ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଲା ଜେମାଦେଇପେଣ୍ଠ ରେ ସୋଲାର ଜଳ ପଦକ୍ଷେପ ନିଆଯାଉନି।ପ୍ରତିଦିନ ପାଣି ପାଇଁ ଗ୍ରାମରେ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ୨୨୨ ଜଣ ଲୋକଙ୍କୁ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି।ଗ୍ରାମବାସୀଙ୍କ ଗୋଟିଏ ନଳକୂପ ଭରସା ହୋଇଛି।ପାଣି ନେବାକୁ ନିଷ୍ପତ୍ତି ପ୍ରକାରେ ଆଶା ଦିଦି ଉପସ୍ଥିତ ରହି ଲୋକଙ୍କୁ ପ୍ରତିଦିନ ଗଣ୍ଡଗୋଳ ପରିସ୍ଥିତି ଉପଜୁଛିନ୍ତି।ଜଣେ ଆଶା ଦିଦି ପାଣି ଯୋଗାଉଛନ୍ତି।ସମସ୍ୟା ସମାଧାନ କରିବା ପାଇଁ ଦିଦିଙ୍କ ଉପସ୍ଥିତିରେ ପ୍ରତିଦିନ ପାଣି ବଣ୍ଟନ କରାଯାଉଛି।

ଆଶା ଦିଦି ସଇତା ତାଡିଙ୍ଗି ଉପସ୍ଥିତ ରହୁଛନ୍ତି।ଜଣଙ୍କ ପରେ ଜଣେ ଶୃଙ୍ଖଳିତ ଭାବରେ ଇରୁକୁବାଡ଼ି ଗ୍ରାମରେ ପାଣି ନେଉଛନ୍ତି।ଏହି ପଞ୍ଚାୟତ କାଞ୍ଚିମୋଇ ଗ୍ରାମରେ ଦେଖିବାକୁ ମିଳିଛି।ସମସ୍ୟା ଦୂର କରାଯାଉ ବୋଲି ଗ୍ରାମର ଉକ୍ତ ଗ୍ରାମରେ ୪୧ ପରିବାର ପିଡିକ, ଗଙ୍ଗା ତଡ଼ି,ସଦା ରାମା ପିଡିକ,ଦାନ ରହୁଛନ୍ତି।ଜଳକଷ୍ଟରେ ଲୋକେ ଘାଣ୍ଟି ହେଉଛନ୍ତି।ପିଡ଼ିକା, ମାଳତୀ ପୀଡ଼ିକ । ପ୍ରଶାସନକୁ ଅନୁରୋଧ ଗ୍ରାମରେ ଥିବା ସୋଲାର ଜଳ ପ୍ରକଳ୍ପ ଅଚଳ କରିଛନ୍ତି । ନଳକୂପ କର୍ମଚାରୀଙ୍କ ଭରସା ପାଲଟିଛି।ଅଭିଯୋଗ କଲେ କୌଣସି ସମାଧାନ ହୋଇପାରୁ ନାହିଁ ବୋଲି ଗ୍ରାମ ଲୋକଙ୍କ ଗୁହାରି କହିଛନ୍ତି।

ଜନତା ଙ୍କ ସ୍ଵର, “ମୋଦୀ ଛୁଆ ଙ୍କ ପାଇଁ ସବୁ ମାଫ୍ କି” ….?

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ଶାଶ୍ୱତ ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବାଲିଗୁଡ଼ା) – ବାଲିଗୁଡା ସହର ମଧ୍ୟରେ ଥିବା ଡାକଘରେ ବର୍ଷ ବର୍ଷ ଧରି କୌଣସି ଜିନିଷ ଠିକ୍ ସମୟରେ ପହଞ୍ଚୁନଥିବା ଅଭିଯୋଗ ହେଉଛି । ଏହି ଡାକଘରେ କାର୍ଯ୍ୟରତ ଟ୍ରେଜରର୍ ରଶ୍ମୀରେଖା ପାତ୍ର ଦିନ ୧୧ ଟା ରେ ପୋଷ୍ଟ ଅଫିସ୍ ରେ ପହଞ୍ଚୁ ଥିଲେ ମଧ୍ୟ ତାଙ୍କ ଉପରିସ୍ଥ ଅଧିକାରୀ ଙ୍କ ଏଥି ପ୍ରତି ନିଘା ନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ଏହି ଅଫିସକୁ ଆସୁଥିବା ଜନସାଧାରଣ ଅଯଥାରେ ଅପେକ୍ଷା କରି କରି ସମୟ ନଷ୍ଟ କରିବା ସହ ବିରକ୍ତ ହେଉଥିବା ଦେଖାଯାଉଛି । ମେଲ୍ ଗାଡି ଡାକ ନେଇଯିବା ପରେ କର୍ମଚାରୀ ଖାଇବାକୁ ଯିବା ପାଇଁ ସରକାରୀ ନିୟମ ରହିଥିବା କୁହାଯାଉଥିବା ବେଳେଏହାକୁ କେହି ଠିକ୍ ଭାବେ ପାଳନ କରୁନଥିବା ଜଣାପଡିଛି ।

ଏପରିକି ମ୍ୟାଡାମ୍ ଦିନ ୧ ଘଂଟା ରେ ମଧ୍ୟ ଅଫିସ୍‌ରୁ ଚାଲି ଯାଆନ୍ତି ଏବଂ ୩ ଟା ୩୦ ମିନିଟ୍ ରେ ଆସୁଥିବା ଦେଖି ମ୍ୟାଡାମ୍‌ଙ୍କ ପାଇଁ ଏହି ପୋଷ୍ଟ ଅଫିସ୍‌ରେ ନୂତନ ନିୟମ ରହିଅଛି କି ବୋଲି ପ୍ରଶ୍ନ ଉଠୁଛି । ଯଦି କେହି କୌଣସି ଚିଠି ରେଜଷ୍ଟ୍ରି କରିବାକୁ ଯାଆନ୍ତି ତେବେ ମ୍ୟାଡାମ୍ ଏବେ ହେବନି, ମେଲ୍ ଗଲାଣି କହୁଥିବା ଅଭିଯୋଗ ହେଉଛି । ଏହିସବୁ ବ୍ୟତିକ୍ରମ ନେଇ ଉଠୁଥିବା ଅଭିଯୋଗର ଏକ ଭିତିରି ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି । ଡ଼ାକ ବିଭାଗ କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ଯୋଗୁଁ ଏଥିପ୍ରତି ରାଜ୍ଯ ସରକାର ଙ୍କ କୌଣସି କତ୍ତୃତ୍ବ ରହୁନଥିବା ହେତୁ ବିଭାଗୀୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ଯ କରୁଥିବା ଦେଖା ଦେଉଛି। ଏପରିକି ଏମାନଙ୍କ ଉପରିସ୍ଥ କର୍ମକର୍ତ୍ତା ମଧ୍ଯ ଏଥି ପ୍ରତି ନଜର ଦେଉନଥିବା ରୁ ଏମାନେ ବାହୁ ପିଟି ଆମେ ସବୁ ମୋଦୀ ଙ୍କ ଛୁଆ ଆମକୁ କିଏ କଣ କରିବ ବୋଲି କହୁଥିବା ଚର୍ଚ୍ଚା ପରିସର ମଧ୍ୟକୁ ଆସୁଛି। ଏନେଇ ସାଧରଣ ଜନତା ଙ୍କ ପକ୍ଷ ରୁ କେନ୍ଦ୍ର ସରକାର ଙ୍କ ନିକଟକୁ ଟୁଇଟର ମଧ୍ୟରେ ଅଭିଯୋଗ କରିବା ନିମନ୍ତେ ମନସ୍ତ କରିଥିବା ମିଳିଥିବା ସୂଚନା ସୂଚନା  କାର୍ଯ୍ୟକାରୀ ହେଲେ ଆମେ କହିବୁ… ଏଥର ସମ୍ଭାଳ…! 

୫୩ କେଜିରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ। ୫୩ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ସହିତ ଦୁଇ ଗଞ୍ଜେଇ ମାଫିଆ ଗିରଫ ଓ ଗୋଟିଏ ମହିନ୍ଦ୍ରା ମେକ୍ସ ପିକଅପ ଭେନ୍, ଗୋଟିଏ ମୋଟର ସାଇକେଲ ଜବତ। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗାଁ ନିକଟରେ ଆଜି ସକାଳ ୫ ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋଟିଏ ପିକଅପ ଭେନ୍ ରୁ ପାଖାପାଖି ୫୩ କେଜି ରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ସହିତ ଗୋଟିଏ ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଛି ପୋଲିସ। ଏହା ସହିତ ପିକଅପ ଭେନ୍ ର ଡ୍ରାଇଭର କନ୍ଧମାଳ ବାଲିଗୁଡା ଅଞ୍ଚଳର ସରୋଜ ଦିଗାଲ ଓ ଗଞ୍ଜେଇ ମାଫିଆ ଆସିକା ଥାନା ନଳବଣ୍ଟା ର ବାସୁଦେବ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ। ଅନ୍ୟପଟେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଚାଲାଣ ହେଉଥିଲା ତାହାର ଅନୁସନ୍ଧାନ ଜାରିରଖିଛି ପୋଲିସ।

ମାଣ୍ଡିଆ ଖାଦ୍ୟ ମେଳା ଅନୁଷ୍ଠିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନାରାୟଣ ପରିଡ଼ା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପୋଲସରା) – ପୋଲସରା ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥା ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ସମ୍ମିଳନୀ କକ୍ଷରେ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପୋଲସରା ବିଡିଓ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର କୁମୁଦଚନ୍ଦ୍ର ବେହେରା ଯୋଗଦେଇ ପ୍ପୃଷ୍ଟିକର ଖାଦ୍ୟ ଉପରେ ଆଲୋକପାତ କରିଥିଲେ ।

ପୋଲସରା ବ୍ଲକରେ ଓଡ଼ିଶା ମିଲେଟ୍ସ୍ ମିଶନ ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ମାଣ୍ଡିଆ ଓ କ୍ଷୁଦ୍ର ଦାନା ଶସ୍ୟ ଚାଷ କାର୍ଯ୍ୟକ୍ରମ ୧୪ ଟି ଗ୍ରାମପଞ୍ଚାୟତର ୫୩ଟି ଗ୍ରାମରେ ବହୁଳ ମାତ୍ରା ରେ ଚାଷ କରାଯାଉଛି । ଏହାକୁ ବ୍ଲକର ସମସ୍ତ ଗ୍ରାମରେ ବ୍ୟାପକ କରିବାକୁ ଆହ୍ବାନ କରିଥଲେ । ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ଶରୀରରେ ପୋଷଣର ମାତ୍ରା ବୃଦ୍ଧି କରିବା ଓ ପ୍ରୁଷ୍ଟିକର ଖାଦ୍ୟର ମହତ୍ତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ପୃଷ୍ଟିକର ଖାଦ୍ୟର ଚାହିଦା, ଉତ୍ପାଦନ ଓ ଏହାର ବ୍ୟବହାରକୁ ନେଇ ଜନସାଧରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି । ଏହା ଅବସରରେ ଏକ ଖାଦ୍ୟ ମେଳାକୁ ପୋଲସରା ବିଡିଓ ଉଦଘାଟନ କରିଥିଲେ । ଉକ୍ତ ମେଳାରେ ଏକଶହରୁ ଅଧିକ ପୃଷ୍ଟିକର ଖାଦ୍ୟ ପଦର୍ଶନୀ ସହ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିରୋଧ ପଣ୍ଡା, କାହ୍ନୁଚରଣ ସେଠୀ, ବବିତା ସାହୁ, ରଶ୍ମିତା ବେହେରା, ଇତିଶ୍ରୀ ବେହେରା, ବିଜୟ କୁମାର ସାହୁ ଓ ସନ୍ତୋଷ କୁମାର ନାୟକ ପରିଚାଳନାରେ ସହଯୋଗ କରିଥଲେ । ସିଡିପିଓ କୁନ୍ତଳା କୁମାରୀ ନାୟକ, ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାସଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।

ବିଜେଡି ର ମିଶ୍ରଣ ପର୍ବ ପାଳନ..!

!!! ଗଞ୍ଜାମ୍ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନାରାୟଣ ପରିଡ଼ା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପୋଲସରା) – ପୋଲସରା ବ୍ଲକ ବାଲିଚାଇ ପଞ୍ଚାୟତ ଡୁ ଙ୍ଗୁ ରି ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସ୍ଥାନୀୟ।ସମାଜ ସେବୀ ଜଗନ୍ନାଥ ବଢେଇ ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇ ଯାଇଚି।ଉକ୍ତ କାର୍ଯ କର୍ମରେ ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ବିଧାୟକ ନୀତି ଆଦ୍ରସ ରେ ଅନୁ ପ୍ରଣୀତ ହୋଇ ପ୍ରାୟ ଶହେ କୋଡ଼ିଏ ପରିବାର ବିଜେପି ଛାଡ଼ି ଆଜି ଆନୁ ସ୍ତାନିକ।ଭାବେ ବିଜେଡିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।ଉକ୍ତ କାଜ୍ୟ କର୍ମରେ ବ୍ଲକ ର ସମସ୍ତ ଜନ ପ୍ରତିନିଧି ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ।