ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ହରପ୍ରସାଦ ସାହୁ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏସ ଛାଚିନା ପଞ୍ଚାୟତର ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପଦକ ତଥା କୋଦଳା ଏନଏଏସିର ପ୍ରାକ୍ତନ ନଗରପାଳ ହରପ୍ରସାଦ ସାହୁ । ରାମକୁଣ୍ଡର କାର୍ଯ୍ୟ ଚାଲୁଥିବା ଦେଖି ବହୁତ ଖୁସି ଅନୁଭବ କରିଥିଲେ । ଆଉ ସେଠାରେ ପହଁଚିବା ପରେ ଲୋକଙ୍କ ସହ ଆଲୋଚନା କରିଥିଲେ । ରାମକୁଣ୍ଡର ଉନ୍ନତି କରଣ ନିମନ୍ତେ ବିପୁଳ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମଠ ବାରିଡା ଗ୍ରାମବସୀ ତାଙ୍କର ପ୍ରିୟ ନେତା ହରପ୍ରସାଦ ସାହୁଙ୍କୁ ଅତି ଆଗ୍ରହ ସହକାରେ ପାଛୋଟି ନେଇଥିଲେ ।

କୋଭିଡ୍ କାଳରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କୋଭିଡ୍ ସମୟ କାଳରେ ଗୋଷାଣୀ ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଏବଂ ସାନକୁତୁରୁ ଗ୍ରାମର ଦୁଇ ଗୋଟି ପରିବାରର ଚାରିଗୋଟି ଅନାଥ ଶିଶୁଙ୍କୁ ସେମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବା ସହ ପିଲାଙ୍କର ଭବିଷ୍ୟତକୁ ଗଢି ତୋଳିବାର ପ୍ରତିଶ୍ରୁତି ଦେଇ ଫେରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡ଼କ୍ରସ ଫଣ୍ଡରୁ ୧୦୦୦୦( ଦଶ ହଜାର ) ଟଙ୍କା ଲେଖାଏଁ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା , ଯୋଗ୍ୟ ପରିବାରଙ୍କୁ ବିଜୁପକ୍କା ଘର ଯୋଜନା , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ୍ ପେସେଜ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଦ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଆଶୀର୍ବାଦ ଯୋଜନା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟକୁ ଗ୍ରାମ୍ୟ ସ୍ତରରେ ସରପଞ୍ଚ ଏବଂ ଅଙ୍ଗନବାଡି କର୍ମୀ ସମ୍ପାଦନ କରୁଥିବା ବେଳେ ପଞ୍ଚାୟତ ସମିତି ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଶିଶୁ ମଙ୍ଗଳ ସମିତି ଏବଂ ଚାଇଲଡ଼ ଲାଇନ ଦାୟିତ୍ୱ ନେଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୮ ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିବା ବେଳେ ୨୦୯ ଜଣ ଏକକ ଅଭିଭାବକ ଶିଶୁ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନାଥ ଶିଶୁ ମାନଙ୍କୁ ମାସକୁ ୨୫୦୦ ଟଙ୍କା ଲେଖାଏଁ ଏବଂ ଏକକ ଅଭିଭାବକ ଶିଶୁଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କରାଯିବ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷାଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ତାଟିପେଟି ଓ ଗୁରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏନ୍.ସି.ସି ଅଫିସର ହରିହର ଦାଶ , ଜଗନ୍ନାଥ ପଟ୍ଟନାୟକ , କ୍ରୀଡା ଶିକ୍ଷକ ଲକ୍ଷ୍ମଣ ରାଓ , ଜେ.ଆର୍.ସି ଶିକ୍ଷକ ୱ।ଇ.ଧର୍ମାରାଓ , ସ୍କାଉଟ ଶିକ୍ଷକ ରାମୋଜୀ ରମେଶ ଓ ଭୋକେସିନାଲ ଶିକ୍ଷକ ଅଶୋକ କୁମାର ଗୌଡ ସହଯୋଗ କରିଥିଲେ। ବିଦ୍ୟାଳୟ ଇକୋ କ୍ଲବର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ମିନାକ୍ଷୀ ପାଢୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ତତ୍ୱ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ତ୍ରିନାଥ ସାହୁ ଏବଂ ମହାବିଦ୍ୟାଳୟର ଆକସ୍ମିକ ବିୟୋଗରେ ଘଟିଥିବା ଅଧ୍ୟାପିକା ସ୍ୱର୍ଗତ ଡ଼. ଜୟନ୍ତୀ ରଥଙ୍କୁ ଉତ୍ସର୍ଗୀକୃତ କରାଯାଇ ନିମ୍ବ , କଦମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ପ୍ରତିବାଦରେ ବୁଧବାର ଦିନ ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଘେରାଉ କରାଯାଇଛି । ଗୁମା ବ୍ଲକ ଭାଜପା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର , ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଏବଂ ମହିଳା ମୋର୍ଚ୍ଚା ସଂପାଦିକା ଅରୁଣୀମା ସାହୁ ପ୍ରମୁଖ ଗୁମ୍ମା ସ୍ଥିତ ବଜାର ଛକ ଠାରୁ ଏକ ପ୍ରତିବାଦ ପଟୁଆରରେ ଆସି ବ୍ଲକ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ପରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ରାଜ୍ୟ ନେତୃବୃନ୍ଦ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ମହିଳା ମୋର୍ଚ୍ଚାର ବବିତା ପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ସେମାନେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ ।
ସେମାନେ କହିଥିଲେ ଯେ , ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ସେହି ଆବାସ ବଣ୍ଟନରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟର ନବୀନ ବିଜେଡି ସରକାର ଦଳୀୟ ଭିତ୍ତିରେ ଏହି ଆବଣ୍ଟନ କରି ମହା ଦୁର୍ନୀତି କରିଛନ୍ତି । ବହୁ ଗରିବ ଲୋକ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡ ଦିଆଯିବା ସହ ଯୋଗ୍ୟ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ । ପରେ ବିଡ଼ିଓ ଶ୍ରୀ ନଟବର ଗରଡଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗୁମ୍ମାବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଆସିଥିବା ଓ ବଣ୍ଟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ବର ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପି: ଲତା ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ କମ୍ପୁଟର ଶିକ୍ଷକ ମାନଙ୍କୁ ଯଥାଶୀଘ୍ର ପୁନଃ ନିର୍ଯୁକ୍ତି ନିମନ୍ତେ ଦାବିପତ୍ର ପ୍ରଦାନ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ ସଙ୍ଘର ସଭାପତି ସବିତା କୁମାରୀ ପଣ୍ଡିତଙ୍କ ନେତୃତ୍ୱରେ ଚାରି ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ଜିଲ୍ଲାର ୪୨ ଜଣ କମ୍ପୁଟର ଶିକ୍ଷକ ତଥା ରାଜ୍ୟରେ ୪୦୦୦ କମ୍ପୁଟର ଶିକ୍ଷକ ଛଟେଇ ହୋଇ ଘରେ ବସିଛନ୍ତି। ଓଡ଼ିଶାର ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ର ଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇ.ସି.ଟି ଲେବ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି। ଦୀର୍ଘ ୫ ବର୍ଷ ଧରି ନିଷ୍ଠାପର ଭାବରେ ଅତି ସ୍ୱଳ୍ପ ବେତନରେ ବିଦ୍ୟାଳୟରେ ସମସ୍ତ ପ୍ରକାର କାର୍ଯ୍ୟ କରି ଆସୁଥିବା ୪୦୦୦ ସ୍କୁଲ କୋଡ଼ିନେଟରଙ୍କୁ ନିର୍ଯୁକ୍ତିରୁ ବଞ୍ଚିତ କରିବା ନିଶ୍ଚୟ ଏକ ପରିତାପର ବିଷୟ ବୋଲି କହିଛନ୍ତି। ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।ଏହି ଦାବିପତ୍ର ପ୍ରଦାନ ବେଳେ କମ୍ପ୍ୟୁଟର ଶିକ୍ଷକମାନେ ଉପସ୍ଥିତ ଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ..!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କ ତତ୍ଵାବଧାରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ୨୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛର ଚାରା ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ନିମନ୍ତେ ଏବଂ ବର୍ତ୍ତମାନ ମନୁଷ୍ୟ ନିଜର ସୁଖ ସ୍ଵାଚ୍ଛନ୍ଦୀୟ ପାଇଁ କଣ କରୁଛି ପରିବେଶର ସମସ୍ତ ଜିନିଷକୁ ନିଜର ହାତବାରିସୀ କରି ବ୍ୟବହାର କରୁଛି । ଯେପରିକି ଗଛକୁ କାଟି ଘର ତିଆରି କରିବାରେ ଏବଂ ବିଭିନ୍ନ ଆସବାସ ଉପକରଣ କରିବା ପାଇଁ ବ୍ୟବହାର କରିଚାଲିଛି। ଯା’ଫଳରେ ଗଛର ପରିମାଣ ବର୍ତ୍ତମାନ କମିଯାଉଛି । ବଞ୍ଚି ରହିବା ପାଇଁ ମୌଳିକ ଉପାଦାନ ଟି ଆବଶ୍ୟକ ତାହା ହେଉଛି ଅମ୍ଳଜାନ। ସେହି ଅମ୍ଳଜାନର ପରିମାଣ କମିବାରେ ଲାଗିଛି। ଯାହାଫଳରେ ଆମେ ବିଭିନ୍ନ ରୋଗ ଦ୍ବାରା ଆକ୍ରାନ୍ତ ହେଉଛୁ। ଏହି ସମସ୍ତଙ୍କୁ ଆଖି ଆଗରେ ରଖି ସରକାର ଏହି ବନ ମହୋତ୍ସବ କରିବା ପାଇଁ ଅର୍ଥାତ ଏହି ଯୋ ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଏହି ସମୟରେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଚାଲୁରହିଛି। ଯା’ଫଳରେ ଆମର ବୃକ୍ଷର ପରିମାଣ ବୃଦ୍ଧି ପାଇବ ଏବଂ ଆମେ ଉପଯୁକ୍ତ ପରିମାଣର ଅମ୍ଳଜାନ ପାଇପାରିବା ଏବଂ ବିଭିନ୍ନ ରୋଗ ଆକ୍ରମଣରୁ ରକ୍ଷା ପାଇ ପାଇବା ବୋଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ସେକ୍ସନ ଅଫିସର ହରିକୃଷ୍ଣ ମହାପାତ୍ର , ଇପି ସଂଜୟ ପାତ୍ର , ସୁରେନ୍ଦ୍ର ପାତ୍ର , ଲିଙ୍ଗରାଜ ସାହୁ , ପ୍ରିୟଦର୍ଶୀ ମିଶ୍ର , କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ଦିନେ ବାପା ଯେଉଁ ପଦ ସମ୍ଭାଳୁଥିଲେ ୩୦ ବର୍ଷ ପରେ ପୁଅ ସେହି ମନ୍ତ୍ରୀ ହେଲେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସିନ୍ଧିଆ ରାଜପରିବାର ସହ ୩୦ ବର୍ଷ ତଳେ ଯାହା ଘଟିଥିଲା ଏବେ ସମାନ ଘଟଣା ଘଟିଛି। ମହାମାରୀ କରୋନା ଆରମ୍ଭ ହେବା ପୂର୍ବରୁ ବିଜେପିକୁ ମଧ୍ୟପ୍ରଦେଶରେ କ୍ଷମତା ଭେଟି ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବଡ଼ ଉପହାର ମିଳିଛି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସୁଯୋଗ ମିଳିଛି। କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ସିନ୍ଧିଆ ଦେଶର ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଏହି ମନ୍ତ୍ରଣାଳୟ ବେଶ ପରିଚିତ। କାରଣ ତାଙ୍କ ବାପା ଦିବଂଗତ ମାଧବରାଓ ସିନ୍ଧିଆ ଦିନେ ଏହି ବିଭାଗର ମନ୍ତ୍ରୀ ଥିଲେ। ପିଭି ନରସୀମା ରାଓ ସରକାରରେ ମାଧବରାଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ବେସାରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ। ଦୀର୍ଘ ୩୦ ବର୍ଷ ପରେ ତାଙ୍କ ପୁଅ ସମାନ ବିଭାଗର ଦାୟିତ୍ୱ ମୋଦି ସରକାରରେ ପାଇଛନ୍ତି। ମାଧବରାଓ ୧୯୯୧ରୁ ୧୯୯୩ ଯାଏ ଏହି ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାପାଙ୍କ ଭଳି ଜୁନିୟର ସିନ୍ଧିଆ ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହେବା ପୂର୍ବରୁ ରାଜୀବ ଗାନ୍ଧିଙ୍କ ସରକାର ସମୟରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିଲେ। ଜୁନିୟର ସିନ୍ଧିଆ ମଧ୍ୟ ମୋଦି ସରକାରରେ ମନ୍ତ୍ରୀ ହେବା ପୂର୍ବରୁ ମନମୋହନ ସିଂହ ସରକାରରେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଭାବେ କାମ କରିଥିଲେ। ତେଣୁ ବାପାଙ୍କ ଭଳି ପୁଅ ମଧ୍ୟ ଭଲ କାମ କରିବେ ବୋଲି ସମସ୍ତେ ଆଶା କରିଛନ୍ତି। ମାଧବରାଓ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ବେଳେ ବେଶ ଚ୍ୟାଲେଞ୍ଜିଂ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଗୋଟିଏ ବିମାନ ଦୁର୍ଘଟଣା ହେବାରୁ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନଥିଲା। ଜୁନିୟର ସିନ୍ଧିଆ ମହାମାରୀ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିମାନ ସେବା କ୍ଷେତ୍ରର ଦାୟିତ୍ୱ ପାଇଛନ୍ତି। କରୋନା ଯୋଗୁ ବିଦେଶକୁ ବିମାନ ଉଡ଼ିପାରୁ ନାହିଁ। ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ୧୩% ହ୍ରାସ ପାଇଛି। ତେଣୁ ଏହାକୁ ସେ କେଉଁଭଳି ପରିଚାଳନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ, ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଛନ୍ତି। ୨୦୦୨ରେ ଗୋଟିଏ ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଗୁନା ‌ଲୋକସଭାରେ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପିରେ ଯୋଗଦେଇ ରାଜ୍ୟସଭାକୁ ଯାଇଛନ୍ତି।

ସେଞ୍ଚୁରି ପରେ ବି ପେଟ୍ରୋଲ ନଟଆଉଟ, ପୁଣି ଆଜି ବଢ଼ିଲା ତୈଳ ଦର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶର ଅଧିକାଂଶ ସହରରେ ପେଟ୍ରୋଲର ଲିଟର ପିଛା ଦାମ ସେଞ୍ଚୁରୀ ପାର କରି ଯାଇଥିଲେ ହେଁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦାମ ୯ ପଇସା ମହଙ୍ଗା ହୋଇଛି। କୋଲକାତାରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୫ ପିଇସା ବଢ଼ିଛି। କେବଳ ଏହି ଦୁଇ ସହର ନୁହେଁ, ଦେଶର ସବୁଠାରେ ଆଜି ତୈଳଦରରେ ପୁଣି ବୃଦ୍ଧି ଘଟିଛି। ବୁଧବାର ଦିଲ୍ଲୀ ଓ କୋଲକତା ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଥିବା ସହରଗୁଡ଼ିକରେ ସାମିଲ ହୋଇଥିଲେ। ଏହାପରେ ବି ଏଠାରେ ଆଜି ଦାମ ବୃଦ୍ଧି ଘଟିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ଚଳିତ ମାସରେ ୬ଷ୍ଠ ଥର ପାଇଁ ତୈଳଦର ବଢ଼ିଛି। ଦରବୃଦ୍ଧି ପରେ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୦.୫୬ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୯.୬୨ ଟଙ୍କାରେ ପହଞ୍ଚି ଯାଇଛି। ମୁମ୍ବାଇରେ ପେଟ୍ରୋଲର ଦାମ ୧୦୬.୫୯ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୭.୧୮ ଟଙ୍କାରେ ବିକ୍ରି କରାଯାଉଛି। ଭୋପାଲରେ ମେ’ ମାସରୁ ହିଁ ପେଟ୍ରୋଲ ଦାମ ୧୦୦ ଟଙ୍କା ପାର କରିଥିଲା। ଏହାପରେ ଜୟପୁର, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଦାମ ସେଞ୍ଚୁରୀ ଡେଇଁଥିଲା। ଜୁନ୍‌ ଶେଷ ଭାଗରେ ଥିରୁବନନ୍ତପୁରମ ଓ ପାଟନାବାସୀ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ କିଣିବା ଆରମ୍ଭ କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ଓ ଚେନ୍ନାଇର ଲୋକମାନେ ୧୦୦ ଟଙ୍କିଆ ପେଟ୍ରୋଲ କ୍ଲବକୁ ଆସିଥିଲେ। ୧୦୦ ଟଙ୍କା ପାର କରିବା ପରେ ମଧ୍ୟ ତୈଳଦର ଉପରେ କୌଣସି ଲଗାମ ଲାଗୁ ନାହିଁ। ଆଜି ସକାଳୁ କୋଲକାତାରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପିଛା ୧୦୦.୬୨ ଟଙ୍କା ଓ ଡିଜେଲ ୯୨.୬୫ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୧.୩୭ ଟଙ୍କା ଓ ୯୪.୧୫ ଟଙ୍କା ରହିଛି। ବେଙ୍ଗାଲୁରୁ ପେଟ୍ରୋଲର ଦାମ ୧୦୩.୩୭ ଟଙ୍କା ଓ ଡିଜେଲର ଦାମ ୯୪.୧୫ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ ୧୦୪.୫୦ ଟଙ୍କା ଓ ଡିଜେଲ ଦର ୯୭.୬୮ ଟଙ୍କା, ଥିରୁବନନ୍ତପୁରମରେ ୧୦୨.୫୪ ଟଙ୍କା ଓ ଡିଜେଲ ଦାମ ୯୬.୨୦ ଟଙ୍କା, ଜୟପୁରରେ ୧୦୭.୩୭ ଟଙ୍କା ଓ ଡିଜେଲ ଦାମ ୯୮.୭୪ ଟଙ୍କା, ପାଟନାରେ ୧୦୨.୭୯ ଟଙ୍କା ଓ ଡିଜେଲ ଦାମ ୯୫.୧୪ ଟଙ୍କା ଏବଂ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୭ ଟଙ୍କା ଓ ଡିଜେଲ ଦାମ ୯୭.୬୭ ଟଙ୍କା ରହିଛି।

 

କାହାକୁ କେଉଁ ବିଭାଗ ମିଳିଲା ପଢ଼ନ୍ତୁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପରମାଣୁ ଶକ୍ତି,ମହାକାଶ ବିଭାଗ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଲିସି ଏବଂ ଅନ୍ୟ ସମସ୍ତ ପୋର୍ଟଫୋଲିଓ ଯାହା ବଣ୍ଟାଯାଇ ନାହିଁ।

କ୍ୟାବିନେଟ୍ ମନ୍ତ୍ରୀ

ରାଜନାଥ ସିଂ – ପ୍ରତିରକ୍ଷା ମନ୍ତ୍ରାଳୟ

ଅମିତ ଶାହ – ଗୃହ, ଏବଂ ମିନିଷ୍ଟ୍ରି ଅଫ୍ କୋପରେସନ

ନୀତିନ ଜୟରାମ ଗଡକରୀ – ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ

ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ

ନରେନ୍ଦ୍ର ସିଂ ତୋମାର – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ

ଡକ୍ଟକ ସୁବ୍ରମଣ୍ୟମ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ଅର୍ଜୁନ ମୁଣ୍ଡା – ଆଦିବାସୀ ବ୍ୟାପାର ମନ୍ତ୍ରାଳୟ

ସ୍ମୃତି ଜୁବିନ୍ ଇରାନୀ – ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ

ପୀୟୁଷ ଗୋଏଲ – ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ବୟନ ଶିଳ୍ପ

ଧର୍ମେନ୍ଦ୍ର ପ୍ରଧାନଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟ

ପ୍ରହ୍ଲାଦ ଯୋଶୀ – ସଂସଦୀୟ ବ୍ୟାପାର ଓ କୋଇଲା ଓ ଖଣି ମନ୍ତ୍ରାଳୟ

ନାରାୟଣ ରାଣେ – ଏମଏସଏମଇ ମନ୍ତ୍ରାଳୟ

ସର୍ବାନନ୍ଦ ସୋନଓ୍ୱାଲ – ଆୟୁଷବନ୍ଦରଜାହାଜ ପରିବହନ ମନ୍ତ୍ରାଳୟ

ମୁଖତାର୍ ଆବାସ ନକଭି – ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ

ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ

ଗିରିରାଜ ସିଂଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରାଳୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ରାମଚନ୍ଦ୍ର ପ୍ରସାଦ ସିଂ – ଇସ୍ପାତ ମନ୍ତ୍ରଳୟ

ଅଶ୍ୱିନୀ ବୈଷ୍ଣବ – ରେଳ,  ଆଇଟି, ଟେଲିକମ ମନ୍ତ୍ରାଳୟ

ପଶୁପତି ପାରସ – ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ

ଗଜେନ୍ଦ୍ର ସିଂ ଶେଖାୱାତ – ଜଳ ଶକ୍ତି ମନ୍ତ୍ରୀ