ମଦମୁକ୍ତ ଅଂଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କୋଦଳା) – ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦାଣ୍ଡିଶ୍ୱର ଛକରେ ନିକଟରେ ସ୍ଥାନୀୟ ମହିଳା ମାନେ ଆଜି ମଦମୁକ ଅଞ୍ଚଳ ଭାବେ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ ଜେମିତି ଏହି ଛକରେ ମଦବିକ୍ରି ନହେବ ସେହିତି ପାଇଁ ସଂକଳ୍ପ ନେଇଛନ୍ତି କିଛିଦିନ ତଳେ ମହିଳାମାନେ ଏକ ରାଲି କରି କୋଦଳା ଥାନା ଓ କୋଦଳା ତହସିଲଦାର ଙ୍କୁ ଏକ ଦାବିପତ୍ର ଦେଇଥିଲେ କି କୋଦଳା ଦାଣ୍ଡିଶ୍ୱର ଛକରେ ମଦ ବନ୍ଦ କରିବାପାଇଁ ଯାହା ଫଳରେ କୋଦଳା ଆଇ ଆଇ ସି ଦେବାଶିଷ ମହାନ୍ତି ସେହି ଛକରେ ଜଣେ ହୋମଗାର୍ଡ କୁ ଡିୟୁଟି ରେ ମଧ୍ୟ ଲଗେଇଛନ୍ତି ।

ସେଇଛକରେ ଲୋକ ମାନେ ମଦପି ବିଭିନ୍ନ ଅସାମାଜିକ କାମ କରିବା ସହ ରାତି ଅଧରେ ଘରକୁ ଯାଇ ନିଶାଶକ୍ତ ଅବସ୍ଥାରେ ଘର ପରିବାର ମଧରେ ଅଶାନ୍ତି ସୃଷ୍ଟି କରିଥାନ୍ତି ଆଗାମୀ ଦିନ ରେ ଏହିଛକରେ ଯଦି ମଦ ବିକ୍ରି ହୁଏ ତାହେଲେ ମହିଳା ମାନେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।

ନିରାଡ଼ମ୍ବର ଭାବେ ରାମ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଉପଚାର ପୂଜା ଅନୁଷ୍ଠିତ ହେବା ସହିତ ନୂତନ ମନ୍ଦିର ବିଶୋଧନ ଓ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ପୂଜକ ପଣ୍ଡିତ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟବୃନ୍ଦ କୋଭିଡ଼ କଟକଣା ଭିତରେ ଏହି ଆଧ୍ୟାତ୍ମିକ ଉପଚାର ସମ୍ପନ୍ନ କରିଥିଲେ। ଯଜ୍ଞର ପୂର୍ଣ୍ଣହୁତି ପ୍ରଦାନ ପୂର୍ବକ ନୂତନ ମନ୍ଦିରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି କରିବା ସହ ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା। ଶ୍ରଦ୍ଧାଳୁମାନେ କଟକଣା ପାଳନ ପୂର୍ବକ ମନ୍ଦିରରେ ଦର୍ଶନ କରିଥିଲେ।

ବେଗୁନିଆପଡ଼ା ବ୍ଲକ ପାଇଁ ବିଜୁ ଯୁବ ଜନତା ଦଳ ଡିଜିଟାଲ ସେକ୍ରେଟାରୀ ହେଲେ ଶିବରାମ ମାଝୀ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଓଡିଶା ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବିଭିନ୍ନ ସଂଗଠନକୁ ଅଧିକ ସୁଦୃଢ କରାଯାଉଛି। ସେହି କ୍ରମରେ ଯୁବ ସଂଗଠନକୁ ସୁଦୃଢ କରିବା ସକାଶେ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ବ୍ଳକ ମାନଙ୍କର ଡିଜିଟାଲ ସେକ୍ରେଟାରୀ ନାମ ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଲକ୍ଷ୍ମଣ ଚୌଧୁରୀ ଘୋଷଣା କରିଛନ୍ତି । ବର୍ତ୍ତମାନ ୨୨ ଟି ବ୍ଳକ ପାଇଁ ଡିଜିଟାଲ ସେକ୍ରେଟାରୀଙ୍କ ନାମ ଘୋଷଣା କରାଯାଇଛି।

ଏହି କ୍ରମରେ ଆଜି ବେଗୁନିଆପଡ଼ା ପାଇଁ ବିଜୁ ଯୁବ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଭାବେ ଶିବରାମ ମାଝୀ ଙ୍କୁ ମନୋନୀତ କରାଯାଇଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଯୁବ ସଂଗଠନକୁ ଆହୁରି ସୁଦୃଢ କରିବେ ବୋଲି ଶିବରାମ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁର ଉମାନଗର ଅଞ୍ଚଳର ରାସ୍ତା ନିର୍ମାଣ କେବେ ହେବ; ସାହି ବାସିନ୍ଦା ହନ୍ତସନ୍ତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ମହାନଗର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବ୍ରହ୍ମପୁର ସହରର ଅଧିକାଂଶ ସାହିରେ ରାସ୍ତା, ନାଳ ସଂକଟlପନ୍ନ ଅବସ୍ଥାରେ ରହିଛି l 36ନଂ ୱାର୍ଡ ଲାଞ୍ଜିପଲ୍ଲୀ ଉମାନଗର ଅଞ୍ଚଳରେ ଆଜି ମଧ୍ୟ ରାସ୍ତା ଓ ନାଳ ର ଅଭାବରେ ରାସ୍ତା ଉପରେ ମଇଳା ପାଣି ବୋହିବା, ବର୍ଷା ଦିନେ ରାସ୍ତାରେ ମୀନ ଖେଳିବା, ବିଭିନ୍ନ ପ୍ରକାର ସାପ,ଶରୀସୃପ ଆଦି ଦେଖାଯିବl ଭଳି ଅଭାବନୀୟ ପରିସ୍ଥିତି ଦେଖାଯାଉଛି l ବର୍ଷାଦିନେ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇପଡୁଛି l ଦୈନିକ ବହୁସଂଖ୍ୟାରେ ଲୋକ ଖାଲଖମାରେ ପଡି, ପାଦ ଖସି ଆହତ ହେଉଛନ୍ତି l ବାରମ୍ବାର ଅଭିଯୋଗ ସତ୍ୱେ ମହାନଗର କମିଶନର କୌଣସି ପଦକ୍ଷେପ ନେଉନାହାନ୍ତି l ସୂଚନାଯୋଗ୍ୟ ଯେ, ଉମlନଗର ଅଷ୍ଟମ, ନବମ ଲାଇନର ଏହି ରାସ୍ତା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ବେଳେ ଦୈନିକ ଶହ ଶହ ଯାନବାହାନ ଏହି ରାସ୍ତାକୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରୁଛନ୍ତି l ସାହି ବାସିନ୍ଦା କମିଶନରଙ୍କୁ ସାକ୍ଷାତ କରି ଅବଗତ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଉମାନଗର ସପ୍ତମ,ଅଷ୍ଟମ, ନବମ ଲାଇନର ରାସ୍ତା ଓ ନାଳ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିରେ ରହିଛି l ପ୍ରକାଶ ଯୋଗ୍ୟଯେ, ଉକ୍ତ ଅଂଚଳ ମହାନଗର ନିଗମର 36ନଂ ୱାର୍ଡ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଂଚଳ ହୋଇଥିବାରୁ ବର୍ତମାନ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବାକୁ ଶାସକ ଦଳ ର ପ୍ରତିନିଧି କିଏ ! ଜନଗଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି l ଅନ୍ୟପକ୍ଷରେ ୟୁଜର୍ସ ଫି ଲାଗୁ କରିବା, ଘର ଟିକସ ବହୁ ଗୁଣରେ ବୃଦ୍ଧି କରିବା ତଥା ବିଭିନ୍ନ ପ୍ରକାର ଟିକସ ଲଦିବାରେ କମିଶନର ମହୋଦୟ ବଡ଼ ଆଗଭର ହୋଇପଡୁଥିବାବେଳେ ଲୋକଙ୍କ ମୌଳିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛନ୍ତି l ତୁରନ୍ତ ଉମାନଗର ଅଂଚଳର ରାସ୍ତା, ନାଳ ନିର୍ମାଣ ପାଇଁ ସାହିର ବରିଷ୍ଠ ନାଗରିକ ଶଙ୍କର ପ୍ରସାଦ ଦାଶ ଓ ଅନ୍ୟ ମାନେ ଦାବିକରିଛନ୍ତି।

ନିର୍ଦୟ ଭଗବାନ ! ଅସହାୟ କେଦାର ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଯନ୍ତ୍ରଣା ଭିତରେ ବିତୁଛି ଜଣେ ପୁରସ୍କାର ପ୍ରାପ୍ତ ମୃଦଙ୍ଗ ବାଦକଙ୍କ ଜୀବନ | ପିଲାଟି ଦିନରୁ ଅର୍ଥାତ ଦୀର୍ଘ ଚାଳିଶି ବର୍ଷ ଧରି ମୃଦଙ୍ଗ ବାଦନ କରି ଅଞ୍ଚଳ ବାସୀଙ୍କୁ ହରେ କୃଷ୍ଣ ହରେ ନାମ ସଂକୀର୍ତନ ମାଧ୍ୟମରେ ମନ୍ତ୍ରମୁଗ୍ଧ କରାଇ ଥିବା ସେହି ବ୍ୟକ୍ତି ଜଣଙ୍କ ଏବେ ଛାତି ଜନିତ ରୋଗରେ ପୀଡିତ | ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତ ରାଗପୁର ଗ୍ରାମର କେଦାର ଦୋରାଙ୍କ କଥା | ଛାତରୁ ପଲସ୍ତରା ଖସିଯାଇଥିବା ନିଜର ଭଙ୍ଗା ଘରକୁ ଗୋଟିଏ ବୋଲି ଝିଅ ଗାୟତ୍ରୀ(11) ଓ ପତ୍ନୀ ପିଦାମୀ | ଝିଅ ଗାୟତ୍ରୀ ମଧ୍ୟ ପିଲାଟି ଦିନରୁ ବିକଳାଙ୍ଗ ପ୍ରାୟ | ହାତ ଗୋଡ଼ ବଙ୍କା | ପାଠ ପଢିବାକୁ ଢେର ଆଗ୍ରହ | କିନ୍ତୁ ନିଜର ଶାରୀରିକ ଅକ୍ଷମତା ଯୋଗୁଁ ବାଧକ ସାଜୁଛି ପାଠ ପଢା | ଅନ୍ୟପଟେ ମୃଦଙ୍ଗ ବଜାଇ ନିଜର ସାରା ଜୀବନ ଭଗବାନ ଙ୍କୁ ସମର୍ପି ଦେଇଥିବା କେଦାର ନିଜେ ଏବେ ଛାତି ଯନ୍ତ୍ରଣାରେ ଜର୍ଜରିତ | ଦୀର୍ଘ ବର୍ଷ ହେବ ବିଭିନ୍ନ ମେଡିକାଲରେ ଝିଅ ସମେତ ନିଜକୁ ଦେଖାଇ ଯାହା ଅର୍ଥ ଥିଲା ସରିଗଲା | ଜମି ବାଡ଼ି ଖଣ୍ଡେ ବି ନାହିଁ | ରାସନ କାର୍ଡରେ ଗଣ୍ଡେ ଚାଉଳ ଯାହା ମିଳୁଛି | ଏବେ ଅପେକ୍ଷା କେବଳ ସରକାରୀ ସହାୟତା | କେଦାରଙ୍କ ମୃଦଙ୍ଗ ବାଦନ ନିଶା ବଳରେ ବେଗୁନିଆପଡା ତଥା ଆଖପାଖ ଅଞ୍ଚଳରେ ପୁରାତନ କଳାକୁ ବଞ୍ଚାଇ ରଖିବାର ପ୍ରୟାସ କରି ସଫଳ ହୋଇଥିବା ବେଳେ 300ରୁ ଉର୍ଦ୍ଧ ଶିଷ୍ୟ କଳାକାରଙ୍କୁ ତିଆରି କରିପାରିଛନ୍ତି | ବାଣପୁର ସ୍ଥିତ ପଞ୍ଚୁଦୋଳ ପଡିଆରେ ମୃଦଙ୍ଗ ବାଦନ କରି ଗଜପତି ମହାରାଜାଙ୍କ ଠାରୁ ସନମାନିତ ବି ହୋଇଛନ୍ତି | କିନ୍ତୁ ସେ ଦିନର ସେଇ କଳାକାର ଆଜି ଅସହାୟ |କଥା କହିବା ସମୟରେ ବାରମ୍ବାର ନିଶ୍ୱାସ ଜନିତ ଯନ୍ତ୍ରଣା ଭୋଗୁଛନ୍ତି | ଭଗବାନ ଙ୍କ ନାମ ସଂକୀର୍ତନ ପ୍ରଚାର କରୁ କରୁ ଭଗବାନ କେଦାର ଙ୍କ ପ୍ରତି ନିର୍ଦୟ ହୋଇଗଲେ ତାହା ସହଜେ ଅନୁମେୟ | ସ୍ଵାମୀ କେଦାର, ଝିଅ ଗାୟତ୍ରୀ ଙ୍କ ଚିକିତ୍ସା କେମିତି ହେବ ସେ ନେଇ ଏବେ ଚିନ୍ତାରେ ପତ୍ନୀ ପିଦାମୀ | ଏ ନେଇ ଆମେ ବଡ଼ ଖଇରୀଖମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ ଙ୍କୁ ଯୋଗାଯୋଗ କରିବାରେ ସେ ତୁରନ୍ତ ବ୍ଲକ ପ୍ରଶାସନ କୁ ଜଣାଇବା ସହ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ଜୀବନ କାଳ ମଧ୍ୟରେ କଳାକୁ ପ୍ରଚାର ପ୍ରସାର କରି କଳାକୁ ଉଜ୍ଜୀବିତ ରଖିଥିବା କେଦାର ଙ୍କ ପରିବାର କୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରଶାସନ ପକ୍ଷରୁ ସହଯୋଗ ମିଳିବାର ଆଶା ବାନ୍ଧିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା |

ପିପିଟି ପକ୍ଷରୁ ବେଗୁନିଆପଡା ବ୍ଲକର ମଠସରସିଂ ଓ ସାନଉସ୍ତାପଡା ପଞ୍ଚାୟତ ଠାରେ ମାସ୍କ ବଣ୍ଟନ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀକୁ ନଜରରେ ରଖି ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ବେଗୁନିଆପଡା ବ୍ଲକର ମଠସରସିଂ ଓ ସାନଉସ୍ତାପଡା ପଞ୍ଚାୟତ ଠାରେ ପିପିଟି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ, ସାମ୍ବାଦିକ ଉମାଚରଣ ପଟ୍ଟନାୟକ,ପିଣ୍ଟୁ ପ୍ରଧାନ,ସାମ୍ବାଦିକ ଗୁଲଶନ କୁମାର କର,ସାନଉସ୍ତାପଡା ପୂର୍ବତନ ସରପଞ୍ଚ ଛଇଲ କୁମାର ପୋଲେଇ,ବାଉରୀ ବନ୍ଧୁ ଗୌଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ବିଶ୍ଵ ଯୁବ କେନ୍ଦ୍ର, ଦିଲ୍ଲୀ ତରଫରୁ କୋଭିଡ଼ ପାଇଁ ଭିନ୍ନକ୍ଷମଙ୍କ ପାଇଁ ରାସନ ସାମଗ୍ରୀ ବଣ୍ଟନ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆ) – ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର, ନୂଆ ଦିଲ୍ଲୀ ଓ ଭାରତୀୟ ଯୁବ ଉନ୍ନୟନ ସଂସ୍ଥା, ଭୁବନେଶ୍ୱର ମିଳିତ ଭାବେ ଚନ୍ଦନପୁର, ମର୍ଦ୍ଦମେଖ, ମର୍ଦ୍ଦକୋଟ, ଫାସୀ, ମଠ ସରସିଂଘ, ବେଗୁନିଆପଡ଼ା ପଞ୍ଚାୟତର ୨୫ ଜଣ ଭିନ୍ନକ୍ଷମଙ୍କୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଜଗନ୍ନାଥ ସାବତ, ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁ, ମର୍ଦ୍ଦମେଖ ସରପଞ୍ଚ ହୃଷୀକେଶ ମେହେଣା ଓ ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜିବି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେଜେକର ସମ୍ପାଦକ ମହେଶ୍ବର ବରାଡ଼ ପରିଚାଳନା କରିଥିଲେ ।

ଗ୍ରୁପ ଲୋନ୍ କରାଇଦେବା କହି ମହିଳା ଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିବା ବେଳେ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ l

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – କୋଡିଏ ହଜାର ଗ୍ରୁପ ଲୋନ କରାଇ ଦେବା କହି ନିରୀହ ମହିଳାଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଛି ନକଲି ସଂସ୍ଥା ! ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଧିନ କେ.ବରିଡା ଗ୍ରାମରେ l ସୂଚନା ମୁତାବକ ଗତମାସ ରେ କେ. ବରିଡା ଗ୍ରାମର ମୁଖ୍ୟ ରାସ୍ତାରେ ଗୋଟିଏ ଘର ଭଡା ସୂତ୍ରରେ ନେଇ CMCSHG ନିଧି ଲିମିଟେଡ଼୍ ନାମକ ଏକ ସଂସ୍ଥା ଗଠନ କରି ଆଖପାଖ ଅଞ୍ଚଳର ନିରୀହ ମହିଳା ମାନଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ହଜାର ହଜାର ଟଙ୍କା ସଂଗ୍ରହ କରି ସଂସ୍ଥାର କର୍ମଚାରୀ ମାନେ ଚମ୍ପଟ ମାରିବା ବେଳେ ଗ୍ରାମବାସୀ ମାନେ ଜଣେ କର୍ମଚାରୀ ଙ୍କୁ ଅଟକ ରଖିଥିବା ଦେଖିବାକୁ ମିଳିଛି l ଏହି ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ସହିଦ୍ ନଗର ରେ ରହିଥିବା କୁହାଯାଉଥିବା ବେଳେ ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ପୂର୍ବରୁ ନଜିର ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ମଧ୍ୟ ଠକେଇ ଯୋଜନାରେ ଏହି ସସ୍ଥା ସ୍ଥାପନା କରାଯାଇଥିବା କୁହାଯାଉଛି l ଅନ୍ୟପଟେ ଲୋକଙ୍କ ଟଙ୍କା ନ ଫେରାଇବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଟକ ରଖାଯିବା ନେଇ ଠକେଇ ହୋଇଥିବା ମହିଳା ମାନେ କହିଥିବା ବେଳେ ଏହି ଫ୍ରଡ଼୍ ସଂସ୍ଥା କିଭଳି ପ୍ରଶାସନ ର ଅଜାଣତ ରେ ଏହି ଅଞ୍ଚଳରେ ଖୋଲିଲା ତାହା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏନେଇ ସଂସ୍ଥା ର ଡିଇରେକ୍ଟର ବୋଲି ପରିଚୟ ଦେଉଥିବା ଦେବାଶିଷ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମର ସବୁ କାଗଜ ପତ୍ର ଠିକ୍ ଅଛି। ସମସ୍ତ ଙ୍କୁ ସେମାନଙ୍କ ର ଅର୍ଥ ରାଶି ପ୍ରଦାନ କରାଯିବ ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଔଷଧୀୟ ବୃକ୍ଷ ଚାରା ଏବଂ ଚକଲେଟ୍, ବିସ୍କୁଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- କାର୍ଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ର ତିନି ନମ୍ବର ୱାର୍ଡ ସ୍ଥିତ ଧୋବାବନ୍ଧ ହୁଡ଼ା ଠାରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ତଥା ଯୁବନେତା ମଧୁସୁଦନ ସାହୁ ଙ୍କ ନେତୃତ୍ୱ ରେ ପିଲାଙ୍କୁ ଚକଲେଟ୍, ବିସ୍କୁଟ ବଣ୍ଟନ ସହ ମହିଳା ମାନଙ୍କୁ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼ ମଧୁ ସୁଦନ ସାହୁ, ସମାଜସେବି ବାସୁଦେବ ସାହୁକାର, ଅଶୋକ ନିମାଇଁ, ଡ଼. ରାମହରି ଖଣ୍ଡୁଆଳ, ଉମା ଶଙ୍କର ପାଣି ,ଗଜେନ୍ଦ୍ର ଚୌଧୁରୀ, ଟି. ବିଜୟ ରାଓ, ରବୀନ୍ଦ୍ର ସାବତ, ଦେବୀ ପ୍ରସାଦ ପାଢ଼ୀ, ତ୍ରିନାଥ ନାୟକ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।