଖର ପୂଜାରୀ,ଚକ୍ରପାଣି ପୂଜାରୀ,ତାରିଣୀ ପୂଜାରୀ,ପ୍ରତାପ ଚନ୍ଦ୍ର ପୂଜାରୀଙ୍କ ସମସ୍ତ ସେବାୟତ ପୂଜାର୍ଚ୍ଚନା ଓ ନବାନ୍ନ ଲାଗି ସମୟରେ ମନ୍ଦିରରେ ଉପସ୍ଥିତ ଥିଲେ।ନବାନ୍ନ ଲାଗି ପରେ ସମସ୍ତ ସେବାୟତ ପରିବାର ନବାନ୍ନକୁ ଘରକୁ ନେଇ ପୂଜାର୍ଚ୍ଚନା କରିବା ପରେ ନୂଆ ଖାଇଥିଲେ।

ଏହି ଅବସରରେ ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର ସମେତ କଳାହାଣ୍ଡି ଜିଲ୍ଲାର ବହୁ ଭକ୍ତ ମା’ଙ୍କୁ ଦର୍ଶନ କରି ନବାନ୍ନ ଭୋଗ ଅର୍ପଣ କରିଥିଲେ।ପଶ୍ଚିମ ଓଡ଼ିଶାର ସମଲେଶ୍ବରୀ, ପାଟଣେଶ୍ବରୀ, ମାଣିକେଶ୍ବରୀ ପୀଠରେ ପଞ୍ଚମୀ ତିଥିରେ ନବାନ୍ନ ଲାଗି ହେଉଥିବା ବେଳେ ମା’ ମଝିଘରିଆଣୀ ପୀଠରେ ସବୁ ବର୍ଷ ଦଶମୀ ତିଥିରେ ମା’ଙ୍କୁ ନବାନ୍ନ ଲାଗି କରାଯାଉଛି।