ମୁଡ୍ ବଦଳିବା ସହିତ ତାରାଙ୍କ ମନ୍ତବ୍ୟ ବଦଳିଲା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ। ଶ୍ରୀ ବାହିନୀପତି କହିଛନ୍ତି, ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ଫୁଟ୍ରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି। ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସଂପର୍କରେ କିଛି ପତ୍ରପତ୍ରିକାରେ ବାହାରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନରସିଂହ ମିଶ୍ର ବିଜେଡି ସହିତ ସାଲିସ କରିଛନ୍ତି ବୋଲି ମୁଁ କହିଥିବା ନେଇ କିଛି ପତ୍ରପତ୍ରିକାରେ ବାହାରିଥିଲା। କିନ୍ତୁ ମୁଁ ଏମିତି କେବେ ବି କହିନି। ସେ ମୋ ପାଇଁ ଭଗବାନ ଭଳି। ସେ ଜଣେ ସ୍ୱାଭିମାନୀ ଲୋକ। ସେ କାହା ସହ ସଲାସୁତରା କରନ୍ତିନି। ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ। ସେଥିପାଇଁ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନିପତି। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ତାରା ମଧ୍ୟ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଥିଲେ।

୭୦ ବର୍ଷରେ ସୃଷ୍ଟି ଦେଶର ସଂପତି ଶାଗମାଛ ଦରରେ ବିକିଲେ ମୋଦି, ଶ୍ୱେତପତ୍ର ଦାବି କଲା କଂଗ୍ରେସ;ଆସେଟ୍ ମନିଟାଇଜେସନ ପଲିସି ନାମରେ ଦେଶର ସଂପତି ବିକ୍ରୀ ସର୍ବାଦୌ ନିନ୍ଦନୀୟ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୋଦି ସରକାରଙ୍କର ମିଛ ବିକ୍ରୀ ପରେ ଏବେ ଦେଶର ସଂପତି ବିକ୍ରୀ ପର୍ବ ଆରମ୍ଭ ହେଲା । ଦେଶର ବିକାଶ ନାଁରେ ଗୁଡ଼ାଏ ମିଛ କହି ବିଗତ ୭ବର୍ଷ ଭିତରେ କେବଳ ବିନାସର ପ୍ରକ୍ରିୟା ସୃଷ୍ଟି ହୋଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ମୁଖପାତ୍ର ରଜନୀ ମହାନ୍ତି ଓ ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କ ଆସେଟ ମନିଟାଇଜେସନ ପାଇପଲାଇନ ନାମରେ ରାଷ୍ଟ୍ରୀୟ ସଂପତି ବିକ୍ରୀକୁ କଡା ନିନ୍ଦା ଓ ସମାଲୋଚନା କରିଥିଲେ । ଏହି ଦୀର୍ଘ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସୃଷ୍ଟି କରିଥିବା ସଂପତି ବିକ୍ରୀ ପାଇଁ ମୋଦି ସରକାର ଆସେଟ ମନିଟାଇଜେସନ ପାଇପଲାଇନ ଘୋଷଣା ନିଷ୍ପତି କରିଛନ୍ତି । ଏଥିରେ ସମୁଦ୍ର ପଥ, ବନ୍ଦର, ବିମାନ ବନ୍ଦର, ଜାତୀୟ ରାଜପଥ, ବିଦ୍ୟୁତ ସରବରାହ ବ୍ୟବସ୍ଥା, ପାନ୍ଥିକା, ପାନ୍ଥନିବାସ ଓ ଅନେକ ସରକାରୀ ଉଦ୍ୟୋଗ ଓ ମୂଲ୍ୟବାନ ଜମି ରହିଛି । ଓଡ଼ିଶାର ଗର୍ବ ଓ ଗୌରବ ତଥା ଓଡ଼ିଶାର ଅବଦାନରେ ତିଆରି ପାରଦ୍ୱିପ ବନ୍ଦର, ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦର ଏବଂ ଅନେକ ପର୍ଯ୍ୟଟନସ୍ଥଳୀ ଏହି ସଂପତି ବିକ୍ରୀ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ଏ ବାବଦରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କା ଆସନ୍ତା ୪ ବର୍ଷରେ ପାଇବା ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ବର୍ଷକୁ ମୋଦି ସରକାର ମାତ୍ର ଦେଢ଼ ଲକ୍ଷ କୋଟି ଟଙ୍କା ପାଇଁ ଭାରତୀୟ ରେଳପଥର ୪୦୦ ଷ୍ଟେସନ, ୯୦ ଯାତ୍ରୀବାହୀ ଟ୍ରେନ, ୧୫ଟି ରେଳ ଷ୍ଟାଡିୟମ, ୭୪୧ କି.ମି. କୋଙ୍କଣ ରେଲୱେ, ୧୪୦୦ କି.ମି. ରେଳ ଟ୍ରାକ, ୨୬୭୦୦ ଜାତୀୟ ରାଜମାର୍ଗ (ସଡ଼କପଥ), ୨୫ଟି ବିମାନ ବନ୍ଦର ଏବଂ ତତ୍‌ସଂଲଗ୍ନ ସଂପତି, ବିଦ୍ୟୁତ ବିତରଣ ପାଇଁ ଥିବା ୨୮୬୦୦ ସର୍କିଟ କି.ମି., ୪୦୦ କେଭି ଏବଂ ତାଠାରୁ ଅଧିକ କ୍ଷମତା ଥିବା ପାୱାର ଗ୍ରୀଡ଼, ୧୬୦ଟି କୋଇଲା ଖଣି, ବିଏସଏନଏଲ ଏବଂ ବିବିଏନଏଲ ର ୨ଲକ୍ଷ ୮୬ ହଜାର କିଲୋମିଟର ଅପ୍ଟିକାଲ ଫାଇବର ଏବଂ ଗ୍ରମାଂଚଳ ପାଇଁ ଉର୍ଦ୍ଦିଷ୍ଟ ଥିବା ଭାରତ ନେଟୱାର୍କର ବ୍ରଡବ୍ୟାଣ୍ଡ ସେବା ଓ ତା ସହିତ ହଜାର ହଜାର ମୋବାଇଲ ଟାୱାର ଏବଂ ଦେଶର ସମସ୍ତ ବଡ଼ ବଡ଼ ବନ୍ଦର, ପଣ୍ୟାଗାର ଇତ୍ୟାଦି ବହୁମୂଲ୍ୟ ସଂପତିକୁ ବିକ୍ରୀ କରିବାକୁ ବସିଛନ୍ତି ।

ଯେତେବେଳେକି ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରୀ ମାସକୁ ଜିଏଷ୍ଟି ବାବଦରେ ୧ଲକ୍ଷ କୋଟି ଟଙ୍କା ଆଦାୟ ହେଉଥିବାର ଦାବି କରନ୍ତି ସେ ସମୟରେ ମାତ୍ର ଦେଢ଼ ମାସର ଜିଏଷ୍ଟି ଆଦାୟ ସହିତ ବର୍ଷକରୁ ସଂପତି ବିକ୍ରୀ ବାବଦରେ ଆସିବାକୁ ଥିବା ଟଙ୍କା ସମାନ ଅଟେ । ତେଣୁ ମୋଦି ସରକାରଙ୍କ ଏ ସଂପତି ବିକ୍ରୀ ନିଷ୍ପତିକୁ କଂଗ୍ରେସ ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ଏ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରାଯାଉଛି । ଏହାପୂର୍ବରୁ କଂଗ୍ରେସ ସରକାର ସମୟରେ ଯେଉଁ “ପ୍ରାଇଭେଟାଇଜେସନ” ବା ଘରୋଇକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା ତାହା ଥିଲା ଆର୍ଥିକ ଅବସ୍ଥାକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ବି.ତ୍ତ୍ୱଓ.ଟି (ବିଲ୍ଟ୍‌, ଅପରେଟ, ଟ୍ରାନସଫର) / ବି.ଓ.ଓ. (ବିଲ୍ଟ୍‌, ଅପରେଟ, ଓନ୍‌) ପ୍ରଚଳନ ଥିଲା । ଅର୍ଥାତ ସଂପତି ଦେଶ ତଥା ସରକାରଙ୍କର ପୂର୍ଣ୍ଣ ଅଧିକାରରେ ରହିବ ଏବଂ ତାସହିତ ପୁଞ୍ଜି ଲଗାଣରେ କିଛି ସେବା ବ୍ୟବସ୍ଥା (ସର୍ଭିସ ସେକ୍ଟର) ବଢ଼ାଇବା ପାଇଁ ବାହାର ପୁଂଜିର ସାହାଯ୍ୟ ନିଆ ଯାଇଥିଲା । ଯେପରି ପାରଦ୍ୱୀପ ବନ୍ଦରରେ କ୍ୟାପ୍ଟିଭ ବର୍ଥ ସାରକାରଖାନା ପି.ପି.ଏଲ, ଓସ୍‌ୱାଲ ତିଆରି କରିବାକୁ ଅନୁମତି ପ୍ରାପ୍ତ ହୋଇଥିଲେ । ଅଧିକନ୍ତୁ ତୈଳ ବିଶୋଧନାଗାର ମଧ୍ୟ ଅଏଲ ଜେଟି ତିଆରି କଲା । ତେବେ ଏ ସବୁର ଆୟ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ହାତରେ ରହି ଆସିଛି । ଏବେ ଯେଉଁ ଯୋଜନା ମୋଦି ସରକାର କଲେ ତାହା ପୁରାପୁରି ଲୋକଙ୍କ ଅର୍ଥରେ ନିର୍ମିତ ସଂପତିକୁ ବେପାରୀଙ୍କ ହାତକୁ ଟେକ ଦେବାର ପୂର୍ଣ୍ଣ ମସୁଧା । ମୋଦି ସରକାର ୨୦୧୬ ମସିହାରେ ନୋଟବନ୍ଦି ନାମରେ ସୃଷ୍ଟି କରିଥିବା ଅର୍ଥନୈତିକ ମାନ୍ଦାବସ୍ତାରୁ ମୁକୁଳିବାର କୌଣସି ଉପାୟ କଲେ ନାହିଁ । ଉପରମୁହାଁ ହୋଇଥିବା ଅଭିବୃଦ୍ଧି ହାର ୨୦୧୬ରୁ ତ୍ରୈମାସିକ ଓ ବାର୍ଷିକ ହାରରେ କମିବାରେ ଲାଗିଛି । ମୋଦି ସରକାରଙ୍କ ଅପରିଣାମଦର୍ଶୀତା ପାଇଁ ବିମୁଦ୍ରାୟନ ପରଠାରୁ ବିପର୍ଯ୍ୟୟ ଆରମ୍ଭ ହେଲା । ସଂପତି ବିକ୍ରୀ ପ୍ରକ୍ରିୟା ମାନସିକ ବିକୃତି, ଦେବାଳିଆ ପଣ ଓ ହତାଶାର ସଂକେତ । ଏହା ଆଦୌ ସୁସ୍ଥ ଅର୍ଥନୈତିକ ନିଷ୍ପତି ନୁହେଁ । ପ୍ରଥମେ Under Utlised Assets ବା ଅବ୍ୟବହୃତ ସଂପତି କଥା କହି ଦେଶର ସମସ୍ତ Well Utilised ବା ମୂଲ୍ୟବାନ ସଂପତି ବିକ୍ରୀ ହେବାର ବ୍ୟବସ୍ଥା କରାଯାଇଛି । Creating Infrastrcuture Investment Trust (INVIT) ନାମରେ ଗୁଡ଼ିଏ ଅର୍ଥ ଅବ୍ୟବହୃତ ଅବସ୍ଥାରେ ଅଛି । ଦେଶର ବୈଦେଶିକ ମୁୂଦ୍ରା, ପେନସନ ଫଣ୍ଡ, କେନ୍ଦ୍ରସରକାର ପରିଚାଳିିତ ବୀମା ଫଣ୍ଡ, ରଜିର୍ଭ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କରେ ଅବ୍ୟବୃତ ପାଣ୍ଠି ରହିଛି । ସବୁଠାରୁ ବଡ଼ କଥା ହେଉଛି ଦେଶର ଏ ସଂପତି ଲୋକଙ୍କ ଠାରୁ ଆଦାୟ ପ୍ରଭୃତ ଅର୍ଥ- କର (ଟ୍ୟାକ୍ସ / ସେସ୍‌) ରେ ତିଆରି ହୋଇଚାଲିଥିଲା । ପେଟ୍ରୋଲ ଡିଜେଲ ଉପରୁ ବାର୍ଷିକ ରୋଡ ସେସ୍ ବାବଦରେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ଆଦାୟ ହେଉଛି । ରାଷ୍ଟ୍ରୀୟ ସଂପତି ସୃଷ୍ଟି ସର୍ବଦା ଗ୍ରହଣୀୟ କିନ୍ତୁ ରାଷ୍ଟ୍ରୀୟ ସଂପତି ବିକ୍ରୀ ସବୁବେଳେ ବର୍ଜନୀୟ । ସମଗ୍ର ଦେଶର ବହୁ ମୂଲ୍ୟ ସଂପତିକୁ ଶାଗମାଛ ମୂଲରେ ବିକିବା ପାଇଁ ମୋଦି ସରକାରଙ୍କ ନିଷ୍ପତି ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ସାବ୍ୟସ୍ଥ କରୁଛି । କଂଗ୍ରେସର ଦାବି- କେନ୍ଦ୍ର ସରକାର ନେଇଥିବା ସମସ୍ତ ସଂପତି ବିକ୍ରୀ ତାଲିକା ଓ ଏ ସଂପର୍କରେ ରାଜ୍ୟ ମାନଙ୍କ ସହିତ କରିଥିବା ଆଲୋଚନାକୁ ଶ୍ୱେତପତ୍ର ମାଧ୍ୟମରେ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ।

ଜୈବିକ ଚାଷ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପଦ୍ମପୁର)-ବିଭିନ୍ନ ରାସାୟନିକ ସାର ଚାଷ କୁ ଦ୍ୱିଗୁଣିତ କରିବା ପାଇଁ ଚାଷୀ ଙ୍କୁ ପ୍ରବର୍ତ୍ତାଇବା ଫଳରେ ଚାଷଜମି ଧିରେଧିରେ ନଷ୍ଟ ହେବାରେ ଲାଗିଛି lଏପରିକି ରାସାୟନିକ ସାର ବ୍ୟବହାର ଦ୍ୱାରା ଉପୁଜୁଥିବା ଶସ୍ୟ, ପନିପରିବା ଖାଇବା ଫଳରେ ଲୋକେ ଏସିଡିଟି ଠୁ ଆରମ୍ଭ କରି ଅଚିହ୍ନା ରୋଗ ର ଶିକାର ହେବାକୁ ଲାଗିଛନ୍ତି lଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ସ୍ଥିତ ଅହିଂସା କ୍ଳବ ର ଆନୁକୂଲ୍ୟରେ ଭୂବନେଶ୍ୱରପୁର ଗ୍ରାମଠାରେ ଜଳବାୟୁ ପରିବର୍ତ୍ତିତ କୃଷି ଭିତ୍ତିକ ସମ୍ମାନିତ ଜଳସେଚନ ପ୍ରକଳ୍ପ(Oiipcra) ଯୋଜନା ରେ ଜଡିତ ଥିବା ଚାଷୀ ଭାଇମାନଙ୍କୁ ପାରମ୍ପରିକ ପଦ୍ଧତି ଅନୁସରଣ କରି କିଭଳି ଭାବେ ଚାଷକାର୍ଯ୍ୟ ର ଅଗ୍ରଗତି କରିବେ ତାଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତାଲିମ ଶିବିର ରେ ଅହିଂସା କ୍ଳବ ର ପବିତ୍ର ଭୋଇ ଏବଂ ବିଦ୍ୟା ଚରଣ ପିଞ୍ଜରା ଚାଷୀ ଭାଇମାନେ କିପରି କମଖର୍ଚ୍ଚରେ ବିଷମୁକ୍ତ ଭାବେ ଚାଷ କରି କମଖର୍ଚ୍ଚରେ ଅଧିକରୁ ଅଧିକତର ଲାଭ ପାଇପାରିବେ ଓ ନିଜେ କିଭଳି ଭାବେ ନିଜ ଗାଁ ରେ ଉପଲବ୍ଧ ସାମଗ୍ରୀ କୁ ନେଇ ଜୈବିକ ଉପାୟରେ ଯଥା-ଯିବାମୃତ,ହାଣ୍ଡିଖତ,ଭେରୁଅର୍କ,ବ୍ରହ୍ମାସ୍ୱ ପଦ୍ଧତି ରେ ଅବଲମ୍ବନ କରି ତିଆରି କରିପାରିବେ ସେ ବିଷୟରେ ତାଲିମ ଦିଆଯାଇଥିଲା l

ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ପାଣି ସମସ୍ୟା କୁ ନେଇ ତାତିଲେ ଗ୍ରାମବାସୀ l ହାଣ୍ଡି ମାଠିଆ ରଖି ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି .ଢ଼ଉଗାଁ ଗ୍ରାମରେ ବହୁଦିନ ରୁ ଲାଗିରହିଥିବା ପାଣି ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମର ମହିଳା ମାନେ ଢ଼ଉଗାଁ ଛକ ଠାରେ ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କହିଛନ୍ତି l ଯାହାରୀ ଫଳରେ ଆସିକା ଠାରୁ ସୋରଡ଼ା, ଦିଗପହଣ୍ଡି, ଶେରଗଡ଼ କୁ ଯାତାୟତ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥବା ଦେଖିବାକୁ ମିଳିଛି l ଅନ୍ୟପଟେ ଧରାକୋଟ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀ ଙ୍କୁ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା l

୩୦ ଅଗଷ୍ଟ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଦୂରଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ସୁଖସମୃଦ୍ଧି ବୃଦ୍ଧି ହେବ। ସମସ୍ତ ଆଶା ପୂରଣ ହେବ।

ମିଥୁନ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ ହେବ। ଅଟକି ଥିବା କାର୍ଯ୍ୟକୁ ଆଗେଇ ନେବାକୁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।

କର୍କଟ: ଶୁଭ ଖବର ପାଇ ମନ ଖୁସି ହେବ। କୌଣସି କଥାରେ ଆଶ୍ୱାସନା ପାଇ ମାନସିକ ଶାନ୍ତି ପାଇବେ।

ସିଂହ: ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ନୂଆ ଯୋଜନାରେ ସଫଳ ହେବେ।

କନ୍ୟା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ।

ତୁଳା: ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବେ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କଲେ ଭଲ ହେବ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଯୋଜନା ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ଯାନବାହନରେ ତ୍ରୁଟି ଦେଖା ଦେଇପାରେ।

ଧନୁ: ଅର୍ଥଲାଭ ହେବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପଦୋନ୍ନତିର ସୂଚନା ପାଇବେ।

ମକର: ପାରିବାରିକ ଜୀବନ ଭଲ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ମନ ଭଲ ରହିବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

ମୀନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

ଚୁକ୍ତିଭିତିକ ନିଯୁକ୍ତିକୁ ତୁରନ୍ତ ବାତିଲ କରି ନିୟମିତ ନିଯୁକ୍ତି ଲାଗୁ କରନ୍ତୁ ସରକାର; ସରକାରୀ ଚାକିରୀରେ ଠିକା ନିଯୁକ୍ତ ଦେଇ ବାର୍ଷିକ ଦୁଇ ହଜାର କୋଟି ଟଙ୍କା ଚଳୁ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୀର୍ଘବର୍ଷ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ରହିବା ପରେ ବି ରାଜ୍ୟର ଆର୍ଥିକ ଅବସ୍ଥାରେ କ’ଣ ଅବନତି ହେଲାଯେ ସରକାର ଅସାମ୍ବିଧାନିକ କ୍ରଂଟାକ୍‌ଚୁଆଲ ଆପଏଂଟମେଂଟ ରୁଲ ଆଣି ୨୦୧୩ ପରବର୍ତୀ ସମସ୍ତ ଗ୍ରୁପ-ବି, ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି । ଏହା କ’ଣ ଏକ ଆଦର୍ଶ ସରକାରର ମାନସିକତା? ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟ ପ୍ରକାଶ ନାୟକ ସରକାରଙ୍କୁ ଏ ପ୍ରଶ୍ନ ପଚାରିବା ସହିତ ସରକାରଙ୍କ ଦ୍ୱାରା ପ୍ରଣୀତ ଠିକା ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ରଖିଛନ୍ତି । ସେ କହିଥିଲେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର ଗୁରୁତ୍ୱପୂର୍ଣ୍ଣ ରାୟ ଓ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବାର ନିୟମକୁ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ । ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସି, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ୱାରା ସିଧାସଳଖ ଭାବେ ଦୁଇ କିମ୍ବା ତିନି ପର୍ଯ୍ୟାୟରେ ଉତୀର୍ଣ୍ଣ ହେଲାପରେ ଯୋଗ୍ୟ ବିବେଚିତ ହୋଇ ମୁତୟନ ହୋଇଥିବା ସମସ୍ତ ବିଭାଗର ଯୁବକର୍ମଚାରୀ ମାନଙ୍କୁ ୬ ବର୍ଷ ଯାଏଁ ଦିନ ମଜୁରୀ ଠାରୁ କମ ପାରିଶ୍ରମିକରେ ସରକାର କାମରେ ଖଟାଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଅନ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ଭଳି ସମାନ ପଦ୍ଧତିରେ ଯେଉଁ ବର୍ଗ ବିଶେଷ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ମାସକୁ ଠିକାରେ ମାତ୍ର ୮ ହଜାର ଟଙ୍କା ଦରମା ଦେବା ନବୀନ ବାବୁଙ୍କ ମୋ ପରିବାରର ସଦସ୍ୟ ମାନଙ୍କ ପ୍ରତି ଅପମାନ ନୁହେଁକି? କ୍ରଂଟାକ୍‌ଚୁଆଲ ଆପଏଂଟମେଂଟ ରୁଲ ୨୦୧୩ ଅନୁସାରେ ସେମାନଙ୍କୁ କେବଳ ସେହି ପଦବୀର ମୂଳ ଦରମା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୭ମ ବେତନ କମିଶନଙ୍କ ସୁପାରିଶ ପରେ ଯେତେବେଳେ ସବୁ ପଦବୀର ମୂଳ ଦରମା ବଡ଼ିଲା ସେତେବେଳେ ୨୦୧୭ ମସିହାରେ ସରକାର ଅନ୍ୟାୟ ଭାବେ ଏକ ସଂଶୋଧନ ପ୍ରସ୍ତାବ ଆଣି ସେମାନଙ୍କୁ ମୂଳ ଦରମାରୁ ବଂଚିତ କଲେ ।

ଏହି ହିସାବରେ ଗୋଟିଏ ଗ୍ରୁପ-ବି (୪,୨୦୦ ଗ୍ରେଡ଼ ପେ) କର୍ମଚାରୀଙ୍କୁ ମାସିକ ୧୭% ଡିଏ ଅନୁସାରେ ୪୨୦୯୩ ଟଙ୍କା ପରିବର୍ତେ ମାତ୍ର ୧୬୮୮୦ ଦେଇ ହଜାର ହଜାର କର୍ମଚାରୀଙ୍କ ଠାରୁ ସରକାର ଯେଉଁ ଟଙ୍କା ଠକି ନେଉଛନ୍ତି ତାକୁ କେଉଁ ବାବଦରେ ଖର୍ଚ୍ଚ କରୁଛନ୍ତି ତାର ହିସାବ ଓଡ଼ିଶା ବାସୀଙ୍କୁ ଦେବା ଦରକାର । ଠିକ୍ ସେହିପରି ଜଣେ ଗ୍ରୁପ-ସି କର୍ମଚାରୀଙ୍କୁ (୧୮୦୦-୨୮୦୦ ଗ୍ରେଡ଼ ପେ) ମାସିକ ୨୧୪୧୦-୩୪୫୬୪ ଟଙ୍କା ପରିବର୍ତେ ମାତ୍ର ୮୭୫୦-୧୦୦୦୦ ଟଙ୍କା ଦେଇ କୋଟି କୋଟି ଟଙ୍କା ଠକେଇ ଚାଲିଛି । ଆଜିର ଦିନରେ ଓଡ଼ିଶାରେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦିନକୁ ମଜୁରୀ ୪୬୧ ଟଙ୍କା ଓ ମାସକୁ ୧୩୮୩୦ ଟଙ୍କା ହୋଇଥିବା ବେଳେ ସରକାରୀ ନିଯୁକ୍ତିରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଦରମା ମାତ୍ର ୮୭୫୦ ଟଙ୍କା ସରକାରଙ୍କ ସମ୍ବେଦନହୀନତାକୁ ସୂଚେଇ ଦେଉଛି । ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କୁ ପୁର୍ନବାର ନିଯୁକ୍ତି ଦେଉଥିବା ବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶୀକ୍ଷିତ ବେକାର ଯୁବକଯୁବତୀ ମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଭିଯୋଗ କରିଛି କଂଗ୍ରେସ । ସରକାରୀ ଚାକିରୀରେ ଠିକା କର୍ମଚାରୀ ଏବଂ ବିଭିନ୍ନ ଆଉଟସୋରର୍ସିଂ ସଂସ୍ଥା ଜରିଆରେ ଯେଉଁ ଠିକା କର୍ମଚାରୀଙ୍କୁ କମ ଦରମାରେ ନିଯୁକ୍ତି ଦିଆଯାଉଛି ଏ ବାବଦରେ ସରକାର ଅତିକମ୍‌ରେ ମାସକୁ ୧୬୬ କୋଟି ଏବଂ ବର୍ଷକୁ ୨୦୦୦ କୋଟି ଟଙ୍କା ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଏଭଳି ଶହ ଶହ କୋଟି ଟଙ୍କା ଯାହାକି ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପେଟରୁ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ସହିତ ପ୍ରଦେଶ କଂଗ୍ରେସ ରାଜ୍ୟ ସରକାରଙ୍କ ପାଖରେ ତିନୋଟି ଦାବି ଉପସ୍ଥାପନ କରିଛି ଯଥା: ୧. ଆଉଟସୋରର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଉ । ୨. ସରକାରୀ ଚାକିରୀରେ ସମସ୍ତ ପ୍ରକାର ଠିକା ନିଯୁକ୍ତିକୁ ବନ୍ଦ କରି ନିୟମିତ ନିଯୁକ୍ତି ପ୍ରଦାନ କରାଯାଉ । ୩. ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସମାନ କାମକୁ ସମାନ ଦରମା ନୀତି ଆପଣାଯାଉ ଏବଂ ଯେଉଁ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ନ ଦେଇଛନ୍ତି ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଗ୍ରେଡପେ ଦିଆଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ଗୋଟିଏ ଡୋରି ରେ ବାନ୍ଧିବା ପାଇଁ ମୋ ପ୍ରୟାସ – ଆଶୁତୋଷ ରଥ

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବରଗଡ)- ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ଉପ- ସଭାପତି ଶ୍ରୀମାନ ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବକାଶ ସାହୁ,ରବିନାରାୟଣ ପଣ୍ଡା,ସତ୍ୟଜିତ ପଣ୍ଡା,ପରମାନନ୍ଦ ମିଶ୍ର ପ୍ରମୁଖ ଯୋଗଦାନ ପୂର୍ବକ ଉତ୍ସାହିତ କରିଥିଲେ l ବୌଦ୍ଧ ଜିଲ୍ଲାର ସଭାପତି ଆବୁବକର ଖାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମନ ରଞ୍ଜନ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଆଦ୍ୟାଶl ରଥ,ସାଇ ଆଚାର୍ଯ୍ୟ l ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ,ରଜନୀ କାନ୍ତ ଦାଶ,ବରୋଜ ବେହେରା,ସମାଜସେବୀ ଲବ କୁମାର ଶତପଥି ଏବଂ ସୁବ୍ରତ ବିର୍ତ୍ତିଆ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବରଗଡ)- ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ବୌଦ୍ଧ ଟାଉନ ହଲ ଠାରେ ରାଜ୍ୟ ଉପ- ସଭାପତି ଶ୍ରୀମାନ ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବକାଶ ସାହୁ,ରବିନାରାୟଣ ପଣ୍ଡା,ସତ୍ୟଜିତ ପଣ୍ଡା,ପରମାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ବୌଦ୍ଧ ଜିଲ୍ଲାର ସଭାପତି ଆବୁବକର ଖାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମନ ରଞ୍ଜନ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଆଦ୍ୟାଶl ରଥ,ସାଇ ଆଚାର୍ଯ୍ୟ l ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ,ରଜନୀ କାନ୍ତ ଦାଶ,ବରୋଜ ବେହେରା,ସମାଜସେବୀ ଲବ କୁମାର ଶତପଥି ଏବଂ ସୁବ୍ରତ ବିର୍ତ୍ତିଆ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

ବରପାଲି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବରଗଡ)- ବରଗଡ଼ ଜିଲ୍ଲା ବରପାଲି ପୋଲିସ ଷ୍ଟେସନ ର ଆୟୋଜନ ରେ ଆଜି ଓଡିଶା-ମୋ ପରିବାର ବରଗଡ ଜିଲ୍ଲା ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମୁଦାୟ ୫୧ ୟୁନିଟ ରକ୍ତ ପ୍ୟାକେଟ ସଂଗ୍ରହ କରାଯାଇଥିଲା l ଆଗକୁ କରୋନା ଲହର ଆସିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ନିରିହ ଅସହାୟ ଙ୍କ ରକ୍ତ ଜନିତ ସମସ୍ୟା କୁ ଦୂରେଇବା ପାଇଁ ଶ୍ରୀ ମିଶ୍ର ଦିବା-ରାତ୍ର କୁ ଏକାକାର କରି ଓଡ଼ିଶାର ଅଗଣିତ ଜନତା ଙ୍କ ସେବାରେ ଓଡ଼ିଶା ର ପ୍ରତି ଜିଲ୍ଲାରେ ଚାଲିଛି ଏହି ମହାନ କାର୍ଯ୍ୟକ୍ରମ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ମହାନ କାର୍ଯ୍ୟ ପାଇଁ ଏଇ ଅଭିନନ୍ଦନ ଚାଲୁରହିଛି l କଥା ରେ ଅଛି ରକ୍ତ ଦାନ-ମହତଦାନ l ଆସନ୍ତୁ ଏଭଳି ମହାନ କାର୍ଯ୍ୟ ରେ ଆମେ ସାମିଲ ହେବା l

ଶିବସେନାକୁ ନାରାୟଣ ରାଣେଙ୍କ ଚେତାବନୀ, ‘ମୁଁ ବହୁତ କିଛି ଜାଣିଛି’…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏବଂ ଶିବସେନା ମଧ୍ୟରେ ବିବାଦ ଏବେ ବଢ଼ିବାରେ ଲାଗିଛି। ଆଜି ପୁଣି ଶିବସେନାକୁ ଚେତାବନୀ ଦେବାକୁ ଯାଇ ସେ କହିଛନ୍ତି, ଚାପୁଡା ମାରିବା କଥା କହି କିଛି ଭୁଲ୍ କରି ନାହାନ୍ତି। କ୍ଷମତାରେ ଅଛନ୍ତି ବୋଲି ସେମାନେ (ଶିବସେନା) ମୋତ୍ ଗିରଫ କରିଥିଲେ। ହେଲେ ମୁଁ ଅନେକ ନେତାଙ୍କ ବାବଦରେ ଜାଣିଛି। ଆଗାମୀ ଦିନରେ ସମସ୍ତ ନେତାଙ୍କ ପୋଲ୍ ଖୋଲିବେ ବୋଲି ନାରାୟଣ ରାଣେ ଶିବସେନାକୁ ଚେତାବନୀ ଦେଇଛନ୍ତି। ଶିବସେନାର କୌଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ ତାଙ୍କ ଭାଇଙ୍କ ସ୍ତ୍ରୀ ଉପରେ ଏସିଡ୍ ପକାଇବାକୁ କିଏ କହିଛନ୍ତି ସେ ଜାଣନ୍ତି। ଗତ ସପ୍ତାହରେ ରତ୍ନଗିରି ଜିଲ୍ଲାର ‘ଜନ ଆଶୀର୍ବାଦ୍ ଯାତ୍ରା’ କରିବା ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ଏହା ପରେ ମଙ୍ଗଳବାର ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତେବେ ଯେଉଁ ମନ୍ତବ୍ୟ ପାଇଁ ସେ ଗିରଫ ହୋଇଛନ୍ତି ତାହା ଭୁଲ୍ ନୁହେଁ ବୋଲି ଜାମିନ ପାଇବା ପରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ଭୁଲ କରି ନାହିଁ। ଶିବସେନା କ୍ଷମତାରେ ରହିଛି। ତେଣୁ ସେମାନେ ମୋତେ ଗିରଫ କଲେ। କରୋନା ସଂକ୍ରମଣରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି। କୋଭିଡ ସମୟରେ ସେ କୌଣସି ପଦକ୍ଷେପ ନେଇ ନଥିଲେ ସେମାନେ (ଶିବସେନା)। ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ତାଙ୍କର ମ୍ୟାନେଜର ଦିଶା ସାଲିଆନଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି”। ଶୁକ୍ରବାର ସେ ତାଙ୍କର ପୁରୁଣା ଦଳକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ ମୁଁ ତାଙ୍କ ସହ ୩୯ ବର୍ଷ କାମ କରିଛି। ଅନେକ ନେତାଙ୍କ ପୋଲ୍ ଜାଣିଛନ୍ତି ଆଗାମୀ ଦିନରେ ଗୋଟି ଗୋଟି କରି ହିସାବ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନାରାୟଣ ରାଣେ ଶିବସେନାରୁ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଥିଲେ। ୧୯୯୯ରେ ସେ ଶିବାସେନାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ରେ ଦଳ ବିରୋଧୀ କାମ ପାଇଁ ବହିଷ୍କୃତ ହୋଇଥିଲେ। ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୭ରେ ସେ କିନ୍ତୁ ସେ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ଦଳ ଗଠନ କରିଥିଲେ। ୨୦୧୮ରେ ସେ ବିଜେପିକୁ ସମର୍ଥନ କରିଥିଲେ ଏବଂ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ଅକ୍ଟୋବର ୨୦୧୯ରେ ସେ ନିଜ ଦଳକୁ ବିଜେପି ସହିତ ମିଶାଇ ଦେଇଥିଲେ। ଜୁଲାଇରେ ନାରାୟଣ ରାଣେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏବେ ତାଙ୍କ ପାଖରେ ଏମଏସଏମଇ ବିଭାଗ ରହିଛି।