ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ସହ ଆଦିବାସୀ ବହୁଳ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ଓଡ଼ିଶା ସରକାର ଙ୍କ ପାଖରେ ଲିପିବଦ୍ଧ ହୋଇ ରହିଛି lସ୍ୱାଧିନତା ର ଦିର୍ଘ ୭୫ବର୍ଷ ପୂରଣ ହେବାକୁ ଯାଉଥିଲେ ମଧ୍ୟ ବିକାଶ ଠାରୁ ଏହି ଅଞ୍ଚଳ ବହୁ ଦୂରରେ l ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ଶିଳ୍ପ ର ଭିତ୍ତିଭୂମି ଏଠାରେ ସ୍ୱପ୍ନ ମାତ୍ର lଅଦ୍ୟାବଧି ରେଲ ମାନଚିତ୍ର ରେ ଏହି ଅଞ୍ଚଳ ସ୍ଥାନ ପାଇପାରିଲା ନାହିଁ lନିକଟସ୍ଥ ରେଲ ଷ୍ଟେସନ ଏଠାରୁ ୮୦ କିଲୋମିଟର ଦୂର ରେ ଅବସ୍ଥିତ lଲୋକେ ୮୦ କିଲୋମିଟର ଯାତ୍ରା ପରେ ରେଲ ଟିଏ ଦେଖିଥାନ୍ତି lଏଭଳି ଅବହେଳିତ ଅଞ୍ଚଳରେ ବିକାଶ ର ନୂଆ ଆଶା ଓ ଆକାଂକ୍ଷା ର ସୃଷ୍ଟି ନିମନ୍ତେ ବିଭିନ୍ନ ସମୟରେ ବରଗଡ-ନୂଆପଡା ଭାୟା-ବିଜେପୁର ପଦ୍ମପୁର ନୂତନ ରେଳପଥ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ ଦିଆଯାଇଛି lବିବରଣୀ ଅନୁଯାୟୀ ସର୍ବପ୍ରଥମେ ୧୯୪୫ ମସିହାରେ ଏହି ଲାଇନ ପାଇଁ ସର୍ଭେ କରାଯାଇଥିଲା ହେଲେ କାର୍ଯ୍ୟକାରୀ ହୋଇପାରିନଥିଲା lପୁନଶ୍ଚ ଭୂତପୂର୍ବ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ କୃପାସିନ୍ଧୁ ଭୋଇ ଏସଟିମେଟ କମିଟି ର ଚେୟାରମେନ ଥିବା ସମୟରେ ଏହି ରେଲଲାଇନ ପାଇଁ ସର୍ଭେ କରାଯିବା ସଙ୍ଗେ ସଙ୍ଗେ ମଞ୍ଜୁରୀ ନିମନ୍ତେ ଲୋକସଭାରେ ଦାବୀ ଉପସ୍ଥାପନ କରିଥିଲେ lବିଭିନ୍ନ ସମୟ ରେ ନିର୍ବାଚିତ ପ୍ରତିନିଧି ମାନେ ଏହି ରେଲୱେ ଲାଇନ ପାଇଁ ଦାବି କରିଆସୁଛନ୍ତି lପଦ୍ମପୁର ଅଞ୍ଚଳବାସୀ ଙ୍କ ନ୍ୟାର୍ଯ୍ୟ ଦାବୀ କୁ ଦୃଷ୍ଟିରେ ରଖି ୨୦୧୫-୧୬ ମସିହାରେ ଆର.ଇ.ଟି ସର୍ଭେ ଅନୁମୋଦନ ହୋଇସାରିଛି lପ୍ରସ୍ତାବିତ ମାଲ ପରିବହନ ଏବଂ ଯାତ୍ରୀ ପରିବହନ ରିପୋର୍ଟ ଆଧାରରେ ଏହି ରେଲ ଲାଇନ ନିମିତ୍ତ ୨୪୦୭.୬୯ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଇ ରେଲୱେ ଲାଇନ କାର୍ଯ୍ୟକାରୀ ହେଲେ ୧୭%୩୧ ରିଟର୍ଣ୍ଣ ହେବ ବୋଲି ପୂର୍ବତନ ରେଲୱେ ସର୍ଭେ ରିପୋର୍ଟ ରେଲୱେ ବୋର୍ଡ ନୂଆଦିଲ୍ଲୀ କୁ ପ୍ରେରଣ କରି ଏହି ଲାଇନ ମଞ୍ଜୁରୀ ନିମନ୍ତେ ୨୦୧୯ ମସିହାରେ ଅନୁରୋଧ କରାଯାଇଛି lପଦ୍ମପୁର-ବିଜେପୁର -ପାଇକମାଲ ର ଓକିଲ ସଂଘ,ବଣିକ ସଂଘ ଓ ନାଗରିକ କମିଟି କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଏ ସଂପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ, ରେଲୱେ ମନ୍ତ୍ରୀ ଭାରତ ସରକାର,ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ନିର୍ବାଚିତ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ଅନେକ ଥର ଦାବୀପତ୍ର ପ୍ରଦାନ କରି ସାରିଛନ୍ତି lମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ଓ ପ୍ରତିନିଧି ମଣ୍ଡଳ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ସୈାଜନ୍ୟ ମୂଳକ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ପୂର୍ବତଟ ରେଲୱେ ର ଜେନେରାଲ ମ୍ୟାନେଜର ଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ lମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀମାନ ପ୍ରଧାନ କମିଟି ର ନ୍ୟାର୍ଯ୍ୟ ଦାବି ଆଧାର ରେ ନିଜେ ଏକ ଚିଠି ରେଲୱେ ମନ୍ତ୍ରୀ ଭାରତ ସରକାର ଙ୍କୁ ପ୍ରଦାନ କରିଥିଲେ lମାତ୍ର ସମସ୍ତ ଚେଷ୍ଟା ସତ୍ୱେ କେନ୍ଦ୍ର ବଜେଟ ରେ ଏହି ନୂତନ ରେଳପଥ ପାଇଁ ଅର୍ଥ ମଞ୍ଜୁରୀ ହୋଇନାହିଁ lମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଇ ରେଳପଥ ର ଆବଶ୍ୟକତା କୁ ଦେଖି ୨୦୧୮-୧୯ ବଜେଟ ରେ ଏହାକୁ ମଞ୍ଜୁର ପାଇଁ ପ୍ରସ୍ତାବ ଦେଇଥିଲେ lକିନ୍ତୁ କେନ୍ଦ୍ର ରେଲ ବିଭାଗ ମନ୍ତ୍ରାଳୟ ଏହାକୁ ଏ ପର୍ଯ୍ୟନ୍ତ ମଞ୍ଜୁର କରିନାହାନ୍ତି lମାତ୍ର ରେଲ ମନ୍ତ୍ରାଳୟ ଏହି ପରିପ୍ରେକ୍ଷୀରେ ଦେଇଥିବା ପତ୍ର ତା-୧୧.୦୬.୨୦୨୦ ଅନୁସାରେ ଯଦି ଓଡ଼ିଶା ସରକାର ଭୂମିଅଧିଗ୍ରହଣ ଓ ବିସ୍ଥାପନ ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ବୋଲି ପୁନର୍ବାର ପ୍ରସ୍ତାବ ରେଲ ମନ୍ତ୍ରାଳୟ କୁ ଦିଅନ୍ତି ତେବେ ସେଇ ପରିପ୍ରେକ୍ଷୀରେ ଏଇ ନୂତନ ରେଳପଥ ମଞ୍ଜୁରୀ କୁ କାର୍ଯ୍ୟାନ୍ନିତ କରାଯିବ ବୋଲି ଦର୍ଶାଇଛନ୍ତି lରାନୈତିକ ଇଚ୍ଛାଶକ୍ତି ର ଅଭାବ ହେଉ ଅବା ଦୃଢଦାବୀ ଉପସ୍ଥାପନ ହୋଇ ନ ପାରିବା ଦୃଷ୍ଟି ରୁ ଏଇ ନୂତନ ଲାଇନ କୁ ଅଦ୍ୟାବଧି ମଞ୍ଜୁରୀ ମିଳିପାରିନାହିଁ lକେନ୍ଦ୍ର ଓ ରାଜ୍ୟ ର ପରସ୍ପର ପ୍ରତି କାଦୁଅ ଫିଙ୍କାଫିଙ୍ଗୀ ଯୋଗୁଁ ଏଇ ସ୍ପପ୍ନ ଆଶାରେ ହିଁ ରହିଯାଇଛି lବରଗଡ-ନୂଆପଡା ଭାୟା ବିଜେପୁର-ପଦ୍ମପୁର ନୂତନ ରେଳପଥ ନିର୍ମାଣ ହେଲେ ବରଗଡ-ରାୟପୁର ମଧ୍ୟ ରେ ୧୦୪ କିଲୋମିଟର ଦୂରତା କମିଯିବ lଏବଂ ବର୍ତ୍ତମାନ ଟିଟିଲାଗଡ଼ ଦେଇ ଯାଉଥିବା ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ଗୁଡିକ ସିଧା ନୂଆପଡ଼ା ଯାଇ ରାୟପୁର ତଥା ଅନ୍ୟ ସ୍ଥାନକୁ ଯାଇପାରିବେ lଯଦ୍ୱରା ରେଳବାଇ ର ଅନେକ ଖର୍ଚ୍ଚ କମିଯିବ lସେହିପରି ଏହି ନୂତନ ରେଲଲାଇନ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଓ ହରିଶଙ୍କର କୁ ସଂଯୋଗ କରିବ ଯଦ୍ୱାରା ଏଇ ଉପାନ୍ତ ଅଞ୍ଚଳରେ ପର୍ଯ୍ୟଟନ ର ବିକାଶ ହୋଇପାରିବ lପଦ୍ମପୁର ଉପଖଣ୍ଡ ର ଚାଷୀ ଭାଇମାନେ ତାଙ୍କର ଝାଳବୁହା ଉପାର୍ଜିତ ଫଳ ପନିପରିବା ବାହାର ବଜାର ରେ ବିକ୍ରୟ କରିପାରିବେ l ଏଣୁ ବରଗଡ-ନୂଆପଡା ରେଳପଥ ଏଇ ଉପାନ୍ତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ରେ ବିଶେଷ ସହାୟକ ହେବ ଏବଂ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ lରୋଜଗାର ଅଭାବ ରୁ ଲୋକେ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଉଥିବା ଦାଦନ ସମସ୍ୟା ର ମଧ୍ୟ ସମାଧାନ ହୋଇପାରିବ lରେଲପଥ ନିର୍ମାଣ ହେଲେ ଏଇ ଅଞ୍ଚଳ ରେ ଶିଳ୍ପ ଓ କଳକାରଖାନା ର ବିକାଶ ନିଶ୍ଚିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀମାନ ଅଜିତ ଶତପଥି ଜଣାଇଛନ୍ତି lବରଗଡ ନୂଆପଡ଼ା ରେଲୱେ ଲାଇନ ମଞ୍ଜୁରୀ କୁ ତ୍ୱରାନ୍ୱିତ କରିବା ପାଇଁ ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଜେପୁର, ପାଇକମାଲ ଏବଂ ପଦ୍ମପୁର ର ସମସ୍ତ ଓକିଲ ସଂଘ,ବଣିକ ସଂଘ ଓ ନାଗରିକ କମିଟି ର କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ମାନେ ଯୋଗଦାନ କରିଥିଲେ lମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପ୍ରସ୍ତାବିତ ପଶ୍ଚିମ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବା ସହିତ ତାଙ୍କୁ ଦିଲ୍ଲୀ ରେ ସାକ୍ଷାତ ଆଲୋଚନା ନିମନ୍ତେ ଅନୁମତି ପାଇଁ ଅନୁରୋଧ କରାଯିବ lମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବରଗଡ଼-ନୂଆପଡା ଭାୟା ବିଜେପୁର-ପଦ୍ମପୁର ରେଳପଥ ପାଇଁ ଜମି ଓ ବିସ୍ଥାପନ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବାପାଇଁ ଦାବି କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି ବୋଲି ଆବାହକ ଶ୍ରୀମାନ ଶତପଥୀ ଜଣାଇଛନ୍ତି lଅଞ୍ଚଳ ର ବୃହତ ସ୍ୱାର୍ଥ ତଥା ବିକାଶ ନିମନ୍ତେ ଏହି ରେଲଲାଇନ କୁ ଯଥାଶୀଘ୍ର ମଞ୍ଜୁରୀ କରିବାପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା lଆଜି ର ବୈଠକ ରେ ପଦ୍ମପୁର ନାଗରିକ କମିଟି ର ସଭାପତି ପ୍ରଫେସର ମହେନ୍ଦ୍ର ଭୋଇ ସଭାପତିତ୍ବ କରିଥିଲେ lପଦ୍ମପୁର ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର, ସଦସ୍ୟ ଗଜାନନ ଅଗ୍ରୱାଲ, ଓକିଲ ସଂଘ ର ସଭାପତି ଗୈାତିଆ କୁମାର ସାହୁ,ବିଜେପୁର ଓକିଲ ସଂଘ ର ଅଶୋକ ମାହାନା, ସୁଶାନ୍ତ ବାରିକ, ରାଜପ୍ରସାଦ ସାହୁ, ବିଜେପୁର ନାଗରିକ କମିଟି ର ଅଜିତ ସାହୁ,ବଣିକ ସଂଘ ର ସଭାପତି ପରିକ୍ଷିତ ମେହେର,ପାଇକମାଲ ନାଗରିକ କମିଟି ର ସଭାପତି ମନୋଜ ତ୍ରିବେଦୀ, ଓକିଲ ସଂଘ ର ସମ୍ପାଦକ ରାଜକିଶୋର ସାହୁ,ପାଇକମାଲ ବଣିକ ସଂଘ ର ସଦସ୍ୟ ପ୍ରେମ ସାଗର ଫୈାଜଦାର, ରମେଶ ଅଗ୍ରୱାଲ, ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଓ ଟ୍ରକ ମାଲିକ ସଂଘ ର ସଦସ୍ୟ ରମେଶ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ l

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୁତିଭୁଷଣ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୁତି ଭୁଷଣ ଭୋଇ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସ.ଡି.ପି.ଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସ.ଡି.ପି.ଓ ଭାବରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଭୋଇ ବରଗଡ଼ ଜିଲ୍ଲାର ପାଇକମାଲ,ସୋହେଲା,ବରଗଡ ଥାନାରେ ସୁନାମ ରଖି କାମ କରିଛନ୍ତି ।ପଦ୍ମପୁର ଉପଖଣ୍ତ ବାସୀ ମଧ୍ୟ ଆଇନଶୃଂଖଳାରେ ବହୁତ ଆଶା ଓ ବିଶ୍ବାସ ରଖିଛନ୍ତି।ନୂତନ ଭାବରେ ଯୋଗଦାନ କରିଥିବା ପୁଲିସ ଅଧିକାରୀଙ୍କୁ ସ୍ବାଗତ କରିବା ସହ ପୂର୍ବ ଅଧିକାରୀ ଶ୍ରୀଯୁକ୍ତ ସାହୁ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦ୍ମପୁର ଉପଖଣ୍ତର ସମସ୍ତ ଥାନା ଅଧିକାରୀମାନେ ଯୋଗଦାନ କରିଥିଲେ ।

ଅନଲାଇନ ମାଧ୍ୟମ ରେ କବିତା ଆସର ପାଳିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ରଏବାର ଦିନ “ଘାଏ ଦେଖତ” ଗାଇସିଲେଟ କଲାପଟା ର ତରଫୁଁ ଗାଇସିଲେଟ ବ୍ଲକ ର କବି ଓ ସାହିତ୍ଯିକ ମାନକୁଁ ନେଇ କରୋନା କେ ଆଖିଁ ରଖି ଅନ୍ୟ ଲାଇନ ମାଧ୍ଯମ ଥିଁ କବିତା ଆସର ଟେ ହେଇଥିଲା ଆର ସାହିତ୍ୟ ର ବଡତି ଦିଗେଁ ଆଲୋଚନା ହେଇଥିଲା। ସଭାପତି କୋଶଲ ରତ୍ନ ଭୋଇ ଆଗିଆଁ ଡକ୍ଟର ଜୟକେତନ ତ୍ରିପାଠୀ ପ୍ରଫେସର ଅର୍କୁନ କୁମାର ମହାନ୍ତି ପ୍ରଧାନ ଶିକ୍ଷକ ରୁକୁଣ ଦିଶ୍ରୀ ସଂପାଦକ ବୈରାଗୀ ସାହୁ ଜୁଆନ କବି ପୁସ୍ତମ ଜୁଆଡି କୋଣଲ ଭାରତି ର ସଂପାଦକ ଦିଲ୍ଲିପ ସରାଫ ବଲ୍ଲଭ ସାହୁ ପ୍ରଶାନ୍ତ ପଧାନ ପ୍ରମୋଦ କୁମାର କଲେ ନାରୀ କବି ସାଗରିକା ସାହୁ ଯୋଗଦେଇ ଥିଲେ। ଦିଲ୍ଲିପ ସରାଫ ଭାଇ ଅନ ଲାଇନ ର ସହାୟତା କରି ଧନ୍ଯବାଦ ଦେଇଥିଲେ।

ତାମିଲନାଡୁ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ:ମୃତଦେହ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କନଡିହି ଗ୍ରାମର ଦାଦନ ଶ୍ରମିକଙ୍କ ତାମିଲନାଡୁ ଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଯାହାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାରବର୍ଗ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି ।  ସୂଚନା ଅନୁସାରେ କନଡିହି ଗ୍ରାମର ଦେବାନନ୍ଦ ତାଣ୍ଡି ତାମିଲନାଡୁ ରାଜ୍ୟ କାଞ୍ଚିପୁରମ ଜିଲ୍ଲା କେଲାମ୍ପକମ ଥାନା ଅନ୍ତର୍ଗତ ପୁଡୁପକ୍କମ ଠାରେ କାମ କରୁଥିଲେ।  ତାଙ୍କ ସ୍ତ୍ରୀ,ପିଲାମାନେ ଏବଂ ବାପା ମା ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟବାଡ଼ା ଠାରେ ଯାଇ କାମ କରୁଥିଲେ। ଦେବାନନ୍ଦଙ୍କ ସ୍ତ୍ରୀ ଦୁଇଦିନ ପୂର୍ବରୁ ଫୋନ ଯୋଗେ ପିଲାର ଚିକିତ୍ସା ପାଇଁ ପଇସା ପଠେଇଦେବା ପାଇଁ ଅନୁରୋଧ କରିଥିଲେ ତେଣୁ ଦେବାନନ୍ଦ ଏକ ସାଇକେଲ ଯୋଗେ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇ ଫେରୁଥିବା ବେଳେ ଏକ TN 19 8512 ନମ୍ବର ଥିବା ଟ୍ରାକ୍ଟର ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ମୃତଦେହ ଚେଙ୍ଗଲପେଟ ସରକାରୀ ଡାକ୍ତରଖାନାରେ ରହିଛି ଯାହାକୁ ଘରକୁ ଆଣିବା ପାଇଁ ପରିବାର ଲୋକେ ଦାବୀ କରିଛନ୍ତି।  ଏହାକୁ ଟ୍ୱିଟ ମାଧ୍ୟମରେ ଦୀପା ବାରିକ ତାମିଲନାଡୁ ସରକାର ଏବଂ ଓଡ଼ିଶା ସରକାର କୁ ଅନୁରୋଧ କରିଛନ୍ତି ।

ଆସିକା ଠାରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର )-  ରବିବାର ଦିନ ଗଞ୍ଜାମ ଜିଲ୍ଲା ଆସିକା ନଗର ମଣ୍ଡଳ ବିଜେପି ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଆସିକା ସ୍ଥିତ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦେବରାଜ ମହାନ୍ତିଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ଆଚାରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳପ୍ରଭାରି ଶ୍ରୀ ଶିଶିର ମିଶ୍ର ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସୂର୍ଯ୍ୟନାରାୟଣ ଦାସ,ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମଧୁସ୍ମିତା ପୋଲାଇ, ଘୁମୁସର ଜିଲ୍ଲା ର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ବେହେରା, ରାଜ୍ୟ ଯୁବମୋର୍ଚ୍ଚା କାଯ୍ୟକାରୀଣୀ ସଦସ୍ୟ ସରୋଜ ଭଞ୍ଜ,ହରିଦପଦର ମଣ୍ଡଳ ସଭାପତି ଶ୍ରୀ ପ୍ରଶ୍ନ ସ୍ଵାଇଁ ବାଲିଆସରା ମଣ୍ଡଳ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ଖଣ୍ଡୁଆଳ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଆଗକୁ ସଂଗଠନ କେମିତି ସୁଦୃଢ଼ ହେବ ଏବଂ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏଥିରେ ବହୁ ସଂଖ୍ୟକ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ମାର୍କ ଦେବା ଘଟଣାରେ ପାତର ଅନ୍ତର । ପିଲା ଓ ଅଭିଭାବକ ଅସନ୍ତୁଷ୍ଟ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ସି ବି ଏସ ଇ ଅଧୀନରେ ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ମ୍ୟାଟ୍ରିକ ପିଲାଙ୍କୁ ମାର୍କ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ହୋଇଛି। ଏପରିକି କିଛି ନିର୍ଦ୍ଧିଷ୍ଟ ପିଲାଙ୍କୁ ଅଧିକ ମାର୍କ ଦେବା ସହ ବହୁ ପିଲାଙ୍କର ମାର୍କ ଜାଣିଶୁଣି କମାଇ ଦିଆଯାଇଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଏପରିକି ପାଠ ନପଢ଼ାଇ ପରୀକ୍ଷା କରି ପିଲାଙ୍କୁ ହତୋତ୍ସାହ କରିବା ସହ ଯେଉଁ ପିଲାମାନେ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ଡାକି ଆଣି ପରୀକ୍ଷା କରାଇବା ସହ ପିଲାଙ୍କୁ ଜାଣିଶୁଣି ମନଇଚ୍ଛା ମାର୍କ ଦେଇ ପିଲାଙ୍କ ମାନସିକତାକୁ ଦୁର୍ବଳ କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ନିର୍ଦ୍ଧିଷ୍ଟ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ ସଠିକ ମାର୍କ ଦେଇଥିବା ବେଳେ ଅନ୍ୟମାନେ ମୁହଁ ଦେଖା ମାର୍କ ଦେଇଛନ୍ତି। ଏପରିକି ମାର୍କ ଦେବା ଆଗରୁ ଯେଉଁ ଅଭିଭାବକ ମାନେ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଥିଲେ ସେମାନଙ୍କୁ ଅଧିକ ମାର୍କ ଦିଆଯାଇଛି। ଏପରିକି ପିଲାଙ୍କୁ ବିଦ୍ୟାଳୟକୁ ଡାକି ତାଙ୍କ ଉତ୍ତର ଖାତାକୁ ପୁନଃ ଲେଖାଇ ଅଧିକ ମାର୍କ ଦିଆଯାଇଥିବା ନେଇ ନିର୍ଦ୍ଧିଷ୍ଟ ସୂତ୍ରରୁ ଜଣାପଡ଼ିଛି। ପିଲାମାନେ ବୋର୍ଡ ପରୀକ୍ଷାକୁ ଆଖିଆଗରେ ରଖି ପ୍ରସ୍ତୁତି ଚଳାଇ ଥିବାବେଳେ ଶ୍ରେଣୀ ପରୀକ୍ଷାରେ କୋର୍ସ ପଢ଼ାଯାଇନଥିବାରୁ ଦ୍ବନ୍ଦ୍ୱ ରେ ରହି କମ ମାର୍କ ଆଣିଥିବା ବେଳେ ପାତର ଅନ୍ତର ନୀତିରେ ପିଲାଙ୍କୁ ମାର୍କ ଦେଇ ସି ବି ଏସ ଇ ର ଗାଇଡ଼ ଲାଇନ ବୋଲି କହି ବିଦ୍ୟାଳୟର କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇ ଅସନ୍ତୁଷ୍ଟ ମାନେ ପରୀକ୍ଷା ଦେବା ପାଇଁ କହିଛନ୍ତି ଯାହାକି ପିଲାଙ୍କ ମନରେ ଆଘାତ ଆଣିଛି। ସେପଟେ ସି ବି ଏସ ଇ ନିର୍ଦେଶ ପ୍ରକାରେ ନିର୍ଦ୍ଧିଷ୍ଟ ମାର୍କ ଦିଆଯାଇଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିବା ସହ ଏହି ବିଦ୍ୟାଳୟରେ ଏପରି କାରସାଦି ହେଉଥିବା ନେଇ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସେପଟେ ଘରୋଇ ଟିଉସନ କରୁଥିବା ଶିକ୍ଷକ ଯେଉଁ ମାନେ ବିଦ୍ୟାଳୟ ଷ୍ଟାଫ ଙ୍କ ସହ ସାଲିସ କରିଛନ୍ତି ଅଥବା ଉକ୍ତ ବିଦ୍ୟାଳୟର କର୍ମଚାରୀ ଟିଉସନ କରୁଛନ୍ତି ସେହି ପିଲାଙ୍କର ମାର୍କ ଉତ୍ତର ଖାତାରେ ବୃଦ୍ଧି କରି ଦିଆଯାଇଛି ବୋଲି ଚର୍ଚ୍ଚାଚାଲିଛି। ପରୀକ୍ଷା ହୋଇଥିଲେ ଅଧିକ ମାର୍କ ରଖିବେ ବୋଲି ପିଲା କହୁଥିବା ବେଳେ ଆଗକୁ ଏହା ଶୁଭଙ୍କର ନୁହେଁ ବୋଲି ପିଲା କହୁଛନ୍ତି। ସେପଟେ ବିଦ୍ୟାଳୟରେ ହୋଇଥିବା ଅନେକ ଅନିୟମିତତା ଆଗକୁ ପଦାରେ ପଡିବ ବୋଲି ଅଭିଯାନ ଆରମ୍ଭ ହୋଇଛି।

୯ ଅଗଷ୍ଟ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ଭ୍ରମଣ ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।

ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ।

ମିଥୁନ: ଅପ୍ରିୟସତ୍ୟ କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଜଗି ରଖି କଥାବାର୍ତ୍ତା କରନ୍ତୁ। ପରିବାରର ବ୍ୟୟ ବୃଦ୍ଧି ପାଇବ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି।

କର୍କଟ: ଆର୍ଥିକ ଅଭିବୃଦ୍ଧି ଘଟିବ। ଅଫିସ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିବେ। ସବୁ କାର୍ଯ୍ୟ ଭଲରେ ସଂପନ୍ନ ହେବ।

ସିଂହ: ଅଟକି ରହିଥିବା କାର୍ଯ୍ୟକୁ ସଂପନ୍ନ କରିବାରେ ସଫଳ ହେବେ। ବକେୟା ଅର୍ଥ ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଆପଣାଇବାକୁ ପଡ଼ିବ। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

କନ୍ୟା: କାହା ସହିତ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା ପୂରଣ ନ ହେବାରୁ ମନ ଭଲ ରହିବ ନାହିଁ। କୌଣସି କାମ ପାଇଁ ସମାଜରେ ସମାଲୋଚିତ ହୋଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ। ଆପୋଷ ବୁଝାମଣା ଦ୍ୱାରା କୌଣସି ସମସ୍ୟାର ସରଳ ସମାଧାନ ହୋଇଯାଇପାରେ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ। ଆଶା କରୁଥିବା ଦିଗରୁ ସଫଳତା ମିଳିବ। ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଦେଖାଦେଇପାରେ।

ଧନୁ: ସବୁ କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ବାକି ପଡ଼ିଥିବା ଅର୍ଥ ହସ୍ତଗତ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

ମକର: ସବୁ କାର୍ଯ୍ୟ ପୂର୍ବ ଯୋଜନା ଅନୁଯାୟୀ ହେବ। ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ। ଦୂରଯାତ୍ରା କରିପାରନ୍ତି।

କୁମ୍ଭ: ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି। ଖାଦ୍ୟପେୟରେ ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପୁତ୍ରକନ୍ୟାଙ୍କ କାର୍ଯ୍ୟକୁ ନେଇ ମନ ଭାରାକ୍ରାନ୍ତ ରହିବ।

ମୀନ: ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ରାସ୍ତାରେ ଗଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।