ଗୁଣପୁର ଗ୍ରସ୍ତ ରେ ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ; ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ସଜବାଜ ବିଜେଡ଼ି.!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର) – ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ସଜବାଜ ଆରମ୍ଭ କରି ଦେଲାଣି ଶାସକ ବିଜେଡ଼ି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସର୍ବ ପ୍ରଥମ ଦଳ ଭାବରେ ବିଜେଡ଼ି ତାର ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ପ୍ରଥମ କରି ଗୁଣୁପୁର ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି । ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏହି ସମ୍ମିଳନୀରେ ନୂଆ ପର୍ଯ୍ୟବେକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଆନ୍ଧ୍ରରେ ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ କୁ ଗ୍ରହଣ କରି ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ରୁଦ୍ଧଦ୍ୱାର ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଅତନୁ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା କିପରି ପହଞ୍ଚିବ, ସାଧାରଣ ଲୋକେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ଏଥିପାଇଁ ବିଜେଡ଼ି ସବୁ ବେଳେ ଗୁରୁତ୍ୱ ଦେଇଛି । ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି । ପର୍ଯ୍ୟବେକ୍ଷକ ଙ୍କ ଗସ୍ତ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାସ ଙ୍କ ସମେତ ବହୁ କର୍ମୀ ଓ କାର୍ଯ୍ୟକାର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକୃତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବିରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉ ବୋଲି ଦାବୀ କରି କରି ଆଜି ବୁରୁଝରି ପଞ୍ଚାୟତ ର ୫୦ ରୁ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ମାନେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଦବର ପ୍ରଧାନ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଏଥିସହିତ ଯୋଗ୍ୟ ହିତାଧିକାରୀ ଚୟନ ରେ ପକ୍ଷପାତିତା ନ କରିବା ଏବଂ ହିତାଧିକାରୀ ଙ୍କ ତାଲିକା ସାର୍ବଜନୀନ କରିବା ପାଇଁ ଅଭିଯୋଗକାରୀ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏଥିରେ ଭାରତୀୟ ଜନତା ପାର୍ଟି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା, ଯୁବନେତା ପ୍ରମୋଦ କୁମାର ପଣ୍ଡା, ପବିତ୍ର ନାୟକ, ସୀମାଞ୍ଚଳ ମହାନ୍ତି, କୃଷ୍ଣଚନ୍ଦ୍ର ସ୍ଵାଇଁ, ରାମକୃଷ୍ଣ ଜେନା, ଚନ୍ଦ୍ର ମୋହନ ଜେନା, ପଦ୍ମ ଚରଣ ସାହୁ, ଆଲୋକ କୁମାର ଶତପଥୀ ସମେତ ବହୁ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।

ଜଙ୍ଗଲ୍ ମେ ମଙ୍ଗଲ୍ ; ବିଭାଗୀୟ କାର୍ଯ୍ୟାଳୟ କୁ ଘେରାଉ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ବିଗତ ବର୍ଷ ଜଙ୍ଗଲ ବିଭାଗ ଅଧିନରେ ମନରେଗା କାର୍ଯ୍ଯରେ ନିୟୋଜିତ ହୋଇଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଆଜିଯାଏ ମନରେଗା ଟଙ୍କା ମିଲି ନଥିବାରୁ ଏହାର ପ୍ରତିବାଦ ରେ ଆଜି ପାଖାପାଖି ୩୦ ଜଣ ଯୁବକ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ଘେରାଉ କରିଛନ୍ତି । ବରଗଡ ଜଙ୍ଗଲ ବିଭାଗ ଡି.ଏଫ.ଓ ଙ୍କୁ ମଧ୍ଯ ଲିଖିତ ଜଣାଇଥିଲେ ମଧ୍ୟ ୧ ବର୍ଷ ବିତି ଯାଇଥିଲେ ମଧ୍ଯ ଜଙ୍ଗଲ ବିଭାଗ ଶ୍ରମିକ ମାନଙ୍କୁ ଟଙ୍କା ଦେଇ ନଥିବାର ଶ୍ରମିକ ମାନେ ଅଭିଯୋଗ କରିବା ସହ ଯେଉଁ ମାନେ ମନରେଗା ଯୋଜନାରେ କାମ କରି ନାହାନ୍ତି ୭୦ ବର୍ଷ ବୟସ୍କ ଅନେକ ଲୋକଙ୍କ ଏକାଉଣ୍ଟ କୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରା ଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି । ଶ୍ରୀ ଧନେଶ୍ଵର ପ୍ରଧାନ ଓ ତାଙ୍କ ସ୍ତ୍ରୀ ଯାହାଙ୍କ ବର୍ଷ ୭୦ ବର୍ଷରୁ ଅଧିକ ଶ୍ରୀ ତ୍ରିନାଥ ପ୍ରଧାନ,ଶ୍ରୀ ସୌକିଲାଲ ବେଶ୍ରା ୭୨ ବର୍ଷ ଏ ମାନଙ୍କ ଏକାଉଣ୍ଟ କୁ ଜଙ୍ଗଲ ବିଭାଗ ଲକ୍ଷାଧିକ ଟଙ୍କା ଜମାକରି ପୁଣି ରେଞ୍ଜର ସେମାନଙ୍କ ଏକାଉଣ୍ଟ ରୁ ଟଙ୍କା ଉଠାଇ ହଡ଼ପ କରି ନେଇଥିବା ଅଭିଯୋଗ ହେଉଛି । ପାଇକମାଲ ରେଞ୍ଜ ଅଧିନସ୍ଥ ଛେଲିଆମାଲ ଗ୍ରାମର ଶ୍ରମିକ ମାନେ ଛେଲିଆମାଲ ଜଙ୍ଗଲ ଚୁହାପାଲି ଗ୍ରାମ ପର୍ଯ୍ଯନ୍ତ ଡ୍ରେନ ନିର୍ମାଣ କାର୍ଯ୍ଯରେ ୨୦୨୦ ଜୁଲାଇ ମାସରେ ନିୟୋଜିତ ହୋଇଥିଲେ । ୧ ବର୍ଷ ପରେ ମଧ୍ଯ ଶ୍ରମିକ ମାନେ ପ୍ରାପ୍ୟ ପାଇଲେ ନାହିଁ କାମ କରି ନଥିବା ବୟସ୍କ ଲୋକଙ୍କ ଏକାଉଣ୍ଟ ରେ ଜଙ୍ଗଲ ବିଭାଗ ରେଞ୍ଜର ଟଙ୍କା ଜମା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଇଥିବାର ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସି.ଏ.ଏମ୍.ପି ଯୋଜନାରେ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ବିନା କାମରେ ରେଞ୍ଜ ରେ ହଡ଼ପ ହୋଇ ଥିବାରୁ ଡି.ଏଫ.ଓ ତୁରନ୍ତ ତଦନ୍ତ କରି ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଞ୍ଜ ଅଫିସ ଘେରାଉ କୁ ଆସିଥିବା ଶ୍ରମିକ ସର୍ବଶ୍ରୀ ଚିତ୍ତରଞ୍ଜନ ପ୍ରଧାନ,ଉମାକାନ୍ତ ବାଗ,ଉଜ୍ଜ୍ବଳ ବରିହା,ସୌକିଲାଲ ବରିହା,ସୁବାଷ ନେଗୀ,ସତ୍ଯବାଦୀ ବାଗ,ଠାକୁର ପ୍ରଧାନ,ଡୋଲାମଣି ସାହୁ,ପିତାମ୍ବର ବରିହା,ଗଣେଷ ସାହୁ ପ୍ରମୁଖ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।

ଭାଜପା ର ବିଷମକଟକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିକ୍ଷୋଭ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ମୁନିଗୁଡ଼ା) – ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ୍ ଅଚାର୍ଯ୍ୟ ଙ୍କ ଆଦେଶ କ୍ରମେ ରାୟଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିସ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ, ଲାଲା ମହାନ୍ତି ଙ୍କ ନେତୃତ୍ଵରେ ବିଷମକଟକ ବିଧାନସଭା ନିର୍ବାଚନମଣ୍ଡଳୀ ର ମୁନିଗୁଡ଼ା ଠାରେ ଓ.ଏସ୍.ଏସ୍.ସି (ଓଡିଶା ଷ୍ଟାପ ସିଲକସେନ୍ କମିଶନ) ରେ ଚାକିରି ବିକ୍ରି ଅନିମିୟତତା ଓ ଦୁର୍ନୀତି ପ୍ରତିବାଦ ରେ ବିକ୍ଷୋଭ ଓ ନବୀନ୍ ପଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରା ଯାଇ ଥିଲା।

ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ରଞ୍ଜନ ସ୍ଵାଇଁ, ପିଣ୍ଟୁ ମହାନ୍ତି, ପ୍ରଶାନ୍ତ ପାତ୍ର, ସୂରଜ ସୁନା, ପିତାମ୍ବର ରଣା ମୁନିଗୁଡ଼ା ମଣ୍ଡଳ ସଭାପତି ଜଗା ଶବର, ପୂର୍ବତନ ସଭାପତି ରମେଶ ପାଣି, ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ପିଣ୍ଟୁ ଦୁବେ, ଗରିବ ଗାରଡ଼ିଆ, ବିଷମକଟକ ମଣ୍ଡଳ ସଭାପତି ରହିତ ଦଣ୍ଡସେନା, କୃଷକ ମୋର୍ଚ୍ଚା ଉପସଭାପତି ରମାକାନ୍ତ ପାଢି, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକାଲକ୍ଷ୍ମୀ କୁମାରୀ ସିଂହ , ରୁନା ଶିଖା, ସମସ୍ତ ଯୁବ ମୋର୍ଚ୍ଚା ପଦାଧିକାରୀ,ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା , ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଥିଲେ।

ଟାଟା ପାୱାର ସହ ମିଶି ଲୋକଙ୍କୁ ଲୁଟୁଛନ୍ତି ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଟାଟା ପାୱାର କମ୍ପାନୀର ବହୁବିଧ ଶୋଷଣ ଓ ଦାଦାଗିରି ପଛରେ ସରକାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଓ ସମର୍ଥନ ରହିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କରୋନା କାଳରେ ଲକ୍‌ଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ହୋଇରହିଥିବା ବେଳେ ସରକାର ଟାଟାପାୱାର କମ୍ପାନୀ ହାତକୁ ବିଦ୍ୟୁତ ସରବରାହ ଓ ବଂଟନ ବ୍ୟବସ୍ଥାକୁ ଟେକିଦେଲେ । ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ଥରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇପାରିବାର ବ୍ୟବସ୍ଥା ଥିବାବେଳେ କେବଳ ଟାଟାପାୱାରକୁ ହିଁ ଫାଇଦା ଦେବାକୁ ଦୁଇଦୁଇଥର କରି ୮୦ ପଇସା ବୃଦ୍ଧି କରିଦିଆଗଲା । ଲୋକେ କରୋନା କଟକଣା ଯୋଗୁଁ ପଦାକୁ ବାହାରି ପାରୁନଥିବା ଆଳରେ ଏପରି ସୁଚିନ୍ତିତ ଓ ବ୍ୟବସ୍ଥିତ ଷଡଯନ୍ତ୍ର ରଚିଛନ୍ତି ସରକାର । ୫୧ ପ୍ରତିଶତ ଅଂଶଧନର ମାଲିକ ଟାଟାପାୱାର ଏବେ ନିଜକୁ ସର୍ବଶକ୍ତିମାନ ମନେକରୁଛି ଏବଂ ଗ୍ରାହକଙ୍କୁ ମନଇଛା ଶୋଷଣ କରୁଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି । ଜାଣିସୁଣି ବିଳମ୍ବରେ ବିଲ ଦେବା ଯୋଗୁଁ ଗ୍ରାହକଙ୍କ ଠାରୁ ଚଢ଼ାଦରରେ ଶୁଳ୍କ ଆଦାୟ କରାଯାଉଛି । ଏବଂ ୨୭ଲକ୍ଷ ଗ୍ରାହକଙ୍କ ଠାରୁ ଏହି ଅସତ୍ ଉପାୟରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି ବୋଲି ସେ ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି) ଏଥି ନେଇ ନୀରବଦ୍ରଷ୍ଟା ଓ ମୁକସାଖୀ ସାଜିବା ପଛରେ ଓଡ଼ିଶା ସରକାରଙ୍କର ବଡ଼ ବଡ଼ ଅଫିସର ଓ ରାଜନେତାଙ୍କ ସଂପୃକ୍ତି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । ଭିତିଭୂମି ବିକାଶରେ ଲେଶ ମାତ୍ର ଅବଦାନ ନଥିବା ଟାଟାପାୱାର କମ୍ପାନୀର ଏହି ଶୋଷଣ ରାକେର୍ଟରେ ସରକାର ନିଜେ ମଧ୍ୟ ଅଭିଯୁକ୍ତ ବୋଲି ଦଳପକ୍ଷରୁ କୁହାଯାଇଛି । ତେବେ କେବଳ ସେତିକି ନୁହେଁ, ବିନା ସୂଚନାରେ ଘଂଟା ଘଂଟା ବିଦ୍ୟୁତ କାଟିବା, ଅଭିଯୋଗ ପ୍ରତି ଆଦୌ ଗୁରୁତ୍ୱ ନଦେବା ସହିତ ଉପଭୋକ୍ତା ମାନଙ୍କୁ କଥା କଥାରେ ଧମକ ଦେବା ମନଇଛା ବିଦ୍ୟୁତ ସଂଯୋଗ କାଟିଦେବା ଟାଟାପାୱାରର ଦାଦାଗିରିର ନମୂନା ବୋଲି କୁହାଯାଇଛି । କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ଡ ଗ୍ରାମର ଜଣେ ଗରିବ ଗର୍ଭବତି ମହିଳାଙ୍କୁ ୯ ହଜାର ଟଙ୍କା ଲାଂଚ ମାଗିବା ଓ ତାହା ଦେବାରେ ଅସମର୍ଥ ହେବାରୁ ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ ପାଇଥିବା ସସ୍ମିତା ପ୍ରଧାନଙ୍କୁ ଧମକ ଦେଖାଇ ବଳପୂର୍ବକ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବାର ପ୍ରମାଣ ଉପସ୍ଥାପନ କରିଥିଲେ । ଅନଲାଇନରେ ପାଠପଢ଼ିବାକୁ ସରକାର କହୁଥିବା ବେଳେ ତାଙ୍କ ପିଲାମାନେ ବିନା ବିଦ୍ୟୁତରେ ଅନ୍ଧାରରେ ପାଠ ପଢ଼ିପାରୁ ନାହାଁନ୍ତି । ଜନସାଧାରଣଙ୍କ ଏପରି ଦୁର୍ଦ୍ଦଶା ବେଳେ, ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବା ବେଳେ ଟାଟାପାୱାର ଓ ଓଡ଼ିଶା ସରକାରଙ୍କ ଏହି ଷଣ୍ଢୁଆସି ଆକ୍ରମଣ ଓ ବୋଝ ଉପରେ ନଳିତା ବିଡ଼ା ନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ପ୍ରବକ୍ତା ରଜନୀ କୁମାର ମହାନ୍ତି ବିଦ୍ୟୁତ ସରବରାହ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କ୍ଷତିର ବିବରଣୀ ପ୍ରଦାନ କରିଥିଲେ । ଦିଲ୍ଳୀରେ ଏହି କ୍ଷତିର ପରିମାଣ ମାତ୍ର ୧୯.୨୫ ଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୨୮.୨୪% କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ରସରକାରଙ୍କ ଉଦୟ ଯୋଜନାରେ ଏହି କ୍ଷତିକୁ ୧୫% ଯାଏ ହ୍ରାସ କରିବାକୁ ନିର୍ଦ୍ଧାରିତ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କୁ ଏହି ଲକ୍ଷସ୍ଥଳରେ ପଂହଚିବାକୁ ଆଉ କେତେବର୍ଷ ଲାଗିବ ବୋଲି ସେ କହିଥିଲେ ଏବଂ ଏଥିଯୋଗୁଁ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ପ୍ରୋତ୍ସାହନ ରାଶି ବାବଦରେ ରାଜ୍ୟ ଯେଉଁ ସହାୟତାରୁ ବଂଚିତ ହେବ ସେଥିପାଇଁ ରାଜ୍ୟ ସରକାର ଦାୟି ରହିବେ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ପରିଚାଳନା କରିଥିଲେ ।