ମୋ ସାଇକେଲ ମହା ଦୁର୍ନତୀ ରେ ସମ୍ପୃକ୍ତି ଅଧିକାରୀ ଙ୍କୁ ଗିରଫ୍ ଦାବୀ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିଶ୍ଵ କପ୍ ହକି କୁ ଦୃଷ୍ଟି ରେ ରଖି ଭୁବନେଶ୍ବର ରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ରାଜ୍ଯ ସରକାର ୨୦୧୮ ମସିହା ନଭେମ୍ବର ୨୬ ତାରିଖ ଦିନ ମୋ ସାଇକେଲ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଭୁବନେଶ୍ବର ମହା ନଗରନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଙ୍କ ଦୂର ଦୃଷ୍ଟି ଅଭାବ ଓ ଅପାରଗତା ଯୋଗୁଁ ସହ ସହ ସାଇକେଲ କବାଡ଼ି ଖାନା ରେ ପଡ଼ିରହିଲା। ୨୫୦୦୦ ହଜାର ଟଙ୍କା ବ୍ୟୟରେ କିଣା ଯାଇଥିବା ପ୍ରତି ସାଇକେଲ କୁ କବାଡ଼ିଆଙ୍କ ପାଖରେ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଇଛି। କିଛି ସରକାରୀ ଅଧିକାରୀ ଙ୍କ ପ୍ରୋତ୍ସାହନ ରେ ଏହି ସବୁ କେଳେଙ୍କାରୀ ହୋଇଥିବା ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରି ମୋ ସାଇକେଲ ର ମହା ଦୁର୍ନତୀ ପଛରେ ଯେଉଁ ସରକାରୀ ଅଧିକାରୀ ଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ଗିରଫ୍ କରିବା ସହ ସେମାନଙ୍କ ଠାରୁ ସାଇକେଲ ର ଅର୍ଥ ଭରଣା କରିବା ପାଇଁ ଦାବୀ କରିଛନ୍ତି।

ସାଧାରଣ ଲୋକଙ୍କ ଟିକସ ର ଅର୍ଥକୁ ସରକାର ଦୁର୍ନୀତି କରି ଲୁଟ କରିଛନ୍ତି। ସ୍ମାର୍ଟ ସିଟି ର ସ୍ଵପ୍ନ ଦେଖାଇ ଭୁବନେଶ୍ବର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଦଳର ରାଜ୍ଯ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମହାନ୍ତି ଅଭିଯୋଗ କରି ମୋ ସାଇକେଲ ଦୁର୍ନୀତି ରେ ସାମିଲ ଥିବା ଅପରାଧି ଙ୍କୁ ଗିରଫ୍ ନକରିବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ନିର୍ଣ୍ଣାୟକ ଲଢେଇ ଜାରିରଖିବ ବୋଲି କହିଛନ୍ତି। ଏହି ଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ବିଜେପି ପକ୍ଷରୁ ରାଜମହଲ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଶିଶୁ ଭବନ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋ ସାଇକେଲ କୁ କୋକେଇ ରେ କାନ୍ଧେଇ ଏକ ଅଭିନବ ଢଙ୍ଗ ରେ ପ୍ରତିବାଦ କରାଯାଇଛି।

ଏହି ବିକ୍ଷୋଭ ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ଶେଖର ଛୋଟରାୟ, ଶ୍ରୀ ଅଭିଷେକ ଆଚାର୍ଯ୍ୟ, ଶ୍ରୀ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର, ରାଜ୍ଯ ଯୁବ ମୋର୍ଚ୍ଚା ସମ୍ପାଦକ ଶ୍ରୀ ମନୋଜ କୁମାର ପଶ୍ଚିମ କବାଟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ରଶ୍ମୀ ରଞ୍ଜନ ମୁଦୁଲି, ଜିଲ୍ଲା ଭାଜପା ମଣ୍ଡଳ ସଭାପତି ଶ୍ରୀ ଜଗନ୍ନାଥ ବେହେରା, ରାଜ୍ଯ କୃଷକ ମୋର୍ଚ୍ଚା କୋଡ଼ିନେଟର ଶ୍ରୀ ସୁନିଲ୍ ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଜି ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ୩ ଠାକୁର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜନ୍ମବେଦୀରେ  ଲୀଳାଖେଳା ସାରି ଗତକାଲି ନୀଳକନ୍ଦର ଫେରିଛନ୍ତି ମହାବାହୁ । ଆଜି ରଥ ଉପରେ ହେବ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର।  ତେବେ  କୋଭିଡ କଟକଣା ଯୋଗୁ ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା ।   କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ  ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।ଏପଟେ ସୁନାବେଶ ପାଇଁ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ।  ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀ ବିଜେ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ଏସବୁ ଅଞ୍ଚଳକୁ ଛାଡିଦେଲେ ପୁରୀ ପୌରାଞ୍ଚଳର ଅନ୍ୟ ସମସ୍ତ ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ । ଆଜି ହେବ ଶ୍ରୀଜୀଉଙ୍କ ସୁନାବେଶ । ଏହା ପରେ ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଏହି କ୍ରମରେ ପୁରୀ ବେଳାଭୂମିର ଝୁରା ବାଲିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେପଟେ ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ତିଆରି କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା  । ଏବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ନିଜ ବାଲୁକା କଳା ମାଧ୍ୟମରେ ନିଜେ ଦର୍ଶନ କରିବା ସହ ଜଗନ୍ନାଥପ୍ରେମୀଙ୍କୁ  ଶ୍ରୀଜିଉଙ୍କ ସୁନାବେଶର ଦର୍ଶନ କରାଇଛନ୍ତି  ।

ଜାତିଭିତ୍ତିକ ଜନଗଣନାକୁ କେନ୍ଦ୍ରର ନା, ଓଡ଼ିଶା ଓ ମହାରାଷ୍ଟ୍ର କରିଥିଲେ ଅନୁରୋଧ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ଅଛନ୍ତି, ତା’ର ଗଣତି କରାଯିବ ନାହିଁ। କେବଳ ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଗଣତି କରାଯିବ। ଏହା ବ୍ୟତୀତ ଆଉ କୌଣସି ଜାତି ଆଧାରରେ କେତେ ଲୋକ ଅଛନ୍ତି, ତା’କୁ ଜନଗଣନାରେ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତିଭିତ୍ତିକ ଜନଗଣନା କରିବା ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଦାବି କରିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ଯେ “ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଆସନ୍ତା ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ରହୁଛନ୍ତି, ତା’ର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ କହିଥିଲେ। କିନ୍ତୁ ଭାରତ ସରକାର ଏସ୍‌ସି ଓ ଏସ୍‌ଟିକୁ ଛାଡ଼ି ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।” ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ର ସରକାର ୨୦୧୧ ଜନଗଣନା ବେଳେ ସଂଗ୍ରହ ହୋଇଥିବା ଜାତିଭିତ୍ତିକ ତଥ୍ୟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସଂସଦକୁ ଅବଗତ କରାଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ କହିଥିଲେ ଯେ ସୋସିଓ-ଇକୋନୋମିକ ଓ ଜାତିଭିତ୍ତିକ ଜନସଂଖ୍ୟାର ଗଣନା ୨୦୧୧ରେ କରାଯାଇଥିଲା। ଗ୍ରାମୀଣ ଓ ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ସଂଗୃହୀତ ତଥ୍ୟକୁ ହସ୍ତାନ୍ତର ହୋଇଥିଲା। ତେବେ ଏହାକୁ ବର୍ତ୍ତମାନ ଷ୍ଟେଜରେ ସାର୍ବଜନୀନ କରିବାର କୌଣସି ଯୋଜନା ନାହିଁ।

କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ମିଶିବେ ୮ ବିଧାୟକ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ କଂଗ୍ରେସକୁ ମଣିପୁରରେ ବଡ଼ ଝଟକା ଲାଗିପାରେ। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, ମଙ୍ଗଳବାର ପାର୍ଟିର ୮ ଜଣ ବିଧାୟକ ବିଜେପିରେ ସାମିଲ୍ ହୋଇପାରନ୍ତି। ଅନ୍ୟପକ୍ଷରେ ମଣିପୁର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଗୋବିନ୍ଦାସ୍ କୋନ୍ଥୁଜାମ ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ଗୋବିନ୍ଦାସ୍ ବିଷ୍ଣୁପୁର ଆସନରୁ ୬ଥର ବିଧାୟକ ରହିସାରିଛନ୍ତି। ତାଙ୍କୁ ଡିସେମ୍ବର, ୨୦୨୦ରେ ମଣିପୁର ୟୁନିଟର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ପୁଣିଥରେ କ୍ଷମତା ହାସଲ କରିବାକୁ ପ୍ରୟାସ କରିବେ। ଗତ ଜୁନରେ ଶାରଦା ଦେବୀଙ୍କୁ ବିଜେପିର ଅଧ୍ୟକ୍ଷ କରାଯାଇଛି। ଏଏନଆଇ ମୁତାବକ, ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ସୁନିଶ୍ଚିତ କରିଛନ୍ତି ଯେ ଶାରଦା ଦେବୀଙ୍କ ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ତାଙ୍କ ପୂର୍ବରୁ ପାର୍ଟିର ରାଜ୍ୟ ମୁଖ୍ୟ ସାଇଖୋମ ଟିକେନ୍ଦ୍ର ସିଂଙ୍କର କୋଭିଡ-୧୯ କାରଣରୁ ମେ ମାସରେ ଦେହାନ୍ତ ହୋଇଥିଲା। ଏହା ବ୍ୟତୀତ ବିଜେପି ଆସାମରେ ଭାବେଶ କାଲିତାଙ୍କୁ ଦଳର ଅଧ୍ୟକ୍ଷ କରିଛି। ସେ ରଞ୍ଜିତ କୁମାର ଦାସଙ୍କ ସ୍ଥାନ ନେଇଥିଲେ। ଦିନକ ତଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନବଜୋତ୍ ସିଂହ ସିଦ୍ଧୁଙ୍କୁ ପଞ୍ଜାବରେ ପାର୍ଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ସିଦ୍ଧୁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟରେ ଅନେକ ବିବାଦ ସାମ୍ନାକୁ ଆସିଥିଲା। ଏବେବି ଦୁହିଁଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବା ଦେଖି ଶୀର୍ଷ ନେତୃତ୍ୱ ତିନି ଜଣିଆ ସଦସ୍ୟ ଗଠନ କରିଥିଲେ। ଏହାବ୍ୟତୀତ ଖୋଦ୍ ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବାଡ୍ରା ମଧ୍ୟ ଦୁଇ ନେତାଙ୍କୁ ସାକ୍ଷାତ କରିଥିଲେ।

ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବାକୁ ବିଜେଡି ବାଟ ଖୋଜୁଛି: ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଧାନ କିଣା ପାଇଁ ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ରହିଥିବା ବ୍ୟାପକ ଅସନ୍ତୋଷରୁ ମୁକ୍ତି ପାଇବାକୁ ବିଜେଡି ବାଟ ଖୋଜୁଛି। ଆଉ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଏଫସିଆଇ ଆଗରେ ଧାରଣା ଦେଇ ବିଜେଡି ପଳାୟନପନ୍ଥୀ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ବଳକା ୭ଲକ୍ଷ ଟନ୍ ଚାଉଳ ଚଳିତ ଖରିଫ ଋତୁରେ ଏଫସିଆଇ ନେବ ଓ ଧାନ ସଂଗ୍ରହ ବାବଦ ଅର୍ଥ ରାଜ୍ୟକୁ ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟାର ଅଂଶବିଶେଷ ହୋଇଥିବାବେଳେ ବିଜେଡି କେବଳ ନିଜର ଦୋଷକୁ ଘୋଡ଼ାଇବା ପାଇଁ ଏଭଳି ଆନ୍ଦୋଳନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି। ଦୀର୍ଘ ୨୧ ବର୍ଷ ଶାସନ ବ୍ୟବସ୍ଥାରେ ରହିବା ପରେ ରାଜ୍ୟରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଓଡ଼ିଆ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ି ପଡିଛି। ଧାନ କିଣି ନପାରି ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି। ଧାନର ସଂରକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ବାରମ୍ବାର ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀକୁ ଦେଉନାହାନ୍ତି। ମଣ୍ଡିରେ କଟନି ଛଟନି ନାଁରେ ମିଲର୍ସମାନେ ଚାଷୀଙ୍କଠାରୁ ଲୁଟ୍ କରୁଛନ୍ତି। ମଣ୍ଡି ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପଠାଉଥିଲେ ରାଜ୍ୟ ସରକାର ତାକୁ ଠିକ୍ ଭାବେ ପରିଚାଳନା କରିପାରୁନାହାନ୍ତି। ଏହାକୁ ଘଂଟ ଘୋଡ଼ାଇବା ପାଇଁ ବିଜେଡି ଆଜି ଏଫସିଆଇ ଆଗରେ ଧାରଣା ଦେଉଛି। ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ଘଂଟଘଉଡ଼ାଇବା ଅଭିଯାନ ବିଜେଡି ଚଲାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ଶ୍ରୀ ପୁରୋହିତ କହିଛନ୍ତି ଯେ, ବିଜେଡିର ଚାଷୀ ବିରୋଧୀ ନୀତି, ଖାଦ୍ୟ ସବସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ ନଉଠାଇବା ଆଦି ମିଥ୍ୟା ତଥ୍ୟ ରଖି ଶାସକ ଦଳ ଯେଉଁ ଅଭିଯୋଗ କରିଥିଲା ଏଫସିଆଇ ତାହା ଖୁଲାସା କରିଛି। ଏଫସିଆଇ ପକ୍ଷରୁ କୁହାଯାଇଛି ଯେ, ଓଡିଶା ଏକ ଡିସିପି (ବିକେନ୍ଦ୍ରୀକୃତ ଧାନ କିଣା) ପାଇଁ ଭାରତ ସରକାର, ଓଡ଼ିଶା ସରକାର ଏବଂ ଏଫସିଆଇ ମଧ୍ୟରେ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖରିଫ ଋତୁ ପାଇଁ ପ୍ରତ୍ୟକ୍ଷ କିମ୍ବା ଏଜେନ୍ସି ମାଧ୍ୟମରେ ଧାନ କିମ୍ବା ବାସୁମତି ଚାଉଳ ସଂଗ୍ରହ କରିଥାନ୍ତି । ମାତ୍ର ରାଜ୍ୟ ସରକାର ଧାନ ନକିଣି କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଚଳିତ ଖରିଫ୍ ଋତୁ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଅ।।ଇଥିବା ବଳକା ଚାଉଳ ଏଫସିଆଇ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ଥିବା ବଳକା ଚାଉଳ (ଆନୁମାନିକ ୭ ଲକ୍ଷ ମେଟ୍ରିକ ଟନ)କୁ ମଧ୍ୟ ଚଳିତ ଖରିଫ ଋତୁରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଫସିଆଇ ଦ୍ୱାରା ଗ୍ରହଣ କରାଯିବ। ଏଫସିଆଇ ଦ୍ୱାରା ଅଧିକ ଚାଉଳ ଗ୍ରହଣ କରାଯିବାରେ କୈାଣସି ବାଧା ନାହିଁ ଏବଂ ରାଜ୍ୟ ଦ୍ୱାରା ଦିଆଯାଉଥିବା ଅଧିକ ଅଣବାସୁମତି ଚାଉଳକୁ ମଧ୍ୟ ଏଫସିଆଇ ନିୟମିତ ଭାବରେ ଗ୍ରହଣ କରିଆସୁଛି। ଅଣବାସୁମତି ଚାଉଳ ଗ୍ରହଣ କରିବା କିମ୍ବା ଚାଉଳ ଖାଲି କରିବା ଏକ ନିରନ୍ତର ପ୍ରକ୍ରିୟା । ଏହି ଅନୁସାରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଉଥିବା ଚାଉଳ ଗ୍ରହଣ କରିବା ଏବଂ ଆବଶ୍ୟକତା ଥିବା ରାଜ୍ୟକୁ ସେହି ଚାଉଳ ପ୍ରଦାନ କରିବ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭ ଜୁଲାଇ ୨୦୨୧ ମଧ୍ୟରେ ଏଫସିଆଇ ୧୩.୦୭ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଗ୍ରହଣ କରିଛି ଏବଂ ୧୨.୩୧ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଖାଲି କରାଯାଇଛି। ରାଜ୍ୟ ସରକାରଙ୍କୁ ସିଧାସଳଖ ଖାଦ୍ୟ ସବସିଡି କେନ୍ଦ୍ର ସରକାର ଦେଇଥାନ୍ତି। ରାଜ୍ୟ ସରକାରଙ୍କ ଏଜେନ୍ସି ୩୦୯୬ କୋଟି ଟଙ୍କାର ବିଲ୍ ଏଫସିଆଇ ପାଖରେ ପଇଠ କରିଛନ୍ତି। ସେଥିମଧ୍ୟରୁ ଏଫସିଆଇ ଚଳିତ ଜୁଲାଇମାସ ୧୪ତାରିଖ ସୁଦ୍ଧା ୨୯୫୭ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇ ସାରିଛି। ବକେୟା ରାଶି ମଧ୍ୟ ମିଳିବ। ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ଶ୍ରୀ ପୁରୋହିତ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, କୋଷାଧକ୍ଷ ବିଶ୍ୱକେତନ ସ୍ୱାଇଁ, ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କ୍ୟାଟ୍ରିନା ଆଉଟ୍, ୟାମି ଇନ୍‌…..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ ହେଲେ ଆଉଟ । ୟାମି ଗୌତମ ହେଲେ ଇନ୍ । ଏକ ଅପ୍‌କମିଂ ଫିଲ୍ମରେ କ୍ୟାଟ୍ରିନାଙ୍କୁ ୟାମି ଗୌତମ ରିପ୍ଲେସ କରିଥିବା ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ‘ରାତ ବାକି’ରେ କ୍ୟାଟ୍ରିନାଙ୍କ ସ୍ଥାନ ନେଇଛନ୍ତି ୟାମି । ମିଡିଆ ରିପୋର୍ଟ ମୁତାବକ ଅନେକ ସମୟ ଧରି ଅଟକି ରହିଥିବା ଏହି ଫିଲ୍ମର ଲିଡ୍ ଅଭିନେତ୍ରୀ ଭାବେ ଏବେ ୟାମିଙ୍କୁ କାଷ୍ଟ କରାଯାଇଥିବା ନେଇ ଶୁଣିବାକୁ ମିଳିଛି । ଏହି ଫିଲ୍ମକୁ ୟାମିଙ୍କ ସ୍ୱାମୀ ଆଦିତ୍ୟ ଧର ରନି ଶ୍ରୁବାଲାଙ୍କ ସହ ମିଶି ପ୍ରଡ୍ୟୁସ କରିବେ। ସୂଚନା ମୁତାବକ ୨୦୧୬ରୁ ଏହି ଫିଲ୍ମ ଉପରେ କାମ ଚାଲିଛି । କ୍ୟାଟ୍ରିନା କୈଫ ଏବଂ ଫୱାଦ ଖାନ୍‌ଙ୍କୁ ନେଇ ଫିଲ୍ମଟି ତିଆରି ହୋଇଥା’ନ୍ତା । କିନ୍ତୁ ପରେ ପାକିସ୍ତାନ ସହ ସମ୍ପର୍କ ଖରାପ ହେତୁ ଫିଲ୍ମଟି ୪ରୁ ୫ ବର୍ଷ ଧରି ଝୁଲି ରହିଥିଲା। ଏବେ ଏହି ଫିଲ୍ମ ଉପରେ ଆଦିତ୍ୟ ଧର କାମ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏଥର କାଷ୍ଟ ଠାରୁ ଆରମ୍ଭ କରି ଫିଲ୍ମର ଟାଇଟଲ୍ ପର‌୍ୟ୍ୟନ୍ତ ସବୁକିଛି ବଦଳିଯିବ। କ୍ୟାଟ୍ରିନା ଏବଂ ଫୱାଡଙ୍କ ସ୍ଥାନରେ ୟାମି ଗୌତମ ଏବଂ ପ୍ରତୀକ ଗାନ୍ଧୀଙ୍କୁ ସାଇନ୍ କରିବା ପାଇଁ ଚିନ୍ତା କରାଯାଉଛି। ଏଥିସହ ଫିଲ୍ମକୁ ନୂଆ ଟାଇଟଲ ଦିଆଯିବା ନେଇ ମଧ୍ୟ ଯୋଜନା ଚାଲିଛି। ଏହାପୂର୍ବରୁ ୟାମି ଗୌତମ ଏବଂ ଆଦିତ୍ୟ ଧର ‘ଉରି-ଦ ସର୍ଜିକଲ ଷ୍ଟ୍ରାଇକ’ରେ ଏକାଠି କାମ କରିସାରିଛନ୍ତି। ‘ଉରି’ ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ଦେଇଥିଲେ। ଏହି ଫିଲ୍ମରୁ ହିଁ ଆଦିତ୍ୟ ଏବଂ ୟାମିଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପରେ ଏହି ଫିଲ୍ମ ଜରିଆରେ ଦୁହେଁ ପୁଣି ଏକାଠି କାମ କରିବେ। ଜୁନ୍ ୪ରେ, ଉଭୟ ବିବାହ କରିଥିଲେ।

ଫେରୁଛନ୍ତି ଐଶ୍ୱର୍ଯ୍ୟା….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଦୀର୍ଘ ଦିନ ପରେ ପୁଣି ସିଲଭର ସ୍କ୍ରିନ୍‌କୁ ଫେରିବେ ନୀଳ ନୟନା। ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୟର ଯାଦୁ। ଖୁବ୍‌ଶୀଘ୍ର ସେ ମଣିରତ୍ନନମ୍‌ଙ୍କ ଫିଲ୍ମରେ ନଜର ଆସିବେ। ଏନେଇ ଐଶ୍ୱର୍ଯ୍ୟା ନିଜେ ସୂଚନା ଦେଇଛନ୍ତି। ଐଶ୍ୱର୍ଯ୍ୟ ମଣିରତ୍ନମ୍‌ଙ୍କ ଫିଲ୍ମ ‘ପିଏସ୍‌-୧’ ତଥା ‘ପୋନ୍ନି ସେଲଭମ’ ଜରିଆରେ ଦୀର୍ଘ ୩ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମର ଫାଷ୍ଟ ଲୁକକୁ ଐଶ୍ୱର୍ଯ୍ୟା ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି-‘ପୁଣି ଥରେ ଗୋଲ୍ଡେନ୍ ଯୁଗ ଫେରିବାକୁ ଯାଉଛୁ’। ନିକଟରେ ‘ପୋନ୍ନି ସେଲଭମ’ ଫିଲ୍ମର ୭୫ ପ୍ରତିଶତ ସୁଟିଂ ସରିଛି। ହାଇଦ୍ରାବାଦ ଓ ମଧ୍ୟପ୍ରଦେଶରେ ବାକି ସୁଟିଂ ହେବ। ସୂଚନା ମୁତାବକ ଐଶ୍ୱର୍ଯ୍ୟାଶେଷ ଥର ପାଇଁ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ଫନ୍ନେ ଖାନ୍‌’ରେ ନଜର ଆସିଥିଲେ। ଏବେ ‘ପିଏସ୍‌-୧’ ଫିଲ୍ମର ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି।