୧୪୪ ଧାରା ମାତ୍ର କେବଳ ଧର୍ମକୁ ଆଖି ଠାର ; ଭକ୍ତଙ୍କୁ ହଁ – ସମ୍ବାଦିକ ଙ୍କୁ ନାଁ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ହେବନି । ମନ୍ଦିର ବେଢାରେ ଭଗବାନଙ୍କ ସମସ୍ତ ନୀତିକାନ୍ତି ବିନା ଭକ୍ତରେ କେବଳ ସେବାୟତ ଙ୍କୁ ନେଇ ପାଳନହେବ ବୋଲି ରାୟ କୁହାଯାଇଛି । ଭିଡକୁ ଏଡ଼ାଇବା ନିମନ୍ତେ ମନ୍ଦିର ପରିସର ର ଅନତି ଦୂର ମଧ୍ୟରେ ଧାରା ୧୪୪ ଜାରି କରାଯାଇଛି । ଏହିପରି ଗୁଣପୁର ଠାରେ ପ୍ରଶାସନିକ ଅଧିକାରୀ ଜାରି କରିଛନ୍ତି ୧୪୪ ଧାରା । ଏହି ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଲଗାଇ ମନ୍ଦିର ଅଞ୍ଚଳ ପ୍ରବେଶ ପୂର୍ବରୁ ରହିଥିବା ଗେଟ ନିକଟରେ ବାରିକେଟ ଦେଇ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଏଠାରେ ଭକ୍ତଙ୍କ ଅପେକ୍ଷା ସାମ୍ବାଦିକ ଙ୍କୁ ଯାଞ୍ଚ କରିବା କଡା ନିର୍ଦ୍ଧେଶ ଥିବା ଉପଲବ୍ଧି ହେଉଛି । ନିତ୍ୟପ୍ରତ୍ୟ ସରକାରୀ କଳ ସହ ଯୋଗାଯୋଗ ସ୍ଥାପନ କରି ଖବର ପ୍ରକାଶ କରିଚାଲିଥିବା ସାମ୍ବାଦିକ ଙ୍କୁ ଯେଉଁଠି ନିଜ ପରିଚୟ ପତ୍ର ଦେଖାଇବାକୁ ପଡୁଛି ସେପରି ସ୍ଥଳେ ବିନା ପରିଚୟ ପତ୍ରରେ ସେବାୟତ ମାନେ ନିଜେ ଓ ନିଜ ବ୍ୟକ୍ତିଗତ ଲୋକ ମାନଙ୍କୁ ନେଇ ମାଳ ମାଳ ହୋଇ କିପରି ପ୍ରବେଶ କରିପାରୁଛନ୍ତି ? ଦର୍ଶନ ନିମନ୍ତେ ଭକ୍ତ ଙ୍କ ପାଇଁ ବାଟ ମୁକୁଳା ଥିବାବେଳେ ଏଠାରେ ଚାଲୁଥିବା ଘଟଣା ସମ୍ପର୍କରେ ଖବର ପ୍ରସାରିତ କରାଯିବା ପାଇଁ ରୋକ ଲଗାଯାଇଛି ସାମ୍ବାଦିକ ଙ୍କୁ ।

ଏମିତିକି ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ମଧ୍ୟ କୌଣସି ସୂଚନା ପ୍ରଦାନ କରିବାକୁ ମନା କରାଯାଇଛି । ଯଦି କେହି କିଛି ସୂଚନା ଆବଶ୍ୟକ କରନ୍ତି ତେବେ ସବୁ କଥା ଉପ ଜିଲ୍ଲାପାଳ ନିଜେ ବୁଝୁଛନ୍ତି ତାଙ୍କୁ ପଚାର ବୋଲି କହିବାକୁ କୁହାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।ଯଦି ସବୁକଥା ଉପ ଜିଲ୍ଲାପାଳ ବୁଝୁଛନ୍ତି ତେବେ ଏଠାରେ ତାଙ୍କ ଦେଖା ମେଳୁନି କାହିଁକି ବୋଲି ସାଧାରଣରେ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିର ପରିଚାଳନା କମିଟି ର ସେବାୟତ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା କୁ ସାମ୍ବାଦିକ ଖୁଲାସା କରିଦେବେ ବୋଲି ଏହି ପ୍ରକ୍ରିୟା କି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ଭକ୍ତ ଦର୍ଶନ ଏବଂ ଭୋଗ ବିକ୍ରିର ଅନୁମତି ରହିଛି ତେବେ ୧୪୪ ଧାରା ର ମାନେ କଣ ବୋଲି ପ୍ରଶ୍ନ ଉଠିଛି । ଏହାବି ପ୍ରଶ୍ନ ଉଠିଛି ଯେ କାହାକୁ ଖୁସି କରିବାକୁ ପ୍ରଶାସକ ଙ୍କ ଏହି ପ୍ରୟାସ ? ଏଠାରେ ଅଜବ ପ୍ରଶାସକ ଙ୍କ ଗଜବ ନୀତି , ଏଠି ସବୁ ମାଫ , ସବୁ ନିୟମ ଆଇନକୁ ଆଖି ଠାର ମାତ୍ର ବୋଲି କୁହାଯାଉଛି । କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଯେଉଁଠି ଜଗତରନାଥ ବୋଲାଉ ଥିବା ଓଡ଼ିଆ ଜାତିର ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଏତେ ବଡ଼ ପରମ୍ପରା ରେ ରୋକ ଲଗାଯାଇଛି । ସେହି କ୍ଷେତ୍ରରେ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଏଠାରେ ପ୍ରଚଳିତ ଏହି ନିୟମ କରୋନା ରୋକିବା ରେ କେତେ ସହାୟକ ହେବ ତାହା ଦେଖିବାକୁ ରହିଲା ବୋଲି ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି ।

ପିମ୍ପୁଡ଼ି ଧରି ହାତୀ ଛାଡି ଦେଉଥିବା ଅଭିଯୋଗ ପରେ ; ସ୍ଥିତି ଅନୁଧ୍ୟାନ କରି ଖପ୍ପା ହେଲେ ଉପଜିଲ୍ଲାପାଳ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କରୋନା ସଂକ୍ରମଣ ଜନୀତ ସ୍ଥିତିକୁ ଅନୁଧ୍ୟାନ କରି ମାନ୍ୟବର ଅଦାଲତ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା କ୍ରମେ ରାୟଗଡା ଜିଲ୍ଲା ରେ ରଥଯାତ୍ରା ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଗୁଣପୁର ଠାରେ ବିନା ଭକ୍ତରେ ରଥଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଜାରି କରି ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ଏହି ସ୍ଥାନକୁ ଖବର ସଂଗ୍ରହ କରିବା ନିମନ୍ତେ ସାମ୍ବାଦିକଙ୍କୁ ଛଡାଯାଇନି । ଗୁଣପୁର ବଡ଼ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟଙ୍କ କଥାରେ ଭୋଳ ହୋଇ ଉପଜିଲ୍ଲାପାଳ ମନ୍ଦିର ଠାରେ ପ୍ରସାଦ ବଣ୍ଟନ ଓ ବିକ୍ରୟକୁ ଅନୁମତି ଦେଇଛନ୍ତି ।

ଏଥି ପାଇଁ ଉପଜିଲ୍ଲାପାଳ ସାଧାରଣରେ ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି । ପ୍ରଶାସନ ଟିକିଏ ସୁବିଧା ଦେବାରୁ ଏମାନଙ୍କ ଭୋଗ ବିକ୍ରୟ ରେ ହେବାକୁ ଥିବା ଭକ୍ତ ସମାଗମ ଦେଖି ପୁଣି ଏହା କରୋନା ସଂକ୍ରମଣର ରାସ୍ତା କୁ ମୁକୁଳା କରିବ ବୋଲି ହୋଇଥିବା ଅଭିଯୋଗ କୁ ପଛରେ ପକାଇ ମନ୍ଦିର ଠାରେ ଭୋଗ ବିକ୍ରୟ କରୁଛନ୍ତି । ଏହି ସୁଯୋଗ ନେଇ ମନ୍ଦିର ପୂଜକ ମାନେ ଏଠାରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି । ହେରାପଞ୍ଚମୀ ଦିନ ଗୁଣପୁର ଠାରେ ଶ୍ରୀ ଜୀଉଙ୍କ ପ୍ରସାଦ କିଣିବା ପାଇଁ ନାହିଁ ନଥିବା ଭିଡ଼ ଦେଖା ଯାଇଥାଏ । ଏହି କଥା ଦେବୋତ୍ତର ବିଭାଗ ଅଧିକାରୀ ଓ ଉପଜିଲ୍ଲାପାଳ ଅବଗତ ଥାଇ ମଧ୍ୟ ଏଭଳି ନିର୍ଦ୍ଦେଶ ଦେଇ ପରୋକ୍ଷ ଭାବେ ସେମାନେ କରିଥିବା ୧୪୪ ଧାରାକୁ ଭଙ୍ଗ କରୁଥିବା ସାଧାରଣରେ କୁହାଯାଇଛି । ସହରର ଅନ୍ୟ ମନ୍ଦିର ବନ୍ଦ ଫାଟକ ସାମ୍ନା ରେ ଭକ୍ତ ଙ୍କ ଭିଡ଼ ଦେଖି ପୂଜକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏଠାରେ କିନ୍ତୁ ସବୁ ନିରବ । ଏହାକୁ ଦେଖି ଲୋକେ କହିଲେଣି ପ୍ରଶାସନ ହାତୀ ଛାଡି ଦେଇ ପିମ୍ପୁଡ଼ି ଧରୁଛି। ହେରା ପଞ୍ଚମୀ ଦିନ ଦର୍ଶନ ଏବଂ ଭୋଗ କ୍ରୟ ନିମନ୍ତେ ହୋଇଥିବା ଭିଡର ଫୋଟ ଉଠାଇ କିଛି ବ୍ୟକ୍ତି ଉପଜିଲ୍ଲାପାଳ ଙ୍କ ନିକଟକୁ ପଠାଇ ଏହାର ବିରୋଧ କରିବାରୁ ମନ୍ଦିର ନିକଟରେ ସ୍ଥିତି ଅନୁଧ୍ୟାନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ପହଞ୍ଚି ଥିଲେ ।

ଏହାଙ୍କ ପଛେ ପଛେ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ନାୟକ , ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ ଏବଂ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜସବନ୍ତ ହିଆଲ୍ ପହଞ୍ଚି ଥିଲେ । ନିଜେ ଉପଜିଲ୍ଲାପାଳ ମହୋଦୟ ଜନସମାଗମକୁ ଦେଖି ବିରକ୍ତ ଭାବ ପ୍ରକାଶ କରି ଯଥା ଶୀଘ୍ର ଭୋଗ ବିକ୍ରୟକୁ ବନ୍ଦ କରିବା ସହ ଏଠାରେ ଖୋଲା ଯାଇଥିବା କେନ୍ଦ୍ରକୁ ହଟାଇବା ନିମନ୍ତେ କଡା ନିର୍ଦ୍ଦେଶ ଦେଇ ଭୋଗ ବିକ୍ରି ନା ରେ ଭିଡ ଜମାଇ ଥିବା ସେବାୟତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କହିଥିଲେ । ଆଗକୁ ସଂକ୍ରମଣ ଜନିତ ତୃତୀୟ ଲହରୀ ଆସୁଥିବା ଆଶଙ୍କା କରି ଜନ ସାଧାରଣ ଙ୍କୁ ସଚେତନ କରିବା ଏବଂ ୧୪୪ ଧାରା ଜାରି ଅଞ୍ଚଳ ରେ ଜନ ଗହଳି ହେଲେ ଅମାନିଆ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ ବାଜି ମାଧ୍ୟମରେ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଗତ କାଲି ନିଷିଦ୍ଧାଞ୍ଚଳ ମଧ୍ୟକୁ ମାଳ ମାଳ ହୋଇ ଭକ୍ତ ଆସି ୧୪୪ ଧାରା କୁ ଖିଲାପ କରି ଦର୍ଶନ କରୁଥିଲେ ହେଁ ସେଠାରେ ମୁତୟନ ଥିବା ସୁରକ୍ଷା ବିଭାଗ କର୍ମଚାରୀ ଏହାକୁ ଆକଟ ନ କରି ନୀରବ ଦ୍ରଷ୍ଟା ସାଜିଥିବା ଯୋଗୁଁ ପୋଲିସ ବିଭାଗ ପ୍ରତି ଜନ ସାଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଦେଖିବାକୁ ରହିଲା ଉପଜିଲ୍ଲାପାଳ ଏହି ନିର୍ଦ୍ଦେଶ କିଭଳି ପାଳନ କରାଯାଉଛି।

ଚେଇଁ ଶୋଇଛି ଯିଏ ତାକୁ ଉଠାଇବ କିଏ ? ଦୋହରାଇଲେ ପାଣି ଡଙ୍ଗର ପ୍ରକଳ୍ପର ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଂଶଧାରା ନଦୀ ଜଳ ବିବାଦକୁ ନେଇ ମାନ୍ୟବର ଅଦାଲତ ଙ୍କ ରାୟ ପ୍ରକାଶ ପାଇବା ପରେ ଆନ୍ଧ୍ର ସରକାର ନେରେଡି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ଆଭାଷ ପାଇବା ପରେ ପୁଣି ବଂଶଧାରା ଅବବାହିକା ଅଞ୍ଚଳ ବାସୀଙ୍କ ଚେତନା ଜାଗୃତ ହୋଇଛି । ଆମ ଅଞ୍ଚଳ ଜଳ ସମ୍ପଦରେ ଭରପୁର ଥିବାବେଳେ ଆମେ ସବୁବେଳେ ପ୍ରତାରିତ ହୋଇଆସିଛେ । ବଂଶଧାରା ଉପର ମୁଣ୍ଡରେ ଆମର ପ୍ରକଳ୍ପ ଦରକାର ଏହି ନାରା ନେଇ ପୁଣି ଆରମ୍ଭ ହୋଇଛି ଜନ ଆନ୍ଦୋଳନ । ଏହାକୁ ଉଜ୍ଜୀବିତ କରିବାଜୁ ପୂର୍ବଭଳି ଆଗେଇ ଆସିଛି ଗୁଣପୁର ଅଂଚଳରେ କାର୍ଯ୍ୟରତ ଲୋକ ଚେତନା ସଙ୍ଗଠନ ।

ବଂଶଧାରା ଜଳ ବିବାଦ ଆରମ୍ଭ ସହ ଓଡ଼ିଶା ସୀମା ନିକଟର ଅନତି ଦୂରରେ ଆନ୍ଧ୍ର ସରକାର ଙ୍କ ଦ୍ୱରା ନିର୍ମାଣ ହେବାକୁ ଯାଉଥିବା ନେରେଡି ଜଳ ପ୍ରକଳ୍ପ କୁ ବିରୋଧ କରି ସ୍ବର୍ଗତ କମ୍ରେଡ଼ ଭୁବନ ମୋହନ ପଟ୍ଟନାୟକ ଙ୍କ ପ୍ରୋତ୍ସାହନ ରେ ସମାଜସେବୀ ତଥା ଆଇନଜୀବୀ ପ୍ରଦୀପ ଦାଶ ଙ୍କ ନେତୃତ୍ୱରେ ବଂଶଧାରା ଅବବାହିକାରେ ଅବସ୍ଥିତ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ସହ ବଂଶଧାରା ନଦୀର ଉପରେ ମୁଣ୍ଡରେ ଗୁଡାରି ନିକଟସ୍ଥ ପାଣି ଡଙ୍ଗର ଠାରେ ଓଡିଶା ସରକାରଙ୍କ ପକ୍ଷରୁ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ସରକାର ଙ୍କ ପ୍ରସ୍ତାବିତ ନେରେଡି ପ୍ରକଳ୍ପକୁ ଉଚିତ ଜବାବ ଦେଇ ବଂଶଧାରା ଅବବାହିକା ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବା ଦାବୀ ନେଇ ଆରମ୍ଭ ହୋଇଥିଲା ବିକାଶ କ୍ରାନ୍ତି ସାଇକେଲ ଯାତ୍ରା । ଏହା ୨୦୦୨ ମସିହା ଫେବୃୟାରୀ ମାସ ୨୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା ।

ସେତେବେଳର ଏହି ବିକାଶ କ୍ରାନ୍ତି ସାଇକେଲ ଯାତ୍ରାରେ ଭାଗ ନେଇଥିବା ପ୍ରଦୀପ ଦାଶ ,ପରମ ଶବର,ଜେମ୍ସ ଶବର,ସିପନ ଶବର,ସତ୍ୟ ଶବର,ବିମଳା ଶବର,ବିଜୟା ଶବର ଙ୍କ ସମେତ ଅନ୍ୟ ସହଯୋଗୀ ସମାଜସେବୀ କର୍ମକର୍ତ୍ତା ରାୟଗଡା ଜିଲ୍ଲା ଗୁଡାରି ନିକଟସ୍ଥ ମିନାଝୁଲା ଶୈବ ପିଠରୁ ସାଇକେଲ ଯାତ୍ରା ଆରମ୍ଭ କରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ପହଞ୍ଚି ଥିଲେ । ଏହି ଦୀର୍ଘ ଦିନ ଯାତ୍ରା ସମୟରେ ଏମାନେ ବଂଶଧାରା ଅବବାହିକା ର ଗ୍ରାମ ଗୁଡିକୁ ଯାଇ ପଥପ୍ରାନ୍ତ ସଭା କରି ପାଣି ଡଙ୍ଗର ପ୍ରକଳ୍ପ ନିମନ୍ତେ ଦାବୀ ଉପସ୍ଥାପନା କରିବା ନିମନ୍ତେ ଜନ ସଚେତନତା ଜାଗୃତ କରିଥିଲେ । ଏହି ଯାତ୍ରାକୁ ସଫଳ ରୂପାୟନ ଦେବାନିମନ୍ତେ ସତେବେଳେ ସହଯୋଗ କରିଥିବା ବୁଦ୍ଧିଜୀବୀ ପ୍ରମୋଦ କୁମାର ସାହୁ, ଗୌରୀ ଶଙ୍କର ଦାଶ, ସମଜସେବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ,ଉମା ଶଙ୍କର ଦାଶ ଓ ରଞ୍ଜିତ ପାଢୀ ଙ୍କ ସହସଯୋଗ ଏବଂ ପରିଚାଳନା କୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିଲା ।

ଏହାର ପରବର୍ତ୍ତୀ ସମୟରେ ଜନସଧାରଙ୍କ ଦାବୀ କ୍ରମେ ଧର୍ମକୁ ଆଖିଠାର ଭଳି ଗତ ୨୦୦୫ ମସିହାରେ ନବୀନ ସରକାରଙ୍କ ପକ୍ଷରୁ ଋଷିକୁଲ୍ୟା ଓ ବଂଶଧାରା ସଂଯୋଗୀ କରଣ ପ୍ରକଳ୍ପ ନିମନ୍ତେ ଶୁଭ ପକା ଯାଇ ସେମିତି ଛାଡି ଦିଆଯାଇଛି । ଯେଉଁଥି ପାଇଁ ଆନ୍ଧ୍ର ସରକାର ଙ୍କୁ ଏହା ନେରେଡି ପ୍ରକଳ୍ପ ନିର୍ମାଣର ବାଟ ସୁଗମ୍ୟ କରିଛି । ବର୍ତ୍ତମାନ ଏନେଇ ପୁଣି ଲୋକ ସଚେତନା ସଂଘଠନ ଓ ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ ଜନ ଆନ୍ଦୋଳନ ତେଜିଛି । ଏହି ବିକ୍ଷଭୋ ରେ ଗୁଣପୁର ର ବହୁ ଜନ ସାଧାରଣ ସହଯୋଗ କରି ଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ବିଜୟ ଗମାଙ୍ଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ,ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ,ଶ୍ରୀ ଉମା ପଟ୍ଟନାୟକ,ପୂର୍ବତନ ବିଧାୟକ ରାମୂର୍ତି ଗମାଙ୍ଗ, ସାମାଜ ସେବୀ ଶ୍ରି ୱାଇ. ଗଣପତି ରାଓ, ଗୁଣପୁର ବିଜେପି ନଗର ସଭାପତି ଶ୍ରୀ ସ୍ରିନିବାସ ସ୍ଵାଇଁ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  ଯେଉଁ ସରକାର ଦୀର୍ଘ ୧୫ ବର୍ଷ ମଧ୍ୟରେ ଅଞ୍ଚଳ ବାସୀଙ୍କ ଦାବିକୁ କର୍ଣ୍ଣପାତ କରି ନାହାନ୍ତି ଏବେ କଣ ସେହି ସରକାର ଙ୍କ କାନକୁ ଏହି ଦାବୀ ସୁଭିବ ତ ବୋଲି ପ୍ରଶ୍ନ ଉଠିଛି । ମାନ୍ୟବର ଅଦାଲତ ଙ୍କ ରାୟ ପରେ ପ୍ରସ୍ତାବିତ ନେରେଡି ପ୍ରକଳ୍ପର କାର୍ଯ୍ୟକ୍ଷମ ଅଞ୍ଚଳକୁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ କର୍ମକାର୍ତ୍ତ ଙ୍କ ଗସ୍ତ, ଅନୁଧ୍ୟାନ ଓ ସମୀକ୍ଷା ଅଞ୍ଚଳ ବାସୀଙ୍କ ମନରେ ଆଶା ସଞ୍ଚାର କରିଛି । ଦେଖିବାକୁ ରହିଲା ସରକାର ଏ ନେଇ କଣ ପଦକ୍ଷେପ ନେଉଛନ୍ତି ।