ପୋଲିସ ବିଭାଗର ଅଜବ ନୀତି; ଯାଦୁଆ ବିକୁଛନ୍ତି ଯାଦୁ ମଲମ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ କରିବା ସହିତ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ପାଇଁ ମାନବାଧିକାର କମିଶନ ଭଳି ଅର୍ଧନାୟିକ ଅନୁଷ୍ଠାନ ମାନ ଗଠନ କରିଛନ୍ତି । ଏସବୁ ସତ୍ୱେ ଦେଶରେ ମାନବଧିକାର ଉଲ୍ଲଙ୍ଘନ ରୋକିବାରେ ନା ଧରୁନାହିଁ । ଏ ସମ୍ପର୍କରେ ଗତ କିଛିଦିନ ତଳେ ଭାରତର ମାନ୍ୟବର ମୁଖ୍ୟ ବିଚାରପତି ମତବ୍ୟକ୍ତ କରି କହିଥିଲେ ଯେ ଦେଶରେ ପୋଲିସ ଥାନା ମାନଙ୍କରେ ସବୁଠାରୁ ଅଧିକ ମାନବଧିକାର ଉଲ୍ଲଙ୍ଘନ ହେଉଛି । ମାନ୍ୟବର ମୁଖ୍ୟ ବିଚାରପତି ଯେଉଁ ଉକ୍ତି ପାଇଁ ସମଗ୍ର ଭାରତବର୍ଷରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ବଦଳି ହେଉଛନ୍ତି ସେମାନଙ୍କୁ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଥିବା ସ୍ଥଳେ ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ମାନବଧିକାର କମିଶନଙ୍କ ଦ୍ୱାର ଦଣ୍ଡିତ ହୋଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷୀତ ହୋଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆସିଛି ସେମାନଙ୍କୁ ମହିଳା ଏବଂ ଶିଶୁ ଡେକ୍ସରେ ଅଧିଶୀତ କରାଯାଇଅଛି । ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ଯାଦୁଆ ହାତରେ ଯାଦୁ ମଲମ ବିକୁଛନ୍ତି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର କହିଛନ୍ତି ।

ପ୍ରକାଶ ଯୋଗ୍ୟ ରାଜ୍ୟରେ ଏକାଧିକ ପୋଲିସ ଅଧିକାରୀ ରାଜ୍ୟ ମାନବଧିକାର ଉଲ୍ଲଙ୍ଘନ ଘଟଣାରେ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରା ଦଣ୍ଡିତ ହୋଇ ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ ହୋଇଛନ୍ତି ଏବଂ କୌଣସି ଥାନରେ ହାଜତ ମୃତ୍ୟହେଲେ ସଂପୃକ୍ତ ଥାନା ଅଧିକାରୀଙ୍କୁ ବଦଳି କରାଯାଇ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଛି । ଏହି ପରିସ୍ଥିତିରେ ସଂପୃକ୍ତ ଅଧିକାରୀ ମାନଙ୍କ ଠାରୁ ମାନବାଧିକାର ସୁରକ୍ଷା ଆଶାକରିବା ବୃଥା ବୋଲି କଂଗ୍ରେସ କହିଛି । ସବୁଠାରୁ ଗରୁତ୍ୱପୂର୍ଣ୍ଣ ଘଟଣା ଗତ କିଛିଦିନ ତଳେ ଅନୁଗୁଳର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନାର ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଇ କଟକ ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟର ମହିଳା ଏବଂ ଶିଶୁ ବିଭାଗର ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ଘଟଣା ସୂଚାଉଛି ରାଜ୍ୟ ସରକାର ମାନବଧିକାର ସୁରକ୍ଷା ଦିଗରେ ଯେତିକି ଯତ୍ନବାନ ହେବା କଥା ସେତିକି ଯତ୍ନବାନ ନୁହଁନ୍ତି ବୋଲି କଂଗ୍ରେସ କହିଛି । କଂଗ୍ରେସର ଦାବି ରାଜ୍ୟ ସରକାର ମାନବାଧିକାର ଉଲ୍ଲଙ୍ଘନ କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା ପାଇଁ ପୋଲିସ୍‌କୁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିେଲେ ।

ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିମ୍ନମାନର କାମ ହେଉଥିବା ଅଭିଯୋଗ..!

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁକୁନ୍ଦପୁର)- କେନ୍ଦ୍ର ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗ୍ରାମଠୁ ସହର ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଯାତାୟାତର ସୁବିଧା କରିବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପିଚୁ ରାସ୍ତା ନିର୍ମାଣ କରିବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନ ରେଖାପଦର ଗ୍ରାମ ପଞ୍ଚାୟତର ପାଣ୍ଡ୍ରୋତଲାରୁ ଲହରୀଗାଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟାଦେଶ ଠିକାଦାର ସୁନିତା ବେହେରାଙ୍କ ନାମରେ ରହିଥିବା ବେଳେ କାର୍ଯ୍ୟଟି ୩୦ ଏପ୍ରିଲ ୨୦୨୧ ରେ ଆରମ୍ଭ ହୋଇ କାର୍ଯ୍ୟ ଶେଷ ଅବଧି ୨୯ ମାର୍ଚ୍ଚ ୨୦୨୨ ରେ ଶେଷ ହେବାକୁ ଫଳକରେ ଲେଖାଯାଇଛି। ରାସ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଲଭେର୍ଟ ନିର୍ମାଣରେ ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏହି ରାସ୍ତାର ସମ୍ପୂର୍ଣ୍ଣ ଅଟକଳ ମୂଲ୍ୟ ୩୮୦.୨୫ ଲକ୍ଷ ଥିବାବେଳେ ପୁଣି ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୭.୫୩ ଲକ୍ଷ ଫଳକରେ ଲେଖାଯାଇଛି। ହେଲେ ନିର୍ମାଣ କରାଯାଉଥିବା ରାସ୍ତା କାମକୁ ଦେଖିଲେ ବିଶ୍ୱାସ କରିହେଉନି କି ରାସ୍ତା ନିର୍ମାଣ କାମ ଠିକରେ ହେଉଛି।

ଏଥିରୁ ସନ୍ଦେହ ହେଉଛି ଯେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାର୍ଯ୍ୟଟି ସମ୍ପାଦନ ହେବା ଆଗରୁ ପକେଟ ଗରମ ହୋଇ କାର୍ଯ୍ୟ ଅଧାରୁ ଅଟକି ଯିବନି ତୋ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଏହିଭଳି ସାରା ରାଜ୍ୟରେ ଥିବା ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୩ରୁ ୪ ଦିନ ପରେ ଚେକା ଚେକା ପିଚୁ ଉଠି ପଡୁଥିବା ଲୋକ ମାନଙ୍କ ବିରୋଧ କରୁଥିବା ସାମାଜିକ ଗଣମାଧ୍ୟମ ସହ ଗଣମାଧ୍ୟମରେ ଖବର ପ୍ରକାଶ ଦେଖି ଅନ୍ୟ ଗ୍ରାମ ଭଳି ଏଠି ରାସ୍ତା କାମ ହେବନି ତୋ ପାଣ୍ଡ୍ରୋତଲାରୁ ଲହରୀଗାଡ଼ା ରାସ୍ତା !ତେଣୁ ବେଳ ଥାଉନୁ ଅଧିକାରୀ ମାନେ ସଚେତନ ହୋଇ ରାସ୍ତା ନିର୍ମାଣ କାମକୁ ଠିକ ଭାବେ ତଦାରଖ କରିବା ପାଇଁ ଅଞ୍ଚଳବାସୀ କହୁଛନ୍ତି। ଠିକାଦାର ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ବେଳେ ଡ୍ରାଇଭସନ ରାସ୍ତା ଦେଇ ନଥିବା ଦେଖିବାକୁ ମିଳିଛି। ଯେହେତୁ ନା ନା ସମସ୍ୟାରେ ଲହରୀଗାଡ଼ା ଓ ମୂର୍ତ୍ତେଲି ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ, ପେନସନ ଓ ଜରୁରୀ କାର୍ଯ୍ୟରେ ଆସିପାରୁ ନଥିବା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ନେଇ ରାତି ଅଧିଆ ଯଦି ସ୍ୱାସ୍ଥ୍ୟ ସେବାରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଏ ତାହେଲେ ସାଇକେଲ କି ମଟର ସାଇକେଲ କାଦୁଅ ପଚ ପଚରେ ଗଡୁନଥିବା ବେଳେ ୧୦୮ କି ୧୦୨ର କଥା ମା ଗଙ୍ଗେଇ ଜାଣନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କରାଯାଉଥିବା ଏହି ରାସ୍ତା କେତେ ମଜବୁତ କାମ ହେବ ତାହା ଦେଖିବାକୁ ବାକି ରହିଲା। ଏହି ରାସ୍ତାର ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପାରା ସେଠଙ୍କୁ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି।

ସୂଚନା ଅଧିକାର ଆଇନକୁ କୋଣ ଠେଷା କରୁଛି ଗଜପତି ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଜନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଷ୍ଟ୍ରରେ ରାଷ୍ଟ୍ରପତି ରାଜ୍ୟରେ ରାଜ୍ୟପାଳ ସୂଚନା ଅଧିକାର ଆଇନ କୁ ସମ୍ମାନ ଦେଉ ଥିବା ବେଳେ ଗଜପତି ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଜନ ବିଭାଗ ପକ୍ଷରୁ ଏହାକୁ ଅବମାନନା କରିବା ଦେଖା ଦେଇଛି। କିଛି ବିଭାଗୀୟ ତଥ୍ୟ ପାଇବା ପାଇଁ ଜୈନିକ ବ୍ୟକ୍ତି ଗତ ୩୧/୧୨/୨୦୨୦ ତାରିଖ ଦିନ ସୂଚନା ଅଧିକାର ଆଇନ ଅନୁଯାୟୀ ଦରଖାସ୍ତ କରିଥିଲେ ସୁଦ୍ଧା ଏଯାବତ ତାଙ୍କୁ ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଦୀର୍ଘ ୮ମାସ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇନଥିବା ସୂଚନା ଅଧିକାର ଆଇନ କୁ ଉଲଂଘନ କରାଯାଉନାହିଁ କି ବୋଲି ପ୍ରଶ୍ନ ଉଠିଛି ।  ବିଭାଗୀୟ ଅଧିକାରୀ ଙ୍କ ବିଷୟ ନେଇ ତଥ୍ୟ ମଗାଯାଇଥିବାରୁ ଏହାକୁ ନଦେବା ନିମନ୍ତେ ମସୁଧା ଚଳାଇଥିବା ସ୍ଵଷ୍ଟ ଅନୁମେୟ ହେଉଛି । ଏଣୁ ସୂଚନା ଅଧିକାର କମିଶନର ଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି । ସମ୍ପୃକ୍ତ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ରାଉତ ଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ ହେଉଥିବା ସତ୍ତ୍ୱେ ଏଥି ପ୍ରତି ଉଚ୍ଚ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁନଥିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରୁଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ; ଓବିସି କ’ଣ ପୋଇଲି ପୁଅ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଓ.ବି.ସି. କ’ଣ ପୋଇଲି ପୁଅ? କାହିଁକି ଓବିସି ପ୍ରତି ଅବିଚାର ଓ ଅଣଦେଖା କରାଯାଉଛି? ପ୍ରଥମେ କେନ୍ଦ୍ର ବିଜେପି ନେତୃତ୍ୱାଧିନ ସରକାରଙ୍କ ଠାରୁ ଶ୍ରୀ ବେହେରା ନିମ୍ନମତେ କେତେଗୁଡ଼ିଏ ତଥ୍ୟ ଉପସ୍ଥାପନ କରି ଜାଣିବାକୁ ଚାହିଁଛନ୍ତି ଯେ, କାହିଁକି ଜାତିଭିତିକ ଜନଗଣନାର ବିରୋଧ କରାଯାଉଛି । ସେ ପଚାରିଛନ୍ତି (କ) ୨୦୧୦ ମସିହାରେ ଉପା ସରକାର ସମୟରେ ବିଜେପି ଜାତିଭିତିକ ଜନ ଗଣନା ପାଇଁ ଦାବି କରିଥିଲା । (ଖ) ୨୦୧୮ ଜୁଲାଇ ୩୧ ତାରିଖରେ ତତ୍କାଳୀନ ଘରୋଇ ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଗଣନା ସଂକ୍ରାନ୍ତ ବୈଠକରେ ୨୦୨୧ ଜନଗଣନା ସହ ଓବିସି ଜନଗଣନା କରାଯିବାର ନିଷ୍ପତି ନିଆଯାଇଥିଲା । (ଗ) ଜୁଲାଇ ୧୪, ୨୦୨୧ ରେ ଓବିସି କଲ୍ୟାଣ ସଂସଦୀୟ କମିଟି ଏଥିନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ (ଘ) ଜାତୀୟ ଓବିସି ଆୟୋଗ ଏପ୍ରିଲ ୨୦୨୧ ରେ କେନ୍ଦ୍ର ସରକାରଙ୍କୁ ଓବିସି ଜନଗଣନା ନିମିତ ଅନୁରୋଧ କରିଥିଲେ । (ଙ) ଅଗଷ୍ଟ ୧୦, ୨୦୨୧ ରେ ସଂସଦର ୧୨୭ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନା ବେଳେ ସାଂସଦ ଶ୍ରୀମତୀ ସଂଘମିତ୍ରା ମୌର୍ଯ୍ୟ ବକ୍ତବ୍ୟ ରଖି ସୁଚାଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଜନ ଗଣନା ଚାହାନ୍ତି । ଏ ସମସ୍ତ ସତ୍ୱେ ଆଜି କେନ୍ଦ୍ର ସରକାର ଜାତି ଜନଗଣନା ପାଇଁ ପଛଘୁଂଚା ଦେଉଛନ୍ତି କାହିଁକି? ମୋଦି ସରକାରଙ୍କର ଏହି ଆଭିମୁଖ୍ୟ ପ୍ରମାଣ କରେ ଯେ ଓବିସି, ବିଜେପିର ଏଜେଣ୍ଡାରେ ନାହିଁ । ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୧ ମସିହାରେ ତତ୍କାଳୀନ ଉପା ସରକାର ଦ୍ୱାରା କରାଯାଇଥିବା ସାମାଜିକ ଅର୍ଥନୈତିକ ଜାତି ଗଣନା (SECC) ରିପୋର୍ଟ ତ୍ରୁଟି ଥିବାର ଆଳ ଦର୍ଶାଇ ପ୍ରକାଶ କରୁନାହାନ୍ତି ଯାହା ସଂପୂର୍ଣ୍ଣ ନିରାଧାର । ଗ୍ରାମ୍ୟ ଉନ୍ନୟନ ସଂସଦୀୟ କମିଟି ୨୦୧୬ ଅଗଷ୍ଟ ୩୧ ରେ ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ପ୍ରଦତ ରିପୋର୍ଟରେ ଦର୍ଶାଇଛନ୍ତି ଯେ,ସାମାଜିକ ଅର୍ଥନୈତିକ ଜାତି ଗଣନା(SECC)ରିପୋର୍ଟ-୨୦୧୧ର ତଥ୍ୟ ୯୮.୮୭ ଶତାଂଶ ତ୍ରୁଟି ଶୂନ୍ୟ । ଏଥି ସହ ରେଜିଷ୍ଟର ଜେନେରାଲ ଅଫ ଇଣ୍ଡିଆ (RGI) ଙ୍କ ତଥ୍ୟ ଅନୁଶାରେ ୧୧୮ କୋଟି ୬୪ ଲକ୍ଷ ୩୭୭୦ ସଂଖ୍ୟା ମଧ୍ୟରୁ ମାତ୍ର ୧ କୋଟି ୩୪ ଲକ୍ଷ ୭୭ ହଜାର ୩୩୦ ସଂଖ୍ୟାରେ ତ୍ରୁଟି ଅଛି । ଯାହା ୧ ଶତାଂଶରୁ କମ୍ । ଶ୍ରୀ ବେହେରା ପୁନଶ୍ଚ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଓବିସି ଜନଗଣନାର ତର୍ଜମା କରି ଏହାର ବର୍ଗୀକରଣ ନିମନ୍ତେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗରିଆଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ମିଳିନାହିଁ? ବା ମିଳିଥିଲେ ସାଧାରଣଙ୍କ ଅବଗତି ନିମନ୍ତେ କାହିଁକି ପ୍ରକାଶ ପାଇନାହିଁ? ଏଥିରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ କେନ୍ଦ୍ର ବିଜେପି ସରକାର ଓବିସି ପ୍ରତି କେତେ ଦରଦ ଜଣାପଡ଼େ । କେନ୍ଦ୍ର ସରକାରଙ୍କ ଠାରୁ ସେ ନିର୍ଦ୍ଦିଷ୍ଟ ଭାବରେ ଜାଣିବାକୁ ଚାହିଁଛନ୍ତି ଯେ, କେବେହେବ ଜାତି ଜନଗଣନା? ୫୦ ପ୍ରତିଶତ ସଂରକ୍ଷଣ କଟକଣା ଉଚ୍ଛେଦ ପାଇଁ କେବେ ପ୍ରଣୟନ ହେବ ଆଇନ? ଅନୁରୂପ ଭାବରେ ରାଜ୍ୟ ନବୀନ ସରକାରଙ୍କ ଓବିସି କଲ୍ୟାଣ ପ୍ରତି ଆନ୍ତରିକତାଙ୍କୁ ପ୍ରଶ୍ନକରି ଶ୍ରୀ ବେହେରା ନିମ୍ନମତେ ଜବାବ ଚାହିଁଛନ୍ତି : (କ) କାହିଁକି ଓଡ଼ିଶାର ସ୍ୱତନ୍ତ୍ର ସ୍ଥିତି ଉପସ୍ଥାପନ କରି ସ୍ରୁପ୍ରିମକୋର୍ଟରେ ୫୦ ପ୍ରତିଶତ ସଂରକ୍ଷଣ ଅଂକୁଶ ଉଚ୍ଛେଦ ନିମନ୍ତେ ଯୁକ୍ତି ଉପାସ୍ଥାପନ କରାଯାଇନାହିଁ (ଖ) ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ଓବିସି ସରଂକ୍ଷଣ ଆଜି ପର୍ଯ୍ୟନ୍ତ କାହିଁକି କରାଯାଇ ନାହିଁ । ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ଯେ ଆଗାମୀ ସେପ୍ଟେମ୍ବର ବିଧାନସଭାର ମୌସୁମୀ ଅଧିବେଶନରେ ଜାତି ଜନଗଣନା ପାଇଁ ସରକାରୀ ପ୍ରସ୍ତାବ ଆଣିବେକି? (ଘ) ଜାତି ଜନଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପସୃଷ୍ଟି କରିବାକୁ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ କି? ଏଠାରେ ଉଲ୍ଲେଖ ଯୋଗ୍ୟଯେ, କଂଗ୍ରେସ ଓବିସିଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ସଚେତନ ଥାଇ ନିମ୍ନମତେ ପଦକ୍ଷେପ ନେଇଥିଲା : (କ) ୧୯୯୩ ରେ ନରସିଂହ ରାଓଙ୍କ ସରକାର ଜାତୀୟ ସ୍ତରରେ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିଥିଲେ । (ଖ) ୨୦୦୭ ରେ ମନମୋହନ ସିଂହ ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମାନଙ୍କରେ ୨୭ ପ୍ରତିଶତ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଆଇନ ପ୍ରଣୟନ କରିଥିଲେ । (ଗ) ୨୦୧୧ ରେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା କରିଥିଲେ (ଘ) ଜୁଲାଇ ୩, ୨୦୨୦ ରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜ୍ୟମାନଙ୍କରେ ଥିବା ମେଡିକାଲ କଲେଜ ମାନଙ୍କରେ ଅଲ ଇଣ୍ଡିଆ କୋଟାରେ ୨୭ ଶତକଡ଼ା ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସୁତରାଂ, କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଲୋକ ଦେଖାଣିଆ ମନୋଭାବ ଛାଡ଼ି ଦେଶର ଅର୍ଦ୍ଧାଧିକ ଓବିସି ଜନସଂଖ୍ୟା ପାଇଁ କଂଗ୍ରେସ ପ୍ରସ୍ତାବ ମୁତାବକ ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ । ତାନହେଲେ ଓବିସି ଐତିହାସିକ ଅବିଚାରକୁ ଦେଶ ଓ ରାଜ୍ୟବାସୀ ବରଖାସ୍ତ କରିବେ ନାହିଁ ବୋଲି ପିସିସି ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ଦୁଇ ବରିଷ୍ଠ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

ଚୋର ମୁହଁ ଟାଣ ; ବେଶି ହେଲେ ବଦଳି ହେବ ତାଛଡା ଆଉ କଣ ହେବ କହି ଆସ୍ୱସ୍ଥି ରେ ସମ୍ପୃକ୍ତ ଅଧିକାରୀ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିନା ନାମ ଫଳକ ରେ ଚାଲିଛି ମୁନିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ । କାର୍ଯ୍ୟାଳୟ ର ରକ୍ଷଣା ବେକ୍ଷଣ ଏବଂ ଏଠାକାର ପରିବେଶ ଦେଖି ଯେ କେହି ବି ସାଧାରଣ ରେ ଅନୁମେୟ କରି ପାରୁଥିବେ ଯେ କିପରି ଚାଲିଛି ମୁନିଗୁଡା ବ୍ଲକ ଆଦିବାସୀ ଉନ୍ନୟନ ସଂସ୍ଥା ର କାର୍ଯ୍ୟ । ଏଠାରେ ଡ଼େପୁଟେସନ ରେ ଥିବା ଅଧିକାରୀ ମୋହଦୟ କେବେ ନିଜ କାର୍ଯ୍ୟସ୍ଥଳିକୁ ନ ଯାଇ ଗୁଣପୁର ରେ ରହି କିଭଳି ଆଦିବାସୀ ଙ୍କ ନିମନ୍ତେ ବିକାଶ କରି ପାରିବେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିବାସୀ , ହରିଜନ ଏବଂ ଜନଜାତି ବର୍ଗ ର ବିକାଶ ନିମନ୍ତେ ଓଡିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୟାସ କରୁଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଅଧିକାରୀ ତାହାକୁ ବାଟ ମାରଣା କରୁଥିବା ଖବର ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏଭଳି କାର୍ଯ୍ୟର କିଛି ଫୋଟ ଏବଂ ଭିଡିଓ ଆମ୍ଭର ହସ୍ତଗତ ହୋଇଛି । ଏହାର ସତ୍ୟତା ନେଇ ଆମ୍ଭ କାର୍ଯ୍ୟାଳୟ ପକ୍ଷରୁ ଖୋଳ ତାଡ଼ କରିବା ପରେ ସମ୍ପୂର୍ଣ୍ଣ ରହସ୍ୟ ର ବିବରଣୀ ମଧ୍ୟ ହସ୍ତଗତ ହୋଇଛି ଯାହାକି ଆପଣଙ୍କ ସାମ୍ନା ରେ ରଖିବୁ । ପରବର୍ତ୍ତୀ ସମୟରେ ଏନେଇ ସବିଶେଷ ତଥ୍ୟ ସହ ଖବର ପ୍ରକାଶ କରିବୁ । କାହିଁକି ନା ଏଥିରେ ସମ୍ପୂର୍କ୍ତ ଅସାଧୁ କର୍ମକର୍ତ୍ତା ” ଆମ୍ଭର କଣ ହେବ ବେସି ହେଲେ ବଦଳୀ ହେବ ” କହୁଥିବା ଚର୍ଚ୍ଚା ହେଉଛି । ଆମ୍ଭେ ବଦଳୀ ନୁହଁ କାର୍ଯ୍ୟାନୁଷ୍ଠାନ ଚାହୁଁ । ଚୋରମୁହଁ ଟାଣ ର ଉଚିତ ଜବାବ ଆଶା କରୁ । ଆମ୍ଭଙ୍କୁ ଖବର ଯୋଗାଇ ଥିବା ସହୃଦୟ ପାଠକ ଙ୍କୁ ନିରାଶ କରିବା ଆମ୍ଭେ ଚାହୁଁନା । ଆମେ ଚାହୁଁ ତଥ୍ୟ ଓଗାଳିବା । ଏନେଇ ସମ୍ପୃକ୍ତ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିବା ସତ୍ୱେ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗାମୀ ଅଧ୍ୟାୟ ରେ ଏହି ଖବର ଗୁଡିକର ପର୍ଦ୍ଧାଫାସ ନିମନ୍ତେ ଦେଖୁ ଥାଆନ୍ତୁ ଆମର ୱେବ ସାଇଟ ଏଥରସମ୍ଭାଳ॰କମ୍  ।

ରାଜ୍ୟର ଅନ୍ୟତମ ମହାଦୁର୍ନୀତି ସମବାୟ ଦୁର୍ନୀତି; ସମବାୟ ମନ୍ତ୍ରୀ ରଣେନ୍ଦ୍ର ପତ୍ରାପ ସ୍ୱାଇଁଙ୍କ ଇସ୍ତଫା ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭାରତୀୟ ସମ୍ବିଧାନରେ ସମବାୟ ବିଭାଗ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ୯୭ତମ ସମ୍ବିଧାନ ସଂଶୋଧନରେ ସମବାୟ ମୌଳିକ ଅଧିକାର ପରିସରଭୁକ୍ତ ହୋଇଛି । ସାଧାରଣ ଜନତାଙ୍କୁ ମୌଳିକ ସେବା ଯୋଗାଇଦେବା ସମବାୟ ବିଭାଗର ପ୍ରମୁଖ କାର୍ଯ୍ୟ ହୋଇଥିବା ସ୍ଥଳେ ରାଜ୍ୟ ସମବାୟ ବିଭାଗର ମହାଦୁର୍ନୀତି ଶାସକ ଦଳର ମୁଖା ଖୋଲିଦେଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପଦ୍ମାକର ଗୁରୁ ରାଜ୍ୟ ସମବାୟ ବିଭାଗରେ ବିଭାଗୀୟ ମନ୍ତ୍ରୀଙ୍କ ପୁଷ୍ଠପୋଷକତାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି କହିଛନ୍ତି ଯେ ମନ୍ତ୍ରୀଙ୍କ ଭାଇ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଚ୍ଛନ୍ନ ସହାୟତାରେ ଆଠଗଡ଼ର ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଏହାର ପ୍ରକୃତ ଉଦାହରଣ । ଆଠଗଡ଼ର ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତି ଭଳି ରାଜ୍ୟରେ ପ୍ରାୟ ଦେଢ଼ହଜାରରୁ ଉର୍ଦ୍ଧ୍ୱ ସେବା ସମବାୟ ସମିତିର କାର୍ଯ୍ୟାବଳିକୁ ଯଦି ଅନୁଧ୍ୟାନ କରାଯିବ ତେବେ ସ୍ପଷ୍ଟ ଜଣାପଡ଼ିବ ଯେ ରାଜ୍ୟର ସେବା ସମବାୟ ସମିତିରେ ସାଧାରଣ ଜନତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଟଙ୍କାକୁ ଶାସକ ଦଳର ନେତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ଦ୍ଦେଶରେ ସେବା ସମବାୟ ସମିତିର ସଂପାଦକ ଓ କର୍ମଚାରୀମାନେ ମିଳିମିଶି କିଭଳି ଭାବରେ ହଡ଼ପ କରୁଛନ୍ତି । ରାଜ୍ୟରେ ସେବା ସମବାୟ ସମିତି ନିମନ୍ତେ ଥିବା ନିର୍ଦ୍ଦିଷ୍ଟ ନିତିନୀୟମକୁୂ ଖୋଲାଖୋଲି ଭାବରେ ଉଲଙ୍ଘନ କରି କୋଟି କୋଟି ଟଙ୍କା ଦୁର୍ନୀତି କରାଯାଇଛି । ସେବାସମବାୟ ସମିତି ତରଫରୁ ଚାଷୀଙ୍କ ପାଇଁ କିଣାଯାଇଥିବା ଅଖାରେ ପାଖାପାଖି ୨୨୦୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସ୍ଥଳେ ସରକାର ଏହାକୁ ଗମ୍ଭୀରତାର ସହ ନନେବା ପ୍ରମାଣିତ କରୁଛି ଯେ ଶାସକ ବିଜୁ ଜନତା ଦଳର ଅନେକ ନେତା ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ରହିଛନ୍ତି । ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ ଏ ଟାଳଟୁଳ ନୀତି ଓଡ଼ିଶା ପ୍ରଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ନଷ୍ଟ କରୁଛି । ରାଜ୍ୟ ସରକାର ୫ଟି ର ଦ୍ୱାହି ଦେଉଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା କେବଳ ଏକ ଶବ୍ଦ ହୋଇ ରହିଯାଇଛି । ସମ୍ବିଧାନରେ ଏକଥା ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ କୌଣସି ପ୍ରଶାସକ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସମିତିରେ ରହିପାରିବେ ନାହିଁ । ଯଦି କୌଣସି ସମିତିରେ ପ୍ରଶାସକ ବ୍ୟାକିଂ କାର୍ଯ୍ୟରେ ନିୟୋଜିତ ଥିବେ ତେବେ ସେଠାରେ ସର୍ବାଧିକ ଏକବର୍ଷ ପର୍ଯ୍ୟନ୍ତ ଜଣେ ଦାୟିତ୍ୱ ତୁଲାଇ ପାରିବେ ଏବଂ ୬ ମାସ ଭିତରେ ନିର୍ବାଚନ କରି ସଭ୍ୟମାନଙ୍କୁ କାର୍ଯ୍ୟଭାର ପ୍ରଦାନ କରିବେ । କିନ୍ତୁ ଦୁଃଖର କଥା ରାଜ୍ୟ ସମବାୟ ମନ୍ତ୍ରୀ ତାଙ୍କ ନିଜ ବିଭାଗରେ ଏ ବିଦ୍ଧି ବ୍ୟବସ୍ଥାକୁ ପାଳନ କରିବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ସମବାୟ ସଚିବଙ୍କ ଜ୍ଞାତସାରରେ ସମବାୟ ବିଭାଗର ନିୟମ କାନୁନକୁ ଜଳାଞ୍ଜଳି ଦିଆଯାଇ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିକୁ ପ୍ରୋତ୍ସାହିତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ସମଗ୍ର ସମବାୟ ବିଭାଗର ଅର୍ଥରାଶି ବର୍ତମାନ ହାତଗଣତି ଶାସକ ଦଳର ବଡ଼ପଣ୍ଡା, କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ପରିବାରର ଜମା ପୁଞ୍ଜି ଭାବରେ ପରିଣତ ହୋଇଛି ଏପରିକି ଉକ୍ତ ପୁଞ୍ଜି ଆଗମୀ ପଂଚାୟତ ନିର୍ବାଚନରେ ଶାସକ ଦଳ ଅପବ୍ୟୟ କରି ଜନମତକୁ ବିଭ୍ରାନ୍ତ କରିବାପାଇଁ ମସୁଧା କରୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆମର ଆହ୍ୱାନ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତାର କଥାକୁ କାର୍ଯ୍ୟରେ ପରିଣତ କରି ଅବିଳମ୍ବେ ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ । ଚାଷୀ ଓ ଚାଷର ସର୍ବାଙ୍ଗୀନ ଉନ୍ନତି ପାଇଁ ଉପଲବ୍ଧ ଥିବା ସରକାରୀ ଟଙ୍କାକୁ କିଛି ଦୁର୍ନୀତିଗ୍ରସ୍ତ ନେତା ଓ ବିଭାଗୀୟ ଅଫିସରଙ୍କ ହାତରେ ଟେକି ଦେବାପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଦୃଢ଼ ନିନ୍ଦା ଓ ପ୍ରତିବାଦ କରାଯାଉଛି । ଯଦି ଏଭଳି ଦୁର୍ନୀତିଗ୍ରସ୍ତ କାର୍ଯ୍ୟରୁ ସମବାୟ ମନ୍ତ୍ରୀ ତୁରନ୍ତ କ୍ଷାନ୍ତ ନରହିବେ ତେବେ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଏହାକୁ ନେଇ ପ୍ରଦେଶ କଂଗ୍ରେସ ଏକ ଦୁର୍ବାର ଜନଆନ୍ଦୋଳନ କରିବା ପାଇଁ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଚେତାବନୀ ଦେଇଛନ୍ତି । ସମବାୟ ବିଭାଗରେ ହେଉଥିବା ଦୁର୍ନୀତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଉପରେ ଶ୍ରୀଯୁକ୍ତ ଗୁରୁ ଅଙ୍ଗୁଳି ନର୍ଦ୍ଦେଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଅମୀୟ ପାଣ୍ଡବ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

କ୍ରାନ୍ତି ଓଡିଶା ର ଷଷ୍ଠତମ ସ୍ବ-ନକ୍ଷତ୍ର ଉତ୍ସବ ରେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ସମ୍ମାନିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବରଗଡ)- ଦିର୍ଘ ୬ ବର୍ଷ ଧରି କଟକ ରୁ ପ୍ରକାଶ ପାଇଆସୁଥିବା କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ର ମିଟିଙ୍ଗ ହଲ ଠାରେ ପାଳିତ ହୋଇଯାଇଛି l ବର୍ତ୍ତମାନ ଯୁଗ କୁ ଦୃଷ୍ଟି କୁ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତିଓଡିଶା ଅନବରତ ପ୍ରକାଶିତ ହୋଇଚାଲିବା ସହିତ ପାଠକମାନଙ୍କ ପାଖରେ ଖୁବଶିଘ୍ର ଆଦୃତ ହୋଇପାରିଛି lତାକୁ ଭିତ୍ତ କରି ଏକାସାଥିରେ କ୍ରାନ୍ତିଓଡିଶା ଷଷ୍ଠତମ ସ୍ବ-ନକ୍ଷତ୍ର ଦିବସ ଓ ୨ୟ ଡିଜିଟାଲ ନିଉଜ ସ୍ବ-ନକ୍ଷତ୍ର ପାଳନ କରିଛି lମୁଖ୍ୟସମ୍ପାଦକ ଅଭିଷେକ ଯୋଶୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଟକ ବାରବାଟି ନିର୍ବାଚନ ମଣ୍ଡଳୀ ର ବିଧାୟକ ମହମ୍ମଦ ମୋକିମ୍, ସମ୍ମାନିତ ଅତିଥି ଭାବେ ମାରୱାଡି ସମାଜ ର ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ,ସି.ଏମ.ଏସ ପରାମର୍ଶଦାତା ରମଣ ବାଗଡିଆ,ସୁରେଶ କମାନୀ,କଟକ ମହାନଗର ନିଗମର କରୋନା ନିୟନ୍ତ୍ରଣ କକ୍ଷ ଅଧିକାରୀ ଡାକ୍ତର ସ୍ମୃତି ରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶା ର ପୁରପଲ୍ଲୀ ରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ l

ଏ ଅବସରରେ ଓଡ଼ିଶା ର କୋଣ ଅନୁକୋଣ ର ତଥ୍ୟ କୁ ନେଇ ନିଷ୍ଠାପର ଭାବେ ସମାଜ ସଂସ୍କାର କ୍ଷେତ୍ରରେ ବରଗଡ ଜିଲ୍ଲା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ତାଙ୍କ ଲେଖନୀ ମୁନ ରୁ ସୃଷ୍ଟି ନିରାଟ ସତ୍ୟ ସମ୍ବାଦମାନ ପରିବେଷଣ କରି ସମାଜରେ ସଂସ୍କାର ଆଣିବା ଲକ୍ଷ୍ୟରେ ପ୍ରଚେଷ୍ଟା ଜାରି ରଖିଥିବା ହେତୁ ଅନୁଷ୍ଠାନ ତରଫରୁ କ୍ରାନ୍ତି ଓଡିଶା ସମ୍ମାନ-୨୦୨୧ ରେ ତାଙ୍କୁ ମର୍ଯ୍ୟାଦା ସହକାରେ ଉପଢୌକନ ସହ ସମ୍ମାନିତ କରାଯାଇଥିଲା lପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏଇ ସମ୍ମାନ ଓଡ଼ିଶା ର ଜଣେ ଲେଖାଏଁ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇ ଆସୁଅଛି l ଦେଶରେ ଅନ୍ୟାନ୍ୟ ଅତ୍ୟାଚାର, ବ୍ୟଭିଚାର ଏମିତି ଅନେକ ସମସ୍ୟା ଉପରେ ସମସ୍ୟା ବଢ଼ିଚାଲିଛି l ଅନ୍ୟାୟ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା କ୍ରାନ୍ତି ଓଡିଶା ର ମୂଳ ଲକ୍ଷ୍ୟ ଏବଂ ବହୁ କମ ସମୟ ଭିତରେ ଅନେକ ପାଠକ ଙ୍କ ଆଗରେ ଡିଜିଟାଲ କ୍ରାନ୍ତିଓଡିଶା ଆଦୃତ ହୋଇ ପାରିଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ lଶେଷ ରେ ଏକସ୍ୱର ରେ ଭାରତ ମାତା ଙ୍କୁ ସମ୍ମାନ ଜଣାଇ ଜାତୀୟ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇ ଥିଲା l

ଅବସର ପରେ ବି କମୁନି ଦବଦବା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୀର୍ଘ ବର୍ଷର ଅବସ୍ଥାପିତ ଜଣେ କିରାଣୀ ଶେଷରେ ମୁଖ୍ୟ କିରାଣୀ ପଦବୀରୁ ଅବସର ନେବାର ଦୁଇ ବର୍ଷରୁ ଉର୍ଦ୍ଧ୍ବ ବିତିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ମାନକୁ ହାତେଇ ପୁଣି ଡାଟାଏଣ୍ଟ୍ରି ଅପରେଟର ପଦବୀରେ ରହି ମୁଖ୍ୟ କିରାଣୀର କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, କିରାଣୀ ଜଣକ ନିଜର ପଦର ଅପବ୍ୟବହାର କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ଡାକ୍ତର ଓ କର୍ମଚାରୀଙ୍କୁ ନାନା ପ୍ରକାର ହଇରାଣ ହରକତ ମଧ୍ୟ ଅଭିଯୋଗ ହୋଇଅସୁଅଛି। କିରାଣୀଙ୍କର କୁଆଡେ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ରହିଛି। ଯେଉଁ ଡାକ୍ତର ଓ କର୍ମଚାରୀ କିରାଣୀଙ୍କ କଥା ନ ଶୁଣିବେ ସେମାନଙ୍କୁ ବଦଳି କିମ୍ବା ଅନ୍ୟ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରନ୍ତି।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ଅଭିଯୋଗ ଆସିଛି। ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଅବସର ନେବା ପରେ ମଧ୍ୟ ନିଜର ଦବଦବା ରଖି ଆସିଥିବା ସମ୍ପୃକ୍ତ କିରାଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ତାଙ୍କୁ ଦାଇତ୍ୱ ରୁ ହଟାଇବା ପାଇଁ ଦାବି ହୋଇଛି।ସମ୍ପୃକ୍ତ କିରାଣୀଙ୍କ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଯାହା ଫଳରେ କିରାଣୀଙ୍କ କାର୍ଯ୍ୟକଳାପ ବିଷୟରେ ମିଳିଥିବା ସୂଚନା ସତ୍ୟାସତ୍ୟ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଓଡ଼ିଶାରେ ଆଇଏଏସ ପାଇଁ ମିଳୁନାହାନ୍ତି ଅଫିସର, ୪ ମାସ ପରେ ପୁଣି ରିମାଇଣ୍ଡର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଆଇଏଏସ୍ ପଦବୀକୁ ପଦୋନ୍ନତି ନିମନ୍ତେ ଅଫିସରଙ୍କ ମରୁଡ଼ି ଦେଖାଦେଇଛି । ଆଇଏଏସ ପଦବୀକୁ ପଦୋନ୍ନତି ନିମନ୍ତେ ରାଜ୍ୟ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ତାଲିକା ପଠାଇବାକୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ରିମାଇଣ୍ଡର ପଠାଇବା ପରେ ଏହି ତଥ୍ୟ ଉଜାଗର ହୋଇଛି। ଅଣପ୍ରଶାସନିକ ସେବାରୁ ଅଫିସରଙ୍କୁ ଆଇଏଏସ୍ ପଦବୀ ନିମନ୍ତେ ସୁପାରିଶ କରିବା ପାଇଁ ବିଭାଗଗୁଡ଼ିକ ଆଗ୍ରହ ଦେଖାଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏହି ତାଲିକା ଚୂଡ଼ାନ୍ତ କରିପାରୁନି ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୭ତାରିଖରେ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ବିଭାଗକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦବୀକୁ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର (ଏନଏସସିଏସ)ଙ୍କ ତାଲିକା ମେ’ ୬ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରିଥିଲା । ୨୦୨୦ ମସିହା ସିଲେକ୍ଟ ଲିଷ୍ଟରେ ଏହି ୩ଟି ଆଇଏଏସ୍ ପଦବୀକୁ ମନୋନୟନ ଭିତ୍ତିରେ ୨୦୨୧ ମସିହାରେ ପୂରଣ କରାଯିବାକୁ ସାଧାରଣ ପ୍ରଶାସନ ବିଭାଗ ପଦକ୍ଷେପ ନେଇଥିଲା । କିନ୍ତୁ କେବଳ ଅର୍ଥ, ସ୍କୁଲ ଓ ଗଣଶିକ୍ଷା, ଯୋଜନା ଓ ସଂଯୋଜନ ବିଭାଗକୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଣପ୍ରଶାସନିକ ସେବା ଅଫିସରଙ୍କ ନାଁ ପଠାଇବାକୁ ଆଗ୍ରହ ଦେଖାଇ ନାହାନ୍ତି । ପରୋକ୍ଷରେ ଏହି ବିଭାଗଗୁଡ଼ିକରେ କୌଣସି ଯୋଗ୍ୟ ଅଣପ୍ରଶାସନିକ ସେବା ଅଫିସର ନାହାନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ କରିଛନ୍ତି। ଯେଉଁଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ପୁଣିଥରେ ରିମାଇଣ୍ଡର ପଠାଇ ଆସନ୍ତା ସେପ୍ଟେମ୍ବର ୮ତାରିଖ ସୁଦ୍ଧା ରାଜ୍ୟ ଅଣପ୍ରଶାସନିକ ସେବା ଅଫିସରଙ୍କ ତାଲିକା ଦେବାକୁ କହିଛି। ପ୍ରତ୍ୟେକ ବିଭାଗ ସର୍ବାଧିକ ୩ଜଣ ଅଫିସରଙ୍କ ନାଁ ପଠାଇ ପାରିବେ। ତେବେ ସମ୍ପୃକ୍ତ ଅଫିସର ପ୍ରଥମ ଶ୍ରେଣୀ ବର୍ଗର ହୋଇଥିବା ଜରୁରୀ। ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ୫୬ବର୍ଷ ବୟସ ହୋଇଥିବ ଓ ତାଙ୍କ ନାଁରେ କୌଣସି ଭିଜିଲାନ୍ସ, ଅପରାଧିକ କିମ୍ବା ଶୃଙ୍ଖଳାଗତ ମାମଲା ନଥିବା ଆବଶ୍ୟକ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ଅଣପ୍ରଶାସନିକ ସେବାରେ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାୟ ୮ହଜାରରୁ ଅଧିକ ଅଫିସର କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ନାଁ ସୁପାରିସ୍ କରିବାରେ ବିଭାଗଗୁଡ଼ିକ ସକ୍ଷମ ହୋଇନାହାନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୨୪୮ ଟି ଆଇଏଏସ୍ କ୍ୟାଡ଼ର ପଦବୀ ଥିବାବେଳେ ଏବେ ସେଥିରୁ ୭୫ଟି ପଦବୀ ଖାଲି ପଡ଼ିଛି। ମୋଟ ମଞ୍ଜୁରୀପ୍ରାପ୍ତ ୨୪୮ଟି ପଦବୀ ମଧ୍ୟରୁ ୧୭୩ଟି ସଧାସଳଖ ନିଯୁକ୍ତି ମାଧ୍ୟମରେ ଭର୍ତ୍ତି ହେଉଥିବାବେଳେ, ୬୫ଟି ପଦୋନ୍ନତି ଭିତ୍ତିକ(ରାଜ୍ୟ ପ୍ରଶାସନିକ ସେବା ଅଫିସର) ଏବଂ ୧୦ଟି ସିଲେକ୍ସନ କୋଟା (ଅଣପ୍ରଶାସନିକ ସେବା ଅଫିସର) ବର୍ଗରେ ରହିଛି । ତେବେ ସିଲେକ୍ସନ କୋଟାରେ ଥିବା ୧୦ଟି ଆଇଏଏସ୍ ପଦବୀ ମଧ୍ୟରୁ ଗତ ଏକବର୍ଷ ଧରି ୩ଟି ପଦବୀ ଖାଲି ପଡ଼ିଛି । ଏବେ ଆଇଏଏସ୍ ପଦବୀରେ କାର୍ଯ୍ୟରତ ଥିବା ମୋଟ ୧୭୩ଜଣ ଅଫିସରଙ୍କ ମଧ୍ୟରୁ ୨୬ଜଣ କେନ୍ଦ୍ରୀୟ ଡେପୁଟେସନରେ ଓ ୨ଜଣ ଆନ୍ତଃ ରାଜ୍ୟ ଡେପୁଟେସନରେ ଅଛନ୍ତି । ଯେଉଁଥିପାଇଁ ଜଣେ ଲେଖାଁଏ ଆଇଏଏସଙ୍କୁ ଏକାଧିକ ପଦବୀ ଦିଆଯାଇଛି । ଏହା ସତ୍ତ୍ୱେ ରାଜ୍ୟ ସରକାର ଖାଲି ପଡ଼ିଥିବା ଆଇଏଏସ୍ ପଦବୀକୁ ପୂରଣ କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି ।

କେନାଲ ଅଛି, ଜଳଭଣ୍ଡାରରେ ନାହିଁ ପାଣି; ଚିନ୍ତାରେ ଚାଷୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗ୍ରୀଷ୍ମ ଯିବାର ଦୁଇ ମାସରୁ ଅଧିକ ସମୟ ହୋଇ ଗଲାଣି। ଏବେ ଅଗଷ୍ଟ ମାସ ସରିବାକୁ ବସିଲାଣି। କିନ୍ତୁ ବର୍ଷାର ହେବାର ନାଁ ନେଉନାହିଁ। ବର୍ଷାର ଅଭାବ ଯୋଗୁ ରାଜ୍ୟରେ ମରୁଡ଼ି ସ୍ଥିତି ଦେଖା ଦେଲାଣି। ଆଉ ଏହାର ପ୍ରଭାବରେ ଏବେ ଜଳଭଣ୍ଡାରରେ ଜଳସଙ୍କଟ ପରିସ୍ଥିତି ଉପୁଜିଲାଣି। ଯଦି ଆଗକୁ ଏମିତି ସ୍ଥିତି ଲାଗି ରୁହେ, ତାହେଲେ ରାଜ୍ୟରେ ପାଣି ପାଇଁ ହାହାକାର ଦେଖିବାକୁ ମିଳିପାରେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଳଭଣ୍ଡାରରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ପାଣି ଭିତରେ ବୁଡ଼ି ରହିଥିବା ବିଶ୍ୱନାଥ ମହାଦେବଙ୍କ ମନ୍ଦିରର ଚୂଡ଼ା। ଜଳଭଣ୍ଡାରଟି ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିଲା। ଜଳଭଣ୍ଡାର ହେବା ପୂର୍ବରୁ ଏଠାରେ ଛେଦଭୂମି ଗାଁ ରହିଥିଲା। ବସତି ରହିବା ସହିତ ବିଶ୍ୱନାଥ ନାଥ ମହାଦେବଙ୍କ ମନ୍ଦିର ମଧ୍ୟ ରହିଥିଲା। ପରେ ସ୍ଥାନୀୟ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ଆଜିକୁ ୧୨୭ ବର୍ଷ ପୂର୍ବେ ବ୍ରିଟିଶ ଶାସକ ରସେଲ ସାହେବଙ୍କ ନିର୍ଦ୍ଦେଶରେ ଛେଦଭୂମି ଗାଁକୁ ସ୍ଥାନାନ୍ତର କରାଯାଇ ଜଳ ଭଣ୍ଡାର ନିର୍ମାଣ ହୋଇଥିଲା। ଯାହାର ନାମ ଥିଲା ରସଲକୋଣ୍ଡା। ପରବର୍ତ୍ତୀ ସମୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏହାକୁ ଭଞ୍ଜନଗର ଜଳଭଣ୍ଡାର ଭାବେ ନାମକରଣ କରାଯାଇଛି। ଆଜିଯାଏ କେବେବି ପାକୃତିକ ଉପାୟରେ ଜଳସ୍ତର କମି ନଥିଲା କି ମନ୍ଦିରର ଦଧିନଉତି ଦେଖିବାକୁ ମିଳିନଥିଲା। ହେଲେ ଏବେ ଜଳଭଣ୍ଡାର ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ଵନି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଆଉ ଏଭଳି ସଙ୍କଟକୁ ନେଇ ମରୁଡ଼ି ଆଶଙ୍କା କରି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। କାରଣ ଭଣ୍ଡାରର ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଛି। ଏହା ଆଖ ପାଖ ଅଞ୍ଚଳର ଅଧିକାଂଶ ଜମିକୁ ଜଳ ସେଚିତ କରିପାରୁଛି। କିନ୍ତୁ ଚଳିତ ବର୍ଷ କମ ବର୍ଷା ହେବାରୁ ଭଞ୍ଜନଗର ଉପଖଣ୍ଡ ସମସ୍ତ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରିନି। ଖୁବ୍ କମ ସ୍ଥାନରେ ଧାନ ରୁଆ ସାରିଥିବା ବେଳେ ଅଧିକାଂଶ ଜମି ଚାଷ ନହୋଇ ପଡିଆ ପଡିଛି। ସେହିପରି କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଜଳାପୁଟ ଜଳଭଣ୍ଡାରରେ ପାଣି ନାହିଁ। ଗତ ୭୦ ବର୍ଷ ମଧ୍ୟରେ କେବେ ବି ଏଭଳି ଜଳସଙ୍କଟର ଚିତ୍ର ଲୋକେ ଦେଖିନଥିବା ବିଶେଷଜ୍ଞମାନେ କହିଛନ୍ତି। ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩ ଫୁଟ୍ ତଳକୁ ଖସିଯାଇଛି ଜଳସ୍ତର। କୋଲାବ୍ ଜଳଭଣ୍ଡାରରେ ବି ୮୫୮ ମିଟର ଉଚ୍ଚରୁ ୮୪୭ ମିଟରକୁ ଖସିଯାଇଛି ଜଳସ୍ତର। କେବଳ ମାଛକୁଣ୍ଡ କି କୋଲାବ୍ ନୁହେଁ, ବାଲିମେଳା, ଇନ୍ଦ୍ରାବତୀ, ରେଙ୍ଗାଳି ସମେତ ହୀରାକୁଦ ଡ୍ୟାମରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଚଳିତ ମାସ ୧୪ରୁ ୨୪ ତାରିଖ ମଧ୍ୟରେ କ୍ରମାଗତ ଭାବେ ହୀରାକୁଦରେ ଜଳସ୍ତର ହ୍ରାସ ପାଇଛି। ପୂର୍ବବର୍ଷ ଅପେକ୍ଷା ଏହି ୧୧ ଦିନ ମଧ୍ୟରେ ପ୍ରାୟ ୩ରୁ ୪ ଫୁଟ ଖସିଯାଇଛି। ତେଣୁ ଜଳଭଣ୍ଡାର ଗୁଡ଼ିକର ଏଭଳି ସ୍ଥିତି ଆସନ୍ନ ମରୁଡ଼ିକୁ ସୂଚାଇଲାଣି। ରାଜ୍ୟ ସରକାରଙ୍କ ସମୀକ୍ଷାରୁ ଜଣାପଡିଛି, ଏଥର ବର୍ଷା ଋତୁରେ ସ୍ୱାଭାବିକଠାରୁ ୨୮% କମ୍ ବର୍ଷା ଏବଂ ଅଗଷ୍ଟରେ ଗତବର୍ଷ ତୁଳନାରେ ୫୦% କମ୍ ବୃଷ୍ଟିପାତ ହୋଇଛି। ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ସ୍ଥିତି ମରୁଡ଼ି ମୁହାଁ ହୋଇଛି। ଏଭଳି ଅବସ୍ଥାରେ ଜଳଭଣ୍ଡାର ଗୁଡ଼ିକ ଶୁଖି ଆସୁଥିବାରୁ କେବଳ ଅଣଜଳସେଚିତ ନୁହେଁ, ଜଳସେଚିତ ଇଲାକାରେ ବି ଉତ୍କଟ ହୋଇପାରେ ଚାଷବାସ ସମସ୍ୟା। କେବଳ ଚାଷବାସ ନୁହେଁ, ବିଦ୍ୟୁତ ସଙ୍କଟ ଉପୁଜିବାର ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ।