ଗାଁ କୁ ନାହିଁ ପକ୍କା ରାସ୍ତା । ବର୍ଷା ଦିନେ ସମସ୍ୟା ଭୋଗୁଛନ୍ତି ୪ ଗ୍ରାମର ଗ୍ରାମବାସୀ ; ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାହାପାଇଁ …?

!!! ରାୟଗଡ଼ ଜିଲ୍ଲା ଗୁଣୁପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ହୋଇ ପାରିନାହିଁ ଗାଁ କୁ ପକ୍କା ରାସ୍ତା । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଯାତାୟାତ ରେ ବାଧା ଉପୁଜିଥିବା ଯୋଗୁଁ ବିକାଶ ଠାରୁ ବହୁ ଦୂରରେ ରହିଯାଉଛି ଆଦିବାସୀ ମୂଳକ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଜଲତାର ପଞ୍ଚାୟତ ଲୁଂଗୁରୁତାଲ,ଜଲତାର ଗୁଡା ଓ ଘନାନ୍ତ୍ରୀ ପଞ୍ଚାୟତ ସମ୍ପେନି ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତାର ଦୃଶ୍ୟ । ଏହି ତିନିଗୋଟି ଗ୍ରାମର ମୋଟ ଜନସଂଖ୍ୟା ଦୁଇ ହଜାରରୁ ଉର୍ଦ୍ଧ୍ବ ଥିବା ବେଳେ ସମସ୍ତେ ଆଦିମ ଜନଜାତି ବର୍ଗର ଆଦିବାସୀ ଅଟନ୍ତି । ଗୁଣୁପୁର ସହର ଠାରୁ ମାତ୍ର ୧୨ କିମି ଦୂରରେ ଥିବା ଏହି ସବୁ ଗ୍ରାମବାସୀ ପକ୍କା ରାସ୍ତା ନ ଥିବାରୁ ଯାତାୟାତ ରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ବିଶେଷ କରି ବର୍ଷା ଆସିଲେ ଏକ ପ୍ରକାର ବିଛିନାଞ୍ଚଳ ଦୁଃଖ ଭୋଗ କରୁଥିବା ଅଭିଯୋଗ କରିଛନ୍ତି । ମାଟିରାସ୍ତାରେ ସ୍ଥାନେ ସ୍ଥାନେ ବିରାଟ ବିରାଟ ଖାଲ ଖମା ଯୋଗୁଁ ପାଣି ଜମି ରହୁଛି । ରାସ୍ତା ସାରା କାଦୁଅ ପଚାପଚ ହୋଇ ଯାଉଥିବା ରୁ ଗମନାଗମନ ରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି । ଜରୁରୀ ସମୟରେ ଏହି ସବୁ ଗ୍ରାମକୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡ଼ି ଆସି ପାରୁନଥିବା, ରୋଗୀଙ୍କୁ ମେଡିକାଲ ନେବାରେ ବହୁ ଅସୁବିଧା ଭୋଗୁଥିବା କୁହାଯାଇଛି । ଏଠାକାର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କାରବାର ଉପରେ ଗୁଣୁପୁର ସହର ଉପରେ ନିର୍ଭର କରୁଥିବା ବେଳେ ବର୍ଷାଋତୁ ଆସିଲେ ସବୁ ଯେପରି ଏମାନଙ୍କ ପାଇଁ ଠପ୍ ହୋଇପଡେ । ତମାମ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ସମସ୍ୟା ସମ୍ପର୍କରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଇବାରୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କେବେ ତିଆରି ହେବ ପକ୍କା ରାସ୍ତା କେବେ ଉପକୃତ ହେବେ ଏଠାକାର ବାସିନ୍ଦା ତାହା ଏବେ ଦେଖିବାକୁ ରହିଲା ।

ସି ୱାଈ ଏସ ଡି ସଂସ୍ଥା ତରଫରୁ ରେଖାପଦର ଓ ଝ ରଡ଼ି ପଞ୍ଚାୟତର ସମସ୍ତ ଅସାୟ ବୃଦ୍ଧା ଗରିବ ଆଦିବାସୀମାନଙ୍କୁ କୋଭିଡ କିଟ୍ ବଣ୍ଟନ…!

!!! ରାୟଗଡ଼ ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ସି ୱାଇ ଏସ ଡି ସଂସ୍ଥା ତରଫରୁ ରେଖା ପଦର ପଞ୍ଚାୟତ ରେ ଅସାୟ ବୃଦ୍ଧା ମାନଙ୍କୁ କୋଭି ଡ କିଟ୍ ବଣ୍ଟନ ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ପଞ୍ଚାୟତ ର ବୁରୁଜୁଗୁଡ଼ା ଓ ବେଲେଙ୍ଗାପଦର ଓ ଝରଡ଼ି ପଞ୍ଚାୟତ ର ତଳ ସିକାବାଡି ଗ୍ରାମରେ ସମସ୍ତ ଅସାୟ ବୃଦ୍ଧା ଗରିବ ଆଦିବାସୀମାନଙ୍କୁ କୋଭିଡ଼ କିଟ୍ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସି ୱ୍ଵାଇ ଏସ ଡି ର କର୍ମୀ ନାଗେସ୍ୱର ହାରାକା ଓ ମୁରଲୀ କାଡ୍ରାକା ଉପସ୍ଥିତ ରହି ସମସ୍ତ ଅଶାୟ ବୃଦ୍ଧା ଗରିବ ଆଦିବାସୀମାନଙ୍କୁ ସଚେତନତା କରିବା ସହିତ କୋଭିଡ କିଟ୍ ବଣ୍ଟନ କରିଥିଲେ ଯାହାକି ପରବର୍ତ୍ତୀ ସମୟରେ କୋରନା ରୋଗ ପ୍ରତି ସହାୟତ ହେବ ।

ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଛି । ମହାବିଦ୍ୟାଳୟ ଓ କୋଦଳା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ମିଳିତ ଚାରା ରୋପଣ କରାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପଦ୍ମ ଚରଣ ପାଢ଼ୀଙ୍କ ତତ୍ୱାବଧାନରେ ହୋଇଥିବା ବନ ମହୋତ୍ସବରେ ବନ ଅଧିକାରୀ ସଚିନ କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା, ବରିଷ୍ଠ ଆଇନଜୀବୀ ବିଜୟଲଷ୍ମୀ ପଟ୍ଟନାୟକ, ଫରେଷ୍ଟର କୋରା ପ୍ରସାଦ ଜେନା ଉପସ୍ଥିତ ଥିଲେ । ଅଧ୍ୟାପକ ରଘୁନାଥ ମୁଦୁଲି ସଂଯୋଜନା କରିଥିବା ବେଳେ ଅଧ୍ୟାପକବିନୋଦ କୁମାର ମିଶ୍ର, ଅଧ୍ୟାପକ ଡ଼ଃ ବିଷ୍ଣୁ ନାରାୟଣ ସେଠି, ଅଧ୍ୟାପିକା ରଞ୍ଜୁବାଳା ନନ୍ଦ ସହ ଫାଲ୍ଗୁନି ପଟ୍ଟନାୟକ, ଛାତ୍ର ଅଜୟ ବେହେରା, ଆକାଶ ମହାପାତ୍ର, ଦୀପକ ଗୌଡ଼, ଛାତ୍ରୀ ଈଶ୍ୱରୀ ବିଶୋଇ ଓ ଲିଜାରାଣୀ ବେହେରାଙ୍କ ସହ ଅନ୍ୟ କର୍ମଚାରୀ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା ।

ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ରବିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ର ବୈଠକ ସଭାପତି ଶ୍ରୀ ଅଭୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରୋଇ ବିଦ୍ୟାଳୟ ସଂଘ ର ସମ୍ପାଦକ ଅଶୋକ କୁମାର ସେନାପତି, କୋଷାଧକ୍ଷ କବିରାଜ ଜେନା, ସଭ୍ଯ ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପାଢ଼ୀ,ବେଗୁନିଆପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ କେ. ଆନଦ ରାଓ, ସଭାପତି ଏ. ଦନାର୍ଦ୍ଧନ ଆଚାରୀ ସମେତ ବହୁ ବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ବର୍ତ୍ତମାନ କରୋନା ସମୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଅସୁବିଧା ଦେଇ ଗତି କରୁଛି ତାହାର ସୁଧାର ନେଇ ଆଲୋଚନା ହୋଇଥିଲା । ଏଥିସହିତ ଆସନ୍ତା ୨୩ ତାରିଖ ଦିନ ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏକ ଛଅ ଦଫା ଦାବୀ ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ୫ ଟି ସଚିବ, ରାଜ୍ୟପାଳ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

କୋଦଳା ସତ୍ୟସାଇ ସେବା ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା )-ଗଞ୍ଜାମ ଜିଲ୍ଲା କୋଦଳା ସତ୍ୟସାଇ ସେବା ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୋଦଳା ବାଘୁଆ ଠାକୁରାଣୀ ନିକଟସ୍ଥ ପାର୍ବତ୍ୟ ଅଞ୍ଚଳରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆବାହକ ଶ୍ରୀ ନିବାସ ଦୋରାଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସାଇ ସେବକ ନିରଞ୍ଜନ ମହାନ୍ତି, ଜିଲ୍ଲା ଆଧ୍ୟାତ୍ମିକ ବାହିନୀ ଆବାହକ ନୀଳକଣ୍ଠ ଦାଶ, ସୌଭାଗ୍ୟ ମିଶ୍ର, ଜୟରାମ ଗୌଡ଼, ରଞ୍ଜିତ ପାହାନ, ମନୋରମା ମହାନ୍ତି, ଯୁବ ସେବକ ଚନ୍ଦନ କୁମାର ମିଶ୍ର, ସୋମନାଥ ସେଠି ଓ ସମିତିର ବାଳ ବିକାଶ ଛାତ୍ର ଲିପୁନ ସାହୁ, ରିତେଶ ବିଶ୍ୱାଳ, ବବୁଲ ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ । 

କ୍ୟାନ୍ସର ପୀଡ଼ିତା ଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଜୟ ଜଗନ୍ନାଥ ଗ୍ରୁପ୍ ଓଡ଼ିଶା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଗଜପତିନଗର ପଞ୍ଚମ ଗଳି ର ଦେବୀପ୍ରସାଦ ଦାଶ ଙ୍କ ପୁଅ ସନ୍ତୋଷ ଦାଶ (୩୮) । ତୃତୀୟ ଶ୍ରେଣୀ ରେ ପାଠ ପଢା ଛାଡି ହୋଟେଲ୍ ରେ ଚା କପ୍ ଓ ଅଇଁଠା ବାସନ ମାଜିବା ପାଇଁ ରହିଲେ । ବଡ଼ ହେବା ପରେ ମୂଲ ଲାଗି ଯାହା ଆଣିଲେ ସେଥିରେ ଚଳିଲେ । ବଡ଼ ହୋଇ ବାହାଘର ପରେ ଅଟୋ କିଣି ପରିବାର ଚଳାଇଲେ । ସନ୍ତୋଷ ଙ୍କ ଗୋଟେ ଝିଅ ୧ ୪ବର୍ଷ ର ଏବଂ ଗୋଟେ ପୁଅ ୧୨ ବର୍ଷ ଓ ଆଉ ଗୋଟେ ପୁଅ ୩ ବର୍ଷ ର ।ବେଳଗୁଣ୍ଠା ରୁ ଆସି ଦୀର୍ଘ ୨୦ ବର୍ଷ ହେବ ବ୍ରହ୍ମପୁର ରେ ଘର ଭଡାରେ ରହି ଅଟୋ ଚଳାଇ ପିଲାଙ୍କ ପାଠ ପଢା ବି ବୁଝନ୍ତି । ରୋଜଗାର କମ୍ କିନ୍ତୁ ବେସ୍ ହସ ଖୁସିରେ ଥିଲେ ପରିବାର କୁ ନେଇ । କିନ୍ତୁ କିଏ ଜାଣିଥିଲା ତାଙ୍କ ହସ ଖୁସି ର ପରିବାର ଉପରେ ଦୁଃଖ ର କଳାପାହାଡ଼ ଆସି ମାଡି ବସିବ ବୋଲି । ତମ୍ବାଖୁ , ଗୁଟୁକା ଖାଇ ଖାଇ ପିଲାବେଳୁ ଆଜି ସେ ମୁଖ କର୍କଟ ରୋଗରେ ପୀଡିତ ଅଛନ୍ତି । ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ସେ ଏବେ ସର୍ବହରା ହୋଇ ପଡିଛନ୍ତି । ଗତ ଜାନୁଆରୀ ମାସ ରେ ଆରମ୍ଭ ହେଲା ଚିକିତ୍ସା। ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ତାପରେ ଭୁବନେଶ୍ୱର ଏମ୍ସ୍ ହସ୍ପିଟାଲ ରେ ୩ଥର ଅପରେସନ ସରିଲା। ମୁଣ୍ଡରୁ ସ୍କିନ୍ ବାହାର କରି ଗାଲରେ ଏବଂ ଜଙ୍ଘ ରୁ ସ୍କିନ୍ ବାହାର କରି ମୁଣ୍ଡରେ ଲଗାଯିବା ପରେ ଏବେ ଶେଷ ଅପରେସନ ବାକି ରହିଛି ଗଳା ର । ଚିକିତ୍ସା କେବଳ ମାଗଣା କିନ୍ତୁ ଷ୍ଟିଲ୍ ରଡ୍ ପାଇଁ ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ଆବଶ୍ୟକ ପଡିଥିଲା ଲକ୍ଷାଧିକ ଟଙ୍କା । ଯାହା ସେ ଚଳାଉ ଥିବା ଅଟୋ ବନ୍ଧା ପକାଇ ଦୁଇଟି ଅପରେସନ କରି ଥିବା ବେଳେ ।

ଗତ ମାସରେ ବିଧାୟକ ବିକ୍ରମ ପଣ୍ଡା ୫ ହଜାର ଟଙ୍କା ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଠାରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପାଇ ତୃତୀୟ ଅପରେସନ୍ କରିଲେ । ସୋସିଆଲ୍ ମିଡିଆ ଓ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ଠାରୁ ଖବର ପାଇ ରାଜ୍ୟ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶିବ ଶଙ୍କର ଦାଶ ଙ୍କୁ ଚତୁର୍ଥ ନମ୍ବର ଅପରେସନ୍ ପାଇଁ ଜଣାଇବା ପରେ ଆଜି ସଂଗଠନ ର ରାଜ୍ୟ ଉପସଭାପତି ଦୀପକ୍ ପାଣିଗ୍ରାହୀ , ବିଭୁ ପ୍ରସାଦ ଠାକୁର , ରଙ୍ଗରାଜ ପାଣିଗ୍ରାହୀ , ଘନଶ୍ୟାମ ସାହୁ , ସିଦ୍ଧେଶ୍ୱର ପାଣିଗ୍ରାହୀ , ବିନାୟକ ପ୍ରସାଦ ପୁରୋହିତ , ଏ. ସୀମାଦ୍ରୀ ପାତ୍ର ,ରାକେଶ ପାତ୍ର , ଶିବ ଶଙ୍କର ପାଣିଗ୍ରାହୀ , ବିବେକ୍ ମହାରଣା , ଅଜିତ୍ କୁମାର ବରାଡ ପ୍ରମୁଖ ତାଙ୍କ ପାଖରେ ପହଂଚି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ଯୋଗାଇ ଦିଆଗଲା । ଏବଂ ଆଗମୀ ଦିନରେ ତାଙ୍କ ଚିକିତ୍ସା ଓ ପିଲାଙ୍କ ପାଠପଢା ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ପ୍ରତିଷ୍ଠାତା ଶିବ ଶଙ୍କର ଦାଶ କହିଛନ୍ତି ।

ବେଗୁନିଆପଡ଼ା ବ୍ଲକ ପ୍ରଶାସନର ଓଡ଼ିଆ ଭାଷାର ମର୍ଯ୍ୟାଦାହୀନ ଓ ତ୍ରୁଟିଯୁକ୍ତ ଚିଠି …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ସରକାରୀ ଚିଠିପତ୍ରରେ ବନାନ ଅଶୁଦ୍ଧ । ତ୍ରୁଟିଯୁକ୍ତ ଓଡ଼ିଆ ଚିଠି ପ୍ରକାଶ କରିଛନ୍ତି ବେଗୁନିଆପଡ଼ା ବ୍ଲକ ପ୍ରଶାସନ। ରାଜ୍ୟରେ ଓଡ଼ିଆ ଭାଷାର ଚିଠିପତ୍ର ସରକାରୀ ସ୍ତରରେ ଆଦାନ ପ୍ରଦାନ ପାଇଁ ଏଭଳି ତ୍ରୁଟି ଅକ୍ଷମଣୀୟ । ଓଡ଼ିଆ ଭାଷାରେ ଲିଖିତ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସମାଲୋଚନା କରିଛନ୍ତି ଭାଷାପ୍ରେମୀ । ଗତ ଜୁଲାଇ ୧୪ ତାରିଖରେ ଉଭୟ ମହାସଂଘ ଓ ଆଞ୍ଚଳିକ ମଞ୍ଚ ସ୍ତରରେ କାର୍ଯ୍ୟକାରୀ କମିଟିର ପୁନଃ ଗଠନ ସମ୍ବନ୍ଧରେ ଏ ଚିଠି ସମସ୍ତ ପଞ୍ଚାୟତର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଲେଖିଛନ୍ତି । ଓଡ଼ିଆ ଭାଷାରେ ଲେଖାଯାଇଥିବା ଏହି ଓଡ଼ିଆ ଚିଠିରେ ଇଂରାଜୀ ଛୁଙ୍କ ଦିଆଯିବା ସହ ପ୍ରାୟ ୧୦ରୁ ଅଧିକ ଥର ତ୍ରୁଟି ରହିଛି । ଚିଠି ଆରମ୍ଭରୁ ଚିଠି ସଂଖ୍ୟା ବଦଳରେ ଇଂରାଜୀରେ letter no ଲେଖା ଅଛି । ତାରିଖ ବଦଳରେ date ଲେଖା ଅଛି ।

ଏହା ସହ ପ୍ରାପ୍ତେଷୁ ସ୍ଥାନରେ ଇଂରାଜୀ ଭାଷାରେ to ଲେଖା ଅଛି । ଆଉ reference ମଧ୍ୟ ଇଂରାଜୀରେ ଲେଖାଯାଇଛି । ଏହା ସହ ଓଡ଼ିଆ ଶବ୍ଦକୁ ଦଶରୁ ଅଧିକ ଥର ଭୁଲ କରାଯାଇଛି । ଯେପରିକି କର୍ମକର୍ତ୍ତା, ପରିବର୍ତ୍ତନ, କୌଣସି, ଉପରୋକ୍ତ, ଉଲ୍ଲଂଘନ, ନିର୍ଦ୍ଧାରିତ ଭଳି ଶବ୍ଦର ଭୁଲ ବନାନ ଲେଖାଯାଇଥିବା ବେଳେ ଇଂରାଜୀ ଶବ୍ଦ ଫର୍ମାଟ ମଧ୍ୟ ଭୁଲ ଲେଖାଯାଇଛି । ପରିବର୍ତ୍ତନ ଓ ଉପରୋକ୍ତ ଶବ୍ଦର ବନାନକୁ ବାରମ୍ବାର ଭୁଲ ଲେଖାଯାଇଛି । ପ୍ରଥମ କଥା ହେଉଛି, ସରକାରୀ କାମ ଓଡ଼ିଆରେ ହେବ ବୋଲି ନିୟମ ହୋଇଥିଲେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଇଂରାଜୀ ଛୁଙ୍କ ଚିଠିରେ ମାରିଛନ୍ତି। ଆହୁରି ସାଂଘାତିକ କଥା ହେଉଛି, ଚିଠିରେ ପ୍ରାୟ ସବୁ ଧାଡ଼ିରେ କିଛି ନା କିଛି ବ୍ୟାକରଣଗତ ତ୍ରୁଟି ଅଛି। ଜଣେ ନିଭୁର୍ଲ ଓଡ଼ିଆରେ ଲେଖିଲେ ସେଥିରେ ତାଙ୍କର ସମ୍ମାନହାନି ହେବନାହିଁ। ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ଏହି ଚିଠିଟି ସାଧାରଣରେ ଚର୍ଚ୍ଚାରେ ବିଷୟ ହୋ‌ଇଛି। ଦ୍ବିତୀୟରେ, ଚିଠିଟି ଏଭଳି ଶୈଳୀରେ ଲେଖା ଯାଇଛି, ଯେପରି ଓଡ଼ିଆ ଭାଷା ଠିକ ସେ ଜାଣିନାହାନ୍ତି ବା ପଢି ସଂଶୋଧନ କରିବାରେ ସମୟ ହୋଇନି । ଏପରି ଲେଖାକୁ ନେଇ ଭାଷାପ୍ରେମୀ ଉଦବେଗ ପ୍ରକାଶ କରିବା ସହ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଉ ଚିଠିକୁ ନେଇ ଲୋକେ ନାପସନ୍ଦ କରିଛନ୍ତି ।

ବେଗୁନିଆପଡ଼ା ବ୍ଲକ ପାଇଁ ବିଜେଡିର ଡିଜିଟାଲ ସେକ୍ରେଟାରୀ ହେଲେ କାହ୍ନୁଚରଣ ପଣ୍ଡା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦଶକ୍ରମେ ବିଜେଡିର ବିଭିନ୍ନ ସଂଗଠନକୁ ଅଧିକ ସୁଦୃଢ କରାଯାଉଛି। ସେହି କ୍ରମରେ ଛାତ୍ର ସଂଗଠନକୁ ସୁଦୃଢ କରିବା ସକାଶେ ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲ୍ଲା ବ୍ଳକ ଓ ଏନ୍ଏସି ମାନଙ୍କର ଡିଜିଟାଲ ସେକ୍ରେଟାରୀ ନାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଘୋଷଣା କରିଛନ୍ତି। ବର୍ତ୍ତମାନ ୨୦ଟି ବ୍ଳକ ଓ ୧୬ଟି ଏନ୍ଏସି ପାଇଁ ଡିଜିଟାଲ ସେକ୍ରେଟାରୀଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମରେ ଆଜି ବେଗୁନିଆପଡ଼ା ପାଇଁ ବିଜୁ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଭାବେ କାହ୍ନୁଚରଣ ପଣ୍ଡା(ଟିପୁ)ଙ୍କୁ ମନୋନୀତ କରାଯାଇଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖବର ପ୍ରସାରଣ ପରେ ବେଗୁନିଆପଡ଼ା ବ୍ଲକ ଓ ଏଲ୍ ଏମ୍ ବିଭାଗ ଜିପି ଏଲ୍ ଏଫ୍ ପୁନଃ ଗଠନ ପାଇଁ ବାହାରିଲା ଚିଠି…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଣମାଧ୍ୟମରେ ରେ ଖବର ପ୍ରସାରଣ ପରେ ଚେତିଲା ବେଗୁନିଆପଡ଼ା OLM ବିଭାଗ । ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ହୋଇଥିବା ଅନିୟମିତତା ଘଟଣାର ନୂଆମୋଡ଼ । ଖବର ପ୍ରସାରଣ ପରେ ଚିଠି ବାହାର କଲେ ବିଭାଗୀୟ ଅଧିକାରୀ । ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି (GPLF) ଜିପିଏଲଏଫ ମେମ୍ବର ପରିବର୍ତ୍ତନ ନ ହୋଇଥିବା ଖବର ପ୍ରସାରଣ ପରେ ଚେତିଲା ବିଭାଗ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି OLM ବିଭାଗ । ଏହି ବ୍ଲକ ୨୩ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଏହି ପଞ୍ଚାୟତ ମାନଙ୍କରେ ରହିଥିବା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ବା GPLF ସଂଘର ସଦସ୍ୟମାନେ ଦୀର୍ଘ ୫ରୁ ଉର୍ଦ୍ଧ୍ବ ବର୍ଷ ଧରି କାର୍ଯ୍ୟ କରୁଛନ୍ତି, ଯାହାକି ଗାଇଡ୍ ଲାଇନ୍ ବାହାରେ ।

ଗାଇଡ୍ ଲାଇନ୍ ଅନୁଯାୟୀ GPLF ର ସଦସ୍ୟମାନେ ୨ ବର୍ଷ ପାଇଁ କାର୍ଯ୍ୟ କରିବା ନିୟମ ଥିବା ବେଳେ ଏହି ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଦୀର୍ଘ ୫ ବର୍ଷ ଧରି ସଦସ୍ୟ ପରିବର୍ତ୍ତନ କରାଯାଇ ନାହିଁ । ନାରୀମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ବିଭାଗ ଓ କାର୍ଯ୍ୟପନ୍ଥା ଆପଣାଉ ଥିବାର ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ ଏହାକୁ ଢ଼ାଲ କରି ମହିଳା ମାନଙ୍କ ନାମରେ ଆଇନ୍ ବହିର୍ଭୂତ କାର୍ଯ୍ୟ ହେଉଥିବାର ମଧ୍ଯ ନଜରକୁ ଆସିଥିଲା । ଯାହାର ଖବର କିଛି ଦିନ ତଳେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ GPLF ମେମ୍ବର ପରିବର୍ତ୍ତନ ଲାଗି ଚିଠି କରାଯାଇଛି । ଯାହା ବେସରକାରୀ ସୂତ୍ରରୁ ଆମର ହସ୍ତଗତ ହୋଇଛି । କଣ ପାଇଁ ଏତେ ଦିନ ହେଲା ପୁନଃ ଗଠନ ହୋଇନଥିଲା GPLF ? ଖବର ପ୍ରସାରଣ ପରେ ତରବରିଆ ଭାବେ ଚିଠି କରାଯାଇଥିବା ବେସରକାରୀ ସୂତ୍ରରୁ ଆମକୁ ହସ୍ତଗତ ହୋଇଛି ?

ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି , ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- କରୋନା ସମୟରେ ରାଜ୍ୟ ସରକାର ଙ୍କ ବିଦ୍ୟୁତ ବିଲ ରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି ବୋଝ ଉପରରେ ନଳିତା ବିଡ଼ା ସଦୃଶ୍ୟ । ସରକାର ସେବା କମ ଟିକସ ଅଧିକା ନୀତି ଆପଣେଇ ଜନସାଧରଣ ଙ୍କୁ ଶୋଷଣ କରିଛନ୍ତି  । ଏହାର ପ୍ରତିବାଦ କରି ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ସାଧାରଣ ଜନତାଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାତ ଦିନ ଧରି ରାଜ୍ୟ ବ୍ୟାପି ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛି ।

 

ଏହି ପରିପ୍ରେକ୍ଷୀରେ ଗୁଣପୁର ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ଆସିଥିବା ହଜାର ହଜାର ଟଙ୍କା ର କେନ୍ଦ୍ରୀୟ ସହାୟତା ରାଜ୍ୟ ସରକାର ହରିଲୁଟ କରିଥିବା ,କମ୍ପାନୀ ଉପରେ ପଡି ରହିଥିବା ଵକେୟା ଟିକସ ଆଦାୟ କରିବାରେ ବିଫଳ ହୋଇଥିବା,ଆନ୍ଧ୍ର ଓ ଗୁଜରାଟ ଭଳି ରାଜ୍ୟରେ କରାଯାଇଥିବା ତାରିଫ ଓଡ଼ିଶାରେ ପ୍ରଚଳନ କରିବା,ବିଦ୍ୟୁତ ସଂଯୋଗ ନହୋଇ ବିଲ ଆସୁଥିବା, ଉଚ୍ଚ ଶିକ୍ଷା ବିଭାଗର ଅନେଜ କଲେଜରେ ବାକି ପଡିଥିବା ଟଙ୍କା ଆଦାୟ କରାଯାଉ ନଥିବା ଭଳି କିଛି ଦାବୀ ଉପସ୍ଥାପନା କରି ପ୍ରତିବାଦ କରାଯାଇଛି ।

 

ଏଥି ସହିତ ବାତ୍ୟା ପରେ ମିଳିଥିବା କେନ୍ଦ୍ରୀୟ ସହାୟତା କୁ କିଭଳି କେଉଁ ଠିକାଦାର ଙ୍କ ମାଧ୍ୟମରେ ଖର୍ଚ୍ଚ କରାଯାଇଛି ଏବଂ କେତେ ପରିମାଣ ରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତ ପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଦୃଢ଼ ଦାବୀ କରିଛି । ଏହି ବିକ୍ଷୋଭ ରେ ଭଜପା ଜିଲ୍ଲା ସମ୍ପାଦକ ଶ୍ରୀରବି ଶଙ୍କର ଗମାଙ୍ଗ , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ଵାଇଁ ,ଜିଲ୍ଲା ଭଜପା କୋଷାଧକ୍ଷ ପେଦିନା ନାଗାରାଜୁ , ବରିଷ୍ଠ ବିଜେପି ନେତା ୱାଇ॰ଗଣପତି ଙ୍କ ସମେତ ବହୁ ବିଜେପି ପ୍ରେମ ଯୋଗ ଦେଇଥିଲେ ।