ବିଲିଭର୍ସ ଇଷ୍ଟର୍ଣ୍ଣ ଚର୍ଚ୍ଚରେ କାର୍ଯ୍ୟରତ ସ୍ବେଚ୍ଛାସେବୀଙ୍କ ଦ୍ଵାରା ୬୦ ଜଣଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ…!

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ପ୍ରତିନିଧି ମନୋଜ ନାଲା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମୁକୁନ୍ଦପୁର) – ମହାମାରୀ କରୋନା ସଙ୍କଟରେ ଅନେକ ଗରିବ ତଥା ଦୈନିକ କାମଧନ୍ଦା କରି ପରିବାର ପୋଷଣ କରୁଥିବା ପରିବାର ଜୀବିକା ହରେଇବା ସହିତ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି। କରୋନା ସ୍ଥିତିକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଲକଡାଉନ ଓ ସର୍ଟଡାଉନ ମଧ୍ୟ କରାଯାଇଥିଲା ଏବଂ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରୁ କଟକଣା କହଳ କରାଯାଇଛି। କିନ୍ତୁ ବର୍ତ୍ତମାନ କିଛି ମାତ୍ରାରେ ସ୍ୱାଭାବିକ ହେଉଥିବା ବେଳେ ଗରିବ, ଦିନ ମଜୁରିଆ ଓ ମଧ୍ୟବିତ୍ତ ପରିବାର ସହ ଅନେକ ଲୋକଙ୍କ ଜୀବିକା ନିର୍ବାହରେ ବାଧା ସୃଷ୍ଟି ହୋଇ ପରିବାର ଚଲେଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲୋକଙ୍କ ଏଭଳି ପରିସ୍ଥିତିକୁ ନଜୀରରେ ରଖି କିଛି ମାତ୍ରାରେ ସହାୟତା ପାଇଁ ଆଜି ବିଲିଭର୍ସ ଇଷ୍ଟର୍ଣ୍ଣ ଚର୍ଚ୍ଚ ରାୟଗଡା ଡାୟସିସରେ କାର୍ଯରତ ସ୍ବେଚ୍ଛାସେବୀ ଶ୍ରୀମତୀ ଚୁନେଲି ମାଗ ଆଶିଷଙ୍କ ଅନୁକୂଲ୍ୟରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ଧାମୁନିଗୁଡା ଓ ମୁକୁନ୍ଦପୁର ଗ୍ରାମର ହାଟପଦା ଠାରେ ଗରିବ ଦିନ ମଜୁରିଆ ଓ ବିଧବା ମା ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏଥିରେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରି, ସମିତିସଭ୍ୟ ଡକ୍ଟର ଆଇ ଗୋବର୍ଦ୍ଧନ ରାଓ, ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି, ମୁକୁନ୍ଦପୁର ହରିଜନ ସାହି ମୁଖିଆ ବୃନ୍ଦା କୌଶଲ୍ୟା ଓ ୱାର୍ଡମେମ୍ବର ପ୍ରଫୁଲ ବିଡିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୬୦ ଜଣ ବିଧବା ମା ମାନଙ୍କ ସହ ଦିନ ମଜୁରିଆ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମହାମାରୀ କରୋନା ଯୋଗୁଁ ଗରିବ ଲୋକେ ନିଜ ଜୀବିକା ହରାଇ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ଏହି ସାମଗ୍ରୀ ଦ୍ବାରା ଜଣେ ଗରିବ ଲୋକଙ୍କୁ କିଛି ମାତ୍ରାରେ ସହାୟକ ହେବା ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ଶ୍ରୀମତୀ ଆଶିଷ କହିଥିଲା ବେଳେ ସମିତିସଭ୍ୟ ଶ୍ରୀ ରାଓ ସ୍ବେଚ୍ଛାସେବୀଙ୍କ ଏଭଳି ନିଆରା ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ହୋପ ଫର ଚିଲଡ୍ରେନ ଅନୁଷ୍ଠାନର ଫଣ୍ଡ ରାଇଜିଙ୍ଗ ଅଫିସର ବିରଞ୍ଚି ପାତିକା ପରିଚାଳନା କରିଥିବା ବେଳେ ସରୋଜ ବିଡିକା, ଅନୀଲ ବିଡିକା ଓ ସୁରଜ ଟାକ୍ରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଛାମୁ ଯାହା ଦେଲେ ହରଷେ – ପାହୁପାହୁ ଗଲା ବରଷେ ; ସ୍ୱପ୍ନ ରେ ରହିଗଲା ଅତ୍ୟାଧୁନିକ ଆମ୍ବୁଲାନ୍ସ…!

!!! ବରଗଡ଼ ଜିଲ୍ଲା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ଗତ ୦୭.୦୭.୨୦୨୧ ରେ ବିଭିନ୍ନ ଗଣ ମାଧ୍ୟମରେ ରେ ପ୍ରକାଶିତ ହୋଇଥିଲା କି ଯେ, ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଉଦ୍ୟମ ରେ ପଦ୍ମପୁର କୁ ମିଳିଲା ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ। ଠିକ କଥା ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପାଇଁ ଏହା ବହୁ ଜରୁରୀ ଅଟେ। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଅଦ୍ୟାବଧି ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ଏକ ସ୍ୱପ୍ନ ଭିତରେ ଡୁବି ରହିଛି। ଯାହାକି ଏଇ ଆମ୍ବୁଲାନ୍ସ ଟେ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀମାନ ଅସିତ ତ୍ରିପାଠୀ ଟୁଇଟର କରି ସୂଚନା ପ୍ରଦାନ କରିଥିଲେ। ଏ ପରିପ୍ରେକ୍ଷୀରେ ଆମ୍ବୁଲାନ୍ସ ଟି ରହିଲା କେଉଁଠି,ନା ସୁନେଲି ସ୍ୱପ୍ନ ଦେଖାଦେଲେ ଶ୍ରୀ ତ୍ରିପାଠୀ ବୋଲି ବେଶ ଚର୍ଚ୍ଚା ଚାଲିଛି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ କେବେ ଆସୁଛି ତାହା ଦେଖିବାକୁ ବାକି ରହିଲା।

ଆସନ୍ତା ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ ପାଳନ |

!!! ବରଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ବିଶିଷ୍ଟ ସମ୍ବଲପୁରୀ ଭାଷା ର ରଚୟିତା, ସମ୍ବଲପୁରୀ ଭାଷାର ଜନକ ତଥା ଗବେଷକ ସ୍ୱର୍ଗତ ଗୁରୁଦେବ ସତ୍ୟନାରାୟଣ ବହିଦାର ତଥା ସ୍ୱର୍ଗତ ଶ୍ରୀଧର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମ୍ବଲପୁରୀ ଦିନ ଭାବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ର ଅଗଷ୍ଟ ୧ ତାରିଖ ରେ ପଦ୍ମପୁର ସହରଠାରୁ ଆନତି ଦୂରରେ ଥିବା ବୁବୁଡା ସ୍ଥିତ କଲ୍ୟାଣମଣ୍ଡପ ଠାରେ ଏଠାକାର ଉଦିୟମାନ ସମ୍ବଲପୁରୀ ଭାଷାର ପ୍ରଣେତା ଶ୍ରୀମାନ ବିନୋଦ ବୈକାର୍,ସୁରେନ୍ଦ୍ର ମେହେର,ପୌଲସ୍ତ୍ୟ ସାହା,ରୋଜ୍ ପଧାନ୍,ନମିତା ଦୀପ ଙ୍କ ପ୍ରଚେଷ୍ଟା ରେ ବାଟ କଢୁଆଲ କୁଟୁମ୍ବ ତରଫରୁ ଆୟୋଜିତ ଏହି ସୁନ୍ଦର କାର୍ଯ୍ୟକ୍ରମ l ଏ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଧ୍ରୁବ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ତଥା ସମାଜସେବୀ ସୁକାନ୍ତ ବାଗ,କବି ସଂପାଦକ ତଥା ସଙ୍ଗଠକ ବୈରାଗୀ ସାହୁ ଏବଂ କବୟତ୍ରୀ ତଥା ସମାଜସେବୀ ଉତ୍ତମା ପ୍ରଧାନ ଯୋଗଦାନ କରୁଥିବାବେଳେ ଏକ ସମାଲୋଚନା ମୂଳକ ଫେସବୁକ କଳାପଟା ‘ଲେଦା’ ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି lଉକ୍ତ ଦିବସ ରେ ପଶ୍ଚିମ ଓଡ଼ିଶା ର ଅନେକ ନାମିଦାମୀ ଲେଖକ,କବିଓକବୟତ୍ରୀ ଙ୍କ ସ୍ବରଚିତ ଲେଖା କୁ ନେଇ ଏକ ସଙ୍କଳନ ‘ଲେଦା’ ପତ୍ରିକା ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ସମ୍ବଲପୁରୀ କବିତା ଆସର ଅନୁଷ୍ଠିତ ହେବ l ସରକାର ଙ୍କ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ପାଳନ କରାଯିବ ବୋଲି ବାଟ କଢୁଆଲ କୁଟୁମ୍ବ ବୁବୁଡା ର ସ୍ରଷ୍ଟା ତଥା ସାମ୍ବାଦିକ ଶ୍ରୀମାନ ସୁରେନ୍ଦ୍ର ମେହେର ଙ୍କ ଠାରୁ ପ୍ରକାଶ l

ପଞ୍ଚାୟତ ନିର୍ବାଚନ ପାଇଁ କମିଟି ଗଢ଼ିଲା କଂଗ୍ରେସ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) –  ପୌର ଓ ପଂଚାୟତ ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରାଜ୍ୟରେ ବିଜେପି ପରେ ଏବେ କଂଗ୍ରେସ ନିଜର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି ପୌର ନିର୍ବାଚନ ପାଇଁ ୧୯ଜଣିଆ କମିଟି ଗଢ଼ିବାର ଦିନକ ପରେ ପ୍ରଦେଶ କଂଗ୍ରେସ ଆଜି ପଂଚାୟତ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛି। ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି। କମିଟିର ଆବାହକ ଭାବେ ବରିଷ୍ଠ ନେତା ଯଜେ୍ଞଶ୍ୱର ବାବୁ ଥିବାବେଳେ ସଦସ୍ୟ ଭାବେ ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, କୈଳାସ ସାହୁ ଓ ଦେଓପ୍ରସାଦ ସଦସ୍ୟ ଅଛନ୍ତି। ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପଂଚାୟତ ସଂଗଠନକୁ ସୁଦୃଢ଼ ସହ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ସେନେଇ ସବିଶେଷ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିଜେପି ପୌର ନିର୍ବାଚନ ପାଇଁ ଗତକାଲି ୧୯ଜଣିଆ କମିଟି ଗଠନ କରିଥିବାବେଳେ ପୂର୍ବରୁ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକ କମିଟି କରିଥିଲା।

ରାଜ୍ୟରେ ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷୁଛି …!

ଏଥର ସମ୍ଭାଳ (ଭୁବନେଶ୍ଵର) – ଉତ୍ତର ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା  ଲଘୁଚାପ କ୍ଷେତ୍ର  ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ  ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି  । ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠାରୁ ଅଗଷ୍ଟ ୧ ତାରିଖ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ଆଜିଠୁ ଆସନ୍ତା କାଲି ପର୍ଯ୍ୟନ୍ତ ୬ଟି ଜିଲ୍ଲାକୁ ଏବଂ କାଲିଠୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ସତର୍କ ରହିବାକୁ କୁହାଯାଉଛି । ଆଜି ସକାଳ ସାଢେ ୮ଟାରୁ ଆସନ୍ତା କାଲି ସାଢେ ୮ଟା ମଧ୍ୟରେ  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଡି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି  ଜାରି କରାଯାଇଛି। ସେହିପରି ଆସନ୍ତା କାଲି ସାଢେ ୮ଟାରୁ ୧ ତାରିଖ ସକାଳ ୮ଟା୩୦ ଯାଏ ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛନ୍ତି   ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।   ଲଗାଣ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ ଗମନାଗମନରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।

ବଂଶଧାରା ଅବବାହିକା ସୁରକ୍ଷା ସମିତି କୋର୍ କମିଟି ବୈଠକ ରେ ନିଷ୍ପତ୍ତି ; ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ସମସ୍ୟା ଉପସ୍ଥାପନ କରିବ ।

 !!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ବଂଶଧାରା ଅବବାହିକା ସୁରକ୍ଷା ସମିତି ର ଏକ ଗୁରୁତ୍ବପୂର୍ଣ୍ଣ କୋର୍ କମିଟି ବୈଠକ ଗୁଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ କରିବା ପ୍ରସଙ୍ଗରେ ଆଗାମି ରୋଡମ୍ଯାପ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଦୁଇ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗୋଟିଏ ପଟେ ଜନ ସଚେତନତା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଦ୍ୱାରା ସରକାର ଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପସ୍ଥାପନ କରାବା ଏବଂ ଅନ୍ୟ ପଟେ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ଏହି ଦାବୀକୁ ହାସଲ କରିବାକୁ ଅନବରତ ଉଦ୍ୟମ ଜାରୀ ରଖିବା । ଏଥି ନିମନ୍ତେ ଉଦ୍ୟମ କରିବା ପାଇଁ ବରିଷ୍ଠ ଅଭିଜ୍ଞ ତଥା ଉତ୍ସାହି ବ୍ୟକ୍ତି ମାନେ ଦାୟିତ୍ଵ ନେଇଥିଲେ।

ଏଥିପାଇଁ ଚୁଡାନ୍ତ ହୋଇଥିବା କାର୍ଯ୍ୟସୂଚୀ ଗୁଡ଼ିକ :-
👉 ଜୁଲାଇ ୩୦ ରେ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ବିଧାୟକ ଓ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ର ଉପଦେଷ୍ଟା ଙ୍କ ସହ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଆଲୋଚନା କରିବା ପରେ ଦ୍ବିତୀୟ ପର୍ଯ୍ଯାୟରେ ଆମ ଜିଲ୍ଲାର ମନ୍ତ୍ରୀ, ରାଜ୍ଯସଭା ସାଂସଦ ଓ ଲୋକସଭା ସାଂସଦଙ୍କୁ ଭେଟି ଆଲୋଚନା କରିବା ପାଇଁ ନିଷ୍ପତ୍ତି ହୋଇଛି।

👉 ଅଗଷ୍ଟ ୧ ରୁ ଏକମାସ ବ୍ଯାପି ନିରବ ଶୋଭାଯାତ୍ରା ସହ ସ୍ମାରକପତ୍ର ପ୍ରଦାନ କରାଯିବ। ଏହା ପ୍ରତେକ ଦିନ ସକାଳ ୧୦ଟା ରେ ନୂଆ ବସଷ୍ଟାଣ୍ଡ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚୁଥିବ। ଏଥିରେ ସହର ତଥା ବଂଶଧାରା ଅବବାହିକା ଅଞ୍ଚଳର ବିଭିନ୍ନ ସଂଘ ସାମିଲ ହୋଇ ପ୍ରତେକ ସଂଘ ଦିନକର ଦାୟିତ୍ବ ନେବେ।

👉 ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଅବବାହିକା ସୁରକ୍ଷା ସମିତି ପକ୍ଷରୁ ପୁରା ଅବବାହିକା ର ଗୁଡାରୀ ଠାରୁ ଗାଦିଆଖଳା ଯାଏଁ ସବୁ ଅଞ୍ଚଳର ଲୋକଙ୍କୁ ନେଇ ଶୋଭାଯାତ୍ରା ରେ ଯାଇ ସ୍ମାରକପତ୍ର ଦିଆଯିବ।

👉 ଅଗଷ୍ଟ ୧୫ ରୁ ପାଣି ଡଙ୍ଗର ରୁ ପାଲସିଂ ଯାଏଁ ପଦଯାତ୍ରା କରାଯାଇ ଗାଁ ଗାଁ ରେ ବୈଠକ କରାଯିବ।

୩୦ ଜୁଲାଇ, ଶୁକ୍ରବାର: ଆଜିର ରାଶିଫଳ …!

!!! ପ୍ରବଚକ ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ:କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବନ୍ଧୁବାନ୍ଧବଙ୍କ ସ୍ୱାର୍ଥ ପ୍ରବଣତାର କାମ କରିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପାରିବାରିକ ଜୀବନରେ ଗୁରୁଜନ ସନ୍ତୁଷ୍ଟ ରହିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିକାର- ଶେତ୍ୱଚନ୍ଦନରେ କର୍ପୁର ମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବୃତ୍ତିଗତ ଦୃଷ୍ଟିରୁ ସ୍ୱାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।  ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କର୍କଟ: ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ।  ପ୍ରତିକାର-ଭୋକିଲାଙ୍କୁ ନିରାଶ କରନ୍ତୁ ନାହିଁ।

ସିଂହ:କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ସମାଧାନ କରିବେ । ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଟଙ୍କାର ଆବଶ୍ୟକତା ପୂରଣ ହୋଇ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟିକ କ୍ଷେତ୍ରରେ ବୁଦ୍ଧିମତା କାରଣରୁ ଖୁବ୍‌ ଲାଭ ହେବ । ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ।

ତୁଳା: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ହସ ଖୁସିରେ ସମୟ ବିତିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ପ୍ରତିକାର-ମା’ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ପ୍ରତିକାର-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

 ଧନୁ:କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 ମକର:ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଦେଖା ଦେବ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି। ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାଯର୍ୟରେ ଲାଭ ପାଇବେ । ପ୍ରତିକାର- ମୁଣ୍ଡରେ ଚନ୍ଦନ ଲଗାନ୍ତୁ।

କୁମ୍ଭ:ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇ ପାରିବ। ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରି ନେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ବୁଦ୍ଧି ବିବେକ ଖଟାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ।

ଆର୍ ମାଧବ କ୍ରିୟସେନ ଦ୍ଵାରା ନୀଳାଚଳିଆ ଏବଂ ନୀଳମାଧବ ହେ ଭଜନ ଉନ୍ମୋଚିତ .

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଆଜି ପୋଲସରା ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ଉନ୍ମୋଚିତ ହୋ ଯାଇଛି R Madhav Creation ଦ୍ଵାରା, ଜଗନ୍ନାଥ ମହାପ୍ରଭୁଙ୍କ ଭାବ ଭକ୍ତିରେ ଭରା “ନୀଳାଚଳିଆ” ଏବଂ “ନୀଳ ମାଧବ ହେ” ନାମରେ ଦୁଇଗୋଟି ସୁନ୍ଦର ଭଜନ । ପ୍ରଯୋଜକ ସୁମନ୍ତ କୁମାର ଚର୍ଚ୍ଚିଙ୍କ ତତ୍ତ୍ଵାବଧାନରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଇରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶନାରେ, ଶ୍ରୀମାନ ଶିବାନନ୍ଦ ବାରିକ ଙ୍କ ଶବ୍ଦ ସଂଯୋଜନା ରେ କଣ୍ଠଶିଳ୍ପୀ ବିକ୍ରମ କୁମାରଙ୍କ ଦ୍ଵାରା ଏକ ଯୁଗୋପଯୋଗୀ ଭଜନ “ନୀଳାଚଳିଆ” ଏବଂ ପ୍ରଯୋଜକ ପପୁନ କୁମାର ପଣ୍ଡା ଙ୍କ ସହୋଯୋଗରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ , ଗଙ୍ଗାଧର ଦଳାଇ ଙ୍କ ବଳିଷ୍ଠ ଲେଖନୀ ଚାଳନାରେ ଏକ ସୁନ୍ଦର ଭକ୍ତିରସ ର ଭଜନ “ନୀଳ ମାଧବ ହେ” ଯାହାକୁ ସ୍ୱର ରେ ସଜାଇଛନ୍ତି କଣ୍ଠ ଶିଳ୍ପୀ ସୁଶାନ୍ତ କୁମାର ।

ଏହି ଉନ୍ମୋଚନ ସମାରୋହରେ ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। କରୋନା କାଳ ରେ ସମସ୍ତ ପ୍ରକାର ନିୟମକୁ ଦୃଷ୍ଟିରେ ରଖି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟିମ୍ ର କାର୍ଯ୍ୟକାରୀ ମୁଖ୍ୟ ତଥା R Madhav creation ର ପ୍ରତିଷ୍ଠାତା ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ, ମାଧବ ମହାରଣା ଉପସ୍ଥିତ ରହି ନିଜ ସହଯୋଗରେ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ । ପରିଶେଷରେ ଯୁବ ସାହିତ୍ୟିକ ସୁପ୍ରଜିତ୍ ସାହୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

ଗନ୍ଧମାର୍ଦ୍ଦନ ଭୋଜପୁରଗଡ଼ ର ଜଲ୍ ମହାଦେବ ;ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ଝରଣାଜଳରେ ବୁଡ଼ି ପୂଜା ପାଉଛନ୍ତି ଜଳମହାଦେବ।

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ‌(ପଦ୍ମପୁର/ବରଗଡ) – ବରଗଡ଼ ଜିଲ୍ଲା ର ଗନ୍ଧମାର୍ଦ୍ଦନ ପର୍ବତ ରେ ବହୁ ଦର୍ଶନୀୟ ସ୍ଥାନ ରହିଛି ଏଥିମଧ୍ୟରୁ ଜଳମହାଦେବ ଅନ୍ଯତମ ।ପୂର୍ବେ ଭୋଜପୁରଗଡ଼ ରେ ତନ୍ତ୍ରପୀଠ ଭାବରେ ପରିଚିତ ଥିବା ଏହି ଭୋଜପୁର ଗଡ଼ ପରବର୍ତ୍ତୀ ସମୟରେ ପାଟଣା ରାଜା ଭୋଜରାଜ ଙ୍କ ଗଡ଼ ହିସାବରେ ଦଖଲହୋଇ ପନ୍ଦର କିଲୋମିଟର ବ୍ଯାସ ମଧ୍ୟରେ ଗଡ଼ ତିଆରି ହୋଇଥିଲା । ପର୍ଯ୍ୟାୟ କ୍ରମେ ବୁଢାସମ୍ବର ଜମିଦାର ଙ୍କୁ ଗଡ଼ ହସ୍ତାନ୍ତର ପରେ ବୁଢାସମ୍ବର ଜମିଦାରଙ୍କ ପରିସୀମାରେ ଭୋଜପୁର ଗଡ଼ ରହିଥିଲା ।ପରବର୍ତ୍ତୀ ସମୟରେ ଗଡ଼ ନଷ୍ଟ ହେବାରେ ଲାଗିଲା ଓ ଏବେ ତାର ଧ୍ବଂସାବଶେଷ ରହିଛି ।ପ୍ରାକୃତିକ ଶୋଭା ଭିତରେ ଏହି ଗଡ଼ ପରିସରରେ ପାଟମାହେଶ୍ବରୀ, ସମଲେଶ୍ବରୀ ଙ୍କ ସମେତ ଜଳମହାଦେବ ପୂଜାର୍ଚ୍ଚନା ପାଉଛନ୍ତି ।କୌଣସି ଗୋଟିଏ ମଧ୍ୟ ମନ୍ଦିର ଏଠାରେ ନାହିଁ। ସମସ୍ତ ଦେବାଦେବୀ ଙ୍କ ସମେତ ଜଳମହାଦେବ ପ୍ରାକୃତିକ ପରିବେଶ ମଧ୍ୟରେ ଖୋଲା ଆକାଶ ତଳେ ଗର୍ଭ ଗୃହ ରେ ପୂଜା ପାଉଛନ୍ତି ।

ବର୍ଷ ର ଶିବରାତ୍ରି ସମେତ ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ପ୍ରାୟ ଆଠ କିଲୋମିଟର ପାହାଡ ପର୍ବତ ଚଢ଼ି ଶିବ ଙ୍କ ଆଶିର୍ବାଦ ନେବାପାଇଁ ବହୁଦୂର ରୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନ ରେ ତିନୋଟିଗଡ଼- ଭୋଜପୁର, ହୁମେରଗଡ଼ ଓ ବାମନଗଡ଼,ସହ ୨୨ଗୋଟି ଝରଣା ରହିଛି ଓ ଏଥିମଧ୍ୟରୁ ଦଶ ଗୋଟି ଚିରସ୍ରୋତା ଝରଣା କୂଳୁକୂଳୁ ନାଦରେ ବହି ଚାଲିଛି । ଏଥିମଧ୍ୟରୁ ଭୋଜପୁର ଗଡ଼ର ଜଳମହାଦେବ ଅନ୍ୟତମ । ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଥିବା ଭୋଜପୁରଗଡ଼ ରୁ ଏହି ଚିରସ୍ରୋତା ଝରଣା ବାହାରି ପୂର୍ବ ଦିଗକୁ ଗତି କରିଛି । ଏ ଝରଣା ଭିତରେ ଏକ ଗର୍ତ୍ତ ଭିତରେ ପାଣି ରେ ବୁଡ଼ି ଠାକୁର ରହି ଥିବାରୁ ବୁଢ଼ା ସମ୍ବର ଜଳମହାଦେବ ନାମରେ ପରିଚିତ । ଏହି ଜଳମହାଦେବ ନିକଟକୁ ଯିବାକୁ ହେଲେ ପଦ୍ମପୁର ସହର ଠାରୁ ଗୋଟିଏ ରାସ୍ତା ବୁଢାସମ୍ବର ଗାଁ ରୁ ଗନ୍ଧମାର୍ଦ୍ଦନ ଉପରକୁ ଯାଇଛି ଓ ଅନ୍ୟ ରାସ୍ତା ବୁଡେନ ବତିପଥର ଗାଁ ରୁ ଯାଇଛି ।ଉଭୟ ପଟରୁ ପ୍ରାୟ ଆଠ କିଲୋମିଟର ରାସ୍ତା । ମୁଖ୍ୟତଃ ଆଦିବାସୀ ଙ୍କ ବସତି ଏ ଅଞ୍ଚଳରେ ଅଧିକ ହୋଇଥିବାରୁ ଆଦିବାସୀ ଙ୍କ ପୂଜାର୍ଚ୍ଚନା ସେଠାରେ ଅଧିକ ।ବରଗଡ଼ ଓ ବଲାଙ୍ଗୀର ଦୁଇ ଜିଲ୍ଲା ୮ଖଣ୍ଡ ଗାଁ ବତିପଥର, ଅମରାଖୋଲ, ବୁଢାସମ୍ବର, ଚାବରିପାଲି, ଠୁଟିଭଟା, ମଲଦା, ଖଲାବାହାଲ, ଗୌରଜୁରୀ ଲୋକମାନେ ଏ ପୀଠ ଉପରେ ବିଶ୍ବାସ ସହ ପୂଜାର୍ଚ୍ଚନା କରନ୍ତି । ଜଙ୍ଗଲ ଚଢ଼ି ଉପରକୁ ଯିବାକୁ ପଡୁଥିବା ରୁ ସମସ୍ତ ଙ୍କ ପକ୍ଷରେ ଯିବା ସମ୍ଭବ ହେଉ ନ ଥିବାରୁ ଲୋକମାନେ ସହଜରେ ପହଞ୍ଚି ପାରନ୍ତି ନାହିଁ । ପ୍ରାକୃତିକ ଶୋଭା ରେ ଭରପୁର ଚିରଶ୍ରୋତା ଝରଣା ଅତି ଚମତ୍କାର ପରିବେଶ ର ଏକ ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ ।କନ୍ଧ ଆଦିବାସୀ ଙ୍କ ଜଳମହାଦେବ ପୀଠ ର ପୂର୍ବରୁ କନ୍ଧ ପୂଜକମାନେ ପୂଜାର୍ଚ୍ଚନା କରିଆସୁଥିଲେ ।ଲୋକକଥା ଅନୁସାରେ ଜଳମହାଦେବ ର ଶେଷପୂଜକ ହେଉଛନ୍ତି କୀର୍ତ୍ତନ ମଲ୍ଲିକ ଓ ତାଙ୍କ ପରେ ବହୁବର୍ଷ ପୂଜକ ନଥିବା ବେଳେ ଗତ ଦୁଇହଜାର ମସିହାରେ ଜଣେ ତପସ୍ୱୀ ସେଠାରେ ରହି ପୂଜାର୍ଚ୍ଚନା କରୁଛନ୍ତି ।କନ୍ଧ ବାବା ନାମରେ ସ୍ଥାନୀୟ ଭୋଜପୁର ଗଡ଼ ଜଳମହାଦେବ ରେ ପରିଚିତ ଏହି ବାବା ଓ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହଯୋଗ ରେ ପ୍ରାକୃତିକ ପରିବେଶ ଜଳମହାଦେବ ପୀଠ ର ରକ୍ଷଣା ବେକ୍ଷଣ ହୋଇ ପାରୁଛି। ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ, ଜଳମହାଦେବ ଠାରେ ଗୋଟିଏ ନଳକୂପ ଓ ଗୋଟିଏ ମଣ୍ଡପ ର ଆବଶ୍ୟକତା ରହିଛି । ଏଇ ଲୁକ୍କାୟିତ ପୀଠକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନ କ୍ଷେତ୍ର ଘୋଷଣା କଲେ ଭୋଜପୁରଗଡ଼ ଜଳମହାଦେବ ପର୍ଯ୍ୟଟକ ଙ୍କୁ ଅଧିକ ରୁ ଅଧିକ ଆକୃଷ୍ଟ କରିବା ସହ ଗନ୍ଧମାର୍ଦ୍ଦନ ର ଶୋଭା ଆହୁରି ବଢ଼ିପାରନ୍ତା।

ଫସଲ ବୀମା କେଳେଙ୍କାରୀ, କୃଷି ବୀମା ମୂଲ୍ୟାୟନ ନେଇ ଚାଷୀ ଅସନ୍ତୋଷ ।

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର) -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ୍ ର ବରତୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀ ମାନେ ଠିକ ରୂପେ କୃଷିବିମା ଅର୍ଥ ପାଇ ନ ଥିବା ନେଇ ଏକ ଦାବିପତ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।ଗ୍ରାମ ପଞ୍ଚାୟତର ଏକ ଛଅଜଣିଆ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଆଲୋଚନା ପାଇଁ ଯାଇଥିଲେ ହେଁ କୃଷି ଅଧିକାରୀ ଅଫିସରେ ରହି ଅନୁପସ୍ଥିତ ଯୋଗୁଁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଚାଷୀ ମାନଙ୍କ ଅଭିଯୋଗ କ୍ରମେ ଜଣାଯାଏ ଯେ ୨୦୨୦ମସିହାରେ କୃଷି ବୀମା ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର କରାଯାଇ ସଠିକ୍ ମୂଲ୍ୟାୟନ କରା ଯାଇ ନ ଥିବାରୁ ଆଜି ଚାଷୀମାନେ ତାଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରେ ବିଫଳ ହୋଇଛନ୍ତି।

ପଞ୍ଚାୟତର ଚାଷୀମାନେ କେତେ ଭାଗ ବୀମା ପାଇଛନ୍ତି ଓ ଆହୁରି କେତେ ଭାଗ ବୀମା ଅର୍ଥ ରାଶି ପାଇବାପାଇଁ ହକଦାର ଏବଂ କେବେ ପାଇବେ ତାର ସଠିକ୍ ତଥ୍ୟ ପ୍ରଦାନ କରାଯିବାକୁ ଦାବି କରିଛନ୍ତି।ଏ ସଂକ୍ରାନ୍ତ ରେ ତୁରନ୍ତ ସୂଚନା ପ୍ରଦାନ ସହ ସଠିକ ମୂଲ୍ୟାୟନ କରି ବୀମା ଅର୍ଥ ପ୍ରଦାନ କରା ନ ଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।ଏହାର ଏକକିତା ନକଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଦେଇ ଥିବା ଜଣାପଡିଛି।ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ଵନାଥ ବାଗ,ବରତୁଣ୍ଡା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ବେଲାର ସିଂ ସାହୁ,ସମିତିସଭ୍ୟ ପ୍ରତିନିଧି- ରୁକ୍ମଣ ଧରୁଆ,ବଳଦେବ କରେଇ,ବିଜୟ ସିଂ ଭୁଏ, ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯୋଧନ ପୁଟା ପ୍ରମୁଖ ଙ୍କ ମଧ୍ୟରେ ଯାଇଥିବା ଜଣାଯାଏ।