ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଟାସ୍କଫୋର୍ସ ଓ ପରାମର୍ଶ ଦାତା କମିଟି ବୈଠକ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଉଦ୍ଦେଶ ନେଇ ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଟାସ୍କଫୋର୍ସ ଓ ପରାମର୍ଶ ଦାତା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଓ ସୁରକ୍ଷା , କିଶୋରୀ ଶସକ୍ତିକରଣ , ବାଲ୍ୟ ବିବାହ- ଶିଶୁ ଯୌନ ନିର୍ଯ୍ୟାତନା-ଶିଶୁ ଶ୍ରମିକ- ଶିଶୁ ଚାଲାଣ ପ୍ରଭୃତି ରୋକିବା ସମେତ ଚାଇଲଡ଼ ଲାଇନ ପରାମର୍ଶ ଦାତା କମିଟି ଉପରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ବୈଠକରେ ସମ୍ପୃକ୍ତ ଲାଇନ ବିଭାଗ ଗୁଡିକ ପକ୍ଷରୁ ଉପରୋକ୍ତ କ୍ଷେତ୍ରରେ କିଭଳି ବିଭାଗୀୟ କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ ହେଉଛି ଓ ତାର ଅଗ୍ରଗତି କେତେ ସଫଳ ହୋଇପାରିଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , କହିଥିଲେ ଯେ ସମଗ୍ର ଜିଲ୍ଲାରେ ଶିଶୁ ମାନଙ୍କ ପ୍ରତି ସମସ୍ତ କ୍ଷେତ୍ରରେ ଯତ୍ନ ଓ ସୁରକ୍ଷାର ନିଶ୍ଚିତ ଆବଶ୍ୟକତା ରହିଥିବା ବାର୍ତ୍ତାକୁ ଜିଲ୍ଲାର ସମସ୍ତ ଅଭିଭାବକ ଓ ଶେଷ ଶିଶୁଙ୍କ ପାଖରେ ଯେଭଳି ପହଞ୍ଚି ପାରିବ , ସେଥିପାଇଁ ସମସ୍ତ ସମ୍ପୃକ୍ତ ଲାଇନ ବିଭାଗ ଅଧିକାରୀ ଓ କର୍ମଚାରୀ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରେ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ସମ୍ପର୍କରେ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୋବାଇଲ୍ ରୋବଟ୍ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଦୀପକ କୁମାର ବେଣିଆଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ଶେଷରେ ହିତାଧିକାରୀ ଶିଶୁ ମାନଙ୍କୁ ଏହି ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଓ ପୃଷ୍ଠପୋଷକତା ସହାୟତା ଯୋଜନାରେ ଚେକ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର , ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ସରୋଜ କୁମାର ବେହେରା , ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ଚାଇଲଡ଼ ଲାଇନ୍ ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ସାବତ , ୟୁଏନଏଫପିଏର ଜିଲ୍ଲା ସଂଯୋଜକ ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ଏବଂ ଏକ୍ସନ-ଏଡ଼ ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ଶ୍ରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ , ନେହୁରୁ ଯୁବ କେନ୍ଦ୍ର ସଂଯୋଜକ ବିଜୟ କୁମାର ମହାପାତ୍ର , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସୁଶ୍ରୀ ସତ୍ୟ ସମ୍ପନ୍ନା ରାଉତ , ସମସ୍ତ ବ୍ଳକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ , ସମସ୍ତ ଚାଇଲଡଲାଇନ୍ ର କର୍ମଚାରୀ , କାଶୀନଗର , ଗୁମ୍ମା ଏବଂ ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷ୍ୟ ଏବଂ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ପାରଳାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଓଡିଶୀ କଣ୍ଠ ସଂଗୀତ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୦ ବର୍ଷ ପାଇଁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ପୁରସ୍କୃତ କରିଥିଲେ। ଏହା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କଳାପ୍ରେମୀ ମହଲରେ ଖୁସୀର ଲହରୀ ଖେଳିଯାଇଥିଲା। ଦୀର୍ଘ ବର୍ଷ ପରେ ଗଜପତିରୁ ଜଣେ କଳାକାର ପୁରସ୍କୃତ ହେଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ରଘୁନାଥ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଆୟୋଜକ କ୍ରିଏଟିଭ୍ ଆର୍ଟସ୍ ସହ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନ, ଭକ୍ତି ସଙ୍ଗୀତ ସଂସଦ , ଉତ୍କଳ ହିତୈଷିଣୀ ସମାଜ , ସମଲେଇ ନୃତ୍ୟକଳା ପରିଷଦ, ନଟରାଜ ଡେନ୍ସ ସ୍କୁଲ ,ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ପଦାମୃତ ନୃତ୍ୟାୟନ , ଗଜପତି କଳା ପରିଷଦ , ନିତ୍ୟାନନ୍ଦ ପାଠାଗାର , ଆକାଂକ୍ଷା ମହିଳା ସଂଗଠନ , ସୃଜନିକା ଯୁବ ପରିଷଦ , ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଦି ଅନେକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜଣ ଜଣ କରି ଅଭିନନ୍ଦନ ଜଣାଇଥିଲେ।ସମ୍ବର୍ଦ୍ଧନା ବୈଠକକୁ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମନୋଜ ପାଢ଼ୀ , ଉପ ସଭାପତି ଏମ. ପୃଥିବୀରାଜ , ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ , ଅର୍ଜୁନ ନାୟକ , ଅମୁଲ୍ୟ ପାଣିଗ୍ରାହି , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ସୁଜିତ ପାଣିଗ୍ରାହି , କାମଦେବ ପାଢ଼ୀ , ସତ୍ୟ ପଢିଆରୀ , ହର ତ୍ରିପାଠୀ , କୁନା ହଳଧର , ହରିହର ପଟ୍ଟନାୟକ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ ମଦ ବୋଝେଇ ମାରୁତି ଜେନ୍ ଗାଡି ଜବତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଆଜି ସନ୍ଧ୍ୟା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ । ଚିଙ୍ଗୁଡିଖୋଲ ପଞ୍ଚାୟତ ର ଉସ୍ତାଳି ଗ୍ରାମ ରାସ୍ତା ରେ ପୋଲିସ ଗାଡି କୁ ଦେଖି ବିପରୀତ ଦିଗରୁ ଆସୁଥିବା ଏକ ମଦ ବୋଝେଇ ମାରୁତି ଜେନ୍ ଗାଡି କୁ ରାସ୍ତା ଉପରେ ଛାଡି ଡ୍ରାଇଭର୍ ଚମ୍ପଟ ମାରିଛି । ଯାହାର ନମ୍ବର ଓ ଆର୍ ୦୨ ବି ଏ ୭୮୨୧ ବୋଲି ଜଣାପଡିଛି । ପୋଲିସ ଗାଡିକୁ ଜବତ କରିବା ସହ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଉକ୍ତ ଗାଡି ଭିତରେ ବିପୁଳ ପରିମାଣର ମଦ ଥିବା ଜଣାପଡିଛି ।

ବେଗୁନିଆପଡା ଫାଣ୍ଡି ଅଧିକାରୀ ପାଇଲେ ଡିଜିପି ପୁରସ୍କାର …!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ଦେବୀଦତ୍ତ ପ୍ରିୟଦର୍ଶୀ ଙ୍କୁ ଡିଜିପି ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଏସ୍ ପି ଶ୍ରୀ ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଦେବୀଦତ୍ତ ପ୍ରିୟଦର୍ଶୀ ଙ୍କୁ । ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ଏସ୍ ପି ପରାମର୍ଶ ଦେଇଛନ୍ତି । ଦେବୀଦତ୍ତ ପ୍ରିୟଦର୍ଶୀ ଗତ କିଛିମାସ ଧରି ବେଗୁନିଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି । ଏହି ପୁରସ୍କାର ପାଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗରୁ ସେ ବଡଗଡ ଥାନା ରେ କାର୍ଯ୍ୟରତ ଥିଲେ ।

“ମୀରାବାଲି ପଞ୍ଚାୟତର ସାନ୍ଧୁବାଡ଼ି ଗ୍ରାମରେ ପାନୀୟ ଜଳଯୋଗାଣ ପ୍ରକଳ୍ପ “…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡ଼ା ବ୍ଲକର ମୀରାବାଲି ପଞ୍ଚାୟତ ସାନ୍ଧୁବାଡିଗ୍ରାମରେ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି। ମୀରାବାଲି ପଞ୍ଚାୟତ ସରପଞ୍ଚ ନୀଳିମା ପୁଆଲା ଏବଂ ନାଏବ ସରପଞ୍ଚ ସାନନ୍ଦ ବାଞ୍ଚିଲି ଉଦଘାଟନ କରିଥିବାବେଳେ,ମୁଖ୍ୟ ଅତିଥିଭାବେ ବ୍ଲକର ଯୁବନେତା ତଥା ଯୁବ ସଂଗଠକ ପ୍ରତାପ ପୁଆଲା ଯୋଗଦେଇଥିଲେ।ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ସରକାରଙ୍କର ସମସ୍ତ ଯୋଜନାକୁ ଲୋକଙ୍କପାଖରେ ପହଞ୍ଚାଇବାପାଇଁ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବକ ଯୁବତୀ ମାନେ ଆଗକୁ ଆସି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତାପ ପୁଆଲା ଅନୁରୋଧ କରିଥିଲେ ।

ଉକ୍ତ ଗ୍ରାମ୍ୟଜଳଯୋଗାଣ ପ୍ରକଳ୍ପ ଦ୍ବାରା ସାନ୍ଧୁବାଡି ଓ ଜାନୀସାହିର ପ୍ରାୟ ଦୁଇହଜାର ଲୋକ ବିଶୁଦ୍ଧ ପାଣି ପାଇପାରିବେ।ଦୀର୍ଘଦିନରୁ ଏହି ଅଞ୍ଚଳରେ ପାଣିର ସମସ୍ୟା ଲାଗିରହିଥିବାବେଳେ ଶ୍ରୀ ପୂଆଲା ଏବଂ ସରପଞ୍ଚ ନୀଳିମା ପୁଆଲା ଜିଲ୍ଲାପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ବାରମ୍ବାର ଯୋଗାଯୋଗକରି,ଉକ୍ତପ୍ରକଳ୍ପକୁ ଅନୁମୋଦନ କରାଇ କାର୍ଯ୍ୟକ୍ଷମ କରାଇଥିବାରୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।ଆଜିର କାର୍ଯ୍ୟକ୍ରମରେ କୋଟେଶ୍ବର ଗାଣ୍ଡା,ପ୍ରେମ ପାଣି,ଚକ୍ରଧର ପାଣି,ଦୟା ବାଚିଲି ପରିଚାଳନା କରିଥିବା ବେଳେ ପଞ୍ଚାୟତର ଜନସାଧାରଣ ଏବଂ ଗ୍ରାମ୍ୟ ଜଳଯୋଗାଣ କର୍ମକର୍ତ୍ତା ଯୋଗଦେଇଥିଲେ ।

ରାସ୍ତା ପାଲଟିଛି ମରଣଯନ୍ତା…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା) –ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗ୍ରାମାଞ୍ଚଳରେ ମୌଳିକ ସମସ୍ୟା ଦୂରୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି,ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ ଯୋଜନା। ଗୋଟେପଟେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ,ଏବେବି ଗାଁ ଗଣ୍ଡାକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ । ରାୟଗଡା ଜିଲ୍ଲା ରାମାନଗୁଡା ବ୍ଳକ କୁଜେନ୍ଦ୍ରୀ ପଞ୍ଚାୟତର ଏଦୁରବଲସା ଗ୍ରାମର ଜନସଂଖ୍ୟା ପ୍ରାୟ ପାଞ୍ଚଶହ। ଗୁଣୁପୁର ଗୁମୁଡ଼ା ମୁଖ୍ୟରାସ୍ତାରେ ଆଠ କିଲୋମିଟର ଯାଇ ଦୁଇ କିଲୋମିଟର ଭିତରକୁ ଗଲେ ପଡେ ଏହିଗ୍ରାମ।ପଞ୍ଚାୟତ ତରଫରୁ ଦୁଇ ତିନି ବର୍ଷତଳେ ମାଟିରାସ୍ତା କରାଯାଇଥିଲା।ବର୍ତ୍ତମାନ ଏସବୁ ଧୋଇ ହୋଇଯାଇଛି।ରାସ୍ତା ସାରା ବଡ଼ ବଡ଼ ଖାଲ ଗୁଡାକ ଭର୍ତ୍ତି।

ବର୍ତ୍ତମାନ ବର୍ଷାୠତୁ ଯୋଗୁଁ ରାସ୍ତା ଆହୁରି କଦର୍ଯ୍ୟ ହୋଇ ପଡିଛି।ଫଳରେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ।ରାସ୍ତାର ସମସ୍ୟା ଯୋଗୁଁ ଗୁଲୁମୁଣ୍ଡା କିମ୍ବା ସୁଭଦ୍ରାପୁର ଦେଇ ଅଧିକ ୧୪ କିଲୋମିଟର ବୁଲି ଗୁଣୁପୁର ଆସିବାକୁ ପଡୁଛି।ଶିକ୍ଷା,ସ୍ୱାସ୍ଥ୍ୟ,ବଜାର, ବ୍ୟାଙ୍କ ପ୍ରତ୍ୟେକ କ୍ଷେତ୍ରରେ ଗୁଣୁପୁର ଉପରେ ନିର୍ଭର କରୁଥିବା ଏହି ଗ୍ରାମବାସୀ ଏବେ ମୌଳିକ ସୁବିଧାରୁ ବଞ୍ଚିତ ରାସ୍ତା ନଥିବା ପ୍ରତିଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପକ୍କାରାସ୍ତା ନିର୍ମାଣ କରିବା ବ୍ୟବସ୍ଥା ରହିଛି।ହେଲେ ଏଯାଏଁ ବାବୁ ମାନଙ୍କ ଦୃଷ୍ଟି ଏହି ଗ୍ରାମରେ ପଡିନଥିବା ଦୁର୍ଭାଗ୍ୟ ଜନକ।ତେଣୁ ତୁରନ୍ତ ଗ୍ରାମକୁ ପକ୍କାସଡକ ନିର୍ମାଣ କରିବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।ଏ ନେଇ ଗୁଣୁପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହିଯନ୍ତ୍ରୀଙ୍କୁ ଅବଗତ କରାଇବାରୁ ଏହା ତାଙ୍କ ଅଧୀନରେ ଯାଉନାହିଁ।ଯଦି ଗ୍ରାମବାସି ଆବେଦନ କରିବେ ବିଚାରକୁ ନିଆଜିବ ବୋଲି ସୂଚନା ଦେଇଛନ୍ତି। କେବେ ତିଆରିହେବ ପକାରାସ୍ତା କେବେ ଉପକୃତ ହେବେ ଗ୍ରାମବାସୀ ତାହା ଆଗାମୀ ସମୟ ହିଁ କହିବ।