ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ମହାନଗର ୱର୍ଡ ନମ୍ବର ୫ ତୁଳସୀ ନଗର ଅଷ୍ଟମ ଲାଇନ, ରେ ଅବସ୍ତିତ ଶିଶୁ ପାର୍କ ଠାରେ ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଶ୍ରୀ ଚନ୍ଦ୍ର ଶେଖର ସାହୁ, ସନ୍ନମାନିୟ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଅତିଥି ବ୍ରହ୍ମପୁର ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ର ଗଞ୍ଜାମ ଜିଲ୍ଲା ସଭାପତି ଡାଃ. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଏକ୍ସ ବିଡିଏ ଚେୟାରମ୍ୟାନ ତଥା ଜୀବନ ବିଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣା, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ଉପ ସଭାପତି ଶ୍ରୀ ସଂଜିତ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଶ୍ରୀ ଜଗନ୍ନାଥ ସାବତ, ୱର୍ଡ ନଂ – ୫ ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ, ବିଜୁ ଯୁବ ଜନତା ଦଳ ର ମହାନଗର ସଭାପତି ଶ୍ରୀ ଅଜିତ ପଣ୍ଡା, ବିନୁ ଯୁବ ଜନତା ଦଳ ର ୱର୍ଡ ସଭାପତି ଶ୍ରୀ ମୋନଜ ସାହୁ ବିଶିଷ୍ଟ ସମାଜ ଶ୍ରୀ ସୁଳପାଣି ଶତପଥୀ, ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ର କର୍ମକର୍ତା ଡିରେକ୍ଟର ଶ୍ରୀମତୀ ସୁନିତା ରାଉତ, ଡିରେକ୍ଟର ଶ୍ରୀ ଧନେଶ୍ୱର ନାୟକ, ସଭାପତି ଶ୍ରୀ ରବୀନ୍ଦ୍ର ପଣ୍ଡା, ଉପସଭାପତି ଡାଃ. ସମୀର ନାୟକ, ସେକ୍ରେଟାରୀ ଏସ୍.ନାଗେଶ୍ୱର ପୃଷ୍ଟି, ପ୍ରୋଗ୍ରାମ ଅଫିସର ଏ.କେ ଜିଲାନି, ଆଡଭାଇଜର ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ, କୋଡିନେଟର ଶ୍ରୀ ସୁଶାନ୍ତ ପାଢ଼ୀ, ଆର୍ଯ୍ୟ ଭଟ୍ଟା ଫୋୖଡେସନ ର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସାହି ବାସିନ୍ଦା ଶ୍ରୀ ସମୀକ ସାହୁ , ବିଜ୍ଞାନ ଶିଷଙ୍କ ଶ୍ରୀ ଦୁତିକୃଷ୍ଣ ଲେଙ୍କା ଆଶୁତୋଷ ନାୟକ, ସାଇସୁଆନୀ, ପ୍ରମୁଖ ଉପସ୍ଥିତ ରହି ଅଁଳା, ମନ୍ଦାର, ଛଚିନା, ଗଙ୍ଗଶିଉଳି, ନିମ୍ବ, ତୁଳସୀ ବିଭିନ୍ନ ପ୍ରକାର ୫୦ ଟି ଗଛ ରପଣ କଲେ । ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁରହିବ ସଭାପତି ମତ ପ୍ରକାଶ କରିଛନ୍ତି । ଶେଷରେ ଅଂଚଳ ବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଗଲା।

ଜନସେବା ଆମର ପ୍ରଥମ ପ୍ରାଥମିକତା – ଚିନ୍ମୟ କୁମାର ପଣ୍ଡା…।

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର) –ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ପ୍ରସ୍ତାବ କ୍ରମେ ପି.ଏମ୍ କେୟାର ଫଣ୍ଡ – ଷ୍ଟେଟ ସି.ଏସ୍.ଆର୍ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ ଚାଲିଛି ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ କାର୍ଯ୍ୟ ର ତଦାରଖ କରିଥିଲେ ।ପ୍ଲାଣ୍ଟ ର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏହା ଅତି ଶୀଘ୍ର ସମ୍ପୂର୍ଣ କରାଯିବ ବୋଲି ପି.ଡବ୍ଲ୍ୟୁ.ଡି ର ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମେହେର, ଶ୍ରୀଯୁକ୍ତ ରାଜେନ୍ଦ୍ର କିଷାନ ମତବ୍ୟକ୍ତ କହିଛନ୍ତି ।

ଏ ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ତହସିଲ ସାହୁ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧି ଦଳରେ ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଉପସଭାପତି ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ତାହାର ସମାଧାନ ହେଇପାରିବ ସେ ହିସାବରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି।

ଦିନରେ ଆଲୁଅ ରାତିରେ ଅନ୍ଧାର …!

!!! ବରଗଡରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର କଥା କହିଲେ ନ ସରେ। ଏ ଅଞ୍ଚଳ ରେ ହାଇମାକ୍ସ ଲାଇଟ୍ ଦିନରେ ଜଳେ ଏବଂ ସଂଧ୍ୟା ହେଲେ ଲିଭିଯାଏ । ରାତ୍ରି ସାରା ପଦ୍ମପୁର ସ୍ଥିତ ଶାନ୍ତି ନଗର ପଡା ଅନ୍ଧାର ରେ ରହେ । ଦିର୍ଘ ୫ଦିନ ହେଲା ଏ ଭଳି ଅନ୍ଧକାରମୟ ରେ ଶାନ୍ତି ନଗର ବାସିନ୍ଦା ଙ୍କୁ ରଖିବାର ମାନେ କ’ଣ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଣ ସୃଷ୍ଟି ହେଉଛି।

କାରଣ ସହର ରେ ବୁଲା କୁକୁର,ଷଣ୍ଢ ଙ୍କ ପ୍ରାଦୃଭାବ ହେତୁ ପଡାରେ ବସବାସ କରୁଥିବା ଲୋକେ ନାହିଁ ନଥିବା ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛନ୍ତି। ଏହାକୁ ବିଚାର କୁ ନେଇ ଅତିଶିଘ୍ର ଏହାର ପ୍ରତିକାର ଦିଗରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ନଗର ବାସିନ୍ଦା ଦାବୀ କରନ୍ତି।

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ୱଚ୍ଛତା ଅଭିଯାନ ର ବିକଳ ଚିତ୍ର…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ସ୍ଥାନୀୟ ପୋଷ୍ଟ ଅଫିସ ନିକଟସ୍ଥ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପାଚେରି କୁ ଲାଗି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗତବର୍ଷ ନିର୍ମିତ ହୋଇଥିବା ଅଳିଆ ଆବର୍ଜ୍ଜନା ଜମାଗୃହ ର ଏହା ହେଉଛି ଅସଲ ଚିତ୍ର। ଦୁଇ କୋଠରୀ ର କବାଟ କେବେ ଠାରୁ ଅଦୃଶ୍ୟ ହୋଇ ମୁକୁଳା ହୋଇ ପଡ଼ିରହିଛି। ଅଳିଆ ସବୁ ରାସ୍ତା ରେ ବିଛେଇ ହୋଇ ପଡ଼ି ପରିବେଶ କୁ ଦୂଷିତ କରି ଆସୁଛି ।

ଗୋଟିଏ ଶିକ୍ଷା ଅନୁଷ୍ଠାନ କୁ ଲାଗି ଏପରି ପ୍ରକଳ୍ପ ନିର୍ମାଣ ସ୍ଥାନୀୟ ପ୍ରଶାସନ ର ଦୂରଦୃଷ୍ଟି ର ଅଭାବ କୁ ସୂଚିତ କରୁଛି। ଦ୍ୱିତୀୟ ରେ ସରକାରୀ କା ମାଲ୍ ଦରିଆ ମେ ଡାଲ୍ ନୀତି ରେ ପରିଷଦ ର ନିର୍ବାହୀ ଅଧିକାରୀ ଆଖିବୁଜି ଦେଇଥିବା ପରି ମନେ ହୁଏ। ଏ କଣ ହେଉଛି ମୋ ସରକାର ୫-ଟି ଅଭିଯାନ ର ବାସ୍ତବତା….?

ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!!  ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପଦ୍ମପୁର) – କିଛିକିଛି ଛିଟାଛିଟା ବର୍ଷା ପରେ ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଅନାବନା ଘାସଲଟା ସହ ଅଇଳା ଆବର୍ଜନା ପାଇଁ ମଶା ସହ ଅନେକ ସଂକ୍ରମିତ ରୋଗ ହେବା ସ୍ୱାଭାବିକ ଅଟେ । ଏହାକୁ ଆଖି ଆଗରେ ରଖି ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ସମାରପାଲି ସ୍ଥିତ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅଭିଯାନ ର ଆୟୋଜନ କରାଯାଇଥିଲା।

ଆଗାମୀ ଦିନ ରେ ସମାରପାଲି ଗ୍ରାମକୁ ମେଲେରିଆ ମୁକ୍ତ କରିବା ଯୁବକ ସଂଘ ର ସମସ୍ତ ସଦସ୍ୟ ଙ୍କ ମୁଖ୍ୟ ଲକ୍ଷ୍ୟ । ଆଜିର ସଫେଇ କାର୍ଯ୍ୟକ୍ରମ ରେ ଗ୍ରାମର ସ୍କୁଲ ପରିସର, ପୋଖରୀ ହୁଡ଼ା ସମେତ ଗାଁ ର ମୁଖ୍ୟ ଦାଣ୍ଡର ଦୁଇପାର୍ଶ୍ୱ କୁ ସଫେଇ କରି ବେଶ ପ୍ରଶଂସା ର ପାତ୍ର ସୋଇପାରିଛନ୍ତି । ଗୋପବନ୍ଧୁ ଯୁବକ ସଂଘ ର ସଭାପତି କୁଶଲ ଚରଣ ସାହୁ ଙ୍କ ସମେତ ସଦସ୍ୟ- ରମାକାନ୍ତ ସାହୁ, ଲୋକେଶ ସାହୁ,ସଞ୍ଜିବ ସାହୁ, ବିକାଶ ସାହୁ ପ୍ରମୁଖ ସଫେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

ଅସହାୟ ଙ୍କୁ ମିଳୁନି ସହାୟତା ର ହାତ…ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ… !

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ) – ସରକାରଙ୍କ ଅନେକ ଯୋଜନା ଅସହାୟ ଙ୍କ ପାଇଁ ତଥାପି ପ୍ରଶାସନିକ ଅବହେଳା ପାଇଁ ପ୍ରକୃତ ହିତାଧିକାରୀ ବଞ୍ଚିତ ସରକାରୀ ଯୋଜନାର ଲାଭ ନେବାରୁ ।ହଁ ଆଜ୍ଞା ଏମିତି ଏକ ଘଟଣା ବରଗଡ ଜିଲ୍ଲା ଆମ୍ବଭୋନା ବ୍ଲକ ଅମ୍ବାଭୋନା ପଞ୍ଚାୟତ ଲୁଦୁପାଳି ଗ୍ରାମର ବିଦ୍ୟାଧର ପାତିକାର ଏବଂ ତାଙ୍କ ପରିବାର ର ଅନେକ ନିବେଦନ ପରେ ବି ଏଯାବତ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ମିଳିପାରିନି ଘର ଖଣ୍ଡିଏ । ଏପଟେ ରାଜ୍ୟ ସରକାର ମୋ ସରକାର ନା ରେ ବାହାବାହି ସାଉଁଟି ବାରେ ବ୍ୟସ୍ତ ….ଏଠି “ଯୋଗ୍ୟ ହିତାଧିକାରୀ ନ ହୋଇ ମଧ୍ୟ ଅନେକ ସରକାରୀ ଯୋଜନା ର ଫାଇଦା ଉଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ଅପେକ୍ଷା କରିଛି ଘର ଖଣ୍ଡିଏ ପାଇଁ”। ତାଙ୍କର ଅନେକ ଗୁହାରି ପରେ ବି ନିରବ ସାଜିଛି ଅମ୍ବାଭୋନା ବ୍ଲକ ପ୍ରଶାସନ । ଦେଖାଯାଉ କେବେ ଭାଙ୍ଗୁଛି ଅମ୍ବାଭୋନା ବ୍ଲକ ପ୍ରଶାସନର ନିଦ କେବେ ମିଳୁଛି ବିଦ୍ୟାଧର ଙ୍କୁ ସହାୟତା ର ହାତ !

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ ; ରାଜ୍ୟରେ ପୁଣି ଉପରମୁହାଁ ହେଲାଣି ଖାଇବା ତେଲ ଦର….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଅନୁଭୂତ ହୋଇଛି । ମହଙ୍ଗା ମାଡ ବଢି ଚାଲିଛି। ବିଗତ କିଛି ମାସ ମଧ୍ୟରେ ଅତ୍ୟାବଶକୀୟ ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଚିନ୍ତାଜନକ ହୋଇଛି । ସୋରିଷତେଲ, ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଦରରେ ଗତ ଦେଢ଼ ମାସ ପୂର୍ବରୁ କମିବା ଟ୍ରେଣ୍ଡ ଦେଖାଯାଇଥିଲା । ପୁଣି ଏହା ନିୟମିତ ବୃଦ୍ଧି ପାଉଛି,ଯାହା ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଖୁଚୁରା ବଜାରରେ ଗତ ଏକ ସପ୍ତାହ ମଧ୍ୟରେ ଲିଟର ପ୍ରତି ଏସବୁ ତେଲ ଲିଟର ପ୍ରତି ୩ରୁ ୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି ।ହୋଲସେଲ ମାର୍କେଟରେ ତେଲଦର ସ୍ଥିର ରହିଛି । ପାମୋଲିନ ତେଲ ଗତ କିଛି ଦିନ ତଳେ ଲିଟର ପ୍ରତି ୧୧୫ ଟଙ୍କାକୁ ଖସି ଆସିଥିଲା । ହେଲେ ୫-୬ଦିନ ଭିତରେ ଏହି ଦର ଲିଟରପ୍ରତି ୧୨୫ଟଙ୍କା ହେଲାଣି । ସୋରିଷତେଲ ଲିଟର ପ୍ରତି ୧୫୫ରୁ ୧୫୭ଟଙ୍କା ଥିଲା । ଏବେ ଏହା ୧୬୦ଟଙ୍କା ହୋଇଛି । ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୫୦ଟଙ୍କା ରହିଥିଲା ହେଲେ ଏବେ ଏହା ୧୫୫ଟଙ୍କା ହୋଇଯାଇଛି । ଗତ ୬ମାସ ରେ ଖାଇବା ତେଲ ଦର ବୃଦ୍ଧି ଚିନ୍ତାଜନକ ରହିଥିଲା । ଏପରିକି ଏହା ସର୍ବୋଚ୍ଚ ୨୦୦ଟଙ୍କା ଲିଟର ଛୁଇଁଥିଲା । ମାଲେସିଆରେ ବିଗତ ୬ମାସ ମଧ୍ୟରେ ପାମୋଲିନ ତେଲ ଉତ୍ପାଦନ କମିଥିବାରୁ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି । କଟକ ମାଲଗୋଦାମରେ ଦୈନିକ ପ୍ରାୟ ୫କୋଟିର ଖାଇବା ତେଲ କାରବାର ହୋଇଥାଏ । ଯାହା ଏବେ ୩୦ ପ୍ରତିଶତ କମିଥିବା କହନ୍ତି କଟକ ମାଲଗୋଦାମ ବ୍ୟବସାୟୀ ପ୍ରଫୁଲ୍ଲ ଛାଟୋଇ । ଡିଜେଲ ଦର ଅହେତୁକ ଭାବେ ବଢ଼ିଚାଲିବା ପରିବହନ ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇେଦଇଛି । ଲୋଡିଂ ଅନଲୋଡିଂରେ ନିୟୋଜିତ ଶ୍ରମିକଙ୍କ ମଜୁରି ମଧ୍ୟ ପୂର୍ବାପେକ୍ଷା ବଢ଼ିଛି । ନିକଟରେ କେନ୍ଦ୍ର ସରକାର ଆମଦାନୀ କର ୧୦ ପ୍ରତିଶତ କମାଇବା ପରେ ଦର କମିଥିଲା ।ଏବେ ଏକ ସପ୍ତାହ ଧରି ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି ।ବ୍ୟବସାୟୀଙ୍କ କହିବାନୁସାରେ, ତେଲଦର ବଢ଼ିବାର ଆମଦାନୀ ଉପରେ ପ୍ରଭାବ ରହିଛି । କରୋନା ପରଠାରୁ ମାଲଗୋଦାମ ବ୍ୟବସାୟ ୩୦ ପ୍ରତିଶତ ଖସିଆସିଛି ।

ରକ୍ତଦାନ ଶିବିର ଅନୁଷ୍ଠିତ…!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର) -ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ବରଗଡ ଯୁବ ଛାତ୍ର ଜନତା ଦଳ ଅନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ମାନ୍ୟବର ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ପିପିଲିପାଲି, ଟିକରାପଡା ବି.ବି.ସି କ୍ଲବରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ଯ ଓ ଓଡିଶା ମୋପରିବାର ର ସଦସ୍ୟ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ଵିନୀ ତ୍ରିପାଠୀ,ରାଜା ମେହେର ଯୋଗ ଦେଇଥିଲେ।

ଏହି ଶିବିର ରେ ବରଗଡ ରକ୍ତସଂଗ୍ରହ ଯାନ ଦ୍ଵାରା ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ବଳିଷ୍ଠ ଦୁର୍ଗା, କୈଲାଶ, ସାଗର,ଗୋପୀ,ସୀତୁନ, ଗୋବିନ୍ଦ,ସୁରେଶ, ଇଙ୍ଗ୍ୟେଶ ,ନାଗେଶ,ସୁରଜ,ବିକି, ଅମିତ ସମେତ ବିଜୁ ଯୁବ ଛାତ୍ର ଜନତା ଦଳ ର ସମସ୍ତ କର୍ମକର୍ତ୍ତା ଏବଂ ରକ୍ତ ଦାତା , ସହଯୋଗୀ ଶେଷ ରେ ଗୈାରହରି ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଥିଲେ।

ଟାଉନ କ୍ଲବ ଆନୁକୂଲ୍ୟ ରେ ସାମାଜିକ ବନିକରଣ ଉତ୍ସବ ପାଳନ ….!

!!! ବରଗଡ ଜିଲ୍ଲାର ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ପଦ୍ମପୁର) –ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସରଶ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଟାଉନ କ୍ଲବ ର ସଭାପତି ଶ୍ରୀ ଶିରିଷ ବହିଦାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ସଭାପତି ଶ୍ରୀ ଦ୍ଵାଦଶ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ, ଗୁରୁଜୀ ଚୈତନ୍ୟ ଭୋଇ, ଶିକ୍ଷା ବିକାଶ ସମିତି ର ପଶ୍ଚିମ ସଂଭାଗ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ସହ କ୍ଲବ ର ସମ୍ପାଦକ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ , ସଦସ୍ୟ ଅଶୋକ କୁମାର ମିଶ୍ର, ସୁନୀଲ ଅଗ୍ରୱାଲ ଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ରେ ଉପସ୍ଥିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତ୍ତା ରଖିଥିଲେ ।

କଳା ବେଜ ପିନ୍ଧି ଲେବ ଟେକ୍ନିସିଆନ ଙ୍କ ପ୍ରତିବାଧ ପରିଦର୍ଶନ….!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ସରକାର ଆମର ଦାବୀ ଦୀର୍ଘ ଦିନ ହେଲା କର୍ଣ୍ଣପାତ କରୁନଥିବାରୁ ଆମେ ଆଜି କାର୍ଯ୍ୟ କରିବା ସହିତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବାପାଇଁ ବାଧ୍ୟ ହୋଇଛୁ। ଆମ ର ମୁଖ୍ୟ ଦାବୀ ହେଲା କ୍ୟାଡର ରୁଲ ର ପରିବର୍ତ୍ତନ। କେନ୍ଦ୍ର ସରକାର,ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକନିସିଆନ ରୁ ଟେକନୋଲୋଜିଷ୍ଟ କୁ ପରିବର୍ତ୍ତନ, ଟେକ୍ନିକାଲ ଅଫିସର ଓ ଚିଫ୍ ଟେକ୍ନିକାଲ ଅଫିସର ପଦବୀ ପ୍ରତି ଜିଲ୍ଲା , ମେଡିକାଲ କଲେଜ ଓ ବ୍ଲଡ ବ୍ୟାଙ୍କ ରେ ସୃଷ୍ଟି କରିବା, ନୂଆ ଜିଲ୍ଲା ଓ ମେଡିକାଲ କଲେଜ ,ବ୍ଳଡ ବ୍ୟାଙ୍କ ମାନଙ୍କରେ ପ୍ରମୋସନାଲ ପଦବୀ ସୃଷ୍ଟି କରିବା,DMLT Council ରେ ପଞ୍ଜୀକୃତ ନ ହୋଇଥିବା ଟେକନିସିଆନ ମାନଙ୍କୁ କ୍ୟାଡାର ରୁ ବାଦ ଦେବା,କଣ୍ଟାକଚୁଆଲ ପିରିୟଡ଼ କୁ ପ୍ରମୋସନ କିମ୍ବା RACP/MACP ପାଇଁ ଗଣନା କରିବା ,ସମସ୍ତ ସିନିୟର୍ ଲାବୋରେଟୋରି ଟେକନିସିଆନମାନଙ୍କୁ ବାଧ୍ୟତାମୂଳକ blood component training ଦେବା ପାଇଁ ବ୍ୟବସ୍ଥା କରିବା, କୋଭିଡ ସମୟରେ ଆମେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନକରି ନୀରବ ପ୍ରତିବାଦ ଜାରି ରଖିବୁ। ସରକାର ଆମର ଦାବୀ ଗୁଡିକ ସହୃଦୟତାର ସହିତ ବିଚାରକୁ ନେବାପାଇଁ ଆମେ ଆଶାବାଦୀ ବୋଲି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରୁ ଟେକନିସିଆନ୍ ଅରୁଣ ପ୍ରସାଦ ଜେନା, ସଂଗ୍ରାମ କେଶରୀ ମହନ୍ତ,ସୁମିତ ସୁମନ ସିହ୍ନା,ସଞ୍ଜୟ ସାହୁ, ସୁବାଷ ଭୋଇ,ଜ୍ୟୋତି ନନ୍ଦ,ସୁପ୍ରଭା ପଣ୍ଡା,ହରିହର ଚାଲାନ ମନ୍ତବ୍ୟ ପ୍ରଦାନ କରିଛନ୍ତି।