ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ବଂଶଧାରା ଉପର ମୁଣ୍ଡ ରେ ପ୍ରକଳ୍ପ ଦାବୀ ନେଇ ନିରବ ଶୋଭାଯାତ୍ରା ଓ ୩ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ ।
!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ନେତୃତ୍ଵରେ ରେ ଏକ ନୀରବ ଶୋଭାଯାତ୍ରା ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ରୁ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ଚୌଧୁରୀଙ୍କୁ ୩ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରି ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଦାବୀ କରିଛନ୍ତି । ନେରେଡି ଠାରେ ଆନ୍ଧ୍ର ସରକାର ଙ୍କ ପ୍ରକଳ୍ପ ନିର୍ମାଣ କୁ ପ୍ରତିବାଦ କରି ଓଡିଶାର ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ନୂତନ ପ୍ରକଳ୍ପ ଯଥା ଶୀଘ୍ର ଆରମ୍ଭ କରିବା ଲାଗି ସାମ୍ବାଦିକ ଙ୍କ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି।

ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପ୍ରେରିତ ସ୍ମାରକ ପତ୍ର ରେ ବଂଶଧାରା ନଦୀର ଉପର ମୁଣ୍ଡରେ ବୃହତ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରିବା, ନଦୀ ଉପରେ ରହିଥିବା ସମସ୍ତ ବ୍ରିଜ ରେ ବ୍ୟାରେଜ କରିବା, ନଦୀ ଜଳକୁ ଓଡିଶା ସରକାର ସୁବିନିଯୋଗ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଏହାର କାର୍ଯ୍ୟକାରି ନିମନ୍ତେ ଅର୍ଥ ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି। ଅନୁଷ୍ଠିତ ଏହି ନୀରବ ଶୋଭାଯାତ୍ରାରେ ସଂଘ ର କାର୍ଯ୍ୟକାରି ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟନାୟକ, ଉପସଭାପତି ଶ୍ରୀ ନବୀନ ଚନ୍ଦ୍ର ନାୟକ ବେହେରା,ସମ୍ପାଦକ ଶ୍ରୀ ହୃଷୀକେଶ ପାତ୍ର, ମିଡିଆ ସେଲ ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ ଙ୍କ ସମେତ ସଂଘର ସକ୍ରୀୟ କର୍ମକର୍ତ୍ତା ସତ୍ୟ ନାରାୟଣ ସାହୁ, ସଂକେତ ପାତ୍ର, ସନ୍ତୋଷ ସୁବୁଦ୍ଧି, ସତ୍ୟ ସୁନ୍ଦର କର, ସୁନୀଲ କୁମାର ସାବତ, ରାମ ନାଥ ମହାନ୍ତି, ରାମ ନାୟକ, ସନ୍ତୋଷ ଚୌଧୁରୀ, ଏମ୍. ଶ୍ରୀକାନ୍ତ, ଧବଳେସ୍ଵର ପାତିକା, ଭାସ୍କର ପଟନାୟକ, ସୁବ୍ରତ କୁମାର ପଣ୍ଡା, ସି.ଏଚ୍ .ପ୍ରେମ କୁମାର ଉପସ୍ଥିତ ଥିଲେ।

