ନବରଂଗପୁରରେ ରେଳ ମନ୍ତ୍ରୀ ସହର ବାସୀଙ୍କ ଉଚ୍ଚାହ ଶୀଘ୍ର ଆସିଯିବ ନବରଂଗପୁରକୁ ରେଳ ପ୍ରତିଶ୍ରୁତି ଦେଇଗଲେ ଜନ ଆଶ୍ରିବାଦ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ l 

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ ॰ଏନ॰ ପଟନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର)- ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର କେବିନେଟ ରେଳଓ ବିଦ୍ୟୁତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭବ୍ୟ ସ୍ୱାଗତ ସହ ନବରଂଗପୁର ଜିଲ୍ଲା ବିଜେପି ଦଳର କର୍ମୀ, ନେତା ଓ ନବରଂଗପୁର ସାଧାରଣ ଜନତା ଏଥିରେ ସାମିଲ ଥିଲେ l ସ୍ୱାଗତ ପ୍ରାରମ୍ଭରେ ମନ୍ତ୍ରୀଙ୍କ ନବରଂଗପୁର ପ୍ରତି ଶ୍ରଦ୍ଧା ଦେଖିବାକୁ ମିଳିଥିଲା ଯେତେବେଳେ ମନ୍ତ୍ରୀ ନିଜେ ଛୋଟ ମକାପୋଡା ଦୋକାନରେ ପାଖରେ ବସି ମକା ଖାଇବାର ଆନନ୍ଦ ନେଇଥିଲେ l


ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ଠାରେ ସୋତାଧିକ ବିଜେପି କର୍ମୀ ବାଇକ ରେଲି କରି ନବରଂଗପୁର ମୁଖ୍ୟ ରାସ୍ତା ଦେଇ ପରିକ୍ରମା ସହ ନବରଂଗପୁର ସହରରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ନବରଂଗପୁର ସ୍ଥିତ ଗାନ୍ଧୀ ଛକ ଠାରେ ସହର ବାସୀଙ୍କୁ ସମ୍ବୋଧନ କରି ସହର ବାସୀଙ୍କ ଆଶ୍ରିବାଦ କାମନା କରି ଆସୁଥିବା ନିର୍ବାଚନ ରେ ନବରଂଗପୁର ଜିଲ୍ଲାର ଚାରି MLA ଓ ଏକ MP କାମନା କରି ନବରଂଗପୁର ପାଇଁ କେବିନେଟ ମୁଂଜୁର ହୋଇଥିବା ଜୟପୁର ଠାରୁ ନବରଂଗପୁର ରେଳ ରାସ୍ତା ଯେତେଶୀଘ୍ର ଜମି ଦୋଖଲ ହେଲେ ସେତେ ଶୀଘ୍ର ନିଁଛିତ ରେଳ ନବରଂଗପୁର ଆସିବ ବୋଲି କହିଥିଲେ l ମିନ୍ତ୍ରୀଙ୍କୁ ଭେଟି ନବରଂଗପୁର ରେ ବିଭିନ୍ନ କମିଟି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ପରିଶେଷରେ ଜିଲ୍ଲାପାଳ Dr ଅଜିତ କୁମାର ମିଶ୍ରଙ୍କ ସହିତ ସର୍କିଟହାଉସ ରେ ମିଟିଙ୍ଗ ପରେ କଳାହାଣ୍ଡି ଗ୍ରସ୍ତ ରେ ଯାଇଥିଲେ l ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ନବରଂଗପୁର ବିଜେପି ଦଳର ବରିଷ୍ଟ ନେତା ମାନେ ସହଯୋଗ କରିଥିଲେ ସେଥିମଧ୍ୟରୁ ପୂର୍ବତମ ସାଂସଦ ପୋର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଭା ଜ ପା ଉପସଭାପତି ବଳଭଦ୍ର ମାଝୀ, ଭୋଗୁବକ୍ସି ପାତ୍ର, ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର ଓ ଭୋବି ନାୟକ, ସମ୍ପାଦକ ଗୌରୀ ଶଙ୍କର ମାଝୀ ଓ ସିମାଞ୍ଚଳ ଖୋଟେଇ, ଜିଲ୍ଲା ଶୋଭାପତି ଯୋଗଦୀସ ବିଶୋଇ ଯୋଗ ଦେଇଥିଲେ

କେନ୍ଦ୍ରମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ମିଳିତ କ୍ରିୟାନୁଷ୍ଠାନ କମିଟି…!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଭାରତ ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ବିକାଶ ଧାରା ରୁ ପଛରେ ଥିବା ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ କୁ ଜାତୀୟ ବିକାଶ ଧାରାରେ ସମ୍ମିଳିତ କରିବାପାଇଁ ଗମନାଗମନ ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି lମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବୋଦୟ ର ବିକାଶ ଚିନ୍ତା କରୁଥିବା ସମୟରେ ପୂର୍ବୋତ୍ତର ରାଜ୍ୟ ଓଡ଼ିଶା ର ସବୁଠାରୁ ପଛୁଆ ଚିର ମରୁଡି ପ୍ରପିଡିତ ଅଞ୍ଚଳ ତଥା ଆଦିବାସୀ ବହୁଳ ପଦ୍ମପୁର ଉପଖଣ୍ଡ କୁ ରେଳବାଇ ଭାରତ ମାନଚିତ୍ର ରେ ସ୍ଥାନିତ କରିବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀମାନ ଅଜିତ କୁମାର ଶତପଥି ଙ୍କ ନେତୃତ୍ବରେ ବିଜେପୁର, ପାଇକମାଳ, ପଦ୍ମପୁର ର ଏକ ପ୍ରତିନିଧି ଦଳ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀମାନ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭବାନୀପାଟଣା ଠାରେ ଭେଟି ବରଗଡ-ନୂଆପଡା ଭାୟା ବିଜେପୁର -ପଦ୍ମପୁର ୧୪୨ କିଲୋମିଟର ନୂତନ ରେଳଲାଇନ କୁ ଶିଘ୍ର ମଞ୍ଜୁରି ପ୍ରଦାନ କରି ବଜେଟ ରେ ଅର୍ଥ-ବ୍ୟବସ୍ଥା କରିବା ସକାଶେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lଏହି ନୂତନ ରେଲ୍ ଲାଇନ ଦ୍ୱାରା ବରଗଡ-ରାୟପୁର ମଧ୍ୟ ଦୂରତା ୧୦୪ କିଲୋମିଟର ହ୍ରାସ ପାଇଯିବା ସହିତ ମାଲବାହୀ ଟ୍ରେନ ଗୁଡିକ ପାଇଁ ପରିବହନ ଖର୍ଚ୍ଚ ବହୁ ପରିଣାମ ରେ କମିଯିବ lସେପରି ବିଜେପୁର ଅଞ୍ଚଳରେ ବହୁ ମାତ୍ରାରେ ଉତ୍ପାଦିତ ହେଉଥିବା ତାଜା ପନିପରିବା ବାହାର ରାଜ୍ୟକୁ ଯାଇପାରିବ l

ପବିତ୍ର ନୃସିଂହନାଥ ତୀର୍ଥକ୍ଷେତ୍ର, ହରିଶଙ୍କର ତଥା ଐତିହାସିକ ଶୈବପୀଠ ଦେବଦର୍ହା ଭଳି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ର ବିକାଶ ହେବା ସହିତ ଏ ଅଞ୍ଚଳର ବେରୋଜଗାର ଯୁବକ, ଯୁବତୀ ଙ୍କ ପାଇଁ ରୋଜଗାର ର ପନ୍ଥା ନିଶ୍ଚିତ ବାହାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ lଗମନାଗମନ ର ବିକାଶ ହେଲେ ନିଶ୍ଚିତ ରୂପେ ଭାରତବର୍ଷ ର ବଡ଼ବଡ଼ ବ୍ୟବସାୟୀ ମାନେ ଆସି କଳକାରଖାନା ସ୍ଥାପନ କରି ବେକାରୀ ସମସ୍ୟା ର ଦୂରିକରଣ ହୋଇପାରିବ lଯଦ୍ୱାରା ଅଞ୍ଚଳ ର ଅର୍ଥନୀତି ସୁଦୃଢ଼ୀକରଣ ହୋଇ ପାରିବ lମାନ୍ୟବର ରେଳମନ୍ତ୍ରୀ ଙ୍କ ଉପସ୍ଥିତି ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମାନ ବସନ୍ତ ପଣ୍ଡା ମଧ୍ୟ ଏଇ ନୂତନ ରେଲଲାଇନ ସକାଶେ ଉଦ୍ୟମ ଚାଲିଛି ବୋଲି ପ୍ରକାଶ କରିବା ସହିତ ମାନ୍ୟବର ରେଳମନ୍ତ୍ରୀ ଏହି ନ୍ୟାର୍ଯ୍ୟ ଦାବି କୁ ସ୍ୱହୃଦୟତାର ସହ ଗ୍ରହଣ କରିଥିଲେ l ଦାବିପତ୍ର ପ୍ରଦାନ ବେଳେ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ର ପଦ୍ମପୁର ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ଗୈାତିଆ କୁମାର ସାହୁ,ବଣିକ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ନାଗରିକ କମିଟି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପାଇକମାଳ ଓକିଲ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ସାହୁ, ନାଗରିକ କମିଟି ର ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ କାଲିଆ, ପାଇକମାଳ ବଣିକ ସଂଘ ର ପ୍ରେମ ସାଗର ଫୈାଜଦାର,ତଥା ବିଜେପୁର ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

ସ୍ୱଭାବ କବି ଙ୍କ ଜୟନ୍ତୀ ପାଳନ…!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ସ୍ଥାନୀୟ ରାଜବୋଡାସମ୍ୱର ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସର ରେ “ମେହେର କବି ସ୍ମୃତି ପରିଷଦ”ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ କୋଭିଡ କଟକଣା ଭିତରେ,ଏକ ନିଡାମ୍ବର ପରିସ୍ଥିତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପରିଷଦ ର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେର କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନଡ଼ିଆ ବାଡେଇ ଉତ୍ସବ କୁ ଉଦଘାଟନ କରିଥିଲେ l ସଭାପତି ପ୍ରଫେସର ଡ଼ଃ ପ୍ରମୋଦ କୁମାର ପାଢ଼ୀ ଙ୍କ ବିଭିନ୍ନ କାବ୍ୟକବିତା ସମ୍ପର୍କରେ ଆଲୋଚନା କରିଥିଲେ l ଏଇ ଅବସରରେ ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ଶ୍ରୀମାନ ଅଶୋକ କୁମାର ବହିଦାର,ମନୋଜ ପଣ୍ଡା,କରୁଣାକର ବେହେରା,ସୁରେଶ ମେହେର, ଡଃ ଜୟକେତନ ତ୍ରିପାଠୀ, ଚତୁର୍ଭୁଜ ମେହର,ମନୋଜ ମେହେର, ରାଜେନ୍ଦ୍ର ମହାନ୍ତି,ପ୍ରୀତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲୁଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆର୍‌ଟିପିସିଆର୍‌ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହ ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା। ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ।

ରାକ୍ଷୀ ବାନ୍ଧି ପ୍ରତିଶ୍ରୁତି ଦେଲେ ରେଳମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟିଟିଲାଗଡ଼ ଗସ୍ତ କରିଥିଲେ। ରେଳ ମନ୍ତ୍ରୀଙ୍କୁ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ଅଞ୍ଚଳ ଲୁଥରବନ୍ଧ୍ଠାରୁ ପାଛୋଟି ଆଣିଥିଲେ ଦଳୀୟ କର୍ମୀ ଓ ନେତା। ଏହାପରେ କେନ୍ଦ୍ର ମନ୍ତ୍ରୀ ଲୁଥରବନ୍ଧ ଗାଁ ରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ଏହାପରେ ଟିଟିଲାଗଡ଼ରେ ସାଧାରଣ ସଭାରେ ଯୋଗ ଦେଇ ଏହି ଅଞ୍ଚଳରେ ରେଲେଓ୍ୱର ବିକାଶ ଦିଗରେ କାମ କରିବେ ବୋଲି କହିଥିଲେ। ବଲାଙ୍ଗିର ଖୋର୍ଦ୍ଧା ରେଳପଥ ଯାଥା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଟିଟିଲାଗଡ଼ ଅଞ୍ଚଳର ମହିଳା ମାନେ ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଥିଲେ । ପରେ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାପରେ ସେ ବଙ୍ଗୋମୁଣ୍ଡା ସାଧାରଣ ସଭାରେ ଯୋଗଦେଇ ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପଞ୍ଚାୟତ ଭୋଟ୍ ଥୋପ: ବଦଳିବ ଗାଇଡ୍‌ଲାଇନ୍‌, ଏଣିକି ନୂଆ-ପୁରୁଣା ସବୁ ଗାଁ ରାସ୍ତାର ହେବ ଉନ୍ନତିକରଣ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡଲାଇନରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡଲାଇନ ସହ ୩ବର୍ଷରେ ୧୮୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଅନୁମତି ମିଳିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସର୍ତ୍ତାବଳୀକୁ ସରକାର ଅନେକାଂଶରେ କୋହଳ କରି ଗାଁ ଗହଳିର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକର ନବୀକରଣ, ମରାମତି, ପୁନରୁଦ୍ଧାର, ସମ୍ପ୍ରସାରଣ ଆଦି କାର୍ଯ୍ୟକୁ ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ୨୦୨୧-୨୨ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଏହି ୧୮୦୦କୋଟି ଟଙ୍କା ବ୍ୟୟ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ କରି ଏହାକୁ ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁସବୁ ରାସ୍ତା ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା’ରେ ସାମିଲ(ଜନସଂଖ୍ୟା ଓ ଅନ୍ୟାନ୍ୟ ମାନଦଣ୍ଡ) ପାଇଁ ଯୋଗ୍ୟ ହେଉନଥିଲା, ସେଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ନୂଆ ରାସ୍ତା ନିର୍ମାଣ କରାଯାଉଥିଲା। ୨୦୧୪-୧୫ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି । ମାତ୍ର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡଲାଇନ ଅନୁସାରେ, ନିକଟସ୍ଥ ପଂଚାୟତ ମୁଖ୍ୟାଳୟ, ହସ୍ପିଟାଲ, ବ୍ଲକ କାର୍ଯ୍ୟାଳୟ, ବଜାର,ସ୍କୁଲ, କଲେଜ ଆଦି ସମେତ ଆର୍ଥିକ ଗତିବିଧିର ବିକାଶ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇପାରିବ ।ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସମସ୍ତ ନିୟମକୁ କୋହଳ କରାଯିବା ସହ ପୁରୁଣା ରାସ୍ତାକୁ ଅଧିକ ଚଉଡ଼ା ଓ ସୁଦୃଢ଼ କରିବା, ପୁରୁଣା ପିଚୁ ଓ କଂକ୍ରିଟ୍ ରାସ୍ତାର ମରାମତି, ରାସ୍ତାଗୁଡ଼ିକ ୫.୫ମିଟରରୁ ୯ମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଆବଶ୍ୟକ ପଡ଼ିଲେ ରାସ୍ତା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହେବ ଓ ଏହି ଜମି ଗ୍ରାମ୍ୟ ଉନ୍ନୟନ ବିଭାଗ ନାଁରେ କିଣାଯିବ । ପ୍ରସ୍ତାବିତ ସଂଶୋଧିତ ଗାଇଡଲାଇନରେ ଏଣିକି ଗ୍ରାମାଂଚଳରେ ନୂଆ ରାସ୍ତାର ନିର୍ମାଣ ସହ ପୁରୁଣା ରାସ୍ତାର ମରାମତି, ଉନ୍ନତିକରଣ ଓ ଚଉଡ଼ା ଆଦି କାର୍ଯ୍ୟ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ହୋଇପାରିବ । ପୂର୍ବରୁ ଏହି ଯୋଜନାରେ କେବଳ ନୂଆ ରାସ୍ତା ନିର୍ମାଣ କରାଯିବାର ପ୍ରାବଧାନ ଥିବାବେଳେ ସରକାର ଏହାର ସର୍ତ୍ତାବଳୀକୁ କୋହଳ କରି ଆଗାମୀ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୮୦୦କୋଟି ଟଙ୍କା ଏହି ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଏହି ଅର୍ଥରେ ମୋଟ ୩୫୭ଟି ଗ୍ରାମ୍ୟ ରାସ୍ତାର ନବୀକରଣ, ଉନ୍ନତିକରଣ ଓ ନୂଆ ରାସ୍ତା ନିର୍ମାଣ କରାଯିବ । ଏହାବାଦ୍ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଅନ୍ୟ କେଉଁ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବ ସେଥିପାଇଁ ସୁପାରିଶ କରିପାରିବେ । ଯାହାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁମୋଦନ କମିଟି ମଞ୍ଜୁରୀ ପ୍ରଦାନ କରିବେ । ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀ ଓଡ଼ିଶାର ଅନେକ ଗାଁକୁ ରାସ୍ତା ନିର୍ମାଣରେ ବାଧକ ସାଜିବାରୁ ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ୨୦୧୪-୧୫ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରିଥିଲେ । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନଥିଲେ । ଅବଶ୍ୟ ୨୦୨୧-୨୨ରେ ୩୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଓ ଅର୍ଥ ବିଭାଗ ୨୦୨୧ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ୩୦ତାରିଖ ମଧ୍ୟରେ ଆଉ ୨ହଜାର କୋଟି ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମୌଖିକ ଅନୁମତି ଦେଇଥିବା ଜଣାପଡ଼ିଛି । ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଆସନ୍ତା ଅତିରିକ୍ତ ବଜେଟରେ ଏହି ଯୋଜନାକୁ ବିଜେଡି ସରକାର ନିଜର ଭୋଟ ବୃଦ୍ଧି ପାଇଁ ବହୁଳ ପ୍ରଚାର କରିବାର ସମ୍ଭାବନା ରହିଛି ।

ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି।  ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି ଚାଷୀ ପାଇଁ କାଳ ସାଜିଛି । ଶ୍ରାବଣ ମାସରେ ବି ନିଦାଘ ଖରା। କେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣି। ସ୍ୱଳ୍ପବୃଷ୍ଚିପାତରୁ ଚାଷର ଏ ସ୍ଥିତି କେବଳ ସମ୍ବଲପୁରର କୁଚିଣ୍ଡା କି ପୁରୀ ଜିଲ୍ଲାର ବଳଙ୍ଗାର ନୁହେଁ। ବାଲେଶ୍ୱର ସୋର ଅଞ୍ଚଳର ବର୍ଷା ଅଭାବରୁ ଜଳି ଯାଇଥିବା ଧାନ ଗଛକୁ ଟେକା ପାଣି ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଆଶା କିନ୍ତୁ ନାହିଁ। ନୀଳଗିରି ଅଞ୍ଚଳରେ ବି ଚାଷର ପାଖାପାଖି ସମାନ ସ୍ଥିତି। କେବଳ ତିନିଟି ଜିଲ୍ଲା ମାଲକାନଗିରି, ବଲାଙ୍ଗିର ଓ ନୂଆପଡ଼ାକୁ ଛାଡ଼ି ଦେଲେ ରାଜ୍ୟର ୨୭ ଜିଲ୍ଲାରେ ସ୍ୱଳ୍ପବୃଷ୍ଟିରୁ ଚାଷ ଅବସ୍ଥା ଖରାପ । ଜଳ ଜଳ ଦିଶିଲାଣି ମରୁଡ଼ି ପାଣିପାଗ । ବିଭାଗର ତଥ୍ୟ ବି କହୁଛି ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୮୩୬ ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୫୮୩ ମିଲିମିଟର ବର୍ଷା । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୫ ଜିଲ୍ଲା ଯାଜପୁର, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ ଓ କେନ୍ଦୁଝରରେ ସ୍ଥିତି ଅଧିକ ସଂଗୀନ । କାରଣ ଏହି ସବୁ ଜିଲ୍ଲାରେ ୪୦ କିମ୍ବା ତାଠୁ ଅଧିକ ନିଅଣ୍ଟିଆବର୍ଷା ହୋଇଛି । ଏପରିକି ଭଦ୍ରକ ଓ ଯାଜପୁରରେ ୫୦ ପ୍ରତିଶତରୁ କମ୍ ବର୍ଷାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି।  ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଜୁନ୍ ମାସରେ ପାଖାପାଖି ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ପରେ ଜୁଲାଇରେ ବି ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା।  ଆଶା ଥିଲା ଅଗଷ୍ଟ ମାସରେ ଭଲ ବର୍ଷା । ହେଲେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ଥିବାରୁ ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି ।

ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଟୋକିଓ ଅଲିମ୍ପିକ୍ସ ହକିରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶାର ୪ ଖେଳାଳିଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୃଦୟଭରା ସ୍ୱାଗତ କରାଯାଇଥିଲା। ଯେଉଁଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସୁନ୍ଦରଗଡ଼ ସହରରେ ପାରିଜାତ ପାର୍କଠାରୁ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ହକି ତାରକାମାନଙ୍କୁ ଖୋଲା ଗାଡ଼ିରେ ନିଆଯାଇଥିଲା। ରାସ୍ତା ଉପରେ ଶହ ଶହ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ମହିଳା ଏବଂ ସାଧାରଣ ଜନତା ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ହକିପ୍ରେମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନର କର୍ମକର୍ତ୍ତା ଖେଳାଳିମାନଙ୍କୁ ସ୍ୱାଗତ କରି ନେଇଥିଲେ।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ହକି ପ୍ରେମୀ, କ୍ରୀଡ଼ାବିତ୍ ଏବଂ ଜନସାଧାରଣ ସୁନ୍ଦରଗଡ଼ ସହରକୁ ଆସିଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଛିଡ଼ା ହୋଇ ଲୋକେ ଅଭିନନ୍ଦନ ଜଣାଇଥିଲେ। ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବିକାଶ ଭବନଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହକି ତାରକାମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏବଂ ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍ ରାଜିନ୍ ଏକ୍କା, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

ମନୋଜ ଶ୍ରେଷ୍ଠ ଅଭିନେତା, ସମନ୍ଥା ଶ୍ରେଷ୍ଠ ଅଭିନେତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ ଅଭିନେତା ମନୋଜ ବାଜପେୟୀ ହେଲେ ଶ୍ରେଷ୍ଠ ଅଭିନେତା।  ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବର୍ଣ୍ଣରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇଲେ ମନୋଜ। ସେହିପରି ସମନ୍ଥା ଅକିନେନିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ପାଇଁ ଏ ଦୁହିଁଙ୍କୁ ଏହି  ଆୱାର୍ଡ ମିଳିଛି। ସେହିପରି ତାମିଲ ଅଭିନେତା ସୁରିଆ ‘ସୋରାରାଇ ପୋଟରୁ’ ପାଇଁ ବେଷ୍ଟ ପରଫର୍ମାନ୍ସ ମେଲ୍ ଆୱାର୍ଡ ଏବଂ ବିଦ୍ୟା ବାଲାନ୍ ‘ସେରନୀ’ ପାଇଁ ବେଷ୍ଟ ପରଫର୍ମାନ୍ସ ଫିମେଲ୍ ଆୱାର୍ଡ ପାଇଥିଲେ। ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ଏହି ଆୱାର୍ଡ ସେରିମୋନିରେ ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅନେକ ସେଲେବ୍ରିଟି ଉପସ୍ଥିତ ଥିଲେ। ‘ଦି ଫ୍ୟାମିଲି ମ୍ୟାନ୍ ୨’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବା ପରେ ମନୋଜ ବାଜପେୟୀ କହିଛନ୍ତି, ‘ସିନେମା କିମ୍ବା ସିରିଜ୍, ଉଭୟ ବହୁତ ସହାୟକ ଅଟନ୍ତି। ଆମାଜନ, ରାଜ ଏବଂ ଏହି ସିରିଜରେ ଜଡିତ ସମସ୍ତଙ୍କୁ ଉଲ୍ଲେଖ ନକରି ନିଜ ପାଇଁ ପୁରସ୍କାର ନେବା ମୋ ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ଏହା ଲେଖକଙ୍କର ଟିମ୍, ତେଣୁ ମୋତେ ଏଥିରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ।

ଏହା ମୋର ବିଜୟ ନୁହଁ ପୂରା ଟିମ୍‌ର ବିଜୟ।’ ୨୦୧୯ରେ ‘ଦ ଫ୍ୟାମିଲି ମ୍ୟାନ’ରୁ ୱେବ ସିରିଜରେ ଡବ୍ୟୁ କରିଥିଲେ ମନୋଜ। ସେହିପରି ସାମନ୍ଥା, ରାଜ ଏବଂ ଡି.କେ.ଙ୍କ ‘ଦି ଫ୍ୟାମିଲି ମ୍ୟାନ୍ ୨’ ସହିତ ଡିଜିଟାଲ୍ ଡେବ୍ୟୁ କରିଥିଲେ। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ସାମନ୍ତ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସାମନ୍ଥା ଅକ୍କିନେନି କହିଛନ୍ତି, ‘ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ ହୋଇ ମୁଁ ଗର୍ବିତ । ଏତେ ବଡ ପ୍ରତିଭାମାନଙ୍କ ମଧ୍ୟରେ ଏଠାରେ ରହିବା  ମୁଁ କୃତଜ୍ଞ ଏବଂ ଏହା ଏକ ଗୌରବର ବିଷୟ। ମୋତେ ଏହି ଭୂମିକା ପ୍ରଦାନ କରିଥିବାରୁ ରାଜ ଏବଂ ଡି.କେଙ୍କୁ ଧନ୍ୟବାଦ, ଏପର୍ଯ୍ୟନ୍ତ ମୁଁ ଯାହା କରିଛି ତାହାଠାରୁ ବହୁତ ଭିନ୍ନ।’ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ଣ୍ଣ ଆୱାର୍ଡରେ ସର୍ବଶ୍ରେଷ୍ଟ ଫିଲ୍ମ ଭାବେ ବାଜି ମାରିଛି ତାମିଲ ଫିଲ୍ମ ‘ର୍ସରାରଇ ପୋଟୁର’। ଏହି ଫିଲ୍ମଟି ସାଉଥ ଅଭିନେତା ସୂର୍ଯ୍ୟାଙ୍କ ହୋମ୍‌ ବ୍ୟାନର ୨ଡି ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିଲା। ଏହାକୁ ନିର୍ଦ୍ଦେଶନା ଦେଇଥିଲେ ସୂଧା କୋଙ୍ଗାରା। ସେହିପରି ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ଅନୁରାଗ ବସୁ ଏବଂ ଆନନ୍ଦ ଉଲ୍ଲେଖ ପଥ୍ୱୀ କୋନନୁର, ବେଷ୍ଟ ସିଜିନ୍ ‘ମିର୍ଜାପୁର ସିଜିନ୍୨’, ବେଷ୍ଟ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ଭାବେ ସଟ୍ ଅପ୍ ସୋନା, ଏବଂ ବେଷ୍ଟ ଇଣ୍ଡି ଫିଲ୍ମ ଭାବେ ଫାୟର୍ ଇନ୍ ଦ ମାଉଣ୍ଟେନସ୍’କୁ ପୁରସ୍କୃତ କରାଯାଇଥିଲା।