ଚେଇଁଲେ ପ୍ରଶାସକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଗୁଣପୁର ପୌର ପରିଷଦ ରେ ଦେଖା ଦେଇଥିବା ଅବ୍ୟବସ୍ଥା କୁ ନେଇ ଆମ୍ଭ ଏଥର ସମ୍ଭାଳ ପକ୍ଷରୁ ଖବର ପ୍ରକାଶିତ ହୋଇଥିଲା । ଏହାର ପ୍ରଭାବରେ ଚେଇଁ ଶୋଇଥିବା ପ୍ରଶାସକ ଙ୍କ ନିଦ ଭାଙ୍ଗିଛି ।

ପ୍ରଥମ ପର୍ଯ୍ୟାୟରେ ପୋୖର ପରିଷଦ ପକ୍ଷରୁ ସହରରେ ମଶା ମରା ଔଷଧ ସିଞ୍ଚନ କରାଯାଇଛି । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ଙ୍କ ଏଭଳି ପଦକ୍ଷେପ କୁ ଆମ ପକ୍ଷରୁ ସାଧୁବାଦ । ପୌର ପରିଷଦ ପକ୍ଷରୁ ଏଭଳି ପକ୍ଷେପ ଜାରି ରହିବ ବୋଲି ଆଶା ପ୍ରକଟ କରୁ ।

ଦାଦା ଭାଇ ନାରୋଜୀ ପୁସ୍ତକ ଉନ୍ନୋଚିତ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଆଜି ଶନିବାର ଦିନ ୧୧ ସମୟରେ ଲୋହିଆ ଏକାଡ଼େମି ଠାରେ ଦାଦା ଭାଇ ନାରୋଜୀ ଙ୍କ ଉପରେ ଲିଖିତ ପୁସ୍ତକ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ନୋଚିତ ଓ ଲୋକାପ୍ରିତ ହୋଇଛି । ଏହାର ଲେଖକ ବିଶିଷ୍ଟ ସଂଗ୍ରାମୀ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଓ ପୁସ୍ତକଟିର ପ୍ରକାଶକ ଇନ୍‌ଷ୍ଟିଚ୍ୟୁଟ ଅଫ ପବ୍ଲିକ୍ ଫାଇନାନ୍‌ସ
ଉନ୍ନୋଚନ ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଭାରତର ଇତିହାସକୁ କଦର୍ଥ କରିବା ପାଇଁ ଭାରତୀୟ ସ୍ତରରେ
ଉଦ୍ୟମ ଆରମ୍ଭ ହୋଇଯାଇଛି । ଏପରିକି, ସ୍ୱାଧିନତା ସଂଗ୍ରାମରେ ଚରମ ତ୍ୟାଗ ଥିବା ଓ ଦୀର୍ଘ କାଳ କାରବରଣ
କରିଥିବା ଜବାହାରଲାଲ ନେହେରୁ ଙ୍କ ନାମ ସ୍ୱାଧିନତାର ୭୫ ବର୍ଷ ପୁର୍ତି ଅବସରରେ ଉଲ୍ଲେଖ କରାଯାଇନାହିଁ ।
ଏହିପରି ଏକ ବିଡ଼ମ୍ବନା ଓ ଇତିହାସ ବିକୃତ ଚାଲିଥିବାବେଳେ କଂଗ୍ରେସର ପ୍ରତିଷ୍ଠାତା ଦାଦା ଭାଇ ନାରୋଜୀଙ୍କୁ ମନେ ପକାଇଛି ଏହି ପୁସ୍ତକ । ପୁସ୍ତକର ଲେଖକ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଦାଦା ଭାଇ ନାରୋଜୀ ବିଦେଶୀ ଶୋଷଣ
ବିରୁଦ୍ଧରେ ପ୍ରଥମ ସ୍ୱର ଉତୋଳନ କରିଥିଲେ ବୋଲି କହିଥିଲେ ଯେଉଁଥିପାଇଁ ମହାତ୍ମାଗାନ୍ଧୀ ନାରୋଜୀଙ୍କୁ ଜାତୀର
ପିତା ଭାବେ ଉଲ୍ଲେଖ କରିଛନ୍ତି । ବହିଟିର ସମିକ୍ଷା କରି ସାହିତ୍ୟିକ ଶ୍ରୀ ରବିନ୍ଦ୍ର କୁମାର ସାହୁ ଶ୍ରୀ ନାୟକଙ୍କ ବିଭିନ୍ନ
ବ୍ୟକ୍ତିଙ୍କର ଜୀବନୀ ଲେଖନକୁ ଭୂୟଷି ପ୍ରଶଂସା କରିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ଇନ୍‌ଷ୍ଟିଚ୍ୟୁଟ ଅଫ ପବ୍ଲିକ୍ ଫାଇନାନ୍‌ସ ର ଶ୍ରୀ ଯୁକ୍ତ ପଞ୍ଚାନନ କାନୁନ୍‌ଗୋ ଦାଦା ଭାଇ ନାରୋଜୀଙ୍କ “ମନିଡ୍ରେନ୍‌” ତତ୍ୱ ଉପରେ ଆଲୋକପାତ କରିଥିଲେ । ସେହି ଶୋଷଣ ଧାରା ଆଜି ବି ଚାଲିଛି ବୋଲି ଉଲ୍ଲେଖ କରିଥିଲେ । ସଭାରେ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କେଳେଙ୍କାରୀର ଏସଆଇଟି ତଦନ୍ତ ହେଉ – ନରସିଂହ ମିଶ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ ସ୍ୱଚ୍ଛତାର ସହ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ୧୯୯୩ ରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଗଠନ କରାଯାଇଥିଲା । ମାତ୍ର ବିଡମ୍ବନା ଯେ ଏହି ଉଦ୍ଦେଶ୍ୟ ସଂପ୍ରତି ପରାଭୂତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହି ବିଭାଗର ମନ୍ତ୍ରୀ । ଅତୀତରେ ଏହି ସଂସ୍ଥାରେ ପୂର୍ବତନ ଡିଜି ଗୋପାଳ ନନ୍ଦ ଏବଂ ପୂର୍ବତନ ମୁଖ୍ୟ ଶାଚନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଭଳି ଦକ୍ଷ ଏବଂ ସଚ୍ଚୋଟ ବ୍ୟକ୍ତିବିଶେଷଙ୍କୁ ଏହି ଦାୟୀତ୍ୱ ଦିଆଯାଇଥିବା ବେଳେ ବର୍ତମାନ ସରକାର କ’ଣ ପାଇଁ ସାଧାରଣରେ ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଏହି ପଦବୀରେ ରଖିଛନ୍ତି । ବିଧାନ ସଭାରେ, “ବ୍ୟକ୍ତିଗତ ସଚିବ ଚାକିରୀ ଦିଅନ୍ତି ନାହିଁ” ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମାନ୍ୟବର ସଂସଦୀୟ ବେପାରମନ୍ତ୍ରୀ ଦେଇଥିବା ସଫେଇ ହାସ୍ୟାସ୍ପଦ । ଏହା ଅତି ସାଧାରଣ କଥା ଓ ଏକଥା କିଏ ନ ଜାଣେ? ବିନା ଅଧ୍ୟକ୍ଷ ଏବଂ କମିଶନ ସଦସ୍ୟଙ୍କ ପ୍ରୋତ୍ସାହନରେ ବ୍ୟାପମ ଭଳି ଏପରି ମହାଦୁର୍ନୀତି ସମ୍ଭବ ନୁହେଁ । ସୁତରାଂ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ପଦବୀରୁ ବହିସ୍କାର କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁ ବେଳେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଦମ୍ଭୋକ୍ତି କରୁଛନ୍ତି । କିନ୍ତୁ ମୁଁ ବିଧାନସଭାରେ ଆଣିଥିବା ଏ ସଂକ୍ରାନ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବାର ଜବାବ ତାଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ଦେଇ ନାହାନ୍ତି । ରାଜ୍ୟରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଓଡ଼ିଶା ଷ୍ଟାଫସିଲେକସନଙ୍କ ବ୍ୟକ୍ତିଗତ ସଚିବ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗଣମାଧ୍ୟମର ଚାପ ଏବଂ ଓଡ଼ିଶାବାସୀଙ୍କର ଆକ୍ରୋଷରୁ ବଂଚିବା ଉଦ୍ଦେଶ୍ୟରେ ସରକାର ବ୍ୟକ୍ତିଗତ ସଚିବଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତ ଅଗଷ୍ଟ ୨ ତାରିଖ ଦିନ ପ୍ରଥମେ ତାଙ୍କୁ ନିଲମ୍ବନ କଲେ ଓ ସେହିଦିନ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ । ଏହାଦ୍ୱାରା ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ଆଇନଗତ ପନ୍ଥା ଅନୁସରଣ କରିବା କଥା ତାହା କରିନାହାନ୍ତି ଏହା ପରୋକ୍ଷରେ ସଂପୃକ୍ତ ବ୍ୟକ୍ତିଗତ ସଚିବଙ୍କୁ ସାହାଯ୍ୟ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରିସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ସମ୍ପର୍କରେ ପ୍ରସ୍ତୂତ ମାର୍ଗଦର୍ଶିକା ପାଳନ କରାଯାଇ ନାହିଁ, ଏହା ଅଭିସନ୍ଧି ମୂଳକ । ସରକାର ପରୋକ୍ଷରେ ଅଭିଯୁକ୍ତ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବା କିମ୍ବା ନିଜର ସଂପୃକ୍ତିକୁ ଲୁଚାଇବା ପାଇଁ ଚତୁରତାର ସହ ଏପରି ଉଦ୍ୟମ କରିଛନ୍ତି । ଏପରି କ୍ଷେତ୍ରରେ ମୋର ଏବଂ ରାଜ୍ୟ ବାସୀଙ୍କର ଦୃଢ଼ ଧାରଣା ହୁଏ ଯେ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବା ଏ ମହାଦୁର୍ନୀତିରେ ସାମିଲ ଅଛନ୍ତି । ଏହି ସମସ୍ତ ପ୍ରକ୍ରିୟାର ସତ୍ୟ ଉଦ୍‌ଘାଟନ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏସଆଇଟି ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଦାବି କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଏହି ମହାକେଳେଙ୍କାରୀର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୭ ରେ ବିଧାନ ସଭା ଘେରାଉ କରାଯିବାର ନିଷ୍ପତି ନିଆଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡ଼ିଆ ବିଭାଗ ମୁଖ୍ୟ ଗଣେଶ୍ୱର ବେହେରା ଓ ମୁଖପାତ୍ର ଆଡ଼ଭୋକେଟ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

ହଂସତୂଳୀ ଗ୍ରାମରେ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ବୈଠକ ଏବଂ ଗୁରୁଦିବସ ପାଳିତ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଆଜି ପବିତ୍ର ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଏକ ଶୁଳ୍କ ମୁକ୍ତ ବେସରକାରୀ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଗୁରୁ ଦିବସ ମଧ୍ଯ ପାଳିତ ହୋଇଯାଇଛି । ହଂସତୁଳି ଗ୍ରାମର ଗ୍ରାମବାସୀ ଏବଂ ଯୁବ ଗୋଷ୍ଠୀ, ବଦାନ୍ୟ ବ୍ୟକ୍ତିବିଶେଷ ଙ୍କ ସହଯୋଗରେ ଏହି ଲାଇବ୍ରେରୀ ପ୍ରତିଷ୍ଠା ହେବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି ।

ରାଘବ ତାରେଣୀ ଙ୍କ ସଂଯୋଜନା ରେ ଆୟୋଜିତ ବୈଠକରେ ରେ ସଭାପତି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁକୁନ୍ଦ ମାଧବ ସ୍ଵାଇଁ, ମୁଖ୍ୟ ଅତିଥି ଭାବେ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ କମ୍ୟୁନିଷ୍ଟ ନେତା
ରଙ୍କନାଥ ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସ୍ଵାସ୍ଥ୍ଯକର୍ମୀ ଭିକାରି ଚନ୍ଦ୍ର ସେଠୀ, ଶିକ୍ଷକ କବିରାଜ ଜେନା, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ,ଯୁବ ଶିକ୍ଷାବିତ୍ ସିତୁନୁ ପଢିଆଳି, ବିଭୁ ରଞ୍ଜନ ସାହୁ , ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପବିତ୍ର ସ୍ଵାଇଁ, ରାଘବ ତାରେଣୀ, ମୁନା ସାହୁ, ପ୍ରଫୁଲ୍ଲ ସ୍ଵାଇଁ, ସୁନୀଲ ସାହୁ ସମେତ ହଂସତୁଳି ଗ୍ରାମର ଗ୍ରାମବାସୀ ଏବଂ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଅତିଥି ମାନେ ନିଜ ନିଜ ର ବକ୍ତବ୍ୟରେ ଆୟୋଜକ ଯୁବଗୋଷ୍ଠୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏବଂ ବହି କେମିତି ସଂଗ୍ରହ ହେବ ସେ ନେଇ ମଧ୍ଯ ଆଲୋଚନା ହୋଇଥିଲା ।

କୋଦଳା ଠାରେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ , ୧୨ ଜଣଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋଦଳା ସ୍ଥିତ ଖରୁଡା ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ନାରାୟଣ ଭୂୟାଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବେଗୁନିଆପଡା ବି ଇ ଓ କମଳାକାନ୍ତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷା ଉପ ପରିଦର୍ଶକ ସୁଦର୍ଶନ ବାରିକ, ଅବସରପ୍ରାପ୍ତ ଏ ବି ଇ ଓ ରବି ନାରାୟଣ ମିଶ୍ର, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଗୁରୁଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସମ୍ପାଦକ ଜୟଦେବ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକରୁ ଚଳିତ ବର୍ଷ ଅବସର ନେଇଥିବା ୧୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ବଂଶୀଧର ପ୍ରଧାନ, ପଦ୍ମ ଚରଣ ପ୍ରଧାନ, ତ୍ରିଲୋଚନ ମହାରଣା, ମହିମନିଷା ବେଗମ, ଏମ.ରାଘବ ସୁବୁଦ୍ଧି, ସ୍ଵର୍ଣମୟୀ ମିଶ୍ର ଗଣପତି ରାୟ, ଶଙ୍କର୍ଷଣ ସାହୁ, ରାମ ଚନ୍ଦ୍ର ସେଠୀ, ଜୟସେନ ବିଶୋଇ, ରାମହରି ବିଶୋଇ ପ୍ରମୁଖଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୁଇ ଭଉଣୀ ଉଷାରାଣୀ ମହାପାତ୍ର ଓ ଆଶାରାଣୀ ମହାପାତ୍ର ବେଦପାଠ କରିଥିଲେ । ଶିକ୍ଷୟିତ୍ରୀ ପ୍ରମିଳା ପାଣି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ରବି ନାରାୟଣ ଶତପଥୀ ଓ ସୁଧାକର ପରିଡା, ସୋମନାଥ ସେଠୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ବିପଦର ବନ୍ଧୁ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ରେଳ ଦୁର୍ଘଟଣା ରେ ସୁରାଟ ଆଇ ଏନ୍ ଏସ୍ ହସ୍ପିଟାଲ ରେ ଜୀବନ ମରଣ ସହ ଲଢେଇ କରୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସାନ ପଙ୍କଳବାଡ଼ି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ପୁଅ ର ଗାଣ୍ଡୁ ବେହେରା (୨୩)ଙ୍କ ଘରେ ଆଜି ପହଞ୍ଚିଥିଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ , ଗଞ୍ଜାମ । କଟକ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଅନୁଷ୍ଠାନର ସଦସ୍ୟା ସୁମିତ୍ରା ପାତ୍ର, ହିନ ଭାଇ, ଶିକ୍ଷକ ତଥା ଅନୁଷ୍ଠାନର ସଦସ୍ୟ ଗୌରହରୀ ପଲେଇ, , ମଙ୍ଗୁଳୁ, ରାଜେଶ, ଜଗନ୍ନାଥ , ବିକ୍ରମ , ବାବୁ , ଦୀପକ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ଅନୁଷ୍ଠାନ ପକ୍ଷରୁ ଗାଣ୍ଡୁ ଙ୍କ ପରିବାର ବର୍ଗଙ୍କୁ ୧୨ ହଜାର ଟଙ୍କା ଚିକିତ୍ସା ପାଇଁ ପ୍ରଦାନ କରାଗଲା । ଏଥି ସହିତ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନେ ସହଯୋଗ ର ହାତ ବଢ଼ାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରିଛନ୍ତି ସଦସ୍ୟ ମାନେ ଉପସ୍ଥିତ ଥିଲେ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ ଓ ଫଳ ବଣ୍ଟନ, ସ୍ଵାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଦାବୀପତ୍ର ପ୍ରଦାନ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ କାହ୍ନା ନାୟକ ଙ୍କ ନେତୃତ୍ବରେ ଆଜି ଆସିକା ସବଡିଭିଜନ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ର ର ବିଭିନ୍ନ ସମସ୍ୟା ବିଷୟରେ ପରିଚାଳନା ଦାୟିତ୍ଵ ରେ ଥିବା ଡ଼ାକ୍ତରଙ୍କ ସହ ଆଲୋଚନା କରିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଧାରଣା ଦେବା ସହ ଆସିକା ସ୍ୱାସ୍ଥ୍ୟକେନ୍ଦ୍ର ରେ ଖାଲି ପଡିଥିବା ଡାକ୍ତର ପଦବୀ ପୁରଣ ପାଇଁ ଆସିକା ଜିଲ୍ଲାପାଳ ଙ୍କୁ ଆସିକା ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।

ଏଥିରେ ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଉପସଭାପତି କେଦାରନାଥ ମହାରଣା, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ପାଣିଗ୍ରାହୀ ସମେତ ଶତାଧିକ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଳବ ଶାନ୍ତି ନଗର ଆନୁକୂଲ୍ୟ ରେ ବୃକ୍ଷ ରୋପଣ ଉତ୍ସବ।

!!!  ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ପଦ୍ମପୁର) – ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବନ ବିଭାଗ ର ରେଞ୍ଜର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହନ୍ତ ଶୁଭାରମ୍ବ କରିଥିଲେ। ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ର ସଭାପତି ଡ଼ଃ ଦେବାଶିଷ ରଥ, ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶୌକିଲାଲ ସାହୁ,ଏଡଭୋକେଟ ଅଦିତ୍ୟ ରଥ, ରଘୁମନି ପୁରୋହିତ,ମନୋଜ ପଣ୍ଡା, ବିଦ୍ୟାଳୟ ର ଶିକ୍ଷୟତ୍ରୀ ରଞ୍ଜୁଲତା ସାହୁ,ଆଲ୍ଲାଦିନି ଦଳେଇ ସହ କ୍ଲବ ର ଉପ-ସଭାପତି ମହେଶ କୁମାର ବେହେରା, ସମ୍ପାଦକ ପ୍ରତାପ ନାଥ, ସହ-ସମ୍ପାଦକ ତୁଷାର କାନ୍ତ ପ୍ରଧାନ, କୋଷାଧ୍ୟକ୍ଷ କୁନାଲ ପାଣିଗ୍ରାହୀ , ଅଡିଟର ଶାନ୍ତାନୁ କୁମାର ପାଣିଗ୍ରାହୀ, ଲାଇବ୍ରେରୀଏନ ଦିବ୍ୟକିଶୋର ପଣ୍ଡା,ସଦସ୍ୟ ଡଃ ଗଦାଧର ରଥ,ତିର୍ଥ ବାଶି ପଣ୍ଡା, ବିରଞ୍ଚି ନାରାୟଣ ସାହୁ, ଜୟକେତନ୍ ତ୍ରିପାଠୀ,ସୁରେଶ କୁମାର ମିଶ୍ର, ଜଗବନ୍ଧୁବାବୁ, ଉମେଶ ମହାଲିଙ୍ଗ, ବିଜୟସାହୁ, ଗୁଡୁ ଶର୍ମା, ଅଶୋକଦାସ, ଅଶୋକସାହୁ ଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତା ରଖିଛନ୍ତି ।

ଏକତାଭାବେ ବାନ୍ଧି ହୋଇ ରହିବା ଆମର ପ୍ରଥମ ପ୍ରୟାସ :ଭୋଜରାଜ ସିଂ ବରିହା।

!!!  ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ପଦ୍ମପୁର) – ବିଜୁଜନତା ଦଳ ପକ୍ଷରୁ ପଦ୍ମପୁର ବ୍ଳକ ଅଧିନସ୍ଥ ଖଲିଆପାଲି ଗ୍ରାମପଞ୍ଚାୟତ ର ସମସ୍ତ ବିଜେଡି କର୍ମୀ ମାନଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଏକ କର୍ମୀ ସମ୍ମିଳନୀ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ପଦ୍ମପୁର ଟାଉନ ସଭାପତି ବିଜେଡି ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ସାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରିତମ ମେହେର, ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁପୁତ୍ର ଉଦୟମାନ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା, ମହିଳା ନେତ୍ରୀ, ପଦ୍ମପୁର ମହିଳା ବିଜେଡି ର ସଭାପତି ଶ୍ରୀମତୀ ରଜନୀ ସାହୁ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଶତାଧିକ କର୍ମୀ ଙ୍କୁ ଏକତା ରେ ବାନ୍ଧି ହୋଇ ନବୀନ ବାବୁ ଙ୍କ ହାତ କୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ମାନ୍ୟବର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚିବା ଦ୍ୱାରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଅଗଣିତ ଜନସାଧାରଣ ଉପକୃତ ହୋଇପାରିଛନ୍ତି। ଏକତା ମଧ୍ୟରେ ବାନ୍ଧି ହୋଇ ରହିବା ଆମର ଲକ୍ଷ କାରଣ ଜନହିତକର କାର୍ଯ୍ୟକ୍ରମ ଗୁଡିକ ସମସ୍ତ ଘରମୁହଁ ଯେମିତି ପହଞ୍ଚି ପାରିବ ତାକୁ ଆଖି ଆଗରେ ରଖି ବିଜେଡି କର୍ମୀ ମାନେ ଜାଗ୍ରତ ହୋଇ ଗାଁ ଗାଁ ରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ମତବ୍ୟକ୍ତ କରିଥିଲେ।

ଭାରତ ବର୍ଷ ରେ ନମ୍ବର ଓ୍ୱାନ ଭାବେ ପରିଚିତ ଆମ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ସଂଗଠିତ ଭାବେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିପୁଳ ପରିମାଣରେ ବିଜେଡି ଦଳର ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରିବାକୁ ପଦ୍ମପୁର ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରିତମ ମେହେର ଉଦବୋଧନ ଦେଇଥିଲେ। ମହିଳାନେତ୍ରୀ ଶ୍ରୀମତୀ ରଜନୀ ସାହୁ ତାଙ୍କ ମନ୍ତବ୍ୟ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଫଳରେ ଆମ ଅଞ୍ଚଳ ର ମାଆ ଭଉଣୀ ମାନେ ବେଶ ଲାଭବାନ ହୋଇପାରିଛନ୍ତି। ମହିଳା ସଶକ୍ତିକରଣ ରେ ବିଜେଡି ଦଳ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ମା ଭଉଣୀ ମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ପଞ୍ଚାୟତ ନିର୍ବାଚନ ରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ। ଏହି କର୍ମୀ ସମ୍ମିଳନୀ ରେ ଶତାଧିକ ମହିଳା କର୍ମୀ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦାନ କରିଥିଲେ। 

ବିଜୁ କୃଷକ ବିକାଶ ଯୋଜନା ଧାନ୍ଦୁପାଲି ରେ ଦିଗହରା…!

!!!  ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ପଦ୍ମପୁର)ସରକାର ଙ୍କ ଯୋଜନା ମାଳମାଳ ହେଲେ କେଉଁ କାମକୁ ନୁହଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ର ଟେମେରୀ ଗ୍ରାମପଞ୍ଚାୟତ ର ଅଧିନରେ ଯାଉଛି ଧାନ୍ଦୁପାଲି ଗ୍ରାମ । ଏଠକାର ଲୋକେ ବର୍ଷାଦିନିଆ ଚାଷ କୁ ନିର୍ଭର କରିଥାନ୍ତି । ସରକାର ଙ୍କ ଯୋଜନା ଭିତରେ “ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ନଳକୂପ ଖନନ କରି ଚାଷଜମି କୁ ପାଣିଯୋଗାଇଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏଠାକାର ସମୁଦାୟ ୧୭ ଜଣ ଚାଷୀ ୨୦୧୬ ମସିହାରୁ କୋଡ଼ିଏ ହଜାର ଟଙ୍କା ଲେଖାଏଁ ଜଣ ପିଛା ଜମାଦେଇ ପଞ୍ଜିକୃତ ପରେ ଅଦ୍ୟାବଧି ଚାଷୀ ଚାଷଜମି ପାଇଁ ଟୋପାଏ ପାଣି ପାଇବାରୁ ବଞ୍ଚିତ। ଦିର୍ଘ ୫ ବର୍ଷ ଭିତରେ ନଳକୂପ ଖନନ,ଲାଇନ ତାର ଟଣା,ମିଟର ଫିଟିଙ୍ଗ ଅନେକ କିଛି ହୋଇ ସାରିଛି କିନ୍ତୁ ବିଦ୍ୟୁତ ସଂଯୋଗ ଆଜି ପର୍ଯ୍ୟନ୍ତ ହୋଇପାରିନି।

ଏଭଳି ବିଳମ୍ବ କାହିଁକି ? ଏଥିପାଇଁ ଦାୟୀ କିଏ ?ଏବର୍ଷ ଜଳାଭାବ ତ ସମଗ୍ର ଓଡ଼ିଶାରେ ଦେଖାଦେଇଛି । ଯଦି ପାଣି ଅଭାବ ପାଇଁ ଚାଷୀ କ୍ଷତିଗ୍ରସ୍ତ ର ସମ୍ମୁଖୀନ ହୁଅନ୍ତି ତେବେ ଏଠି ଦାୟୀ ରହିବ କିଏ ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଚାଷୀ ଅସହାୟ ହୋଇ ପଡ଼ିରହିଛି। ଗୋଟିଏ ପଟେ ୧୦ ଜଣ ଚାଷୀ ଙ୍କୁ ନେଇ ଗୋଟିଏ ଟ୍ରାସଫରମର ଦିଆଯାଇଥିବାବେଳେ ଅନ୍ୟପଟେ ୭ ଜଣଙ୍କୁ ନେଇ ଆଉ ଗୋଟାଏ ଟ୍ରାସଫରମର ଏଇ ଗ୍ରାମରେ ବସା ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଏଥିପ୍ରତି ବିଭାଗୀୟ ଅଧିକାରୀ ତଥା ବିଭାଗୀୟ ମନ୍ତ୍ରୀ ଦୁଇ ତିନି ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ କରି ମରୁଡି ର ମୁକାବିଲା ସକାଶେ ଚାଷୀ ମାନଙ୍କ ପାଣି ଯୋଗାଇଦେବାକୁ ଜନସାଧାରଣ ଦାବି କରନ୍ତି ।