ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୁଣପୁର ଠାରେ ଅଗ୍ରଦୂତ ଛାତ୍ର ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ।

!!! ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅଗ୍ରଦୂତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୫/୦୮/୨୦୨୧ ତାରିଖ ଦିନ ଠାରୁ ୧୫/୦୮/୨୦୨୨ ପର୍ଯ୍ୟନ୍ତ ଏକ ବର୍ଷ ଧରି ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସର ରେ ଏକ ଆଧ୍ୟାତ୍ମିକ ପରିସର ସୃଷ୍ଟି କରି ଜନ ସଚେତନତା କରିବା ନେଇ ଅଣ୍ଟା ଭିଡ଼ିଛନ୍ତି ଅଗ୍ରଦୂତ ଛାତ୍ର ଛାତ୍ରୀ । ଆଜିର ଏହି କାର୍ଯ୍ୟକ୍ରମ କୁ ଗୁଣପୁର ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ର ପରିଚାଳନା ସଦସ୍ୟ ଶ୍ରୀ ଯୋଗେନ୍ଦ୍ର ନାରାୟଣ ଦେଓ ଭାଇ ସଭାପତିତ୍ୱ କରିଥିବା ବେଳେ କୋରାପୁଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଭାଇ ଶ୍ରୀ ମୀନକେତନ ସାହୁ ଏଥିରେ ଅଗ୍ରଦୂତ ଙ୍କ ଭୂମିକା କଣ ରହିଛି ସେହି ବିଷୟ ରେ ଅବଗତ କରିଥିଲେ । ଏଥିରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୁଣପୁର ର ପୂର୍ବତନ ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ଭୁକ୍ତା ଙ୍କ ସହ ଅନୁଷ୍ଠାନ ର ଅଗ୍ରଦୂତ ଛାତ୍ର ଯୋଗଦେଇଥିଲେ ।

“ନିସାନ” ସହାୟତାରେ ଜିଲ୍ଲା ପ୍ରଶାସନର ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କର ଅନାଥ ଶିଶୁ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଗଜପତି ଜିଲ୍ଲାରେ ୭ ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି। ସେମାନଙ୍କ ମଧ୍ୟରୁ କେବଳ ଦୁଇ ଗୋଟି ଅନୁଷ୍ଠାନକୁ ସରକାରଙ୍କ ସହାୟକ ଅନୁଦାନ ମିଳେ। ଅନ୍ୟ ପାଞ୍ଚ ଗୋଟି ଅନୁଷ୍ଠାନ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କ ଠାରୁ ଦିନ ଗ୍ରହଣ କରି ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରନ୍ତି। ଏହି ଭଳି ଦୁଇଟି ଅନୁଷ୍ଠାନ ଯଥା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ , ଏସ୍.ଉରୁଡ଼ା, ଗୋଷାଣୀ ଏବଂ ପ୍ରାଉଡ଼ , ବି.ସୀତାପୁର , ଗୋଷାଣୀର ଅନାଥ ଶିଶୁ ପ୍ରାୟ ୫୦ ଜଣଙ୍କୁ ଏକ ମାସର ରାସନ ସାମଗ୍ରୀ ଜିଲ୍ଲାପାଳ ବଣ୍ଟନ କରିଛନ୍ତି। ଏହି ରାସନ ସାମଗ୍ରୀ ଗଜପତି ଜିଲ୍ଲାର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନିସାନ”, ଗୁମ୍ମା ଦ୍ବାରା ଯୋଗାଇ ଦିଆଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ନିସାନ ର ସମ୍ପାଦିକା ଶ୍ରୀମତୀ ସଂଜୁପ୍ରଭା ପାଣି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

“ମାଳତୀ ଝୁଲଣ ଯାତ୍ରା” ଉଦଯାପିତ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ଅଗଷ୍ଟ ୧୭ ତାରିଖରୁ ଚାଲିଥିବା “ମାଳତୀ ଝୁଲଣ ଯାତ୍ରା” ରବିବାର ଦିନ ଉଦଯାପିତ ହୋଇଯାଇଛି।

ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ “ମାଳତୀ ଝଲଣ ଯାତ୍ରା” ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବର ମୂଳଲକ୍ଷ୍ୟ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି କରି ଗୋପୀମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଛା ଜାଗୃତ ହେଲା , ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଥିଲେ। ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟ ମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଏହି ଉତ୍ସବଟି ମାଳତୀ ଫୁଲ ଦ୍ୱାରା ସାଜସଜା ଠାକୁର ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ , ମୃଦଙ୍ଗ, ଘଣ୍ଟ , ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତ କରାଯାଇଥାଏ ।

ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଯାତ୍ରା ପାଳିତ ହୋଇଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣ କୁଞ୍ଜରେ ବିଜେ ପରେ ଉଦଯାପନୀ ଦିବସର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଏରେଣ୍ଡା ପଞ୍ଚାୟତର କାଳଷଣ୍ଢପୁର ଶାସନ ଗ୍ରାମର ଦାସକାଠିଆ ଗାହକ ଲଳିତ ମୋହନ ଦାଶ ଦାସକାଠିଆ ପରିବେଷଣ କରିଥିଲେ ଏବଂ ତାପରେ ଜୟବୀର ହନୁମାନ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀରକିଶୋର ପଟ୍ଟନାୟକ ଓ ସାଥିଙ୍କ ଦ୍ବାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମଠର ମହନ୍ତ ମହାରାଜ ଶ୍ରୀ ମଦନ ଗୋପାଳ ଦାସଜୀ , ବାବାଜୀ ଅଦ୍ୱେତ ଚରଣ ଦାସଜୀ , ବାବା ମଧୁସୁଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ଏଥର ଲଢେଇ ହେବ ସବୁ ୱାର୍ଡରେ ସବୁ ପଞ୍ଚାୟତରେ – ବାବୁସିଂ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀ ସହରରେ ଡ୍ରେନ ସମସ୍ୟା ଭୟଙ୍କର ରୂପ ନେଲାଣି । ରାସ୍ତା ଘାଟ କଥା ନକହିଲେ ଭଲ। ଆଜି ବିଜେପି ରାଜରାସ୍ତାରେ ଏହାର ପ୍ରତିବାଦ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ କୁ ତାଗିଦ କରିଛି। ଆଜି ଜୟଦେବ ବିହାର ଅଞ୍ଚଳ ସମେତ ପୁରା ଭୁବନେଶ୍ୱରରେ ଡ୍ରେନ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ପରିସ୍ଥିତି ପାଇଁ ଦାୟୀ ରହିବେ ବିଏମସି ଓ ନଗର ଉନୟନ ବିଭାଗ। ନାଲି ଆଖି ଦେଖାଇ ଟିକସ ଆଦାୟ କରିବା ପାଇଁ କାହା ଘର ଛାଡୁନ, ସେବା କାମ କରିବା ପାଇଁ କାହା ଘର ମାଡ଼ୁନ ? ଆଜି ଏହି ବିକ୍ଷୋଭ ରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଉତ୍ତର ଭୁବନେଶ୍ୱର ନେତା ଦିଲ୍ଲୀପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥ, ନିରଞ୍ଜନ ରାଉତରାୟ, ଶ୍ରୀମତୀ କ୍ରିଷ୍ଣା ମିଶ୍ର, ସୁଶାନ୍ତ ସାବତ, ସୁଶାନ୍ତ ଜେନା, ରଶ୍ମି ରଞ୍ଜନ କାନୁନଗୋ, ପ୍ରସନ୍ନ କୁମାର ସାହୁ, ସୁରେଶ ସାହୁ , ଗଙ୍ଗାରାମ ସୋରେନ, ସୁଚିତ୍ରା ବେହେରା, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ଶ୍ରୀକୃଷ୍ଣ ମଣ୍ଡଳ ସାଧାରଣ ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି, କଳ୍ପନା ଦାସ, ଗଦାଧର ପ୍ରଧାନ, ଅଶୋକ ସାହୁ, ଲଷ୍ମୀଧର ସେନାପତି, ବିକାଶ ଦାସ, ପ୍ରମୋଦ ଦୀପ,ସୀଦ୍ଦୀକି ଖାନ, ବଟ କୃଷ୍ଣ ରାଉତ, ସୁଧାଂସୁ ସାମଲ ଓ ସମସ୍ତ ଶ୍ରୀକୃଷ୍ଣ ମଣ୍ଡଳ କାର୍ଯ୍ୟକର୍ତା ଯୋଗଦେଇଥିଲେ।

ଓପିଲିପି ସଂସ୍ଥା ର ପାତରଅନ୍ତର ନୀତିକୁ ବିରୋଧ; ଅଣ୍ଟା ଭିଡିଲା ନିୟମଗିରି ସୁରକ୍ଷା ସମିତି।

!!! ଦକ୍ଷୀଣ ଓଡ଼ିଶା ବ୍ୟୁରୋ ହେଡ୍ ହୃଶୀକେଶ ପାତ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଲ୍ୟାଣସିଂହପୁର) – ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ସାନଡେଙ୍ଗିଲେଲି ଗାଁରେ ନିୟମଗିରି ସୁରକ୍ଷାସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦସିକକା ଅଧକ୍ଷତା କରିଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ପାରସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ,ଦଳିତ ଓ ଆଦିବାସୀ ପରିବାରପାଇଁ ସରକାର ଙ୍କ ତରଫରୁ କାର୍ଯ୍ୟକରୁଥିବା ଓପିଲିପି ସଂସ୍ଥା ନିୟମଗିରିରେ ଯେଉଁ ଉନ୍ନୟନ କାର୍ଯ୍ୟକରୁଛି ସେ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା।ଓପିଲିପି ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ,ଆମ୍ବଚାରା, କଦଳୀ,କାନ୍ଦୁଲ, ମାଣ୍ଡିଆ,କୁକୁଡ଼ାପାଳନ,ଛେଳିଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉନାହାନ୍ତି ।

ଏହାକୁ ନେଇ ଆଗରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ।ଓପିଲିପି ସମସ୍ତଙ୍କୁ ସମାନଭାବରେ ଦେଖୁ। ଯଦି ପାତରଅନ୍ତର କରନ୍ତି,ତା ହେଲେ ଆଗାମୀଦିନରେ କାର୍ଯ୍ୟାଳୟରେ ତାଲାପକାଇବା ସହିତ କାର୍ଯ୍ୟକରିବାକୁ ଦେବୁନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ନିୟମଗିରି ପାହାଡରେ ଥିବା ୧୧୨ଟି ଗାଁରେ ବୈଠକ କରିବାପରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଡକାଇବୁ ବୋଲି କମିଟି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଯୁବସଭାପତି ସମ୍ବାରୁ ହୁଇକା, ଯୁବସମ୍ପାଦକ ଦାସୁରୁ କାଡ୍ରାକା, ନିୟମଗିରିର କର୍ମୀ ଉପେନ୍ଦ୍ର ଦ୍ରାବିଡ଼ ଙ୍କ ସମେତ ବହୁ ଡଙ୍ଗରିଆ ଆଦିବାସୀ ଉପସ୍ଥିତ ଥିଲେ।

୪୫୨ କିଲୋ ଗଞ୍ଜେଇ, ଗୋଟିଏ ଟ୍ରକ, ଅଟୋ ,୨ ବାଇକ ସମେତ ୬ ଗିରଫ….!

!!! ଗଜପତି ଜିଲ୍ଲା ମୋହନା ରୁ ମୋଜେଶ୍ ରଇତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ମୋହନା)- ଗଜପତି ଜିଲ୍ଲା ଅଡବା ଥାନା ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀ ରବିବାର ପୂର୍ବାହ୍ନ ସମୟରେ ଖାରିଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉଲିଆ ପଦା ଗ୍ରାମ ଛକଠାରେ ଏକ ଅଟୋ ନଂ-ଓଡି୦୭ ଏସ ୪୩୬୪ ଦୁର୍ଗମ ଅଞ୍ଚଳର ଗୁଣ୍ଡୁରୀପଙ୍କା ଗ୍ରାମରୁ ଗଞ୍ଜେଇ ଆଣି ଏକ ଟ୍ରକ ନଂ-ଡବ୍ଲ୍ୟୁ ବି୭୩ ଡି୪୯୪୧ରେ ଲୋଡ କରୁଥିବା ବେଳେ ପାଖରେ ରହିଥିବା ୨ଟି ବାଇକ ନଂ ଓଡି୦୭ ଡବ୍ଲ୍ୟ ୭୪୫୩ ଓ ଓଆର୦୭ଭି୩୩୭୮ ଟ୍ରକକୁ ପହରା ଦେବାପାଇଁ ସେଠାରେ ରହିଥିଲା। ପୁଲିସ ଏମାନଙ୍କୁ ଦେଖି ସନ୍ଦେହରେ ଚଢ଼ାଉ କରିବା ବେଳେ ଗାଡିରୁ ୪୫୨କିଲେ। ଗଞ୍ଜେଇ ଜବତ କରିବା ସହ ଟ୍ରକ,ଅଟୋ ଓ ଦୁଇଟି ବାଇକକୁ ମଧ୍ୟ ଜବତ କରିଥିଲା। ଏଥିରେ ସଂପୃକ୍ତ ଥିଲା ବିହାର ରାଜ୍ୟ ପାଟଣା ସହର ଅନ୍ତର୍ଗତ ବୈଶାଳୀ ଅଞ୍ଚଳର ଟ୍ରକ ଡ୍ରାଇଭର ପଙ୍କଜ କୁମାର (୨୫), ହେଲପର ସନ୍ତୋଷ ଭଗତ (୪୦) ଓ ଅଡବା ଥାନା ଅଞ୍ଚଳର ଆଦି ନାୟକ(୨୧), ପ୍ରଦୀପ ନାୟକ(୩୫), ରେଜିସ ନାୟକ (୫୫) କ୍ରିଶାନ୍ତ ନାୟକ (୨୫) କୁ ଗିରଫ କରିଥିଲା। ସମସ୍ତ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ଖାରିଗୁଡ଼ା ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ସଂଗୃହୀତ ହୋଇ ବିହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ଏସଆଇ ହୃଷିକେଶ ପଣ୍ଡା କହିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଥାନା ଆଇଆଇସି କହିଛନ୍ତି।

ଗୁଣପୁରୁ ଆଇଟିଡିଏ ଵିଭାଗରେ ଦୁର୍ନୀତି ; ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ ହୋଇଥିବା ଅଭିଯୋଗର ତଦନ୍ତ ଦାବୀ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣୁପୁର ଆଇଟିଡିଏ ବିଭାଗ ତରଫରୁ ଦର୍ଶା ଯାଇଥିବା ଉନ୍ନୟନ କାର୍ଯ୍ୟ ଅଧିକାଂଶ ଅନୀୟମିତତା ଓ କେତେକ କାର୍ଯ୍ୟ ନହୋଇ ଟଙ୍କା ଉଠାଯାଇ ହଡପ କରାଯାଇଥିବା ଅଭିଯୋଗ ହେଵା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବିହେଉଛି । ସୂଚନାଯୋଗ୍ୟ ମୁନିଗୁଡା ବ୍ଲକରେ ଆଇଟିଡିଏ ତରଫରୁ ଉନ୍ନୟନ କାର୍ଯ୍ୟ ପାଇଁ କୌଣସି ଟେଣ୍ଡର ନ କରି ଜେଈଙ୍କ ଇଛାରେ ମନ ଇଛା ସବୁନୀତି ନିୟମକୁ ପଛରେ ପକାଇ ଅଣ ଆଦିବାସୀ ଥିବା ସ୍ଥାନରେ ଟଙ୍କା ଅପଵ୍ୟୟ କରାଯାଇ ବିଲ୍ ପାଇସାରିଵାପରେ ଫଳକ ଲଗାଯାଉଥିବା ଏବଂ କୌଣସି କାର୍ଯ୍ୟ କ୍ଷେତ୍ର ଉପରକୁ ଵିଭାଗୀୟ ଯନ୍ତ୍ରୀ କିମ୍ବା ଉଚ୍ଚ ଅଧିକାରୀଙ୍କ ପାଦ ନପଡି ଟଙ୍କା ବିଲ ହୋଇ ଯାଉଥିବା ଅଭିଯୋଗ ହେଉଛି । ଯନ୍ତ୍ରୀ ତାଙ୍କର ନିକଟତମ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ସ୍ଥାନରେ ଏହି ବିଭାଗର ଅର୍ଥ ଖର୍ଚ୍ଚ ହେବା କଥା ନୁହେଁ ,ସେ ଯାଗାରେ ଜେଇ ପ୍ରାୟ ଏକ ଶହ ମିଟର ସିସି ରୋଡ ହେବାକୁ ଥିବା ଵେଳେ ପାଞ୍ଚଲକ୍ଷ ଟଙ୍କା ବ୍ୟୟ ବଦଳରେ ମାତ୍ର ଦୁଇ ଲକ୍ଷ ଦେଇ ଖୁସି କରାଉଥିବା ଏବଂ ଏହି ପରି ଵିଭିନ୍ନ ସାହି ସିସି ରାସ୍ତା ପାଇଁ ଟଙ୍କା ଦେଇଥିଵା ଅଭିଯୋଗ ଉଠିଛି । ଏପରିକି ଏଥିରେ ଜେଇ ଅଧିକା ପିସି ପାଉଥିବା ବେଳେ କାମ ମାତ୍ର କେଉଁଠି ତିରିସି ଭାଗ ଅର୍ଥ ଖର୍ଚ୍ଚ କରି ଶହେ ବଦଳରେ ପଚାଶ ମିଟର ଭଳି ନିମ୍ନମାନର କାର୍ଯ୍ୟ କରିଥିଵା କୁହାଯାଉଛି । ଏପରିକି ଆଦୌ କାମ ନ ହୋଇ ମଧ୍ୟ ବିଲ୍ ହୋଇଥିବା ଫଟୋ ସହ ଅଭିଯୋଗରେ ଲିପିବଦ୍ଧ କରାଯାଇ ଉପରିସ୍ତ ଅଧିକାରୀଙ୍କୁ ଜଣାକଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଵା ସୂଚନା ମିଳିଛି । ଅପର ପକ୍ଷରେ କେତକ ସିସିରୋଡ ଓ ଅନ୍ୟ କାର୍ଯ୍ୟ ବ୍ଲକତରଫରୁ ହୋଇଥିଲେ ମଧ୍ୟ ଆଇଟିଡିଏ ଫଳକ ମାରି ବିଲ୍ ହେଉଥିଵା ଏବଂ ଜଳ ଯୋଗାଣ , ବ୍ଲକ ଗୁଡିକର ବିଭିନ୍ନ ଆବାସିକ ବିଦ୍ୟାଳୟ ରେ ମଶା ଜାଲି ଲଗାଇବା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ରେ ମଧ୍ୟ ହରିଲୁଟ ହୋଇଥିବା ଅଭିଯୋଗ ଆସିଛି ।  ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିର୍ମଳ ଭାବମୂର୍ତ୍ତିକୁ ଵଜାଇ ରଖିବାକୁ କହୁଥିବା ସମୟରେ ଉଠିଥିବା ଏହି ଅଭିଯୋଗର ଯାଞ୍ଚ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାଵୀ ହେଉଛି।

ଯବାନ ଓ ଅନାଥ ଙ୍କୁ ରାଖୀ ବାନ୍ଧିଲେ ବିଦ୍ୟର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର,ପବିତ୍ର ରକ୍ଷାବନ୍ଧନ ଦିବସରେ ଗୁଣପୁର ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର କାର୍ଯ୍ୟକର୍ତା ମାନେ ଯବାନ ଓ ଅନାଥ ଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଦେଶ ମାତୃକାର ରକ୍ଷା ନିମନ୍ତେ ନିଜ ଜୀବନ କୁ ସମର୍ପିତ କରିଥିବା ଜବାନ ମାନେ ଦେଶର ଗୌରବ ସେମାନଙ୍କୁ ସମ୍ମାନ ଦେବା ସେହିଭଳି ସମ୍ପର୍କୀୟଙ୍କୁ ହରାଇ ନିରସ ଜୀଵନ ବିତାଉଥିବା ଅନାଥ ପିଲାଙ୍କ ମୁହଁରେ ହସଫୁଟାଇବା ନିମନ୍ତେ ବିଦ୍ୟର୍ଥୀ ପରିଷଦ ପ୍ରୟାସ କରିଛି ।

ସ୍ଥାନୀୟ ଭମିନି ଠାରେ ଥିବା ଆଇଆରବିଏନ ଜବାନ ମାନଙ୍କ କ୍ୟାମ୍ପ କୁ ଯାଇ ବିଦ୍ୟର୍ଥୀ ପରିଷଦ ର ଛାତ୍ରୀ କାର୍ଯ୍ୟ କାର୍ତା ମାନେ ଓ ନଗର ସଭାପତି ପ୍ରଫୁଲ୍ଲ ଲିମ, ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରଖୀ ଦାଶ, ସଂଯୋଜକ ବି ସତୀଶ କୁମାର ଓ ବିଭାଗ ପ୍ରମୁଖ ଉମା ଦାଶ ଉପସ୍ଥିତ ରହି ଜବାନ ମାନଙ୍କୁ ରଖି ବାନ୍ଧିଥିଲେ ଅନେକ ଅନାଥ ଶିଶୁ ମାନଙ୍କୁ ମଧ୍ୟ ବିଧିବିଧାନ ପୂର୍ବକ ବନ୍ଦାପନା କରି ରାଖୀ ବାନ୍ଧି ମିଠା ଖୁଆଇ ଥିଲେ। ପରିଷଦ ର ଏହି ଆନନ୍ୟ କାର୍ଯ୍ୟ କୁ ବହୁ ବ୍ୟକ୍ତି ସାଧୁବାଦ ଦେଇଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ସକ୍ଷରୁ ଗୁଣପୁର ବ୍ଲକ ଅଧୀନସ୍ଥ ନୁଆଗାଁ, ଜନତାର, ମେରିଙ୍ଗି, ଟିଟିମିରି, ଭୀମପୁର, ଭୀମପୁର ଗୁଡା, ଶିରିଝୋଲୀ, ରେଙ୍ଗଲପଦର, ଦଣ୍ଡଗୁଡା, ନରସଂହମୁଣ୍ଡା , ଡମ୍ବସରା, ବିକ୍ରମପୁର ଏବଂ ପୌର ପରିଷଦ ର ଶବର ବିହାର ସେବା ବସ୍ତିରେ କୋଭିଡ ନିୟମନୁଯାୟୀ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହିଭଳି ସ୍ଥାନୀୟ ଶିଶୁ ମନ୍ଦିର ପରିସରର ଗୁରୁଜୀ ପ୍ରଭାତ ଶାଖା/ ଶିବାଜୀ ପ୍ରଭାତ ଶାଖା ଠାରେ ରକ୍ଷା ବନ୍ଧନ କସର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାୟଗଡ ଜିଲ୍ଲା ସଂଘ ଚଳଜ ନନ୍ଦିକେଶ୍ୱର ଚୌଧୁରୀ ଯୋଗଦେଇ ଭାରତୀୟ ପରମ୍ପରାରେ ଭାଇ ଓ ଭଉଣୀ ମଧ୍ୟରେ ସ୍ନେହ, ଶ୍ରଦ୍ଧାର ଉତ୍କର୍ଷତା ପ୍ରତୀକ ସ୍ୱରୂପ ରକ୍ଷା ବନ୍ଧନ ଉତ୍ସବ କେବଳ ପାରିବାରିକ ସମ୍ୱନ୍ଧରେ ସୀମିତ ନ ରହି ଆଜି ସାମାଜିକ ସମରସତା ଓ ସୁରକ୍ଷାର ଏକ ସାର୍ବଜନୀନ ଉତ୍ସବରେ ପରିଣତ ହୋଇଯାଇଛି ବୋଲି ମତବ୍ୟକ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଓଡିଶା ପୂର୍ବ କ୍ଷେତ୍ର ପ୍ରାନ୍ତ କୁଟୁମ୍ବ ପ୍ରବୋଧନ ପ୍ରମୁଖ ଶ୍ରୀ ବୈକୁଣ୍ଠନାଥ ସାହୁ ଯୋଗଦେଇ ଥିଲେ । ଏହି ଅବସରରେ ଆମେ ସମସ୍ତେ ପରସ୍ପର ସ୍ନେହ ଶ୍ରଦ୍ଧା ଓ ଆତ୍ମୀୟତାର ସମ୍ୱନ୍ଧ ପୂର୍ବକ ସାମାଜିକ ସମରସତା ଓ ସୁରକ୍ଷା,ଦେଶରକ୍ଷା,ଧର୍ମରକ୍ଷା,ଦେଶୀ ଗୋବଂଶ ରକ୍ଷା, ଭୂମିର ସୁପୋଷଣ ରକ୍ଷାକୁ ଦୃଢ଼ତାର ସହିତ ପାଳନ କରିବା ଆମର ଧ୍ୟେୟ ଓ ବ୍ରତ ହେବା ଉଚିତ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ୱୟଂସେବକ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା ।  ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି  । ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ,ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ପକ୍ଷୀ ଭିତରକନିକାମୁହାଁ ହୋଇଛନ୍ତି।  ସେମାନେ ଭିତରକନିକାର ବଗ ଗହଣ, ମଠଆଡ଼ିଆ, ଲଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି  । ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆ, ଓରୁଅ ଗ ରେ ବସା ବାନ୍ଧି ପକ୍ଷୀମାନେ ବଂଶ ବିସ୍ତାର କରିଥାନ୍ତି । ଏନେଇ କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ୨ଟି ଟିମ୍‌ ହୋଇଛି। ଗୋଟିଏ ଟିମ୍‌  ମଠଆଡ଼ିଆ  ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ,   ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ।  ୭ ଦିନ ଧରି ଏହି  ଗଣନା କାର୍ଯ୍ୟକ୍ରମ ଚାଲିବ।