ବଂଚିବାର ଅଧିକାର କୁ ନେଇ ଜନଜାଗରଣ ସଂଘର୍ଷ ସମିତି ସଂଗଠନ ବୈଠକ ଅନୁଷ୍ଟିତ କରାଗଲା |

!!! ଗଜପତି ଜିଲ୍ଲା ମୋହନା ବ୍ଳକରୁ ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା) – ଗଜପତି ଜିଲ୍ଲା ମୋହନା ବ୍ଲକ୍ ଯୁବ ପଂଚାୟତ, ନୂଣ୍ତ୍ରୁଜ ଗ୍ରାମରେ ବଚ଼ିବାର ଅଧିକାର ଆଇ ମୁତାବକ କୁ ନେଇ ଜନଜାଗରଣ ସଂଘର୍ଷ ସମିତି ସଂଗଠନ ତରଫରୁ ବୈଠକ କରାଗଲା I ଅଂଚ଼ଳର ଆଦିବାସୀଙ୍କ ବିଭିନ୍ନ ଆଳରେ ଶୋଷିତ, ଲାଚ଼ିତ, ନିଶ୍ୱେଷିତ ହୋଇଥିବାରୁ ଅଂଚଳର ଲୋକମାନଙ୍କୁ ସଚେତନ କରାଇ ନିଜର ମୌଳିକ ଅଧିକାର ହାସଲ କରିବା ଓ ଜୀବୀକା ନିର୍ବାହ ନିମନ୍ତେ ଜନଆନ୍ଦୋଳନରେ ପରିଣତ କରି ନିଜ ହକ ଲଢେଇ ପ୍ରୟାସ ଯାରିରଖିବା ପାଇଁ ସଂଗଠନ ସୁଦ୍ରୁଡ କରିବା ଓ ବିଭିନ୍ନ ସମୟରେ ପ୍ରଶାସନର ଶୋଷଣ ବରୋଧ କରି ସଂପାଦକ ନିର୍ମଳ ପାଲ୍ କହଛନ୍ତି I

ସଭାପତି ଦାନିଏଲ୍ ଗମାଙ୍ଗ ସହ ସଂପାଦକ ଜନାଶ ରାଇକା ମୂଳନିବାସୀ ସଂଗଠନର ସଭାପତି ଅବ୍ରାହାମ ଗମାଙ୍ଗ ,ସିମିୟ ଗମାଙ୍ଗ ଏବଂ ଶତାଧ୍କ ଆଦିବାସୀ ମହିଳା,ପୁରୁଷ ଓ ବିଭିନ୍ନ ଦଳର ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ ଅଂଚଳର ସମସ୍ୟାକୁ ସରକାରଙ୍କୁ ଜଣାଇବେ ,ଜଣାଇବାସାଥେ ସରକାର କର୍ଣ୍ମ ଗୋଚର କରୁ ନଥିଲେ ଆଗାମୀ ଦିନରେ ମୋହନାରେ ବଡ଼ ଧରଣର ଜନଆନ୍ଦୋଳନ କରାଯିବ ଵୋଲି ସଂଗଠନ ସଂପାଦକ ନିର୍ମଳ କୁମାର ପାଲ୍ ଚେତାବନି ଦେଇଛନ୍ତି

ପ୍ରଶାସନ ର ଅବହେଳା ର ଶିକାର ରେ ଲଖମରା ହସ୍ପିଟାଲ ପଡା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ବରଗଡ଼) – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଅଧିନରେ ଯାଉଥିବା ଲଖମରା ଗ୍ରାମ ପ୍ରବଳ ବର୍ଷା ଜନିତ କାରଣ ରୁ ଉବୁଟୁବୁ ହେବାରେ ଲାଗିଲାଣି lସରାଇପାଲି-ପଦ୍ମପୁର ର ମୁଖ୍ୟ ରାସ୍ତା କଡ଼ରେ ଥିବା ଘରମାନଙ୍କରେ ପାଣି ଲହଡ଼ା ମାରୁଥିବା ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଲୋକେ ପାଣିରେ ସନ୍ତରଣ ଅଭ୍ୟାସ କଲେ ମଧ୍ୟ ଚଳିବ lଛୋଟ ଛୋଟ ପୋଲ ଉପରେ ଲୋକେ ଅମାନିଆ ଭାବେ ଘର ତିଆରି କରିବା ଫଳ ସ୍ୱରୂପ ଏଇ ଅବସ୍ଥା ବୋଲି ଅନୁମେୟ lଗ୍ରାମ ଭିତର ସମସ୍ତ ପାଣି ଏଇ ପଥଦେଇ ନିସ୍କାସନ ହୋଇ ଅଙ୍ଗ ନଇ ରେ ପ୍ରବାହିତ ହୋଇଥାଏ l

ଏ ଭଳି ପରିସ୍ଥିତି ଭବିଷ୍ୟତ ରେ ସୃଷ୍ଟି ହେବ ବୋଲି ଅନୁମାନ କରି ଗତ କିଛି ଦିନ ପୂର୍ବେ ଲୋକ ସ୍ଥାନୀୟ ପ୍ରଶାସନ ତଥା ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସେମାନଙ୍କ ନିରବତା କାରଣ ରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି lଏଣୁ ଅତିଶିଘ୍ର ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବର୍ଷା ପାଣି ନିଷ୍କାସନ କରି ବାସଗୃହ ଗୁଡ଼ିକୁ ସୁରକ୍ଷା ଦେବାର ବନ୍ଦୋବସ୍ତ କରନ୍ତୁ ନଚେତ ପାଣି ଘେରରେ ଥିବା ବାସଗୃହ ଗୁଡିକ ସମ୍ପୁର୍ଣ୍ଣ ରୂପେ ଭୂଷୁଡି ଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ !

ଦିଶା’ ର ତୃତୀୟ ବୈଠକ ଅନୁଷ୍ଠିତ ।

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ବରଗଡ଼) – ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି ‘ଦିଶା’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ର ସଫଳ ରୂପାୟନ ସଂପର୍କରେ ଆଲୋଚନା କରାଯିବା ସହ ତାହା ହିତାଧିକାରୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚି ପାରୁଛି ନା ନାହିଁ ସେ ଉପରେ ସମୀକ୍ଷା ଓ ତଦାରଖ କରାଯାଇ ଥିଲା । ସେହିପରି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବରୁ ଦେଖାଦେଇଥିବା ମରୁଡି ସ୍ଥିତି ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି – ଦିନ ଦ୍ଵିପହରେ ଲୋକଙ୍କୁ ଲୁଟୁଛନ୍ତି…!

!!! ଗଜପତି ଜିଲ୍ଲା ମୋହନା ବ୍ଳକରୁ ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା) – ରାଜ୍ୟରେ ଟାଟା କମ୍ପାନୀ ଯେଭଳି ଦିନ ଓ ରାତିରେ ବିଦ୍ୟୁତ କାଟ କରି ଲୋକଙ୍କୁ ହଇରାଣ କରୁଛନ୍ତି ସେହିଭଳି ବିଦ୍ୟୁତ ବିଲ ଦେବା ବେଳେ ମଧ୍ୟ ଗରୀବ ଲୋକମାନଙ୍କୁ ଦିନ ଦ୍ଵିପହରେ ଖାମଖିଆଲି ନିତୀ ଅବଲମ୍ବନ କରି ଠକିବାରେ ଲାଗିଛନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ। ଅଗଷ୍ଟ ମାସରେ ଜଣେ ଉପଭୋକ୍ତା ବିଦ୍ୟୁତ ବିଲ ପଇଠ କରିବାର ମାସେ ନପୁରୁଣୁ ପୁଣି ବିଲ ବାନ୍ଧିବା ପାଇଁ ଆସିଛି ରସିଦ । ତାହା ପୁଣି ସେହି ଅଗଷ୍ଟ ମାସ ୨୦ ତାରିଖରେ । ବିଲ ବନ୍ଧ ୧୦ ତାରିଖରେ କାଟିବା ରସିଦ୧୦ରେ କାଟି୨୦ର ତାରୀକ୍ଷ ପକା ଯାଉଛି ଏହା କୁ ବିରଧ କରି ଗବିନ୍ଦପୁରୁ ଗ୍ରାମ ବାସୀ ରସିଦ କାଟିବାକୁ ଆସିଥିବା ବେକ୍ତିକୁ ଘେରାଇ ଉତେଜନା ସୃଷ୍ଟି ହୋଇଥିଲା ସୁପ୍ରଭାଇଜର ପହଞ୍ଚି ତାରୀକ୍ଷ ଠିକ ପକାଇବାରୁ ଉତେଜନ ରେ ବୁଝାବଣାହୋଇଛି ଲୋକ ଙ୍କ ଅଭିଯୋଗ ବିଦୂତ ବିଭାଗ ପ୍ରତେକ ମାସରେ ଏହିଭଳି କରୁଥିବା କହିଛନ୍ତି।

ଚାକିରିଆ ପୁଅ ବୋହୁ ଘରେ ତାଲା ପକାଇ ମା କୁ ବାହାରେ ଛାଡି ଚାଲିଗଲେ..!

!!! ଗଜପତି ଜିଲ୍ଲା ମୋହନା ବ୍ଳକରୁ ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୋହନା) – ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଖାରିଢ଼େପ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁ ମା ୧୦ମାସ ଗର୍ଭରେ ଧାରଣ କରି ଛୁଆକୁ ଜନ୍ମ ଦେଇଛି ସେଇ ମାକୁ ପୁଅ ବଡ଼ ହୋଇ ଚାକରି କରି ସ୍ତ୍ରୀ କଥାରେ ପଡ଼ି ମା କୁ ନିର୍ଯ୍ୟାତନା ଦେଉଛି । ଖାରିଢ଼େପ ଗ୍ରାମର କୁମୁଦିନି ମଳିକ (୬୦) ଙ୍କର ତିନୋଟି ପୁଅ ଓ ତିନୋଟି ଝିଅ । ସମସ୍ତେ ବଡ଼ ହେବା ପରେ ବିବାହ ହୋଇ ସାରିଲେଣି । ବଡ଼ ପୁଅ କିଛି ବର୍ଷ ହେଲା ମୃତ୍ୟୁବରଣ କରି ଥିବାବେଳେ ରାଜ୍ୟ ସରକାର ଦେଇଥିବା ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ ସେହି ଘରେ ସାନ ପୁଅ ନୀଳମାଧବ ମଳିକ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି। ନୀଳମାଧବ ଚାକିରୀ ପାଇ ଢେଙ୍କାନାଳରେ ପୁଲିସ ବିଭାଗରେ ନିଯୁକ୍ତି ପାଇ ସେଠି ରହୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଗ୍ରାମରେ ଅଙ୍ଗନବାଡି କର୍ମୀ ଅଛନ୍ତି । ନୀଳଙ୍କର ବିଧବା ବୁଢି ମା’ କୁ ବୋହୁ ଅହଲ୍ୟା ଘରୁ ବାହାର କରିଦେବା ସହ ତାଙ୍କର ଲୁଗାପଟା ଏବଂ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ପଦାକୁ ଫିଙ୍ଗିଦେଇ ଘର କବାଟରେ ତାଲା ପକାଇ ଚାଲିଯାଇଛନ୍ତି ନିଜ ସ୍ୱାମୀ ପାଖକୁ। ବୄଦ୍ଧା ବୁଢି ମା’ ରାତି ସାରା ନ ଖାଇ ନ ପିଇ ଘର ପିଣ୍ଡାରେ ରାତି କାଟିଛନ୍ତି । ଏହି ଘଟଣା ଜାଣିବାପରେ ଗ୍ରାମବାସୀ ବୈଠକ କରି ସମାଧାନ ପାଇଁ ନୀଳମାଧବକୁ ଡାକିଥିଲେ କିନ୍ତୁ ନୀଳମାଧବ ଗ୍ରାମରେ ପହଞ୍ଚି ନଥିଲେ। କୁମୁଦିନିଙ୍କର ମଝିଆ ବୋହୁ ମୁଠେ ଖାଇବାକୁ ଦେବାରୁ ସେ ଖାଇ ବାରଣ୍ଡାରେ ଦିନରାତି ବିତାଉଛନ୍ତି। ଏହି ଭଳି ଉଚ୍ଚ ଶିକ୍ଷିତ ଏବଂ ପୁଲିସ ବିଭାଗରେ ଚାକିରୀ କରି କିପରି ନିଜ ଜନ୍ମ ଦେଇଥିବା ମା’କୁ ବର୍ଷା ଖରାରେ ଘରୁ ବାହାର କରି ଘରେ ଚାବି ପକାଇ ଚାଲିଗଲେ ତାକୁ ନେଇ ଏବେଏ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଉକ୍ତ ପୁଅ ବୋହୁ ପ୍ରତି ପ୍ରଶାସନ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।