‘ନିର୍ଭର ପ୍ରତିଶ୍ରୁତି ନମିଳିବା ଯାଏ ଶାରୀରିକ ସମ୍ପର୍କ ରଖ ନାହିଁ’…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଅବିବାହିତ ଝିଅ ବିବାହ କରିବା ପାଇଁ ସେଭଳି ନିର୍ଭର ପ୍ରତିଶ୍ରୁତି ନପାଇଲେ କୌଣସି ପୁଅ ସହିତ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଠିକ୍ ହେବ। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୋଟିଏ ମାମଲାରେ ଶୁଣାଣି କରି ଏହା କହିଛନ୍ତି। ଯେଉଁ ଅବିବାହିତ ଝିଅ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନେ ଭବିଷ୍ୟତରେ ଯଦି କୌଣସି ସମସ୍ୟା ଆସେ ତାକୁ ସାମ୍ନା କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ରହିବା ଦରକାର। ଜଷ୍ଟିସ ସୁବୋଧ ଅଭୟଙ୍କଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଭାରତରେ ଏବେ ବି ସଙ୍କୀର୍ଣ୍ଣ ମାନସିକତା ରହିଛି। ଏଠିକାର ଲୋକଙ୍କ ବଞ୍ଚିବାର ଶୈଳୀ ସେଭଳି ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି। ଯେଉଁଠି ଅବିବାହିତ ଝିଅ ମାନେ ମଜା ନେବା ପାଇଁ ଶାରୀରିକ ସମ୍ପର୍କ ରଖନ୍ତି। ଏପରି କାମକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜରେ ରହିଛି। କିନ୍ତୁ ସମାନ କଥା ଯେତେବେଳେ ଆମ ଦେଶରେ ଆସେ ସେତେବେଳେ ଜଣେ ବିବାହର ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖେ। ଖଣ୍ଡପୀଠ କହିଛନ୍ତି, ଭାରତରେ ଏବେ ବି ସଙ୍କୀର୍ଣ୍ଣ ମାନସିକତା ରହିଛି। ଏଠିକାର ଲୋକଙ୍କ ବଞ୍ଚିବାର ଶୈଳୀ ସେଭଳି ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି। ଯେଉଁଠି ଅବିବାହିତ ଝିଅ ମାନେ ମଜା ନେବା ପାଇଁ ଶାରୀରିକ ସମ୍ପର୍କ ରଖନ୍ତି। ଏପରି କାମକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜରେ ରହିଛି। କିନ୍ତୁ ସମାନ କଥା ଯେତେବେଳେ ଆମ ଦେଶରେ ଆସେ ସେତେବେଳେ ଜଣେ ବିବାହର ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖେ।

ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗାଁ ମୁଣ୍ଡରେ ଲାଗିଛି ବାହ୍ୟ ମଳମୁକ୍ତ ଗ୍ରାମର ଫଳକ । ହେଲେ ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ । ପାଇଖାନା ନିର୍ମାଣ ପାଇଁ ଅନେକଙ୍କ ଘରେ ସର୍ଭେ ହୋଇଛି , ହେଲେ ପାଇଖାନା ତିଆରି ହୋଇନି । ପୁଣି ଯେଉଁମାନଙ୍କର ପାଇଖାନା ନିର୍ମାଣ ହୋଇଛି ,ତାହା ନିମ୍ନମାନର ଓ ଅନୁପଯୋଗୀ । ଟାଙ୍କି ପାଇଁ ଆସିଥିବା ନନ୍ଦ ଏଯାବତ୍ ବାହାରେ ପଡିରହିଛି । ଏପରି ଚିତ୍ର କଟକ ଜିଲ୍ଲା କରି ପଂଚାୟତର ରଗଡି ସାହି ଗାଁରେ ଦେଖିବାକୁ ମିଳିଛି । ଏପରିକି ଶୌଚାଳୟ ଭିତରେ ନଡା ରଖାଯାଉଥିବା ବେଳେ କୁକୁଡା ବି ରହୁଛନ୍ତି । ଲୁହା ପାଇପ୍ ବଦଳରେ ବାଉଁଶ ଲଗାଇ ପାଇଖାନା ଘର ଉପରେ ଆଜବେଷ୍ଟସ ପଡିଛି । ସେଥିଲାଗି ପାଇଖାନା ଭିତରେ ଲୋକେ କୁକୁଡା ଓ ନଡା ରଖୁଥିବା କହିଛନ୍ତି । ୨୦୧୪ ମସିହାରୁ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ଆରମ୍ଭ ହୋଇଥିବା ବେଳେ ଏଯାବତ୍ ୫୦ ପ୍ରତିଶତ ହିତାଧିକାରୀ ଏହାର ସୁଫଳ ପାଇ ନଥିବା ଅଭିଯୋଗ ହୋଇଛି । ଏନେଇ ଅସାଧୁ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି । ଅନ୍ୟପଟେ ଟାଙ୍ଗୀ ବିଡିଓ ବିନୋନ୍ଦ କୁମାର ସେନାପତି କହିଛନ୍ତି, ଲୋକମାନଙ୍କର ମଧ୍ୟ କିଛି ଭୁଲ ରହୁଛି । ସେମାନେ କାମ ଶେଷ ନ ହେବା ପୂର୍ବରୁ ଠିକାଦାରଙ୍କ କଥାରେ ପଡି ପାଇଖାନାରେ ନାମ ଫଳକ ଲେଖନ୍ତୁ ନାହିଁ କିମ୍ବା ଫଟୋ ନ ଉଠାନ୍ତୁ । ଏହାସହିତ ସେ କହିଛନ୍ତି, ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନିଆଯିବ ।

ମେୟର ଓ ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ;ବିଜ୍ଞପ୍ତି ଜାରି, ମତାମତ ଲୋଡ଼ିଲେ ସରକାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ପୌର ନିର୍ବାଚନକୁ ଅଟକାଇ ରଖିଥିବା ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ପୌର ନିର୍ବାଚନ ବିଳମ୍ବକୁ ନେଇ ଗତକାଲି ହାଇକୋର୍ଟରେ ବିଜେପି ପକ୍ଷରୁ ୩ଟି ପିଟିସନ ଦାଖଲ ହେବାପରେ ଗତକାଲି ସନ୍ଧ୍ୟାରେ ଓଡ଼ିଶା ପୌରପାଳିକା ଅଧିନିୟମର ପୁନଃ ସଂଶୋଧନ ପାଇଁ ଚିଠା ଆଇନର ବିଜ୍ଞପ୍ତି ପ୍ରକାଶ ପାଇଛି। ମହାନଗର ନିଗମ ମେୟର, ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ହେବ। ଏମାନେ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ଏହି ସଂଶୋଧିତ ଆଇନ ଜାରି କରି ସରକାର ଆଜିଠୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ଏଥିପାଇଁ ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ପୌରାଂଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ, ଏହିପରି ଦୁଇଟି ଭିନ୍ନ ଭିନ୍ନ ଭୋଟବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ନିମନ୍ତେ ସାଧାରଣ ଭାବେ ଏହା ବ୍ୟବହାର କରାଯିବ। ନିର୍ବାଚନ ଅଧିକାରୀ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ସଂଖ୍ୟକ ଭୋଟବାକ୍ସ ଯୋଗାଇ ଦେବେ। ଏହି ଭୋଟ ବାକ୍ସଗୁଡ଼ିକର ଆକାର ଓ ପ୍ରକାର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ। ଏହି ସଂଶୋଧିତ ଚିଠା ଆଇନ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ନାଗରିକ ନିଜର ଆପତ୍ତି ଅଭିଯୋଗକୁ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିପାରିବେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ହାଇକୋର୍ଟରେ ବିଜେପି ପକ୍ଷରୁ ପିଟିସନ ଦାଖଲ ପରେ ଏହି ଚିଠା ଆଇନକୁ ଜାରି କରିଛନ୍ତି । ଏହି ସଂଶୋଧିତ ଚିଠା ଆଇନ ଉପରେ ଆପତ୍ତି ଅଭିଯୋଗ ମିଳିବା ପରେ ସରକାର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଆରମ୍ଭ କରିବେ । ତେବେ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ସରକାର ଚାହୁଁଥିବାବେଳେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନକରିବାକୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ହିଁ ସରକାରଙ୍କୁ ଅଡ଼ୁଆରେ ପକାଇଛି । ଯେଉଁଥିପାଇଁ ପୌର ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଓବିସିରୁ ଜଣକୁ ମୁଖ୍ୟମନ୍ତ୍ରୀ କରାନ୍ତୁ – ଶ୍ରୀକାନ୍ତ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଛୁଆ ବର୍ଗଙ୍କ ପାଇଁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି  ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏନେଇ ଆଜି ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଲୋକଙ୍କ ନଜର ହଟେଇବା ପାଇଁ  ବିଜେଡିର ଏହି ଚାଲ  ବୋଲି ସେ କହିଛନ୍ତି। ଶ୍ରୀକାନ୍ତ କହିଛନ୍ତି ଯେ, ସଂଖ୍ୟା ଯାହାର ଯେତେ, ସିଏ ସେତେ ଭାଗ ପାଇବ। ପଛୁଆ ବର୍ଗଙ୍କୁ ସଂରକ୍ଷଣ ନ ଦେଲେ ମଧ୍ୟ ସେମାନଙ୍କ ସଂଖ୍ୟା ଦୃଷ୍ଟିରୁ ସେମାନେ ନିର୍ବାଚିତ ହୋଇ ଆସିବେ। ଯଦି ମୁଖ୍ୟମନ୍ତ୍ରୀ ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ତେବେ ଦୀର୍ଘ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ପଦ ଛାଡି ପଛୁଆ ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ। ନଚେତ୍ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାନ୍ତୁ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ପତ୍ର ଲେଖିବେ କହିଛନ୍ତି ଶ୍ରୀକାନ୍ତ।  ରାଜ୍ୟର ୯୪%  ପଛୁଆବର୍ଗଙ୍କ ପାଇଁ ମାତ୍ର ୧୧ ଜଣ ମନ୍ତ୍ରୀ ଥିବା ବେଳେ ଉଚ୍ଚ ବର୍ଗଙ୍କ ୬% ରେ ୯ ଜଣ  ମନ୍ତ୍ରୀ ଅଛନ୍ତି । ଗତକାଲିର ବିଜେଡିର ଏହି ଘୋଷଣା ପରେ ଓବିସି ମାନଙ୍କ ପ୍ରତି ମାନସିକତା ସ୍ପଷ୍ଟ ହୋଇଛି।  ସେ ହକିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓଵିସି ପ୍ରାର୍ଥୀଙ୍କୁ ଦଳୀୟ ଭାବେ ସଂରକ୍ଷଣ ଦେଇ ଲଲିପପ୍ ଧରାଇଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟିଆ ଖେଳ ଖେଳିଛନ୍ତି । ଆଜି ପର୍ଯ୍ୟନ୍ତ ନିଯୁକ୍ତି ଓ ଶିକ୍ଷାରେ ଓଵିସିଙ୍କୁ ସଂରକ୍ଷଣ ଦେଇନାହାନ୍ତି । ଓଵିସିଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ହେଲେ ଓକିଲ ଦେଇନାହାନ୍ତି । କେବେ ଅରଜେଣ୍ଟ ମ୍ୟାଟର ବୋଲି ଲେଖିନାହାନ୍ତି । ଓଵିସିଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । ଲୋକଙ୍କ ନଜର ହଟାଇବା ପାଇଁ ପଞ୍ଚାୟତରେ ଓଵିସି ପ୍ରାର୍ଥୀ ପାଇଁ ଘୋଷଣା କରିଛି ବିଜେଡ଼ି । ଯଦି ପ୍ରକୃତରେ ରାଜନୈତିକ ନ୍ୟାୟ ଦେବାକୁ ଚାହୁଁଛନ୍ତି ।, ଯଦି ଇତିହାସ ରଚିବାକୁ ଚାହୁଁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓବିସି ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ । ଏସସି ଏସଟି ଏବଂ ଓବିସିଙ୍କ ସଂଖ୍ୟା ୯୪ ପ୍ରତିଶତ ହୋଇଥିବା ବେଳେ ମାତ୍ର ୧୦ ଜଣଙ୍କୁ କାହିଁକି ମନ୍ତ୍ରୀ ପଦ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଉ ସାଧାରଣ ବର୍ଗରୁ ୬ ପ୍ରତିଶତ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ପଛୁଆ ବର୍ଗଙ୍କୁ ଏ ଅନ୍ୟାୟ କଣ ପାଇଁ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରାବଣ ମାସରେ ଧାନ ତୋଳି କାଦୁଅ ରାସ୍ତାରେ ରୋହିଲେ ଧାନ ତୋଳି ଗ୍ରାମବାସୀଙ୍କ ବିରୋଧ ପଦର୍ଶନ,ବଡ଼କୁମୁଲି ପଞ୍ଚାଆୟତ ଗ୍ରାମବାସୀ ।

!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ॰ଏନ॰ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର)- ଶ୍ରାବଣ ମାସରେ ଧାନ ତୋଳି କାଦୁଅ ରାସ୍ତାରେ ରୋହିଲେ ଧାନ ତୋଳି ଗ୍ରାମବାସୀଙ୍କ ବିରୋଧ ପଦର୍ଶନ, ଡ଼କୁମୁଲି ପଞ୍ଚାଆୟତ ଗ୍ରାମବାସୀ ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ର ରାସ୍ତା ପାଇଁ ଉନ୍ମୋୟନ ରାସ୍ତା ପାଇଁ ଟଙ୍କା ଖର୍ଚ୍ଚ କରି,ଗ୍ରାମାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରୁଥିବା ବେଳେ ନବରଙ୍ଗପୁର ଜିଲା ସଦର କୁ ଲାଗି ରହିଥିବା ବଡ଼କୁମୁଲି ପଂଚାୟତରେ ସ୍କୁଲ ପିଲାଙ୍କ ଠାରୁ ସାଧାରଣ ଲୋକେ କାଦୁଅ ପଚ ପଚ ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଏସ ପି ଅଫିସ ଠାରୁ ଟେଲିଗୁଡା ରାସ୍ତାପ୍ରାୟ ଅଢେଇ କିଲୋମିଟର ।

କୁମୁଲି ପଂଚାୟତର, ଟେଲିଗୁଡା,କଦଳୀ ଜବା,ମଙ୍ଗଳାଗୁଡା, ଟେପ୍ରାଗୁଡା,ନୂଆଗୁଡା, ସାନ କୁମୂଲି,ଗୁମାଗୁଡା, ବାଘସିୟୁନି, ପରି ପଞ୍ଚାୟତର ୮ ଟି ଗ୍ରାମର ଲୋକେ ଯାତାୟତ କରନ୍ତି ।ବର୍ଷା ଦିନ ହେଲେ ଏହିସବୁ ଗ୍ରାମର ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର କୁ ପାଠ ପଢିବା ପାଇଁ ସ୍କୁଲକୁ ଆସିଥାନ୍ତି । ବର୍ଷା ଦିନ ହେଲେ ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଲଚି । ବାରମ୍ବାର ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ନ ହେବା ଯୋଗୁ ପଞ୍ଚାୟତର ସମସ୍ତ ପୁରୁଷ ଓ ମହିଳା ମିଶି ସେହି ପଚ ପଚ କାଦୁଅ ରାସ୍ତାରେ ଧାନ ଗଛ ରୁଆ କରିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତାହା ହେଲେ ପଂଚାୟତ ବାସୀ ରାଜରାସ୍ତାକୁ ଓଳାହିବେ ବୋଲି ଚେତାବନୀ ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡି ର କର୍ମୀ ସମ୍ମିଳନୀ …!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ପ୍ରିତମ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଢେ଼ଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗଦେଇ ରାଜ୍ୟ ସରକାରଙ୍କ ଉନ୍ନତି ମୂଲକ କାର୍ଯ୍ୟ ବିଷୟରେ ଅବଗତ କରିଥିଲେ । ଏହା ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ରୁ ଅଧିକ ଭୋଟରେ ବିଜୟ କରିବା ପାଇଁ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ:- ଭୋଜରାଜ ସିଂ ବରିହା, ପରମାନନ୍ଦ ଶାହା, ପ୍ରଶାନ୍ତ ମହାନ୍ତି, ପାଇକମାଳ ବ୍ଳକ ଅଧ୍ୟକ୍ଷ ଅଲତାବ ମହମ୍ମଦ, ବିଜୟ କେତନ ପ୍ରଧାନ, ଯତିନ ହାତୀ,ହୄଦାନନ୍ଦ ବାରିକ,ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ବିଜୁ ମହିଳା ଦଳ ପଦ୍ମପୁର ବ୍ଳକ ସଭାନେତ୍ରୀ ରଜନୀ ସାହୁ, ପାଇକମାଲ ବ୍ଳକ ସଭାନେତ୍ରୀ କୁମାରୀ ବରିହା, ଝାରବନ୍ଧ ବ୍ଳକ ସଭାନେତ୍ରୀ ହାରାବତୀ ଗଡତିଆ ତଥା ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ୟୁ.ଏସ୍ ମୋଶନ ପିକ୍ଚରସ ବ୍ୟାନର ର ପ୍ରଥମ ଅବଦାନ, ଓଡିଆ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ୟୁ॰ଏସ ମୋଶନ ପିକ୍ଚରସ ବ୍ୟାନର ରେ ନିର୍ମିତ ହେବାକୁ ଥିବା ପ୍ରଥମ ଓଡିଆ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ଶୁଟିଂ ନୟାଗଡ ଜିଲ୍ଲା ଓଡଗାଁ ଗ୍ରାମ, ଦୁତୀକେଶ୍ଵର ଓ ମଦନପୁର ଏବଂ ଏହାର ଆଖ ପାଖ ଅଞ୍ଚଳରେ କରାଯାଇଛି । ଏହି ଚଳଚ୍ଚିତ୍ର ରେ ଓଲିଉଡ ଜଗତର ସୁନାମଧନ୍ୟ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ଓ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି ଅଭିନୟ କରୁଛନ୍ତି ।

ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓଲିଉଡ ଚଳଚ୍ଚିତ୍ର ଜଗତର ନାମିଦାମୀ ନିର୍ଦ୍ଦେଶକ ଶ୍ରୀ କେ॰ମୁରଲୀ କ୍ରୀଷ୍ଣା , ସହ ନିର୍ଦ୍ଦେଶ ଭାବେ ଶ୍ରୀ ଶକ୍ତି ଦାଶ କାର୍ଯ୍ୟ ଭାର ତୁଲାଇଥିବା ବେଳେ ଚଳଚ୍ଚିତ୍ର ର ପ୍ରଯୋଜକ ଭାବେ ଉମେଶ ସାହୁ ଓ ସଞ୍ଜୟ ପାତ୍ର , ଡି॰ଓ॰ପି ଭାବେ ଟଲିଓଡ ଜଗତର ଜଣାଶୁଣା କ୍ୟମେରା ମ୍ୟାନ ଶ୍ରୀ ନରେନ୍ଦ୍ର ଗୌଡା ଦାୟିତ୍ଵ ନେଇଥିବା ବେଳେ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ସଙ୍ଗୀତ ଭାର ତୁଲାଇଛନ୍ତି ସିତୁ ଓ ସଞ୍ଜୟ ।

ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ଟି କେବେ ରିଲିଜ ହେବ ଏନେଇ ଦର୍ଶକ ଓ ଚଳଚ୍ଚିତ୍ର ପ୍ରେମି ଅନେଇ ବସିଛନ୍ତି ।  ଇତି ମଧ୍ୟମରେ ଚଳଚ୍ଚିତ୍ର “ପ୍ରେମ ରେ ରିସ୍କ ହେଲା ମତେ ଇସ୍କ” ର ପ୍ରଥମ ପର୍ଯ୍ୟାୟ ଶୁଟିଂ ଶେଷ ହୋଇଯାଇଛି ।  ଏହାର ଦ୍ଵିତୀୟ ପର୍ଯ୍ୟାୟ ଶୁଟିଂ ଆଗାମୀ ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।

୫ ମାସ ହେଲା ନିଖୋଜ ବିବାହିତ ମହିଳାଙ୍କ ପତ୍ତା ମିଳୁନି । ଆଶଙ୍କାରେ ପରିବାର ଲୋକ, କନ୍ୟା ପିତାଙ୍କ ପକ୍ଷରୁ ଏତଲା ପରେ ବି ଖୋଜ ଖବର ନାହିଁ ।

!!! ବ୍ରହ୍ମପୁର ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଂଚାୟତର ରାହଡା ଗ୍ରାମରେ ବିବାହ କରିଥିବା ଜଣେ ମହିଳାଙ୍କର ୫ମାସ ହେଲା ନିଖୋଜ ହେବା ପରେ ଏ ଯାଏଁ ପତ୍ତା ନମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଧୀନରେ ଥିବା ଭୂସ୍କାପଡା ଗ୍ରାମର ସୀମାଞ୍ଚଳ ବିଶ୍ବାଳଙ୍କ ଝିଅ ପୁଷ୍ପା ବିଶ୍ୱାଳ (୨୩) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ରାହଡା ଗ୍ରାମର ସୁବାସ ବିଶୋଇଙ୍କ ପୁଅ ଅରୂପ ବିଶୋଇଙ୍କୁ ଗତ ୨୦୨୦ ମସିହା ଜୁନ ମାସରେ ବିବାହ କରିଥିଲେ। ପରେ ଗତ ୨୦୨୧ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ପୁଷ୍ପା ନିଜ ବାପା ଘର ଭୂସ୍କାପଡାକୁ ଯାଇଥିଲେ। କିନ୍ତୁ ୭ ଦିନ ପରେ ଅର୍ଥାତ ଗତ ୧୭/୦୩/୨୦୨୧ ରିଖ ଦିନ ରାତି ୧୦ଟା ସମୟରେ ପଡିଶାଘରକୁ ଯାଉଛି କହି ଆଉ ଫେରିନଥିଲା । ରାତି ଅଧିକ ହେବା ପରେ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ରହିବା ସହ ବହୁ ଆଡେ ଖୋଜାଖୋଜି କରିବା ସହ ଦୁଇ ଦିନ ଧରି ବିଭିନ୍ନ କୂଅ ଓ ପୋଖରୀ ଖୋଜିଥିଲେ କିନ୍ତୁ ତାଙ୍କ ପତ୍ତା ମିଳିନଥିଲା । ପରେ ଗତ ୨୦/୦୩/୨୦୨୧ ରିଖ ଦିନ ବାଣପୁର ଥାନାରେ ପୁଷ୍ପାଙ୍କ ବାପା ସୀମାଞ୍ଚଳ ଏକ ନିଖୋଜ ଏତଲା ଦେଇଥିଲେ। ଦୀର୍ଘ ୫ ମାସ ହେବ ପୁଷ୍ପା ଙ୍କ ସନ୍ଧାନ ମିଳିନଥିବା ବେଳେ ତାଙ୍କ ସ୍ୱାମୀ ଅରୂପ ଓ ଶ୍ୱଶୁର ସୁବାସ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେପଟେ ବାଣପୁର ଥାନା ପୋଲିସ ପକ୍ଷରୁ ପୁଷ୍ପାର ସନ୍ଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ୨ ପରିବାର ପକ୍ଷରୁ ଦାବୀ କରାଯାଇଛି

ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ମହାନଗର ପୌରପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଥିବା ଗରୀବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ । ୨୦୧୮ ମସିହା ମେ ମାସରେ ଯାଗା ମିଶନ ଶୁଭାରମ୍ଭ ହେଲା । ଏହି ଯୋଜନା ସମସ୍ତ ବସ୍ତିର ରାସ୍ତା ଆଲୋକିକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉଦ୍ୟାନ ଏବଂ ଗୋଷ୍ଠୀ କେନ୍ଦ୍ର କରାଯିବା ସହିତ ବାସପୋଯୋଗୀ ଗୃହ ଯୋଗାଇବା ସହିତ ସହରାଂଚଳରେ ଆଉ ଅଧିକ ବସ୍ତି ବୃଦ୍ଧିକୁ ରୋକିବା ଏବଂ ବସ୍ତି ଅଂଚଳର ସଂପୂର୍ଣ୍ଣ ବିକାଶ ଏହାର ମୂଳଳକ୍ଷ ଥିଲା । ଢ଼ାଂଚାଗତ ପରିବର୍ତନ କରାଯିବ ବୋଲି ରାଜ୍ୟସରକାର ଓଡ଼ିଶାର ୧୮ଲକ୍ଷ ଗରୀବ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ । ଏହି ଯାଗା ମିଶନ ଯୋଜନାରେ ୨୦୨୨ ମସିହା ସୁଦ୍ଧା ରାଜ୍ୟର ୧୧୪ ଟି ଅର୍ବାନ ଲୋକାଲ ବଡିଜରେ ଥିବା ସମସ୍ତ ଗରୀବ ଲୋକଙ୍କ ଗୃହ ଯୋଗାଇବା ସହିତ ବିଶୁଦ୍ଧ ପାଣି, ରାସ୍ତା, କମ୍ୟୁନିଟି ସେଂଟର, ପାର୍କ ଏବଂ ଆଲୋକିକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଯାଗା ମିଶନ ଜରିଆରେ ୨୦୧୧ ମସିହା ଜନଗଣନା ଭିର୍ତିରେ ୧ଲକ୍ଷ ୬୫ ହଜାର ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବା କଥା । କିନ୍ତୁ ୨୦୧୮ ମସିହା ମେ ମାସରେ ଟାଟା ଟ୍ରଷ୍ଟ ଓ ନର୍ମାନ ପୋଷ୍ଟର ଭଳି ଦୁଇଟି ସ୍ୱେଚ୍ଛାସେବୀ ବା ବଦାନ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେଲେ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬୦ ହଜାର ପରିବାରଙ୍କୁ ଜମି ଅଧିକାରର ସାର୍ଟିଫିକେଟ ପ୍ରଦାନ କରିଛନ୍ତି (ଏଲ ଆରସି) କିନ୍ତୁ ୨୦୨୨ ପୁରିବାକୁ ମାତ୍ର ୧ ବର୍ଷ ପାଖାପାଖି ବାକି ରହିଲା । କିନ୍ତୁ ୧ଲକ୍ଷ ୫ ହଜାର ପରିବାରକୁ ବର୍ତମାନ ସୁଦ୍ଧା ବସ୍ତି ଅଂଚଳର ଜମିର ପଟ୍ଟା ଦାନ କରାଯାଇ ନାହିଁ । ଏହା କେବେ ସରିବ? ଆଉ କେତେବର୍ଷ ଲାଗିବ ଏହି ପରିବାରକୁ ଯାଗା ପ୍ରଦାନ କରିବାରେ । ଯାଗା ମିଶନ ତିନୋଟି ପର୍ଯ୍ୟାୟଭୁକ୍ତ ଥିଲା ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ଓ ହସ୍ତାନ୍ତର । ଦ୍ୱିତୀୟ ପର୍ଯ୍ୟାୟଟି ବସ୍ତି ଅଂଚଳର ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଗୃହ ଯୋଗାଇବା କଥା । ତୃତୀୟ ପର୍ଯ୍ୟାୟରେ ବସ୍ତି ଅଂଚଳର ଯୁବକଯୁବତୀ ମାନଙ୍କର ଦକ୍ଷତା ବିକାଶ କରିବା ସହିତ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବି କରିବା ଓ ମୁଖ୍ୟ ସ୍ରୋତରେ ସାମିଲି କରିବା ଉଦ୍ଦେଶ୍ୟ । କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାର ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସମସ୍ତ ସହରାଂଚଳର ବସ୍ତିବାସିନ୍ଦା ମାନେ ରହୁଥିବା ବସ୍ତିର ଆଲୋକିକରଣ କରାଯାଇ ନାହିଁ । ସମସ୍ତଙ୍କ ଘରକୁ ବିଶୁଦ୍ଧ ଜଳ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ବାସଗୃହ କଥା ଛାଡ଼ନ୍ତୁ । ଭୁବନେଶ୍ୱର ମହାନଗର ଉପକଣ୍ଠରେ ବହୁ ବସ୍ତିକୁ ଆଜି ମଧ୍ୟ ଏକ ପିଚୁ ରାସ୍ତା ନାହିଁ । ଏବେ ପର୍ଯ୍ୟନ୍ତ ମାତ୍ର ୧୯% ଅଂଚଳରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ବାକିତକ ଅଂଚଳରେ ଆଲୋକିକରଣ କରାଯାଇ ନାହିଁ ଏହା କେବେ କରାଯିବ । ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଏବଂ ପ୍ରତାରଣା କରିବାଛନା କୌଣସି ଏକ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରି କରିବାରେ ନଜିର ନାହିଁ । ସମସ୍ତ ଯୋଜନା କେବଳ ଭୋଟ ସର୍ବସ୍ୱ । ୨୦୦୫ ମସିହାରେ କଂଗ୍ରେସ ଉପା-୧ ସରକାରଙ୍କ ସମୟରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କ ଉନ୍ନ୍‌ତି ଏବଂ ତାଙ୍କୁ ବାସପୋଯୋଗୀ ଗୃହ ସହିତ ଉପରୋକ୍ତ ସମସ୍ତ ସୁବିଧା ନେବା ପାଇଁ ଯୋଜନା କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ରାଜ୍ୟସରକାର ସହରାଂଚଳରେ ଥିବା ବସ୍ତି ଅଂଚଳରେ କ’ଣ ବିକାଶ କରିଥିଲେ । ୨୦୧୧ ମସିହାରେ ରାଜୀବ ଅବାସ ଯୋଜନା ମାଧ୍ୟମରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କର କ’ଣ ବିକାଶ ହୋଇଥିଲା । ଯଦି ସହରାଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏସବୁ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ନିଜେ ପ୍ରଣୟନ କରୁଥିଲେ ତାହେଲେ କାହିଁକି ଆଉ ଏକ ନୂଆ ଯୋଜନା କରାଗଲା ।

ଏହି ନୂଆ ଯୋଜନା କରାଯିବାର ଉଦ୍ଦେଶ୍ୟ କଣ କେବଳ ୧୮ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଭୋଟ ହାତେଇବା ନା ତାଙ୍କୁ ଜମି ପ୍ରଦାନ କରିବା ଓ ଗୃହ ମଧ୍ୟ ପ୍ରଦାନ କରିବା । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ରାଜ୍ୟର ଗରୀବ ଜନସାଧାରଣ ଏପରିକି ସହରାଂଚଳରେ ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କର ବିକାଶ ପ୍ରତି ନିଷ୍ଠା ନାହିଁ । ରାଜ୍ୟରେ ଏପର୍ଯ୍ୟନ୍ତ ସମସ୍ତ ୧୧୪ଟି ଅର୍ବାନ ଲୋକାଲ ବଡିଜରେ ଥିବା ୨୫୧୯ଟି ବସ୍ତି ମଧ୍ୟରୁ ମାତ୍ର ୧୯% ବସ୍ତିରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ମୋଦି ସରକାର ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତନ କରିବାରେ ବ୍ୟସ୍ତ ଥିଲାବେଳେ ଏଠି ରାଜ୍ୟ ସରକାର ପ୍ରତିଦିନ ନୂଆ ଯୋଜନା ବନାନ୍ତି । ଏସବୁ ହୋଇଥିଲା ତାହେଲେ ଆବଶ୍ୟକତା କାହିଁକି ପଡ଼ିଲା । କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଆବାସ ଯୋଜନାର ନାମ ପରିବର୍ତନ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହୋଇଯାଇଛି ଏବଂ ଔଘଘଟଜଗ ନାମ ପରିବର୍ତନ ହୋଇ ଅମୃତ ଯୋଜନା କେବଳ ହୋଇଯାଇଛି । କେବଳ ନୂଆ ଯୋଜନା କରିବା ଏବଂ ପୂରୁଣା ଯୋଜନାର ନାମ ପରିବର୍ତନ କରିଦେଲେ କ’ଣ ବିକାଶ ହୋଇଯିବ । ଠିକ ସେହିଭଳି ଭାବରେ ୩୧୪ ବ୍ଲକ ମଧ୍ୟରୁ ୧୨୭ ବ୍ଲକରେ ୨୦୦୦ ମସିହା ସୁଦ୍ଧା ୩୭% ଜଳସେଚନର ସୁବିଧା ହୋଇଯାଇଥିଲା ବା ବ୍ୟବସ୍ଥା ହୋଇଥିଲା । ନବୀନ ସରକାର ୨୦୦୫ ମସିହାରେ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ ବ୍ଲକରେ ୩୫% ରୁ ଅଧିକ ଜଳସେଚନର ବ୍ୟବସ୍ଥା ୨୦୧୦ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ । କିନ୍ତୁ ଆଜି ସୁଦ୍ଧା ପାଖାପାଖି ୭୬ଟି ବ୍ଲକରେ ୩୫% ଜଳସେଚନ ସୁବିଧା ହୋଇପାରିନାହିଁ । ସାରା ରାଜ୍ୟରେ କୃଷକମାନେ ଅନାବୃଷ୍ଟି ହେତୁ ଚାଷ କରିପାରୁ ନାହାନ୍ତି । ଜଳସେଚନର ସୁବିଧାଥିଲେ ଏଭଳି ଏକ ସମସ୍ୟାକୁ ମୁକାବିଲା କରାଯାଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାର ନିଷ୍ଠାର ଅଭାବ ହେତୁ କୌଣସି ଏକ ଯୋଜନା ସଂପୂର୍ଣ୍ଣ ରୂପେ ରୂପାୟନ କରାଯାଇ ନାହିଁ ଏବଂ ତାହାର ଫଳ ମଧ୍ୟ ରାଜ୍ୟବାସୀଙ୍କୁ ମିଳିଲା ନାହିଁ । ଆଉ କେତେବର୍ଷ ଗଲାପରେ ରାଜ୍ୟର ସମସ୍ତ ବ୍ଲକରେ ୩୫% ଜଳସେଚନର ସୁବିଧା ହେବ । ୨୧ ବର୍ଷର ସରକାର ୨୧ଟି ଯୋଜନା ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରି କରିନାହାନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଯଦି ବାସ୍ତବରେ ନ୍ୟାୟ ପ୍ରଦାନ କରିବାକୁ ଇଛା ତେବେ ବିଜେଡ଼ି ଦଳ ସଭାପତି ବା ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟରୁ ଗୋଟିଏ ଓବିସି / ଏସ୍‌ଇବିସି ବର୍ଗର ଜଣେ ବ୍ୟକ୍ତିଙ୍କୁ ଦିଅନ୍ତୁ : କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦୀର୍ଘ ୨୦ ବର୍ଷଧରି ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଓବିସି / ଏସ୍‌ଇବିସି ବର୍ଗର ବ୍ୟକ୍ତିଙ୍କୁ ଶକ୍ଷା ଓ ଚାକିରୀ କ୍ଷେତ୍ରରେ ପ୍ରତାରଣା କରିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚାୟତ ନିର୍ବାଚନର ଫାଇଦା ପାଇଁ ହୀନ ରାଜନୀତି ଆରମ୍ଭ କରିଛନ୍ତି ।
ଅଗଷ୍ଟ ୧୩ ତାରିଖ ଶୁକ୍ରବାର ଦିନ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି ଯେ ଆଗାମୀ ପଂଚାୟତ ନିର୍ବାଚନରେ ଦଳ ଓବିସି / ଏସ୍‌ଇବିସି ବର୍ଗର ବ୍ୟକ୍ତିଙ୍କୁ ୨୭ ପ୍ରତିଶତ ପ୍ରାର୍ଥୀ ଭାବରେ ଟିକେଟ ବଂଟନ କରିବ । ଏହି ନିଷ୍ପତି ବିଜୁଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କର ଓବିସି ଙ୍କ ପ୍ରତି ଚରମ ଉପହାସ । କଂଗ୍ରେସ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଏହି ନିଷ୍ପତିକୁ ଭର୍ତ୍ସନା କରାଯିବା ସହ ଓବିସି ବର୍ଗଙ୍କୁ ସମ୍ବିଧାନ ପ୍ରଦାନ କରିଥିବା ଅଧିକାରରୁ ବଂଚିତ କରି ନବୀନ ବାବୁ ଅତ୍ୟନ୍ତ ହୀନ ଓ ସଂକୀର୍ଣ୍ଣ ରାଜନୀତି କରୁଛନ୍ତି ବୋଲି ପିସିସି ଗଣମାଧ୍ୟମ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଦୁଇ ଦଶନ୍ଧି ଧରି ରାଜ୍ୟର ୫୨ ପ୍ରତିଶତ ଓବିସି ସଂପ୍ରଦାୟଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ କରିବା ପରେ ଏବେ ୨୭ ପ୍ରତିଶତ ଦଳୀୟ ଟିକେଟ ବାଂଟିବା ନବୀନଙ୍କ କେଉଁ ସାମାଜିକ ନ୍ୟାୟର ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ପ୍ରଶ୍ନ୍ କରୁଛି । ରାଜ୍ୟରେ ଯେତେବେଳେ ଲକ୍ଷାଧିକ ଛାତ୍ରଛାତ୍ରୀ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି ସେତେବେଳେ ନବୀନ ବାବୁ ଚାକିରୀ ଓ ଶିକ୍ଷାରେ ସେମାନଙ୍କୁ ନ୍ୟାୟ ପ୍ରଦାନ ନକରି ଓବିସି ବର୍ଗର ବ୍ୟକ୍ତିଙ୍କୁ ବିଜେଡ଼ି ଦଳୀୟ ଟିକେଟ ପ୍ରଦାନ କରିବା ଘୋଷଣା ସମଗ୍ର ଓବିସି ବର୍ଗଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ବିଜୁଜନତା ଦଳକୁ ତିନିିଗୋଟି ପ୍ରଶ୍ନ୍ ପଚରା ଯାଇଛି ।
୧. ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ କେନ୍ଦ୍ର ସରକାର ନିୟମ କରିସାରିଥିବା ବେଳେ ରାଜ୍ୟ ସରକାର କାହିଁକି ଏହାକୁ ଲାଗୁ କରୁନାହାନ୍ତି?
୨. ୨୭ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବା ନେଇ ବିଜେଡ଼ିକୁ କଂଗ୍ରେସର ପ୍ରଶ୍ନ – ଏ ହିସାବର ଆଧାରଟି କ’ଣ?
୩. ସୁପ୍ରିମକୋର୍ଟର ୫୦ ପ୍ରତିଶତ କ୍ୟାପିଂକୁ ବଢ଼ାଇବା ପାଇଁ କାହିଁକି ଏଯାଏ ବିଜେଡ଼ି ସରକାର ବିଧାନ ସଭାରେ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଉ ନାହାନ୍ତି?

ଏକମାତ୍ର ଭାରତୀୟ ଜାତୀୟ କଂଗ୍ରେସ ସାମାଜିକ ନ୍ୟାୟରେ ବିଶ୍ୱାସକରେ ଓ କାର୍ଯ୍ୟକରିଥାଏ । ଓଡ଼ିଶାରେ କଂଗ୍ରେସ ଏକମାତ୍ର ଦଳ ଯାହାର ରାଜନୈତିକ ଇତିହାସରେ ଦଳିତ, ଆଦିବାସୀ, ମହିଳା, ଓବିସି, ଏସ୍‌ଇବିସି ଓ ସାଧାରଣ ବର୍ଗର ସମସ୍ତଙ୍କୁ ନେତୃତ୍ୱ ଦେବାର ସୁଯୋଗ ପ୍ରଦାନ କରିଛି । ଯଦି ବିଜେଡ଼ି ବାସ୍ତବରେ ସାମାଜିକ ନ୍ୟାୟରେ ବିଶ୍ୱାସ ରଖିଥାଏ ତେବେ ବିଜେଡ଼ିର ସଭାପତି ଓ ମୁଖ୍ୟମନ୍ତ୍ରୀ ଉଭୟ ପଦରେ ୨୪ ବର୍ଷ ଧରି ଜଣେ ଉଚ୍ଚବର୍ଗର ବ୍ୟକ୍ତିଙ୍କୁ କାହିଁକି ରଖାଯାଇଛି ବୋଲି କଂଗ୍ରେସ ଦଳ ପ୍ରଶ୍ନ କରିବା ସହିତ ଯଦି ଓବିସି ଓ ଏସ୍‌ଇବିସି ଙ୍କ ପ୍ରତି ଦରଦ ଅଛି ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ସଭାପତି କିମ୍ବା ମୁଖ୍ୟମନ୍ତ୍ରୀ ପଦବୀରୁ ଗୋଟିଏ ପଦବୀ ଓବିସି ଓ ଏସ୍‌ଇବିସି ବର୍ଗରୁ ଦିଅନ୍ତୁ ବୋଲି କଂଗ୍ରେସ ଆହ୍ୱାନ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ ।