ପ୍ରକୃତ ହିତାଧିକାରୀ ଙ୍କୁ ଘର ପ୍ରଦାନ ଦାବିରେ କବିସୂର୍ଯ୍ଯନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଘର ବଣ୍ଟନ ରେ ପାତର ଅନ୍ତର ଓ ଧନୀ ଶ୍ରେଣୀ ଲୋକଙ୍କୁ ଦୁଇ ରୁ ତିନି ଟି ଘର ଦିଆଯାଉଛି କିନ୍ତୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ଘର ଦିଆଯାଉନଥିବା ଅଭିଯୋଗ କରି ଆଜି ବୋରସିଙ୍ଗି ଗ୍ରାମର କୋଡିଏ ରୁ ଉର୍ଦ୍ଧ ମହିଳା ପୁରୁଷ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ସମସ୍ୟା ନେଇ ପୂର୍ବରୁ ବହୁବାର ଆବେଦନ କରିବା ସହିତ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ଯଦି ଆଗାମୀ ଦିନରେ ସରକାର ଙ୍କ ତରଫରୁ ଘର ଯୋଗାଇ ଦିଆ ନଯାଏ ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି କହିଛନ୍ତି ଆବେଦନକାରୀ ମାନେ ।

ମୁଖ୍ୟମନ୍ତ୍ରୀ ଓ ଓଏସଏସସି ଅଧ୍ୟକ୍ଷଙ୍କ କୁସପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିରେ ସାମିଲ ଥିବା ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ସହ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ ।

ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ ଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତା ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗାନ୍ଧିଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ କୁସପୁତ୍ତଳିକା ଦାହ କରିଥିଲେ।ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଅନ୍ୟାୟ ନହେବ ସେନେଇ ରାଜ୍ୟପାଳଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗୁଣପୁର ମୈତ୍ରୀ କେନ୍ଦ୍ରରେ ମହା ଦୁର୍ନୀତି; ଅସାଧୁ ବ୍ୟବସାୟୀ ଓ ଅଧିକାରୀ ଙ୍କ ମଧ୍ୟରେ ରହିଛି କି ମଧୁ ଚନ୍ଦ୍ରିକା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ସରକାରଙ୍କ ପକ୍ଷରୁ ଗରୀବ ଖଟିଖିଆ ଙ୍କୁ ସୁଲଭ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି । ଗରୀବ ମଜୁରିଆ ଏହାର ସୁଫଳ ଯେତିକି ପାଇପାରୁନାହାଁନ୍ତି ତାଠାରୁ ଅଧିକ ଲାଭବାନ ହେଉଛନ୍ତି ଦଲାଲ ବ୍ୟବସାୟୀ । ଏହା ସମ୍ଭବ ହୋଇ ପାରୁଛି କେବଳ ସେଠାରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରୁ । ଏସବୁରେ ରୋକ ଲଗାଇବା ନିମନ୍ତେ ରାସନ ଯୋଗାଇବା ସମୟରେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବା ବ୍ୟବସ୍ଥା ରହିଛି କିନ୍ତୁ ଏହି ନିୟମକୁ କୋଣ ଠେସା କରିଛି ଗୁଣପୁର ଯୋଗାଣ ବିଭାଗ । ବିନା ଫିଙ୍ଗର ପ୍ରିଣ୍ଟ୍ ରେ ଚାଉଳ ଦିଆଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଗୁଣପୁର ବାସିନ୍ଦା ପ୍ରମିଳା ବାଉରୀ । ଏପଟେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମୈତ୍ରୀ କେନ୍ଦ୍ରର କର୍ମଚାରୀଙ୍କ ସହଯୋଗରେ ଟଙ୍କାଏ ଦରରେ ଚାଉଳ ଉଠାଇ ନେଇ ଆଠ ଟଙ୍କାରେ ବିକ୍ରି କରୁଛନ୍ତି । ଏହାକୁ ଦେଖି ଗୁଣୁପୁର ମୈତ୍ରୀ କେନ୍ଦ୍ର ରେ ଚାଲିଛି ମହା ଦୁର୍ନୀତି ଏବଂ ଅସାଧୁ ବ୍ୟବସାୟୀ ଓ ଅଧିକାରୀଙ୍କ ମଧ୍ୟରେ ରହିଥିବା ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଘଟୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି। ମୈତ୍ରୀ କେନ୍ଦ୍ର ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଏଭଳି ସହଯୋଗ ଦଲାଲ ଙ୍କୁ ରାସନ କାର୍ଡ ବନ୍ଧକ ରଖିବାରେ ସହାୟକ ହୋଇଛି ।

ସୂଚନା ଯୋଗ୍ୟ ଯେ ଅର୍ଥ ଅଭାବ ଯୋଗୁଁ ଶ୍ରୀମତୀ ବାଉରୀ ପାଞ୍ଚ ବର୍ଷ ପୂର୍ବେ ଜୈନିକ ଲୋକ ଙ୍କ ଠାରୁ ନିଜ ରାସନ କାର୍ଡ ବନ୍ଧକ ରଖି କିଛି ଅର୍ଥ ଆଣିଥିଲେ। ଅର୍ଥ ଦେବା ବ୍ୟକ୍ତି ଓ ପ୍ରମିଳା ବାଉରୀ ଙ୍କ ମଧ୍ୟରେ ରେସନ କାର୍ଡ ବନ୍ଧକ ରଖି ନେଇଥିବା ଟଙ୍କା ଫେରାଇବା ପର୍ଯ୍ୟନ୍ତ ପ୍ରତି ମାସରେ ରାସନ କାର୍ଡ ରେ ଯାହା ଚାଉଳ ମିଳିବ ତାହାର ଅଧା, ସୁଧ ଆକାରରେ ଦେବେ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ବିନା ଫିଙ୍ଗର ପ୍ରିଣ୍ଟରେ ଗୁଣୁପୁର ମୈତ୍ରୀରେ ରାସନ ଦିଆଯାଉଥିବା ଯୋଗୁଁ ସେ ଅସୁବିଧା ହେଉଥିବା ଓ ତାଙ୍କ ଭଳି ଅନେକ ଗରୀବ ଲୋକ ମଧ୍ଯ ଅସୁବିଧା ହେଉଥିବା ପ୍ରମିଳା କହିଛନ୍ତି। ଅନ୍ୟ ପକ୍ଷରେ କୋରନା ମହାମାରୀ ଯୋଗୁଁ ରାସନ କାର୍ଡ ଧାରୀ ମାନଙ୍କୁ ସରକାର ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ବିନା ମୂଲ୍ଯରେ ଦିଆଯାଉଥିବା ଶୁଣି, ପ୍ରମିଳା ବନ୍ଧକ ରଖିଥିବା କାର୍ଡ ଟିକୁ ମାଗିଆଣି ମୈତ୍ରୀ କେନ୍ଦ୍ର କୁ ଯାଇଥିଲେ। କିନ୍ତୁ ସେଠାରେ ଥିବା ତାଲିକାରେ ତାଙ୍କ ନାଁ ଆଉ ନାହିଁ ବୋଲି ମୈତ୍ରୀ କେନ୍ଦ୍ର ର କର୍ମଚାରୀ କହିଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠିଛି ଏହି ହିତାଧିକାରୀ ଙ୍କ ନିମନ୍ତେ ଆସିଥିବା ଚାଉଳ କୁଆଡେ ଗଲା, ଆଜକୁ ପାଞ୍ଚ ବର୍ଷ ହେଲେ ସେହି କାର୍ଡ ରେ ଚାଉଳ ସେ ବନ୍ଧକ ରଖିଥିବା ଲୋକ ନେଉଥିଲା କେମିତି ? ମୈତ୍ରୀ କେନ୍ଦ୍ରରେ ନିଯୁକ୍ତି ପ୍ରାପ୍ତ କଣ୍ଟାଵାଲା ଶ୍ରୀ ମାଝୀ ଗୌରୀ ପ୍ରସାଦ ନାୟକ ନିଜ କାର୍ଯ୍ୟ ନତୁଲାଇ ରାସନ କାର୍ଡ ଲେଖୁଥିବା ବାହାନାରେ ଦଲାଲ ବେପାରୀଙ୍କ ସହ ହାତ ମିଳାଇ ଏଭଳି ଦୁର୍ନୀତି ଚଲାଇଥିବା କୁହାଯାଉଛି । ଶ୍ରୀ ମାଝୀ ଗୌରୀ ପ୍ରସାଦ ନାୟକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଏଭଳି କାଣ୍ଡ ଭିଆଇବା ରେ ସୁବିଧା ହେଉଛି । ଗୁଣପୁର ମୈତ୍ରୀ କେନ୍ଦ୍ରରେ ଚାଲିଥିବା ଅରାଜକତାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଉଠୁଥିଲେ ମଧ୍ୟ ସ୍ଥାନୀୟ ଯୋଗାଣ ନିରୀକ୍ଷକ ଶ୍ରୀମତୀ ରିତା ବେହେରା ଏନେଇ ତଦନ୍ତ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ଚର୍ଚ୍ଚା ଜୋର ଧରିଛି ।

ଶ୍ରୀମତୀ ପ୍ରମିଳା ବାଉରୀଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ଯୋଗାଣ ବିଭାଗୀୟ ଅଧିକାରୀ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଏବଂ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସୁପାରିଶ ନକଲେ ପ୍ରମିଳା ବଉରୀଙ୍କ ଭଳି ଅନେକ ପରିବାର ଏଭଳି ସରକାର ଙ୍କ ପ୍ରଦତ୍ତ ସୁବିଧାରୁ ବଞ୍ଚିତ ହେଉଥିବେ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି। ଏହି ଅଭିଯୋଗ ସମ୍ପର୍କ ରେ ଯୋଗଯୋଗ ପରେ ମଧ୍ଯ ସ୍ଥାନୀୟ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ପଲ୍ଲୀ ଆଲୋକ ପାଠାଗାର ଜନସେବା ରେ ଉତ୍ସର୍ଗୀକୃତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) –ଅନେକ ଘାତପ୍ରତିଘାତ ମଧ୍ୟରେ ମହାମାରୀ କରୋନା ସମୟ ରେ ନିଜକୁ ସମର୍ପିତ କରି ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ(ଖ) ରେ ଅବସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଜନସାଧାରଣ ଙ୍କ ଉଦ୍ଦେଶ୍ୟ ଅନେକ ଗୁଡ଼ିଏ ସଫଳତା ର ଜନହିତକର କାର୍ଯ୍ୟ କରିଚାଲିଛନ୍ତି। ଏ ପରିପ୍ରେକ୍ଷୀରେ ଆଗକୁ ତୃତୀୟ ଲହର କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସରକାରୀ ଡାକ୍ତରଖାନା କୁ ଦୁଇଟି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ଦେଇଥିବା ବେଳେ, ଗାଇସିଲେଟ ସି.ଏଚ.ସି,ତାଲପାଲି ସି.ଏଚ.ସି,ଜମଲା ସି.ଏଚ.ସି ସମେତ ପାଇକମାଳ ବ୍ଳକ ଅଧିନରେ ଯାଉଥିବା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଇକମାଳ ପି.ଏଚ.ସି ,ମାଣ୍ଡୋସିଲି ପି.ଏଚ.ସି କୁ ଗୋଟିଏ ଲେଖାଏଁ ଏବଂ ଏ ଅଞ୍ଚଳର ଏକମାତ୍ର ଆୟୁର୍ବେଦିକ କଲେଜ ସହ ଡାକ୍ତରଖାନା ନୃସିଂହନାଥ, ପାଇକମାଳ କୁ ଦୁଇଟି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ସହ ମାଗଣା ରେ ଏନ୍୯୬ ମାକ୍ସ ପର୍ଯ୍ୟାପ୍ତ ପରିମାଣ ର ପ୍ରଦାନ କରି ତାଙ୍କ ମହାନତା ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଗକୁ ଲୋକେ ଯେ ଭଳି ଅକ୍ସିଜେନ ଅଭାବ ରୁ ମୃତ୍ୟୁ ମୁଖରେ ନ ପଡ଼ିବେ, ଏହାହିଁ ପାଠାଗାର ର ମୂଳ ଲକ୍ଷ୍ୟ।

ଏ ଅବସର ରେ ପଦ୍ମପୁର ରେ ଏସ.ଡି.ଏମ.ଓ ଡାକ୍ତର ତହସିଲ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କ ଉପସ୍ଥିତି ରେ ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର କୁ ଗ୍ରହଣ କରିଥିବା ବେଳେ, ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡାକ୍ତର ତ୍ୟାଗରାଜ ସିଂ,ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସେବାବ୍ରତ ମେହେର, ପାଇକମାଳ ରେ ଡାକ୍ତର ଶ୍ରୀଧର ପ୍ରଧାନ, ପାଇକମାଳ ଆୟୁର୍ବେଦିକ କଲେଜ ରେ ପରିଚାଳକ ମନୋଜ ତ୍ରିବେଦୀ,ମାଣ୍ଡୋସିଲି ପି.ଏଚ ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପି.ଏଚ.ଇ.ଓ ଶ୍ରୀମାନ ତୁଷ କୁମାର ଚନ୍ଦ୍ରକାର, ଗାଇସିଲେଟ ଡାକ୍ତରଖାନା ର ଡାକ୍ତର ନରେନ୍ଦ୍ର କୁମାର ତ୍ରିପାଠୀ ତାଙ୍କ କର୍ମଚାରୀ ଙ୍କ ଗହଣରେ ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ସଂପାଦକ ଶ୍ରୀମାନ ପ୍ରଶାନ୍ତ ନାୟକ, ପ୍ରୋଗ୍ରାମିଙ୍ଗ ସଂଯୋଜକ ଶ୍ରୀମାନ ହିରାଲାଲ ମିଶ୍ର,ପରିଚାଳକ ଶ୍ରୀମାନ ଅଜୟ ବାଦୀ ଏହି ଅମ୍ଳଜାନ ସାଦ୍ଧ୍ରକ ଯନ୍ତ୍ର ମାନଙ୍କୁ ପ୍ରଦାନ କରିଥିଲେ।

ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ରାଜଧାନୀରେ ବିଜେପି କର୍ମକର୍ତ୍ତା ଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟ ସରକାର ଓ ବି ଏମ୍ ସି ର ଦାୟୀତ୍ୱ ହୀନତାର ପରିଚୟ ବିରୁଦ୍ଧରେ ଭୁବନେଶ୍ୱର ର ପ୍ରତ୍ୟେକ ୱାର୍ଡ ୱାର୍ଡ ବୁଲି ବୁଲି ପ୍ରଚାର କରିବା ସହ ଡେଙ୍ଗୁ ରୋଗ ପ୍ରତିଷେଧକ ପାଇଁ ବିଜେପି ସଚେତନ କରାଇବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ।ପ୍ରତି ବର୍ଷ ଡେଙ୍ଗୁ ଓ ବର୍ଷା ଜନିତ ରୋଗକୁ ରୋକିବା ପାଇଁ ସଚେତନ ତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନ ଅର୍ଥ କୁ ବିଏମସି ହରିଲୁଟ କରି ଚାଲିଛି । ପରିମଳ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥର ଲାଭ ଭୁବନେଶ୍ୱର ବାସିନ୍ଦା ପାଇବା ବଦଳରେ କିଛି ହାତ ଗଣତି କମ୍ପାନୀ ଏହାର ଲାଭ ଉଠାଇଛନ୍ତି । ବୋଲି ବାବୁ ସିଂ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଓ ବିଏମସି ପ୍ରଶାସନ ଜାଣିଶୁଣି ମିଳିତ ଭାବେ କରନା ସଙ୍କଟ ସମୟରେ ଡେଙ୍ଗୁ ରୋଗ କୁ ରାଜଧାନୀ ବାସୀଙ୍କ ଉପରେ ଲଦି ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ରାଜ୍ୟ ସରକାର ଓ ବି ଏମ୍ ସି ର ଦାୟୀତ୍ୱ ହୀନତାର ପରିଚୟ ବିରୁଦ୍ଧରେ ଭୁବନେଶ୍ୱର ର ପ୍ରତ୍ୟେକ ୱାର୍ଡ ୱାର୍ଡ ବୁଲି ବୁଲି ପ୍ରଚାର କରିବା ସହ ଡେଙ୍ଗୁ ରୋଗ ପ୍ରତିଷେଧକ ପାଇଁ ବିଜେପି ସଚେତନ କରାଇବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ।

ପ୍ରତି ବର୍ଷ ଡେଙ୍ଗୁ ଓ ବର୍ଷା ଜନିତ ରୋଗକୁ ରୋକିବା ପାଇଁ ସଚେତନ ତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନ ଅର୍ଥ କୁ ବିଏମସି ହରିଲୁଟ କରି ଚାଲିଛି । ପରିମଳ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥର ଲାଭ ଭୁବନେଶ୍ୱର ବାସିନ୍ଦା ପାଇବା ବଦଳରେ କିଛି ହାତ ଗଣତି କମ୍ପାନୀ ଏହାର ଲାଭ ଉଠାଇଛନ୍ତି ଏବଂ ରାଜ୍ୟ ସରକାର ଓ ବିଏମସି ପ୍ରଶାସନ ଜାଣିଶୁଣି ମିଳିତ ଭାବେ କରୋନା ସଙ୍କଟ ସମୟରେ ଡେଙ୍ଗୁ ରୋଗ କୁ ରାଜଧାନୀ ବାସୀଙ୍କ ଉପରେ ଲଦି ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଭୁବନେଶ୍ୱର ମହାନଗର ନିଗମର ୧୨ଟି ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କୋଭିଡ ନିୟମକୁ ପାଳନ କରି ଭରଚୁଏୟଲ ମାଧ୍ୟମରେ ଡେଙ୍ଗୁ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ସଭା କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ,ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମଣ୍ଡକିନୀ ପାତ୍ର, ଓବିସି ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ମଣ୍ଡଳ ସଭାପତି ଜଗନ୍ନାଥ ବେହେରା,ଅଞ୍ଜନ ନାଥ ବେହେରା,ଜାତୀନ୍ଦ୍ର ମହାନ୍ତି ,ହିମାଂଶୁ ଶେଖର ଛୋଟ ରାୟ ଓ ଅନ୍ୟ କର୍ମକର୍ତ୍ତା ମନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଛନ୍ତି।

ଏହାର ପ୍ରତିବାଦରେ ଭୁବନେଶ୍ୱର ମହାନଗର ନିଗମର ୧୨ଟି ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କୋଭିଡ ନିୟମକୁ ପାଳନ କରି ଭର୍ଚ୍ୟୁଏଲ ମାଧ୍ୟମରେ ଡେଙ୍ଗୁ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ସଭା କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ,ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମଣ୍ଡକିନୀ ପାତ୍ର, ଓବିସି ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ମଣ୍ଡଳ ସଭାପତି ଜଗନ୍ନାଥ ବେହେରା,ଅଞ୍ଜନ ନାଥ ବେହେରା,ଜାତୀନ୍ଦ୍ର ମହାନ୍ତି ,ହିମାଂଶୁ ଶେଖର ଛୋଟ ରାୟ ଓ ଅନ୍ୟ କର୍ମକର୍ତ୍ତା ମନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଛନ୍ତି।

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ରେ ବଂଶଧାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ଉଲ୍ଲେଖନୀୟ ସଫଳତା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଫଳ ରେ ବଂଶଧାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଣପୁର ର ବିଦ୍ୟାର୍ଥୀ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟ ପକ୍ଷରୁ ୬୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୪୩ ଜଣ ପ୍ରଥମ ଶ୍ରେଣୀ , ୧୮ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୨ ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟ ର ଛାତ୍ରୀ ଏ ପ୍ରିୟଙ୍କା ଆଚାରି ସର୍ବାଧିକ ୫୫୮ ନମ୍ବର ରଖି ମହାବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଅନାମିକା ସାହୁ ୫୩୭ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନୁଷ୍ଠାନ ର ପରିଚାଳନା କମିଟି ଅଧକ୍ଷ ଲକ୍ଷ୍ମୀକାନ୍ତ ମହାଙ୍କୁଡ଼ , ଉପାଧକ୍ଷ ଲାଡି ରାଜ୍ କୁମାର , ସମ୍ପାଦକ ହରେକୃଷ୍ଣ ପୁରୁଷୋତ୍ତମ ଏବଂ ବିଦ୍ୟାଳୟ ଅଧକ୍ଷ ସରୋଜ କୁମାର ଦାସ ସମସ୍ତ ବିଦ୍ୟାର୍ଥୀ ଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନ ର ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି।

ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ମହାନଗର ୱର୍ଡ ନମ୍ବର ୫ ତୁଳସୀ ନଗର ଅଷ୍ଟମ ଲାଇନ, ରେ ଅବସ୍ତିତ ଶିଶୁ ପାର୍କ ଠାରେ ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଶ୍ରୀ ଚନ୍ଦ୍ର ଶେଖର ସାହୁ, ସନ୍ନମାନିୟ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଅତିଥି ବ୍ରହ୍ମପୁର ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ର ଗଞ୍ଜାମ ଜିଲ୍ଲା ସଭାପତି ଡାଃ. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଏକ୍ସ ବିଡିଏ ଚେୟାରମ୍ୟାନ ତଥା ଜୀବନ ବିଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣା, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ଉପ ସଭାପତି ଶ୍ରୀ ସଂଜିତ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଶ୍ରୀ ଜଗନ୍ନାଥ ସାବତ, ୱର୍ଡ ନଂ – ୫ ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ, ବିଜୁ ଯୁବ ଜନତା ଦଳ ର ମହାନଗର ସଭାପତି ଶ୍ରୀ ଅଜିତ ପଣ୍ଡା, ବିନୁ ଯୁବ ଜନତା ଦଳ ର ୱର୍ଡ ସଭାପତି ଶ୍ରୀ ମୋନଜ ସାହୁ ବିଶିଷ୍ଟ ସମାଜ ଶ୍ରୀ ସୁଳପାଣି ଶତପଥୀ, ୱାର୍ଲ୍ଡ ଟ୍ରୀ ବ୍ୟାଙ୍କ୍ ର କର୍ମକର୍ତା ଡିରେକ୍ଟର ଶ୍ରୀମତୀ ସୁନିତା ରାଉତ, ଡିରେକ୍ଟର ଶ୍ରୀ ଧନେଶ୍ୱର ନାୟକ, ସଭାପତି ଶ୍ରୀ ରବୀନ୍ଦ୍ର ପଣ୍ଡା, ଉପସଭାପତି ଡାଃ. ସମୀର ନାୟକ, ସେକ୍ରେଟାରୀ ଏସ୍.ନାଗେଶ୍ୱର ପୃଷ୍ଟି, ପ୍ରୋଗ୍ରାମ ଅଫିସର ଏ.କେ ଜିଲାନି, ଆଡଭାଇଜର ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ, କୋଡିନେଟର ଶ୍ରୀ ସୁଶାନ୍ତ ପାଢ଼ୀ, ଆର୍ଯ୍ୟ ଭଟ୍ଟା ଫୋୖଡେସନ ର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସାହି ବାସିନ୍ଦା ଶ୍ରୀ ସମୀକ ସାହୁ , ବିଜ୍ଞାନ ଶିଷଙ୍କ ଶ୍ରୀ ଦୁତିକୃଷ୍ଣ ଲେଙ୍କା ଆଶୁତୋଷ ନାୟକ, ସାଇସୁଆନୀ, ପ୍ରମୁଖ ଉପସ୍ଥିତ ରହି ଅଁଳା, ମନ୍ଦାର, ଛଚିନା, ଗଙ୍ଗଶିଉଳି, ନିମ୍ବ, ତୁଳସୀ ବିଭିନ୍ନ ପ୍ରକାର ୫୦ ଟି ଗଛ ରପଣ କଲେ । ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁରହିବ ସଭାପତି ମତ ପ୍ରକାଶ କରିଛନ୍ତି । ଶେଷରେ ଅଂଚଳ ବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଗଲା।

ଜନସେବା ଆମର ପ୍ରଥମ ପ୍ରାଥମିକତା – ଚିନ୍ମୟ କୁମାର ପଣ୍ଡା…।

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର) –ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ପ୍ରସ୍ତାବ କ୍ରମେ ପି.ଏମ୍ କେୟାର ଫଣ୍ଡ – ଷ୍ଟେଟ ସି.ଏସ୍.ଆର୍ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ ଚାଲିଛି ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ କାର୍ଯ୍ୟ ର ତଦାରଖ କରିଥିଲେ ।ପ୍ଲାଣ୍ଟ ର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏହା ଅତି ଶୀଘ୍ର ସମ୍ପୂର୍ଣ କରାଯିବ ବୋଲି ପି.ଡବ୍ଲ୍ୟୁ.ଡି ର ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମେହେର, ଶ୍ରୀଯୁକ୍ତ ରାଜେନ୍ଦ୍ର କିଷାନ ମତବ୍ୟକ୍ତ କହିଛନ୍ତି ।

ଏ ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ତହସିଲ ସାହୁ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧି ଦଳରେ ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଉପସଭାପତି ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ତାହାର ସମାଧାନ ହେଇପାରିବ ସେ ହିସାବରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି।

ଦିନରେ ଆଲୁଅ ରାତିରେ ଅନ୍ଧାର …!

!!! ବରଗଡରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର କଥା କହିଲେ ନ ସରେ। ଏ ଅଞ୍ଚଳ ରେ ହାଇମାକ୍ସ ଲାଇଟ୍ ଦିନରେ ଜଳେ ଏବଂ ସଂଧ୍ୟା ହେଲେ ଲିଭିଯାଏ । ରାତ୍ରି ସାରା ପଦ୍ମପୁର ସ୍ଥିତ ଶାନ୍ତି ନଗର ପଡା ଅନ୍ଧାର ରେ ରହେ । ଦିର୍ଘ ୫ଦିନ ହେଲା ଏ ଭଳି ଅନ୍ଧକାରମୟ ରେ ଶାନ୍ତି ନଗର ବାସିନ୍ଦା ଙ୍କୁ ରଖିବାର ମାନେ କ’ଣ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଣ ସୃଷ୍ଟି ହେଉଛି।

କାରଣ ସହର ରେ ବୁଲା କୁକୁର,ଷଣ୍ଢ ଙ୍କ ପ୍ରାଦୃଭାବ ହେତୁ ପଡାରେ ବସବାସ କରୁଥିବା ଲୋକେ ନାହିଁ ନଥିବା ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛନ୍ତି। ଏହାକୁ ବିଚାର କୁ ନେଇ ଅତିଶିଘ୍ର ଏହାର ପ୍ରତିକାର ଦିଗରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ନଗର ବାସିନ୍ଦା ଦାବୀ କରନ୍ତି।

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ୱଚ୍ଛତା ଅଭିଯାନ ର ବିକଳ ଚିତ୍ର…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ସ୍ଥାନୀୟ ପୋଷ୍ଟ ଅଫିସ ନିକଟସ୍ଥ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପାଚେରି କୁ ଲାଗି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗତବର୍ଷ ନିର୍ମିତ ହୋଇଥିବା ଅଳିଆ ଆବର୍ଜ୍ଜନା ଜମାଗୃହ ର ଏହା ହେଉଛି ଅସଲ ଚିତ୍ର। ଦୁଇ କୋଠରୀ ର କବାଟ କେବେ ଠାରୁ ଅଦୃଶ୍ୟ ହୋଇ ମୁକୁଳା ହୋଇ ପଡ଼ିରହିଛି। ଅଳିଆ ସବୁ ରାସ୍ତା ରେ ବିଛେଇ ହୋଇ ପଡ଼ି ପରିବେଶ କୁ ଦୂଷିତ କରି ଆସୁଛି ।

ଗୋଟିଏ ଶିକ୍ଷା ଅନୁଷ୍ଠାନ କୁ ଲାଗି ଏପରି ପ୍ରକଳ୍ପ ନିର୍ମାଣ ସ୍ଥାନୀୟ ପ୍ରଶାସନ ର ଦୂରଦୃଷ୍ଟି ର ଅଭାବ କୁ ସୂଚିତ କରୁଛି। ଦ୍ୱିତୀୟ ରେ ସରକାରୀ କା ମାଲ୍ ଦରିଆ ମେ ଡାଲ୍ ନୀତି ରେ ପରିଷଦ ର ନିର୍ବାହୀ ଅଧିକାରୀ ଆଖିବୁଜି ଦେଇଥିବା ପରି ମନେ ହୁଏ। ଏ କଣ ହେଉଛି ମୋ ସରକାର ୫-ଟି ଅଭିଯାନ ର ବାସ୍ତବତା….?