ଭାଇଚାରାର ପ୍ରତିକ ନୂଆଁଖାଇ ଗଣପର୍ବ ଅବସର ରେ ଏବିସିଡି ପକ୍ଷରୁ ଭେଟଘାଟ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ମହାମାରୀ କରୋନା ର କଟକଣା ରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ଭେଟଘାଟ ଏବିସିଡ଼ି ଆନୁକୂଲ୍ୟରେ ସୀମିତ ସଦସ୍ୟଙ୍କ ମଧ୍ୟରେ ଘର ଭିତରେ ନୀତିକାନ୍ତି ରେ ସମାପନ ହୋଇଯାଇଛି ।ସର୍ବପ୍ରଥମେ ଝାଙ୍କର ସୁରେଶ ସମଳେଇ ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ ।ଶ୍ରୀଯୁକ୍ତ କେଶରଞ୍ଜନ ପଧାନ ସ୍ୱାଗତ ଭାଷଣ ଦେଇଥିଲେ,ଶ୍ରୀଯୁକ୍ତ ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଅନୀଲ ବେହେରା,,ପ୍ରତାପ ନାଥ,ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ,ଅମୀୟ ପୁରୋହିତ,ରବୀନ୍ଦ୍ର ଦାସ,ଇନ୍ଦ୍ରମଣି ପୁରୋହିତ,ସରୋଜ ଦାନୀ, ସରୋଜ ଯୋଶୀ,ଶାନ୍ତସଂଗ୍ରାମ ଭୋଇ,ତୁଷାର ପଧାନ,ସୁମନ୍ତ ସାହୁ,ସହଦେଵ ମେହେର ସହଯୋଗ କରିଥିଲେ ।ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଜିଲ୍ଲାରେ ପୁଣି ଥରେ ଲାଗିଲା ମାଓବାଦୀଙ୍କ ପୋଷ୍ଟର;ଲୋକେ ଭୟବିତ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ପୁଣି ଉଡିଲା ଲାଲବାହିନୀର ଲାଲ ପତାକା ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଲାଗିଲା ମାଓବାଦୀଙ୍କ ବ୍ୟାନର।ଏହି ବ୍ୟାନରରେ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଓ ଦାବି ରହିଛି,ରାସ୍ତାରେ ଲାଗିଥିବା ବ୍ୟାନରରେ ବିଷମକଟକ ଡଙ୍ଗରରେ ଥିବା ବକ୍ସାଇଟ୍‌କୁ ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେବା ନେଇ ନକ୍ସଲମାନେ ବିରୋଧ କରିଛନ୍ତି।ଅନ୍ୟପଟେ ଜଗଦଲପୁର ନିକଟରେ ନୂତନ ଭାବେ ସ୍ଥାପିତ ସିଆର୍‌ପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି।ଏହି ବ୍ୟାନରକୁ ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ ମାଓ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ପ୍ରକାଶ ଥାଉକି ୨ ବର୍ଷ ପୂର୍ବେ ମଧ୍ୟ ବକ୍ସାଇଟ୍ ମାମଲାକୁ ନେଇ ଶରଧାପୁରଠାରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁଥିବା ସମୟରେ ମାଓବାଦୀମାନେ ଜେସିବି ଓ ଟ୍ରାକ୍ଟର ପୋଡିଦେଇଥିଲେ ।

କାଶୀପୁର ବ୍ଳକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣଜନ୍ତା …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତର ହରିଦାସପୁର ମୁଖ୍ୟରାସ୍ତା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି।ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନା ହୋଇଥିବା ବେଳେ ଏହି ରାସ୍ତା ବେକ୍ଷଣ ଅଭାବରୁ ପୋଲଟିର ତଳ ଅଂଶର ମାଟି ଖସି ଯାଇଥିବା ଫଳରେ ପ୍ରଧାନମନ୍ତ୍ରୀ ରକ୍ଷଣା ସଡକ ଯୋଜନା ରାସ୍ତାଟି ବଡ ଧରଣର ଗାତ ହୋଇ ରହିଛି କୌଣସି ଅଘଟଣ ହେବା ପୂର୍ବରୁ ଏହି ରାସ୍ତା ମରାମତି କରାଯାଉ।ଏହି ରାସ୍ତା ଉପରେ ୧୦ରୁ ୧୫ଗ୍ରାମ ନିର୍ଭର କରୁଛନ୍ତି।ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ଦୁଇ ଚକିଆ ଓ ଚାରିଚକିଆ ଗାଡି ଯାତାୟତ କରୁଛି।ଏହି ନେଇ ବିଗତ ଦିନରେ ବହୁତ ଖବର କାଗଜ ଗୁଡିକରେ ଖବର ପ୍ରସାରଣ ହୋଇଥିଲା କିନ୍ତୁ,ଏହି ରାସ୍ତା ଉପରେ ଏଇଯାଇ କୌଣସି ସରକାରୀ ବାବୁଙ୍କର ନଜର ପଡି ନାହିଁ।ଯାହାଫଳରେ ଆଜି ସକାଳୁ ଟିକିରି ଭିଷଣ ବର୍ଷା ହେବା ଫଳରେ ସେହି ପୋଲଟି ଆଜି ସମ୍ପୂର୍ଣ ଭାଙ୍ଗି ଯାଇଛି।ଏବେ ଏହି ରାସ୍ତାଟିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ଏଣୁ ଏହି ରାସ୍ତାଟିକୁ ଯଥାଶୀଘ୍ର ମରାମତି କରିବା ପାଇ ହରିଦାସ ପୁର ଗ୍ରାମ ବାସୀମାନେ ଦାବୀ କରିଛନ୍ତି ।

ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨କିମି ଦୂର ଥିବା ଝରଣା ହିଁ ଶାହା ଭରଷା …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଆଦିବାସୀ ଅଞ୍ଚଳରେ ରାସ୍ତାଘାଟ,ପିଇବା ପାଣି ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବା କଥା କହୁଛନ୍ତି,ହେଲେ ଏବେବି ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ କି ପିଇବା ପାଣି ମଧ୍ୟ ମିଳୁନାହିଁ।ପାଣି ପାଇଁ ଚାଲିଛି ସଂଘର୍ଷ।ଗ୍ରୀଷ୍ମର ପ୍ରକୋପ ବଡିବା ସାଙ୍ଗକୁ ବଡିବାରେ ଲାଗିଛି ଜଳକଷ୍ଟ। ସକାଳ ହେଲେ ଏଠାରେ ପାଣି ପାଇଁ ଚିନ୍ତା। ହାତରେ ବାଲଟି,ହାଣ୍ଡି, ମାଠିଆ ଧରି ୨କିମି ଦୂରରେ ଥିବା ଝରଣା ପାଣିକୁ ଭରସା। ଗ୍ରାମରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର। ଗ୍ରାମରେ ଗୋଟିଏ ନଳକୂପ। ଆଉ ସେହି ନଳକୂପକୁ ସୋଲାର ସାହାଯ୍ୟରେ ପାଣି ଯୋଗାଉଥିବା ଦେଖିବାକୁ ମିଳିଛି। ହେଲେ ଏବେ ନଳକୂପରୁ ପାଣି ୧୦ହାଣ୍ଡି ବାହାରିବା ପରେ ଆଉ ବାହାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ପାଣି ପାଇଁ ପାହାଡ ତଳେ ଥିବା ଝରଣାପାଣି ଉପରେ ନିର୍ଭର କରୁଥିବା ଏଠାକର ଲୋକେ କହିଛନ୍ତି।

ପ୍ରଶାସନ ପିଇବାପାଣି ଯୋଗାଇବା ପାଇଁ ଏଠାକାର ଲୋକେ ନିବେଦନ କରିଛନ୍ତି।କେବଳ ପିଇବା ପାଣି ନୁହଁ ଏଠାରେ ମଧ୍ୟ ଭଲରାସ୍ତାଟିଏ ମଧ୍ୟ ନାହିଁ।ଫଳରେ ଜରୁରୀ ସମୟରେ ଘାଟି ରାସ୍ତାରେ ରୋଗୀଙ୍କୁ ଖଟିଆରେ ଆଣୁଥିବା ଏଠାକାର ଲୋକେ କହିଛନ୍ତି।ତେବେ ଏ ସଂପର୍କରେ ଗୁଡାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା କାମ NREGAରେ ଚାଲୁଛି ଓ ପାଣି ସମସ୍ୟା ଅତି ଶୀଘ୍ର ଦୂର ହେବ ବୋଲି ସେ କହିଛନ୍ତି।ତେବେ ଆଦିବାସୀ ଅଞ୍ଚଳରେ ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବେ ଏଠାରେ ସ୍ଥାୟୀ ପ୍ରତିକାର ଦିଗରେ ଧ୍ୟାନ ନେବ ତାହା ଏବେ ଦେଖିବାକୁ ବାକି ରହିଲା।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଚୁଲିପଡା ଓ କେତେକ ଗ୍ରାମରେ।

ପାହାଡ଼ ଉପରେ କୁଡିଆ କରି ଅନଲାଇନ ପାଠ ପଢୁଛନ୍ତି କୁନି ଛାତ୍ର ଛାତ୍ରୀ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। ପାଠପଢା ଲାଗି ପାହାଡ ଉପରେ ନିଜ ବାପା ମାଙ୍କ ସହାୟତାରେ କୁଡିଆ ବନାଇ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ। କରୋନା କାଳରେ ସରକାର ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ପାଠପଢାକୁ ଗୁରୁତ୍ବ ଦେଇଛନ୍ତି।ଉପାନ୍ତ ଅଞ୍ଚଳ ରାୟଗଡା ଜିଲାର କାଶୀପୁର ବ୍ଲକର ଅନେକ ଗ୍ରାମରେ ନେଟଓ୍ବର୍କ ଆସୁ ନ ଥିବାରୁ ନେଟଓ୍ବର୍କ ଖୋଜି ଖୋଜି ପାହାଡ ଚଢୁଥିବା ବେଳେ ଅନେକ ପାହାଡ଼ ଉପରେ ଥିବା ଗଛରେ ଚଢି ନେଟଓ୍ବର୍କ ଆସିଲେ ପଢୁଛନ୍ତି।ଏଭଳି ସମୟରେ କେତେକ କୁନି ଛାତ୍ର ନେଟଓ୍ବର୍କ ଆସୁଥିବା ସ୍ଥାନରେ କୁଡିଆ ବନାଇ ପାଠ ପଢୁବାର ମନବୃତ୍ତି ସମସ୍ତଙ୍କୁ ଚକିତ କରିଦେଇଛି।ପାଠପଢା ଜୀବନର ଆଲୋକର ମାର୍ଗ ବୋଲି ଏହି ଛାତ୍ର ଜଣଙ୍କ ବୁଝିପାରିଛନ୍ତି। ରାୟଗଡା ଜିଲା ଆଦିବାସୀ ଅଧ୍ୟୁସିତ କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଗ୍ରାମର ବହୁତ ଛାତ୍ର ଉତ୍କଳ ଆଲୁମିନା ଆଦିତ୍ୟ ବିର୍ଲା ପବ୍ଲିକ ବିଦ୍ୟାଳୟର ପାଠ ପଢୁଛନ୍ତି।

କରୋନା କାଳରେ ବିଦ୍ୟାଳୟ ବନ୍ଦ ହୋଇଯିବା ଫଳରେ ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ନିଜ ଗ୍ରାମ ଅଣ୍ଡିରାକଞ୍ଚଠାରେ ରହୁଛନ୍ତି।ସରକାର ପାଠପଢା ପାଇଁ ଯେତେବେଳେ ଅନଲାଇନକୁ ଗୁରୁତ୍ବ ଦେଲେ ସେତେବେଳେ ସେ ନେଟଓ୍ବର୍କ ଖୋଜି ଖୋଜି ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଏକ ପାହାଡ ଉପର କୁ ତାଙ୍କ ସାଙ୍ଗ ସାଥିଙ୍କୁ ଡାକି ନେଇ ପାହାଡ ଚଢି ନେଟଓ୍ବର୍କ ପାଇ ଅନଲାଇନ ପାଠପଢୁଥିଲେ। କିନ୍ତୁ ଗତ କିଛି ଦିନ ଧରି କାଶୀପୁର ବ୍ଲକରେ ପ୍ରବଳ ବର୍ଷା ହେବେ ଯୋଗୁଁ ସେ ପାହାଡ ଉପରକୁ ଯାଇ ପାଠପଡି ପାରୁନଥିଲେ। ଫଳରେ ଛାତ୍ର ଜଣଙ୍କ ତାଙ୍କ ବାପାଙ୍କ ସହାୟତାରେ ନେଟଓ୍ବର୍କ ଆସୁଥିବା ସ୍ଥାନରେ ପଥର, ଗଛର ଡାଳ, ପତ୍ର ସାହାଯ୍ୟରେ ଏକ ଛୋଟ କୁଡିଆ ବନାଇ ଏବେ ସେଠାରେ ଅନଲାଇନ ପାଠ ପଢୁଛନ୍ତି।

ହୀରାଖଣ୍ଡ ଏକ୍ସପ୍ରେସ ରେ ଆରାମଦାୟକ ସୁବିଧା ସହ ଦୁର୍ଘଟଣା ଓ ଝଟକା ମୁକ୍ତ ଯାତ୍ରା ପାଇଁ ଲାଗିଲା ଏଲଏଚବି କୋଚ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଆଜିଠୁ ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ହୀରାଖଣ୍ଡ ଏକ୍ସପ୍ରେସ୍ ଶନିବାର ରୁ ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ହୀରାଖଣ୍ଡ ଭାୟା କୋରାପୁଟ-ରାୟଗଡ଼ା-ବିଜୟନଗରମ୍-ବ୍ରହ୍ମପୁର ଦେଇ ଗଡ଼ିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅବିଭକ୍ତ କୋରାପୁଟ ଗସ୍ତ ପରେ ହୀରାଖଣ୍ଡର ରୂପ ରେଖ ବଦଳିଛି।ଆଜି ଭୁବନେଶ୍ବର ଷ୍ଟେସନରେ ନୂତନ କୋଚକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ନୂଆ ଦିଲ୍ଲୀସ୍ଥିତ ରେଳ ଭବନରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଷ୍ଟେସନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର କୁମାର ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଟ୍ରେନର ଶୁଭାରମ୍ଭ କରିଥିଲେ। ବହୁ ଦିନରୁ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀ ସୁବିଧା ଉଚ୍ଚମାନର କରିବା ନେଇ ଦାବି ହୋଇ ଆସୁଥିଲା।


୨୧ ବର୍ଷର ପୁରୁଣା ଏହି ଟ୍ରେନରେ ପ୍ରଥମ ଶ୍ରେଣୀ ଏସି କୋଚ୍ ସଂଯୋଗ ସହ ବଗି ସଂଖ୍ୟା ବଢ଼ାଇବା, ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳ ବିଭାଗକୁ ପତ୍ର ଲେଖା ଯାଇଥିଲା। କିନ୍ତୁ ରେଳ ବିଭାଗ ଏଥି ପ୍ରତି କର୍ଣ୍ଣପାତ କରୁନଥିଲା। ଅଗଷ୍ଟ ୨୦ରେ କେନ୍ଦ୍ର ରେଳ ମନ୍ତ୍ରୀ ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେବାକୁ ହୀରାଖଣ୍ଡ ଟ୍ରେନରେ ଆସିଥିଲେ। କ୍ୟାବିନେଟ୍ ପାହ୍ୟାର କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଥମ ଥର ପାଇଁ ଟ୍ରେନ୍ ଯୋଗେ ଯାତ୍ରା କରିବା କଥା ସଭିଁଙ୍କ ମନକୁ ଛୁଇଁଥିବା ବେଳେ ହୀରାଖଣ୍ଡର ରୂପରେଖ ବଦଳିବା ନେଇ ମଧ୍ୟ ସଭିଁଏ ଆଶାବାଦୀ ଥିଲେ। ମନ୍ତ୍ରୀ ରାୟଗଡ଼ା ପହଞ୍ଚିବା ପରେ ବହୁ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଫଳସ୍ବରୂପ ପ୍ରଥମ ପଦକ୍ଷେପରେ ହୀରାଖଣ୍ଡର ପୁରୁଣା ବଗିକୁ ହଟାଇ ୧୨ଟି ଏଲଏଚବି କୋଚ୍ ସଂଯୋଗ କରିବା ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଅଚଳ ହୋଇ ପଡିରହିଛି ସୋଲାର ପାନୀୟଜଳ ଯୋଗାଣ ;ଝରଣାପାଣିରେ ମେଣ୍ଟୁଛି ଶୋଷ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କୋଲନରାବ୍ଲକ ରେଖାପଦର ପଞ୍ଚାୟତ ଅନ୍ତର୍ଗତ କାର୍ଣ୍ଣିପାଡୁ ଗାଁରେ ଦେଖାଦେଇଛି ପାନୀୟଜଳ ସମସ୍ୟା।ଉକ୍ତଗାଁରେ ୬୦ଟି ଆଦିବାସୀର ପ୍ରାୟ ୪ ଶହଲୋକ ରହୁଛନ୍ତି।ରେଖାପଦର ପଞ୍ଚାୟତ ଠାରୁ ମାତ୍ର ୩କିଲୋମିଟର ଦୂରରେ କାର୍ଣ୍ଣିପାଡୁ ଗାଁ,ଉକ୍ତଗାଁରେ ୨ଟି ନଳକୂପ ରହିଥିବାବେଳେ ଗୋଟିକରୁ କାଦୁଅପାଣି ବାହାରୁଛି,ଯାହା ପିଇବାପାଇଁ ଅନୁପଯୋଗୀ ଓ ଅନ୍ୟଟିରେ ସୌରଶକ୍ତିଦ୍ୱାରା ଜଳଯୋଗାଣ କରାଯାଉଥିଲା,ଯାହା ଦୀର୍ଘ ୫ ମାସହେବ ଯୋଗୁଁ ମହିଳାମାନେ ଗାଁଠାରୁ ଅଧ କିଲୋମିଟର ଦୂରରେଥିବା ଏକ ଝରଣାରୁ ପାଣି ସଂଗ୍ରହକରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।ସୌରଶକ୍ତି ଲାଗିଥିବା ନଳକୂପରୁ ପାଣି ବାହାରୁ ନଥିବା ବିଷୟରେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ମରାମତି କରା ଯାଉନଥିବା ଅଭିଯୋଗ କରିଛନ୍ତି।

ଝରଣାଜଳ ରୋଷେଇକାର୍ଯ୍ୟ ସହ ପାନୀୟଜଳରୂପେ ବ୍ୟବହାରକରି ବେଳେବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତହେଉଥିବା ଗାଁରୱାର୍ଡ ମେମ୍ବର ଗଙ୍ଗାଧର ବିଡିକା କହିଛନ୍ତି।ବର୍ଷାଦିନେ ଝରଣାକୁ ଯିବାକୁହେଲେ ବିଲହୁଡାରେ ବିପଦ ସଂକୁଳଭାବେ ଯାଇ ଜଳସଂଗ୍ରହ କରିବାକୁ ପଡୁଛି ବୋଲି ଗାଁର ମହିଳା ହାରାକା ସନ୍ଧ୍ୟା କହିଛନ୍ତି।ତେଣୁ ବ୍ଲକପ୍ରଶାସନ ଏହି ସମସ୍ୟା ଦୂର କରିବାଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଗାଁର ହାରାକା ବୃନ୍ଦାବତୀ,ଉଲାକା ଡ୍ରାମ୍ବୀ,ମାଣ୍ଡାଙ୍ଗି ରତ୍ନାଲୁ,ମାଣ୍ଡାଙ୍ଗି କାଞ୍ଚନ ଓ ମାଣ୍ଡାଙ୍ଗି କସ୍ତୁରୀଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

ଓଡିଶା ବ୍ରାହ୍ମଣ ସମିତି ତରଫରୁ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଚଢିଆପଡା କୃଷ୍ଣଦାସପୁର ଶାସନରେ ଓଡିଶା ବ୍ରାହ୍ମଣ ସମିତି ତରଫରୁ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟଅତିଥି ରୂପେ ମନୋଜ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସଭାପତି କୃଷ୍ଣଚରଣ ପଟ୍ଟନାୟକ,ଜିଲ୍ଲା ସଭାପତି କାଳିଚରଣ ମିଶ୍ର,ବିଭୂତି ଚରଣ ମିଶ୍ର ପ୍ରମୂଖ ଯୋଗ ଦେଇ ସମିତିକୁ ସରକାରି ସ୍ତରରେ ମାନ୍ୟତା ପାଇବା ଲାଗି ଉଦ୍ୟମ କରାଯିବା ସହିତ ସମସ୍ତ ବ୍ରାହ୍ମଣ ସମାଜ ଗଠନ ଉପରେ ଆଲୋଚନା ହୋଇଥିଲା । ବେଦ ବିଦ୍ୟାଳୟରୁ ଆସିଥିବା ଛାତ୍ର ମାନଙ୍କ ଦ୍ବାରା ବେଦ ପାଠ ହୋଇଥିବା ବେଳେ ସ୍ଥାନିୟ ମନ୍ଦିରରେ ବିଶ୍ବ ଶାନ୍ତି ପାଇଁ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କରୋନା ଯୋଦ୍ଧା ଭାବେ ସାମ୍ବାଦିକ ଅତ୍ରି ପଟ୍ଟନାୟକ ଓ ନୂତନ ଭାବେ ଯୋଗ ଦେଇଥିବା ବ୍ରାହ୍ମଣ ଏବଂ କୃତିତ୍ବ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ଆଗାମି ଦିନରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ସମିତିକୁ ମାନ୍ୟତା ଦେବା ପାଇଁ ଚେଷ୍ଟା କରାଯିବ ବୋଲି ଆଲୋଚନା ହୋଇଥିଲା ।

ବ୍ରହ୍ମପୁର ଠାରେ ସ୍ଵେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଓଡିଶା ତରଫରୁ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ବ୍ରହ୍ମପୁର ଠାରେ ସ୍ଵେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଓଡିଶା ତରଫରୁ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରବିନ ସାହୁ, ଉପସଭାପତି ଭାବେ କମଳ ପାତ୍ର, ନୀଳ ଭାଉଳ, ମାଧବ ମହାରଣା ଓ ପ୍ରଣୟ ରଞ୍ଜନ ଦାଶ, ସମ୍ପାଦକ ଭାବେ ପି. କୃଷ୍ଣ ଚନ୍ଦ୍ର ପାତ୍ର, ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ଜେନା, ମୁଖପାତ୍ର ଭାବେ ଚିନ୍ମୟ ପୋଲାଈ, କୋଷାଧ୍ୟକ୍ଷ ଭାବେ ବାଦଲ ତ୍ରିପାଠୀ, ଉପଦେଷ୍ଟା ଭାବେ ସନ୍ତୋଷ ମହାନ୍ତି, ଟୁକୁନା ପ୍ରଧାନ, ଅନୁପମ ବାନାର୍ଜୀ ଓ ଆଇନଜିବୀ ସୁମିତ୍ରା ପାତ୍ର, ସ୍ୱାସ୍ଥ୍ୟକେନ୍ଦ୍ର ସଂଯୋଜକ ଭାବେ କେଶବ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାରଣା ଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏହି ସ୍ବେଛାସେବୀ ଅନୁଷ୍ଠାନ ଯେପରି ସମସ୍ତ ଙ୍କ ପାଖରେ ପହଂଚି ସେମାନଙ୍କ ସୁଖ ଦୁଃଖ ରେ ସାଥି ହୋଇପାରିବେ ତାହା ସମସ୍ତ ସଦସ୍ୟ, ସଦସ୍ୟା ମାନେ ଶପଥ ଗ୍ରହଣ କରିଥିଲେ । ଏବଂ ପ୍ରତି ବ୍ଲକ ର ମୁଖ୍ୟ ଙ୍କୁ ମଧ୍ଯ ମନୋନୀତ କରାଯାଇଅଛି ।ଏଥିସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ଆଜି ର ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ବହୁ ସଦସ୍ଯ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

ଶାରୀରିକ ହୋମଗାର୍ଡ ଦୌଡ଼ତାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କଲେ ରାମାନନ୍ଦ ମିଶ୍ର…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନରୁ ୮୫ ଜଣ ହୋମଗାର୍ଡଙ୍କୁ ନେଇ ପୁନଃ ନିଯୁକ୍ତ ବୋର୍ଡ ୨୦୨୧ ପାଇଁ ସେମାନଙ୍କ ଶାରୀରିକ ଫିଟନେସ ଓ ଦୌଡ଼ତା ଅନୁଷ୍ଠିତ ହୋଇଥିଲା। ଏଥିରେ ୮୫ ଜଣ ଅଂଶଗ୍ରହଣ କରିଥିବା ବେଳେ ତତ ମଧ୍ୟରୁ କୋଦଳା ଥାନାର କାର୍ଯ୍ୟରତ ହୋମଗାର୍ଡ ରାମାନନ୍ଦ ମିଶ୍ର ୯ ମିନିଟରେ ୨୫୦୦ ମିଟର ଦୌଡ଼ି ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି। ଏନେଇ ତାଙ୍କୁ ପୁରସ୍କୃତ ରାଶି ପ୍ରଦାନ କରାଯିବା ସହ ଆଗକୁ ବଢିବାକୁ ଉତ୍ସାହିତ କରାଯାଇଥିଲା।ଏଥିସହ ଧରାକୋଟ ଥାନାର ବିକ୍ରମ ମହାରଣା ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଛତ୍ରପୁର ଥାନାର କେ.ଗୌରୀ ତୃତୀୟ ସ୍ଥାନ ରେ ପହଂଚି ଥିଲେ।