ବଜ୍ରାଘାତରେ ପିତାମାତାଙ୍କୁ ହରାଇ ଥିବା ୪ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ।

!!! ରାୟଗଡ଼ା ଜିଲ୍ଲା ରାମନାଗଡ଼ା ରୁ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାମନାଗଡ଼ା)  – ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁଲୁଣ୍ଠି ପଂଚାୟତ ତାମିଲଗୁଡାର ଗୋପନ ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗସ୍ତ  ୧.୭.୨୧ ରେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ୪ ଜଣ ଅନାଥଶିଶୁ ଦିଗହରା ହୋଇଗଲେ। ସେମାନଙ୍କୁ ଆଜି ରାମନାଗୁଡ଼ା ମା ମାଝୀଗୌରୀ ସ୍ବୟଂ ସହାୟିକା ସଙ୍ଘ ତରଫରୁ ଚାଉଳ,ଚୁଡା,ଚିନି, ସୋୟାବୀନ,ଆଳୁ,ପିଆଜ, ସାବୁନ, ତେଲ,ବିସ୍କୁଟପ୍ରଦାନ କରାଗଲା। ଯଦି ତାଙ୍କ ଆତ୍ମୀୟଲୋକ ଅନୁମତି ଦେଲେ,ତାଙ୍କ ୩ ବର୍ଷର ଓ ଦେଢବର୍ଷର ପିଲାଙ୍କୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ ଓ ଛଅବର୍ଷର ଓ ଚାରି ବର୍ଷର ପିଲାଙ୍କୁ ହଷ୍ଟେଲରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ସିଡିପିଓ ଶାନ୍ତିଲତା ରଥ ପ୍ରକାଶ କରିଥିଲେ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସରକାରଙ୍କ ତରଫରୁ ମାସିକ ୨୫୦୦ ଟଙ୍କା ସହାୟତା ମିଳିବ। ଏହି କାର୍ଯ୍ୟକ୍ରମରେ ମିଶନଶକ୍ତିର ସଭାପତି ଆରତୀ ମୁଟିକା,ସମ୍ପାଦିକା ସଂଗୀତା ପ୍ରଧାନ ଓ ସଭ୍ୟା ପୁଷ୍ପାଞ୍ଜଳି ସାହୁ,ସୁଶୀଳା ମହାପାତ୍ର, ସୁପରଭାଇଜର ସାବିତ୍ରୀ ନାୟକ ଓ ବ୍ଲକ ସଂଯୋଜକ ଲେଜର ବାବୁ ଯୋଗଦେଇଥିଲେ।

ଗୁଣୁପୁର ପୋଲିସକୁ ମିଳିଛି ବଡ଼ ଧରଣ ର ସଫଳତା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଏକ ଡକାୟତି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଚୋରି ଟଙ୍କା ଓ ଅଳଙ୍କାର ଜବତ କରାଯାଇଛି । ଗତ ଜୁଲାଇ ପହିଲାରେ ଭାରସିଂ ଗ୍ରାମର ଏସ କ୍ରିଷ୍ଣା ରାଓ ଙ୍କ ଘରେ କେହି ନଥିବା ବେଳେ ଘର ଦରଜା ଭାଙ୍ଗି ନଗଦ ୬ ଲକ୍ଷ ଟଙ୍କା ଓ ୬ ଭରି ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଯାଇ ଥିବା ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ ।

 

ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତକରି ଆଜି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ଗୋଟି ସୁନା ମୁଦି,୨ ଗୋଟି ସୁନା ଚେନ,୨ଗୋଟି କାନ ରିଙ୍ଗ,୪ ହଳ ରୁପା ପାଉଁଜି, ୨ ତୋଳା ବିଶିଷ୍ଟ ଗୋଟିଏ ସୁନା ନକଲେସ ଓ ଲକ୍ଷେ ବାର ହଜାର ଟଙ୍କା ସହ ଦୁଇଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଦୁଇଜଣ ହେଲେ ଚାଲକମ୍ବା ଗ୍ରାମର ବୈଦ୍ୟଭୂଷଣ ଲିମା ଓ ଦଣ୍ଡୁଗୁଡା ଗ୍ରାମର ଟୁନା ଲିମା ବୋଲି ଜଣାପଡିଛି । ଏମାନଙ୍କ ବିରୁଦ୍ଧରେ ଗୁଣପୁର ଥାନା କେସ ନଂ ୮୧ କ୍ରମେ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୪୫୭ ଏବଂ ୩୮୦ ଅନୁଯାୟୀ କେସ ଦାୟର କରି କୋର୍ଟ ଚାଲାଣ କରାଯାଇଛି ।

ଏଥିରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଓ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବା ନେଇ ଧରପଗଡ଼ ଚାଲିଥିବା ଓ ଏହି କେଶ ର ତଦନ୍ତ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଜଶସ୍ଵନ୍ତ ହିଆଲ କରୁଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି ।

‘ସମାଜ’ ପକ୍ଷରୁ ଅନୁଷ୍ଠିତ ବିଶ୍ଵ ମାତୃ ଦିବସ ର ଶ୍ରେଷ୍ଠ ବାର୍ତ୍ତା ବିଜେତା ମଧ୍ୟରେ କଳ୍ପଲତା….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ବିଶ୍ଵ ମାତୃ ଓ ପିତୃ ଦିବସରେ ଦୈନିକ ଖବର କାଗଜ ‘ସମାଜ’ ରେ ପ୍ରକାଶିତ ବାର୍ତ୍ତା ମଧ୍ୟରୁ ଶ୍ରେଷ୍ଠ ବାର୍ତ୍ତା ଲେଖକ ଙ୍କ ନାମ ଘୋଷଣା ହୋଇଛି । ମେ ୯ ୨୦୨୧ ବିଶ୍ଵ ମାତୃ ଦିବସ ଓ ଜୁନ୍ ୨୦ ବିଶ୍ଵ ପିତୃ ଦିବସ ପାଳନ ଅବସରରେ ‘ସମାଜ’ ପକ୍ଷରୁ ସ୍ଵତନ୍ତ୍ର ପୃଷ୍ଠା ଙ୍କ ପ୍ରକାଶ ପାଇଥିଲା । ଏଥିରେ ଅଗଣିତ ପାଠକ ଯୋଡି ହେବା ସହ ହଜାର ହଜାର ବାର୍ତ୍ତା ପ୍ରକାଶ ପାଇଥିଲା । ଉକ୍ତ ଦୁଇ ଦିବସର ଦଶଟି ଲେଖାଏଁ ଶ୍ରେଷ୍ଠ ବାର୍ତ୍ତା ମନୋନୟନ କରାଯାଇଛି । ମାତୃ ଦିବସ ଅବସରରେ ପ୍ରକାଶିତ ବାର୍ତ୍ତା ପ୍ରତିଯୋଗୀତାରେ ଶ୍ରେଷ୍ଠ ଦଶ ମଧ୍ୟରେ ଅଛନ୍ତି କଳ୍ପଲତା ମହାପାତ୍ର ।ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ସହ ଜଣେ ଜଣାଶୁଣା ଲେଖିକା ଅଟନ୍ତି । ‘ସମାଜ’ ପକ୍ଷରୁ ଆସନ୍ତା ୧୩ ତାରିଖ ଦିନ କଟକ ସମାଜ କାର୍ଯ୍ୟାଳୟ ରେ ସେ ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି ।

ଗୁଣପୁର ଉପ ଜିଲ୍ଲାପାଳଙ୍କ ପଦ୍ମପୁର ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପଦ୍ମପୁର ବ୍ଲକର ନୂଆଗଡ଼, ଗୁଳୁଗୁଡା ଓ ତେମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜିଗୁଡା,ଦକର୍ମ,କଞ୍ଚାକରଡ଼ା ଓ ଲମଡଙ୍ଗ ଭଳି ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପଦ୍ମପୁର ବ୍ଲକ ତରଫରୁ ନିଆଯାଇଥବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାସ୍ତା, ପାନୀୟ ଜଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ସେମାନଙ୍କ ମଧ୍ୟରେ କରନା ସଚେତନତା ତଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।

ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଠିକ ସମୟରେ ଛତୁଆ, ଅଣ୍ଡା ବଣ୍ଟନ ହେଉଛି ନା ନାହିଁ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଲମଡଙ୍ଗ ଭଳି ଅପହଞ୍ଚ ଗ୍ରାମକୁ ଉପ ଜିଲ୍ଲାପାଳ ଚାଲି ଚାଲି ଯାଇଥିବା ସହ ଗ୍ରାମବାସୀଙ୍କ ସମସ୍ୟା ବୁଝିଥିବା ଯୋଗୁଁ ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ସେଠାରୁ ଫେରି ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ଠାରେ 40ଜଣଙ୍କୁ ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ବଣ୍ଟନ କରିଥିଲେ। ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ତହସିଲଦାର ଶ୍ରୀ ନୀଳମାଧଵ ମାଝୀ, ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ପ୍ରମିଳା ବେହେରା, ଯୋଗାଣ ଅଧିକାରୀ ଶ୍ରୀ ପ୍ରଭାକର ମଲ୍ଲିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମୂଲ୍ୟ ବୃଦ୍ଧି ର ପ୍ରତିବାଦ ରେ କଂଗ୍ରେସ ର ବିକ୍ଷୋଭ …!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କପକ୍ଷରୁ କରାଯାଇଥିବା ଦରବୃଦ୍ଧି କୁ ପ୍ରତିବାଦ କରି ରାୟଗଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚଳିତ ୭ ଜୁଲାଇ ଠାରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସ୍ଥିର କରାଯାଇଛି । ସରକାରଙ୍କ ପକ୍ଷରୁ ଡିଜେଲ, ପେଟ୍ରୋଲ,ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି କରାଯାଇ ଜନସାଧାରଣଙ୍କୁ ଯେଉଁ ମହଙ୍ଗାର ଛାଟ ଦିଆଯାଉଛି ଏଥିରେ ଜନତା ଅତିଷ୍ଠ ହୋଇପଡିଲେଣି । ଏପରିକି ବର୍ତ୍ତମାନର ଶାସନ କାଳରେ ନାରୀ ନିର୍ଯ୍ୟାତନା ,ଶ୍ରମିକ ଓ କୃଷକ ମାରଣନୀତି ବାଡିଚାଲିଛି ।ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ସହ ,କର୍ମନିଯୁକ୍ତିରେ ବିଫଳତା,ଦଳିତ ଓ ଆଦିବାସୀ ଙ୍କୁ ଉଚିତ ନ୍ୟାୟ ଯୋଗାଇ ନଦେବା ଏବଂ ସରକାରୀ ସଂସ୍ଥା କୁ ବିକ୍ରିକରି ସରକାର ବିଫଳ ପ୍ରଶାସକ ର ପରିଚୟ ଦେଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏଗୁଡିକର ପ୍ରତିବାଦରେ ୭ତାରିଖ ଦିବ ପ୍ରତି ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବା,୯ ତାରିଖ ଦିନ ଜିଲ୍ଲାର ସଦର ମହକୁମା ଓ ପୋୖର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସାଇକେଲ ରାଲି ଏବଂ ପଦଯାତ୍ରା,୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ନକିଣିବା ନିମନ୍ତେ ଖାଉଟି ଙ୍କୁ ଅନୁରୋଧ କରିବା ସହ ୧୭ ତାରିଖ ଦିନ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ଏହାର ବୃଦ୍ଧି ପ୍ରତିବାଦରେ ଦସ୍ତଖତ ଅଭିଯାନ କରିବା ନିମନ୍ତେ ସ୍ଥିର କରାଯାଇଛି ।

ଏହି କ୍ରମରେ ଗତକାଲି ୭ତାରିଖ ଦିନ ଗୁଣପୁର ନଗର କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀକାନ୍ତ ବେହେରାଙ୍କ ନେତୁତ୍ୱରେ ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଗମାଙ୍ଗ, ସଂସାଦ ପ୍ରତିନିଧି ଶ୍ରୀ ବାବା ପ୍ରସାଦ ରାଓ, ନଗର୍ ଉପ ସଭାପତି ଶ୍ରୀ ଏ. ଭାନୁ ପ୍ରସାଦ ଓ କର୍ମକର୍ତ୍ତା ରଞ୍ଜୁ ଜେନା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ଗୁଣପୁର ବିଜେପି ପକ୍ଷରୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର)- ୨୦୨୨ ସୁଦ୍ଧା ସମସ୍ତ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଛାତ ଥିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ ଓଡ଼ିଶାର ୨୬ ଲକ୍ଷ ଘର ପାଇଁ କୋଟି କୋଟି ଟଙ୍କା ପଠାଇଛନ୍ତି ।କିନ୍ତୁ ଓଡ଼ିଶାର ୯୭ହଜାର ରୁ ଉର୍ଦ୍ଧ୍ବ ଘରେ ଗୃହ ନିର୍ମାଣ କେଳେଙ୍କାରି ଦେଖା ଦେଇଥିବା ଏବଂ ପାଖା ପାଖି ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓଡ଼ିଶା ରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ଉଠିଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ।ନ୍ଵୟନରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମହାମହିମ ରାଜ୍ୟପାଳ ଙ୍କୁ ଗୁଣପୁର ପୋୖର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଗୁଣପୁର ଭାରତୀୟ ଜନତା ପାର୍ଟି ନଗର ଶାଖା ପକ୍ଷରୁ ଏକ ଦାରଖାସ୍ତ ପ୍ରେରଣ କରାଯାଇଛି ।

ଏଥିରେ ରାଜ୍ୟ ସରକାର ଙ୍କ ପ୍ରଶାସକ ଏହି ଯୋଜନା ର ଯଥାର୍ଥ କାର୍ଯ୍ୟାନ୍ଵୟନ ନକରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଓ ଭ୍ରଷ୍ଟାଚାର ବଶବର୍ତ୍ତୀ ହୋଇ ହିତାଧିକାରୀ ଚୟନର ପ୍ରକ୍ରିୟା ଜାରି ରଖିଥିବା ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ୨୦୧୯ ମସିହାରେ ଯେଉଁ ଘର ସର୍ବେକ୍ଷଣ କରାଯାଇଥିଲା ସେଥିରେ ବହୁ ତ୍ରୁଟି ବିଚ୍ୟୁତି ଥିବା ପ୍ରମାଣ ସହ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରିବା ପରେ ସରକାର ବାଧ୍ୟ ହୋଇ ହିତାଧିକାରୀ ତାଲିକା ସାର୍ବଜନୀନ କରି ପୁଣିଥରେ ଆବେଦନ ଓ ଅଭିଯୋଗ ପତ୍ର ଆହ୍ଵାନ କରିବାକୁ ବାଧ୍ୟ ହୋଇଥିଲେ । ପରନ୍ତୁ,ବ୍ଳକର ଅଭିଯୋଗ ବାକ୍ସ ରେ ପଡିଥିବା ଆବେଦନ ପତ୍ର ଗୁଡ଼ିକ ରାଜ୍ୟସରକାର ଥରେ ଖୋଲି ଦେଖିବାକୁ କିମ୍ବା ସମୀକ୍ଷା କରିବାକୁ ଉଚିତ ମଣି ନାହାନ୍ତି। ଯେଉଁ ପୁରୁଣା ତୃଟି ପୂର୍ଣ୍ଣ ତାଲିକା ଥିଲା ତାକୁନେଇ ଷଡଯନ୍ତ୍ର ଆରମ୍ଭ କରିଦେଇଛନ୍ତି । ଏଣୁ ଏହି ପ୍ରକ୍ରିୟା କୁ ତୁରନ୍ତ ବନ୍ଦକରି ନିରପେକ୍ଷତା ର ସହ ଘର ସର୍ଭେ କରି ଏହି ଅନିୟମିତତାର ତୁରନ୍ତ ତଦନ୍ତ କରି ଦୋଷୀ ସାବ୍ୟସ୍ତ ସମସ୍ତ ସରକାରୀ ଅଧିକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ଚୁପ ରହି ପରୋକ୍ଷରେ ଦୁର୍ନିତୀକୁ ସମର୍ଥନ କରୁଛନ୍ତି ।

ଏଣୁ, ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଦାରଖାସ୍ତ ରେ ଅନୁରୋଧ କରାଯାଇଛି । ଏହି ବିକ୍ଷଭୋ ରେ ଭଜପା ଜିଲ୍ଲା ଉପସଭାପତି ଶ୍ରୀ କିଶୋର ପାଢୀ, କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା ,ଜିଲ୍ଲା ସମ୍ପାଦକ ଶ୍ରୀ ରବି ଶଙ୍କର ଗମାଙ୍ଗ , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ଵାଇଁ , ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢୀ , ଡମ୍ବସରା ମଣ୍ଡଳ ସଭାପତି ଶ୍ରୀ ଶ୍ରୀଧର ଶବର , ମହିଳା ମୋର୍ଚ୍ଚା ନେତ୍ରୀ ପିଙ୍କି ମହାପାତ୍ର ଓ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ପେଦିନା ନାଗାରାଜୁ ଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ତୈଳ , ଖାଉଟି ସାମଗ୍ରୀ ର ଦରବୃଦ୍ଧି ଓଅଭାବୀ ଧାନ ବିକ୍ରି ଓ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସର୍ମାଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି)- ସମଗ୍ର ଦେଶରେ ଲୋକେ କୋରୋନା ମହାମାରୀ କବଳରେ ପଡ଼ି ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଅପାରଗ କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ନୀତି “ବେଡି ଉପରେ କୋରଡ଼ା ମାଡ଼ ” ସଦୃଶ ସାଜିଛି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ ଠାରେ ପ୍ରତିବାଦ ସଭାମାନ ଅନୁଷ୍ଠିତ ହୋଇଯାଇଛି। ଆଜି ଭବାନୀପାଟଣା ସଦର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ବ୍ଳକ ସଭାପତି ସୁବାଷ ପ୍ରଧାନ, ଟାଉନ ସଭାପତି ସିଦ୍ଧାର୍ଥ ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ ବାଗ, ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମହମ୍ମଦ ସାହେବ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ମାଣିକ୍ୟ ସୁନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ ଙ୍କ ସମେତ ପୂର୍ବତନ ଟାଉନ ସଭାପତି ନିମାଞ୍ଚଳ ନାଏକ, ସୁରେଶ ପଟ୍ଟନାୟକ,ପିଣ୍ଟୁ ଅଗ୍ରୱାଲ ଓ ସୁରୁ ଧଙ୍ଗଡା ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ବକ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ, କୃଷକ ବିରୋଧୀ କଳା ଆଇନକୁ ନେଇ କଡ଼ା ସମାଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଲେ ପ୍ରତିବାଦ କୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାକୁ ଜିଲ୍ଲା ଉପ-ସଭାପତି ଉଛ୍ଛବ ସାହୁ ପରିଚାଳନା କରିଥିଲେ।

ପକ୍କା ଘର ଆବଣ୍ଟନ ଦୁର୍ନୀତି ମାମଲାରେ ବିଜେପିର ବେଗୁନିଆପଡ଼ା ବ୍ଳକ ଘେରାଉ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଣ୍ଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଏକ ମହା ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ରିପୋର୍ଟ ଅନୁସାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ବଣ୍ଟନରେ ଅନିୟମିତତା ହେବା ସହ ପାଖାପାଖି ୧ ହଜାର କୋଟି ଟଙ୍କାର ବାଟମାରଣା ହୋଇଛି। ରାଜ୍ୟରେ ଜଣେ ହେଲେ ଯୋଗ୍ଯ ହିତାଧିକାରୀ ଯେପରି ବାସଗୃହ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ବିଜେପି ତରଫରୁ ଗତକାଲି ଠାରୁ ୩ ଦିନ ଧରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଉଛି। ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ଏହାର ପ୍ରତିବାଦ କରାଯାଇଥିଲା। କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ କୁମାର ପଲେଇକଂ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା, ଖଲ୍ଲିିକୋଟ ବିଧାୟିକା ପ୍ରାର୍ଥୀନୀ ଭାରତୀ ବେହେରା, କୋଦଳା ମଣ୍ଡଳ ସଭାପତି ମଧୂସୁଧନ ଜେନା, ବେଗୁନିଆପଡ଼ା ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ଯୁବ ନେତା ରମାକାନ୍ତ ଦୋରା ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତରେ ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଅଯଥା ଅନୁକମ୍ପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ଯାଗିଂ କରାଯାଇ ବାସଗୃହ ଆବଣ୍ଟନ କରାଯାଇଛି। ଯେପରିକି ଏ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଓ୍ବେବ୍ ସାଇଟ୍ ରେ ନିର୍ମିତ ଘରର ଡୋମି ଏଣ୍ଟ୍ରି କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ଼ ଷ୍ଟିକର ଲଗାଯାଇଛି। ପି ଏ ଏମ୍ ଆବାସ ଯୋଜନାର ପାଣ୍ଠିକୁ ଅନ୍ଯ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ଯାକଂ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ସାରା ରାଜ୍ୟରେ ଏନେଇ ବ୍ଲକ ମାନଙ୍କରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ଏକ ସ୍ମାରକ ପତ୍ର ବିଡ଼ିଓଙ୍କ ଅନୁପସ୍ଥିତରେ ଏ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟରେ ଯୋଗ୍ଯ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା।

କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସଵ ପାଳନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନାଙ୍କ ତତ୍ୱାବଧାନରେ ବନମହୋତ୍ସଵ ପାଳନ କରାଯାଇଛି । ଇକୋକ୍ଲବ ତରଫରୁ ଏହି ବନମହୋତ୍ସଵ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା । ଇକୋକ୍ଲବର ସଂଯୋଜକ ସୌଭାଗ୍ୟ କୁମାର ମିଶ୍ରଙ୍କ ସହ ଅନ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ସୁମଣ୍ଡଳରେ ଟୀକା ନେବା ପାଇଁ ଭିଡ଼ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଂଜାମ ଜିଲ୍ଲା ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୁରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ଲୋକଙ୍କ ଠାରୁ ଟୀକା କମ ଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ ଲୋକଙ୍କୁ ସଚେତନ କରିବା ସହ ଆୟତ୍ତ କରିଥିଲେ ।