ବର୍ଷା ଯୋଗୁଁ ବୁଡିଲା ଧାନ ବିଲ । ବେଗୁନିଆପଡା ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଚଳିତବର୍ଷ ଅନିୟମୀତତା ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଚାଷ ପ୍ରଭାବିତ ହୋଇପାରେ । ଚାଷ ଆରମ୍ଭରୁ ସ୍ୱଳ୍ପ ବର୍ଷା ଆଉ ଏବେ ଅତ୍ୟଧିକ ବର୍ଷା, ଚାଷ ନଷ୍ଟ ହେବାର ଭୟ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀ । ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନଥିଲା । ଏବେ କିନ୍ତୁ ଲଗାଣ ବର୍ଷାରେ ଚାଷ ଜମିରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଜମିରେ ଭର୍ତି ହୋଇଛି ବର୍ଷା ପାଣି ।

ଶ୍ରାବଣ ଆରମ୍ଭରୁ ବର୍ଷା ନଥିବା ବେଳେ ଏବେ ଲଗାଦାର ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବେଗୁନିଆପଡା ବ୍ଲକର ଖଣ୍ଡିଆନଈ, ବଡ଼ ଖାଇରଖମା, ତାଳସର, ଚନ୍ଦନପୁର,ଚିଙ୍ଗୁଡ଼ିଖୋଲ ଆଦି ପଂଚାୟତର ବିଭିନ୍ନ ଅଂଚଳର ଖାଲୁଆ ଜମିରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଫଳରେ ଧାନ ଗଛ ସଢି ଯିବାର ଆଶଙ୍କା ରହିଛି । ପ୍ରଥମରୁ ବର୍ଷା ନହେବାରୁ ବୋରିଂ ସାହାଯ୍ୟରେ ଚାଷୀ ଚାଷ କରିଥିଲେ । ହେଲେ ଏବେ ଲଗାଣ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।

ଅସହାୟ ଙ୍କୁ ସାହାଯ୍ୟ ଓ ସହାନୁଭୂତି ଦେବାରେ ଶ୍ରୀମାନ ମହେନ୍ଦ୍ର ବଢ଼େଇ ସଦାସର୍ବଦା ତତ୍ପର !

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ କୋକନରା ଗ୍ରାମର ଜଣେ ଅସହାୟ ଦିନ ମଜୁରିଆ ଙ୍କ କରୁଣ କାହାଣୀ ବିଭିନ୍ନ ଗଣମାଧ୍ୟମରେ, ସୋସିଆଲ ମିଡ଼ିଆ ରେ ପ୍ରଚାରିତ ହେଲା lବିଷୟ ଏହିକି ଦିନ ମଜୁରିଆ ଭକ୍ତ ଚରଣ ରଣା ବୟସ ୩୯ ଓ ତାଙ୍କ ପତ୍ନୀ ବନିତା ରଣା ବୟସ ୩୫, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ର ଜନକ ସାଙ୍ଗରେ ନିଜ ଜନ୍ମିତ ମାତା lକେତେ ସୁନ୍ଦର ହସଖୁସିରେ ଦିନ ଗଡିଚାଲିଥାଏ lହଠାତ ଭକ୍ତ ଚରଣ ଏକ ଅଜଣା ରୋଗରେ ପିଡିତ ହୋଇ ପ୍ରଥମେ ନିକଟସ୍ଥ ପାଇକମାଳ ସରକାରୀ ଚିକିତ୍ସାଳୟ, ନୂଆପଡ଼ା ଚିକିତ୍ସାଳୟ ଏପରିକି ବରଗଡ,ବୁର୍ଲା ପରେ କଟକ ଆଚାର୍ଯ୍ୟ ହରିହର କେନସର ଡାକ୍ତରଖାନାକୁ ଗଲାପରେ ସେଠି କେନ୍ସର ରୋଗନିପୁଣ ରେ ଜଣାଗଲା ଯେ,ତାଙ୍କୁ କର୍କଟ ରୋଗ ହୋଇଛି lକର୍କଟ ରୋଗ ରେ ମୁଁ ପିଡିତ ହୋଇଛି ଜାଣି ନିଜେ ତଥା ପରିବାର ଲୋକ ଜାଣିବାପରେ ନିଜ ସଂସାର ଘୋଟିଯାଇଛି ଏକ କଳାବାଦଲ,ପାଦତଳ ର ମାଟି ସତେ ଯେମିତି ଖସିଯାଉଛି l

ଏପରି ସ୍ଥଳେ ପଦ୍ମପୁର ଅଞ୍ଚଳ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଯେ’କି ପୁରୀ ଜିଲ୍ଲା ଡେଲାଙ୍ଗ ରେ ତହସିଲଦାର ଭାବେ କାମ କରନ୍ତି, ତାଙ୍କ ନଜରକୁ ଏହି ଦୁଃଖଦ ଖବର ଆସିବାପରେ ସେ ସଙ୍ଗେ ସଙ୍ଗେ ପାଇକମାଳ ଅଞ୍ଚଳ ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପାଇକମାଳ ବ୍ଳକ ର କୋକନରା ଗ୍ରାମର ଭକ୍ତ ଚରଣ ଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ ଖବର ଦେବାକୁ କହିବାରୁ ତତକ୍ଷଣାତ୍ ଶ୍ରୀ ଟାଇଲଚନ୍ଦ୍ର ଭୋଇ କୋକନରା ଗ୍ରାମରେ ବସବାସ କରୁଥିବା ପିଡିତା ଶ୍ରୀ ରଣା ଙ୍କ ଠାରୁ ସବୁ ଅବଗତ ହେଲାପରେ ଶ୍ରୀମାନ ବଢେଇ ଙ୍କୁ ସମ୍ପୁର୍ଣ୍ଣ ସତ୍ୟ ଖବର ଆପଣ ପାଇଛନ୍ତି ବୋଲି କହିଥିଲେ lତାପରେ ଶ୍ରୀ ବଢ଼େଇ ୧୦ହଜାର ଟଙ୍କା ତୁରନ୍ତ ପ୍ରଦାନ କରିବାପାଇଁ ଶ୍ରୀ ଭୋଇ ଙ୍କୁ କହିବାରୁ ପାଇକମାଳ ର ସମାଜସେବୀ ସର୍ବଶ୍ରୀ:-ଟାଇଲ ଚନ୍ଦ୍ର ଭୋଇ ଙ୍କ ସମେତ ଜୟଦେବ ମଟାରି, ନାରାୟଣ ନାୟକ, ଗୈାରିଶଙ୍କର ବାରିକ, ଶିକ୍ଷାବିତ ନିମାଇ ଚରଣ ସ୍ୱାଇଁ କୋକନରା ଗ୍ରାମରେ ପହଞ୍ଚି ସେଇ ଗ୍ରାମର ଭଦ୍ରବ୍ୟକ୍ତି ହରିହର ରଣା, ଜୟକୃଷ୍ଣ ରଣା,ମୁକ୍ତି ଏଣ୍ଡଜା, ପବିତ୍ର ରଣା ଏବଂ ବିରଞ୍ଚିତ ରଣା ଙ୍କ ଉପସ୍ଥିତି ରେ ପିଡିତି ଶ୍ରୀରଣା ଙ୍କ ଘରକୁ ଯାଇ ସ-ପରିବାରଙ୍କ ସମ୍ମୁଖରେ ରୋଗାଗ୍ରସ୍ତ ଭକ୍ତ ଚରଣ ଙ୍କ ପତ୍ନୀ ଶ୍ରୀମତୀ ବନିତା ଙ୍କୁ ଶ୍ରୀ ବଢ଼େଇ ପଠାଇଥିବା ଦଶହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ lଏବଂ ଭବିଷ୍ୟତ ରେ ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ ତେବେ ତୁରନ୍ତ ଖବର ଦେବାକୁ ଶ୍ରୀ ବଢ଼େଇ ଜଣାଇଛନ୍ତି ବୋଲି ସମାଜସେବୀ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ ଆଶ୍ୱାସନା ଦେଇଛନ୍ତି lବର୍ତ୍ତମାନ ଆର୍ଥିକ ସହାୟତା ରାଶି ପାଇଲା ପରେ ପରିବାର ଲୋକେ ବୁର୍ଲା କୁ ପଠାଇବାର ବ୍ୟବସ୍ଥା କରୁଛନ୍ତି l

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ।

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟ୍ଟନାୟକ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ନବରଙ୍ଗପୁର) – ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବ୍ଲକ ସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ନିର୍ମାଣଧୀନ ଥିବା ମିଶନ ଶକ୍ତି ଗୃହ ଅଙ୍ଗନବାଡ଼ି କେନ୍ଦ୍ର ଏନ॰ଆର॰ଏଚ॰ଏମ॰ଏସ  ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ନିର୍ମାଣଧୀନ ଥିବା ସମସ୍ତ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ପଚିଶ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଚଳିତ ଖରିଫ ଚାଷ ନିମନ୍ତେ ଜିଲ୍ଲାର କୃଷକ ମାନଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ ପଞ୍ଜିକରଣ କରିବା ନିମନ୍ତେ ଏଥି ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଧେଶ ଦେଇଥିଲେ । ଏଥି ସହିତ ଜିଲ୍ଲାର କୃଷକ ମାନଙ୍କ ପାଇଁ ଆବଶ୍ୟକୀୟ ସାର ଯୋଗାଣ ସମ୍ପର୍କରେ ଆଲୋଚନା କରି ସଂପୃକ୍ତ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ଅଭୀମନ୍ୟୁ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୁତି ରଞ୍ଜନ ସାମନ୍ତରାୟ, ଅଧିକ୍ଷକ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ, ଅମରେନ୍ଦ୍ର ପାଢ଼ୀଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଏସ. କେ. ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ,ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧି, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସନ୍ତୋଷ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଟଙ୍କଧର ସାହୁଙ୍କ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

କ୍ଷୁଦ୍ର ଜଳ ବିଭାଜିକା ବିଭାଗର ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆମ୍ଭ ଏଥର ସମ୍ଭାଳ ରେ ଚଳିତ ବର୍ଷ ମେ ୨ ତାରିଖ ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥାପିତ କ୍ଷୁଦ୍ର ଜଳ ବିଭାଜିକା କାର୍ଯ୍ୟଳୟ ର ନୂତନ କୋଠା ଦୀର୍ଘ ଏକ ବର୍ଷ ହେବ କାର୍ଯ୍ୟ କ୍ଷମ ହୋଇ ସାରିଥିବା ବେଳେ ଏଠାରେ ନାମ ଫଳକ ଟିଏ ଲାଗି ପାରିନଥିବା ନେଇ ଖବର ପ୍ରକାଶିତ କରିଥିଲୁ । ବିଶେଷ ସୂତ୍ରରୁ ଜଣାପଡିଛି ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ଖୋଦ୍ ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା ବିଭାଗ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ରାଉତ ଙ୍କୁ ନିଜ କାର୍ଯ୍ୟାଳୟ କୁ ଡକାଇ ଯଥା ଶୀଘ୍ର ନାମ ଫଳକ ଲଗାଇ ପାଇଁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରିତାପର ବିଷୟ ଏହିକି ପାରଳାଖେମୁଣ୍ଡି ଠାରେ ଅବସ୍ଥାପିତ କ୍ଷୁଦ୍ର ଜଳ ବିଭାଜିକା କାର୍ଯ୍ୟଳୟ ରେ ଆଜି ପର୍ଯ୍ୟନ୍ତ ନାମ ଫଳକ ଟିଏ ଲାଗି ପାରିଲା ନାହିଁ। ପୁରୁଣା କୋଠାରେ ଲଗାଯାଇଥିବା ପୁରୁଣା ଫଳକ ଟିକୁ ବାହାରକୁ ଫୋପାଡ଼ି ଦେଇଥିବା ବେଳେ ନୂତନ ଫଳକ ଲଗାଇବା ନିମନ୍ତେ ପ୍ରୟାସ ବି କରାଯାଇନି । ବିଭାଗ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଗୁଡିକ ସ୍ଥାନରେ କାର୍ଯ୍ୟ ଫଳକ ଟିଏବି ଲଗାଯାଇ ନଥିବା ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି ।

ଯେଉଁ ବିଭାଗର କାର୍ଯ୍ୟାଳୟ ରେ ନାମ ଫଳକ ଲାଗିପାରୁନି ସେଇ ବିଭାଗ ଦ୍ଵାରା କାର୍ଯ୍ୟ କରା ଯାଉଥିବା ସ୍ଥାନରେ କାର୍ଯ୍ୟ ଫଳକ କଥା ପଚାରେ କିଏ ବୋଲି କଥା ଉଠିଛି । ପ୍ରଦୀପ୍ତ କୁମାର ରାଉତ ଏଠାରେ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସ୍ଥଳୀ ରେ ଏଭଳି କାର୍ଯ୍ୟ ସୂଚନା ଫଳକ ଲାଗିନଥିବା ଏବଂ ଏହି କାର୍ଯ୍ୟ ଗୁଡିକର ତଦାରଖ ନିମନ୍ତେ ଆସୁଥିବା ଉପରିସ୍ଥ ଅଧିକାରୀ ମାନେ କାହିଁକି ଏନେଇ ଟିପ୍ପଣୀ ଦେଇ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଶ୍ରୀ ରାଉତ ନିଜ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ମୋର ଉପରେ ବହୁ ବଡ଼ ବଡ଼ିଆ ବାବୁ ଓ ରାଜନେତା ଙ୍କ ହାତ ଅଛି ମୋର କେହି କିଛି କରିପାରିବେ ନାହିଁ ବୋଲି କହୁଥିବା କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ଶ୍ରୀ ରାଉତ ଏଠି ବହୁ ବର୍ଷ ଧରି ଏହି ଗୋଟିଏ ସ୍ଥନରେ କାର୍ଯ୍ୟ କରୁଥିବା ହେତୁ ସେ କାହାକୁ ଖାତିର ନ କରୁଥିବା ଏବଂ ଜିଲ୍ଲାପାଳ ଙ୍କ କଥା କୁ ବେଖାତିର କରିବା ଘଟଣା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି। ଶ୍ରୀ ରାଉତ କେଉଁ ପ୍ରଶାସନିକ ପଦାଧିକାରୀ ଓ କେଉଁ ରାଜ ନେତା ଙ୍କ ଛତ୍ର ଛାୟାରେ ରହି ନିଜକୁ ବଳୀୟାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି। ଏନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ ଶ୍ରୀ ରାଉତ ଙ୍କ ମନମୁଖୀ କାର୍ଯ୍ୟକଳାପ ରେ ବ୍ୟକ୍ତିଗତ ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମହୋଦୟ ରୋକ୍ ଲଗାନ୍ତୁ ବୋଲି ସାଧାରଣ ରେ ଦାବୀ ହେଉଛି । ଜନତା ପାଠକଙ୍କ ମତକୁ ସମ୍ମାନ ଦେଇ ଏହାର ଭିତିରି ଖବରକୁ ନେଇ ଆଗକୁ ଆମ୍ଭ ପକ୍ଷରୁ ଗ୍ରାଉଣ୍ଡ ଜିରୋ ଅନୁସନ୍ଧାନ ମୂଳକ ତଥ୍ୟ ଉପସ୍ଥାପନା କରାଯାଇ କହିବାକୁ ହେବ…. ବାବୁ ଏଥର ସମ୍ଭାଳ ।

୧୯ ଅଗଷ୍ଟ, ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଦୈନିକ ରୋଜଗାର କମିଯିବ।

ବୃଷ: ବ୍ୟବସାୟରେ ବିଶେଷ ଲାଭ ହେବନି। ବନ୍ଧୁଙ୍କ ସହଯୋଗ ମିଳିବ। ଦୁର୍ଘଟଣା ଭୟ ରହିଛି।

ମିଥୁନ: ନୂତନ କର୍ମସଂସ୍ଥାନ ମିଳିବାର ସୁଯୋଗ ଆସିବ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ।

କର୍କଟ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବାଦବିବାଦରୁ ରକ୍ଷା ପାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

କନ୍ୟା: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସହଯୋଗୀମାନେ ଅସହଯୋଗ କରିବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ଆକସ୍ମିକ ଧନଲାଭ ହୋଇପାରେ। ମହିଳାମାନେ ସୁଖୀ ହେବେ।

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ।

ଧନୁ: ଦିନଟି ଭଲରେ କଟିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ମନ ଖୁସି ରହିବ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବନ୍ଧୁଙ୍କ ସହ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଅବସ୍ଥା ମାନ୍ଦା ରହିବ।

କୁମ୍ଭ: ଆୟ ବଢ଼ିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ଧର୍ମକାର୍ଯ୍ୟରେ ମନ ଦେବେ।

ମୀନ: ପାରିବାରିକ ଜୀବନ ସୁଖମୟ ହେବ। ଶତ୍ରୁ ଉପରେ ବିଜୟ ଲାଭ କରିବେ।