ଏକ ନିଆରା ବ୍ୟକ୍ତି ଶ୍ରୀମାନ ମହେନ୍ଦ୍ର ବଢ଼େଇ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମରେ ଜନ୍ମିତ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଏକ ଅନ୍ୟାନ୍ୟ ପ୍ରତିଭା l ଜୀବନରେ ସେ ଅନେକ ଉତଥାନ ପତନ ତଥା ଝଡଝଞ୍ଜା ମଧ୍ୟରେ ଗତିକରି ଆଜି ସେ ପୁରୀ ଜିଲ୍ଲାର ଡେଲାଙ୍ଗ ରେ ତହସିଲଦାର ଭାବେ ବର୍ତ୍ତମାନ କାର୍ଯ୍ୟରତ lଓଡିଶା ସରକାର ଙ୍କ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ଆଦର ରହିଛି lବଡବଡ ମହାବିପତ୍ତି ଦୁର୍ନୀତି ସ୍ଥିତି ସହ କରୋନା ମହାମାରୀ ସମୟ ରେ ନିଜ ଜନ୍ମ ମାଟି ପାଇଁ ସେ ନିଜକୁ ଜଳାଞ୍ଜଳି ଦେଇ ଅସହାୟ ଲୋକଙ୍କ ପାଖରେ ରାସନ୍ ସାମଗ୍ରୀ ସହ ଅକସିଜେନ ଅଭାବ ସମୟ ରେ ଗ୍ରାମ ମାନଙ୍କୁ ଅକସିଜେନ ସିଲିଣ୍ଡର,ଅକ୍ସିମିଟର ସହ କରୋନା ସମ୍ଭନ୍ଧୀୟ ବିଭିନ୍ନ ମୂଲ୍ୟବାନ ଓୈାଷଧ ପେଟି ପେଟି ପଠାଇ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିଛନ୍ତି lଏଇ କିଛିଦିନ ତଳେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶତାଧିକ ରୋଗୀ ଙ୍କ ସମାଗମ ହେଲେ ମୃଦୁ ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଅଞ୍ଚଳ ର ଅନେକ ଲୋକ ତଥା ବୀର ସାବରକର ଯୁବକ ସଂଘ ପକ୍ଷରୁ ଏନେଇ ଶ୍ରୀମାନ ବଢେଇ ଙ୍କୁ ଲେଖି ଜଣାଇଥିଲେ l

ଏ ଭଳି ଜନସାଧାରଣ ସେବାରେ ଲେଖି ଜଣାଇଥିବାରୁ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏକ ଉନ୍ନତମାନର ମୃଦୁ ଥଣ୍ଡା ପାନୀୟ ଜଳ ସକାଶେ ଭୋଲଟାସ୍ କମ୍ପାନୀ ର ୱାଟର୍ ଫ୍ରୀଜ ଦାନ ସୂତ୍ରରେ ଜନସାଧାରଣ ସେବାରେ ଉତ୍ସର୍ଗୀକୃତ କରି ଜନ ମାନସରେ ଏକ ମହାନ୍ ବ୍ୟକ୍ତି ଭାବେ ସଦାସର୍ବଦା ପୂଜ୍ୟ ହୋଇ ରହିଥିବେ lଏ ପରିପ୍ରେକ୍ଷୀରେ ଶ୍ରୀମାନ ବଢେଇ ନିଜ ହାତରେ ଉଦଘାଟନ କଲାପରେ ଜଣେ ରୋଗୀଙ୍କୁ ମୃଦୁ ପାନୀୟ ପିଆଇଥିଲେ lଏହି କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ଅଞ୍ଚଳ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୀର ସାବରକର ଯୁବକ ସଂଘ ର ସମସ୍ତ ପ୍ରତିନିଧି ସମେତ ଡାକ୍ତରଖାନା ରେ ଜଡିତ ସମସ୍ତ କର୍ମଚାରୀ ବୃନ୍ଦ ଉତ୍ସାହ ର ସହ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଙ୍କୁ ସମ୍ବର୍ଦ୍ଧନା ସହ ଫୁଲତୋଡା ପ୍ରଦାନ କରି ସୁ-ସ୍ୱାଗତ କରିଥିଲେ l

ମୁକୁନ୍ଦପୁର ବି ଆର ଆମ୍ବେଦକର ଯୁବକ ସଂଘ ତରଫରୁ ୭୫ ତମ ସ୍ବାଧିନତା ଦିବସ ପାଳିତ…!

!!! ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ ରୁ ପ୍ରତିନିଧି ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କୋଲନରା)- ମୁକୁନ୍ଦପୁର ବି ଆର ଆମ୍ବେଦକର ଯୁବକ ସଂଘ ତରଫରୁ ୭୫ ତମ ସ୍ବାଧିନତା ଦିବସ ପାଳିତ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ବି ଆର ଆମ୍ବେଦକର ଯୁବକ ସଂଘ ତରଫରୁ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବି ଆର ଆମ୍ବେଦକର ଯୁବକ ସଂଘ ସଭାପତି କିଷାନ ଗାଣ୍ଟା ଙ୍କ ନେତୃତ୍ୱରେ ଉତ୍ସବ ପାଳିତ ହୋଇ ଯାଇଛି ।  ଏହି ଉତ୍ସବ ରେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତେଳନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବି ଆର ଆମ୍ବେଦକର ଯୁବକ ସଂଘ ର ଉପସଭାପତି ସୋଇନି ବିଡିକା ,ସମ୍ପାଦକ ସୋନୁ ବାଗ୍ ଙ୍କ ସମେତ ସମସ୍ତ ବି ଆର ଆମ୍ବେଦକର ଯୁବକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।

ବାପା ଙ୍କ ସ୍ମୃତି ରେ ପାତ୍ର ପରିବାର ଗ୍ରାମର ସ୍କୁଲ ର ଉନ୍ନତି କରଣ ଲାଗି ଦାନ କଲେ ୭ ଲକ୍ଷ ଟଙ୍କା, ଆୟୋଜନ କଲେ ରକ୍ତଦାନ ଶିବିର ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ବାପାଙ୍କ ସ୍ମୁତି ଚାରଣ ରେ ପୁଅମାନେ ନିଜ ଅଞ୍ଚଳର ସ୍କୁଲ ର ଉନ୍ନତି କରଣ ଲାଗି ଦାନ କଲେ ୭ ଲକ୍ଷ ଟଙ୍କା l ଏଥିସହିତ ଆୟୋଜନ କଲେ ରକ୍ତଦାନ ଶିବିର ଏବଂ ଉନ୍ମୋଚନ କଲେ ନିଜ ବାପା ଙ୍କ ପ୍ରତିମୂର୍ତ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ଗ୍ରାମର ସ୍ବର୍ଗତ କେ. ଭାସ୍କର ପାତ୍ର ଙ୍କ ସ୍ମୃତି ରେ ଆଜି ତାଙ୍କ ପୁତ୍ର ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ପାତ୍ର ଓ ତାଙ୍କ ପରିବାର ବର୍ଗ ପକ୍ଷରୁ ଗ୍ରାମର ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ଇ-ପାଠାଗାର ନିର୍ମାଣ ସକାଶେ ୭ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ଚଳିତ ବର୍ଷ ଦଶମ ଶ୍ରେଣୀରେ ଅଞ୍ଚଳରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ତାଳଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଦ୍ଧିର୍ତ କରିଥିଲେ ।ଏଥିସହିତ ସେହି ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମଧ୍ଯ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ବାପା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ l ଏହି ଶିବିରରେ ମୋଟ ୧୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବ୍ରହ୍ମପୁର ରକ୍ତଭଣ୍ଡାର ର କର୍ମକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ ।

ଏହି ଅବସରରେ ଅତିଥି ଭାବେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଅତିରିକ୍ତ ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କମଳକାନ୍ତ ସାହୁ, ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଭ୍ରମରବର ଭୂୟାଁ, ରଙ୍ଗନାଥ ସ୍ଵାଇଁ, ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ,ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ଵାଇଁ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ରତ୍ନାକର ସାହୁ, ସମାଜସେବୀ ବସନ୍ତ କୁମାର ବାରିକ, ମହିନ୍ଦ୍ର କୁମାର ଗୌଡ଼, ଦୀପ୍ତିପ୍ରକାଶ ନାୟକ, ସାଂସଦ ପ୍ରତିନିଧି ଦିନେଶ କୁମାର ମହାରଣା, ନାରାୟଣ ସୁମନ୍ତରାୟ, ଶରତଚନ୍ଦ୍ର ପାଣ୍ଡି, ସମିତି ସଭ୍ଯ ବିନାୟକ ନାୟକ, ପ୍ରଦୀପ କୁମାର ପଲେଇ, ଦେବରାଜ ସ୍ଵାଇଁ, କିଷ୍ଣା ପାତ୍ର, ରାଧାକୃଷ୍ଣ ପଣ୍ଡା, ଦେବରାଜ ଭୂୟାଁ, ଶିକ୍ଷକ ଗୌରହରି ପଲେଇ, କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ, ବୈକୁଣ୍ଠନାଥ ସାହୁ, ରବିନ୍ଦ୍ର କୁମାର ସ୍ଵାଇଁ ଙ୍କ ସମେତ ବହୁ ପଦାଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହିଥିବା ବେଳେ ପାତ୍ର ପରିବାର ର ଏହି ନିଆରା ମହତ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି l

‘ସୁସ୍ଥ ଓଡ଼ିଶା’ ସହିତ ସିଏମଓଙ୍କ ସମ୍ପର୍କ କ’ଣ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସିଏମଓଙ୍କ ସହ ‘ସୁସ୍ଥ ଓଡ଼ିଶା’ର ସମ୍ପର୍କ କ’ଣ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅଫିସ ହୋଇଥିବା ବେଳେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପ୍ରାଇଭେଟ ଫେସବୁକ ପେଜ ସହ କ’ଣ ରହିଛି ନେଣ ଦେଣ? ଦଳୀୟ ପ୍ରଚାରରେ ମାତିନିତ ସିଏମଓ? କାରଣ ଆଜି ସିଏମଓଙ୍କ ଫେସବୁକ ପେଜରୁ ସରକାରୀ କାର୍ଯ୍ୟକ୍ରମକୁ ଉକ୍ତ ପେଜ ସହ ଟ୍ୟାଗ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଥିବା ବେଳେ ଏହାର ପ୍ରଚାର ଉଦ୍ଦେଶ୍ୟରେ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି। ଯାହାକୁ ‘ସୁସ୍ଥ ଓଡ଼ିଶା’ ନାମକ ବିଜେଡି ଦ୍ୱାରା ପଚିଚାଳିତ ଫେସବୁକ ପେଜ ସହ ଟ୍ୟାଗ କରାଯାଇଛି। ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ସୂଚନା ଅନୁଯାୟୀ ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ସେପ୍ଟେମ୍ବର ୧ରୁ ଲାଗୁ ହେବାକୁଥିବା ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହେବ ବୋଲି ସରକାର କହିଛନ୍ତି। ଏ ନେଇ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ ହୋଇଛି। ଯେଉଁଥିରେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପେଜକୁ ଟ୍ୟାଗ କରାଯାଇଛି। ଯାହା ବିଜେଡି ଦ୍ୱାରା ପରିଚାଳିତ ଏକ ଫେସବୁକ ପେଜ୍ ବୋଲି ସେଥିରେ ଦର୍ଶାଯାଇଛି। ଆଉ ଏହି ପେଜର ଡିପିରେ ରହିଛି ଶାସକ ଦଳର ଦଳୀୟ ଚିହ୍ନ ‘ଶଙ୍ଖ’ ରହିଛି। ଏହାକୁ ନେଇ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଫେସବୁକ ପେଜ (ସିଏମଓ) ସରକାରୀ କାମ ପାଇଁ ବ୍ୟବହୃତ ହୁଏ। ହେଲେ ‘ସୁସ୍ଥ ଓଡ଼ିଶା’ ନାମକ ଫେସବୁକ ପେଜକୁ ଟ୍ୟାଗ କରିବା କେବେ ଗ୍ରହଣୀୟ ନୁହେଁ। ‘ସୁସ୍ଥ ଓଡ଼ିଶା’ ଫେସବୁକ ପେଜଟି ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ଏବଂ ସେହି ପେଜରେ ରହିଛି ବିଜୁ ଜନତା ଦଳର ଲୋଗୋ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, “କେନ୍ଦ୍ରର ଜାତୀୟ ଖାଦ୍ୟ ସୁରକ୍ଷା ପାଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ସମସ୍ତ କଥାକୁ ମୁଖ୍ୟମନ୍ତ୍ରୀ ରାଜନୀତିକରଣ କରିଛନ୍ତି। ଆଉ ସମସ୍ତ ପ୍ରସଙ୍ଗକୁ ଦଳୀୟ ଭିତ୍ତିରେ ଓଡ଼ିଶାରେ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଦଳୀୟ ଲୋଗୋ ଲାଗି ପରିଚାଳିତ ହେଉଥିବା ‘ସୁସ୍ଥ ଓଡ଼ିଶା’ ପେଜକୁ ଟ୍ୟାଗ କରିବାର ଅର୍ଥ ପ୍ରମାଣ କରିଛି ଆଗାମୀ ଦିନରେ ଶାସକ ଦଳର ଲୋକ ଏହି ଯୋଜନାର କେବଳ ଲାଭ ପାଇବେ। ସିଏମଓ ଆକାଉଣ୍ଟରୁ ଯେଉଁଭଳି ପୋଷ୍ଟ ହୋଇଛି ତାହା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଏ ନେଇ ଆଗାମୀ ଦିନରେ କ୍ଷମା ମାଗିବାର ଆବଶ୍ୟକତା ରହିଛି”।

ଟୋକିଓ ଆଥଲେଟଙ୍କୁ ଖାସ୍ ଢଙ୍ଗରେ ସମ୍ମାନିତ କଲେ ପିଏମ୍ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୭ଟି ପଦକ ଜିତିଛି। ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଏମାନେ ଆମର ହୃଦୟ ଜିତିନାହାନ୍ତି ବରଂ ଆଗାମୀ ପିଢିଙ୍କ ପାଇଁ ପ୍ରେରଣା ଦେଲା ଭଳି ବଡ଼ କାମ କରିଛନ୍ତି। ସ୍ୱାଧୀନତା ଦିବସରେ ଅଭିଭାଷଣରେ ମୋଦି କହିଛନ୍ତି, ଅଲିମ୍ପିକ୍ସରେ ଭାରତର ନାମକୁ ଗୌରବାନ୍ୱିତ କରିଥିବା ଯୁବ ପିଢି ଆଜି ଆମର ଏହି ଆୟୋଜନରେ ଉପସ୍ଥିତ ଅଛନ୍ତି। କିଛି ଏଠାରେ ଅଛନ୍ତି ଏବଂ କିଛି ସାମ୍ନାରେ ବସିଛନ୍ତି। ଆଜିର ଏହି ପବିତ୍ର ଦିବସ ଅବସରରେ ମୁଁ ଦେଶବାସୀଙ୍କୁ, ଯିଏ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ହିନ୍ଦୁସ୍ତାନର କୋଣ ଅନୁକୋଣରୁ ଯେଉଁମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି, ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମ ଖେଳାଳିମାନଙ୍କ ପାଇଁ କିଛି ମୁହୂର୍ତ୍ତ ପାଇଁ କରତାଳି ମାରି ସେମାନଙ୍କୁ ସମ୍ମାନିତ କରିବା।ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ କ୍ରୀଡ଼ାର ସମ୍ମାନ ଅର୍ଥାତ୍ ଭାରତର ଯୁବ ପିଢିର ସମ୍ମାନ। ଆଜି କୋଟି କୋଟି ଦେଶବାସୀ କରତାଳି ସହ ଦେଶର ଏହି ଯୁବପିଢିଙ୍କୁ ସମ୍ମାନିତ କରୁଛନ୍ତି। ଆମ ଖେଳାଳିମାନେ ଯୁବ ବର୍ଗକୁ ପ୍ରେରିତ କରିବା ପାଇଁ ବହୁତ ବଡ଼ କାମ କରିଛନ୍ତି। ଏମାନଙ୍କୁ ଠାରୁ ପ୍ରେରଣା ପାଇଁ ଅନେକ ଯୁବବର୍ଗ ଆଗାମୀ ଦିନରେ ଅଲିମ୍ପିକ୍ସରେ ଭାରତର ପ୍ରତିନିଧତ୍ୱ କରିବେ। କେ॰ଇ॰ଏଫ॰ଟି ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଇତିହାସ ରଚି ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଆଥଲେଟିକ୍ସରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ତାଙ୍କ ବ୍ୟତୀତ ଭାରତୀୟ ପୁରୁଷ ହକି ଟିମ୍ ୧୯୮୦ ମସ୍କୋ ପରେ ପ୍ରଥମଥର ପଦକ ଜିତିଥିଲା। ଭାରୋତ୍ତୋଳନରେ ମୀରାବାଈ ଚାନୁ ଏବଂ ରେସଲର୍ ରବି ଦହିୟା ରୌପ୍ୟ ପଦକ ଜିତିଥିବା ବେଳେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, ରେସଲିଂରେ ବଜରଙ୍ଗ ପୁନିଆ ଓ ବକ୍ସିଂରେ ଲଭଲିନା ବୋର୍ଗୋହେନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପବନଦୀପ ରାଜନ ହେଲେ ଇଣ୍ଡିଆନ ଆଇଡଲ ବିଜେତା; ମିଳିଲା ୨୫ ଲକ୍ଷ ଟଙ୍କା ସାଙ୍ଗକୁ ଏକ କାର୍‌….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଦେଶର ସବୁଠୁ ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ଶେଷରେ ପିନ୍ଧିଲେ ବିଜେତାର ମୁକୁଟ ।   ଏହି ଶୋ’ ଖୁବ୍‌ ପପୁଲାର ହୋଇଥିବା ବେଳେ ଖୁବ୍‌ ଟ୍ରୋଲ୍‌ ବି ହୋଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଶୋ’ ଧିରେ ଧିରେ ଲୋକଙ୍କ ଭଲ ପାଇବା ସାଉଣ୍ଟିବାରେ ସକ୍ଷମ ହୋଇଥିଲା। ହେଲେ ଅଚାନକ ଏହାର ଜଜ୍‌, ପ୍ରତିଯୋଗୀଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏପରିକି ସମୟ ଏପରି ଆସିଲା ଶୋ’ର ସୁଟିଂ, ଶିଡ୍ୟୁଲ ଓ ଲୋକେସନ ବଦଳାଇବାକୁ ପଡ଼ିଲା। ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା। ଶେଷରେ ଉତ୍ତରାଖଣ୍ଡ ପୁଅ ଏହି ଟ୍ରଫି ହାତେଇବାକୁ ସକ୍ଷମ ହୋଇଥିବା ବେଳେ ଏଥିସହ ତାଙ୍କୁ ଏକ ଲକଜୁରୀ କାର୍‌ ଓ ୨୫ ଲକ୍ଷ ଟଙ୍କା  ମିଳିଛି।

ଦ୍ୱିତୀୟ ସ୍ଥାନରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ସାୟଲି କାମ୍ବଲି । ଏହାବାଦ ଚତୁର୍ଥ ସ୍ଥାନରେ ମୋହମ୍ମଦ ଦାନିଶ ଥିବା ବେଳେ ପଞ୍ଚମରେ ନିହାଲ ଓ ଷଷ୍ଠ ସ୍ଥାନରେ  ସବୁଠୁ କମ୍‌ ଭୋଟ ପାଇ ରହିଲେ ଶନମୁଖପ୍ରିୟା । ଅରୁଣିତା ଶୋ’ ଜିତିବାର ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଏଥିରେ ପବନଦୀପଙ୍କ ଜିତାପଟ ହୋଇଥିଲା। ହେଲେ ବିଜେତା ହୋଇପାରି ନ ଥିଲେ ବି ଏହି ଶୋ’ର ପ୍ରତିଯୋଗୀମାନେ ନିଜ ପାଇଁ ଭଲ ଭଲ ଅଫର ସାଉଣ୍ଟିବାରେ ସକ୍ଷମ ହୋଇଛନ୍ତି। ଅରୁଣିତାଙ୍କୁ ଧର୍ମା ପ୍ରଡକ୍ସନରେ ମିଳିଛି ବିଗ୍‌ ବ୍ରେକ୍‌। ଶୋ’କୁ ଗେଷ୍ଟ ହୋଇ ଆସିଥିବା ପ୍ରଖ୍ୟାତ ନିର୍ଦ୍ଦେଶକ କରନ ଜୋହର ଧର୍ମା ପ୍ରଡକ୍ସନ ପାଇଁ ଅରୁଣିତାଙ୍କୁ ସାଇନ୍‌ କରିଥିବା ବେଳେ ହିମେଶ ରେଶମିୟା ମଧ୍ୟ ବହୁ ପ୍ରତିଯୋଗୀଙ୍କୁ ନିଜ ଆଲବମ୍‌ରେ ଗାଇବର ସୁଯୋଗ ଦେଇଛନ୍ତି। ସେହିପରି ଶୋ’କୁ ଗେଷ୍ଟ ହୋଇ ଆସିଥିବା ବାପି ଲହରୀ ପବନଦୀପଙ୍କ ଗୀତରେ ପ୍ରଭାବିତ ହୋଇ ତାଙ୍କୁ ନିଜ ପ୍ରିୟ ତବଲା ଗିଫ୍ଟ କରିଥିଲେ। ଇଣ୍ଡିଆନ ଆଇଡଲ ଇତିହାସରେ ପ୍ରଥମ ଥର ପାଇଁ ଏକ ଏପିସୋଡ଼କୁ ୧୨ ଘଣ୍ଟା ପାଇଁ ଟେଲିକାଷ୍ଟ କରାଯାଇଥିଲା। ଶୋ’ର ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ଲାଗି ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ. ସିଦ୍ଧାର୍ଥ ମଲହୋତ୍ରା, କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

୧୬ ଅଗଷ୍ଟ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଅନେକ ସମସ୍ୟାର ସମାଧାନ ହେବ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଯାଇପାରେ।

ବୃଷ: ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମନୋବଳ ବଢ଼ାଇବ। ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସଂପାଦିତ ହେବ।

କର୍କଟ: ପରିବାର ଓ କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ମନ ଅଶାନ୍ତ ରହିବ।

ସିଂହ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ। ଆୟର ନୂଆ ପନ୍ଥା ଖୋଜିବେ। ବନ୍ଧୁଙ୍କ ସହଯୋଗ ମିଳିବ।

କନ୍ୟା: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ଉପୁଜିବ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇ ନପାରନ୍ତି।

ବିଛା: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ସୁସ୍ୱାଦୁ ଭୋଜନ କରିବେ।

ଧନୁ: ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ନୂଆ ଗାଡ଼ି କିଣିବାର ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହିତ ମାନସିକ ଶାନ୍ତି ମିଳିବ।

ମକର: ଅଚାନକ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସହଯୋଗ ମିଳିବ।

କୁମ୍ଭ: ଆର୍ଥିକ ଉନ୍ନତି ହେବ। ଶତ୍ରୁମାନେ କୌଣସି ପ୍ରକାର କ୍ଷତି କରିପାରିବେ ନାହିଁ। ଶାରୀରିକ ଅସୁସ୍ଥତାରୁ ଉପଶମ ମିଳିବ।

ମୀନ: ପିଲାମାନଙ୍କ କାର୍ଯ୍ୟଶୈଳୀ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ନୂଆ ଚାକିରି ଅଫର ମିଳିବ। ଅପରାହ୍ଣରେ ଖୁସି ଖବର ମିଳିବ।