ଜିଲ୍ଲାପାଳଙ୍କ ସମନ୍ଵିତ ଶିଶୁ ବିକାଶ ଯୋଜନାର ସମୀକ୍ଷା।

!!! ଦକ୍ଷୀଣ ଓଡ଼ିଶା ବ୍ୟୁରୋ ହେଡ୍ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାୟଗଡ଼ା) – ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜକୁମାର ମିଶ୍ର ସମନ୍ଵିତ ଶିଶୁବିକାଶଯୋଜନାର ସମୀକ୍ଷା କରିଥିଲେ।ଜିଲ୍ଲାସମାଜ ମଙ୍ଗଳଅଧିକାରୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ଵାଗତକରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଜିଲ୍ଲାପାଳଙ୍କୁ ଅବଗତି କରାଇଥିଲେ। କାର୍ଯ୍ୟକ୍ରମରେ ମମତା,ପରିପୂରକ ପୁଷ୍ଟି ଖାଦ୍ୟ ଯଥା,ଛତୁଆ ଓ ଅଣ୍ଡା ବଣ୍ଟନ,ବାଲ୍ୟବିବାହନିଷେଧ,ଶିଶୁ ମୃତ୍ୟୁ ଓ ମାତୃମୃତ୍ୟୁ,ଅପପୁଷ୍ଟି ନିରାକରଣ ସହିତ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ପରିବେଶ ଓ ନିରାପତ୍ତା ବିଷୟରେ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ମାନଙ୍କୁ ନିୟମିତ ଅଙ୍ଗନବାଡିକେନ୍ଦ୍ର ପରିଦର୍ଶନଦ୍ଵାରା ସରକାରଙ୍କ ତରଫରୁ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଗୁଡିକ ସଠିକପରିମାଣ ଓ ଉତ୍ତମମାନର ଦିଆଯାଉଛି କି ନାହିଁ, ତଦାରଖ କରିବାସହିତ ନିଜ ସେକ୍ଟରରେ ଉପସ୍ଥିତ ରହିବା ନିମନ୍ତେ ତାଗିଦକରିଥିଲେ।

ଆଶୀର୍ବାଦ ଯୋଜନାପାଇଁ ପିଲାମାନେ ନିଜର ବୟସ ପ୍ରମାଣ ପତ୍ରଭାବେ ଜନ୍ମପ୍ରମାଣପତ୍ର କିମ୍ବା ବିଦ୍ୟାଳୟର ପ୍ରମାଣପତ୍ର ଓ ବାପା ମାଙ୍କର ମୃତ୍ୟୁରେ ମୃତ୍ୟୁ ପ୍ରମାଣପତ୍ର ସହ ଆବେଦନ କରିବାପାଇଁ କହି, ଯେପରି ଯୋଗ୍ୟ ହିତାଧିକାରୀ ଏହି ସୁବିଧା ପାଇପାରିବେ,ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତପିଲାଙ୍କ ସୁରକ୍ଷା,ଶିଶୁ ଓ ମାତୃ ମୃତ୍ୟୁହାରକୁ ଶୂନକୁଆଣିବା,ଅପହଞ୍ଚ ଇଲାକାରେ ଅପପୁଷ୍ଟିକୁ ଲୋପକରିବାପାଇଁ ସମସ୍ତଙ୍କ ଦାୟିତ୍ଵ ରହିଛି।ତେଣୁ ଗର୍ଭବତୀ ସମୟରେ ଜଣେ ମହିଳା ଉପଯୁକ୍ତ ପରିମାଣର ପୁଷ୍ଟିକର ଖାଦ୍ୟଖାଇବା ଆବଶ୍ୟକ, ଡାକ୍ତରଖାନାରେ ପ୍ରସବ କରାଇବା,ନବଜାତ ଶିଶୁକୁ ସମସ୍ତ ଟୀକା ଦେବା,ଶିଶୁକୁ ୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀରଦେବାଓ ୬ ମାସପରେ ମା କ୍ଷୀର ସହିତ ୨ରୁ ୩ ପ୍ରକାର ଘରୋଇ ରନ୍ଧାଖାଦ୍ୟ ବୟସ ଅନୁପାତରେ ଖୁଆଇବା ପାଇଁ ଯଥେଷ୍ଟ ସଚେତନତା ସୃଷ୍ଟି କରାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ କହିଥିଲେ।ନିଜଅଞ୍ଚଳର ଗୋଟିଏ ବି ଝିଅ ୧୮ ବର୍ଷରୁ କମ ବୟସରେ ଓ ପୁଅ ୨୧ ବର୍ଷରୁ କମ ବୟସରେ ବିବାହ କରାଇ ନ ଦେବା ନିମନ୍ତେ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ମାନଙ୍କୁ କହିଥିଲେ।ବାଲ୍ୟବିବାହର ସୂଚନା ତୁରନ୍ତ ସିଡିପିଓ ମାନଙ୍କୁ ଜଣାଇବା ନିମନ୍ତେ ସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲାପାଳ କହିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାସମାଜମଙ୍ଗଳ ଅଧିକାରୀ ସନ୍ତଲାଲ ଦୀପ, କାର୍ଯ୍ୟକ୍ରମ ଓ ସୁରକ୍ଷା ଅଧିକାରୀ କାମାକ୍ଷୀମଞ୍ଜରୀ ପାଢୀ,ସ୍ନେହଲତା ପାଢୀ ଡିପିଏମ ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମ ଜିତେନ୍ଦ୍ର ମହାପାତ୍ର ଡିପିସି ମମତା ଓ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ,ଜିଲ୍ଲାର ସମସ୍ତ ଶିଶୁ ବିକାଶପ୍ରକଳ୍ପଅଧିକାରୀ,ପରିଦର୍ଶିକା ଓମମତାକାର୍ଯ୍ୟକ୍ରମସହାୟକମାନେ ଉପସ୍ଥିତ ରହିଥିଲେ।

ହାତୀଉପଦ୍ରୁତ ଗାଁରେ ବନବିଭାଗର ସଚେତନ କାର୍ଯ୍ୟକ୍ରମ।

!!! ଦକ୍ଷୀଣ ଓଡ଼ିଶା ବ୍ୟୁରୋ ହେଡ୍ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାୟଗଡା ଜିଲ୍ଲା ପଦ୍ମପୁରବ୍ଲକ ନୂଆଗଡ଼ ପଞ୍ଚାୟତରେ ବିଭିନ୍ନସ୍ଥାନରେ ହାତୀ ଉପଦ୍ରଵକରି ଫସଲ ନଷ୍ଟକରିବା ପରେ ବନବିଭାଗ ବିଭିନ୍ନସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିଛି।ଗୁଣପୁର ରେଞ୍ଜଅଫିସର ରଞ୍ଜନ କୁମାର ମହାନ୍ତି ଓ ଗୁଡାରୀ ରେଞ୍ଜ ଅଫିସର ସଂଘମିତ୍ରା ଭୋଇଙ୍କ ନେତୃତ୍ୱରେ ପଦ୍ମପୁର ବନପାଳ ପ୍ରଦୀପକୁମାର ଜେନା ଓ ତାଙ୍କ ସହକର୍ମୀ ହାତୀ ନଷ୍ଟକରିଥିବା ଗ୍ରାମକୁଯାଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ।ଜଙ୍ଗଲୀହାତୀ ପାଖକୁ ନଯିବା,ହାତୀ ଗ୍ରାମକୁ ଆସିଲେ ସଙ୍ଗେସଙ୍ଗେ ବନବିଭାଗକୁ ଖବର ଦେବା,ସକାଳସମୟରେ ହାତୀ ଚଳପ୍ରଚଳ କରନ୍ତି,ଏଣୁ ଏହି ସମୟରେ ଜଙ୍ଗଲକୁ ନ ଯିବାକୁ କହି ସଚେତନ ସହ ଅନୁରୋଧ କରିଥିଲେ।ଗୁଡାରୀ ରେଞ୍ଜର ସଂଘମିତ୍ରା ଭୋଇ ହସ୍ତିନାପୁର, ପାଣ୍ଡରାଗୁଡା ଅଞ୍ଚଳ ଏବଂ ଆଖପାଖ ଜଙ୍ଗଲ ନିକଟ ଗ୍ରାମକୁ ଯାଇ ସଚେତନ କରିଥିଲେ।ଗତ ୧୮ ତାରିଖ ରାତିରେ ଜଙ୍ଗଲୀ ହାତୀ ହସ୍ତୀନାପୁରରେ ଲୋକଙ୍କ ଚାଷ ଓ ଗଛ ନଷ୍ଟକରିଥିଲେ। ସେହିଦିନଠାରୁ ପଦ୍ମପୁର ବନପାଳ ପ୍ରଦୀପ କୁମାର ଜେନା ଓ ତାଙ୍କ ସହକର୍ମୀ ଦିନରାତି ହାତୀଙ୍କ ଚଳପ୍ରଚଳଉପରେ ନଜର ରଖିଛନ୍ତି।ତାଜାସୂଚନା ଅନୁଯାୟୀ ଆଜିସକାଳୁ ହାତୀପଲ କଞ୍ଚାକରଡା ଜଙ୍ଗଲରେଥିବା,ପଦ୍ମପୁର ବନପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି।

କଂଗ୍ରେସର ବଡ଼ ଖୁଲାସା ; ଆଇଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ ଦେଇଛନ୍ତି ସରକାର ,କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସ୍‌ପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ତୁରନ୍ତ ରୁଜୁ କରାଯାଉ – ପ୍ରଦେଶ କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା, ଖରସ୍ରୋତା ନଦୀ ଉପରେ ନିର୍ମାଣ କରାଯାଉଥିବା ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବଡ଼ ଖୁଲାସା କରାଯାଇଛି । ଖରସ୍ରୋତା ନଦୀ ବରୁଗଡ଼ିଆ ଠାରେ କରାଯାଉଥିବା ମେଗା ପାଇଫ ୱାଟର ପ୍ରୋଜେକ୍ଟ ସମ୍ବଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି । ଶନିବାର ଦିନ ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଅଭିଯୋଗ ହୋଇଛି ଯେ ରାଜ୍ୟ ସରକାରଙ୍କର ପକ୍ଷରୁ ଦିଆଯାଇଥିବା ପରିବେଶ ସାମାଜକି ପ୍ରଭାବ (ESIA) Environment Social Impact Assessment ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତିହୀନ । ଯେହେତୁ ପ୍ରକଳ୍ପଟି ଭିତର କନିକା ଇକୋ ସେନ୍‌ସିଟିଭ ଜୋନ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ । ଭିତରକନିକା ଉପରେ ପ୍ରକଳ୍ପର କଣ ପ୍ରତିକୂଳ ପ୍ରଭାବ ବା ପଡ଼ିବନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ ପରେ ହିଁ ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଜୁନ ୨୦୧୫ ମସିହାରେ ଏକ ଗେଜେଟ ନୋଟିଫିକସେନ ବା ବିଜ୍ଞପ୍ତି ଜାରିକରିଥିଲେ । ମାତ୍ର ରାଜ୍ୟ ସରକାର ଭଦ୍ରକ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି (Environment Social Impact Assessment Study) ଏନ୍‌ଭାରନ୍‌ମେଟ ଇମ୍ପାକ୍ଟ ଏସେସ୍‌ମେଂଟ ଷ୍ଟଡି କରିନାହାଁନ୍ତି ବୋଲି କଂଗ୍ରେସ ମିଡ଼ିଆ କନଭେନର ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲେଇବା ପାଇଁ ଆଇଆଇଟି, ହାଇଦ୍ରାବାଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ମିଛି କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟ ସରକାର ଯେଉଁ (ESIA) ଇ.ଏସ୍‌. ଆଇ ଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ ବୋଲି ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ନଅଶହ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସିଯିବେଏବଂ ମିଛ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ସରକାରଙ୍କୁ ଯେଉଁ ପ୍ରଶ୍ନ କରିଛନ୍ତି ତାହା ହେଲା ।
୧-ଭିତରକନିକା ଏକ ଇକୋ- ସେନସିଟିଭ ଜୋନ ହୋଇଥିବା ବେଳେ ସରକାର କାହିଁକି ଦେଶର ଏକ ବିଶ୍ୱସନୀୟ ସଂସ୍ଥା ଠାରୁ ଏନ୍‌ଭାଇରନମେଂଟ ଇମ୍ପାକ୍ଟ ଏସେସମେଂଟ (EIA)ରିପୋର୍ଟ ପ୍ରସ୍ତୁତ କଲେନାହିଁ ।
୨- ଏହା ଏକ ଅତ୍ୟନ୍ତ ସ୍ପର୍ଶକତାର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବା ବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ବିଭାଗ ଦ୍ୱାରା କାହିଁକି ରିପୋର୍ଟ ପ୍ରସ୍ତୁ କଲେ?
୩- ଆଇଆଇଟି ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଉଛନ୍ତି ତାହା ଭଦ୍ରକ ମେଗା ପାଇଁ ପାଇପ ପାନୀୟ ଜଳ ପ୍ରକଳ୍ପର ଫିଜିବିଲଟି ରିପୋର୍ଟ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି?
୪- ସରକାର ଆଇଟି ହାଇଦ୍ରାବାଦକୁ ପରିବେଶ ପ୍ରଭାବ ସଂକ୍ରାନ୍ତୀୟ ସର୍ତ ପାଇଁ କେବେ ନିଯୁକ୍ତି ଦେଲେ? ଏଥିପାଇଁ କେତେ ଟଙ୍କା ସରକାର ଆଇଆଇଟିକୁ ଦେଇଛନ୍ତି? ସର୍ଭେ ରିପୋର୍ଟ ର ଟର୍ମ ଅଫ ରେଫେରେନ୍ସି କପି କାହଁକି ସୂଚନା ଅଧିକାରରେ ଦେଇନାହାଁନ୍ତି ସରକାର?
୫- ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ସରିବାପରେ କାହିଁକି ପ୍ରଶାସକ ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ?
୬- ଆଇଆଇଟି ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ରିପୋର୍ଟର କପି କାହିଁକି ସରକାରଙ୍କ ପାଖରେ ନରହି ପ୍ରୋଜେକ୍ଟର ଠିକା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା?
୭- ବାସ୍ତବରେ ସର୍ଭେ ରିପୋର୍ଟ ରାଜ୍ୟ ସରକାର କରିଛନ୍ତି ନା ଠିକାଦାର ସଂସ୍ଥା ପକ୍ଷରୁ ଲୁଚାଛପା ଫେକ୍ ରିପୋର୍ଟ ଟେ ପ୍ରସ୍ତୁତ କରାଯାଇଛି ବୋଲି ସତ୍ୟପ୍ରକାଶ ନାୟକ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।
ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ପରିବେଶ ଜଙ୍ଗଲ ବିଭାଗମନ୍ତ୍ରୀ ବିକ୍ରମ ଆରୁଖ କାହିଁକି ନୀରବ?
ଏ ଘଟଣାର କେନ୍ଦ୍ରୀୟ ଆଇନର ଉଲଂଘନନ ହୋଇଛି ତେଣୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ଅଭିଯୁକ୍ତ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି ।

ମହିମା ଆଶ୍ରମ ରେ ନୂଆଁଖାଇ ପର୍ବ ପାଳନ..!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ପବିତ୍ର ଶ୍ରାବଣ ଚତୁର୍ଦ୍ଦଶୀ ତିଥିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ମହୁଲ ପାଲି ଏବଂ ପଲସାନୀ ଗ୍ରାମ ର ମଧ୍ୟ ଭାଗରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ପ୍ରୀତମ ମେହେର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ପୂର୍ବକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଆର୍ଥିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ରେ ନିର୍ମିତ ପାଠାଗାର ଗୃହ କୁ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ତାଙ୍କ କରକମଳରେ ସବୁ ସାଧୁସନ୍ଥ,ମହିମା ଆଶ୍ରମ ର କମିଟି ରେ ଶଷ୍ଳିଷ୍ଟ ସମସ୍ତ ସଦସ୍ୟ ତଥା ଅଞ୍ଚଳବାସୀ ଙ୍କ ଉପସ୍ଥିତି ରେ ଉଦଘାଟିନ କରିବା ପରେ ମହିମା ଆଶ୍ରମ ର ଧୂନୀମନ୍ଦିର କୁ ଯାଇ ଶ୍ରୀ ବରିହା ଅଲେଖ ମହିମା ଙ୍କୁ ଦର୍ଶନ କରିଥିଲେ l ଏହିକାଯ୍ୟକ୍ରମ ରେ ବହୁ ଜନସମାଗମ ପରିଲକ୍ଷିତ ହୋଇଥିଲା ।

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ ଉତ୍ସବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପିସିସି ପକ୍ଷରୁ ସକାଳେ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃ ବୃନ୍ଦ ମାଲ୍ୟର୍ପଣ କରିଥିଲେ । ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ରାଜୀବଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟ କ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ଜଜେ୍ଞଶ୍ୱର ବାବୁ, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ବିକ୍ରମ ସାହୁ, ରଜନୀ ମହାନ୍ତି, ଭାସ୍କର ଚନ୍ଦ୍ର ସେଠୀ, ଲିଙ୍ଗରାଜ ସାହୁ, ସଂଜୟ ମିଶ୍ର, ଜ୍ୟୋତିଷ ସାହୁ, ଜୟନ୍ତ ଭୋଇ, ଶ୍ରେୟାସ୍ମିତା ପଣ୍ଡା, ସାଗର ପରିଡ଼ା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

୫ ମାସ ଧରି ସୋଲାର ପାନୀୟ ଜଳ ଯୋଗାଣ ଅଚଳ ; ଝରଣା ପାଣିରେ ମେଣ୍ଟୁଛି ଶୋଷ …..!

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁକୁନ୍ଦପୁର)- ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାର୍ଣିପାଡୁ ଗାଁରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା। ଉକ୍ତ ଗାଁରେ ୬୦ଟି ଆଦିବାସୀ ପରିବାର ବାସ କରୁଥିବା ବେଳେ ଗାଁରେ ପ୍ରାୟ ୪ ଶହ ଲୋକେ ରହୁଛନ୍ତି। ରେଖାପଦର ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ୩ କିଲୋମିଟର ଦୂରରେ କାର୍ଣିପାଡୁ ଗାଁ ରହିଛି। ଉକ୍ତ ଗାଁରେ ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳ କୂପରୁ କାଦୁଅ ପାଣି ବାହାରୁଛି ଯାହା ପିଇବା ଅନୁପଯୋଗୀ ଏବଂ ଅନ୍ୟଟିରେ ସୋଲାର ସିଷ୍ଟମ ଦ୍ୱାରା ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରା ଯାଉଥିଲା। ଯାହା ଦୀର୍ଘ ୫ ମାସ ହେବ ସୋଲାର ପାନୀୟ ଜଳଯୋଗାଣ ଅଚଳ ହୋଇ ପଡିଥିବା ଯୋଗୁଁ ଗାଁର ମହିଳା ମାନେ ଗାଁ ଠାରୁ ଅଧା କିଲୋମିଟର ଦୂରରେ ଥିବା ଏକ ଝରଣାରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।

ଏହି ସୋଲାର ସିଷ୍ଟମ ଲାଗିଥିବା ନଳକୂପରୁ ପାଣି ବାହାରୁ ନ ଥିବା ବିଷୟରେ ନଳକୂପ ମରାମତି କରୁଥିବା କର୍ମଚାରୀ ମାନଙ୍କୁ ଅବଗତ କରିଥିଲେ ମଧ୍ୟ ଏହାର ମରାମତି କରା ଯାଉ ନଥିବା ଯୋଗୁଁ ଗାଁ ଲୋକେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ଝରଣା ଜଳ ସଂଗ୍ରହ କରି ରନ୍ଧା କାର୍ଯ୍ୟ ସହ ପାନୀୟ ଜଳ ରୂପେ ବ୍ୟବହାର କରି ବେଳେବେଳେ ବିଭିନ୍ନ ରୋଗର ଆକ୍ରାନ୍ତ ହେଉଥିବା ଗାଁର ୱାର୍ଡ ମେମ୍ବର ଗଙ୍ଗାଧର ବିଡିକା କହିଛନ୍ତି। ଗାଁରେ ସମସ୍ତେ ଦିନ ମଜୁରୀ କରି ଚଳିଥାନ୍ତି। ଗାଁ ଠାରୁ ଝରଣାକୁ ଯିବାକୁ ହେଲେ ମହିଳା ମାନେ ବିଲ ହୁଡାରେ ଏହି ବର୍ଷା ଯୋଗୁଁ ବିପଦ ସଂକୁଳ ଭାବେ ଯାଇ ଜଳ ସଂଗ୍ରହ କରିବାକୁ ପଡୁଛି ବୋଲି ଗାଁର ହାରାକା ସନ୍ଧ୍ୟା କହିଛନ୍ତି। ତେଣୁ ବ୍ଲକ ପ୍ରଶାସନ ତରଫରୁ ଏହି ସମସ୍ୟା ଦୂର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଗାଁର ହାରାକା ବୃନ୍ଦାବତୀ, ଉଲାକା ଡ୍ରାମ୍ବୀ, ମାଣ୍ଡାଙ୍ଗି ରତ୍ନାଲୁ, ମାଣ୍ଡାଙ୍ଗି କାଞ୍ଚନ ଓ ମାଣ୍ଡାଙ୍ଗି କସ୍ତୁରୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

କିନାରୀମୋଡା ଗ୍ରାମରେ ମୋବାଇଲ ଟାୱାର ଅଛି ହେଲେ ନେଟୱର୍କ ସଂଯୋଗ କେବେ !

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଦୁର୍ଗମ ଅଞ୍ଚଳର ବିକାଶ କରିବା ଦିଗରେ ମେକ୍ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରତ୍ୟେକ ଗ୍ରାମାଞ୍ଚଳ ସହ ଦୁର୍ଗମ ଅଞ୍ଚଳର ବିକାଶ କରିବା ନେଇ ଡିମଡିମା ପିଟୁଥିବା ବେଳେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଡିଜିଟାଲ ଇଣ୍ଡିଆ କି ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ପହଞ୍ଚି ପାରୁନାହିଁ। ଖାଲି ସହରାଞ୍ଚଳରେ ତାହା ଦେଖିବାକୁ ମିଳୁଛି। ମୋବାଇଲ ନେଟୱର୍କ ନଥିବା କାରଣରୁ ବିଭିନ୍ନ ସରକାରୀ କାର୍ଯ୍ୟ ସହ ଅଞ୍ଚଳବାସୀ ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେଖାପଦର ପଞ୍ଚାୟତ ଅଧିନ କିନାରୀମୋଡା ଗ୍ରାମରେ ନିର୍ମାଣ କରାଯାଇଥିବା ଜିଓ ନେଟୱର୍କରେ। କିନାରୀମୋଡା ଗ୍ରାମ ନିକଟରେ ଏକ ଜିଓ ମୋବାଇଲ ନେଟୱର୍କ ନିର୍ମାଣ କରାଯାଇଛି। କିନ୍ତୁ ଦୁଃଖର ବିଷୟ ନିର୍ମାଣର ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ କରାଯାଇନାହିଁ। ଯଦି ଉକ୍ତ ଜିଓ ନେଟୱର୍କ କାର୍ଯ୍ୟକ୍ଷମ ହୁଏ ତାହେଲେ ଅଞ୍ଚଳର ୩ ଟି ପଞ୍ଚାୟତ ବାସୀଙ୍କ ସମେତ ଅଞ୍ଚଳର ପ୍ରାୟ ୬ ହଜାର ଲୋକେ ଉପକୃତ ହୋଇ ପାରିବେ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି। ବର୍ତ୍ତମାନ ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନେଟୱର୍କର ଅସୁବିଧା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅନଲାଇନ ପାଠ ପଢା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ରେଖାପଦର ଠାରେ ଏକ ପ୍ରାଥମିକ ଚିକିତ୍ସାଳୟ ରହିଥିବା ବେଳେ ସିଗନାଲର ଅସୁବିଧା ପାଇଁ ଉକ୍ତ ମେଡ଼ିକାଲକୁ ଆସିଥିବା ୧୦୮ ଆମ୍ବୁଲାନ୍ସକୁ ୬ କିଲୋମିଟର ଦୂର ମୁକୁନ୍ଦପୁର ଠାରେ ରହଣୀର ବ୍ୟବସ୍ଥା କରାଯାଇଛି ଏବଂ ସିଗନାଲର ଅସୁବିଧା ଯୋଗୁଁ ଗ୍ରାମ ପଞ୍ଚାୟତର କିଛି ଉନ୍ନୟନ ମୂଳକ କାର୍ଯ୍ୟର ଅନଲାଇନ ପଞ୍ଜିକରଣ ସହ କେତେକ ଜରୁରୀ ସେବାରୁ ଲୋକେ ବଞ୍ଚିତ ହେଉଥିବା ସରପଞ୍ଚ ଜୟନ୍ତୀ ତାଡିଙ୍ଗି ପ୍ରକାଶ କରିଛନ୍ତି। ସେହିପରି ଟାୱାର ନିର୍ମାଣ ସ୍ଥାନରୁ ମାତ୍ର ୧.୫ କିଲୋମିଟର ଦୁରତାରେ ଭୋଇମଡା ପଞ୍ଚାୟତ ରହିଥିବା ବେଳେ ସେଠାରେ ମଧ୍ୟ ସିଗନାଲର ଅସୁବିଧା ଯୋଗୁଁ ସମାନ ପରିସ୍ଥିତି ରହିଅଛି। ସିଗନାଲର ଅସୁବିଧା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଓ ନେଟୱର୍କ ପରିଚାଳକ ମ୍ୟାନେଜର ଓ କର୍ମଚାରୀଙ୍କୁ ବହୁବାର ଭେଟି ସିଗନାଲ ଯୋଡିବା ନିମନ୍ତେ ଲିଖିତ ଆକାରରେ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଖୋଦ ସରପଞ୍ଚ ମଧ୍ୟ ଲିଖିତ ଭାବେ ଦେଇଥିଲେ ବି କୌଣସି ଅଧିକାରୀ ପଦକ୍ଷେପ ନେଇ ନଥିବା ଜଣାପଡିଛି। ଖାଲି ସେତିକି ନୁହେଁ କୌଣସି ପ୍ରକାର ଜରୁରୀ କାଳୀନ ପରିସ୍ଥିତିରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଏବଂ ଅଞ୍ଚଳର କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ନେଟୱାର୍କର ସମସ୍ୟା ଯୋଗୁଁ କାହାକୁ ଯୋଗାଯୋଗ ହେଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ କିନାରୀମୋଡା ଗ୍ରାମର ଡମ୍ବୁରୁଧର ସାହୁକାର, ବାବୁଲି ତୋଇକା, ଏ.ପ୍ରସାଦ, ସୁମନ ନାୟକ ଓ ରଘୁନାଥ ସାହୁଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।

ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଯୁବ ଜନତା ଦଳ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଯୁବ ଜନତା ଦଳର ସଭାପତି ଶ୍ରୀ ଚନ୍ଦ୍ରଶେଖର ପଟେଲ ଙ୍କ ସଭାପତିତ୍ବ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତାଦଳ ର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଯୁବ ନେତା ଭୋଜରାଜ୍ ସିଂ ବରିହା ଯୋଗଦାନ କରିଥିଲେ । ବିଜୁ ଜନତା ଦଳ କେମିତି ଆହୁରି ଆଗକୁ ଯିବ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମସ୍ତ ପ୍ରକାର ଜନହିତକାରି ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ବିଷୟରେ ବିଜୁ ଜନତା ଦଳ ର ତୃଣମୂଳ ସ୍ତର ରୁ ଥିବା କର୍ମୀ ଠୁ ଆରମ୍ଭକରି ଉପର ସ୍ତର ଯାଏଁ ସମସ୍ତେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସବୁ କ୍ଷେତ୍ର ରେ ଅଗ୍ରଣୀ ରହିବା ପାଇଁ ଆଲୋଚନା କରାଗଲା । ଏହି କର୍ମୀ ସମ୍ମିଳନୀ ରେ , ଜିଲ୍ଲା ସମ୍ପାଦକ ଅଚ୍ୟୁତାନନ୍ଦ ସେଠ , ଝାରବନ୍ଧବ୍ଲକ ଡିଜିଟାଲ ସେକ୍ରେଟାରୀ ସୁଶିଲ ମରେଇ , ଜିଲ୍ଲା ସମ୍ପାଦକ ଭରତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।

‘ଅଧାପନ୍ତରିଆ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବ’ …!

!!! ଦକ୍ଷୀଣ ଓଡିଶା ବ୍ୟୁରୋ ହେଡ଼ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଯେତେଶୀଘ୍ର ଅଧିଗ୍ରହଣ ହେବ ସେତେଶୀଘ୍ର ପ୍ରକଳ୍ପ ତ୍ୱରାନ୍ୱିତ ହେବ। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେଲେ ଅଧାପନ୍ତରିଆ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଲାଇନ୍‌ ଦୋହରୀକରଣ ନେଇ ଶ୍ରୀ ବୈଷ୍ଣବ କହିଛନ୍ତି-“ଦୋହରୀକରଣ କାମ ଯେତେ ଶୀଘ୍ର ସରିବ, ସେତେଶୀଘ୍ର ନୂଆ ଟ୍ରେନ୍‌ ଚାଲିପାରିବ।”ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରସାସନ, ରେଳବିଭାଗ ଓ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ରାୟଗଡ଼ାରେ ଓହ୍ଲାଇବା ପରେ  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଆ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କୁ ପୂଜାର୍ଚ୍ଚନା କରିବା ସହିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ସର୍କିଟ୍‌ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ। ପରେ ଜିଲ୍ଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ରାୟଗଡ଼ାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ରାୟଗଡାରେ ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି। ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ସମସ୍ତଙ୍କ ସହଯୋଗରେ ସାମୁହିକ ବିକାଶ ହୋଇପାରିବ। ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ସେଥିପାଇଁ କେନ୍ଦ୍ର ସରକାର ଓଡ଼ିଶା ଉପରେ ଫୋକସ୍‌ ଦେଇଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ବୁଥ୍‌ରେ ନୁହେଁ, ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବୁଥ୍‌ରେ ନୁହେଁ ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟ୍‌ ବାକ୍ସ ସିଲ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ଗଣତି ହେବ। ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ। ଓଡ଼ିଶା ଗ୍ରାମ ପଞ୍ଚାୟତ ଇଲେକସନ ସଂଶୋଧନ ରୁଲ ୨୦୨୧ ଅନୁସାରେ ଭୋଟ୍‌ ଗ୍ରହଣ ଦିନ ହେବନି କାଉଣ୍ଟିଂ। ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍‌ କରିବେ। ତା’ପରେ ତାକୁ ଇଲେକସନ ଅଫିସରଙ୍କ ପାଖକୁ ପଠାଯିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟି ହେବ। ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ତାରିଖରେ ଗଣତି ହେବ। ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଦିନ ଭୋଟଗ୍ରହଣ ହୋଇଥିଲା ସେଦିନ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା। ଏବେ କିନ୍ତୁ ତାହା ହେବ ନାହିଁ। ହେଲେ ଏଥିପାଇଁ ଏଥର ଅଧିକ ବେଲଟ ବକ୍ସ ଆବଶ୍ୟକ ପଡ଼ିବ। ତେଣୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ବେଲଟ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହଯାଇଛି।