ପରିବେଶ ମଞ୍ଜୁରୀ ସଭାରେ ଉଠିଛି ବାଲି ଚୋରା ଚାଲାଣର ବିରୋଧି ସ୍ଵର ; ଇଙ୍ଗିତ କରୁଛି ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ଗୁଣପୁର ବଂଶଧାରା ନଦୀ ପଠା ର ଲିମାମଡା, ତୁର୍କାନିଗୁଡ଼ା ଏବଂ କତୁରୁ ଠାରୁ ବାଲି ଉଠାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ରେ ଟେଣ୍ଡର ହାସଲ କରିଥିବା ଠିକାଦାର ପରିବେଶ ମଞ୍ଜୁରୀ ନପାଇ ବାଲି ଉଠାଣ କରିପାରୁନଥିବା ବେଳେ ଏହି ଅଞ୍ଚଳରୁ ବାଲି ମାଫିଆ ମାନେ ରାତି ଅଧିଆ ବାଲି ଉଠାଇ ଆନ୍ଧ୍ର କୁ ଚାଲାଣ କରୁଥିବା ଏବଂ ସ୍ଥାନୀୟ ଅଞ୍ଚଳରେ ଚଢା ଦରରେ ବାଲି ବିକ୍ରୟ କରୁଥିବା ନେଇ ଜନ ସାଧାରଣ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ବେଆଇନ ବାଲି ଉଠାଣ କରି ନେଉଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ତହସିଲଦାର ଦାୟିତ୍ଵ ରେ ରହୁଥିବା ଅତିରିକ୍ତ ତହସିଲଦାର ବାଲି ମାଫିଆ ଙ୍କ ସହ ହାତ ମିଳାଇ ବାଲି ଉଠାଇ ନେଉଥିବା ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଗୁଣପୁର ଠାରେ ନିୟମିତ ଭାବେ ଜଣେ ତହସିଲଦାର ଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଶରତ ଚନ୍ଦ୍ର ନାୟକ ତହସିଲଦାର ଭାବେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ କିଛି ମାତ୍ରାରେ ବାଲି ଚୋରା ଚାଲାଣ ଉପରେ ରୋକ୍ ଲାଗିପାରିଛି। ବରମ୍ବାର ଧରପଗଡ଼ କରି ବେଆଇନ ଭାବେ ବାଲି ଉଠାଣ କରୁଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ସତ୍ତ୍ୱେ ବି ବାଲି ଚୋରା ଚାଲାଣ ବନ୍ଦ ହୋଇ ପାରିନାହିଁ। ଜରିମାନା ଆଦାୟ କରିବା ସହ ଏମାନଙ୍କ ବିରୁଦ୍ଧରେ ଚୋରା ଚାଲାଣ କେଶ୍ ଦାୟାର କରାଗଲେ ଚୋରି ହାର୍ କମି ପାରନ୍ତା ସାଧାରଣ ରେ ଆଶା ପ୍ରକାଶ ପାଇଛି। ବାଲି ପଠାରୁ ରାତି ତମାମ ବାଲି ଉଠାଣ ହେଉଥିବା ଅଭିଯୋଗ ହେବା ପରେ ଏବଂ ରାତି ରେ ବାଲି ଉଠାଇ ନେଉଥିବା ଟ୍ରାକ୍ଟର ଗୁଡିକୁ ଅଟକାଇ ଏଗୁଡିକୁ ଜବତ କରିବା ନିମନ୍ତେ ସ୍ଥାନୀୟ ପୋଲିସ ବିଭାଗ ଅଧିକାରୀ ଙ୍କୁ ଜଣା କରିବା ପରେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଏବଂ ତୁମେ ଶୋଇ ଯାଅ ଆମେ ବୁଝିବୁ କହି ଏଡ଼ାଇ ଦେଉଥିବା ଘଟଣା ବର୍ତ୍ତମାନ୍ ସାଧରଣ ରେ ଚର୍ଚ୍ଚା ର ବିଷୟ ପଲାଟି ଥିବା ବେଳେ ବଂଶଧାରା ବାଲି ପଠା ରୁ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ଜନ ଶୁଣାଣି କରାଯାଇଛି। ଜନ ଶୁଣାଣି ବେଳେ ଅନେକ ବ୍ୟକ୍ତି ବାଲି ଚୋରା ଚାଲାଣ ବିଷୟକୁ ଉଠାଇଛନ୍ତି। ଏହା ସ୍ଥାନୀୟ ପୋଲିସ ବିଭାଗ ର କାର୍ଯ୍ୟ ଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏପରିକି ଜନ ଶୁଣାଣି ସ୍ଥାନରେ ପୋଲିସ୍ କର୍ମକର୍ତ୍ତା ବାଲି ମାଫିଆ ଙ୍କ ସହ ହାତ ମିଳାଇ ସେମାନଙ୍କ ବ୍ୟକ୍ତିଗତ ଗୃହ ନିର୍ମାଣ ନିମନ୍ତେ ବାଲି, ଗୋଡ଼ି ଓ ପଥର ହାତେଇ ନେଉଥିବା ବିଷୟ ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛି। ତେବେ ଏହି ପୋଲିସ ବିଭାଗୀୟ ଅଧିକାରୀ ଜଣଙ୍କ କିଏ ଏହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହାଙ୍କ ନାମ ପ୍ରକାଶ କଲେ ବିଭିନ୍ନ ଦଫା ଲାଗଇ କେଶ୍ ଦୟାର କରିବା ନିମନ୍ତେ ଧମକ ଚମକ ଦେଉଥିବା କଥା ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛି। ଏହି ଅଧିକାରୀ ଜଣଙ୍କ କିଏ ଏହାର ତଦନ୍ତ କରାଯିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି । ଏପରିକି ପୋଲିସ ବିଭାଗର ପେଟ୍ରୋଲିଂ ଉପରେ ଅଭିଯୋଗ ଉଠିଛି। ଯଦି ଠିକ୍ ଭାବେ ପେଟ୍ରୋଲିଂ ହୋଇପାରନ୍ତା ତେବେ ଗୁଣପୁର ଅଞ୍ଚଳର ମୁଖ୍ୟ ରାସ୍ତା ଉପରୁ ଚୋରୀ ଯାଇନଥାନ୍ତା। ବାଲି ମାଫିଆ ଙ୍କ ସୁରକ୍ଷା ନିମନ୍ତେ କେବଳ ପୋଲିସ ଏହି ପେଟ୍ରୋଲିଂ ବ୍ଯବସ୍ଥା ବୋଲି ସମାଲୋଚନା କରାଯାଉଛି। ପରିବେଶ ମଞ୍ଜୁରୀ ନିମନ୍ତେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ରେ ଅଧିକ ମାତ୍ରାରେ ବାଲି ଚୋରା ଚାଲାଣର ଅଭିଯୋଗ ଉଠିବା ସହ ପରୋକ୍ଷ ରେ ପୋଲିସ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଅଧିକ ମାତ୍ରା ରେ ହୋଇଥିବା ଦେଖା ଦେଇଛି। ବାଦ ବିବାଦ ମଧ୍ୟରେ ଜନ ଶୁଣାଣି ଶେଷ ହୋଇଥିବା ରୁ ପରିବେଶ ମଞ୍ଜୁରୀ ମିଳିପାରିବ ନାଁ ନାହିଁ ଏହାର ଆଶଙ୍କା ଦେଖା ଦେଇଛି।

କେବେ ସରିବ ନକଲି ସାର୍ଟିଫିକେଟ ର ସଠିକ ଯାଞ୍ଚ ; ବନ୍ଧା ହେବେ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧରପଗଡ଼ କରିବା ପାଇଁ ରାଜ୍ଯ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ଅଧୀନସ୍ଥ କର୍ମଚାରୀ ଠିକ୍ ଭାବେ କାର୍ଯ୍ୟକାରୀ କରି ନାହାଁନ୍ତି। ଫଳରେ ପ୍ରତ୍ୟକ ବର୍ଷ ବିଭାଗରେ ନିଯୁକ୍ତ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସାର୍ଟିଫିକେଟ ଗୁଡିକ ଯାଞ୍ଚ କରାଯାଉଛି। ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ସାର୍ଟିଫିକେଟ ଯାଞ୍ଚ କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀ ମାନେ ତାରିଖ ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତ୍ୟେକ ବର୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ସାର୍ଟିଫିକେଟ୍ ର ଅବିକଳ ନକଲ ନେଇ ମୂଳ ସାର୍ଟିଫିକେଟ୍ ସହ ଯାଞ୍ଚ କରାଇ ସାରିଥିବା ବେଳେ ପୁନଃରପି ବିଭାଗୀୟ ଅଧିକାରୀ ଙ୍କ ଏହି ପ୍ରକ୍ରିୟା ପ୍ରତି ଶିକ୍ଷକ ଓ ଶିକ୍ଷୟିତ୍ରୀ ବିମୁଖ ହେଉଛନ୍ତି। କେତେ ବେଳେ ସାର୍ଟିଫିକେଟ ଯାଞ୍ଚ ନାମରେ ମୂଳ ସାର୍ଟିଫିକେଟ ର ଅବିକଳ ନକଲ ମଗାଯାଉଛି ତ ଅନ୍ୟ କେତେବେଳେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ଯ ଦେବା ନିମନ୍ତେ ସାର୍ଟିଫିକେଟ ର ଅବିକଳ ନକଲ ମଗାଯାଉଛି। ବାରମ୍ବାର ଏଭଳି ଅବିକଳ ନକଲ ପ୍ରଦାନ କରି ଶିକ୍ଷକ ଓ ଶିକ୍ଷୟିତ୍ରୀ ଅତିଷ୍ଠ ହୋଇ ପଡୁଥିବା ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗ ର କିରାଣୀ ଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଅଧିକାରୀ ସଭିଏଁ ସେମାନଙ୍କ ଅଧୀନରେ କିଛି ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଥିବା ଅବଗତ ଥାଇ ମଧ୍ୟ ଏ ବିଷୟରେ ନୀରବତା ଅବଲମ୍ବନ କରି ଆସୁଛନ୍ତି ବୋଲି ଅଭିଯୋଗ ଉଠିଛି। ଯଦ୍ୱାରା ଅନେକ ବ୍ୟକ୍ତି ନକଲି ସାର୍ଟିଫିକେଟ ପ୍ରଦାନ କରି ବେଶ ଆରାମ ରେ ଚାକିରି କରି ଆସୁଥିବା କୁହାଯାଉଛି । ବର୍ତ୍ତମାନ୍ ହେବାକୁ ଥିବା ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବେ କରିବା ନିମନ୍ତେ ଏବଂ ପ୍ରଦତ୍ତ କରିଥିବା ବିକଳାଙ୍ଗ, ତାଲିମ୍ ଓ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଗୁଡିକର ସଠିକତା ଜାଣିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଦାବୀ ହେଉଛି। ଏହା ହେଲେ ଆଗାମୀ ଦିନରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇ ନେଇଥିବା ବ୍ୟକ୍ତି ମାନଙ୍କ ଅସଲି ମୁଖା ପଦାକୁ ଆସିପାରିବ। ଯାଞ୍ଚ ପରେ ଯେଉଁ ମାନେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରିବା ସହ ବର୍ତ୍ତମାନ୍ ସୁଦ୍ଧା ରାଜ୍ୟ କୋଶ ରୁ ହାତେଇ ନେଇଥିବା ଟଙ୍କା ସୁଦ୍ଧ ସହ ଫେରସ୍ତ କରାଇବା ଭଳି ଠୋସ ପଦକ୍ଷେପ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି । ଏଭଳି କରାଗଲେ ଆଗାମୀ ଦିନରେ ନକଲି ସାର୍ଟିଫିକେଟ ଦେଇ ଚାକିରୀ ହାସଲ କରିଥିବା ବ୍ୟକ୍ତି ଙ୍କୁ ଆମ୍ଭେ ସୂଚାଇବୁ ବାବୁ ଏଥର ସମ୍ଭାଳ…!

ମୁନିଗୁଡା ପୋଲିସ ଦ୍ୱାରା ୨୩ କିଲୋ ୧୬୦ଗ୍ରାମ ଗଞ୍ଜେଇ ଯବତ ୨ ଗିରଫ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା)- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା।୨୩କିଲୋ ୧୬୦ଗ୍ରାମ ଗଞ୍ଜେଇ ଯବତ କରିବା ସହ ଦୁଇଜଣ ମାଫିଆଙ୍କୁଗିରଫ କରିଛି।ଥାନା ଅନ୍ତର୍ଗତ ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବରପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକକୁ କାବୁ କରିବା ସହ ଦୁଇଟି ଏୟାର ବେଗ ସହ ଦୁଇ ଜଣକୁ ଥାନାକୁ ଆଣିଥିଲେ।ଦୁଇ ଜଣ ଯୁବକ ହେଲେ ଝାରଖଣ୍ଡ ରାଜ୍ୟ ଧନବାଦର ଚନ୍ଦନ କୁମାର ରୋଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି।ଦୁଇ ଜଣକୁ ଥାନାରେ ପଚରା ଉଚରା ପରେ ଉକ୍ତ ବେଗରେ ଗଞ୍ଜେଇ ଥିବା ଓ ଏହାର ଓଜନ ୨୩କିଲୋ ୧୬୦ ଗ୍ରାମ ବୋଲି ଜଣାପଡିଥିଲା।ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି।ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର ୧୨୧/୨୧ ରେ ମାମଲା ରୁଜୁ କରି କୋର୍ଟକୁ ପଠାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନେ ଚତୁରତାର ସହ ଫେରାର ହୋଇଯାଇଥିଲେ ।ଏହାର ଅଧିକ ତଦନ୍ତ ଜାରି ରଖିବା ସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

୫୦୦ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ ୨ ଅଟକ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମ ର ଏକ ଘରୁ ୫୦୦କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା କୋଦଳା ପୋଲିସ୍ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍। ଘଟଣାସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣା ସ୍ଥଳରେ କୋଦଳା ଆଇ ଆଇ ସି ଦେବାଶିଷ ମହାନ୍ତି ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଉପସ୍ଥିତ ଅଛନ୍ତି ।

ପ୍ରକାଶ ଥାଉକି ଚାରି ମାଷ ଭିତରେ କୋଦଳା ପୋଲିସ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି ପ୍ରଥେମେ କଞ୍ଚଣା ନିକଟରୁ ୯୦୦ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଥିବା ବେଳେ ଭାଟପୋଡ଼ା ନିକଟରୁ ୩୪୦ କେଜି କଞ୍ଚଣା ନିକଟରୁ ୧୦୦ କେଜି ବେତେରାପୋଲି ନିକଟରୁ ୧୦୦୦ କେଜି ଜବତ କରିବାରେ ସଫଳ ହୋଇଥିବାବେଳେ ବର୍ତମାନ ୫୦୦ କେଜି ରୁ ଉର୍ଦ୍ଧ ଗଂଜେଇ ଧରିବା ସହ ୨ ଜଣକୁ ଅଟକ ରଖିବାରେ ସକ୍ଷମ ହୋଇଛି, ଏଇ ଅଞ୍ଚଳରେ ବିଭିନ୍ନ ଉପାୟରେ କୋଲକାତା, ଝାଡ଼ଖଣ୍ଡ, ସୁରଟ, ମୁମ୍ବାଇ କୁ ଦିନକୁ ଦିନ ଗଂଜେଇ ଚୋରା ଚାଲାନ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ର ନିଦ ହଜାଇ ଦେଇଛି । ଏବେ ଦେଖିବାକୁ ବାକି ରହିଲା ଏଇ ଚୋରା ଚାଲାଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁ କେବେ ପୋଲିସ ଗିରଫ କରୁଛି

କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ; ବିକାଶ ଶୀଳ ବଡ଼ଚଣା ର ବିକଶିତ କାମ ର ନମୁନା, ଧୋଇ ହୋଇଗଲା ଇଟା ଓ କଂକ୍ରିଟ ର ୧୫୦ପୁଟ ସିମେଣ୍ଟ ପ୍ରାରୀର ….!

!!! ଭୁବନେଶ୍ଵର ଷ୍ଟେଟ ପ୍ରତିନିଧି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଡ଼ଚଣା)- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅନ୍ତର୍ଗତ ସିହା. ଗ୍ରାମ ପଞ୍ଚାୟତ ରେ ବା ପଶ୍ଚିମ ବଡ଼ଚଣା ରେ ଲଗାଣ ବର୍ଷାରେ ଭୁଶୁଡିଲା ୧୫୦ ଫୁଟ୍ ରେ ନିର୍ମିତ ହେଉଥିବା ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ର ପାଚେରୀ ସାମ୍ନାକୁ ଆସିଲା ଠିକାଦାରଙ୍କ ଦ୍ବାରା ନିମ୍ନମାନର ନିର୍ମାଣ କାର୍ଯ୍ୟର ନମୁନା ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କ ଆଦୂରଦର୍ଶିତା । ମାତ୍ର ବର୍ଷକ ତଳେ ସମାପନ ହୋଇଥିବା ଏହି କ୍ୟାମ୍ପସ ଚତୁଃପାର୍ଶ୍ଵର ପାଚେରୀ ମଧ୍ୟରୁ ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ ୧୫୦ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ତଳେ ଲୋଟି ଯାଇଛି । ୨୦୧୭ ମସିହାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର ପ୍ରାୟ ୭୦ ଏକର ପରିମିତ ଜମି ଉପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା । ପ୍ରାଥମିକ ଭାବେ ଚତୁଃପାର୍ଶ୍ଵର ପାଚେରୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚାରିବାଟିଆ ପୂର୍ତ୍ତ ବିଭାଗ ଡ଼ିଭିଜନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭାଗର ବଡ଼ଚଣା ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜନୈକ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ କରାଯାଇ ବର୍ଷକ ତଳେ ସମ୍ପୂର୍ଣ୍ଣ ହୋଇଥିଲା ।

ଆରମ୍ଭରୁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଆପତ୍ତି ଉଠାଇଥିଲେ ବି କେହି କର୍ଣ୍ଣପାତ କରି ନ ଥିଲେ । ତେବେ ଆଜି ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ମାଟି ତଳୁ ଫୁଟି ପଦାକୁ ବାହାରି ଆସିଛି । ମାତ୍ର ତିନି ଫୁଟ୍ ମାଟି ତଳୁ ହିଁ ନିମ୍ନ ମାନର କଂକ୍ରିଟ ପିଲାର ସବୁ ସ୍ଥାପନ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଇଟା କାନ୍ଥ ନିର୍ମାଣ ଓ ପଲସ୍ତରା କାର୍ଯ୍ୟ ବି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏବେ ପରିଲକ୍ଷିତ ହୋଇଛି । ପାଚେରୀ ଉପରି ଭାଗରେ ଲଗା ଯାଇଥିବା ଲୁହା ବାଡ଼ରେ ରଙ୍ଗ ନ ବୋଳି ଏବଂ କାଜୁ ଜଙ୍ଗଲ ମଧ୍ୟରେ ରହିଥିବା ପାଚେରୀର ବହୁ ଅଂଶକୁ ପଲସ୍ତରା କାର୍ଯ୍ୟ ନ କରି କିମ୍ୱା ରଙ୍ଗ ନ ବୋଳି ମଧ୍ୟ ଠିକାଦାର ସଂପୂର୍ଣ୍ଣ ବରାଦ ଅର୍ଥରାଶିକୁ ବିଲ୍ କରି ନେଇ ଯାଇଛନ୍ତି ।

ଯାହାକୁ ବିଭାଗୀୟ ଯନ୍ତ୍ରୀ ମାନେ ଅଣଦେଖା କରି ଠିକାଦାରଙ୍କୁ ବିଲ ପ୍ରଦାନ କରି ଦେଇଛନ୍ତି । ଅନ୍ୟପକ୍ଷରେ ଯେଉଁ କୋଣ ଦେଇ ସେହି ୭୦ ଏକର ପରିମିତ ଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ ସେହି ଅଞ୍ଚଳଟି ଢାଲୁ ରହିଛି । ମାତ୍ର ପାଚେରୀ ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଓ ଠିକାଦାର ଆଦୂରଦର୍ଶୀ ରହି ସେହି ସ୍ଥାନରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ କରି ତାହାକୁ ଇଟା ପାଚେରୀ ମଧ୍ୟରେ ଆବଦ୍ଧ କରି ରଖିଦେବା ଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବର୍ଷା ଜଳ ଗଚ୍ଛିତ ହୋଇ ରହିବା କାରଣରୁ ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିଲା । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଯାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ସାର୍ଟିଫିକେଟ ପ୍ରଦାନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ କେନ୍ ସଫ୍ଟ (KENSOFT) କମ୍ପୁଟର ଶିକ୍ଷା କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆରପିଏଲ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥିଭାବେ ଫାଶୀ ସ୍ଥିତ ଏସ୍ ଏମ୍ ନୋଡାଲ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଶ୍ରୀ ଅଜୟ କୁମାର ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଯୋଜନା ରେ ୫୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୩୭ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ଦକ୍ଷତା ବିକାଶ ଶିକ୍ଷା ରେ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ର ରେ ହେବାକୁ ଥିବା ସର୍ଭେ କାର୍ଯ୍ୟକ୍ରମ ରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କେନ୍ ସଫ୍ଟ ଶିକ୍ଷାକେନ୍ଦ୍ରର ମ୍ୟାନେଜିଂ ଡାଇରେକ୍ଟର କହିଛନ୍ତି। ଏଥିସହିତ ଏହି ଶିକ୍ଷା କେନ୍ଦ୍ର ବିଗତ ୧୦ ବର୍ଷ ଧରି ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ଆସୁଅଛି ।

ଆଗକୁ ମଧ୍ୟ ଏହି ଅନୁଷ୍ଠାନ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ କରିବ ବୋଲି ଅନୁଷ୍ଠାନ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଦୀପକ କୁମାର ଖଟେଇ କହିଛନ୍ତି I ଅନୁଷ୍ଠାନ ର ମ୍ୟାନେଜିଂ ଡାଇରେକ୍ଟର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମୃତୁଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଏବଂ ମାନଗଣ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ I

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ସାର୍ଟିଫିକେଟ ପ୍ରଦାନ ସମାରୋହ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ବ୍ରହ୍ମପୁର ଭାବନଗର ସ୍ଥିତ ସି.ଏସ.ସି ଏକାଡେମୀ ପକ୍ଷରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଆରପିଏଲ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥିଭାବେ ବରିଷ୍ଠ ଓକିଲ ତଥା “ନ୍ୟୁଜ ଏକ୍ସଟ୍ରା “ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣୟ ପଣ୍ଡା ଏବଂ ନେସନାଲ ଇନଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟର ନିର୍ଦେଶିକା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅଗ୍ନି”ର ସମ୍ପାଦିକା ସୁଶ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ସି.ଏମ.ସି ଅନୁଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ଶ୍ରୀ ଗୋପାଳ କୃଷ୍ଣ ପଟ୍ଟନାୟକ ଏହି ପାଠ୍ୟକ୍ରମର ଉପକାରିତା ବିଷୟରେ କହିଥିଲେ। ଏହି ସମାରୋହରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସି.ଏସ.ସି ଏକାଡାମୀର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ହୋଇଥିଲା । ଶେଷରେ ଅନୁଷ୍ଠାନର ପ୍ରଶାସନିକ ଅଧିକରି ଶ୍ରୀମତୀ ଶ୍ରୀବାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଅଙ୍ଗାରଗାଁ ରେ ହିନ୍ଦୀ ଦିବସ ପାଳିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିସରରେ ବେଗୁନିଆପଡା ଏବଂ ଖଲ୍ଲିକୋଟ ବ୍ଲକର ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆଜି ହିନ୍ଦୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଦବର ପ୍ରଧାନ, ମୁଖ୍ୟବକ୍ତାଭାବେ ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭାର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ, ସ୍ଵତନ୍ତ୍ର ଅତିଥି ଭାବେ ଡିଆରଡିଏ ପି ଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ସହକାରୀ ଯନ୍ତ୍ରୀ, ସାଲା ସଂଗୀତା ଟୁଡୁ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ପି ଇ ଓ ସୁଦୁରୁ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭ୍ରମରବର ଭୂୟାଁ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିପ୍ର ଚରଣ ସାହୁ, ବରିଷ୍ଠ କମ୍ୟୁନିଷ୍ଟ ନେତା ରଙ୍କନାଥ ସ୍ଵାଇଁ, ରାଜୁ ଗୋପାଳ ରାଓ, ବନମାଳୀ ପାଣିଗ୍ରାହୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୀ ଶିକ୍ଷକ ସଂଘ ସଭାପତି ଦିନବନ୍ଧୁ ସ୍ଵାଇଁ, ରାଜେନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ପଣ୍ଡା ସମେତ ବିଭିନ୍ନ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ମାନେ ହିନ୍ଦୀ ଭାଷାର ମହତ୍ତ୍ଵ ଏବଂ ହିନ୍ଦୀ ଦିବସ ପାଳନ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିସହିତ ହିନ୍ଦୀ ହେଉଛି ଭାରତର ରାଷ୍ଟ୍ରଭାଷା ଏହାର ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ଆମ୍ଭ ସମସ୍ତଙ୍କର ଦାୟିତ୍ଵ ବୋଲି ଅତିଥି ମାନେ ନିଜ ନିଜ ର ବକ୍ତବ୍ୟରେ କହିଥିଲେ ।

ସୁନିତା ବିଶ୍ୱନାଥଙ୍କ ଦୁଃଖ ଦୂରହେବ କେବେ? ପକ୍କାଘର ଆଶା ସ୍ୱପ୍ନରେ ହିଁ ରହିଗଲା…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଗଣିବାକୁ ବହୁତ।କିନ୍ତୁ ଗ୍ରାଉଣ୍ଡ ଜିରୋରେ ତାହା ସୁନ ଅଟେ। ଉଭୟ ସରକାରଙ୍କ ଯୋଜନା ଗୁଡିକ କାଗଜ କଲମରେ ଚାଲିଛି।ତେଲିଆ ମୁଣ୍ଡରେ ତେଲଦେବା ଭଳି ରାଜ୍ୟ ଅବା କେନ୍ଦ୍ର ସରକାରଙ୍କର ସବୁ ଯୋଜନା ଗୁଡିକ କେବଳ ନିଜର ଲୋକମାନଙ୍କ ପାଇଁ ଉଦିଷ୍ଟ ଅଟେ।କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ୨୦୨୨ ସୁଦ୍ଧା ସମଗ୍ର ଭାରତ ବର୍ଷରେ କାହାର ମୁଣ୍ଡତଳେ ଚାଳ କିମ୍ବା ଟାଇଲ ଘର ରହିବ ନାହିଁ।ସମସ୍ତେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବେ।ଏହି ପ୍ରତିଶୃତି ପାଣିର ଗାର ପାଲଟିଛି ମିଥ୍ୟା, ପ୍ରତିଶୃତି ପାଲଟିଛି ପ୍ରତାରଣା।ଏହିଭଳି ଏକ କରୁଣ ବୁକୁଫଟା କାହାଣୀ କହିଛନ୍ତି ରାୟଗଡା ଜିଲାର କଲ୍ୟାଣସିଙ୍ଘସପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ସଦରମହକୁମା ସ୍ଥିତ ଖଣ୍ଡିସାହିର ସୁନିତା ବିଶ୍ୱନାଥ ନାମକ ବିଧବା ମହିଳା। ସେଜଣେ ଦଳିତ ପରିବାରର ଏବଂ ୨ ବର୍ଷ ହେଲା ସ୍ୱାମୀକୁ ହରାଇ ଏକମାତ୍ର ବାପା ଛେଉଣ୍ଡ ପୁତ୍ର କେଦାର ସହ ଦୁଃଖରେ ଦିନ କାଟୁଛନ୍ତି।ସ୍ୱର୍ଗତ ସାଇ ଶେଖରଙ୍କ ପତ୍ନୀ ଭାବରେ କେତେ ସ୍ୱପ୍ନନେଇ ବାହାହୋଇ ବଧୁସାଜି ଆସିଥିଲେ।କିନ୍ତୁ ବିଧାତା ତାର ବୈରି ହେଲା ଶଙ୍ଖା ସିନ୍ଦୁର ହରାଇ ଜୀବକା ପାଇଁ ତାଙ୍କର ପିତୃ ଅର୍ଜିତ ଚାଳଛପର ବାସ ଗୃହରେ ସାଇ ପଡ଼ିଶାର କୁନି କୁନି ପିଲାଙ୍କୁ ନେଇ ଏକ ଟିଉସନ କରି ଗୁଜୁରାଣ ମେଣ୍ଟାଉ ଥିଲେ।କିନ୍ତୁ ଗତକାଲି ଲଗାଣ ବର୍ଷା ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି,ଗତବର୍ଷ କିଛି ଅଂଶ ଭୁଶୁଡି ଯାଇଥିଲା।ତେଣୁ ଏହି ଭୟରେ ଅନ୍ୟ ଜଣଙ୍କ ପଡୋଶୀ ଘରେ ଆଶ୍ରୟ ନେଇଥିଲେ ତେଣୁ କୌଣସି ଆହତ ହେବା ଭୟ ନାହିଁ।ଏହି ଖବର ଗତବର୍ଷ ରାଜସ୍ୱ ଅଧିକାରୀ,ବି.ଡି.ଓ,ତହସିଲଦାର ସରପଞ୍ଚ ସମସ୍ତଙ୍କୁ ଜଣାଇ ଥିଲେ।କିନ୍ତୁ ରାଜସ୍ୱ ବିଭାଗ ତରଫରୁ ଏକ ପଲିଥିନ ଦେଇ ନିଜ ଦାୟିତ୍ୱ ସାରିଦେଇଥିଲେ।ଏନେଇ ସରପଞ୍ଚ ଅମ୍ବିକା ସରକାଙ୍କୁ ପଚାରିବାରୁ ଆମ ହାତରେ ଘର ଦେବାର ଅଧିକାର ନାହିଁ ଏହା ଏକ ପ୍ରଶାସନିକ ପ୍ରକ୍ରିୟା ଅଟେ।ତେଣୁ ସେହି ବିଧିରେ ଗଲେ ମିଳିବ ବୋଲି କହିଥିଲେ।

ଏ ନେଇ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା ବି.ଡି.ଓ. ସୁଧାକର ରଇତଙ୍କୁ ପଚାରିବାରୁ ଠିକ ଅଛି ଠିକ ଅଛି ମୋ ଗୋଚରକୁ ଆସିନଥିଲା ଦରଖାସ୍ତ କଲେ ସମସ୍ତ ସୁବିଧା କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଆଜି ଚାଳ ହରା ସୁନିତାଙ୍କୁ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମନୋଜ ସେଠି, ସମ୍ପାଦକ ପୂର୍ଣ ଚନ୍ଦ୍ର ପଟେଲ,ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ସୋମେଶ ଜଗନାଥ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସାନ୍ତ୍ୱନା ଦେବାସହ ଏନେଇ ସରକାରକୁ ଜଣାଇ ଦିଆଯିବବୋଲି କହିବା ସହ ଯଦି ଅବହେଳା ହୁଏ ତାହେଲେ ଦାବୀ ପୁରାଣ ପାଇଁ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କ ଯୋଜନାରେ  ଗୋଟିଏ ଘର ଯୋଗାଇ ଦେବାକୁ ନିକଟର ପଡୋଶୀ ଗୁଲା ସୁବାଷ,କରୁମୁଲୁ ବିଶ୍ୱନାଥ, ସାଇରାଜୁଳୁ ପ୍ରମୁଖ ସରକାରଙ୍କ ଠାରେ ନିବେଦନ କରିଛନ୍ତି କି ଘର ଖଣ୍ଡେ ମିଳିଲେ ତାଙ୍କ ପରୀବାର  ଶାନ୍ତିରେ ଚଲିପାରିବେ।ଆଶା ଆଶାରେ ହିଁ ରହିଯାଇଛି ପକାଘର ସ୍ୱପ୍ନ ଦେଖିବାକୁ ବାକି ରହିଲା କେବେ ତାହା ପୂର୍ଣ ହେବ।

ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଧୋଇଗଲା ଅସ୍ଥାୟୀ ପୋଲ – ତୁରନ୍ତ ମରାମତି ପାଇଁ ଦାବୀ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଶାଶ୍ଵତ କୁମାର ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା)- ୱଲମାର୍କ ଲୋ ପ୍ରେସର ରେ ପରିଣତ ହୋଇଛି ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ l ଏହା ଏକ ଅବପାତ ର ରୂପ ନେଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି l ଏହି ପରିପ୍ରେକ୍ଷୀରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ଯାଇଛି ଦାରିଙ୍ଗବାଡ଼ି ଅଞ୍ଚଳ । ପ୍ରବଳ ବର୍ଷା ହେବା ଫଳରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୫୯ ନଂ. ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାଲିଗୁଡା ଠାରୁ ଦାରିଙ୍ଗବାଡ଼ି, ବ୍ରହ୍ମପୁର କୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଧୋଇହୋଇ ଯାଇଥିବା ଅସ୍ଥାୟୀ ପୋଲ କାମକୁ ପୁଣି କରିବା ପାଇଁ ଠିକା କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଲାଗିରହିଥିବା ଫଳରେ ନଦୀରେ ପ୍ରବଳ ପାଣି ଆସୁଥିବାରୁ କାମ ସଠିକ ଭାବେ କରିହେଉନଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଠାରୁ ଅଳ୍ପ ବର୍ଷା ହେଉଥିବା ବେଳେ ରବିବାର ଦିନ ମଧ୍ୟାହ୍ନ ପର ଠାରୁ ଅଦ୍ୟାବଧି ସୁଦ୍ଧା ପ୍ରବଳ ବର୍ଷା ଜାରୀ ରହିଛି । ବର୍ଷା ସାଙ୍ଗକୁ ପବନ ମଧ୍ୟ ବହୁଛି । ବର୍ଷା ହେବା ଫଳରେ ଉପାନ୍ତ ଅଞ୍ଚଳ ଗୁଡିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ, ସିମନବାଡ଼ି, ତିଲୋରୀ, କିରୀକୁଟି, ବୁଡ଼ାଗୁଡ଼ା ଭଳି ଅନେକ ଅଞ୍ଚଳରେ ରବିବାର ରାତି ଠାରୁ ବିଦ୍ୟୁତ ନାହିଁ । ଲୋକେ ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ବର୍ଷା ଲାଗିରହିଥିବା ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସୁଧାରି ହୋଇପାରୁନାହିଁ । ମୁଖ୍ୟକରି ବ୍ରାହ୍ମଣୀଗାଁ ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତ ବାସୀ ଅନ୍ଧକାରରେ ରହିଥିବା ସହିତ ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ପ୍ରକାଶ ପାଇଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା କୁ ସୁଧାରି ବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।