ମାର ମାର ଭଣ୍ଡାରିଆକୁ ମାର କ୍ରମରେ ହାତୀ ଗଳି ଯାଇ ବନ୍ଧା ପଡିଛି ପିମ୍ପୁଡି ; କମିଶନର ଙ୍କ ତଦନ୍ତ ଦାବୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ର ଘଟୁଥିବା ଦୁର୍ନତୀ ଅଭିଯୋଗ କୁ ନେଇ ଭାଇରାଲ୍ ଖବର ପରେ ରାଜ୍ଯ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୋଗ ନେଇ ପ୍ରାଥମିକ ପର୍ଯ୍ୟାୟରେ ଅବକାରୀ ବିଭାଗ କମିଶନର, କଟକ, ଓଡିଶା ଙ୍କ କାର୍ଯ୍ୟାଳୟ ପତ୍ରାଙ୍କ ୬୪୯୯ କ୍ରମେ ଶ୍ରୀ ସୁଶାନ୍ତ କୁମାର ପାତ୍ର ଙ୍କୁ ନିଳମ୍ବନ କରାଯାଇ ନିଲମ୍ବିତ ସମୟରେ ଏହାଙ୍କ କାର୍ଯ୍ଯସ୍ଥଳୀ ଡେପୁଟି କମିଶନର ବ୍ରହ୍ମପୁର ଙ୍କ କାର୍ଯ୍ୟାଳୟ ଓ ପତ୍ରାଙ୍କ ୬୫୯୭ କ୍ରମେ ଶ୍ରୀ ଭବାନୀ ଶଙ୍କର ତ୍ରିପାଠୀ ଙ୍କୁ ନିଳମ୍ବନ କରଯାଇ ନିଲମ୍ବିତ ସମୟରେ ଡେପୁଟି କମିଶନର କଟକ ଙ୍କ କାର୍ଯ୍ୟାଳୟ ଠାରେ କାର୍ଯ୍ୟକରିବା ପାଇଁ ସୂଚନା ଦିଆଯାଇଛି।

ଏହି ଖବର ଜଣା ପଡିବା ପରେ ରାୟଗଡ଼ା ସହର ରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କିଛି ସଙ୍ଗଠନ ପକ୍ଷରୁ ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟଙ୍କୁ ଛାଡିଦେଇ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ଭାଇରାଲ୍ ଭିଡିଓ ଏବଂ ଅଡିଓ ରୁ ଏଭଳି ଲାଞ୍ଚ କାରବାର ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ରେ ଚାଲିଥିବା ସ୍ଵଷ୍ଟ ହେଉଥିବା ବେଳେ ଏହି କାର୍ଯ୍ୟାଳୟ ର ମୁଖ୍ୟ ଙ୍କୁ କାର୍ଯ୍ୟାନୁଷ୍ଠାନ ପରିସର ଭୁକ୍ତ ନକରି କେବଳ ଅଧୀନସ୍ଥ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବ୍ୟବସ୍ଥା କୁ ସାଧାରଣ ରେ ନାପସନ୍ଦ କରାଯାଇଛି। ଉପର ହାକିମଙ୍କ ସହଯୋଗ ବିନା ଅଧୀନସ୍ଥ କର୍ମଚାରୀ ଏଭଳି ଦୁଃସାହସ କରି ପାରିନଥାନ୍ତେ। ଯଦି ଘଟଣା ବଳି ସମ୍ପର୍କ ରେ ସୁପରିଟେଣ୍ଡେଣ୍ଟ ଜ୍ଞାତ ଥିଲେ ତେବେ ଏଭଳି ସହକାରୀ ଙ୍କୁ ଘଣ୍ଟ ଘୋଡ଼ାଇ ରଖି ଦୋଷ କରିନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି।ମାନ୍ୟବର କମିଶନର ବ୍ୟକ୍ତିଗତ ତଦନ୍ତ କଲେ ସମସ୍ତ ଘଟଣା ର ପର୍ଦ୍ଦାଫାସ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି।

ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭିଜିଲାନ୍ସ ତଦନ୍ତ କଲେ ସେ ଠୁଳ କରିଥିବା ଅନେକ ବେଆଇନ ସମ୍ପତି କୁ ବାଜ୍ୟାପ୍ତ କରିବା ନିମନ୍ତେ ଏସ୍.ଏଫ୍.ଏଫ୍.ଜେ ର ଚେୟାରମ୍ୟାନ ବାଦଲ କୁମାର ଥା ଦାବୀ କରିଛନ୍ତି । ଏସଂକ୍ରାନ୍ତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକ ଶର୍ମା ଙ୍କୁ ସୋସାଇଟି ଫର ଫାଷ୍ଟ ଜଷ୍ଟିସ ପକ୍ଷରୁ ଏକ ଅଭିଯୋଗ ଦରଖାସ୍ତ ( FIR ) ଦିଆଯାଇ ଘଟଣାର କିଙ୍ଗ ପିନ ସାଜିଥିବା ଅବକାରୀ ସୁପରିଟେଣ୍ଡେଣ୍ଟ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଯାଇଛି । ଦେଖିବାକୁ ରହିଲା ପୋଲିସ ସୁପରିଟେଣ୍ଡେଣ୍ଟ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଭାରତୀୟ ଦଣ୍ଡବିଧି ଆଇନ ର କେଉଁ ଧାରାରେ ଶ୍ରୀ ନାୟକଙ୍କ ବିରୁଦ୍ଧରେ କେସ ଦାୟର କରୁଛନ୍ତି ।

ଜୟପୁର ରେ ନୂତନ ରୋଟରି କ୍ଳବ ର ଶୁଭ ଉଦ୍ଘାଟନ…!

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ୍. ଏନ୍. ପଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ମାଉନ୍ଟଭେଲୀ ହୋଟେଲ ସଭାଗୃହ ରେ ନୂତନ ରୋଟରି କ୍ଳବ ର ଶୁଭ ଉଦ୍ଧଘାଟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ କୁ ରୋଟରି କ୍ଳବ ର ଡିଷ୍ଟ୍ରିକ୍ଟ ଗୋବର୍ଣ୍ଣର ରଟରିୟାନ ସାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଧଘାଟଣ କରିବା ସହ ଅଭିଭାଷଣ ରେ ଉପସ୍ଥିତ ମେମ୍ବର ମାନଙ୍କୁ ଶୁଭେଚ୍ଛା ଜଣେଇଥିଲେ ଏବଂ ଏକ ମନ ପରସ୍ପର ସୁଖ ଦୁଃଖ ର ସହଯୋଗୀ ହେଇ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ନୂଆ କ୍ଳବ ର ଉପଦେଷ୍ଟା ଶ୍ରୀ ଅଶୋକ ମିଶ୍ର ସଭାପତିତ୍ବ କରିଥିଲେ. ଆଶିଟେଣ୍ଟ ଗୋବର୍ଣ୍ଣର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରଟେରିୟନ ଜିଭି ରାଓ ପରଚାଳନ କରିଥିଲେ।

 

ଏହି ନୂତନ ରୋଟରି କ୍ଳବ ର ପିକେ ନାୟକ (ସମାଜସେବି)କୁ ସଭାପତି ଏବଂ ରାମ ହରି ପଣ୍ଡା କୁ ସମ୍ପାଦକ ଭାବେ ମନୋନିତ କରିଥିଲେ। ଡିଷ୍ଟ୍ରିଟ ଗୋବର୍ଣ୍ଣର ରଟେ ରୀୟନ ଶାନ୍ତନୁ କୁମାର ପାଣି କୁ ମନୋନିତ କରିଛନ୍ତି ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ୩୦ ଜଣ ମେମ୍ବର ତାଙ୍କ ପରିବାର ସହି ଉପସ୍ଥିତ ରହିଥିଲେ. ଶେଷରେ ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ କରିଥିଲେ।

ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ଅଚାନକ ପରିଦର୍ଶନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ଆଜି ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମାନ ମଦନ ଦୀପ ଝାରବନ୍ଧ ବ୍ଲକ ଅଞ୍ଚଳ କୁ ତୋଫାନୀ ଗ୍ରସ୍ତ ରେ ବାହାରିବା ସମୟ ରେ ପାଇକମାଳ ବ୍ଳକ ଅନ୍ତର୍ଗତ ଲଖମରା ଡାକ୍ତରଖାନା ରେ ପ୍ରବଳ ଲୋକଗହଳି କୁ ଦେଖି ଗାଡିରୁ ଓଲ୍ହାଇ ଡାକ୍ତରଖାନା ପରିଦର୍ଶନ କରିଥିଲେ। କୋଭିଡ ଭେକସିନ ନେବା ପାଇଁ ଲୋକେ ଆଗ୍ରହର ସହ ଏଭଳି ଭିଡ଼ ହୋଇଥିବା ଜାଣିବାକୁ ପାଇଥିଲେ ।

ହେଲେ ପର୍ଯ୍ୟାପ୍ତ ପରିମାଣ ର ଭେକସିନ ନଥିବା ହେତୁ ଲୋକେ ଠେଲାପେଲା ହୋଇ ଭେକସିନ ନେବାକୁ ଆଶା କରୁଥିବାବେଳେ ମାତ୍ର ୨ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ୧୬୦ ଡୋଜ ଭେକସିନ କୁ ନେଇ ଶ୍ରୀମତୀ ସାହୁ କ୍ଷୋଭ ପ୍ରକାଶ କରିବା ସହିତ ସ୍ଥାନୀୟ ମେଡିକାଲ ଅଫିସର ଡାକ୍ତର ଅତିଷ ପୁଞ୍ଜି ଙ୍କ ସହ ଆଲୋଚନା କରିସାରିଲା ପରେ ତହସିଲଦାର,ଏସ.ଡି.ଏମ.ଓ ପଦ୍ମପୁର ଙ୍କ ସହ ଏ ବିଷୟରେ ଅବଗତ କରିଥିଲେ। ଭେକସିନ ସେଣ୍ଟର ମାନଙ୍କ ରେ ୨ ଜଣ ଯାଗାରେ ୪ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଯୋଗାଇବା ସ‌ହିତ ପର୍ଯ୍ୟାପ୍ତ ପରିମାଣ ର କୋଭିଡ ଭେକସିନ ଯୋଗାଇଦେବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି। 

ସର୍ଗିଜୁରୀ ଠାରେ ବିଜେପିର ଅଟଳ ଜୀଙ୍କ ତିରୋଧାନ ଦିବସ ପାଳିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମ ଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ଶ୍ରୀ ସୌକିଲାଲ ସାହାଙ୍କ ନେତୃତ୍ବରେ ଓ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ,ଜିଲ୍ଲା ସମ୍ପାଦିକା ତଥା ସମିତି ସଭ୍ଯ ଶ୍ରୀମତୀ ସରସ୍ଵତୀ ସାହୁ,ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରିତେଶ ବହିଦାର,ଯୁବ ମୋର୍ଚ୍ଚା ସଂପାଦିକା କୁମାରୀ ଅର୍ଚ୍ଚିନା ବାଗ,ଆଦିବାସୀ ମୋର୍ଚ୍ଚା ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଭୁଏ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ଶ୍ରୀ ହରିହର ସାହୁ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା,ପରମାଣୁ ବୋମା ପରୀକ୍ଷଣ ଓ ମହିଳା ସେଲ ଗ୍ରୁପକୁ ପ୍ରୋତ୍ସାହନ ଦିଆ ଯାଇଥିଲା ବୋଲି ବକ୍ତାମାନେ ମତ ପୋଷଣ କରିବା ସହ ବାଜପେୟୀ ଜୀଙ୍କୁ ସବୁଦିନ ପାଇଁ ଏ ଦେଶବାସୀ ମନେ ରଖିବେ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ବିଜୁ ଜନତା ଦଳର ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବକ ସର୍ବଶ୍ରୀ ଛତ୍ରପତି ସେଠ, ଶଙ୍କର ବେହେରା, ସୁନ୍ଦରମଣି ମର୍ହି,ଯିତୁ ମର୍ହି, ଯୁଧିଷ୍ଠିର ରଣା, ଅମୃତ ରଣା, ଗୌତମ ସିକା, ଅନନ୍ତ ବରିହା, ଶଙ୍କର ବରିହା, ତରଣୀସେନ ଜାଳ, ଭୀଷ୍ମ ଜାଲ,ଯଦୁମଣି ନେଗି,ରାଜେଶ ବେହେରା , ଟିଫିନ୍ ଛତର, ଜୟନ୍ତ ବେଣ୍ଟକାର, ଉଦ୍ଧବ ବେଣ୍ଟେକାର, ଜଗନ୍ନାଥ ପଟେଲ,ଭୀମା ବେଣ୍ଟକାର, ଆକାଶ ପଟେଲ, ରାଜେଶ ପଟେଲ, ରମେଶ ମେହେର, ରତନ ଧରୁଆ, ଶ୍ରୀମତି ସାବିତ୍ରୀ ବୁଡ଼େକ, ଝିଲି ପ୍ରଧାନ, ସବିତା ନେଗୀ, ଚୁଲା ବଢି କମାତି, ସାବିତ୍ରୀ ନେଗୀ , ପଦ୍ମା ବୁଡ଼େକ ଆଦି ଉତ୍ସାହର ସହ ଭାରତୀୟ ଜନତା ପାଟି ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ଶ୍ରୀ ସାମନ୍ତ ଶେଖର ମୁନା,କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ ଆଦି ସକ୍ରିୟ ଭୂମିକା ନେଇଥିଲେ । ଶେଷରେ ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ଠାରେ ଗୋପବନ୍ଧୁ କଲ୍ୟାଣ ସମିତି ବରିକେଲ ଆନୁକୂଲ୍ୟରେ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ସ୍ୱାଧୀନତା ଦିବସ ଅବସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ ସିଂ, ସମ୍ମାନିତ ଅତିଥି ଭାବେ ବରିକେଲ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୈାଦାମିନୀ ମେହେର, ମୁଖ୍ୟବକ୍ତା ଭାବେ ଭେଉଁରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ଏବଂ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଅବସର ପ୍ରାପ୍ତ ପ୍ରଫେସର ଶ୍ରୀମାନ ରଜନୀ କୁମାର ମହାନ୍ତି ମଞ୍ଚାସୀନ ଥିଲେ। ଗୋପବଂଧୁ ଜନକଲ୍ୟାଣ ସମିତି ର ଉପଦେଷ୍ଟା ଶ୍ରୀମାନ କୃଷ୍ଣ ଚନ୍ଦ୍ର ଚୈାହାନ, ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନିୟନ୍ତ୍ରୀତ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ। ନିୟନ୍ତ୍ରୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ପ୍ରାରମ୍ଭେ ସ୍ୱାଗତ କରିଥିଲେ ରେହାନ ସାମନ୍ତରାୟ, ସୈାମ୍ୟରଞ୍ଜନ ସାହୁ, ନାରାୟଣ ପ୍ରସାଦ ସାହୁ, ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ଭାରତ ମାତା ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପରେ ଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ ସାହୁ ଦିର୍ଘ ଦେଢବର୍ଷ ହେଲା ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର,ନର୍ସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଦିବାରାତ୍ର କୁ ଏକାକାର କରି ଅକ୍ଲାନ୍ତ ପରିଶ୍ରମ କରି ନିଜ ଜୀବନ କୁ ବାଜି ଲଗାଇ ବିଶ୍ୱମହାମାରୀ କରୋନା ସହ ଲଢେ଼ଇ କରି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ, ରୋଗୀ ପରିକ୍ଷଣ, ଜଳସେଚନତା, ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ମାନବ ଜଗତକୁ କରୋନା ଦାଉରୁ ରକ୍ଷା କରିବାର ପ୍ରୟାସ କୁ ଭୂୟସୀ ପ୍ରଶଂସା କରି ଜନସାଧାରଣଙ୍କୁ ମଧ୍ୟ ସାଂପ୍ରତିକ ପରିସ୍ଥିତି ରେ ବିପଦ କରିନଥିବା ତଥା ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା, ବିଳାସପୂର୍ଣ୍ଣ ଜନଗହଳି ବା ସାମାଜିକ କାମ ସୀମିତ ଲୋକଙ୍କୁ ନେଇ ସମ୍ପୁର୍ଣ୍ଣ କରିବା,ହାତକୁ ସାନିଟ୍ରାଇଜ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ସିଂ,କେବଳ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋଭିଡ ଯୋଦ୍ଧା ନୁହଁନ୍ତି’କି କେବଳ ସେମାନେ ଚାହିଁଲେ କିମ୍ବା ସରକାର ଚାହିଁଲେ ମହାମାରୀ କରୋନା କୁ ମୁକାବିଲା କରିବା ଅସମ୍ଭବ। ଯେ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇପାରିବ ନାହିଁ।

ଜନସାଧାରଣ ଙ୍କ ସଚେତନତା, ସହଭାଗିତା, ସହଯୋଗ ଓ ସତର୍କତା ଫଳରେ ଆମ୍ଭେ କରୋନାକୁ ପ୍ରତିହତ କରିପାରିବା ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତା ଶ୍ରୀମାନ ମହାନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ଏକମାତ୍ର ପୁତ୍ର ରୋଗଶଯ୍ୟାରେ ପିଡିତ ଥିବାବେଳେ ଡଙ୍ଗା ରେ ଚଢି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିଥିବାବେଳେ ନିଜ ପୁତ୍ର ର ମୃତ୍ୟୁ ହୋଇଯାଇଥିବା ଓ ପରିବାର ଛାଡ଼ି ଅନ୍ୟ ୧୦୦ ପରିବାର କୁ ରକ୍ଷା କରିବା ବିଷୟ ଉପସ୍ଥାପନ କରି କରୋନାଯୋଦ୍ଧା ତଥା ସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ଉତ୍ସାହିତ କରିବା ପାଇଁ ତଥ୍ୟ ଉପସ୍ଥାପନ କରିଥିଲେ। ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ଓ ଶ୍ରୀମତୀ ସୈାଦାମିନୀ ମେହେର ଗୋପବନ୍ଧୁ ଜନକଲ୍ୟାଣ ସମିତି ପ୍ରଦତ୍ତ ମାନପତ୍ର ଓ ଉପଢ଼ୌକନ ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ସିଂ, ମହିଳା ସ୍ବାସ୍ଥ୍ୟକର୍ମୀ ବାସନ୍ତୀ ଭୋଇ, ନିବେଦିତା ପୁରୋହିତ,କୁଞ୍ଜଲତା ନାଏକ,ରତ୍ନାବତୀ ମେହେର, ଆଶାକର୍ମୀ ଯଶୋବନ୍ତୀ ଡୁଡକା,ରୋଗପରୀକ୍ଷଣ କରୁଥିବା ସଞ୍ଜୟ ସାହୁ, ଶ୍ରୀକାନ୍ତ ସାହୁ, ଆମ୍ବୁଲାନ୍ସ ଡ଼୍ରାଇଭର ବିଜୟ କୁମ୍ଭାର ଙ୍କୁ ସମ୍ମାନିତ କରିଥିଲେ। ଅନୁଷ୍ଠାନ ର ଅନ୍ୟତମ ସଦସ୍ୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ଶିକ୍ଷକ ମୋହନ ବନଛୋର୍ ମଞ୍ଚାସୀନ ଅତିଥି ତଥା ଉପସ୍ଥିତ ସମ୍ମାନିତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସର୍ବଶ୍ରୀ. ଅଶୋକ କୁମାର ସାହୁ, ପ୍ରମୋଦ ସାମନ୍ତରାୟ, ପ୍ରଫୁଲ୍ଲ ମେହେର, ପ୍ରଦୀପ୍ତ ମହାନ୍ତି, ଚତୁର୍ଭୁଜ ମହାନ୍ତି,ବିଜୁ ସାହୁ,ସୁବ୍ରତ ସାମନ୍ତରାୟ,ରାଜେଶ କୁମାର ସାହୁ ଦିବାକର ବାଙ୍କ ପ୍ରମୁଖ ସୁ-ପରିଚାଳନା କରିଥିଲେ। 

ଝାରବନ୍ଧ ଫରେଷ୍ଟର ଙ୍କ ଘରେ ଭିଜିଲାନ୍ସ ବିଭାଗ ର ଚଢ଼ାଉ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ ଚଢା କରିଥିଲେ ।

ବରଗଡ଼ ଭିଜିଲାନ୍ସ ଡି.ଏସ.ପି ଶ୍ରୀମାନ ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମରେ ୧୨ ଜଣ ସଦସ୍ୟ ଦୁଇଟି ଜାଗାରେ ଚଢାଉ କରିଛନ୍ତି ।ହେଲେ କେତେ ସମ୍ପତ୍ତି ର ମାଲିକ ଅଟନ୍ତି ଫରେଷ୍ଟର ଦାଶ ତାହା ଆକଳନ ପରେ ଜଣାପଡ଼ିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ଛି।

ବନ ବିଭାଗ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ ହୋଇନଥିବା କୁ ନେଇ ସାଧାରଣରେ ଅସନ୍ତୋଷ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପଦ୍ମପୁର) – ପ୍ରତି ବର୍ଷ ଅଗଷ୍ଟ ମାସ ୧୫ ତାରିଖ ଦିନ ସାରା ଭାରତର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥାଏ। ଏହି ଦିନରେ ଭାରତ ର ସମସ୍ତ ଦେଶ ପ୍ରେମୀ ଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଦେଖାଦେଇଥାଏ । ଚଳିତ ବର୍ଷ ପ୍ରତ୍ୟେକ ଅନୁଷ୍ଠାନ ରେ କୋରାନା କଟକଣାକୁ ଦୃଷ୍ଟିରେ ରଖି ସୀମିତ କର୍ମଚାରୀ ଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯାଇଛି। କିନ୍ତୁ ରାୟଗଡା ଜିଲ୍ଲା ପଦ୍ମପୁର ଠାରେ ଥିବା ବନବିଭାଗ କାର୍ଯ୍ୟଳୟରେ ସ୍ୱାଧୀନତା ଦିବସ ପାଳନ ହୋଇନଥିବା ଏକ ଦୁଃଖ ଆଉ ପରିତାପର ବିଷୟ।

ରାଜ୍ୟ ସରକାର ଓ ରାୟଗଡା ଜିଲ୍ଲା ବନବିଭାଗ ଅଧିକାରୀ ପଦ୍ମପୁର ବନ ବିଭାଗ କୁ ସ୍ୱାଧୀନତା ଦେଇନାହାଁନ୍ତି କି ? ନା ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁମତି ଦେଇନାହାଁନ୍ତି , ନା ପଦ୍ମପୁର ବନବିଭାଗ ସ୍ୱାଧୀନ ଦିବସ ପାଳନ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ସ୍ଵାଧୀନତା ଦିବସ ଦିନ ଏକ ସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ ନକରି ରାଷ୍ଟ୍ର ସମ୍ବିଧାନକୁ ଅବମାନନା କରିଥିବା ଏହି କାର୍ଯ୍ୟାଳୟ ର ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

ପଞ୍ଚାୟତରାଜ ମନ୍ତ୍ରୀ ଓ ସଚିବଙ୍କ ଇଜଲାସରେ ଚାଲିଛି ମନରେଗା ଓ ରୁର୍ବାନ ଦୁର୍ନୀତି ; ବାଙ୍କୀ ମନରେଗା ଘୋଟାଲାର ପର୍ଦ୍ଦାଫାସ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ତଥା ଭାରତର ଶ୍ରମଜୀବିଙ୍କୁ ନିଶ୍ଚିତ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ ତତ୍‌କାଳୀନ ଉପାସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରି କରିଥିଲେ । ଭାରତ ବର୍ଷର ଜ୍ଞାନୀ ତଥା ଅର୍ଥନୀତି ଉପରେ ଗୁରୁଗମ୍ଭୀର ଜ୍ଞାନ ରହିଥିବା ଭାରତର ଯଶସ୍ୱୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥ ନୀତିଜ୍ଞ ଡ. ମନମୋହନ ସିଂ ୨୦୦୫ ମସିହାରେ ଏହି ଯୋଜନାକୁ ପାଇଲଟ ପ୍ରୋଜେକ୍ଟ ହିସାବରେ ଲାଗୁ କରିଥିଲେ । ମନମୋହନ ସିଂଙ୍କ ଦୁରଦୃଷ୍ଟି ପୂର୍ଣ୍ଣ ଚିନ୍ତାଧାରା ପ୍ରତିଟି ଶ୍ରମଜୀବିମାନଙ୍କୁ ୧୦୦ ଦିନର କାମ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । କିନ୍ତୁ ବାଙ୍କି ଉପଖଣ୍ଡ ସହ ସମଗ୍ର ରାଜ୍ୟରେ ଏହି ଯୋଜନାକୁ କିପରି ଶ୍ରମିକଙ୍କ ନାମରେ ହରିଲୁଟ କରାଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ସହ ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପିସିସି ମୁଖପାତ୍ର ଡକ୍ଟର ଦେବାଶିଷ ପଟ୍ଟନାୟକ ସରକାରଙ୍କ ଅସଲିମୁଖା ଖୋଲିଛନ୍ତି । ସେ କହିଛନ୍ତି ବାଙ୍କି ଡମପଡ଼ା ବ୍ଲକର କୁଶୁପଙ୍ଗି, ତାଳବସ୍ତ, ପାଥପୁର, ଦୁଲଣାପୁର ପ୍ରଭୃତି ପଂଚାୟତରେ ମନରେଗା ଯୋଜନାକୁ ବ୍ୟାପକ ହରିଲୁଟ କରାଯିବା ସହିତ ସରପଂଚ ଏବଂ ପଂଚାୟତର ଧନଶାଳୀ ବ୍ୟକ୍ତିମାନେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଦେଖିବାକୁ ମିଳିଛି । ପଂଚାୟତ ବିଭାଗର ଦୁର୍ନୀତି ବର୍ତମାନ ନୀତିରେ ପରିଣତ ହୋଇଛି । ଏହା ପଂଚାରାତ ମନ୍ତ୍ରୀ ଓ ସଚିବଙ୍କ ଇଜଲାସରେ ଦୁର୍ନୀତି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । ଡ. ପଟ୍ଟନାୟକ ଦସ୍ତାବିଜ ଆକାରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାରଙ୍କର ମନରେଗା ଯୋଜନାରୁ ତାଳବସ୍ତ ପଂଚାୟତର ସାମନ୍ତରାପୁର ଗ୍ରାମରେ ଶ୍ମଶାନକୁ ପାର୍କ ଦର୍ଶାଇ ୬ଲକ୍ଷ ୩୩ ହଜାର ଟଙ୍କାର ବିଲ ପୈଠ କରାଯାଇଛି ସେହିପରି ଇନ୍ଦିରା ପ୍ରିୟଦର୍ଶନୀ ହାଇସ୍କୁଲ ଖେଳପଡ଼ିଆରେ କିଛି କାମନକରି ମାତ୍ର ୩ ଗୋଟି ବେଂଚ ନିର୍ମାଣ କରି ୫ଲକ୍ଷ ଟଙ୍କର ବିଲ ପୈଠ କରାଯାଇଛି । ସାମନ୍ତରାପୁର ପୋଖରୀ ନାମରେ କୌଣସି ପୋଖରୀ ନଥିବା ବେଳେ ଖନନ ଦର୍ଶାଇ ୫ଲକ୍ଷ ଟଙ୍କାର ବିଲ ପୈଠ ଓ ପଂଚାୟତର ନନ୍ଦପୁର, ତାଳବସ୍ତରେ ମେସିନ ଦ୍ୱାରା ଅଳ୍ପ କିଛି ଖୋଳି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ବିଲ କରାଯାଇଛି । ତାଳବସ୍ତ ଓ ପାଥପୁର ପଂଚାୟତର ସାମଗ୍ରୀ ଯୋଗାଇବା ପାଇଁ କୁସୁପଙ୍ଗି ପଂଚାୟତର ସରପଂଚଙ୍କ ସ୍ୱାମୀ ଅଶିତ କୁମାର ଜେନା ଯେକି କୁସୁପଙ୍ଗିର ଜଣେ ଶ୍ରମିକ ସେ ମଧ୍ୟ ଭେଣ୍ଡର ସାଜି ସାମଗ୍ରୀ ଯୋଗାଣ କରିଛନ୍ତି । ଋୁବାନ ଯୋଜନାରେ ପ୍ରକଳ୍ପ ଗୁଡ଼ିକର ଚିହ୍ନ ବର୍ଣ୍ଣ ନଥିବା ବେଳେ କୋଟି କୋଟି ଟଙ୍କାର ଆତ୍ମସାତ କରାଯାଇଛି । କୁସୁପଙ୍ଗି ପଂଚାୟତରେ ଅରାଚଣ୍ଡି ହାଇସ୍କୁଲ, ନିସ୍ତିପୁର ସ୍କୁଲ, ୟୁନାଇଟେଡ଼ ବିଦ୍ୟାପୀଠ ନାମରେ ପଡ଼ିଆ ଉନ୍ନତିକରଣ ପାଇଁ ପ୍ରଥମେ ରୁର୍ବାନରୁ ବିଲ ହୋଇଥିବା ବେଳେ ପୁଣି ସେହି ପ୍ରକଳ୍ପକୁ ଦର୍ଶାଇ ମନରେଗା ଯୋଜନାରେ ବିଲ କରାଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର ନିଜସ୍ୱ ଜାଗା ନଥିବାବେଳେ ପୁରୁଣା ଶୀତଳଭଣ୍ଡାରରେ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେଉଛି । ଶୀତଳ ଭଣ୍ଡାରର ସମ୍ମୁଖ ପଡ଼ିଆକୁ ବିଦ୍ୟାଳୟର ଖେଳପଡ଼ିଆ ଦର୍ଶାଇ ୫ଲକ୍ଷ ଟଙ୍କାର ବିଲ ହୋଇଛି । କୁସୁପଙ୍ଗି ପଂଚାୟତର ପ୍ରାୟ ୪୦ଗୋଟି ପ୍ରକଳ୍ପ ଏବେ ୨ଟି ଯୋଜନାକୁ ଗୋଟିଏ ପ୍ରକଳ୍ପ ଦେଖାଯାଇ ଦୁଇ ଦୁଇ ଥର ବିଲ ହୋଇଛି । ଜିଆରଏସ କନିଷ୍ଠଯନ୍ତ୍ରୀ ବିଲ କରିବାପରେ ସହକାରୀ ଯନ୍ତ୍ରୀ ଜଣକ ଚେକ୍ ମେଜରମେଂଟ କରି ପଂଚାୟତର ନିର୍ବାହୀ ଅଧିକାରୀ ଓ ସରପଂଚ ମିଳିତଭାବେ ଶ୍ରମିକ ମାନଙ୍କୁ ପାରିଶ୍ରମିକ ପୈଠ କରିଛନ୍ତି । ସରପଂଚ ନିଜ ସ୍ୱାମୀ ଅଶିତ କୁମାର ଜେନାଙ୍କୁ ଶ୍ରମିକଭାବେ ପାରିଶ୍ରମିକ ଦେଉଥିବା ବେଳେ ଭେଣ୍ଡର ହିସାବରେ ନଗଦ ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ଭାବେ ଏହାକୁ ପ୍ରଦାନ କଲେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ମହା ଘୋଟଲାରେ ଜିଆରଏସଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସଂପୃକ୍ତି ରହିଛି ନହେଲେ ଏତେବଡ଼ ମହାଦୁର୍ନୀତି ଅସମ୍ଭବ । କୁସୁପଙ୍ଗି ପଂଚାୟତର ସରପଂଚଙ୍କ ଶାଶୁ ପୁଷ୍ପଲତା ଜେନାଙ୍କ ନାମରେ ତିନିଗୋଟି ଲକ୍ଷାଧିକ ଟଙ୍କାର ବ୍ୟୟବହୁଳ ଚାରିଚକିଆ ଗାଡ଼ି ରହିଥିବା ବେଳେ ସେ ମଧ୍ୟ ଶ୍ରମିକଭାବେ କାମକରି ମନରେଗା ଯୋଜନାରୁ ଅର୍ଥହଡ଼ପ କରିଛନ୍ତି । ଏଥି ସହିତ ସରପଂଚଙ୍କ ସଂପୂର୍ଣ୍ଣ ପରିବାର ଆର୍ଥିକ ସମୃଦ୍ଧ ସହିତ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ମନରେଗା ଯୋଜନାରେ ଶ୍ରମିକ ସାଜି ଅର୍ଥର୍ ହଡ଼ପ କରିଛନ୍ତି । ସରପଂଚଙ୍କ ଶ୍ୱଶୁର ସ୍ଥାନୀୟ କଂଟ୍ରୋଲ ଡିଲର ହୋଇଥିବା ବେଳେ ସେ ମଧ୍ୟ ଶ୍ରମିକ ସାଜି ମନରେଗା ଅର୍ଥକୁ ନିଜର ପକେଟରେ ପୁରାଇଛନ୍ତି । ସରପଂଚଙ୍କ ଶାଶୁଙ୍କ ତିନିଗୋଟି ଗାଡ଼ି ମଧ୍ୟଋୁ ଗୋଟିଏ ବ୍ଲକର ମନରେଗା ଯୋଜନାରେ ଲାଗିଥିବା ବେଳେ ସେ କିଭଳି ଶ୍ରମିକ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ଏଭଳି କୋଟି କୋଟି ଲୋକମାଙ୍କୁ କିଭଳି ବ୍ଲକ ପ୍ରଶାସନ ଶ୍ରମିକ ସଜାଇ ମନରେଗା ଯୋଜନା ଅର୍ଥ ହଡ଼ପକରିବାକୁ ଦେଲା ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଶ୍ରମିକ ନିଜକୁ ଭେଣ୍ଡର କରି କୋଟି କୋଟି ଟଙ୍କା ଉର୍ପାଜନ କରିଥିବା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଂଟ ତଦନ୍ତ କରିବା ସହିତ ସରକାରୀ ଅର୍ଥ ଫେରାଇ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ପଟ୍ଟନାୟକ ଦାବି କରିଛନ୍ତି । ଏହି ମହାଘୋଟଲାର ମାଷ୍ଟର ମାଇଣ୍ଡ ସରପଂଚଙ୍କ ବାପା ସେହି ଗ୍ରାମର କଂଟ୍ରୋଲ ଡିଲର । ପଂଚାୟତ ରାଜ ବ୍ୟବସ୍ଥାରେ ଏମାନେ ଡିଲରୁ ବାଦ ପଡ଼ିବା କଥା କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ କି ବିଡିଏ ସେମାନଙ୍କର ଡିଲରସିପ ଉଚ୍ଛେଦ କରୁନାହାନ୍ତି । କୁସୁପଙ୍ଗି ଓ ତାଳବସ୍ତ ପଂଚାୟତରେ ୬୦ରୁ ଉର୍ଦ୍ଧ୍ୱ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର କରାଯାଉଥିବା ଜଣାଯାଇଛି ବୋଲି ଡ. ପଟ୍ଟନାୟକ କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏମ.ପି ଇୟର ମାର୍କ ଫଣ୍ଡରୁ ବିଧାୟକଙ୍କ ଜାଣତରେ ୭୦ଲକ୍ଷ ଟଙ୍କା ଉଠାଣ ହୋଇଥିବା ବେଳେ ଅନେକ ପଂଚାୟତର ଅନେକ ବିଦ୍ୟୁତ ବିଲ ଓ ପାଣି ବିଲ ପୈଠ ନହେବାରୁ ବିଦ୍ୟୁତ ଓ ଜଳଯୋଗାଣ ବନ୍ଦ ରହିଛି । ସେହିପରି ଜଳଯୋଗାଣ ସହାୟକ ୧୧ ମାସ ଧରି ଦରମା ପାଇନାହାନ୍ତି । ମିଡିଆ ବିଭାଗର ଆବହାକ ଶ୍ରୀ ସତ୍ୟ ନାୟକ ଏହା ଭାତ ହାଣ୍ଡିରୁ ଗୋଟିଏ ମାତ୍ର ଭାତର ଉଦାହରଣ । ଏହିପରି ସମଗ୍ର ରାଜ୍ୟରେ ବହୁ ଦୁର୍ନୀତି ହେଉଛି ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଶ୍ରୀ ନାୟକ କହିଥିଲେ । ତେଣୁ ମନରେଗା ଘୋଟଲାରେ ସଂପୃକ୍ତି ଜିଆରଏସ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସଂପୃକ୍ତ ଥିବା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗିରଫ କରିବାପାଇଁ ଦାବି କରୁଛି କଂଗ୍ରେସ । ଦୁଇ ପଂଚାୟତର କନିଷ୍ଠଯନ୍ତ୍ରୀଙ୍କୁ ବଦଳି କରାଗଲେ କ’ଣ ସରକାରୀ ଅର୍ଥ ଫେରିଆସିବ ନା ସାଧାରଣ ଲୋକେ ତାଙ୍କ ଅର୍ଥ ପାଇପାରିବେ । ବଦଳି ବଦଳରେ ସେମାନଙ୍କୁ ଗିରଫ କରାଗଲେ ମହାଘୋଟାଲା ର ସମସ୍ତ ଗୁମର ଫିଟିବ । ନଚେତ ଆଗାମୀ ଦିନରେ କଂଗ୍ରେସ ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ ଏବଂ ପଂଚାୟତ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡ. ପଟ୍ଟନାୟକଙ୍କ ସମେତ ଶ୍ରୀ ନାୟକ, ଶ୍ରୀ ଦାଶ ଏବଂ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ରେ ସ୍ଵାଧୀନତା ଦିବସ ପାଳନ ମନା କି…? ଏହା ରାଷ୍ଟ୍ର ପତି ଅବମାନନା ନୁହେଁ କି..?

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ସାରା ରାଜ୍ୟ ରେ ୭୫ ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀ ରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସମସ୍ତ ସରକାରୀ କାର୍ଯ୍ୟାଳୟ , ବେସରକାରୀ କାର୍ଯ୍ୟାଳୟ , ସମସ୍ତ ଶିକ୍ଷାନୁଷ୍ଠାନ ଓ ଏସ୍.ବି.ଆଇ ବ୍ୟାଙ୍କ ଠାରେ ସ୍ଵାଧୀନତା ଦିବସ ପାଳନ ହେଉଥିବା ବେଳେ ଗୁଣପୁର ଏକ୍ସିସ୍ ବ୍ୟାଙ୍କ ,ବ୍ୟାଙ୍କ ଅଫ୍ ବରୋଦା , ଏଚ୍ ଡ଼ି ଏଫ୍ ସି ବ୍ୟାଙ୍କ , ଆଇ ଡ଼ି ବି ଆଇ ବ୍ୟାଙ୍କ , ୟୁନିୟନ ବ୍ୟାଙ୍କ ରେ ପତାକା ଉତ୍କଳନ କରାଯାଇନଥିବା ଦେଖିବାକୁ ମିଳିଛି ଯାହାକି ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇବା ସହ ବୁଦ୍ଧିଜୀବି ଏବଂ ଦେଶ ପ୍ରେମୀ ମାନେ ନିନ୍ଦା ପ୍ରକଟ କରିଛନ୍ତି ।

ସମସ୍ତ ଙ୍କ ନିମନ୍ତେ ସ୍ଵାଧୀନତା ଦିବସ ନିମନ୍ତେ ଗୋଟିଏ ନିୟମ ଥିବାବେଳେ ଏମାନଙ୍କ ପାଇଁ ତାହା ଲାଗୁ ହେଉନି କି ନା ଏହି ବ୍ୟାଙ୍କ ଗୁଡ଼ିକ ଭାରତ ବାହାର ଏଫିଲେସନ୍ ପ୍ରାପ୍ତ ବ୍ୟାଙ୍କ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିବା ସହ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ରେ ସ୍ଵାଧୀନତା ଦିବସ ପାଳନ ମନା କି…? ଏବଂ ଏହା ଦେଶ ପ୍ରତି ଅବମାନନା ନୁହେଁ କି..? ବୋଲି ଦେଶ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି।

ଏଥର ସମ୍ଭାଳର ପ୍ରଭାବ , ଅବକାରୀ ବିଭାଗର ଚର୍ଚ୍ଚିତ ଦୁର୍ନୀତି ର ତଦନ୍ତ ଆରମ୍ଭ ; ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ରେ ଅବକାରୀ କର୍ମଚାରୀ ଙ୍କୁ ନିଲମ୍ବିତ , ହେଲା ଭାଇରଲ ଭିଡ଼ିଓର କାର୍ଯ୍ୟାନୁଷ୍ଠାନ ଭାଇରଲ ଭଏସ ର କାର୍ଯ୍ୟାନୁଷ୍ଠାନ କେବେ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) –ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଦୁର୍ନୀତି ସମ୍ପର୍କରେ ଚର୍ଚ୍ଚିତ ଏବଂ ଭାଇରଲ ଖବର ନେଇ ଏଥର ସମ୍ଭାଳ ପକ୍ଷରୁ ଖବର ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସୋରଜ କୁମାର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଏହି ଘଟଣାର ତଦନ୍ତ ଭାର ନେଇଛନ୍ତି । ତଦନ୍ତ ପ୍ରକ୍ରିୟା ଆରମ୍ଭ ରେ ଶ୍ରୀ ପ୍ରଧାନ ଗୁଣପୁର ଠାରେ ପହଞ୍ଚି ସ୍ଥାନୀୟ ରାଜସ୍ୱ ବଙ୍ଗଳାରେ କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ଭିଡ଼ିଓରେ ଭାଇରଲ ହୋଇଥିବା ଅବକାରୀ ବିଭାଗ କର୍ମଚାରୀ ଙ୍କ ସହ ଟଙ୍କା ଦିଆନିଆ କାରବାରର ଅନ୍ତରଙ୍ଗ ମୁହୂର୍ତ୍ତରେ ଯେଉଁ ଅନ୍ୟଜଣେ ବ୍ୟକ୍ତି ରହିଛନ୍ତି ଏହା ଗୁଣପୁର ବିଦେଶୀ ମଦ ଦୋକାନର ପରିଚାଳକ ଆଲୋକ ମହାନ୍ତିଙ୍କ ବୋଲି କୁହାଯାଉଥିବା ଚର୍ଚ୍ଚାର ଆଧାରକୁ ନେଇ ତଦନ୍ତ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି ।ଏକ ବିଶ୍ଵସ୍ଥ ସୂତ୍ରରୁ ଏହାବି ସୂଚନା ମେଳିଛି ଶ୍ରୀ ମହାନ୍ତି ତଦନ୍ତ ସମୟର ରେ ଗୁଣପୁର ଠାରେ ନଥିବା ଯୋଗୁଁ ତାଙ୍କ ସହ ତଦନ୍ତ ଅଧିକାରୀ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତେବେ ସେ ତଦନ୍ତ ଅଧିକାରୀଙ୍କୁ ଏଥିରେ ଥିବା କଣ୍ଠସ୍ୱର (ଭଏସ) ତାଙ୍କର ନଥିବା କହିଛନ୍ତି ।

ସେଇଭଳି ଭାଇରଲ ଭଏସ ରେକର୍ଡ଼ ରେ ରହିଥିବା ଅବକାରୀ ବିଭାଗ କର୍ମଚାରୀ ଙ୍କ ଅପରପକ୍ଷ ବ୍ୟକ୍ତିଙ୍କ କଣ୍ଠ ସ୍ୱର କାହାର ଏବଂ ସେ କାହାସହିତ ଏଭଳି ଡିଲ କରୁଥିଲେ ଏହା ସ୍ୱଷ୍ଟ ହୋଇପାରି ନଥିବାରୁ ତଦନ୍ତରେ ବାଧା ସୃଷ୍ଟି କରିଥିବା ଜଣାପଡ଼ିଛି । ବର୍ତ୍ତମାନ କଥା ଉଠିଛି ଅପରପକ୍ଷରେ ରହିଥିବା ଦୁଇଜଣ ବ୍ୟକ୍ତି ତଦନ୍ତ ଅଧିକାରୀଙ୍କ ସାମନା କରୁନାହାନ୍ତି କାହିଁକି ? ବ୍ୟକ୍ତି ଦୁଇଜଣ ଜାଣି ଜାଣି ତଦନ୍ତର ସାମନା କରୁ ନାହାନ୍ତି ନା ତାଙ୍କ ଉପରେ ଚାପ ପଡୁଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଗୋଟି ଘଟଣା କେଉଁଠି ଘଟିଥିଲା ଏହାରବି ଟେର ପାଇପାରୁନାହାନ୍ତି ତଦନ୍ତ ଅଧିକାରୀ । ଏଠି ପ୍ରଶ୍ନ ଉଠୁଛି, କ୍ୟାମେରା ମିଛ କହେନା ; ଏହା ସୋସିଆଲ ମିଡିଆରେ ଏବଂ ଫେସବୁକ ରେ ଯିଏ ଭାଇରଲ କରିଛନ୍ତିି ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ତାହା ହେଲେ କ୍ଷୀର ନୀର ଅଲଗା ହୋଇଯିବ । ଏନେଇ ଜିଲ୍ଲା ପ୍ରଶାସନ ସାଇବର କ୍ରାଇମ ବିଭାଗ ର ସହଯୋଗ ଲୋଡନ୍ତୁ । ତା ‘ନହେଲେ ଏତେବଡ଼ ଦୁର୍ନୀତି ତଦନ୍ତର ନାଲି ଫିତା ତଳେ ବନ୍ଧା ହୋଇ ରହିଯିବ ଏବଂ ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନେ ଏହାଠାରୁବି ବଡ଼ କ୍ରାଇମ କରିବାକୁ ପଛଘୁଞ୍ଚା ଦେବେନି ବୋଲି ମତପ୍ରକାଶ ପାଉଛି । କିଛି ଖବର ରେ ପ୍ରକାଶିତ ହୋଇଥିବା ଶ୍ରୀ ପାତ୍ର ଙ୍କୁ ଢାଲ କରାଯାଇଥିବା ଘଟଣା କୁ ବିଭାଗରେ ନିନ୍ଦା ପ୍ରକଟ କରାଯାଇଛି। ପ୍ରକୃତରେ ଶ୍ରୀ ପାତ୍ର ଜଣେ କୁଶଳୀ ଯୋଦ୍ଧା ତାଙ୍କ ପାଇଁ କୌଣସି ଢାଲ ର ଆବଶ୍ୟକ ନାହିଁ ବୋଲି କୁହାଯାଉଥିବା ସହ ଶ୍ରୀ ପାତ୍ର ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁଣି ସେଠାରେ ତାଙ୍କୁ ପ୍ରତିସ୍ଥାପନ କରିବା ନିମନ୍ତେ ଏହା ଏକ ରାଜନୈତିକ ମସୁଧା ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଆମେ ଏନେଇ ଏତିକି କହିବୁ, ଯଦି ଅଣ୍ଟା ରେ ନାହିଁବଳ_____________ (ଡ୍ୟାସ) କରିବାକୁୁ କିଆଁ ମନ ଅସମ୍ଭାଳ …… ଏଥର ସମ୍ଭାଳ ।