ଚାଷୀଙ୍କ ନାମ ପଞ୍ଚିକରଣ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ପକ୍ଷରୁ କୋଲନରା ବ୍ଲକର ବିଭିନ୍ନ ଜାଗାରେ ବୁଲିଲା ପ୍ରଚାର ରଥ…!

!!! ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରୁ ମନୋଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ଚାଷୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ପକ୍ଷରୁ କୋଲନରା ବ୍ଲକର ବିଭିନ୍ନ ଜାଗାରେ ବୁଲିଲା ପ୍ରଚାର ରଥ। ଗତକାଲି ରାୟଗଡ଼ା ଜିଲ୍ଲା ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ଏବଂ ବିଭାଗୀୟ ମୁଖ୍ୟ ଅଧିକାରୀ ଉପସ୍ଥିତ ରହି ପ୍ରଚାର ରଥକୁ ଶୁଭାରମ୍ଭ କରିଥିଲେ ।

ଆଜି କୋଲନରା ବ୍ଲକର ବିଭିନ୍ନ ଜାଗା ରେ ପ୍ରଚାର ରଥ ଗାଡ଼ି ବୁଲି ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ପକ୍ଷରୁ ଚଳିତ ବର୍ଷ ଖରି ବିପଣନ ଋତୁରେ ବଳକା ଧାନ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିବା ପାଇଁ ବିଭିନ୍ନ ଜାଗାରେ ସୂଚନା ଦେଇ  ପ୍ରଚାର ରଥ ବୁଲିଥିଲା । 

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ପାଇକମାଲ ବିଦ୍ୟୁତ ବିଭାଗ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ଶନିବାର ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏସ ଡି ଓ ପୁରନ୍ଦର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଭାବରେ ଜେ ଇ ମନୋଜ କୁମାର ମେହେର, ଅମରେଶ କନ୍ଧ, ବଡ ଶତପଥୀ ଓ ଜଗବନ୍ଧୁ ପୋଥାଳ ପ୍ରମୁଖ ଯୋଗ ଦାନ କରି ପାଇକମାଲ ସେକ୍ସନ ରୁ ଅବସର ନେଉ ଥିବା ବିଦ୍ୟୁତ କର୍ମଚାରୀ ମୋହରମଣୀ କଲେତ ଓ ଶଙ୍କର ମାଝୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ କାର୍ଯ୍ୟାଳୟ ରୁ ଆସିଥିବା ପ୍ରମାଣ ପତ୍ର, ଫୋଟୋ, ସର୍ଭିସ ବୂକ, ରିଲିଫ ପ୍ରମାଣପତ୍ର ଓ ସାଲ ଦେଇ ଅବସର ନେଉ ଥିବା ଶ୍ରୀକଲେତ ଓ ଶ୍ରୀ ମାଝୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମସ୍ତ ବିଦ୍ୟୁତ କର୍ମଚାରୀ ମାନେ ଯୋଗ ଦାନ କରିଥିବା ବେଳେ ଶଶାଙ୍କ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

ଦୀପାଙ୍କ ପ୍ରୟାସ ପରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା…!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାଜ୍ୟ ସରକାରଙ୍କ ମୋ ସରକାର ଏବଂ 5 T ଯୋଜନା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ ଅଭିଯୋଗ ଗୁଡ଼ିକୁ ସମସ୍ତ ବିଭାଗ ଗୁରୁତ୍ୱ ପ୍ରଦାନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି। ଏହିଭଳି ହଜାର ହଜାର ସମସ୍ୟାର ସମାଧାନ କରିସାରିଥିବା ପାଇକମାଲ ଅଂଚଳର ଦୀପା ବାରିକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ଦ୍ୱାରା ପଶ୍ଚିମ ଓଡିଶାର ଅନେକ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଗୁଡ଼ିକ ମରାମତି ହେବାର ଦୃଷ୍ଟାନ୍ତ ରହିଛି । ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତ ବଡ଼ମାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିଲା, ଏହା ଦ୍ବାରା ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଏହି ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତା ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ, ଖାସ୍ କରି ଗର୍ଭବତୀ ମହିଳା ମାନେ ଯାତାୟାତ ସମୟରେ ଯନ୍ତ୍ରଣା ଭୋଗୁଥିଲେ।

ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ରାସ୍ତାଟି ଅନେକ ବର୍ଷରୁ ମରାମତି ହୋଇ ନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଏହି ସମସ୍ୟା ଜାଣିବା ପରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ସୁଶ୍ରୀ ଦିପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦୁଇ କିଲୋମିଟର ରାସ୍ତା ମରାମତି କରାଯାଇଛି। ତଦ୍ୱାରା ସାଧାରଣ ଜନତା ଆଶ୍ୱସ୍ତି ଅନୁଭବ କରିଛନ୍ତି।ଏହାଛଡା ଅବଶିଷ୍ଟ ୨ କିଲୋମିଟର ପାଇଁ ଟେଣ୍ଡର ଆମନ୍ତ୍ରିତ କରାଯାଇଛି ଯାହା ଫାଇନାଲ୍ ହେବାପରେ ଏହି ରାସ୍ତା ସମ୍ପୂର୍ଣ୍ଣ ଭାବରେ ମରାମତି ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସୂଚନା ରହିଛି। ଦୀପାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ଅସହାୟ ଭାଗିରଥି ଏବେ ବଡ଼ମେଡ଼ିକାଲ ବୁର୍ଲାରେ; ସରକାରୀ ସହାୟତା କୁ ଅପେକ୍ଷା ।

!!! ବରଗଡ଼ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ଭାଗିରଥି ଭୋଇ ବୟସ ପାଖାପାଖି ୪୯ ବର୍ଷ ହେବ । ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା ଗ୍ରାମପଞ୍ଚାୟତ ରେ ଯାଉଥିବା କୁଲାଣ୍ଟି ଗ୍ରାମରେ ସେ ବସବାସ କରନ୍ତି । ପରିବାର କୁ ଦିନ ମଜୁରିଆ ଭାବେ କାମ କରି ୪ଜଣ ପ୍ରାଣୀ ଯଥାକ୍ରମେ ନିଜେ,ନିଜସ୍ତ୍ରୀ, ପୁଅ ଗୋଟିଏ ଏବଂ ଝିଅ ର ପେଟ କୁ ଆହାର ଗଣ୍ଡିଏ ଯୋଗାଇ ଆସୁଥିଲେ ସତ ହେଲେ ଏଇ କିଛି ମାସ ହେବ ଭାଗିରଥି ଙ୍କ ଆଖିରେ ଏକ ଛୋଟିଆ ଆବୁ ସୃଷ୍ଟି ହେଲାପରେ ଧିରେଧିରେ ଆବୁ ଟି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲଖମରା ସରକାରୀ ଡାକ୍ତରଖାନା, ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଇତ୍ୟାଦି କୁ ଯାଇ ଡାକ୍ତର ମାନଙ୍କ ପରାମର୍ଶକ୍ରମେ ମେଡିସିନ ମଧ୍ୟ ଖାଇଛନ୍ତି । ହେଲେ କିଛି ଫଳପ୍ରଦ ନ ହେବାରୁ ବର୍ତ୍ତମାନ ଭୀମସାର ବୁର୍ଲା ରେ ଚିକିତ୍ସିତ ହେବାପାଇଁ ଯାଇଛନ୍ତି ।ଦିନମଜୁରୀଆ ଟିଏ ଭାଗିରଥି, ପାଖରେ ନା ଅଛି ଟଙ୍କା ପଇସା । ଅର୍ଥାଭାବ ରୁ ସେ ଏବେ ନିଃସହାୟ ହୋଇପଡିଛନ୍ତି । ଏଣୁ ଅତିଶିଘ୍ର ସରକାର ଭାଗିରଥି ପ୍ରତି ସଦୟ ହେବାକୁ ଜନସାଧାରଣ ରେ ଦାବୀ ହୁଏ ।

ଭାଜପା ରେ କଲ୍ୟାଣସିଙ୍ଗପୁର ମଣ୍ଡଳ ସ୍ତରୀୟ ଦ୍ଵିତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ।

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ୍ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କଲ୍ୟାଣୀସିଙ୍ଗପୁର) – ରାୟଗଡ଼ ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ସ୍ଥିତ କଲ୍ୟାଣସିଙ୍ଗପୁର ମଣ୍ଡଳରେ ଶନିବାର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦୀପ ପ୍ରଜ୍ୱଳନ କରି ସାରିବା ପରେ ବନ୍ଦେ ମାତରମ୍ ଗାନ କରିଥିଲେ ।ପରବର୍ତ୍ତୀ ସମୟରେ ସ୍ରିନିବାସ ଚୌଧରୀ ସଭାପତିତ୍ବରେ ରେ ବୈଠକ ଟି ଆରମ୍ଭ ହୋଇ ଥିଲା l ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲାକା, ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ମଗିଲି, ସମ୍ପାଦକ କୃଷ୍ଣ ସାମଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ଏସ୍. ସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯେ ବାବୁରାଓ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଯାଜ୍ଞସେନୀ ଆଚାରୀ, ରାମ ରାଓ କାଡ୍ରାକ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ, ଜିଲ୍ଲା ପ୍ରମୁଖ ମଞ୍ଚାସିନ ଥିବା ବେଳେଯୁବ ମୋର୍ଚ୍ଚା ସମ୍ପାଦକ ସନ୍ଦୀପ ଗୁଡ଼ଲା, କାର୍ପା ପଞ୍ଚାୟତ ସରପଞ୍ଚ ସିନ୍ଦୁ କୁଲଶିକା,ଉତ୍ତରା କଣ୍ଡାଗିରି, ଦାଶରୁ ସମସ୍ତ ମଣ୍ଡଳ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଆଜିର ଏହି ବୈଠକରେ ମୁଖ୍ୟତଃ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କିପରି ଦଳ ତରଫରୁ ରଣନୀତି ପ୍ରସ୍ତୁତ କରାଯିବ ବୁଥ ସ୍ତରରୁ ଲୋକ ଙ୍କୁ ସଚେତନ କରି ଭୋଟର ଯେମିତି କି ଭାଜପା ସପକ୍ଷରେ ଭୋଟ ଦେବେ ଲୋକ ଙ୍କ ନିକଟକୁ ଯାଇ ଲୋକଙ୍କ ସମସ୍ୟା ଦୂର କରିବା ଆଦି ବିସ୍ତୃତ ଭାବରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟ କାରିଣୀ ବୈଠକରେ ଜିଲ୍ଲା ର କିଛି ବରିଷ୍ଠ ନେତା ମାନେ ଯୋଗ ଦେଇଥିବା ବେଳେ ବ୍ଲକ ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଙ୍ଗପୁର ମଣ୍ଡଳ ର ପ୍ରତି ପଞ୍ଚାୟତ ରୁ ୫ ଟି ଲେଖା ମହିଳା ୩୦ ରୁ ଉର୍ଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ ଙ୍କ ନେତୃତ୍ୱ ରେ ବିଜେପି ରେ ସାମିଲ ହେଲେ। ଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ ଧନ୍ୟବାଦ ଅର୍ପଣ କରିଥିଲେ।

ଭାଜପା ର କୋଲନରା ମଣ୍ଡଳ ସ୍ତରୀୟ ଦ୍ଵିତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ମନୋଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ସ୍ଥିତ କୋଲନରା ମଣ୍ଡଳରେ ଶନିବାର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦୀପ ପ୍ରଜ୍ୱଳନ କରି ସାରିବା ପରେ ବନ୍ଦେ ମାତରମ୍ ଗାନ କରିଥିଲେ ।ପରବର୍ତ୍ତୀ ସମୟରେ ରମ୍ଭା ସନ୍ତୋଷ ସଭାପତିତ୍ବରେ ରେ ବୈଠକ ଟି ଆରମ୍ଭ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲାକା, ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ମଗିଲି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ଏସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯେ ବାବୁରାଓ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ, ଜିଲ୍ଲା ର ପ୍ରମୁଖ ମଞ୍ଚାସିନ ଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି କମଲ ନୀଳଗିରି ମଣ୍ଡଳ ଉପସଭାପତି ବାବୁ ରାଓ କାଡ୍ରାକ, ମାରିଶୀଲା ମଧୁ ସୁଦନ, ମଣ୍ଡଳ ସାଧାରଣ ସମ୍ପାଦକ ଶଙ୍କର ଅଟକା , ମଣ୍ଡଳ କସାଦକ୍ଷ କେ ଜେନା, ଟି ପ୍ରସାଦ କୁମାର, ମାନି ରେଡି ସମସ୍ତ ମଣ୍ଡଳ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଆଜିର ଏହି ବୈଠକରେ ମୁଖ୍ୟତଃ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କିପରି ଦଳ ତରଫରୁ ରଣନୀତି ପ୍ରସ୍ତୁତ କରାଯିବ ବୁଥ ସ୍ତରରୁ ଲୋକ ଙ୍କୁ ସଚେତନ କରି ଭୋଟର ଯେମିତି କି ଭାଜପା ସପକ୍ଷରେ ଭୋଟ ଦେବେ ଲୋକ ଙ୍କ ନିକଟକୁ ଯାଇ ଲୋକଙ୍କ ସମସ୍ୟା ଦୂର କରିବା ଆଦି ବିସ୍ତୃତ ଭାବରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟ କାରିଣୀ ବୈଠକରେ ଜିଲ୍ଲା ର କିଛି ବରିଷ୍ଠ ନେତା ମାନେ ଯୋଗ ଦେଇଥିବା ବେଳେ ବ୍ଲକ ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୋଲନରା ମଣ୍ଡଳ ର ତେଲିଗୁଡା ପଞ୍ଚାୟତ ର ସୁବ୍ରତ ଦାଶ କମଲ ନୀଳଗିରି ଙ୍କ ନେତୃତ୍ୱ ରେ ବିଧାୟକ ପାର୍ଥି ଶିବ ଶଙ୍କର ଙ୍କ ଉପସ୍ଥିତିରେ ବିଜେପି ରେ ସାମିଲ ହେଲେ। ଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ ଧନ୍ୟବାଦ ଅର୍ପଣ କରିଥିଲେ।

ଅଗଷ୍ଟ ଗାଇଡଲାଇନ; ରାତି ୮ ଟାରୁ ଜାରି ହେବ କର୍ଫ୍ୟୁ, ଖୋଲିବ ସିନେମା ହଲ, ପାର୍କ, ମଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଅବଧିକୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତ । ଏଥର ପୂର୍ବ ଅପେକ୍ଷା କଟକଣା କୋହଳ କରିବା ସହ ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ହେଲେ ସଂକ୍ରମଣ କମି ନ ଥିବା ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ ଏସଆରସି ପ୍ରଦୀପ ଜେନା ଘୋଷଣା କରିଛନ୍ତି,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ ରହିଛି । କିନ୍ତୁ ଏହା ଚିନ୍ତାଜନକ ନୁହେଁ । ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି । ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ସେ କହିଛନ୍ତି ।ଅଗଷ୍ଟ ଗାଇଡଲାଇନ୍ ନେଇ ସେ କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା । ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ । ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ।ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ । ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା । ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର୍ଯ୍ୟଟକ । ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ । ସେହିପରି ରାଜ୍ୟ ଭିତରେ ବସ୍ ଚାଲୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ବାରଣ କରାଯାଇଛି । ସମୁଦ୍ର କୂଳ, ପାର୍କ ଖୋଲା ରହିବ; ଗାଇଡଲାଇନ ମାନିବେ ପର୍ଯ୍ୟଟକ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ । ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର, ୱାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ ।

କ ନୂଆଗାଁ ଠାରେ ବିଜେଡ଼ି ପର୍ଯ୍ୟବେକ୍ଷକଙ୍କ ବନ୍ଦ କୋଠରୀ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କନ୍ଧମାଳ ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସି ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ କ.ନୂଆଗାଁ ଗସ୍ତ । ବିଜେଡି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ଦୁଇ ପର୍ଯ୍ୟବେକ୍ଷକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଦୁଇ ପର୍ଯ୍ୟବେକ୍ଷକ। ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ପ୍ରସ୍ତୁତ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ।

ଏହି କାର୍ଯ୍ୟକାରିଣୀ ବୈଠକ ରେ କ ନୂଆଗାଁ ବରିଷ୍ଟ ବିଜେଡି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ସଭାପତି ବାସୁଦେବ ପଣ୍ଡା,ବ୍ଲକ ଅଧ୍ୟକ୍ଷ ସୁଲୋଚନା ଦଳବେହେରା, ବିଜେଡି ବରିଷ୍ଠ କର୍ମୀ ସହଦେଵ ପାତ୍ର କୋଟଗଡ ବ୍ଲକ ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ, ସାଂସଦ ବ୍ଲକ ପ୍ରତିନିଧି ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରମୋଦ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର,ବାଲିଗୁଡା ବ୍ଲକ ବରିଷ୍ଟ ବିଜେଡି ନେତା ତଥା ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ନଗର ଯୁବ ସଭାପତି ସୁଜିତ ପାଳ, ଅବନୀ କାନ୍ତ ନାୟକ,ସମେତ ଚାରି ବ୍ଲକ ର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ | କିନ୍ତୁ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଆଜିର କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଇ ନ ଥିବା ନେଇ ରାଜନୀତିକ ମହଲ ରେ ଚର୍ଚ୍ଚା ହୋଇଛି |କେବେବି ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନଥିବା କିଛି ଦଳୀୟ କର୍ମୀ ଙ୍କ ଉପସ୍ଥିତ କୁ ନେଇ କର୍ମୀ ମହଲ ରେ ଆଲୋଚନା ହେଉଛି | କରୋନା କଟକଣା ଯୋଗୁଁ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ବିଜେଡି କାର୍ଯ୍ୟକାରିଣୀ ବୈଠକ କୁ ମନା କରିବା ସହିତ ସୀମିତ ବ୍ଲକ ଛାତ୍ର, ଯୁବ ଓ ମହିଳା କର୍ମୀ କୁ ନେଇ ବୈଠକ କରି ଦଳ କୁ ସକ୍ରିୟ ସଦସ୍ୟ ଓ ୱାର୍ଡ କମିଟି ପାଇଁ ଆଲୋଚନା କରିଥିଲେ |

ଜିଲ୍ଲା ଶିକ୍ଷା ବିଭାଗ ଓ ଘରୋଇ ବିଦ୍ୟାଳୟର ମାଲିକ ଙ୍କ ମଧୁ ଚନ୍ଦ୍ରିକା; ଶିକାର ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବାରମ୍ବାର ଘରୋଇ ବିଦ୍ୟାଳୟ ର ବ୍ୟବସାୟୀ ମନୋବୃତ୍ତି ନେଇ ଟଙ୍କା ଆଦାୟ ସହ ସରକାରୀ ଆଇନ ଖିଲାପ କରିବା ଯୋଗୁଁ ଅଭିଭାବକ ସହ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢାରୁ ବଞ୍ଚିତ କରିବା ବିବାଦ ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଭାବକ ବିଇଓ ତଥା ଡିଇଓ ଙ୍କୁ ଆବେଦନ କରିଥିଲେ । କିନ୍ତୁ ଉକ୍ତ ଟିଟିଲାଗଡ଼ ବି ଇ ଓ ତଥା ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ଡିଇଓ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ଆଳରେ ଭିତିରିଆ ସଲାସୁତୁରା ନୀତି କରି ପ୍ରଥମେ ଟର୍ମ ଫିସ ଦାଖଲ ଓ ପରେ ଫେରସ୍ତ କହି ଟଙ୍କା ନେଇ ଯାଇ ଏବେ ଆସନ୍ତା ତା୦୫-୦୮-୨୧ ରିଖ ଦିନ ମଧ୍ୟରେ ଟଙ୍କା ଜମା ନ କଲେ ନୂତନ ଆଡ଼ମିଶନ ହୋଇ ପାରିବନି ବୋଲି ମୋବାଇଲ ମ୍ୟାସେଜ କରିଛନ୍ତି । ଯଦ୍ବାରା ଅଭିଭାବକ ବାଧ୍ୟ ହୋଇ ଭୟରେ ଟଙ୍କା ଜମା କରିଦେବେ ।

ଏକ ବର୍ଷର ଟଙ୍କା ପୂର୍ବରୁ ନେଇ ନିଜ ମନମୁତାବକ ଶୋଷଣ କରିବାରେ ସମର୍ଥ ହେବେ । ଗତ ଗୁରୁବାର ଦିନ ଏ ନେଇ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ଅଭିଭାବକ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ତଥା ଅନ୍ୟ ଅଧିକାରୀଙ୍କୁ ଆବେଦନ କରି ତୁରନ୍ତ ସରକାରୀ ଆଇନ ଅନୁଯାୟୀ ଛାତ୍ରଛାତ୍ରୀ ଙ୍କ ଅନଲାଇନ ଆଇ ଡି ଖୋଲିବା କୁ ଜଣେଇଥିଲେ । ଉପଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବା ପାଇଁ କହିଥିଲେ । ଉକ୍ତ ଆଇଡି ଖୋଲିବା ନେଇ ବିଇଓ ତଥା ଡିଇଓ ଙ୍କ କ୍ଷମତା ଥାଇ ପଦକ୍ଷେପ ନେବା ବଦଳରେ ତୁରନ୍ତ ଅପରାହ୍ନ ସମୟରେ ସ୍କୁଲ ପ୍ରିନ୍ସପାଲ ମୋବାଇଲ କନ୍ଫରେନ୍ସ ଯୋଗେ ବାର୍ତ୍ତାଳାପ କରି ଜଣେ ଆଇନଯିବିଙ୍କ ସହ ମିଶି ଏଭଳି ସୂଚନା ଦେଇଛନ୍ତି ।
ଯାହା ବଲାଙ୍ଗୀର ଜିଲ୍ଲା ଡିଇଓ ଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏହି ଅଧିକାରୀଙ୍କୁ ଆବେଦନ ନିବେଦନ ସତ୍ୱେ ଅର୍ଥ ଶୋଷଣ ମନୋବୃତି ନେଇ ଶିକ୍ଷା ବିଭାଗ ଅଧିକାରୀ କାହିଁକି ପଦକ୍ଷେପ ନେଉ ନାହାନ୍ତି ଓ କିପରି ପ୍ରିୟପ୍ରୀତି ଚାଲିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
ସେହିପରି ଟିଟିଲାଗଡ଼ର ଓମଭ୍ୟାଲି ସ୍କୁଲ ଅଭିଭାବକ ଏକ ମାମଲା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଦାୟର କରିଥିବା ଓ ଅନଲାଇନ ପାଠ ପଢା ସହ ଫିସ ଦାବି ନେଇ ନିର୍ଦ୍ଦେଶ ସତ୍ୱେ ବିଭାଗୀୟ ଅଧିକାରୀଙ୍କ ଖାତିର ନାହିଁ । ଆଇନ ଅଦାଲତର ଅର୍ଥ ଖର୍ଚ୍ଚ କରି ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇ ମାନସିକ ଚାପ ଏଭଳି କୋଭିଡ-୧୯ ସ୍ଥିତିରେ ପ୍ରୟୋଗ ସହ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଉକ୍ତ ବଲାଙ୍ଗୀର ଶିକ୍ଷା ଅଧିକାରୀ ତଥା ଟିଟିଲାଗଡ ଉପଖଣ୍ଡ ଶିକ୍ଷାଅଧିକାରୀଙ୍କ ନୀରବତା ନେଇ ମାସିକ କୋଟା କାରବାର ଥିବା ଗୋପନୀୟ ସୂଚନା ମିଳିଛି । ଏ ନେଇ ଅଭିଭାବକ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହେଲେ ସ୍କୁଲ କର୍ତ୍ତୃପକ୍ଷ ଅଜସ୍ର ଟଙ୍କାର ମାଲିକ ଥିବାରୁ ସୁପ୍ରିମକୋର୍ଟ ଯିବେ ଯାହା ଅଭିଭାବକଙ୍କ ପକ୍ଷରେ ଅସମ୍ଭବ ହୋଇଥିବା ବେଳେ ଏହି ସମୟ ବ୍ୟବଧାନ ରୁ ପାଠପଢାରୁ ଛାତ୍ର ଛାତ୍ରୀ ବଞ୍ଚିତ ହେଉଛନ୍ତି । ଏ ନେଇ ଉକ୍ତ ମୋବାଇଲ କଲ ଛୁଟି ଦର୍ଶାଇ ଲୁଚି ରହିଥିବା ପ୍ରଭାବତୀ ପବ୍ଲିକ ସ୍କୁଲ ପ୍ରିନ୍ସପାଲଙ୍କ ନମ୍ବର ସାଇବର ସେଲ ବଲାଙ୍ଗୀର ତରଫରୁ ତଦନ୍ତ କଲେ ସବୁ ରହସ୍ୟ ଉନ୍ମୋଚନ ହେବା ଦାବି ହେଉଛି । ଏହି ସମସ୍ୟା ନେଇ ତୁରନ୍ତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଅମ୍ବାଦଳା ଠାରେ ଭାଜପା ର ଦ୍ଵିତୀୟ ମଣ୍ଡଳ ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବିଷମକଟକ) – ରାୟଗଡ଼ ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ସ୍ଥିତ ଆମ୍ବଦଳା ମଣ୍ଡଳରେ ଶୁକ୍ରବାର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦୀପ ପ୍ରଜ୍ୱଳନ କରି ସାରିବା ପରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଆମ୍ବଦଳା ମଣ୍ଡଳର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ସ୍ରିନିବାସ ବରାଡ (ସନିଆ ଭାଇ)ଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ରମେଶ ସାମନ୍ତ ଜିଲ୍ଲା ସାଧାରଣ ସମ୍ପାଦକଙ୍କ ଅଧ୍ୟକ୍ଷତା ରେ ବୈଠକଟି ଆରମ୍ଭ ହୋଇ ଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲାକା, ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ମାଗିଲି, ଜିଲ୍ଲା ସାଧାରଣ ସମ୍ପାଦିକା ସୁଶିଳା ପାତ୍ର , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ଯେ ବାବୁରାଓ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ତଥା ମୁନିଗୁଡ଼ା ବ୍ଲକ ଉପାଧକ୍ଷା ଧର୍ମିଷ୍ଠା ସାମନ୍ତ, ପ୍ରମୁଖ ମଞ୍ଚାସିନ ଥିବା ବେଳେଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ, ଯୁବ ମୋର୍ଚ୍ଚା ଉପସଭାପତି ଲାଲା ମହାନ୍ତି , ଯୁବ ମୋର୍ଚ୍ଚା ଆର ଟି ଆଇ କର୍ଡ଼ିନେଟର ରଞ୍ଜନ ସ୍ଵାଇଁ , ପିଣ୍ଟୁ ଦୁବେ, ଆଶାକ ପୂଜାରୀ, ବୁଡୁ କାଡ୍ରାକ, ପକ୍ଷୀ, ସନ୍ତୋଷ, ପିଣ୍ଟୁ ମହାନ୍ତି, ଇଶ୍ୱର ମହାନ୍ତି, ଫିଲୁ, ଧନୁର୍ଯୟ, ସମସ୍ତ ମଣ୍ଡଳ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଆଜିର ଏହି ବୈଠକରେ ମୁଖ୍ୟତଃ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କିପରି ଦଳ ତରଫରୁ ରଣନୀତି ପ୍ରସ୍ତୁତ କରାଯିବ ବୁଥ ସ୍ତରରୁ ଲୋକଙ୍କୁ ସଚେତନ କରି ଭୋଟର ଯେମିତି କି ଭାଜପା ସପକ୍ଷରେ ଭୋଟ ଦେବେ ଲୋକ ଙ୍କ ନିକଟକୁ ଯାଇ ଲୋକଙ୍କ ସମସ୍ୟା ଦୂର କରିବା ଆଦି ବିସ୍ତୃତ ଭାବରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟ କାରିଣୀ ବୈଠକରେ ଜିଲ୍ଲା ର କିଛି ବରିଷ୍ଠ ନେତା ମାନେ ଯୋଗ ଦେଇଥିବା ବେଳେ ବ୍ଲକ ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।