ସ୍ଵୟଂ ଶାସିତ ଦିବସ ରେ ଆହ୍ଵାନ ; ଆମ ଗୁଣପୁର ସ୍ୱଚ୍ଛ – ସବୁଜ – ସୁନ୍ଦର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପାଳିତ ସ୍ଵୟଂ ଶାସିତ ଦିବସ କୁ ନେଇ ପୋୖର ବାସୀ ଗର୍ବ ଅନୁଭବ କଲେବି ପରିଷଦରେ ଦେଖା ଦେଉଥିବା ଚଳନ୍ତି ବ୍ୟବସ୍ଥାକୁ ନେଉ କେହି ଛାତିରେ ହାତରଖି କହିବେନି ଆମ ଗୁଣପୁର ସ୍ୱଚ୍ଛ – ସବୁଜ – ସୁନ୍ଦର । ସହର ମଧ୍ୟରେ ପରିମଳ ବ୍ୟବସ୍ଥାକୁ ନେଇ ପ୍ରକାଶିତ ହୋଇଥିବା ଖବର ଏବଂ ବର୍ତ୍ତମାନର ବ୍ୟବସ୍ଥା କୁ ଦେଖି କେହିବି ଏକଥା କହିବେ । ଏଥି ପୂର୍ବରୁ ପାଳିତ ଦିବସରେ ପରିଷଦ ଗଣ ବାହୁପିଟି କହୁ ଥିଲେ ଦେଖ ଆମ ସମ୍ମାନ ପତ୍ର ସଭିଙ୍କଠୁଁ ଆମେ କେତେ ଆଗରେ । ସେଦିନ ଗଲା,ସେ ଶାସକ ନାହାଁନ୍ତି । ଏବେ ସବୁ ପ୍ରଶାସକ ଙ୍କ ହାତରେ । ସେତେ ବେଳର ଆଉ ଏବର ବ୍ୟବସ୍ଥା ମଧ୍ୟରେ ଅନେକ ଫରକ । ଏହାକୁ ନେଇ ଆମର କିଛି ଉପସ୍ଥାପନା । ଜନତା ମନୋନୀତ ଶାସକ ଯିବା ପରେ ପ୍ରଶାସକ ଙ୍କ ହାତକୁ ଗଲା ଶାସନ ଭାର । ସଭିଙ୍କ ମନରେ ଆଶା ସଂଚାର ହେଲା କିଛିଟା ପରିବର୍ତ୍ତନ ନିଶ୍ଚୟ । ଉନ୍ନତି ମୂଳକ କାର୍ଯ୍ୟ ରେ ଅଧ୍ୟକ୍ଷ ଙ୍କ ହାତ ସଫେଇ ନେଇ ଅନେକ ବିରୋଧୀ ସ୍ଵର ଉଠୁଥିଲା । ତଥାପି ସୁଧାର ଥିଲା ପରିମଳ ବ୍ୟବସ୍ଥାରେ । ଖାତିର ଥିଲା ପୋୖରବାସୀ ଓ ପରିଷଦ ପ୍ରତି । ଗୁହାରୀ ଶୁଣିବା ପାଇଁ ସ୍ଥାନୀୟ ସର୍ବୋଚ୍ଚ ଅଧିକାରୀ ଥିଲେ । ଏବେ ସେହି ବିରୋଧୀ ସ୍ଵର ନାହିଁ କି ଗୁହାରୀ ଶୁଣିବା ପାଇଁ କେହି ନାହିଁ । ଉନ୍ନତି ନାମରେ କେବଳ ପି.ସି. ହାତେଇବା ନିମନ୍ତେ ନୂତନ ରାସ୍ତାର ନିର୍ମାଣ ବୋଲି ସ୍ୱର ଉଠୁଥିଲା । ଏବେ କିନ୍ତୁ ଏହି ସ୍ୱର ଶୁଭୁନି । ସାହି ବସ୍ତି ପାଇଁ ରାସ୍ତା ନିର୍ମାଣ ର ବ୍ୟବସ୍ତା ଥିବାବେଳେ ବର୍ତ୍ତମାନ ଗୋଟିଏ ଘର ନିମନ୍ତେ ରାସ୍ତାଟିଏ ନିର୍ମାଣ ପାଇଁ ବ୍ୟବସ୍ଥା । ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ହୋଇଛି ବର୍ତ୍ତମାନ ର ପରିଚାଳନା ଅଭାବ ରୁ ଏହାର ପରିସର ନର୍ଦ୍ଦମା ପାଲଟିଛି । ମଶା ଧୂପ ମାରିବା ଯନ୍ତ୍ର , ବ୍ଲିକିଙ୍ଗ ଓ ଫିନାଇଲ କିଣା ସରି ରକ୍ଷଣା ବେକ୍ଷଣ ର ବ୍ୟବସ୍ଥା କରାଯାଇଛି କିନ୍ତୁ ଏସବୁ ଜନ ସେବାରେ ଲାଗିପାରୁନି । ବହୁ ଅର୍ଥ ଖର୍ଚ୍ଚ ବ୍ୟୟ ରେ ନିର୍ମାଣ ହୋଇଛି ବିଜୁ କଲ୍ୟାଣ ମଣ୍ଡପ ଓ ଟାଉନ ହଲ । ଏବେ ଏହା ଭଙ୍ଗା ଦଦରା ଅବସ୍ଥାରେ । ସହର ବାସୀ ଙ୍କ ବ୍ୟବହାର ପାଇଁ ପାଇପ ମଧ୍ୟମରେ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ରାସ୍ତା ଉପରେ କରାଯାଇଥିବା ଗାତ ରେ କୁତ୍ରିମ ନର୍ଦ୍ଦମା ସୃଷ୍ଟି ହୋଇଛି । ସହର ବାସୀଙ୍କୁ ପିବା ପାଇଁ ଯୋଗଉ ଥିବା ସ୍ଵଚ୍ଛ ପାଣି ବାହାର କରାଯାଉଥିବା ସ୍ଥାନ ଟି ସହରରୁ ନିଷ୍କାସିତ ଆବର୍ଜନା ପାଣିରେ ଭରି ରହିଛି । ସୁଦ୍ଧ ଜଳ ଯୋଗାଣ ନାମରେ ଦୂଷିତ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ବେକାରୀ ଙ୍କ ପାଇଁ ନୂତନ ବସଷ୍ଟାଣ୍ଡ ଠାରେ ଦୋକାନ ଗୃହ ନିର୍ମାଣ କରି ଲିଜ ର ବ୍ୟବସ୍ଥା କୁ କହୋଳ କରି ସବ ଲିଜ ର ବ୍ୟବସ୍ଥା କରଯାଇପାରିଛି । ପରିଷଦର ର ଇଚ୍ଛା ମୁତାବକ ନିର୍ମିତ ହୋଇଥିବା ଦୋକାନ ଗୃହକୁ ଭାଙ୍ଗି ବ୍ୟବସାୟୀ  ଙ୍କ ସୁବିଧା ମୁତାବକ ଗୃହ ନିର୍ମାଣ ର ବ୍ୟବସ୍ଥା କରାଯାଇପାରିଛି । ଆଲୋକି କରଣ ବ୍ୟବସ୍ଥା ପାଇଁ ଖୁଣ୍ଟ ପୋତାଯାଇପାରିଛି । ହେଲେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଅନ୍ୟ କେଉଁ ସହରରେ ସ୍ୱଚ୍ଛତା ନାମରେ ଟଙ୍କା ଆଦାୟ ହେଉ ଥାଉ କି ନାହିଁ ଏଠି କିନ୍ତୁ  ମାସକୁ ୩୦ ଟଙ୍କା ସ୍ୱଚ୍ଛତା ନାମରେ ଆଦାୟ ହୋଇପାରୁଛି । ପରିଷଦ ର ପାଣ୍ଠି ବଢାଇବା ପାଇଁ ଦୁର୍ଘଟଣା କୁ ସ୍ଵାଗତ ଜଣାଇ ରାସ୍ତା କଡରେ ଉଠା ଦୋକାନ ର ବ୍ୟବସ୍ଥା କରାଯାଇପାରିଛି । ପ୍ରଣୟନ ହୋଇଥିବା ସୂଚନା ଅଧିକାର ଆଇନ କୁ ଖିଲାପ କରାଯାଇପାରୁଛି । ସରକାର ଙ୍କ ଦ୍ଵାରା ନିଯୁକ୍ତ ସଫେଇ କର୍ମଚାରୀ ଙ୍କୁ ଛଟେଇ କରି ଏଜେନ୍ସି ମାଧ୍ୟମରେ ସଫେଇ ର ବ୍ୟବସ୍ଥା କରାଯାଇପାରିଛି । ସହରକୁ ସବୁଜି କରଣ କରିବା ପାଇଁ ବୃକ୍ଷ ରୋପଣ କରାଯାଇ ନପାରିଲେ ମଧ୍ୟ ଜନ ବହୁଳ ସ୍ଥାନ ରେ ଅନାବଶ୍ୟକୀୟ ଗଛ କୁ ବଢାଇ ସବୁଜିକରଣ ର ବାହାବା ନିଆଯାଇ ପାରୁଛି ।  ପୌରପରିଷଦ ରେ ଏସବୁ ବିକାଶର ଧାରା ପ୍ରବାହିତ ହୋଇ ନବ ନିର୍ମାଣ ର ଯୋଗ ଆସିଛି । ବୋଧେ ହୁଏ ଏସବୁକୁ ନେଇ ପୌର ବାସୀ ଗର୍ବି ରେ କରିପାରୁଛି ଆମ ଗୁଣପୁର ସ୍ୱଚ୍ଛ – ସବୁଜ – ସୁନ୍ଦର ।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶ୍ରୀମନ୍ଦିରରେ ପାଳିତ ହେଲା ନନ୍ଦୋତ୍ସବ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ( ଗଞ୍ଜାମ) – ନନ୍ଦୋତ୍ସବ ଲାଗି, ମଙ୍ଗଳ ଆଳତି ବଢିବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରାନ୍ତି। ଦକ୍ଷିଣ ଘରୁ ମଦନ ମୋହନ ଆସି ସେହି ଦୋଳିରେ ବିଜେ ହୁଅନ୍ତି। ମହାସ୍ନାନ ନୀତି ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି କରାଯାଏ। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ। ପୁଷ୍ପାଳକ ସେବକମାନେ ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଓ କର୍ପୁର ଲାଗି କରାଇଥାନ୍ତି। ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଷଠି ମାର୍କଣ୍ଡୀ ପୂଜା ପରେ ପାଣି ପଡ଼ିି ଟେରାବନ୍ଧା ହୁଅନ୍ତି। ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଶୁଦ୍ଧସୁଆର ଦୁଇଟି ପିତ୍ତଳ ବଟାରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି। ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ଶ୍ରୀଜଗନ୍ନାଥ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରି ବନ୍ଦାପନା କରନ୍ତି। ପତି ମହାପାତ୍ର ଭଣ୍ଡାର ଘରୁ ରୁପାବଟାରେ ଦୁର୍ଗାଦେବୀଙ୍କୁ ବିଜେ କରାଇ ଆଣନ୍ତି। ପତି ମହାପାତ୍ର ଦେବୀ ଦୁର୍ଗାଙ୍କୁ ଜଗମୋହନ ଦୋଳି ସମ୍ମୁଖ ଖଟୁଲି ଉପରେ ବିଜେ କରାଇ ଦିଅନ୍ତି। ମହାସ୍ନାନ ଓ ଶୀତଳ ଭୋଗ ନୀତି ଅନୁଷ୍ଠିତ ହୁଏ। ଦେବୀ ଦୁର୍ଗାଙ୍କୁ ସାତପାହାଚ ଦ୍ୱାର ଡମ୍ବୁରୁ ଉପରକୁ ବିଜେ ପରେ ବିଜୁଳି କନ୍ୟା ନୀତି ସମ୍ପନ୍ନ ହୋଇ ଦେବୀ ଭଣ୍ଡାରକୁ ବାହୁଡ଼ା ବିଜେ କରାଯାଏ। ଏହାପରେ ରାମ, କୃଷ୍ଣ ଓ ମଦନମୋହନ ଖଟ ଉପରକୁ ବିଜେ କରନ୍ତି। ସେଠାରେ ମାଜଣା ଓ ଫୁଲ ଲାଗି ହେବା ପରେ ସାତପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିର ଜଗମୋହନ ଖଟରେ ବିଜେ କରନ୍ତି। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ଦିଅନ୍ତେ। ପୁତ୍ରଙ୍କୁ ନନ୍ଦରାଜା କ୍ଷୀର ସମର୍ପଣ କରନ୍ତି ଏବଂ ବନ୍ଦାପନା କରିଥାନ୍ତି। ଏହାପରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ନୀତି ସମ୍ପନ୍ନ ହେବ। ମଥୁରା, ବୃନ୍ଦାବନ, ଦ୍ୱାରକା, ଦିଲ୍ଲୀ ସମେତ ସାରା ଦେଶ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଜନ୍ମ ଉତ୍ସବ ପାଳନ କରିଥାନ୍ତି । ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଭକ୍ତମାନେ ଉପବାସ ରଖିି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରନ୍ତି । ବିଶେଷକରି ଗୌଡିୟ ମଠମାନଙ୍କରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ କରାଯାଏ।

ସରପଞ୍ଚ ଙ୍କ ଦମଙ୍ଗ ଗିରି ଘରେ ପଶି ମାଡ଼ ମାରି ଲହୁ ଲୁହାଣ କଲେ ଯୁବକଙ୍କୁ…..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା) – ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁ ବାଡ଼ି ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ଆଜି ଟୀକାକରଣ କୁ ନେଇ ସିଅଳ ସାହିର ପ୍ରମୋଦ କୁମାର ବେହେରା ଙ୍କୁ ତାଙ୍କ ଘରେପଶି ଜାତିଆଣ ଭେଦ କୁ ନେଇ ଗାଳିକରିବା ସହ ମାରଣାତ୍ମକ ଆକ୍ରମଣ କରିଥିବା କୋଦଳା ଥାନାରେ ଅଭିଯୋଗ ହୋଇଛି l ଏତେଲାରେ ଦର୍ଶଯାଇଛି କି ଆଜି ବେରୁଆଁ ବାଡ଼ିରେ ଦିନ ଦଶ ଘଣ୍ଟ ସମୟରେ ଟିକାଦେବାପାଇଁ ସମୟ ନିର୍ଧାରଣ ହୋଇଥିଲା କିନ୍ତୁ ସେଇ ସମୟ ପୂର୍ବରୁ ସମସ୍ତ ଟୋକେନ ଅନ୍ୟ ଲୋକ ମାନଙ୍କୁ ଦିୟା ସରିଥିଲା ଏହା ପରେ କିଛି ଲୋକେ ଆସି ସରପଞ୍ଚ ଙ୍କୁ ପଚାରି ଥିଲେ କିନ୍ତୁ ସରପଞ୍ଚ ଦିଆଯିବ କହି ଜଗିଥାଓ ବୋଲି କହିଥିଲେ l ପ୍ରମୋଦ ନିଜ ଗ୍ରାମରେ ଥିବା କଠୋଘର ବାରଣ୍ଡାରେ ବସିଥିବା ସମୟରେ ସରପଞ୍ଚ ସେଇଠାକୁ ଆସି ଗାଳିଗୁରଜ କରିବା ସହ ପ୍ରମୋଦ ର ଘରକୁ ଡାକି ନେଇ ମାଡମାରିବା ସହ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ସେଠାରୁ ପଳେଇ ଯାଇଥିଲେ l ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଗ୍ରାମର କିଛି ଲୋକ ତାଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ପରେ କୋଦଳା ଥାନା ରେ ଏନେଇ ଏକ ଏତଲା ଦିୟାଯାଇଛି l ସେଇପଟେ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ଏହା ସଂପୂର୍ଣ୍ଣ ଭିତିହୀନ ଏ ନେଇ ସରପଞ୍ଚ ମଧ୍ୟ ଥାନାରେ ଏତଲା ଦେଇଥିବା କହିଛନ୍ତି l ସେଇପଟେ ଗ୍ରାମର ଲୋକ ସରପଞ୍ଚ ଙ୍କ ଏଇପରୀ ଗୁଣ୍ଡା ରାଜ କୁ ତିବ୍ର ନିନ୍ଦା କରିଛନ୍ତି ।

ଗୁଣପୁର ପୌର ପରିଷଦ ରେ ବିକାଶ ର ଯୁଗ ଆସିଛି …!

!!! ଏଥର ସମ୍ଭାଳ ଚ୍ୟାନେଲ ମୁଖ୍ୟ ଶ୍ରୀ ଶକ୍ତି ଦାଶ !!! 

ଦୀର୍ଘ ଦିନ ଛକା ପଞ୍ଜ। ପରେ ଗୁଣପୁର ପୌରପରିଷଦ ରେ ସତ୍ତା ବଦଳିଛି ଓ ଅଧିକାରୀ ବଦଳିଛନ୍ତି । କାର୍ଯ୍ୟଳୟ ଭିତରେ ଅନେକ ଜିନିଷ ବଦଳିଛି ଅନେକ କର୍ମୀ, ଅନେକ କାର୍ଯ୍ୟ କରୁଥିବା ପରିଚାଳନା କରୁଥିବା ଏଜେନ୍ସି ମଧ୍ୟ ବଦଳିଛି । ପୌରପରିଷଦ ରେ ନବ ନିର୍ମାଣ ର ଯୁଗ ଆସିଛି ନିଶ୍ଚିତ ରୂପେ ଗୁଣପୁର ପୌରପରିଷଦ ରେ ବିକାଶ ର ଧାରା ପ୍ରବାହିତ ହେଉଛି …!

  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ଓ କାର୍ଯ୍ୟକାରୀ ହୋଇ ପରିଚାଳନା ଅଭାବରୁ ଶୌଚାଳୟ ଏବଂ ସେହି ଚାରି ପାଖରେ ନର୍ଦ୍ଦମା କୁଣ୍ଣ ହୋଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦୀର୍ଘ ବର୍ଷ ହେବ ମଶା ଧୂପ ମାରିବା ଯନ୍ତ୍ର କାର୍ଯ୍ୟକାରୀ ହେବା କିମ୍ବା ମଶା ଧୂପ ମାରିବା କୌଣସି ସାଧାରଣ ବ୍ୟକ୍ତି ଜାଣି ପାରୁ ନାହାଁନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ବହୁ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପ ଓ ଟାଉନ ହଲ ପରିଚାଳନା ଅଭାବରୁ ଭଙ୍ଗା ଦଦରା ହୋଇ ପଡ଼ିଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପିଇବା ପାଣି ପାଇପ ଯୋଗୁଁ ପ୍ରତ୍ୟେକ ସାହିରେ ଗର୍ଭ ଓ କୁତ୍ରିମ ନର୍ଦ୍ଦମ ସୃଷ୍ଟି ହେଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଗତ ବର୍ଷ ବର୍ଷା ପୂର୍ବରୁ ଏନ ଜି ଟି ଉପରେ ଦୋଷ ଢାଳି ଡ୍ରେନେଜ ଵ୍ୟଵସ୍ଥା କୁ ସୁଧାର କରି ନପାରି ବର୍ଷା ଜଳରେ ସହର ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି କରାଯାଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସହରକୁ ସପ୍ଲାଇ ହେଉଥିବା ପିଇବା ପାଣି ଯେଉଁ ନଦୀ ଗର୍ଭ ରୁ ଆସୁଛି ସେଠାରେ ସହରର ଡ୍ରେନେଜ ଡ଼ମ୍ପିଙ୍ଗ ହେଉଛି ଏବଂ ସମସ୍ତ ସଂପର୍କୀତ ବିଭାଗ ପୌର ପରିଷଦ କୁ ପଦକ୍ଷେପ ନେବା ନିମନ୍ତେ କହିବା ପରେ ମଧ୍ୟ କିଛି ପଦକ୍ଷେପ ନ ନେଇ ସେହି ଦୂଷିତ ପାଣି ପିଇବା ନିମନ୍ତେ ସହରବାସୀଙ୍କୁ ଦିଆଯାଉଛି ।
  • ପୌରପରିଷଦ ମଧ୍ୟରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଖାଲି ଥିବା ଅନେକ ଖାଲି ସ୍ଥାନକୁ ଭୂମି ମାଫିଆ ମାନେ ଅକ୍ତିଆର କରି ନିଜ ବ୍ୟକ୍ତିଗତ ସେଡ଼,ଦୋକାନ, ପାର୍କିଂ ସ୍ଥ।ନ ଇତ୍ୟାଦି କରି ମାଲାମାଲ ହେଉଛନ୍ତି କତ୍ତୃପକ୍ଷ କିନ୍ତୁ ନୀରବ ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିନା ଟାଉନ ପ୍ଲାନ ରେ ଅନେକ ପ୍ଲଟ ବିକ୍ରି ହେଉଛି ଅନେକ ସାହି ଅନେକ ସୌଧ ନିର୍ମାଣ ହେଉଛି କାହାର ଡ୍ରେନ ନାହିଁ ତ କାହାର ସାହି ସଂକୀର୍ଣ୍ଣ କାହାର ଓସାର । ଟାଉନ ପ୍ଲାନ ରେ ଗଛ ଲଗାଇବା ନିୟମ ଚୁଲିକୁ ଯାଉ ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଓ ପୁରାତନ ବସଷ୍ଟାଣ୍ଡ ରେ ଲିଜ ରୁ ସବ ଲିଜ ଦେଇ ଅସାଧୁ ବ୍ୟବସାୟୀ ମାନେ ଅସାଧୁ ଉପାୟରେ ନିୟମ କୁ ଫାଙ୍କି ଦୋକାନ ଗୃହ ଗୁଡିକୁ ନିଜ ଇଚ୍ଛା ମୁତାବକ ଭାଙ୍ଗି ନିର୍ମାଣ କରି ଲାଭବାନ ହେଉଛନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୁରୁଣା ବସଷ୍ଟାଣ୍ଡ ରେ ଥିବା ମାର୍କେଟ କମ୍ପ୍ଲେକ୍ସର ଓପରକୁ ଉଠିବା ସିଡ଼ି କୁ ଭାଙ୍ଗି ଅଗ୍ନିଶମ ବିଭାଗର ସମସ୍ତ ନିୟମ କୁ ଜଳାଞ୍ଜଳି ଦେଇ ଦୋକାନ ଗୃହ କରାଯାଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଏଜେନ୍ସି କୁ ସହର ସଫେଇର ଟେଣ୍ଡେର ଦେଇ ୮୦ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କ ଅର୍ଥ ସରକାରଙ୍କ ଠାରୁ ଉଠାଇ ୬୦ ରୁ କମ କର୍ମଚାରୀ ରେ କାମ ଚଲାଉଛନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସାହି ମାନଙ୍କୁ ସଫେଇ ନିମନ୍ତେ ଅଲଗା କର୍ମଚାରୀ ଓ ବଡ଼ ଡ୍ରେନ ଗୁଡିକୁ ସଫା କରିବା ନିମନ୍ତେ ଅଲଗା ଏସ୍ଟିମେଟ କରି ବିଲ ଉଠାଯାଉଛି । ତଥାପି ସହର ସଫା ସୁତୁରା କେବଳ ଧର୍ମ କୁ ଆଖିଠାର ।
  • ପୌର ପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଭାବେ ଯୋଡ଼ି ହୋଇଥିବା ଅନେକ ସାହି କୁ ସଫେଇ କର୍ମଚାରୀ ମାନଙ୍କୁ ଏକ ମାସରେ କେବଳ ଥରେ ପଠାଯାଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମରାଠୀଗୁଡା ଓ ମେଟା କର୍ଣ୍ଣଗୁଡ଼ା ରେ ଅଦ୍ୟାବଧି ରାସ୍ତା,ପିଇବା ପାଣି, ସଠିକ ବିଦ୍ୟୁତ ଲାଇନ ଭଳି କୌଣସି ସୁବିଧା ପହଂଚି ପାରୁନି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ଅନେକ ଦୁର୍ନୀତି ( ଶିଶୁ ଉଦ୍ୟାନ, ସୋଡିଏମ ଲାଇଟ, ଦୋକାନ ଗୃହ ନିର୍ମାଣ ,ଦୋକାନ ଗୃହ ବଣ୍ଟନ) ର ହଟ ହଟା ତଥାପି ତଦନ୍ତ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ପାର୍କ ଏକ ସାଙ୍ଗରେ ନିର୍ମାଣ ହେଉଛି କିନ୍ତୁ ଦୀର୍ଘ ଦିନ ହେବ କାମ ସବୁ ଅସମ୍ପୂର୍ଣ୍ଣ ଲୋକଙ୍କ ପାର୍କ ପାଇବା ସ୍ୱପ୍ନ କେବଳ ପଦ୍ମ ଘୁଂଚି ଘୁଂଚି ଯାଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦିବ୍ୟାଙ୍ଗ ଭତ୍ତା, ବୃଦ୍ଧ ଭତ୍ତା, ଆବାସ ଯୋଜନା , ଅସହାୟ ଏବଂ ପରିତ୍ୟକ୍ତ ମହିଳା ଭତ୍ତା,ବିଧବା ଭତ୍ତା ଆଜି ମଧ୍ୟ ଯୋଗ୍ୟ ବ୍ୟକ୍ତି ନ ପାଇ କେବଳ ଖଣ୍ଡି ରାଜନେତା ଙ୍କ ଗୋଡାଣିଆ ଲୋକଙ୍କୁ ମିଳୁଥିବା ଅନେକ ଅଭିଯୋଗ ସହ ଗଣମାଧ୍ୟମ ମଧ୍ୟ ଚିତ୍କାର କରୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିଲ ହୁଡା ରୁ ଆରମ୍ଭ କରି ସମସ୍ତ ରାସ୍ତାରେ ନାମ ମାତ୍ରକୁ ଲାଇଟ ପୋଲ ଲାଇଟ ଲାଗିଛି ସେଗୁଡିକ ବାହାରି ଉପୁଡି ପଡିଲାଣି କିନ୍ତୁ କେବେ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଟିକସ ନୀତି ଆସିଛି , ସବୁଠୁ ପୁରୁଣା ପାରଳାଖେମୁଣ୍ଡି ରେ କିମ୍ବା ରାୟଗଡ଼ା ସହର ରେ ଏହି ନୀତି ନାମରେ ଜନସାଧାରଣ ଙ୍କ ନିକଟରୁ ଅତ୍ୟଧିକ ଟିକସ ଆଦାୟ କରାଯାଉନାହିଁ କିନ୍ତୁ ଗୁଣପୁର ରେ ସରଳ ଜନସାଧାରଣଙ୍କ ଲାଭ ଉଠାଇ ମାତ୍ରାଧିକ ଟିକସ ଆଦାୟ ହେଉଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନ୍ୟ କେଉଁ ସହରରେ ସ୍ୱଚ୍ଛତା ନାମରେ ଆଦାୟ ହେଉନଥିବାବେଳେ ମାସକୁ ୩୦ ଟଙ୍କା ସ୍ୱଚ୍ଛତା ନାମରେ ଲୋକଙ୍କୁ ଦେବାକୁ ପଡୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ଯୁବକଙ୍କ ସ୍ୱପ୍ନ ଜିମ ଟିଏ ହେବା । ପୂର୍ବ ସଂସଦ ଅନୁଦାନ ଦେବାପରେ ମଧ୍ୟ ଯୁବକଙ୍କ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସୂଚନା ଅଧିକାର ଆଇନ ମାଗିବା ସବୁଠୁ ବଡ଼ ଭୁଲ ହେବ କାରଣ ମାଗିଲେ ଭ୍ରମାତ୍ମକ ତଥ୍ୟ ମିଳିବ ନଚେତ ଧମକ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସଫେଇ ଅଧିକାରୀ ପରିବର୍ତ୍ତନ ହୋଇଛନ୍ତି ବହୁ ମାତ୍ରାରେ ବ୍ଲିକିଙ୍ଗ, ଫିନାଇଲ ଆସୁଛି ଏଭଳିକି ଏଗୁଡ଼ିକୁ ରଖିବାକୁ ଷ୍ଟୋର ରୁମ ମଧ୍ୟ ନିର୍ମାଣ ହେଉଛି କିନ୍ତୁ କେଉଁ ଡ୍ରେନ କିମ୍ବା ରାସ୍ତା ରେ ପକାଯିବାର ଦେଖଯାଉ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ କତ୍ତୃପକ୍ଷ ଙ୍କ ବିସ୍ତୃତ ଯୋଜନା ଯୋଗୁଁ ରାସ୍ତାରେ ବୁଲିବା ଗାଈ -ଗୋରୁ ଙ୍କ ଯୋଗୁଁ ଅନେକ ଦୁର୍ଘଟଣା ହେଉଛି ଗୋ -ସମ୍ପଦ ମଧ୍ୟ କ୍ଷତି ହେଉଛି । ବୁଲା ଗାଈ ଙ୍କୁ କାଞ୍ଜିଆହୋଦା ରେ ରଖିବା ଓ ବୁଲା କୁକୁରଙ୍କ ବ୍ୟବସ୍ଥା କଥା ସବୁ ଚୁଲିକୁ ଯାଉ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମୃତ ପ୍ରମାଣ ପତ୍ର,ଜନ୍ମ ପ୍ରମାଣ ପତ୍ର, ପ୍ଲାନ ଏପୃଭଲ, ବିବାହ ପ୍ରମାଣ ପତ୍ର କେବଳ ବରିଷ୍ଠ ଅଧିକାରୀ କିମ୍ବା କିଛି ରାଜନେତାଙ୍କ ହସ୍ତକ୍ଷେପ ପରେ ମିଳୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଚାହା ଦୋକାନ ଠାରୁ ଅଧିକା ରାସ୍ତା କଡରେ ଚିକେନ ଦୋକାନ ବୁଲା କୁକୁରଙ୍କୁ ଖୋରାକ ଯୋଗାଉଛି ।
    ଗୁଣପୁର ପୌରପରିଷଦ ର ପ୍ରଚଳିତ ବିକାଶ ଧାରା ରୁ କିଛି ସଂଗୃହୀତ ତଥ୍ୟ । ଏଥିରେ ଆପଣ ମଧ୍ୟ ନିଜ ଅନୁଭୂତିରୁ କିଛି ଯୋଡି ପାରିବେ । ଏହା କେବଳ ଆପଣଙ୍କ ଅବଗତି ନିମନ୍ତେ ମୋର ଅନୁଭୂତି କଥନ । ଅନ୍ୟଥା ଦେହକୁ ନେବେ ନାହିଁ । 
ଲାଞ୍ଚ ନେବା ଘଟଣାକୁ ମିଛ କହିବା ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ନିଲମ୍ବିତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରଥମେ ଲାଞ୍ଚ ନେବା ଘଟଣାକୁ ସଫା ସଫା ମନା କରି ଦେଉଥିଲେ। ଏହା କେବେକାର ଘଟଣା ମନେ ପଡ଼ୁନି ବୋଲି କହିବା ସହ କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ ବୋଲି ବି କହିବାକୁ ପଛାଇ ନ ଥିଲେ। କିନ୍ତୁ କିଛି ବି ଚାଲ୍‌ କାମ ଦେଲାନି । ଶେଷରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରରୁ ନଂ ୪୧୯୨ ତା ୩୧/୦୮/୨୦୨୧ ରିଖରେ ଏକ ପତ୍ର ଜାରି ହୋଇଛି । ମଦ ଦୋକାନ କର୍ମଚାରୀଙ୍କଠାରୁ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଙ୍କ ଉପସ୍ଥିତିରେ ଲାଞ୍ଚ ନେଉଥିବାର ଭିଡିଓ ପ୍ରାୟ ୧୫ ଦିନ ପୂର୍ବେ ଖୁବ୍‌ ଭାଇରାଲ ହୋଇଥିଲା। ଏହା ଗତ ଏପ୍ରିଲ ମାସର ଘଟଣା ହୋଇଥିବା ବେଳେ ଗତ ୧୫ ଦିନ ପୂର୍ବେ ଏହା ସୋସିଆଲ ମିଡିଆରେ ଘୁରି ବୁଲିଲା। ହେଲେ ଭିଡିଓ ଭାଇରାଲ ହେବା ପରେ ଏଥିରେ ନିଜ ସମ୍ପୃକ୍ତିକୁ ସଫା ସଫା ମନା କରି ଦେଇଥିବା ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଶେଷରେ ନିଲମ୍ବିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନଷ୍ଟେବଲ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩ ତାରିଖରେ ଗୁଣପୁରକୁ ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ। ସେଠାରେ କୌଣସି ମଦ ଦୋକାନର କର୍ମଚାରୀଙ୍କ ସହ ଟଙ୍କା କାରବାରକୁ ନେଇ ହୋଇଥିବା ସେମାନଙ୍କ କଥାବାର୍ତ୍ତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଥିଲା। ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ ବହୁତ କମ୍‌ ହୋଇଗଲା । ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି’ ବୋଲି ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଥିଲା। ତେବେ ଉଭୟ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଏବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସେମାନଙ୍କୁ ଫସା ଯାଉଥିବା କୁହାଯାଉଛି । ଘଟଣାର ପ୍ରାଥମିକ ତଦନ୍ତ ପରେ ଭିଡ଼ିଓରେ ଦେଖା ଯାଉଥିବା ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ ପାଇଁ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ସଂପୃକ୍ତ ରହିଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଜଣାପଡିଛି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଯେଉଁ ମାନେ ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପ୍ରତିଶୃତି ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ଜଣେ ଅବକାରୀ କନଷ୍ଟେବଲ ନିଲମ୍ବିତ ହୋଇଥିବା ବେଳେ ଏବେ ଅବକାରୀ ଅଧୀକ୍ଷକଙ୍କ ପାଳି ପଡ଼ିଲା। ଲାଞ୍ଚ ନେବା ବ୍ୟକ୍ତି ଯେତିକି ପରିମାଣରେ ଦୋଷୀ ଲାଞ୍ଚ ଦେବା ବ୍ୟକ୍ତି ସେତିକି ପରିମାଣରେ ଦୋଷୀ ବୋଲି ଏକ ଖବରକାଗଜ ରେ ପ୍ରକାଶ ପାଇଥିବା ସମ୍ବାଦକୁ ନେଇ ବର୍ତ୍ତମାନ ଜନସାଧରଣ ରେ ତର୍ଜମା ଚାଲିଛି । ଦେଖିବାକୁ ରହିଲା ଏବେ ପୁଣି କାହା ପାଳି ପଡୁଛି ।

ଆଜିଠୁ ସିନେମା ହଲ୍‌ ହେବ ହାଉସ ଫୁଲ୍‌……!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସିନେମା ହଲ ମାଲିକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି କଟକଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଛନ୍ତି । ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ । ସେହିପରି ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ  କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ  ।  ମାସ୍କ ପରିଧାନକୁ କିନ୍ତୁ କଡାକଡି ଭାବେ ପାଳନ କରିବେ ଦର୍ଶକ । କୋଭିଡ ନିୟମ ପାଳନ ଦାୟିତ୍ୱ  ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ । ସୂଚନାଯୋଗ୍ୟ, ଆଜିଠୁ ଲାଗୁ ହେଉଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ।  ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ । ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ । ତେବେ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ । ବିବାହ, ବ୍ରତ ଓ ଶୁଦ୍ଧି ଘର ଉପରେ ଥିବା କଟକଣାକୁ ବି କୋହଳ କରାଯାଇଛି । ଏସବୁ କାର୍ଯ୍ୟରେ ଏବେ ୨୫୦ ଜଣ ସାମିଲ ହୋଇପାରିବେ । ତେବେ ବିବାହ ଶୋଭାଯାତ୍ରାରେ ବାଜା, ଲାଇଟ୍,ସାଉଣ୍ଡ ଓ ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଯାଇପାରିବେ । ଏଥିପାଇଁ ଅଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡିବ । ପ୍ରେକ୍ଷାଳୟ ଓ  ଅଡିଟୋରିୟମରେ କୋଭିଡ ଗାଇଡଡଲାଇନ୍‌ ଅନୁସାରେ ମିଟିଂର ଆୟୋଜନ କରାଯାଇପାରିବ । ମୁ୍ୟଜିୟମ ଓ ପାଠାଗାର କୋଭିଡ଼ ନିୟମ ମାନି ଖୋଲାଯିବ  ।

୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ।  କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏନେଇ SOP ମଧ୍ୟ ଜାରି ହୋଇଛି। ସେପ୍ଟେମ୍ବର ୫ ତାରିଖରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି।  ଆବଶ୍ୟକସ୍ଥଳେ କ୍ଲାସରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷା ଦାନ କରାଇବାକୁ ଏସଓପିରେ ଉଲ୍ଲେଖ ରହିଛି। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ  ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ  ରହିଥିଲା। ଦିଲ୍ଲୀ ସରକାରଙ୍କ ସମେତ କେତେକ ରାଜ୍ୟ ସରକାର  ସ୍କୁଲ ଖୋଲିବାକୁ ଅନୁମତି ଦେଇଥିବାବେଳେ ଓଡ଼ିଶାରେ ସ୍କୁଲ ପାଠପଢ଼ା କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ କିଛି ଦିନ ତଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍ପଷ୍ଟ କରିଥିଲେ। ସେ କହିଥିଲେ, ତୃତୀୟ ଲହର ପାଇଁ ସମସ୍ତେ ଆଶଙ୍କାରେ ରହିଛନ୍ତି। ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ଏପର୍ଯ୍ୟନ୍ତ ସମ୍ଭବପର ହୋଇନି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ମହଙ୍ଗା ଛାଟ, ୧୫ ଦିନରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମାସର ପ୍ରଥମ ଦିନରେ ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ଛାଟ। ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର। ଅଣ ସବ୍‌ସିଡି ଯୁକ୍ତ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ତର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା। ଗଲା ୧୫ ଦିନ ମଧ୍ୟରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି। ସେହିପରି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ସିଲିଣ୍ଡର ପିଛା ୧୯ ଟଙ୍କା ଯାଏ ଦାମ୍‌ ବଢ଼ିଛି। ସୂଚନା ମୁତାବକ, ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରନ୍ତି। ୨୦୨୧ ବର୍ଷ ଆରମ୍ଭରେ ଅର୍ଥାତ୍‌ ଜାନୁଆରୀ ମାସରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ଥିଲା, ଏହା ବର୍ତ୍ତମାନ ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ଟିକସ ରହିଛି , ଯେଉଁ କାରଣରୁ ଏହାର ମୂଲ୍ୟରେ ଅପ୍-ଡାଉନ୍ ହେଉଛି। ଗତ ୯ ମାସ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୧୯୦ ଟଙ୍କା ୫୦ ଯାଏଁ ବୃଦ୍ଧି କରାଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ଟି ଘରୋଇ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ଯଦି ଜଣେ ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଉଛନ୍ତି, ତେବେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିବ।

କଂଗ୍ରେସର ‘ତାଳିପକା’ ଫର୍ମୂଲା, ସଂଗଠନରେ ସାଜିଛି ବାଧକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ଏବେ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ‘ତାଳିପକା’ ଫର୍ମୂଲା ଆପଣାଇ ପଂଚାୟତ ଓ ପୌର ନିର୍ବାଚନ  ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଳୀୟ ସଂଗଠନରେ ଫାଟ ଜଳଜଳ ଦିଶୁଥିଲେ ବି କଂଗ୍ରେସ ନେତୃତ୍ୱ କେବଳ ‘ତାଳିପକା’ରେ ରହିଛନ୍ତି। ଯେଉଁଥିପାଇଁ ସଂଗଠନ ଏବେ ଅଧିକ ତଳିତଳାନ୍ତ ହେବାରେ ଲାଗିଛି। ଏହାସହିତ ବିଜେଡିର ଇସାରାରେ କଂଗ୍ରେସ କ’ଣ ସତରେ କାମ କରୁଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି। କଂଗ୍ରେସ ଭବନରେ ଆୟୋଜିତ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ପିସିସି ପର୍ଯ୍ୟବେକ୍ଷକ ଓ ପ୍ରଦେଶ କଂଗ୍ରେସ ସାମୁଖ୍ୟ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ। ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ନେତାମାନଙ୍କୁ ଗୁରୁମନ୍ତ୍ର ଦେଇ କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର କହିଥିଲେ ଯେ, ତୃଣମୂଳସ୍ତରରେ ଦୁର୍ନୀତିକୁ ପଦାକୁ ଆଣିବାକୁ ହେଲେ ପଂଚାୟତକୁ ଯିବାକୁ ପଡ଼ିବ। ଲୋକମାନଙ୍କ ସହ ମିଶି କାମ କରିବାକୁ ହେବ। ଦଳୀୟ ଶୃଙ୍ଖଳା ଅତି ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯିବ । ଯିଏ ଯେକୌଣସି ପଦପଦବୀରେ ଥାଆନ୍ତୁ ନା କାହିଁକି ଦଳୀୟ ବିଶୃଙ୍ଖଳା ଓ ଅମାନ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀ ଓ ନେତୃବର୍ଗଙ୍କ ପାଇଁ କଂଗ୍ରେସର ସ୍ଥାନ ନାହିଁ। ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଳାର ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ। ଖୁବଶୀଘ୍ର ପିସିସି ଗଠନ କରାଯିବ। ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ କଂଗ୍ରେସରେ ଗୋଷ୍ଠୀକନ୍ଦଳ ନାହିଁ । କଂଗ୍ରେସ ଦଳ ଏକ ହୋଇ ପଂଚାୟତ ନିର୍ବାଚନ ଲଢ଼ିବ। ତାରାପ୍ରସାଦ ବାହିନୀପତିଙ୍କ ସହ ବିବାଦର ସମାଧାନ ହୋଇଛି। ପଂଚାୟତ ନିର୍ବାଚନରେ ଦଳ କିପରି ବାଜିମାତ କରିବ ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ । କଂଗ୍ରେସ ନେତୃବର୍ଗ ଯଥା ରାଜ୍ୟ-ଜିଲ୍ଲା-ବ୍ଲକ ବା ପଂଚାୟତ ସ୍ତରରେ ଯଦି ନିଜ ଭିତରେ ଏକତ୍ର ଭାବ ଓ ନିଷ୍ଠା ନରହିବା ଯାଏ ଦଳ ଶକ୍ତିଶାଳୀ ହୋଇପାରିବ ନାହିଁ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ଯଜେ୍ଞଶ୍ୱର ବାବୁ ପ୍ରମୁଖ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସଂଗଠନକୁ ତୃଣମୂଳସ୍ତରରେ ଲୋକଙ୍କ ସହ ରଖିବା ପାଇଁ ଲୋକଙ୍କ ସ୍ୱାର୍ଥଜଡ଼ିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ଦଳୀୟ ଶୃଙ୍ଖଳା ଓ ଏକଜୁଟତା ଉପରେ ଗୁରୁତ୍ୱ ଦେଇ ଦଳରେ କନ୍ଦଳ ନଥିବା କଥା କହୁଥିବାବେଳେ ପୁଣିଥରେ କୋରାପୁଟ ଜିଲ୍ଲା ସଂଗଠନକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ବିଧାୟକ କୈଳାସ କୁଲେସିକା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଗଣମାଧ୍ୟମରେ ଶ୍ରୀ କୁଲେସିକା ନିଜର ଅସନ୍ତୋଷ ଜାହିର କରି ତାରା ଜିଲ୍ଲାରେ ବିଜେଡି ପାଇଁ କାମ କରନ୍ତି ବୋଲି ଅଭିଯୋଗ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯଦି ଭୁଲ୍ କରି କ୍ଷମା ମାଗିଦେଲେ ସବୁକିଛି କରିହେଉଛି, ତା’ହେଲେ ସିଏ ବି ଭୁଲ୍ କରି କ୍ଷମା ମାଗିଦେବେ ବୋଲି କହିବାକୁ ପଛାଇ ନଥିଲେ। ଏହାସହିତ ସେ ତାରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କର ବୟାନରୁ ଲାଗୁଥିଲା ଯେ, କୋରାପୁଟରେ କଂଗ୍ରେସ ସଂଗଠନରେ ଫାଟ ସେମିତି ଜଳଜଳ ହୋଇ ରହିଛି। ସେହିପରି ପୂର୍ବରୁ ତାରା ମଧ୍ୟ ଅନୁରୂପ ଅଭିଯୋଗ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ଆଣିଥିଲେ। ତେଣୁ ଦଳୀୟ ନେତାମାନଙ୍କର ଏଭଳି ଅଭିଯୋଗ ହିଁ କେଉଁଠି ନା କେଉଁଠି କଂଗ୍ରେସର କିଛି ନେତା ବିଜେଡିର ଇସାରାରେ କାର୍ଯ୍ୟ କରୁଥିବା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

‘ତାରା ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହୁଁଛନ୍ତି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- “ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହାଁଛନ୍ତି। ସେଥିପାଇଁ ସେ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରୁଛନ୍ତି। ଆଉ କଂଗ୍ରେସରେ ରହି ବିଜେଡି ପାଇଁ ସେ ଓ ତାଙ୍କ ପତ୍ନୀ କାମ କରୁଛନ୍ତି” ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ କଲେସିକା। କୈଳାସ କଲେସିକା କହିଛନ୍ତି-“ଯେଉଁମାନେ କଂଗ୍ରେସରେ ରହି ବିଜେଡିର କାମ କରିଛନ୍ତି, ସେଥିରେ କୋରାପୁଟ ଜିଲ୍ଲା ସଭାପତି ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ହାତ ରହିଛି। ଏ ନେଇ ମୁଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଥିଲି। ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ପରବର୍ତ୍ତୀ ସମୟରେ ମୋତେ ବୁଝାଇ ଦିଆଗଲା। ଆଉ କୁହାଗଲା, ଦଳରେ ରହି କାମ କରନ୍ତୁ।” କୁଲେସିକା ଆହୁରି କହିଛନ୍ତି- “ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାରା ହେଉଛନ୍ତି ବିଜେଡିର ଭିତିରିଆ କର୍ମୀ। ବିଜେଡି ସଲାସୁତୁରାରେ ରହି କଂଗ୍ରେସ ନେତାଙ୍କୁ ହରାଇ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହୁଁଛନ୍ତି। ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରନ୍ତି। କିଏ ସମର୍ଥନ କରୁ ବା ନକରୁ ଏବେ ମୁଁ କଂଗ୍ରେସ ପାଇଁ କାମ କରିବି। ୨୦୦୯ ମସିହାରୁ ତାଙ୍କ(ତାରା) ପତ୍ନୀ ଜିଲ୍ଲା ସଭାପତି ହୋଇଛନ୍ତି। ହେଲେ ଥରୁଟିଏ ବି ମୋ’ ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବାକୁ ଆସିନାହାନ୍ତି। କେବଳ ସେ କୋରାପୁଟରେ ଚେୟାରରେ ବସନ୍ତି ଓ ଜୟପୁରରେ କାମ କରନ୍ତି। ସେ କେବେବି ମୋତେ ସହଯୋଗ କରିବେ ନାହିଁ, ଏକଥା ମୁଁ ଭଲଭାବେ ଜାଣିଛି।” ତାରା ବାହିନୀପତିଙ୍କ ମନ୍ତବ୍ୟକୁ କୁଲେସିକା କହିଛନ୍ତି-“ଜିଲ୍ଲା ସଭାପତି ଚାହିଁଥିଲେ ୨୦୧୯ ମସିହାରେ ବିବାଦର ସମାଧାନ କରିପାରି ଥାଆନ୍ତେ। ଏବେ କିନ୍ତୁ ସମୟ ଗଡ଼ି ଯାଇଛି। ଏବେ ଯଦି ତାରା କହୁଛନ୍ତି ମିଳିମିଶି କାମ କରିବେ, ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କଥା। କିନ୍ତୁ ସେ ବିଶ୍ୱାସ ମୋର ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲ୍ଲା ସଭାପତିଙ୍କୁ ହଟା ଯାଉ। ନହେଲେ ଦଳ ଭାଗ ଭାଗ ହୋଇଯିବ। କାରଣ ସେ (ଜିଲ୍ଲା ସଭାପତି) କେବଳ ଦଳକୁ ଭାଗ ଭାଗ କରୁଛନ୍ତି। ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ।” ପିସିସି ସଭାପତିଙ୍କୁ ବାହିନୀପତି ଦମ୍ପତି ସମାଲୋଚନା କରିବା ନେଇ ଶ୍ରୀ କୁଲେସିକା କହିଛନ୍ତି-“ମିଡିଆରୁ ଶୁଣିବାକୁ ପାଇଛି ସେ(ତାରା) କୁଆଡ଼େ ପିସିସିଙ୍କୁ କ୍ଷମା ମାଗିଛନ୍ତି। ଯଦି ଜଣେ ଭୁଲ୍‌ କରି କ୍ଷମା ମାଗିଦେବ ଓ ତାଙ୍କୁ କ୍ଷମା କରିଦିଆଯିବ, ତାହାହେଲେ ମୁଁ ମଧ୍ୟ ଭୁଲ୍‌ କରି କ୍ଷମା ମାଗିଦେବି। ଏବେବି ମୁଁ ଦାବି କରୁଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।”