ସେପ୍ଟେମ୍ବର ୧୨ରେ ନିଟ୍(ୟୁଜି) ପରୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ଵର)- ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସାମାଜିକ ଦୂରତା ନିୟମକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି । ଗତବର୍ଷ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ବ୍ୟବହାର ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯିବ । କୋଭିଡ୍ ନିୟମକୁ ମଧ୍ୟ ପାଳନ କରାଯିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯିବ । ସେହିପରି ପରୀକ୍ଷାର୍ଥୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ସମୟ ନିର୍ଦ୍ଧାରଣ କରାଯିବା ସହ କଂଟାକ୍ଟଲେସ୍ ପଞ୍ଜିକରଣ, ପରୀକ୍ଷା କେନ୍ଦ୍ରର ସାନିଟାଇଜେସନ ଏବଂ ପରୀକ୍ଷା ହଲରେ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯିବା ନେଇ ମଧ୍ୟ ନିଷ୍ପତି ହୋଇଛି ।

ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ୍ଣଭାବେ କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ପାଳିତ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ୍ଣଭାବେ କୋଭିଡ୍ କଟକଣା ମଧ୍ୟରେ ଗୁଣ୍ଡିଚା ଯାତ୍ରା ସମାପନ ହୋଇଛି। ମୋହନା ସ୍ଥିତ ଜଗନ୍ନାଥ ମନ୍ଦିର ସାହି ମଧ୍ୟରେ ରହିଥିବା ଜଗନ୍ନାଥ ମହାପ୍ରଭୂଙ୍କୁ ମଲମ ଲାଗି , ସକାଳଧୂପ , ଦୀପ ପ୍ରଜ୍ବଳନ କରି ଭୋଗରାଗ କରିବା ସହ ମଧ୍ୟାହ୍ନରେ ଖେଚିଡି ଭୋଗ କରାଯିବା ପରେ ଅପରାହ୍ନରେ ପହଣ୍ଡି ବିଜେ କରି ଗ୍ରାମ ମୁଖିଆଙ୍କୁ ଆମନ୍ତ୍ରଣ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ୪ଟାରେ ପହଣ୍ଡି କରି ଠାକୁରଙ୍କୁ ଅଧରାସ୍ତାରେ ମାଉସୀ ମାଆଙ୍କ ଘରେ ପୋଡପିଠା ଭୋଗ ଲାଗି ଗୁଣ୍ଡିଚା ଘରକୁ ବିଜେ କରିଥିଲେ ଜଗନ୍ନାଥ । ରାଜ୍ୟ ସରକାରଙ୍କ କୋଭିଡ୍-୧୯ ର ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣଭାବେ ପୋଲିସ ପ୍ରଶାସନର କଡ଼ା ନିରାପତ୍ତା ମଧ୍ୟରେ ଗୁଣ୍ଡିଚା ଯାତ୍ରା ପାଳନ ହୋଇଯାଇଛି। ସେହିପରି ଚନ୍ଦ୍ରଗିରିରେ ମଧ୍ୟ ଶାନ୍ତି ଶୁଙ୍ଖଳାର ସହ ରଥଯାତ୍ରା ପାଳନ ହୋଇଯାଇଛି।

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିର ରଥଯାତ୍ରା କୋଭିଡ୍ କଟକଣାର ୧୪୪ ଧାରା ଜାରୀ ଯୋଗୁଁ ବିନା ଭକ୍ତରେ ପାଳିତ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଦକ୍ଷିଣ-ଓଡିଶା ତଥା ପଡୋଶୀ ଆନ୍ଧ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିବା ପାରଳାଖେମୁଣ୍ଡିର “ଉପାନ୍ତ ଶ୍ରୀକ୍ଷେତ୍ରର ରଥଯାତ୍ରା ଆଜି କୋଭିଡ୍ କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ପୋଲିସର ନିର୍ଦ୍ଦେଶ କ୍ରମେ ୧୪୪ ଜାରି ମଧ୍ୟରେ ବିନା ଶ୍ରଦ୍ଧାଳୁ ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଛି । ମନ୍ଦିର ସେବାୟତ ମାନଙ୍କ ଗହଣରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ପରେ ଭୋର ସକାଳେ ଠାକୁର ମାନଙ୍କ ଆଳତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ପାରମ୍ପରିକ ଦେବ ରୀତିନୀତି ଅନୁଯାୟୀ ଦିନସାରା ଠାକୁର ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମୟ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ କୌଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ପ୍ରବେଶ କରି ନ ପାରିବେ , ସେଥିପାଇଁ ପ୍ରଶାସନ ପକ୍ଷରୁ ବାରଣ କଟକଣା ଜାରି କରା ଯାଇଥିଲା । ଏଥିପାଇଁ ଗତକାଲି ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ , ଅତିରିକ୍ତ ଏସପି ଓ ଏସଡିପିଓ:ଙ୍କ ଉପସ୍ଥିତିରେ ରଥଯାତ୍ରା ଦିନ ସକାଳ ୬ ରୁ ରାତି ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମନ୍ଦିରର ୧୦୦ ମିଟର ଦୂରତା ପରିଧି ମଧ୍ୟରେ ଧାରା ୧୪୪ ଜାରୀ ରଖାଯାଇଥିବା ଓ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଥିବା ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଥିଲେ । ମନ୍ଦିରର ପରିସରର ଉଭୟ ପାର୍ଶ୍ଵରେ କୋଭିଡ୍ କଟକଣାର ୧୪୪ ଜାରୀ ଯୋଗୁଁ ଦେଢ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦ ଜଣ ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ପାଇଁ ମୃତୟନ ରହିଛନ୍ତି । ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଏସପି: ଶ୍ରୀ ବାମଦେବ ସିଂହ , ଏସଡିପିଓ: ଶ୍ରୀ ରାମକୃଷ୍ଣ ପତି , ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ଓ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ମନ୍ଦିର ପରିସରରେ କୋଭିଡ୍ କଟକଣାର ଧାରା ୧୪୪ ଜାରୀ ଯୋଗୁଁ ବହୁ ଶ୍ରଦ୍ଧାଳୁ ଭକ୍ତ ଆସି ଠାକୁରଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରି ଯାଉଥିବା ଦେଖାଯାଇଥିଲା ।

ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ଅବସରରେ ସ୍ଥିରତା ପକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜୁଲାଇ ୧୧ ତାରିଖ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ପାଳନ ଅବସରରେ ଜନସଂଖ୍ୟା ସ୍ଥିରତା ପକ୍ଷର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏଡିପିଏଚଓ:(ପରିବାର କଲ୍ୟାଣ) ଡାଃ ଏମ୍ ଏସ୍ : ମୁନୀର , ଚିକିତ୍ସାଳୟର ଅଧିକ୍ଷକ ଡାଃ ପ୍ରମୋଦ କୁମାର ପଣ୍ଡା , ଡିପିଏମ: ସୌମ୍ୟାରାଣୀ ଗୌଡ଼ ଏବଂ ଡିଏମ୍ଆରସିଏଚ: ଶୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଦିବସ ଓ ପକ୍ଷ ପାଳନର ତାତ୍ପର୍ଯ୍ୟ ଓ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହି ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ହିତାଧିକାରୀ ମାନଙ୍କ ନିମନ୍ତେ ଜନସଂଖ୍ୟା ନିୟନ୍ତ୍ରଣର ଉପାଦେୟତା ତଥ୍ୟ ଉପରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା । ଏକ ଷ୍ଟଲ ଖୋଲାଯାଇ ହିତାଧିକାରୀ ମାନଙ୍କୁ ଅସ୍ଥାୟୀ ପଦ୍ଧତିରେ ଅନ୍ତରା , ଛାୟା ବଟିକା , କପର-ଟି ପ୍ରଭୃତି ବଣ୍ଟନ କରାଯାଇଥିବା ବେଳେ ସ୍ଥାୟୀ ପଦ୍ଧତି ପାଇଁ ୨୯ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସିଡ଼ିଏମଓ: ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ , ବୃଦ୍ଧି ପାଉଥିବା ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଲୋକମାନଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ । ଏଥି ସହ ଆମେ ମାନେ ଯେଉଁ ଛୁଆ ଜନ୍ମ କରୁଛୁ , ସେଥିରେ ସଂଖ୍ୟା ୨ ରେ ସୀମିତ ରଖିବା । ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ଛୋଟ ପରିବାର ସୁଖୀ ପରିବାରର ମହତ୍ଵ ଓ ଉପାଦେୟତା ସମ୍ପର୍କରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଷ୍ଟାଟାଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଗୁରାଣ୍ଡି ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଓ ଆଇସିଟିସି ପରାମର୍ଶଦାତା ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ଗଜପତି ଜିଲ୍ଲାରେ ୨ୟ ରାଷ୍ଟ୍ରୀୟ ଲୋକ-ଅଦାଲତ କାର୍ଯ୍ୟକ୍ରମ ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ନୂତନ ଜିଲ୍ଲା କୋର୍ଟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସତ୍ୟପିର ମିଶ୍ର ଅଧ୍ୟକ୍ଷତା କରି ବିଭିନ୍ନ କୋର୍ଟରେ ଆୟୋଜିତ ଲୋକ ଅଦାଲତର ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯଥା:- ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହେମନ୍ତ କୁମାର ସେଠି , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ ପଣ୍ଡା , ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ବରିଷ୍ଠ ଦେୱାନି ବିଚାରପତି ଶ୍ରୀ ଚନ୍ଦ୍ରାହାଶ ବେହେରା , ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅରଜିତ୍ ଦାଶ , ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରୟଦର୍ଶନୀ ପ୍ରମୁଖ ଯୋଗଦେଇ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ କାଶୀନଗର ଗ୍ରାମ୍ୟ ନ୍ୟାୟାଳୟର ଅଧିକାରୀଣି ଶୁଶ୍ରୀ ରେସ୍ମା ଧଳବିଷୋୟୀ , ମୋହନା ଜେଏମଏଫସି ଅନନ୍ୟା ଦାସ , ରା:ଉଦୟଗିରି ସବ୍ ଜଜ ଶ୍ରୀ ପରେଶ ଦାସ ଏବଂ ଜେଏମଏଫସି ଶ୍ରୀ ବି.ବି ରାୟ ପ୍ରମୁଖ ମଧ୍ୟ ନିଜ ନିଜ କୋର୍ଟରେ ଲୋକ ଅଦାଲତ ଆୟୋଜନ କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ଓକିଲ ବୃନ୍ଦଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟର ଜନିତ ଦୁର୍ଘଟଣା କେସ୍ ର ତ୍ୱରିତ ବିଚାର ସମାଧାନ କରାଯାଇ ଜିଲ୍ଲା ଜଜ୍ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶରେ ୩ ଗୋଟି କେସ୍ ରୁ ମୋଟ ୨୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାରେ ଆସିଥିବା ସମୁଦାୟ ୪୬୮ ଟି କେସ୍ ମଧ୍ୟରୁ ୫୭ ଗୋଟି କେସ୍ ସମାଧାନ କରାଯାଇ ମୋଟ ୨୫ ଲକ୍ଷ ୫୭ ହଜାର ୮୦୦ ଟଙ୍କା କ୍ଷତିପୂରଣ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ଗୁଣପୁର ଶାଖ ତରଫରୁ ଆଜି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖ ତରଫରୁ ଜୁଲାଇ ୯  ତାରିଖ ରେ ୭୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି ଏବଂ ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଛି । ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖ ର ସଭାପତି ଅଧ୍ୟ।ପକ ପ୍ରଫୁଲ୍ଲ ଲିମା ପରିଷଦ ପତାକା ଉତ୍ତୋଳନ କରିଥିବା ବେଳେ ବିଭାଗ ପ୍ରମୂଖ ଉମା ଶଙ୍କର ଦାଶ ଉଦବୋଧନ ଦେଇ କହି ଥିଲେ ସମାଜ ବଦଳିବା ନିମନ୍ତେ ବ୍ୟକ୍ତି ବଦଳିବା ନିହାତି ଜରୁରି ଓ ଦେଶ ସୁରକ୍ଷିତ ରହିବା ନିମନ୍ତେ ବର୍ତ୍ତମାନ ପରିସ୍ଥିତି ରେ ଦେଶ ବିରୋଧ ରେ ଚାଲିଥୁବା ଷଡ଼ଯନ୍ତ୍ର ପ୍ରତି ସମସ୍ତ ବିଦ୍ୟର୍ଥୀ ସଚେତନ ରହିବା ଦରକାର ବୋଲି ଆହ୍ୱାନ ଦେଇଥିଲେ ।

ସ୍ଥାନୀୟ ବଂଶଧାରା କଲେଜ ନିକଟରେ ହୋଇଥିବା ଏହି ପଟକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ସମସ୍ତ କାର୍ଯ୍ୟ କାର୍ତା ଗୁଣପୁର ବନ ଖଣ୍ଡ ସହ ମିଶି ବଂଶଧାରା କଲେଜ ପରିସର ଓ ହଳଦିଆ ନାଳ ରାସ୍ତା ରେ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଶେଷ ସାୟୀ ସେନାପତି, ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ର।ଖୀ ଦ।ଶ, ଅଧ୍ୟପକ ପ୍ରଶାନ୍ତ ହୋତା, ଅଧ୍ୟପକ ପୁଣ୍ୟ ଶ୍ଲୋକ ସାହୁ, ନଗର ସମ୍ପାଦକ ସାଇ ପାଣିଗ୍ର।ହୀ, କାଳିଆ ଶବର, ବି କିରଣ, ଶିଵ ଦ।କୁଆ, ବି ସତୀଶ କୁମାର, ଏସ ଶିବାଜୀ, ଧର୍ମେନ୍ଦ୍ର ପୃଷ୍ଟି, ଚିନା କେଶବା, ଅଧ୍ୟପକଲକ୍ଷ୍ମୀ ମହାଙ୍କୁଡ଼, ପ୍ରଫୁଲ୍ଲ ଶତପଥି, ମନୋଜ ମହାରଣା ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପୂର୍ଣ ବନ୍ଦେ ମାତାରମ ଗାନ କରି ସମାପ୍ତି କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏହାରି ପ୍ରତିବାଦରେ ଶୁକ୍ରବାର ଦିନ ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ମୋହନା ବ୍ଲକ ଘେରାଉ କରାଯାଇଛି । ମୋହନା ବ୍ଲକ ବିଜେପି ସଭାପତି ସତ୍ୟନାରାୟଣ ଦଣ୍ଡସେନାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଉପସଭାପତି ଭୁଗୁ ବକ୍ସିପାତ୍ର , ଜିଲ୍ଲା ପରିଷଦ ସଭାପତି ଅନୀତା ରାଣୀ ବେହେରା , ଜିଲ୍ଲା ଉପସଭାପତି ଦିବାକର ପ୍ରଧାନୀ , ଉମାକାନ୍ତ ବେହେରା , ଚନ୍ଦ୍ରଗିରି ମଣ୍ଡଳ ସଭାପତି ରାଜନୀକାନ୍ତ ପ୍ରଧାନୀ , ମୋହନା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକ , ମୋହନା ମଣ୍ଡଳ କୋଷାଧ୍ୟକ୍ଷ ସୁଦର୍ଶନ ପାଇକ , ଓବିସି ସେଲ ସଭାପତି ଅଜୟ ପାଇକ ପ୍ରମୁଖଙ୍କ ସମେତ ବିଜେପି କୃଷକ ମୋର୍ଚ୍ଚା , ମହିଳା ମୋର୍ଚ୍ଚା କର୍ମୀମାନେ ଆସି ବ୍ଲକ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ସେହି ଆବାସ ବଣ୍ଟନରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟର ନବୀନ ବିଜେଡି ସରକାର ଦଳୀୟ ଭିତ୍ତିରେ ଏହି ଆବଣ୍ଟନ କରି ମହା ଦୁର୍ନୀତି କରିଛନ୍ତି । ବହୁ ଗରିବ ଲୋକ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡ ଦିଆଯିବା ସହ ଯୋଗ୍ୟ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ବୋଲି କର୍ମୀମାନେ ଦାବି କରିଥିଲେ । ପରେ ବିଡ଼ିଓ ସାର୍ଥକ ସୌରଭ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ମୋହନା ବ୍ଳକକୁ ପ୍ରଧାନମନ୍ତ୍ରୀ ଆବାସ ଆସିଥିବା ଓ ବଣ୍ଟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପ୍ରତିବାଦ ସଭାରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

ଏବିଭିପି ର ୭୩ତମ ସ୍ଥାପନା ଦିବସ ପାଳିତ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଞ୍ଜାମ ବିଭାଗ ସହ-ପ୍ରଚାର ପ୍ରମୁଖ ମୁନୀନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ମାନେ ଦେଶର ମେରୁଦଣ୍ଡ ଅଟନ୍ତି । ନିଜକୁ ଜଣେ ସୁନାଗରିକ ଭାବେ ଗଢିତୋଳିବା ସହ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ପ୍ରମୁଖ ଦାୟିତ୍ୱ ଓ ଭୂମିକା ରହିଛି ବୋଲି ଶ୍ରୀ ଶବର କହିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୯୪୯ ମସିହା ଜୁଲାଇ ମାସ ୯ତାରିଖରେ ଗଠନ କରାଯାଇଥିଲା । ବିଦ୍ୟାର୍ଥୀ ମାନେ ସୁନାଗରିକ ହେବାସହ ରାଷ୍ଟ୍ରକୁ ସମଗ୍ର ବିଶ୍ୱରେ ପରମବୈଭବଶାଳୀ କରିବା ନିମନ୍ତେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବେ ଏହାର ମୁଖ୍ୟ ଉଦ୍ଧେଶ୍ୟ ଅଟେ । ଦେଶର ଅନେକ ଛାତ୍ର ସଂଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେଗୁଡିକର କାର୍ଯ୍ୟପନ୍ଥା ଓ ନିଷ୍ପତି ଗ୍ରହଣ କରିବାର ଦାୟିତ୍ୱ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପରେ ନିର୍ଭର କରିଥାଏ । କିନ୍ତୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏପରି ଏକ ଛାତ୍ର ସଂଗଠନ ଯାହାର କାର୍ଯ୍ୟପନ୍ଥା ଓ ନିଷ୍ପତି ନେବାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଦେଶର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଶିକ୍ଷା ପରିବାର ଉପରେ ନ୍ୟସ୍ଥ ରହିଛି ବୋଲି କହିଥିଲେ । ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଶିକ୍ଷା ସମେତ ଅନ୍ୟାନ୍ୟ ରଷ୍ଟ୍ରୀୟ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବହୁମାତ୍ରାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସହସମ୍ପାଦକ ତଥା ଆଦିବାସୀ ଛାତ୍ର ପ୍ରମୁଖ ସମୀର ମଣ୍ଡଳ, କାହ୍ନା ମହାପାତ୍ର , ଛାତ୍ରୀ ପ୍ରମୁଖ ସୁଦେଷ୍ଣା ମହାରାଣା , ପାଠଶାଳା ପ୍ରମୁଖ ଆକାଂକ୍ଷା ଖଡଗରାୟ ଓ ଉପଦେଷ୍ଠା ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିଲା ।

ଆଠଗଡ ତାଲୁକା ଶୈଣ୍ଡିକ ସମାଜର ପୂର୍ବତନ ସଭାପତି ନିରଞ୍ଜନ ସାହୁ ଙ୍କ ବିୟୋଗ ରେ ଶୋକସଭା ଓ ସ୍ମୁତି ଚାରଣ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲାର ଶୈଣ୍ଡିକ ସମାଜର ଅତି ଜଣାଶୁଣା ନେତା ତଥା ଆଠଗଡ ତାଲୁକା ସଭାପତି ଓ ବିଶିଷ୍ଟ ସମାଜ ସେବୀ ନିରଞ୍ଜନ ସାହୁଙ୍କ ଅକାଳ ବିୟୋଗ ରେ କବିସୂର୍ଯ୍ୟନଗର ର ଶୈଣ୍ଡିକ ସମାଜ କୋଠ ଘର ପରିସରରେ ଶୋକ ସଭା ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ତାଲୁକା ସଭାପତି ଶ୍ରୀଯୁକ୍ତ ବାହାଦୂର ସାହୁ ଙ୍କ ସଭାପତିତ୍ୱ ରେ ଅକାଳ ବିୟୋଗ ରେ ମୃତ୍ୟୁ ବରଣ କରିଥିବା ନିରଞ୍ଜନ ସାହୁଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅନ୍ୟତମ ସଭ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଯୋଗୀନ୍ଦ୍ରନାଥ ବୈଦ୍ୟ ଶ୍ରୀ ସାହୁ ଙ୍କ ସ୍ମୃତିକୁ ମନେ ପକାଇ ନିଜର ବକ୍ତବ୍ୟ ରଖିଥିଲେ।ସେହିପରି ଆଠଗଡ ତାଲୁକା ର ଉପସ୍ଥିତ ଥିବା ସମସ୍ତ ସଦସ୍ୟ ତାଙ୍କରି ଅମର ଆତ୍ମାର ସଦ୍ଗଗଦି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଶୈଣ୍ଡିକ ସମାଜପାଇଁ ତାଙ୍କରି ଯେଉଁ ସବୁ ସ୍ୱପ୍ନ ରହିଥିଲା ତାହା ପୂରଣ କରିବା ପାଇଁ ଆମ ଏହି ପରିବାର ସଦାସର୍ବଦା ଚେଷ୍ଟିତ ବୋଲି ଉପସ୍ଥିତ ସଦସ୍ୟ ମାନେ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବ ବିଜେଡି ନେତା ବିକ୍ରାନ୍ତ ସାହୁ(ସିଲୁ),ପୂର୍ବତନ ନଗର ପାଳ ପ୍ରକାଶ ଚନ୍ଦ୍ର ସାହୁ, ଚତୃଭୂଜ ସାହୁ, ଦିଲ୍ଲୀପ ସାହୁ, ସୀମାଞ୍ଚଳ ସାହୁ, ଅଭିମନ୍ୟୁ ସାହୁ, ଦୁତିକୃଷ୍ଣ ସାହୁ, ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ବିକ୍ରାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ କରିଥିଲେ ।

୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ସହ ଅଟୋ ଜବତ, ବେପାରୀ ଗିରଫ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସକୁ ବଡ ସଫଳତା ମିଳିଛି । ଆଜି ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୁଣ୍ଡୁଳା ନିକଟର ଛକି ରହିଥିଲା । ମୁଣ୍ଡୁଳା ନିକଟରୁ ରାଗପୁର ଗ୍ରାମର ଚୋରା ମଦ ବେପାରୀ ଜି. ଡାକ ଦୋରା ମଦ ନେଉଥିବା ବେଳେ ତାକୁ ଧରିବା ସହ ସେ ମଦ ଆଣିଥିବା ଅଟୋ ଯାହାର ନମ୍ଵର ଓ ଡି ୧୩. ସି ୫୮୩୬ ଏବଂ ପ୍ରାୟ ୪୦୦ ଲିଟରରୁ ଉର୍ଦ୍ଧ୍ବ ହେବ ଚୋରି ମହୁଲି ମଦ ଜବତ କରିଛି । ଏହି ଚଢ଼ାଉ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏକ ଟିମ କରିଥିବା ଜଣା ପଡ଼ିଛି ।