ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭାବେଙ୍କ ୧୨୬ ତମ ଜୟନ୍ତୀ ପାଳିତ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣପୁର) – ରାୟଗଡ଼ାଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ଆଚାର୍ଯ୍ୟ ବିନୋବାଭାବେଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ସନ୍ଥ ବିନୋବା ୧୪ ବର୍ଷକାଳ ପ୍ରାୟ ୭୦ ହଜାର କିଲୋମିଟର ପଦଯାତ୍ରା କରି ୪୨ ଲକ୍ଷ ଏକର ଜମି ଧନୀ ଓ ଜମିଦାରଙ୍କ ଠାରୁ ମାଗି ଗରୀବ ଆଦିବାସୀଙ୍କୁ ଦାନ କରିଥିଲେ। ୧୯୫୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଗୁଣପୁର ନିକଟ ବିକ୍ରମପୁର ଆସିଥିଲେ,ସାଥିରେ ଜୟପ୍ରକାଶ ନାରାୟଣ, ରତନ ଦାସ,ବିଶ୍ୱନାଥ ପଟ୍ଟନାୟକ ରହିଥିଲେ।

ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀଠାରେ ରହି ଭୁଦାନ ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କର ଜନ୍ମତିଥିରେ ସେବାସମାଜର ପ୍ରତିଷ୍ଠାତା ସଦସ୍ୟା ତଥା ପଦ୍ମଶ୍ରୀ ଶାନ୍ତିଦେବୀ ଦ୍ବୀପ ପ୍ରଜ୍ୱଳନ କରି ବିନୋବାଜୀଙ୍କ ସ୍ମୃତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସମ୍ପାଦିକା ରାଜେଶ୍ୱରୀ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶେରଗଡ଼ ମିଡ଼ିଆ ହାଉସର ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଆଜି ମଧ୍ୟାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ମା କରଞ୍ଜେଇ ପୀଠରେ ଶେରଗଡ଼ ମିଡ଼ିଆ ହାଉସର ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଡ. ହୃଷିକେଶ ମହାନ୍ତି, ଚନ୍ଦ୍ରଶେଖର ପୃଷ୍ଟି, ମେଘନାଦ ଦାସ, ଅଖିଳ କୁମାର ପଟ୍ଟନାୟକ, ଅଶୋକ କୁମାର ଦାଶ, ବିରୁପାକ୍ଷ ବିଷୋୟୀ, ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରବୀଣ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀଦୀପ କୁମାର ଦାସ, ବିଚିତ୍ର ମୁନୀ ସମେତ ଅନ୍ୟମାନେ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ଓ ଦାଦାଗିରି ପ୍ରସଙ୍ଗରେ ସମସ୍ତେ ଚୁପ୍…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଗତ ୯ ତାରିଖ ଦିନ ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ , ଅଙ୍ଗନବାଡି କେନ୍ଦ୍ର ଖୋଲିବା , ପିଲାଙ୍କୁ ପଢ଼ାଇବା ଓ ଅଣ୍ଡା ବାଣ୍ଟିବା , ଦାଦାଗିରି ଓ ଗଜପତି ଏଡିଏମଙ୍କୁ ଅପ ବ୍ୟବହାର , ଗିରଫ କରାଯିବାର ଭୟ ଦେଖାଇବା ଓ ସମ୍ପର୍ଣ୍ଣ ଅସହାୟ କରି ପକାଇବା ଭଳି ବିଭିନ୍ନ ପ୍ରକାରର ସୀମାଲଙ୍ଘି କାର୍ଯ୍ୟକରି ସମସ୍ତଙ୍କୁ ଅଣନିଶ୍ଵାସୀ , ଅଧୈର୍ଯ୍ୟ ଓ ଧରାଶାୟୀ କରି ପକାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଭଳି ସ୍ପର୍ଶକାତର ଓ ଘଟଣା ଜିଲ୍ଲାରେ ଘଟି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ଗଜପତି ଜିଲ୍ଲାପାଳ କି ଆରଡିସି କି ମୁଖ୍ୟ ଶାସନ ସଚିବ କି ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ନାହିଁ।
ବର୍ଷ ବର୍ଷ ଧରି ସେହି ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳରେ ସୀମା-ବିବାଦ ନେଇ ତିକ୍ତତା ଓ ଉତ୍ତେଜନା ଲାଗି ରହିଥିବା ବେଳେ ଗତ ୯ ତାରିଖ ଦିନ ଜିଲ୍ଳାର ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରିର ଅସଲ ରୂପର ଜୀବନ୍ତ ତିକ୍ତତା ଦେଖିବାକୁ ମିଳିଥିଲା । ଏତେ ବଡ଼ ଘଟଣା-ପ୍ରସଙ୍ଗ ଅଥଚ ଏ ପ୍ରସଙ୍ଗ ଉପରେ ବର୍ତ୍ତମାନ ସୁଦ୍ଧା ସମସ୍ତେ ସମ୍ପୂର୍ଣ୍ଣ ଭାବେ ଅବଗତ ଥାଇମଧ୍ୟ କୌଣସି ପଦକ୍ଷେପ ନେବା କି ପ୍ରତିକ୍ରିୟା ନ ରଖିବା ଅତ୍ୟନ୍ତ ଦୁଖଦାୟକ , ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।
ବର୍ଷ ବର୍ଷ ଧରି ଅସୁରକ୍ଷିତ ହୋଇ ରହିଥିବା ସୀମା ଓ ଅଞ୍ଚଳବାସୀଙ୍କୁ ଯଦି କୌଣସି ସୁରକ୍ଷା ଦିଆ ଯାଇପାରୁନି ତାହାହେଲେ ସେ ଅଞ୍ଚଳରେ ସବୁ ବିକାଶ କରିଦେବା ଭଳି ଚିନ୍ତା ଆଲୋଚନା କରିବା କେତେଦୂର ଯୁକ୍ତିଯୁକ୍ତ ଏହା ବିଚାରଯୋଗ୍ୟ , ଆଙ୍ଗୁଳି ନିର୍ଦ୍ଦେଶ ଓ ପ୍ରଶ୍ନବାଚୀ ସୃଷ୍ଟି । ପଡୋଶୀ ଆନ୍ଧ୍ରର ପଲାସା ବିଧାୟକ ତଥା ପଶୁସମ୍ପଦ ମନ୍ତ୍ରୀ ଡି:ଆପାଲା ରାଜୁ ନିଜର ରାଜନୈତିକ ସ୍ୱାର୍ଥ-ସାଧନ ପାଇଁ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଯେଭଳି ଅନାଧିକାର ପ୍ରବେଶ କରି ବେଆଇନ ଅଙ୍ଗନବାଡି ଖୋଲିବା , ପିଲାଙ୍କୁ ପାଠ ପଢ଼ାଇ ଅଣ୍ଡା ଦେବା , ବେଆଇନ ସଭା କରି ଲୋକଙ୍କୁ ନିଜ ଅକ୍ତିଆରରେ ଆଣିବା ପାଇଁ ପ୍ରଲୋଭନ ଦେଖାଇବା , ଗଜପତି ଏଡିଏମଙ୍କୁ ଦୁର୍ବ୍ୟବହାର କରି ଧମକ ଦେବା , ଆରେଷ୍ଟ କରିଦେବି ଓ ଆଇ-କାର୍ଡ ମାଗିବା , ଏଇଟା ମୋ ସୀମା ଏରିଆ ପ୍ରଭୃତି କହି ଦାଦାଗିରି ଦେଖାଇବା ଜଣେ ମନ୍ତ୍ରୀଙ୍କ ଏଭଳି ଘୁନ୍ୟ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ।

ଘଟଣା ଘଟିଥିଲା ଚଳିତ ମାସର ୯ ତାରିଖ ଦିନ , ତେବେ ଘଟଣା ଘଟିବାର କିଛି ଦିନ ପୂର୍ବରୁ ଆନ୍ଧ୍ର ପକ୍ଷରୁ ବେଆଇନ ଭାବେ ମାଣିକପାଟଣା ଗ୍ରାମକୁ ଆସି ସେଠାରେ ଗଜପତି ଜିଲ୍ଲା ପ୍ରଶାସନର ଅଙ୍ଗନବାଡି କେନ୍ଦ୍ର ଥିବା ସତ୍ତ୍ୱେ ତାଙ୍କ ପକ୍ଷରୁ ଅନ୍ୟ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲି କାର୍ଯ୍ୟକ୍ଷମ କରିଥିଲେ । ଏହା ଜାଣିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସେହି କେନ୍ଦ୍ରକୁ ରାୟଗଡ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୭ ତାରିଖ ଦିନ ସିଲ୍ କରାଯାଇଥିଲା । ଏଥିରେ କ୍ଷୁବଦ୍ଧ ହୋଇ ଆନ୍ଧ୍ରର ସମ୍ପୃକ୍ତ ମନ୍ତ୍ରୀ ନିଜର ପୋଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନେଇ ସେହି ଗ୍ରାମରେ ଧସେଇ ପଶି ଜୋର-ଜୁଳୁମ , କୁକାର୍ଯ୍ୟ ଓ ଦୁର୍ବ୍ୟବହାର ଧମକ ଓ ଦାଦାଗିରି ପ୍ରଭୃତି ଘୁନ୍ୟ କାର୍ଯ୍ୟ ସବୁ କରିବାକୁ ପଛାଇଲେ ନାହିଁ । ଅତୀତରେ ଏହି ଗଙ୍ଗାବାଡ଼ ପଞ୍ଚାୟତ ସମେତ ଜିଲ୍ଲାର ବିଭିନ୍ନ ପାଣି-ପବନ , ନଦୀ-ନାଳ, ଜଙ୍ଗଲ , ପାହାଡ଼ , ଜମି , ରାସ୍ତା ପ୍ରଭୃତି ବେଆଇନ ଲୁଟ ଓ ଅପହରଣ କରିଆସୁଛି ।

ତେବେ ଗଙ୍ଗାବାଡ଼ ହେଉ କି ମାଣିକପାଟଣା ଗ୍ରାମକୁ ହେଉ , ଏଠାକୁ ଜିବାପାଇଁ ହେଲେ ଆନ୍ଧ୍ରଦେଇ ଦୀର୍ଘ କିମି: ଦୂରତା ରାସ୍ତା ଅତିକ୍ରମ କରିଯିବାକୁ ପଡିଥାଏ ଏବଂ ଏଥିସହିତ ବଜାର-ହାଟ , ମୋବାଇଲ , ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଭୃତି କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ବାଧ୍ୟତା ଭାବେ ନିର୍ଭର କରିବାକୁ ପଡିଥାଏ , ଯାହାର କି ଏଭଳି ସମସ୍ୟାର ସୁଯୋଗ ନେଉଛି ଆନ୍ଧ୍ର ।
ପ୍ରଥମେ ଅଙ୍ଗନବାଡି କେନ୍ଦ୍ର ଖୋଲି କାର୍ଯ୍ୟକ୍ଷମ ଓ ପରେ ଅଞ୍ଚଳ ଅକ୍ତିଆର ଏହା ପଡୋଶୀ ଆନ୍ଧ୍ରର ଚିରାଚରିତ ଅଭ୍ୟାସରେ ପରିଣତ ହୋଇ ଗଲାଣି। ଶନିବାର ଦିନ ଗଜପତି ଜିଲ୍ଲା ଗ୍ରସ୍ତରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆସିଥିଲେ । ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିଥିଲେ । ହେଲେ ଆନ୍ଧ୍ର ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଗ୍ରାମଠାରେ ଆନ୍ଧ୍ର ମନ୍ତ୍ରୀ ଓ ପ୍ରଶାସନ ଅଧିକାରୀଙ୍କ ପକ୍ଷରୁ ଯେଭଳି କୁକାର୍ଯ୍ୟ ଓ ଦୁର୍ବ୍ୟବହାର , ଦାଦାଗିରି ଓ ଧମକ ପ୍ରଭୃତି ଘଟଣା ଘଟିଗଲା ସେଥିନେଇ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ ।ଏମିତିକି ରାୟଗଡ ବ୍ଲକ ଯାଇ କଇଁପୁର ଠାରୁ ମାଣିକପାଟଣା ମାତ୍ର ୧୦/୧୨ କିମି: ଦୂରତା ରାସ୍ତା ହୋଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନାହିଁ । କେବଳ ଅଞ୍ଚଳ ବୁଲିବା ଓ ଅନୁଧ୍ୟାନ କରି ବିକାଶ କରିଦେବା ଭଳି ଦ୍ୱାହିଦେଇ ଚାଲିଯିବା , ଏହା ଚିରାଚରିତ ପ୍ରଥା ହୋଇଗଲାଣି ସିନା ଅସୁରକ୍ଷିତ ସୀମାକୁ ଓ ସେଠାକାର ଅଞ୍ଚଳବାସୀଙ୍କୁ ସ୍ଥାୟୀ ସୁରକ୍ଷା ଯୋଗାଇ ଦେବାଭଳି ପଦକ୍ଷେପ ଆଜିପର୍ଯ୍ୟନ୍ତ କିଛିନାହିଁ।

ଡିଜିପି ଆୱାର୍ଡ ପାଇଲେ ଥାନା ଅଧିକାରୀ ଓ ଏସଆଇ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି। ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ସମୟରେ ଲୋକଙ୍କୁ ସଚେତନ କରିବାରେ ଆଗଧାଡ଼ିରେ ଥିବ ମୋହନା ଥାନା ଅଧିକାରୀ , ସୁଜିତ କୁମାର ନାୟକଙ୍କୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜିପିଙ୍କ ଦ୍ୱାରା ଆୱାଡ଼ ପ୍ରଦାନ କରାଯାଇଛି ।
ରବିବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏସପି ଜୟରାମ ଶତପଥୀଙ୍କ ସମ୍ମିଳନୀ କକ୍ଷରେ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି। ଡ଼ିଜିପି ଆୱାର୍ଡ ପାଇ ଅଧିକାରୀ ନିଜକୁ ଧନ୍ୟ ମନେ କରିଛନ୍ତି। ସେହିଭଳି ରା.. ଉଦୟଗିରିରେ କର୍ଯ୍ୟରତ ଥିବା ଏସଆଇ ହେମନ୍ତ ସେଠୀ ମଧ୍ୟ ବିଭିନ୍ନ ସମୟରେ ସଠିକ୍ ଭାବରେ ଚାର୍ଜସିଟ ଦାଖଲ କରିବା ସହ ଲୋକଙ୍କୁ ସଚେତନ କରାଇ ବିଭିନ୍ନ ସମୟରେ ଗଣ୍ଡଗୋଳକୁ ସମାଧାନ କରିବା ଓ ଲୋକଙ୍କୁ ସଦବ୍ୟବହାର ଦେଖାଉଥିବାରୁ ତାଙ୍କ କାର୍ଯ୍ୟକୁ ପ୍ରଶସାଂ କରି ଡିଜିପି ଆୱାର୍ଡ ପ୍ରଦାନ କରିଛନ୍ତି। ଏସପି ଶ୍ରୀ ଶତପଥିଙ୍କ ଠାରୁ ଏହି ପୁରସ୍କାର ପାଇ ମୋହନା ଥାନା ଅଧିକାରୀ ଓ ଏସଆଇ , ଡ଼ିଜିପି , ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ଜିଲ୍ଲାରେ ଅନ୍ୟ ତିନି ଜଣ ପୁଲିସ କର୍ମଚାରୀ ମଧ୍ୟ ପାଇଛନ୍ତି ଡ଼ିଜିପି ଆୱାର୍ଡ ।

କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନ ମଞ୍ଚ ର ପ୍ରତିଷ୍ଠା ଦିବସ ପାଳିତ …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନ ମଞ୍ଚ ର ପ୍ରତିଷ୍ଠା ଦିବସ ଗୁଣପୁର ଉପଖଣ୍ଡ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଗୁଣପୁର ର ଅଗ୍ରଣୀ ସାମ୍ବାଦିକ ସଂଘ କଳିଙ୍ଗ ସାମ୍ବାଦିକ ସଂଘ ଓ ଉତ୍କଳ ସୂଚନା ଅଧିକାର ଅଭିଯାନ ମଞ୍ଚ ର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଗୁଣପୁର ବାବୁଲି ନଗର ଓ ମହିମା ନଗର ମଧ୍ୟରେ ଥିବା ପାର୍କ ଠାରେ ଵୃକ୍ଷରୋପଣ କରାଯାଇଥିଲା। ବଉଳ, ନିମ, ବାଦାମ ଭଳି ଅନେକ ରକମର ବୃକ୍ଷ ରୋପଣ କରି ପରିବେଶ ରହିଲେ ଜୀଵନ ରହିବ ବୋଲି ସଂଘ ଓ ମଞ୍ଚ ର ଆବାହକ ଶ୍ରୀ ଶକ୍ତି ଦାଶ ସୂଚନା ତଥା ସନ୍ଦେଶ ଦେଇଛନ୍ତି ।

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଫରେଷ୍ଟର ନୀଳମାଧବ ପାଢୀ ଟାଉନ ଫରେଷ୍ଟ ଗାର୍ଡ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶିବ ଶଙ୍କର ମହାପାତ୍ର, ପୌର ଅଧିକାରୀ ଉମା ପ୍ରସାଦ ଦାଶ, ପୌର କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ନନ୍ଦ ଙ୍କ ସମେତ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର, କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ଉପ ସଭାପତି ନବୀନ ଚନ୍ଦ୍ର ନାୟକ ବେହେରା, ସମ୍ପାଦକ ଶ୍ରୀ ହୃଷୀକେଶ ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ସାହୁ ଙ୍କ ସମେତ ସଦସ୍ୟ ସନ୍ତୋଷ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ରାଜୁଗୁରୁ ମହାପାତ୍ର, ସୁନୀଲ କୁମାର ସାବତ, ଦୀପକ କୁମାର ପଣ୍ଡା, ନିରଞ୍ଜନ ରଥ, ସଂକେତ ପାତ୍ର, ଜଗନ୍ନାଥ ମହାନ୍ତି(ଜଗା ମହାନ୍ତି) ,ରାମ ନାୟକ, ଶିବ ପ୍ରସାଦ ଗୌଡ଼, ଚେପଲି ପ୍ରେମ କୁମାର ପ୍ରମୂଖ ଉପସ୍ଥିତ ଥିଲେ।

ମଞ୍ଜିଲ ମିଲେଗି ଭଟକ୍କକର୍ ହି ସହି,ଗୁମରାହୋ ତୋ ହେ ଯୋ ଘରସେ ନିକଲେ ହି ନେହିଁ-ମନ୍ତ୍ରୀ ସୁଶାନ୍ତ ସିଂ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଠାରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ରେ ଓଡ଼ିଶା ର ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ର ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା ସମେତ ଗ୍ରାମର ଯୁବ ବିଜେଡ଼ି କର୍ମୀ ଶ୍ରୀ ସୁଦାମ ପ୍ରଧାନ,ଶ୍ରୀ ତରଣୀ ପ୍ରଧାନ,ଆଦିତ୍ୟ ପ୍ରଧାନ,ମୀନକେତନ ଖମାରୀ,ଚନ୍ଦ୍ର ଭାନୁ ଭୋଇ, ପଞ୍ଚାନନ ଖମାରୀ ,ପଣ୍ଡିତ ସାହୁ ଓ ଯୁବ ଛାତ୍ର ବରିଷ୍ଟ ବୃନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଆଜି ସୋହେଲା ରେ ସାମାଜିକ ଗଣମାଧ୍ୟମ ରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଏକ ସାଏରୀ ସମସ୍ତଙ୍କୁ ଏକ ଉର୍ଜା ଯୋଗାଇଛି “ମଞ୍ଜିଲ୍ ମିଲେଗି ଭଟକ୍କକର୍ ହି ସହି ଗୁମରାହୋ ତୋ ହେ ଯୋ ଘରସେ ନିକଲେ ହି ନେହିଁ” ଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ଅତିଥି ମହୋଦୟ ଓ ଆୟୋଜନ ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା l

ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ବ୍ଳକ ର ଖୁଣ୍ଟପାଲି ଫୁଟବଲ କ୍ଳବ ଦ୍ବାରା ୧୬ ତମ ସରୋଜ ମେମୋରିଆଲ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଜିଲ୍ଳା ସଂଯୋଜକ ଶ୍ରୀଯୁକ୍ତ ଗୈାରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ ଯୋଶୀ, ଶ୍ରୀଯୁକ୍ତ ମନୋଜ ଆଚାର୍ଯ୍ୟ (ଅଧ୍ୟକ୍ଷ, ବାବା ବାଲୁଙ୍କେଶ୍ୱର ମହାବିଦ୍ୟାଳୟ, ଖୁଣ୍ଟପାଲି), ଶ୍ରୀଯୁକ୍ତ ଆନନ୍ଦ ଭୋଇ (ପୂର୍ବତନ ଫୁଟବଲ ପରିଚାଳକ, ଖୁଣ୍ଟପାଲି), ଏମ୍ କେ ସବଦର୍ (Secretary,Dist. Football Association, Bargarh), ସମାଜସେବୀ ଶ୍ରୀଯୁକ୍ତ ପ୍ରତାପ ଦାଶ, ସମାଜସେବୀ ଦିବାକର ମାଝୀ, ଆନନ୍ଦ ସାହୁ, ବୃନ୍ଦାବନ କୁମ୍ଭାର ତଥା ଖୁଣ୍ଟପାଲି ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଖେଳାଳି ତଥା ଆୟୋଜକ ମଣ୍ଡଳୀ ଙ୍କୁ ଉତ୍ସାହିତ କରିଥିଲେ ।

ପବିତ୍ର ଗଣପର୍ବ ନୂଆଁଖାଇ ରେ ସମାଜସେବୀ ତଥା ଟୁଇଟର କୁଇନ୍ ରଶ୍ମିତା ମେହେର ସମ୍ମାନିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ଖରମୁଣ୍ଡା ଠାରେ ମାଁ ବର୍ଲାକଟିଏନ୍ ସାଂସ୍କୃତିକ କଳାପରିଷଦ, ଖରମୁଣ୍ଡା ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ,ବ୍ଳକ୍ ବିଜୁ ଯୁବ ଜନତା ଦଳ ସଭାପତି ସର୍ଜନ ଚିର୍ଗୁଣ , ଜିଲ୍ଲା ସୋସିଆଲ୍ ମିଡିଆ ସଂପାଦକ ରଶ୍ମିତା ମେହେର , ଗ୍ରାମର ବୟୋଜ୍ଯଷ୍ଠ ଶିକ୍ଷକ ବିରଞ୍ଚି ମଲ୍ଲିକ ଓ ସଭା ପରିଚାଳକ ପଞ୍ଚାନନ ପ୍ରଧାନ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚାଷୀ, ଶିକ୍ଷା, ସମାଜସେବା ତଥା କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଙ୍କୁ ଅତିଥି ଗଣ ସମ୍ମାନିତ କରିଥିଲ | ବିଶିଷ୍ଟ ଟୁଇଟର ଆକ୍ଟିଭିଷ୍ଟ୍ ତଥା ସମାଜସେବୀ ରଶ୍ମିତା ମେହେର ଙ୍କୁ ସମ୍ମାନିତ କରାଯାଇଥିଲା।

ଗଣପର୍ବ ନୂଆଁଖାଇ ଅବସର ରେ ନାଟକ ‘ଅଭିମନ୍ୟୁର କଥା ‘ ମଞ୍ଚସ୍ଥ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ଥାନା ସମାରପାଲି ଗ୍ରାମରେ ଗୋପବନ୍ଧୁ କ୍ଳବର କଳାକାରମାନଙ୍କ ଦ୍ୱାରା କୃଷି ପର୍ବ ନୁଆଁଖେଇ ଭେଟ ଉପଲକ୍ଷେ ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ଲିଖିତ ବହୁ ପ୍ରସିଦ୍ଧ କୃଷି ଓ କୃଷକ ଉପରେ ଆଧାରିତ ନାଟକ ‘ଅଭିମନ୍ୟୁର କଥା ‘ ମଞ୍ଚସ୍ଥ ହୋଇଯାଇଛି l କୃଷକର ଅନ୍ତଃସ୍ୱର ବଖାଣୁଥିବା ଏହି ନାଟକକୁ ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l ସାମ୍ପ୍ରତିକ ସ୍ଥିତିରେ କୃଷକ ର ସମସ୍ୟା ଅନେକ କିନ୍ତୁ ସେ ଅଭାବ, ଅନାଟନରେ କାଳାତିପାତ କରୁଛି l ବେଳେ ବେଳେ ଚାଷୀ ଆତ୍ମହତ୍ୟା କରୁଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି l ହେଲେ ନାଟ୍ୟକାର ଚାଷୀକୁ ଆତ୍ମହତ୍ୟା ନୁହେଁ ବରଂ ନିଜ ଅଧିକାର ପାଇଁ ଲଢ଼ି ଲକ୍ଷେ ଜୀବଙ୍କୁ ପୋଷିବାକୁ ଅନୁପ୍ରାଣିତ କରିଛନ୍ତି l

ଏହି ଭିନ୍ନ ଧରଣର ନାଟକକୁ ରାଜକୁମାର ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷମୋହନ ସାହୁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ l ବାଦ୍ୟଯନ୍ତ୍ରରେ ସର୍ବଶ୍ରୀ ଲାଲସାହେବ ସାହୁ, ନିରଞ୍ଜନ ସାହୁ, ବିକ୍ରମ ସାହୁ, ଜଗମୋହନ ସାହୁ ଆଦି ଥିବା ବେଳେ ଅଭିନୟରେ ରମାକାନ୍ତ ସାହୁ,ତରଣୀ ସାହୁ,ପଲସ୍ତି ସାହୁ,ଧନଂଜୟ ସାହୁ,ଲିଙ୍ଗରାଜ ସାହୁ କ୍ଷିରୋଦ୍ର ସାହୁ,ଲୋକେଶ୍ବର ସାହୁ,ଲୋକେସ ସାହୁ,ବିକାଶ ସାହୁ,ଟୁନା ସାହୁ ପ୍ରମୁଖ ନିଖୁଣ ଅଭିନୟ ଦେଖାଇଥିଲେ l ଗ୍ରାମର ବାଳିକାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଗୌତମ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

ଭାଇଚାରା ଆନନ୍ଦ ଉଲ୍ଲାସର ପର୍ବ ନୂଆଁଖାଇ ପାଳିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ସମଗ୍ର ପଶ୍ଚିମାଞ୍ଚଳ ରେ ଅନୁଷ୍ଠିତ ନୂଆଁଖାଇ ପର୍ବ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି lଏ ପରିପ୍ରେକ୍ଷୀରେ ପାଇକମାଳ ବ୍ଳକ ଅଧିନରେ ଯାଉଥିବା ସୋଢ଼ା ଗ୍ରାମ ରେ ପ୍ରଧାନ ପରିବାର ର ସାତୋଟି ପରିବାର ର ସମୁଦାୟ ୯୦ ଜଣ ସଦସ୍ୟ,ସଦସ୍ୟା ଙ୍କୁ ନେଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗୋଟିଏ ଯାଗାରେ ମାଁ ସମଲେଶ୍ଵରୀ ଙ୍କ ପାଖରେ ନୂଆ ଧାନ ର ଚାଉଳକୁ ନେଇ ଭୋଗ ଅର୍ପଣ କଲାପରେ ସମସ୍ତେ ମିଶି ଗୋଟାଏ ଯାଗାରେ ପ୍ରସାଦ ସେବନ କରିଥିଲେ l

ପ୍ରଧାନ ପରିବାର ର ମୁଖ୍ୟ ଭାବେ ସର୍ବଶ୍ରୀ:- ଟଙ୍କଧର, ଯଦୁମଣି, ଜନ୍ମେଜୟ, ମକରଧ୍ବଜ, ସୁରେନ୍ଦ୍ର, ମହେନ୍ଦ୍ର, ବିଶ୍ୱାମିତ୍ର ଅଟନ୍ତି lଗୋଟିଏ ଜାଗାରେ ନୂଆଁଖାଇ ପାଳିବା ପରମ୍ପରା ଆମ ପୂର୍ବପୁରୁଷ ରୁ ରହିଆସିଛି ବୋଲି ପ୍ରଧାନ ପରିବାର ର ମୁଖ୍ୟ ମାନଙ୍କ ଠାରୁ ପ୍ରକାଶ lନୂଆଁଖାଇ ସାରିଲା ପରେ ସମସ୍ତେ ଜୁହାର ଭେଟ ହେବାକୁ ଗାଁ ରେ ପରିଭ୍ରମଣ କରି ବହୁ ଯାକଯମକ ରେ ବହୁ ଉଲ୍ଲାସ ଉଦ୍ଦୀପନା ରେ ଏ ବର୍ଷ ନୂଆଁଖାଇ ପର୍ବ ପାଳନ କରିଥିଲେ l