କ୍ଷମା ମାଗିଲେ ସଲମାନ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- କ୍ଷମା ମାଗିଲେ ବଲିଉଡର ଭାଇଜାନ ସଲମାନ ଖାନ। ମାନିଲେ ନିଜ ଭୁଲ। ହାତ ଯୋଡି ମାଗଲେ କ୍ଷମା। ସର୍ବ ସମ୍ମୁଖରେ କହିଲେ ସରି। ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆଙ୍କୁ କ୍ଷମା ମାଗିଲେ ସଲମାନ। ଏକ କାରଣ ଯୋଗୁଁ ସଲମାନ ଆଥିଆ ଶେଟ୍ଟୀଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ସଲମାନ କିଛି ଦିନ ପୂର୍ବରୁ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ଶୋ ‘ପିଞ୍ଚ୍’ ସିଜନ୍ ୨ରେ ନଜର ଆସିଥିଲେ। ଏଥିରେ ରାପିଡ୍ ଫାୟାର ସମୟରେ, ଅରବାଜ ସଲମାନଙ୍କୁ କ୍ୟାଟ୍ରିନା କୈଫ, ଆଥିଆ ଶେଟ୍ଟୀ ଏବଂ ସଂଗୀତା ବିଜଲାନିଙ୍କ ମଧ୍ୟରେ ସେ କେଉଁ ଅଭିନେତ୍ରୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରନ୍ତି ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ସଲମାନ ଖାନ କହିଥିଲେ ସେ ଇନଷ୍ଟାଗ୍ରାମରେ ସଂଗୀତା ବିଜଲାନିଙ୍କୁ ଫଲୋ କରନ୍ତି ନାହିଁ, କିନ୍ତୁ ସଠିକ୍ ଉତ୍ତର ଆଥିଆ ଶେଟ୍ଟୀ ଥିଲେ। ଏହା ପରେ ଭଲ ଆଚରଣ ପ୍ରଦର୍ଶନ କରି ସଲମାନ ଖାନ ଇନଷ୍ଟାଗ୍ରାମରେ ଆଥିଆଙ୍କୁ ଫଲୋ କରୁନଥିବାରୁ କ୍ଷମା ମାଗିଥିଲେ। ଭୁଲ୍ ସଂଶୋଧନ ଏବଂ ଫଲୋ କରିବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। ଏବେ ସୁନୀଲ ସେଟ୍ଟୀ ସଲମାନ ଖାନଙ୍କ ପୋଷ୍ଟରେ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଆଥିଆଙ୍କୁ କ୍ଷମା ମାଗିଥିବାରୁ ସୁନୀଲ ସଲମାନଙ୍କୁ ପ୍ରଶଂସା କରିଛନ୍ତି। ସୁନୀଲ କହିଛନ୍ତି, “ସଲମାନ ଯାହା ବି କରନ୍ତି, ସେ ନିଜ ହୃଦୟରେ କରନ୍ତି। ସେ ସ୍କ୍ରିନରେ ଆଥିଆଙ୍କୁ ସରି କହିଛନ୍ତି, ଏହା ସବୁଠାରୁ ମଧୁର କଥା। ସେମାନଙ୍କର ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ରହିଛି ଏବଂ ସରି କହିଥିବା ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ।” ସୂଚନା ମୁତାବକ ସଲମାନ ଖାନ ତାଙ୍କର ପ୍ରଥମ ପ୍ରଡକ୍ସନ୍ ଫିଲ୍ମ ‘ହିରୋ’ ପ୍ରଡ୍ୟୁସ୍ କରିଥିଲେ। ଏହି ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୋରାଜ ପଞ୍ଚୋଲି ମୁଖ୍ୟ ଭୂମିକାରେ ଥିଲେ। ଏହା ଉଭୟଙ୍କ ଡେବ୍ୟୁ ଫିଲ୍ମ ଥିଲା।

ଦିବ୍ୟାଙ୍ଗ ନିକିତା କୁ ସହାୟତା ର ହାତ ବଢାଇଲେ ମା ମାଟିର ସୁଯୋଗ୍ୟ ସନ୍ତାନ ମହେନ୍ଦ୍ର ବଢ଼େଇ…!

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ବିଭିନ୍ନ ପତ୍ରପତ୍ରିକା ତଥା ୱେବ୍ ଚେନାଲ ରୁ ଖବର ପାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଟାଲ୍ ଗ୍ରାମ ରେ ଜନ୍ମିତ ଶ୍ରୀମାନ ମହେନ୍ଦ୍ର ବଢ଼େଇ,ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ଡେଲାଙ୍ଗ ରେ ବର୍ତ୍ତମାନ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଆଜି ଦିବ୍ୟାଙ୍ଗ ନିକିତା ଗୁଣ୍ଡି କୁ ସହାୟତା ର ହାତ ବଢାଇଛନ୍ତି l ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ର ଯୋଗେନ୍ଦ୍ରନାଥପୁର ଗ୍ରାମର ଶ୍ରୀମତୀ ଭାନୁମତୀ ଗୁଣ୍ଡି ର ଝିଅ ନିକିତା ଦୁଇବର୍ଷ ହେବ ଜଣେ ଆଜନ୍ମ ରୁ ଦିବ୍ୟାଙ୍ଗ lପରିବାର ଲୋକେ ଦାଦନ ଖଟି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି l ଏ ଭଳି ସଙ୍ଗିନୀ ପରିସ୍ଥିତି ରେ ତାଙ୍କର ଦୟନୀୟ ଅବସ୍ଥା ର ଖବର ପ୍ରସାରଣ ପରେ ଶ୍ରୀଯୁକ୍ତ ବଢ଼େଇ ଙ୍କ ହୃଦୟ ଆନ୍ଦୋଳିତ ହୋଇପଡିଥିଲା l

ଆଜି ସମାଜସେବୀ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ ଙ୍କ ମାଧ୍ୟମରେ ୧୦ ହଜାର ଟଙ୍କା ମାତ୍ର ସହାୟତା ରାଶି ଅସହାୟ ନିକିତା ପରିବାର ଙ୍କୁ ପ୍ରଦାନ କରିବାକୁ ଜଣାଇଥିଲେ l ତତକ୍ଷଣାତ ଶ୍ରୀ ଭୋଇ ଛେତଗାଁ ସମିତି ସଭ୍ୟ ଘନଶ୍ୟାମ ଭୋଇ, ତ୍ରିଲୋଚନ ବାଗ ଙ୍କୁ ସାଙ୍ଗରେ ଧରି ନିକିତା ଘରକୁ ଯାଇ ପ୍ରେରିତ ସହାୟତା ରାଶି କୁ ତାଙ୍କ ମାଆ ଙ୍କ ହସ୍ତ କୁ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ର ସର୍ବଶ୍ରୀ-ରବିନ୍ଦ୍ର ବାରିକ, ଅର୍ଜୁନ ପଟେଲ, ନିକିତା ର ଅଜା ସୁରେଶ ତାଣ୍ଡି ଏବଂ ଆଇମା ଦ୍ରୋପଦୀ ତାଣ୍ଡି ଉପସ୍ଥିତ ଥିଲେ l ଏଭଳି ମହତ ଜନହିତକର କାର୍ଯ୍ୟ ରେ ଦୂରରୁ ଥାଇ ଅଞ୍ଚଳ ପ୍ରତି ତାଙ୍କର ଉଦାରତା ପାଇଁ ଶ୍ରୀମାନ ବଢେଇ ଙ୍କୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରୁଛନ୍ତି l

ପ୍ରଖ୍ୟାତ ସମ୍ବଲପୁରୀ ସାଧକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ….!

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ପଶ୍ଚିମ ଓଡିଶା ଏକତାମଞ୍ଚ ତରଫରୁ ଗୁରୁ ସତ୍ୟନାରାୟଣ ବହିଦାର ଜନ୍ମ ଜୟନ୍ତୀ ଅବସର ରେ ସୋହେଲା ନିକଟସ୍ଥ ଗର୍ଭଣା ଗ୍ରାମ ପଞ୍ଚାୟତ ଅଧିନସ୍ତ ଡୁମ୍ବେରପାଲି ଗ୍ରାମ ର ପ୍ରଖ୍ୟାତ ସମ୍ବଲପୁରୀ ସାଧକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଗୁରୁ ସତ୍ୟନାରାୟଣ ବହିଦାର ସମ୍ମାନ ରେ ସମ୍ବର୍ଦ୍ଧିତ କରିଛନ୍ତି l ଏହି ଅବସରରେ ରେ ସଭାପତି ରୂପେ ବ୍ୟଙ୍ଗ ସାହିତ୍ୟିକ ମନୋରଞ୍ଜନ ସାହୁ , ସମ୍ମାନିତ ଅତିଥି ରୂପେ ସମ୍ବଲପୁର ଓକିଲ ସଂଘ ସଭାପତି ଡ଼ଃ ପ୍ରମୋଦ ରଥ , ମୁଖ୍ୟ ବକ୍ତା ରୂପେ ମୋହନ ସାହୁ , ସମ୍ମାନିତ ବକ୍ତା ରୂପେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ , ବିଶେଷ ଅତିଥି ରୂପେ ରବିଶଙ୍କର ପ୍ରଧାନ ଯୋଗ ଦେଇଥିଲେ l ସଭା ପରିଚାଳନା କରୁଥିଲେ ଭବାନୀ ଶଙ୍କର ଭୋଇ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ଗୌର ଚନ୍ଦ୍ର ପଧାନ l ପଶ୍ଚିମ ଓଡିଶା ଏକତା ମଞ୍ଚ ତରଫରୁ ମାନସ ବକ୍ସି, ଅମିତାଭ ମାଝୀ , ପଙ୍କଜିନୀ ମେହେର , କାନ୍ତିମେହେର, ଦେବୀ ପ୍ରସାଦ ଭୋଇ ପ୍ରମୁଖ ତଥା ଅଞ୍ଚଳବାସୀ ଓ କବି କଳାକାର , ବୁଦ୍ଧିଜୀବୀ କରୋନା କଟକଣା ନିୟମ କୁ ପାଳନ ପୂର୍ବକ ଏହି ସମାରୋହରେ ଯୋଗ କରିଥିଲେ l

ତ୍ରୁଟିପୂର୍ଣ୍ଣ ଶବ୍ଦ ଉପରେ ନଜର ଦେବ କିଏ …?

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – କୋଭିଡ ମହାମାରୀ ଯୋଗୁଁ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ା ବନ୍ଦ ଥିବାରୁ ରାଜ୍ୟ ସରକାର ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଗତ ମାସ ୨୧ ତାରିଖ ଠାରୁ ପିଲାମାନଙ୍କୁ ଶିକ୍ଷା ଦାନ ର ବ୍ୟବସ୍ଥା ଗ୍ରହଣ କରିଛନ୍ତି |ସୋମବାର ରୁ ଶୁକ୍ରବାର ରାଜ୍ୟ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଠାରେ ୟୁ ଟ୍ୟୁବ ମାଧ୍ୟମରେ ଲାଇଭ ପାଠ ପଢ଼ାପଢାଇବାରେ ବେଶ ତତ୍ପରତା ପ୍ରକାଶ ପାଇଛି |ସେମାନେ ପଢାଉ ଥିବା ପାଠ କୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏଣ୍ଡରଏଡ଼ ମୋବାଇଲ ଥିବା ଛାତ୍ର/ଛାତ୍ରୀ ଙ୍କୁ ପଠାଇ ଦେଉଛନ୍ତି |ଏବଂ ଯେଉଁ ମାନଙ୍କ ପାଖରେ ଏଣ୍ଡରଏଡ଼ ମୋବାଇଲ ନାହିଁ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ କୋଭିଡ୍ ନିୟମ ମାନି ପ୍ରତିଦିନ ୟୁଟ୍ୟୁବ୍ ରେ ଆସୁଥିବା ପାଠ ପଢ଼ାଉଛନ୍ତି | ପ୍ରତିଦିନ ଓଡ଼ିଆ, ଗଣିତ ଓ ଇଂରାଜୀ ବିଷୟରେ ପଢ଼ା ଯାଉଛି | ଓଡ଼ିଆ ଶିକ୍ଷାଦାନ ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ର/ଛାତ୍ରୀ ଙ୍କୁ ସ, ଶ, ଷ ର ବ୍ୟବହାର, ଜ, ଯ, ଲ,ଳ ବ୍ୟବହାର, ମାତ୍ରା ର ବ୍ୟବହାର ଠିକ ଭାବରେ କରିବାକୁ ଛାତ୍ର ଛାତ୍ରୀଙ୍କୁ କହୁଛନ୍ତି |କାରଣ ଓଡ଼ିଆ ରେ ଅକ୍ଷର ଓ ମାତ୍ର ବ୍ୟବହାର ଠିକ ନହେଲେ ଶବ୍ଦ ର ଅର୍ଥ ବଦଳିଯାଏ |ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷଣ ସମୃଦ୍ଧି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟ ପୁସ୍ତିକା ପ୍ରଚଳନ କରାଯାଇଛି | ଉକ୍ତ କାର୍ଯ୍ୟ ପୁସ୍ତିକା ର ପାଠ କୁ ପିଲାମାନଙ୍କୁ ପଢ଼ାଯାଉଛି ମଧ୍ୟ |ଉକ୍ତ କାର୍ଯ୍ୟ ପୁସ୍ତିକା ପ୍ରକାଶନ ପାଇଁ ପ୍ରଶାସନିକ ପରାମର୍ଶଦାତା, ସମୀକ୍ଷକ, ଲେଖକ/ଲେଖିକା ମଣ୍ଡଳୀ, ଶୈକ୍ଷିକ ପରାମର୍ଶଦାତା ଓ ଓସେପା ଯୁଗ୍ମ ନିର୍ଦେଶକ ଙ୍କୁ ପୁସ୍ତକ ରେ କୃତଜ୍ଞତା ଜ୍ଞାପନ କରାଯାଇଛି |ହେଲେ ଓଡ଼ିଆ କାର୍ଯ୍ୟ ପୁସ୍ତିକା ରେ ପ୍ରଶାସନିକ ଲେଖା ଥିବା ବେଳେ ଗଣିତ କାର୍ଯ୍ୟ ପୁସ୍ତିକା ରେ ପ୍ରସାଶନିକ ଲେଖା ହୋଇଛି । ଉଭୟ ଲେଖା ମଧ୍ୟରେ କେଉଁ ବନାନଟି ଠିକ ? ଏହାର ସଂଶୋଧନ ନହେଲେ ସାତ ପିଢ଼ି ପର୍ଯ୍ୟନ୍ତ ଏହି ଭୂଲ ରହିଯିବ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଆ ବିଷୟରେ ବନାନ ର ବହୁତ ମହତ୍ତ୍ୱ ରହୁଛି । କାର୍ଯ୍ୟ ପୁସ୍ତିକା ରେ ହେଇଥିବା ବନାନ ଗତ ତ୍ରୁଟି ପାଇଁ ଦାୟୀ କିଏ ? ପୁସ୍ତକ ଭୁବନେଶ୍ୱର ରୁ ଆସି ରାଜ୍ୟ ସାରା ପିଲାମାନଙ୍କୁ ବଣ୍ଟା ହେଲା, ହେଲେ ଉକ୍ତ ତ୍ରୁଟି ଉପରେ ଏଯାଏ କାହାର ନଜର ପଡିଲା ନି କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଯାଥା ଶୀଘ୍ର ଏହାକୁ ସଂଶୋଧନ କରିବାକୁ ଦାବୀ ହେଉଛି।

୨୭ ଜୁଲାଇ, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶୁଭ ସୂଚନା ମିଳିବ। କିଛି ନୂତନ କାମ ଆରମ୍ଭ କରିପାରନ୍ତି।

ବୃଷ: ପୂର୍ବରୁ କରିଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପରିବହନ ବ୍ୟବସାୟରେ ଭଲ ଲାଭ ମିଳିବ।

ମିଥୁନ: କୌଣସି କାମ ଅଟକିବ ନାହିଁ। କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ।

କର୍କଟ: ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

ସିଂହ: ସରକାରୀ କାମରେ ସଫଳତା ମିଳିବ। ଅର୍ଥ ସଂପର୍କିତ କିଛି ଚୁକ୍ତି କରିପାରନ୍ତି।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ତୁଳା: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନର କିଛି ଆଶା ପୂରଣ ହୋଇପାରେ। ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ।

ଧନୁ: ସାମାଜିକ ପତିଆରା ବଳବତ୍ତର ରହିବ। ଧନସମ୍ପତ୍ତି ବୃଦ୍ଧି ହେବ। ଜମି ବା ଘର ଆଦି କିଣିବା ପାଇଁ ସୁଯୋଗ ଆସିପାରେ।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ସହକର୍ମୀମାନଙ୍କ ସହିତ ଥିବା ମତଭେଦ ଦୂର ହେବ। ଧନପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ମୀନ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ।