୬ ଜୁଲାଇ, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ବାଦବିବାଦରେ ପଡ଼ିପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ।

ବୃଷ: ପରିବାରରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ହେବ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅପରାହ୍ଣରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ: ବନ୍ଧୁମାନଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ପରିବାରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

କନ୍ୟା: ମାନସମ୍ମାନ ବଢ଼ିବ। ବିବାହ ପ୍ରସ୍ତାବ ପଡ଼ିପାରେ। ଆମୋଦ-ପ୍ରମୋଦରେ ଦିନଟି କଟିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାକି ପଡ଼ିଥିବା କୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ନୂଆ ବନ୍ଧୁ ମିଳିବେ।

ବିଛା: ସୁସ୍ୱାଦୁ ଭୋଜନ ମିଳିବ। ମନଖୁସି ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ।

ଧନୁ: ମିଶ୍ରିତ ଫଳ ମିଳିବ। ପରିବାରରେ ସୁସ୍ଥ ବାତାବରଣ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଫଳରେ ମନ ଖୁସି ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ହେବ।

କୁମ୍ଭ: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ। ଆତ୍ମନିର୍ଭରଶୀଳ ହେବେ। ପୂର୍ବ ଅପେକ୍ଷା ଆୟ ବଢ଼ିବ।

ମୀନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ମାନସମ୍ମାନ ବୃଦ୍ଧି ହେବ।

ଆଜିଠୁ ଗଡ଼ିବ OSRTC ବସ୍; ସିଟ୍‌ ଯେତିକି, ଯାତ୍ରୀ ବି ସେତିକି ଯିବେ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : କରୋନା ଯୋଗୁ ପ୍ରାୟ ୨ ମାସ ହେବ ଠପ୍‌ ହୋଇଯାଇଥିବା ବସ୍‌ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି। ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବା ବେଳେ ଆଜିଠୁ ଏହି ସବୁ ଜିଲ୍ଲାରେ  ଗଡ଼ିବ OSRTC ବସ୍।

କାଟାଗୋରୀ-Aରେ ଥିବା ଜିଲ୍ଲାରେ ଆଜିଠୁ ୪୩ଟି ରୁଟ୍‌ରେ ଗଡିବ OSRTC ବସ୍ । ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ । ଏହି ସବୁ  ଜିଲ୍ଲାରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଯାତ୍ରା କରିବା ସମୟରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି  ।

ଏହି ସବୁ ରୁଟ୍‌ ମଧ୍ୟରେ ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ବଲାଙ୍ଗିର-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣପୁର, ଭବାନୀପାଟଣା-ମୋଟୁ, କେନ୍ଦୁଝର-ବଲାଙ୍ଗିର ରୁଟ୍ ଆଦି ରହିଛି।

ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ  ଏ ଯାଏ ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ।

ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼ ବସଷ୍ଟାଣ୍ଡରେ ହଜାର ହଜାର ବସ୍ ଖତ ଖାଉଛି। ଦିନେ ଜନଗହଳିରେ ଫାଟି ପଡୁଥିବା ବସଷ୍ଟାଣ୍ଡ୍ ଅଞ୍ଚଳ ସରକାରଙ୍କ ଘୋଷଣା ପରେ ଏବେ ବି ଖାଁ ଖାଁ। ସ୍ଥିତି ପୂର୍ବରୁ ଯାହା ଥିଲେ ଏବେ ବି ପ୍ରାୟ ସେପରି ରହିଛି।

ସରକାର କେବଳ ୨୦ଟି ଜିଲ୍ଲାରେ ବସ୍ ସେବାକୁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ପ୍ରତିବନ୍ଧକ ହଟାଇ ନାହାନ୍ତି। କଟକଣାଯୁକ୍ତ ଜିଲ୍ଲା ଭିତରେ ଉଭୟ କଟକ ଓ ଭୁବନେଶ୍ୱର ଆସୁଥିବାରୁ ବାଦାମବାଡ଼ି ଓ ବରମୁଣ୍ଡାକୁ ଆସି ପାରୁନି ବସ୍। ସେହିଭଳି ଆନ୍ତଃରାଜ୍ୟ ରୁଟରେ ମଧ୍ୟ ବସ୍ ଚଳାଚଳକୁ ଅନୁମତି ନଥିବାରୁ ଲଙ୍ଗ ରୁଟ୍ ସେବା ଆରମ୍ଭ ହୋଇପାରୁନି।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ଲୋକେ ବାହାରକୁ ବାହାରିବାକୁ ଏବେ ବି ଡରୁଥିବା ବେଳେ ବସ୍ ଯାତ୍ରାକୁ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ପରେ ତେଲ ଦର ବି ଆକାଶ ଛୁଆଁ ହୋଇଛି। ତେଣୁ ବସ୍ ମାଲିକମାନେ ବ୍ୟବସାୟରେ ନିଶ୍ଚିତ କ୍ଷତିକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏପଟେ ବସ୍ ପାଇଁ ୩ ମାସର ଟିକସ ଛାଡ଼ ହୋଇଛି। ବସ୍‌ ଚଳାଚଳକୁ ସ୍ୱାଭାବିକ କରିବାକୁ  ଆଗକୁ ଆଉ କିଛି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

 

ବିବାଦ ଭିତରେ କାଲି ସୋନିଆ ଗାନ୍ଧିଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧକୁ ପ୍ରଶମିତ କରିବା ପାଇଁ ଦଳୀୟ ହାଇକମାଣ୍ଡ ଉଦ୍ୟମ ଜାରି ରଖିଛନ୍ତି।

ବିବାଦର ସମାଧାନ କରିବା ଦିଗରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବେ। ଶ୍ରୀ ସିଂହ ଦିଲ୍ଲୀ ଯାଇ ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗତ ସପ୍ତାହରେ ସିଦ୍ଧୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟି ନିଜର ଦାବି ଜଣାଇଥିଲେ। ଏହାର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବିବାଦର ସମାଧାନ ପାଇଁ ସୋନିଆ ଗାନ୍ଧି ନିଯୁକ୍ତ କରିଥିବା ୩ ଜଣିଆ କମିଟି ନିକଟରେ ହାଜର ହୋଇଥିଲେ।

ସେ କମିଟି ନିକଟରେ ହାଜର ହେବାକୁ ଦିଲ୍ଲୀ ଯାଇଥିଲେ ହେଁ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କୁ ନ ଭେଟି ପଞ୍ଜାବ ଫେରିଥିଲେ। ଏବେ କିନ୍ତୁ ସେ ସୋନିଆ ଗାନ୍ଧିଙ୍କୁ ଭେଟିବେ।

ଆସନ୍ତାକାଲିର ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ କିମ୍ବା ରାଜ୍ୟ ସରକାରରେ କୌଣସି ବଡ଼ ପଦ ଦେବା ସମ୍ପର୍କରେ ସୋନିଆ କାଲି ଶ୍ରୀ ସିଂହଙ୍କ ସହ ଆଲୋଚନା କରିବେ। ଶ୍ରୀ ସିଂହଙ୍କୁ ରାଜି କରାଇବା ପାଇଁ ସୋନିଆ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ କସରତ ଆରମ୍ଭ କରିଛନ୍ତି।

ସୂତ୍ର ଅନୁସାରେ, ସିଦ୍ଧୁଙ୍କ ସହ ଆଉ ଜଣେ କଂଗ୍ରେସର ପଞ୍ଜାବ ମୁଖ୍ୟ ହୋଇପାରନ୍ତି। ସେହିପରି ନିର୍ବାଚନ ପୂର୍ବରୁ ପଞ୍ଜାବ କ୍ୟାବିନେଟରେ କିଛି ପରବର୍ତ୍ତନ ମଧ୍ୟ ହୋଇପାରେ। ସିଦ୍ଧୁ ନିକଟରେ ପ୍ରିୟଙ୍କାଙ୍କୁ ଭେଟି ୪ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହାପରେ ସେ ରାହୁଲଙ୍କୁ ଭେଟିଥିଲେ।

ରାହୁଲ ପ୍ରଥମେ ସିଦ୍ଧୁଙ୍କ ସହ କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଥିଲେ। ହେଲେ ପ୍ରିୟଙ୍କା ତାଙ୍କୁ ବୁଝାଇବା ପରେ ସେ ସିଦ୍ଧୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ୪୫ ମିନିଟ୍‌ ଧରି ଆଲୋଚନା କରିଥିଲେ। ଏହି ସମୟରେ ଉଭୟ ରାହୁଲ ଓ ପ୍ରିୟଙ୍କା ପଞ୍ଜାବ କଂଗ୍ରେସରେ ସିଦ୍ଧୁଙ୍କୁ ବଡ଼ ପଦବୀ ଦେବାକୁ ସହମତି ହୋଇଥିବା ଜଣାପଡ଼ିଛି।

ଆସନ୍ତାକାଲିର ବୈଠକ ପରେ ୭ରୁ ୧୦ ତାରିଖ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ ସମ୍ପର୍କରେ ବଡ଼ ଘୋଷଣା କରିବାକୁ ଯୋଜନା ରଖିଛନ୍ତି।

ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୂବନେଶ୍ଵର) :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍।  ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ ସ୍ଥିର କରିଛି । ସେପଟେ ଦୁର୍ନୀତିରେ ସଂପୃକ୍ତ ଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଆବାସ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି କରିଛନ୍ତି ଦଳର ବରିଷ୍ଠ ନେତା ପୀତାମ୍ବରଯଚାର୍ଯ୍ୟ । ଯାହାର ଜବାବ ରଖିଛି ବିଜେଡି । ସେପଟେ ଫନି କ୍ଷତିଗ୍ରସ୍ତ ଜିଲ୍ଲାକୁ ଛାଡ଼ି ବାକି ୧୬ ଜିଲ୍ଲାର ୬ଲକ୍ଷ ହିତାଧିକାରୀଙ୍କ ପାଇଁ ଘର ଯୋଗାଇବାକୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଟିମ୍ ୫ଟି ଜିଲ୍ଲାର ୯ଟି ବ୍ଲକରେ ଅନୁଧ୍ୟାନ କରିଥିଲା । ଯେଉଁଥିରେ ୧ଲକ୍ଷ ଘର ଆବଣ୍ଟନରେ ହଜାରେ କୋଟିର ଦୁର୍ନୀତି ହୋଇଛି । ସେହିପରି ଦଳ ଅଭିଯୋଗ ଆଣିଛି-ଅଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉଛନ୍ତି । ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଛି। ବାରମ୍ବାର ଆକାଉଣ୍ଟ ପରିବର୍ତ୍ତନ ହେଉଛି।  ଗୁହାଳ ଓ ବାରିପଟ ଘର ଦେଖାଇ ଯୋଜନା ଟଙ୍କା ହଡ଼ପ୍ ଚାଲିଛି ଓ ଡମି ନାଁ ଚଢ଼ାଇ ଘର ନେଇଛନ୍ତି ନିମ୍ନ ମାନର ଘର ନିର୍ମାଣ ସହ ମନରେଗାରେ କାମ କରିଥିବା ଶ୍ରମିକଙ୍କୁ ପାଉଣା ଦିଆଯାଉନି । ଆବାସ ଦୁର୍ନୀତିରେ ବିଜେଡି ନେତା ଓ ଅଧିକାରୀଙ୍କ ସଂପୃକ୍ତି ରହିଛି। ଏବେ ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି। ତେଣୁ ଏଭଳି ପାତର ଅନ୍ତର ନୀତି କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ତେଣୁ ରାଜ୍ୟରେ ଆବାସ ଦୁର୍ନୀତି ପ୍ରତିବାଦରେ ୭, ୮, ୯ରେ ବିଜେପି ଆନ୍ଦୋଳନ କରିବାକୁ ସ୍ଥିର କରିଛି । ସେପଟେ ଆବାସଠୁ ଆରମ୍ଭ କରି ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଲିପ୍ତ ଥିବା ଅଭିଯୋଗ ଆଣି ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ଏମିତିକି ଆବାସ ଯୋଜନାର ସେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ବିଜେପିର ଏସବୁ ଅଭିଯୋଗର ଜବାବ ରଖି ବିଜେଡି କହିଛି-ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ସାବାସି ଦେଉଥିବାବେଳେ, ରାଜ୍ୟ ବିଜେପି ୟୁନିଟ୍ ସମାଲୋଚନା କରିବା ଅତ୍ୟନ୍ତ ହାସ୍ୟାସ୍ପଦ।

ଆବାସ କଳି ରାଜନୀତି ଭିତରେ ଆଜି ପିଏମଏଓ୍ୱାଇ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ନିବେଦନ କରିଛନ୍ତି।  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସକ ନିମନ୍ତେ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି ଓ ବାକି ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

୬ ଜୁଲାଇ, ମଙ୍ଗଳବାର : ଆଜିର ରାଶିଫଳ ।

!!! ପ୍ରବଚକ ଶ୍ରୀ ଜଗଦୀଶ ପ୍ରସାଦ !!!

 

ମେଷ: ବାଦବିବାଦରେ ପଡ଼ିପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ।

ବୃଷ: ପରିବାରରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ହେବ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅପରାହ୍ଣରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ: ବନ୍ଧୁମାନଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ପରିବାରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

କନ୍ୟା: ମାନସମ୍ମାନ ବଢ଼ିବ। ବିବାହ ପ୍ରସ୍ତାବ ପଡ଼ିପାରେ। ଆମୋଦ-ପ୍ରମୋଦରେ ଦିନଟି କଟିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାକି ପଡ଼ିଥିବା କୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ନୂଆ ବନ୍ଧୁ ମିଳିବେ।

ବିଛା: ସୁସ୍ୱାଦୁ ଭୋଜନ ମିଳିବ। ମନଖୁସି ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ।

ଧନୁ: ମିଶ୍ରିତ ଫଳ ମିଳିବ। ପରିବାରରେ ସୁସ୍ଥ ବାତାବରଣ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଫଳରେ ମନ ଖୁସି ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ହେବ।

କୁମ୍ଭ: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ। ଆତ୍ମନିର୍ଭରଶୀଳ ହେବେ। ପୂର୍ବ ଅପେକ୍ଷା ଆୟ ବଢ଼ିବ।

ମୀନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ମାନସମ୍ମାନ ବୃଦ୍ଧି ହେବ।