ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼, ସାମାଜିକ ଦୂରତା କୁ ଭୁଲିଗଲେ ଲୋକ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ନାହିଁ ନ ଥିବା ଭିଡ଼ । କରୋନା ଟିକା ନେବା ପାଇଁ ଆସି ସମାଜିକ ଦୂରତା ଭୁଲିଗଲେ ଲୋକ । ଆଜି ଟିକା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ହାଉଯାଉ ହୋଇ ନିୟମକୁ ଆଖିଠାର ମାରିଛନ୍ତି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଥିଲାଗି ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ । ହେଲେ ସେଠାରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହାଉଯାଉ ହୋଇ ଭିଡ଼ ଜମାଇଥିଲେ । ଫୋଟ ରୁ ବାରି ହୋଇ ପଡୁଛି ଯେ ସାମାଜିକ ଦୂରତା ପାଳନ ପାଇଁ ଲୋକ କେତେ ସଚେତନ?

ଏତେ ଅସମ୍ଭାଳ ଭିଡ଼ ସତେ ଯେମିତି କି ସୋରିଷ ପକାଇବା ପାଇଁ ସ୍ଥାନ ନାହିଁ । ଏଠି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି କି ଯଦି କିଏ ଏ ଭିତରେ କରୋନା ଆକ୍ରାନ୍ତ ଥାନ୍ତି ତାହେଲେ ଅନ୍ୟ ମାନଙ୍କ ଅବସ୍ଥା ଯେ କଣ ହେବ ? ବେଗୁନିଆପଡ଼ା ଫାଣ୍ଡି ପୁଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିଲେ ମଧ୍ଯ ତାହା ସମ୍ଭବପର ନ ଥିଲା । ଲୋକେ ଟୀକା ଦେବା ପାଇଁ ଭିଡ଼ ହେଉଥିବାରୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଦେଖାଯାଉ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୁପକ୍ଷ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।ତାହା ଦେଖିବାକୁ ବାକି ରହିଲା

ଦଣ୍ଡାୟମାନ ବିଶାଳ ହନୁମାନ ପ୍ରତିମୂର୍ତ୍ତିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳି ଗ୍ରାମରେ ଦଣ୍ଡାୟମାନ ବିଶାଳ ହନୁମାନ ପ୍ରତିମୂର୍ତ୍ତିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । କୋଦଳା ଅଞ୍ଚଳର ଉଦୟମାନ ଯୁବ ନେତା ହରପ୍ରସାଦ ସାହୁଙ୍କ ପୂର୍ଣ୍ଣ ତତ୍ୱାବଧାନ ଓ ଉସ୍ତାଳି ଗ୍ରାମବସୀଙ୍କ ସହଯୋଗ କ୍ରମେ ଏହି ଦଣ୍ଡାୟମାନ ବିଶାଳ ହନୁମାନ ପ୍ରତିମୂର୍ତ୍ତିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ଶୁଭ ଦେଇଥିଲେ ଚିଙ୍ଗୁଡ଼ିଖୋଲ ସମିତିସଭ୍ୟା ପୁଷ୍ପାଞ୍ଜଳି ଦାସ । ପ୍ରଥମେ ମାସ୍କ ବାଣ୍ଟିବା ପରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବେଦପାଠ ଓ ଭୂମି ପୂଜନ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ମର୍ଦ୍ଧକୋଟ ସରପଞ୍ଚ ସାଗରିକା ନାୟକ, ସମିତିସଭ୍ୟା ମାନସୀ ପୋଲାଇ, ବାରିଡା ସମିତିସଭ୍ୟ ଗୌରୀ ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ପାତ୍ର, ମର୍ଦ୍ଧମେଖ ସମିତିସଭ୍ୟା ବିଷ୍ଣୁପ୍ରିୟା ଗୌଡ଼, ବୁରୁଝୁରୀ ସମିତିସଭ୍ୟ ବିନାୟକ ନାୟକ, ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର ପରିଡା, ଏସ ଛଚିନା ସମିତିସଭ୍ୟାଙ୍କ ପ୍ରତିନିଧି ଚରଣ ନାୟକ, ଖଇରଖମା ସରପଞ୍ଚ ମିନତୀ ବାରିକ, ରାଧାନାଥ ପଣ୍ଡା, ବୁଲୁ ପୋଲାଇ, ଦୀପକ ନାୟକ, ତୋଫାନ ପାଣ୍ଡି, ଭୀମସେନ ପ୍ରଧାନ, ବିଦ୍ୟାଧର ପ୍ରଧାନ, ଜୟ ସ୍ୱାଇଁ, ଜିତେନ୍ଦ୍ର ପ୍ରଧାନ, ବିଷ୍ଣୁ କୁମାର ନାୟକ, ବୁଲୁ ସାମଲଙ୍କ ସମେତ ଉସ୍ତାଳିର ବହୁ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଏହି ଅବକାଶରେ ହନୁମାନ ପ୍ରତିମୂର୍ତ୍ତି ଭୂମି ପୂଜନ ବ୍ୟତିରେକ ବିଜେଡିର କର୍ମୀସମାବେଶ ବାରି ହୋଇପଡୁଥିଲା । ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀ ହରପ୍ରସାଦ ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଏବଂ ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ଥିବା ଯୋଜନାମାନ ସମ୍ପର୍କରେ ଅବଗତ କରୁଥିବାର ପରିଲକ୍ଷିତ ହେଉଥିଲା ।

ଛାଞ୍ଚୁଣିଆ ଜଙ୍ଗଲରେ ବୃଦ୍ଧ ଓଟକୁ ଛାଡି ମାଲିକ ଅନ୍ତର୍ଦ୍ଧାନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ଓଟ କୁ ନେଇ ଅର୍ଥ ଉପାର୍ଜନ କଲେ ତାପରେ ଓଟ ବୁଢା ହୋଇଯିବା ପରେ ମୁମୂର୍ଷୁ ଅବସ୍ଥାରେ ତାକୁ ଜଙ୍ଗଲରେ ଛାଡିଦେଇ ମାଲିକ ଫେରାର।ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରୁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାନାପଲ୍ଲୀ ନିକଟସ୍ଥ ଛାଞ୍ଚୁଣିଆ ଜଙ୍ଗଲର ତଳ ମୁଣ୍ଡରେ । ୭ ଦିନ ପୂର୍ବେ ଓଟ ର ମାଲିକ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ. ବରିଡା ନିକଟରେ ଏକ ବିଲରେ ଛାଡ଼ିଦେବ। ପରେ ଲୋକ ବିରକ୍ତ ହେବା ଯୋଗୁଁ ଏହି ବୃଦ୍ଧ ଓ ମୁମୂର୍ଷୁ ଓଟ କୁ ସେହି ନିର୍ଦ୍ଦୟ ମାଲିକ ଆଣି ଏହି ନିର୍ଜନ ଜଙ୍ଗଲରେ ଛାଡି ଚାଲିଯାଇଛି। ବନ ବିଭାଗ ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି ।

ରଥଯାତ୍ରା ଓ ରଥଟଣାକୁ ସ୍ଥଗିତ ରଖିବାକୁ କୋଦଳା ତହସିଲଦାରଙ୍କ ନିର୍ଦ୍ଦେଶନାମା ଜାରି…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀରେ ହିଁ କରାଯିବ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏହା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ଜିଲ୍ଲାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ସତର୍କ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କ୍ରମରେ ଗଂଜାମ ଜିଲ୍ଲା କୋଦଳା ତହସିଲ ଅଧୀନର ବିଭିନ୍ନ ସ୍ଥାନରେ ପାଳନ ହେବାକୁ ଥିବା ରଥଯାତ୍ରା ଓ ରଥଟଣାକୁ ସ୍ଥଗିତ ରଖିବାକୁ ତହସିଲଦାର ଅବନୀ କୁମାର ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରଥଯାତ୍ରା ଦିନ କେବଳ କୋଭିଡ କଟକଣା ଅନୁଯାୟୀ ନିରାଡ଼ମ୍ବର ସହକାରେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି କରାଯାଇପାରେ ବୋଲି ଚିଠିରେ ଦର୍ଶାଇଛନ୍ତି । ଏଥିପାଇଁ କୋଦଳା ଥାନା ଅଧିକାରୀଙ୍କୁ ସତର୍କ ଦୃଷ୍ଟିଦେବାକୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ତୈଳ ଓ ଖାଉଟି ଦରବୃଦ୍ଧି ପ୍ରତିବାଦରେ ବେଗୁନିଆପଡ଼ା ବ୍ଲକ କଂଗ୍ରେସର ବିକ୍ଷୋଭ ଓ ପଦଯାତ୍ରା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିସାଙ୍ଗକୁ ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ନେଇ ଲୋକେ ଚିନ୍ତିତ । କଂଗ୍ରେସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇ ଏହାର ପ୍ରତିବାଦ କରିଛି । ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ଵାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଲକ କଂଗ୍ରେସ ସଭାପତି ଭବାନୀ ପ୍ରସାଦ ଜେନା ଓରଫ ବୁଲାଙ୍କ ନେତୃତ୍ୱରେ ବହୁ କଂଗ୍ରସ କର୍ମୀ ବିକ୍ଷୋଭ କରିଥିଲେ । ତୁମ୍ବେଶ୍ୱର ଠାରୁ ରାଲିରେ ଆସି ସୁମଣ୍ଡଳ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରିବା ସହିତ ମୋଦିସରକାରଙ୍କ ମନମୁଖୀ ଶାସନକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ଯେତେଦିନ ଯାଏ ଆଶାନୁରୂପକ ତୈଳ ଦର ନ କମିଛି ସେତେଦିନଯାଏ ଏ ଲଢେଇ ଜାରିରହିବ ବୋଲି କହିଥିଲେ । ଏହି ଅବସରରେ ପାଣୁ ସାହୁ, ବାବୁ ସାମଲ, ନିବାସୀ ବାରିକ, ପବିତ୍ର ସମନ୍ତରା, ମହେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଲୀପୁନ କୁମାର ଦୋରା, ପଦ୍ମ ମହାନ୍ତି, ପଦ୍ମ ପାଣ୍ଡି, ପ୍ରସନ୍ନ କୁମାର ରଥଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ମିଳୁ ପଦ୍ମ ପୁରସ୍କାର: ମୋଦି

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ତ୍ରୁଣମୂଳ ସ୍ତରରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ମିଳୁ ପଦ୍ମ ପୁରସ୍କାର। ସେମାନଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହ୍ୱାନ କରିଛନ୍ତି । ଏନେଇ ରବିବାର ସେ ଟ୍ୱିଟ୍ କରି ଜଣାଇଛନ୍ତି। ପ୍ରେରଣଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ପଦ୍ମ ସମ୍ମାନ ୱେବ୍‌ସାଇଟ୍ ମାଧ୍ୟମରେ ସୂଚନା ଅପ୍‌ଲୋଡ୍ କରିବାକୁ ମୋଦି କହିଛନ୍ତି। ଏହାକୁ ମୋଦି ‘ପିପୁଲ୍ସ ପଦ୍ମ’ ନାଁ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ସେପ୍ଟେମ୍ବର ୧୫ ରଖାଯାଇଛି।ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ‘ଭାରତରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ଅସାଧାରଣ କାର‌୍ୟ୍ୟ କରୁଛନ୍ତି । ପ୍ରାୟତଃ ‘ଆମେ ଏପରି ଲୋକମାନଙ୍କ ବିଷୟରେ ଅଳ୍ପ ଶୁଣିବାକୁ ପାଉ । ଆପଣ ଏପରି ପ୍ରେରଣାଦାୟକ ଲୋକଙ୍କୁ ଜାଣିଛନ୍ତି କି? ଆପଣ ତାଙ୍କୁ # ପିପୁଲ୍ସ ପଦ୍ମ ପାଇଁ ମନୋନୀତ କରିପାରିବେ।’ ମୋଦି ତାଙ୍କ ଟ୍ୱିଟରେ ହିଁ ପଦ୍ମ ପୁରସ୍କାରର ୱେବସାଇଟର ଏକ ଲିଙ୍କ ମଧ୍ୟ ଦେଇଛନ୍ତି, ଯେଉଁଠାରେ ଲୋକମାନେ ପ୍ରେରଣାଦାୟକ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଏଥିସହ ସରକାର ନିଜସ୍ୱ ନାମାଙ୍କନ ପତ୍ରର ବିକଳ୍ପ ମଧ୍ୟ ଦେଇଛନ୍ତି।ସୂଚନାଯୋଗ୍ୟ, ଦେଶରେ ୧୯୫୪ ଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନ ଅନ୍ତର୍ଗତ ପଦ୍ମ ବିଭୁଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଉଛି।

ଆଜି ବାରିପଦା ଜଗନ୍ନାଥ ମନ୍ଦିରରେ ଗଡ଼ିଥାନ୍ତା ରଥ, ହେଲେ ଲାଗୁ ହେଲା ୧୪୪ ଧାରା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ପୁରୀ ରଥ ଯାତ୍ରାର ପର ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହୋଇଥାଏ ରଥଯାତ୍ରା ହୋଇଥାଏ ।  ହେଲେ କରୋନା କଟକଣା ଯୋଗୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ରଥଯାତ୍ରା ହୋଇପାରି ନ ଥିଲେ ବି  ମନ୍ଦିର ସମ୍ମୁଖରେ ଦେଖାଦେଇଥିଲା ଭିଡ଼। ଭିଡ଼କୁ ନିୟନ୍ତ୍ରଣକୁ ଆଣିବାକୁ ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ଆଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ । ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି । ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ର ପୁରୀରେ ଭାଇଭଉଣୀଙ୍କ ସହ ରଥାରୁଢ଼ ଜଗତର ନାଥ ଜଗନ୍ନାଥ ରତ୍ନ ସିଂହାସନରୁ ଓହ୍ଲାଇ ଜନ୍ମ ବେଦୀକୁ ଯାଇଥିବା ବେଳେ ଅନ୍ୟ ସବୁଠି ବନ୍ଦ ହୋଇଛି ଏହି ଯାତ୍ରା।  ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର  ରଥ ଖଳାରେ ଠିଆ ହୋଇଛି ଅଧା ଗଢା ରଥ । କରୋନା କଟକଣା ଯୋଗୁଁ ବାରିପଦାରେ ଗତ ବର୍ଷ ପରି ଚଳିତ ବର୍ଷ ବି ଗଡ଼ିନି ରଥ। ଅଣସରରୁ ବାହାରିବା ପରେ ମନ୍ଦିର ଭିତରେ ନାଟ ମଣ୍ଡପରେ ଭଦ୍ରାସନ ପିଣ୍ଡିରେ ବସିଛନ୍ତି ତିନି ଠାକୁର । ଏହିଠାରେ ଠାକୁର ଏବଂ ସିଂହ ଦ୍ଵାର ରେ ଭକ୍ତ ।  ମନ୍ଦିର ଭିତରକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଅପରପକ୍ଷେ, ଦ୍ୱିତୀୟ ବର୍ଷ ପାଇଁ ରଥ ଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ କିଭଳି ହେବ ଠାକୁରଙ୍କ ନିତି କାନ୍ତି ସେ ନେଇ ବାରିପଦାରେ ଆରମ୍ଭ ହୋଇଛି ଦ୍ଵନ୍ଦ।  ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ନୀତି ହେବା ପରେ ଅଣସର ଘରକୁ ଯାଇଥିଲେ ।  ହେଲେ ଅଣସର ଘରୁ ବାହାରିବା ପରମ୍ପରା ଅନୁଯାୟୀ ସେଠାରୁ ରଥା ରୂଢ ହୋଇ ଜନ୍ମ ବେଦିକୁ ଯାଇଥାନ୍ତେ  । ସେଠାରେ ନୀଳାଖେଳ ପରେ ପୁଣି ବାହୁଡିଥାନ୍ତେ ତିନି ଠାକୁର ।  ହେଲେ କରୋନା ଯୋଗୁ ସବୁକିଛି ଠପ୍‌ ହୋଇଯାଇଛି। ଗତବର୍ଷ ରଥ ଯାତ୍ରା ନ ହେବାରୁ ତିନି ଠାକୁରଙ୍କ ନିତିକାନ୍ତି ହୋଇ ପାରି ନଥିଲା । ଏ ନେଇ ଧର୍ମ ଗୁରୁ ଶଙ୍ଗାରାଚାର୍ଯ୍ୟଙ୍କ ମତ ନେଇ ତିନି ଭଙ୍ଗ ପାଇଁ ପ୍ରାୟଶ୍ଚିତ କରାଯାଇଥିଲା।  ଚଳିତ ବର୍ଷ ପୁଣି ସେହି ସମସ୍ୟା ଉପୁଜିଛି । ଚଳିତ ବର୍ଷ ଠାକୁର ଅଣସର ଘରୁ ବାହାରି ଆସିଛନ୍ତି । କିନ୍ତୁ ପୁଣି ରଥ ଯାତ୍ରା ହୋଇ ଜନ୍ମ ବେଦିକୁ ନ ଗଲା ଯାଏଁ ଆଉ ରତ୍ନ ମଣ୍ଡପ କୁ ଫେରିବେ ନାହିଁ  ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସେବାୟତ।

ବିଶ୍ୱ ଦେଖିଲା ବିସ୍ମୟ ଯାତ୍ରା, ଶରଧା ବାଲିରେ ବିଶ୍ୱ ନିୟନ୍ତା…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଥିଲା ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଜନ୍ମବେଦୀକୁ ଯାଇଛନ୍ତି। ହେଲେ ଗତବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ ଭକ୍ତ। ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଶରଧା ବାଲିରେ ଅଟକିଛି ତିନି ରଥ। କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ପୂର୍ବ ନିର୍ଦ୍ଧାରିତ ଢେରେ ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା ଆଉ ଶେଷରେ ଟାହିଆ ହଲାଇ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି। ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର ନାଦରେ କେବଳ ସେବାୟତଙ୍କ ଗହଳିରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ। ସୂର୍ଯ୍ୟ ନଇଁବା ଆଗରୁ ଶରଧାବାଲିରେ ଗୋଟି ଗୋଟି ହୋଇ ତିନି ରଥ ଲାଗୁଥିଲା। ଆଉ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ସେବାୟତ ଗାଇଲେ ଗୀତ ଗୋବିନ୍ଦ। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର।

କ୍ୟାନ୍‌ସର ହସ୍ପିଟାଲ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦୁଇଟି ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱର ଇନ୍‌ଫୋଭ୍ୟାଲିରେ ଆଜି ଏହି କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହସ୍ପିଟାଲ ଦୁଇଟି ହେଲା, ବାଗ୍‌ଚୀ-ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଓ ବାଗ୍‌ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର। ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ଦାନ କରିଥିବା ୩୪୦ କୋଟି ଟଙ୍କାରେ ଦୁଇଟି ଯାକ ହସ୍ପିଟାଲ ହେବ। ୭୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲର ପରିଚାଳନା କରିବ ଶ୍ରୀଶଙ୍କର ଫାଉଣ୍ଡେସନ। ସେହିପରି ବେଙ୍ଗଲୁରୁର ହସ୍‌ପିସ୍‌ ଫାଉଣ୍ଡେସନ ହାତରେ ରହିବ ପାଲିଏଟିଭ କେୟାରର ପରିଚାଳନା। ପାଲିଏଟିଭ କେୟାର ୟୁନିଟ ୧୧୦ ଶଯ୍ୟା ବିଶିଷ୍ଟ ହେବ। ଏହା ମାଗଣାରେ ସେବା ଯୋଗାଇ ଦେବ। ଏହି ଦୁଇ ହସ୍ପିଟାଲ ଦ୍ୱାରା ଓଡ଼ିଶାର ଲୋକ ବିଶେଷ କରି ଗରିବ ଲୋକେ ଉପକୃତ ହେବେ। ହସ୍ପିଟାଲ ନିର୍ମାଣରେ ଓଡ଼ିଶା ସରକାର ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁୁତି ଦେଇଛନ୍ତି।

ମୋ ବାପା-ମାଆଙ୍କ ଅଞ୍ଚଳକୁ ଅବହେଳା କରାଯାଇଛି: ସୌମ୍ୟ ପଟ୍ଟନାୟକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ନେଇ ନିଜ ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, କେବଳ କେନ୍ଦୁଝର ନୁହେଁ, ଓଡ଼ିଶାର ବିଭିନ୍ନ ଜାଗାରେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ବହୁତ ସୁଯୋଗ ଓ ସମ୍ଭାବନା ଅଛି। କେନ୍ଦୁଝର ହେଉଛି ମୋର ପିତୃ ଓ ମାତୃ ଭୂମି। କେନ୍ଦୁଝର ମୋ ଜନ୍ମଭୂମି ନହେଲେ ବି ଓଡ଼ିଶାରେ କେନ୍ଦୁଝରକୁ ଅବହେଳା କରାଯାଇଥିବା ମୁଁ ବିଶ୍ୱାସ କରୁଛି। ସୌମ୍ୟ ପଟ୍ଟନାୟକ ଆହୁରି କହିଛନ୍ତି, ଗତ ୧୦-୧୫ ବର୍ଷ ହେଲା ରାଜ୍ୟରେ ଯେଉଁମାନେ ବିତ୍ତଶାଳୀ ହୋଇଛନ୍ତି, କେନ୍ଦୁଝର ମାଟିର ଗୋଟିଏ ଗୋଟିଏ ଧୂଳିକଣା ବା ଖଣି ଖାଦାନ ସେମାନଙ୍କୁ ବିତ୍ତଶାଳୀ କରିଛି। ତେବେ ସେହି ବ୍ୟକ୍ତି ମାନେ କେନ୍ଦୁଝରରୁ ନେଇଥିବା ଋଣ ପରିଶୋଧ କରନ୍ତୁ ବୋଲି କହିଛନ୍ତି ସୌମ୍ୟ। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ ୭୯୨୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ଘୋଷଣା ପରେ ବହୁ ଦିନର ଜିଲ୍ଲାବାସୀ ଦାବି ପୂରଣ ହୋଇଥିବା କହିଛି ବିଜେଡ଼ି। ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପରେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଜେଡି। ତେବେ ଏହି ଘୋଷଣାକୁ କେନ୍ଦୁଝରବାସୀଙ୍କୁ ଲଲୀପପ ଦେଇଥିବା ଓ ଲୋକଙ୍କୁ ଭୁଆଁ ବୁଲାଯାଉଥିବା ପ୍ରକାଶ କରିଛି ବିଜେପି।